ନବଜାତର ଯତ୍ନ ନାଭି ଯତ୍ନ : ଶିଶୁ ନାହିମୁଣ୍ଡରୁ ପ୍ରାୟ 5 ସେ.ମି ଛାଡି ସୂତା ବାନ୍ଧନ୍ତୁ। ଏଥିରେ କୌଣସି ଔଷଧ ଲଗାନ୍ତୁ ନାହିଁ । ଆଖିର ଯତ୍ନ : ସଫା କନାରେ ଶିଶୁର ଆଖିକୁ ପରିଷ୍କାର କରିବେ । ଆଖିର ମାଝି ଆଡକୁ ପୋଛନ୍ତୁ । ଦୁଇ ଆଖି ପାଇଁ ଅଲଗା ଅଲଗା କନା ବ୍ୟବହାର କରନ୍ତୁ । ଆଖି ପାଇଁ କୌଣସି ପାଣି ଔଷଧ କିମ୍ବା କନା ବ୍ୟବହାର କରନ୍ତୁ ନାହିଁ । ଶିଶୁର ଗାଧୁଆ: ଅନେକ ଲୋକ ଛୁଆ ଜନ୍ମ ପରେ ତାକୁ ଗାଧୋଇ ଦିଅନ୍ତି । ଏହା କରିବା ଉଚିତ ନୁହେଁ । ଶିଶୁ ସଙ୍ଗେ ସଙ୍ଗେ ଗାଧୋଇ ଦେବାଦ୍ଵାରା ଥଣ୍ଡାହୋଇଯିବା ବା କଲୁଆ ହୋଇପାରେ । ଫଳରେ ଶିଶୁ ଶରୀରର ସାଧାରଣ (ଆବଶ୍ଯକୀୟ) ତାପମାତ୍ରା କମି ଯାଇଥାଏ । ତେଣୁ – ଗୋଟିଏ ସପ୍ତାହ ନାପୁରିଲା ଯାଏଁ ଶିଶୁକୁ ଗାଧାନ୍ତୁ ନାହିଁ । ଶୀତଳ,ପବନ ,ସିଧା ଆସୁଥିବା ପବନ ଏବଂ ବାତାନୁକୁଳ ପରିବେଶରେ ମା’ ଓ ଶିଶୁଙ୍କୁ ରଖନ୍ତୁ ନାହିଁ । ଶିଶୁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ଶିଶୁ ମା’ କୋଳରେ ରହିବା (ମା’ ଓ ଶିଶୁର ଦେହ ଲାଗିବା)ଦରକାର। ଶିଶୁ ର ଓଜନ : ଜନ୍ମ ସମୟରେ ଶିଶୁର ଓଜନ ଅତି କମ ରେ ୨,୫୦୦ ଗ୍ରାମ ରହିଥିବା ଦରକାର। ଏହାଠାରୁ କମ ହେଲେ ଶିଶୁ ର ସ୍ଵତନ୍ତ୍ର ଯତ୍ନ ଦରକାର । ଯଦି ଶିଶୁ ର ଓଜନ ୨,୦୦୦ ଗ୍ରାମରୁ କମ ଅଛି ତେବେ ଏଥିପାଇଁ ଅଧିକ ଯତ୍ନ ଏବଂ ଡାକ୍ତରୀ ତତ୍ତ୍ବାବଧାନର ଆବଶ୍ୟକତା ରହିଛି । ଶିଶୁ ଖାଦ୍ୟ :ସ୍ତନ୍ୟପାନ ଜନ୍ମ ହେବାର ଅଧଘଣ୍ଟା ପରେ ସ୍ତନପାନ କରାନ୍ତୁ । ମା’ ମାନଙ୍କର ପ୍ରଥମ କ୍ଷୀର ଈଷତ ହଳଦିଆ ରଙ୍ଗର ହୋଇଥାଏ । ଏହାକୁ ଆମେ କକ୍ଷ କ୍ଷୀର (କୋଲୋଷ୍ଟ୍ରମ )ବୋଲି କହୁ । ଏହି କ୍ଷୀର ଛୁଆ ପାଇଁ ଅତ୍ୟନ୍ତ ଉପକାରି । ପ୍ରଥମ କକ୍ଷକ୍ଷୀର ର ଉପକାରିତା ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏକ ବିଶୋଧକ ଭାବେ ଅନ୍ତନାଡି ସାଫା କରିବା ଓ କାମାଳ ରୋଗରୁ (ଜଣ୍ଡିସ )ରକ୍ଷା କରିଥାଏ । ଦୃଷ୍ଟିଶକ୍ତି ବଢ।ଏ ।ଏଣୁ ଜନ୍ମ ପରେ ଶିଶୁକୁ ମା’ କ୍ଷୀର ଦିଅନ୍ତୁ। ମା’ କ୍ଷୀରର ଉପକାରିତା ଶିଶୁ ପାଇଁ ମା’ କ୍ଷୀର ହେଉଛି ଏକ ପ୍ରକୃତିକ ଖାଦ୍ୟ ଏଥିରେ ଶିଶୁର ଆବଶ୍ୟକୀୟ ସମସ୍ତ ପ୍ରକାର ଖାଦ୍ୟସାର ରହିଥାଏ । ଏହା ଶୀଘ୍ର ଓ ସହଜରେ ହଜମ ହୋଇଥାଏ । ଶିଶୁର ଚାହିଦା ଅନୁସାରେ ଏହା ମିଳିଥାଏ ଓ ଏଥିରେ ଆବଶ୍ୟକ ଉଷ୍ଣତା ଥାଏ । ଏହା ଜୀବାଣୁମୁକ୍ତ ଓ ଶିଶୁକୁ ବିଭିନ୍ନ ରୋଗ ସକ୍ରମଣରୁ ରକ୍ଷକରେ । ମା’ ଓ ଶିଶୁ ମଧ୍ୟରେ ନିବିଡ ସମ୍ପର୍କ ବଢାଇଥାଏ । ମା’ର ମାନସିକ ଶାନ୍ତି ସ୍ତନ୍ୟପାନ ଦ୍ଵାରା ବେଶି ମିଳିଥାଏ । ଏହା ସନ୍ତାନ ଜନ୍ମ ବ୍ୟବଧାନରେ ସାହାଯ୍ୟ କରିଥାଏ । ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ । ସ୍ତନ୍ୟପାନ ହେତୁ ସ୍ତନ କର୍କଟ ରୋଗରୁ ରକ୍ଷା ମିଳିଥାଏ । ମା’ର ସ୍ୱାସ୍ଥ୍ୟ ଭଲ ରହିବା ସହିତ ସୌନ୍ଦର୍ଜ୍ୟ ବୃଦ୍ଧି ହୁଏ । ମନେ ରଖନ୍ତୁ ଜନ୍ମରୁ ୬ ମାସ ଯାଏ ଶିଶୁକୁ କେବଳ ମା’ କ୍ଷୀର ଦିଅନ୍ତୁ । ଜନ୍ମର ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ବ୍ୟତୀତ ଶିଶୁକୁ ଅନ୍ୟ କୌଣସି ପାନୀୟ ଦିଅନ୍ତୁ ନାହିଁ,କାରଣ ମା’ କ୍ଷୀରରେ ଶତକଡା ୮୦ ଭାଗ ପାଣି ରହିଥାଏ । ଶିଶୁ ଯେତେଥର ଖାଇବାକୁ ଚାହୁଁଛି ତାକୁ ସେତେଥର ମା’ କ୍ଷୀର ଖାଇବାକୁ ଦିଅନ୍ତୁ ।୨୪ ଘଣ୍ଟା ଅତି କମ ରେ ୮ ଥର ମା’କ୍ଷୀର ଖୁଆନ୍ତୁ । ୬ ମାସ ବୟସ ଭିତରେ ଯଦି ଶିଶୁ ୬ ଥରରୁ ଅଧିକ ପରିସ୍ରା କରୁଛି ତେବେ ତାର ପେଟ ପୁରୁଛି ବୋଲି ଜାଣି ରଖନ୍ତୁ । ଶିଶୁ ଅସୁସ୍ଥ ଥିବା ଅବସ୍ଥାରେ ମା’ କ୍ଷୀର ଦେବା ବନ୍ଦ କରନ୍ତୁ ନାହିଁ । ଶିଶୁ ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ହାତ ପରିଷ୍କାର କରନ୍ତୁ । ଶିଶୁର ବୃଦ୍ଧି ଠିକ ଭାବରେ ହେବାପାଇଁ ତା ଖାଦ୍ୟରେ ତେଲ,ଘିଅ ,ଲହୁଣୀ ପ୍ରଭୃତି ମିଶାନ୍ତୁ । ଶିଶୁ ଖାଦ୍ୟରେ ଆୟୋଡିନ ଲୁଣ ବ୍ୟବହାର କରନ୍ତୁ । ଶିଶୁକୁ ସର୍ବଦା ତଟକା ଖାଦ୍ୟ ଦିଅନ୍ତୁ । ଶିଶୁ ସ୍ତନ୍ୟପାୟୀ ଥିଲାବେଳେ ମାର ଖାଦ୍ୟର ମାପ ବୃଦ୍ଧି କରନ୍ତୁ । ଶିଶୁକୁ ଆଦୌ ବୋତଲରେ କ୍ଷୀର ବା ବାହାର କ୍ଷୀର ଦିଅନ୍ତୁ ନାହିଁ । ମା’ କ୍ଷୀର ହେଉନାହିଁ ବୋଲି କହି ତାକୁ ହତାଶ କରନ୍ତୁ ନାହିଁ । ବାରମ୍ବାର ଶିଶୁ ମା’ ସ୍ତନ୍ୟ ଶୋଷିଲେ କ୍ଷୀର ସଂଚାର ହୋଇଥାଏ । ଶିଶୁର ଖାଦ୍ୟ ବୟସ ଖାଦ୍ୟ ପରିମାଣ ଜନ୍ମରୁ ୬ ମାସ ଯାଏଁ କେବଳ ମା’ କ୍ଷୀର ଦିଅନ୍ତୁ ।ଏହା ଛଡା ଆଉ କିଛି ଦିଅନ୍ତୁ ନାହିଁ ।ଶିଶୁ ଜନ୍ମ ହେବା। ଶିଶୁ ଜନ୍ମ ହେବ। ସଙ୍ଗେ ସଙ୍ଗେ ତାକୁ ମା’ର ପ୍ରଥମ କ୍ଷୀର (କଷକ୍ଷୀର)ଖାଇବାକୁ ଦିଅନ୍ତୁ । ଶିଶୁ ଯେତେବେଳେ ଚାହିଁବ ସେତେବେଳେ ଖୁଆନ୍ତୁ । ୬ ର ୯ ମାସ ଶିଶୁକୁ ମା’ କ୍ଷୀର ସହ ଭାତ,ଡାଲି ଓ ପରିବା ସିଝା ଚକଟି ନରମ କରି ଖାଇବାକୁ ଦିଅନ୍ତୁ । ଅଧାକପ ଲେଖାଏଁ ଦିନକୁ ୪ ଥର ଦିଅନ୍ତୁ । ୯ ରୁ ୧୨ ମାସ ମା’ କ୍ଷୀର ସହ ଶିଶୁକୁ ସୁଷମ ଖାଦ୍ୟ ଯଥା – ଶାଗ ଓ ପାରିବା ସିଝା ,ଚୁଡାଗୁଣ୍ଡ, ସିଝାଫଳ,ସିଝା ଅଣ୍ଡା ଖାଇବାକୁ ଦିଅନ୍ତୁ । ଅଧାକପ ଲେଖାଏଁ ଦିନକୁ ୫ ଥର ଦିଅନ୍ତୁ । ୧୨ ରୁ ୧୮ ମାସ ଶିଶୁକୁ ମା’ କ୍ଷୀର ସହିତ ପ୍ରତ୍ୟେକ ଥର ଖାଇବା ବେଳେ ବିଭିନ୍ନ ପୁଷ୍ଟିକାରକ ଖାଦ୍ୟ ଯଥା –କ୍ଷୀର,ଦିଅନ୍ତୁ ପରିବା,ଅଣ୍ଡା ,ମାଂସ ,ଓ ମାଛ ଦିଅନ୍ତୁ । ଏହାଛଡା ଶକ୍ତି ଯୋଗାଇବା ଖାଦ୍ୟ ଯଥା – ଚାଉଳ,ଆଳୁ,ମଇଦା,ଗହମ ଓ କନ୍ଦମୂଳରୁ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ । ଅଧାକପ ଲେଖାଏଁ ଖାଦ୍ୟ ଦିନକୁ ୫/୬ ଥର ଦିଅନ୍ତୁ । ଖାଦ୍ୟରେ ନିଶ୍ଚିତ ଭାବରେ ଶାଗ ୧୮ ରୁ ମାସ ଶିଶୁକୁ ପରିବାରର ଅନ୍ୟ ସମସ୍ତେ ଖାଉଥିବା ଖାଦ୍ୟ ଦିଅନ୍ତୁ ।କିନ୍ତୁ ଏହା ଯେପରି ରାଗ ବା ମସଲାଯୁକ୍ତ ହୋଇନଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେ ବଡ ମାନେ ଖାଉଥିବା ଖାଦ୍ୟର ଅଧା ଖାଦ୍ୟ ଖାଇବ । ଶିଶୁର ଅଭିବୃଦ୍ଧି ଶିଶୁର ଓଜନ ସାଧାରଣତଃ ୬ ମାସରେ ଜନ୍ମ ଓଜନର ୨ ଗୁଣ,୧ ବର୍ଷରେ ୩ ଗୁଣଓ ୨ୟ ବର୍ଷରେ ୪ ଗୁଣ ହୋଇଥାଏ । ସ୍ଥଳ ବିଶେଷରେ ଓଜନର ଅଳ୍ପ ଊଣା ଅଧିକ ଦେଖାଦେଇପାରେ । ଜ୍ଵର ଆମ ଶରୀର ତାପମାତ୍ରା ସାଧାରଣତଃ ୩୭ ଡିଗ୍ରୀ ଉ ବା ୯୮.୪ ଡିଗ୍ରୀ ଋ । ଏଥିରୁ ଅଧିକ ହେଲେ ତାକୁ ଜ୍ଵର କୁହାଯାଏ । ଜ୍ଵର ଗୋଟିଏ ରୋଗ ନୁହେଁ । ଏହା ସାଧାରଣତଃ କୌଣସି ଜୀବାଣୁ,ଭୂତାଣୁ ଓ ପରଜୀବୀର ସଂକ୍ରମଣ କିମ୍ବା ଅନ୍ୟାନ୍ୟ ରୋଗ ପ୍ରଭାବରୁ ହୋଇଥାଏ । ଅତ୍ୟଧିକ ମାତ୍ରାରେ ଜ୍ଵର କ୍ଷତିକାରକ ହୋଇପାରେ ,ବିଶେଷ କରି ପିଲାମାନେ କ୍ଷେତ୍ର ରେ ହଠାତ ଜ୍ଵର ଅଧିକା ହେଲେ ବି ଏହା ପିଲାମାନଙ୍କୁ ମୂର୍ଚ୍ଛା ରୋଗରେ ପୀଡିତ କରାଇପାରେ ଉପଚାର ପିଲାର ଶରୀରକୁ କିଛି କପଡା ଦ୍ଵାରା ଘୋଡାଅ ନାହିଁ । ଖୋଲା ପବନ ବହିଲେ କିମ୍ବା ଫ୍ୟାନ ଦ୍ଵାରା ପବନ ଚଳଚଳ ହେଲେ ରୋଗୀକୁ ଉପଶମ ଲାଗିଥାଏ ଥଣ୍ଡା ପାଣି (କଲୁଆ ପାଣି ନୁହେଁ )ପିଲା ବେଳ ତଳକୁ କପଡା ଦ୍ଵାରା ୧୫ ମିନିଟ କୁ ଥରେ ପୋଛି ଦିଅ । ଯେପର୍ଯ୍ୟନ୍ତ ତାପମାତ୍ରା ନ କମିଛି ପିଲାକୁ ଅଧିକ ପରିମାଣରେ ପାନୀୟ ଦିଅନ୍ତୁ ୬ ମାସରୁ କମ ବୟସର ଶିଶୁପାଇଁ-କେବଳ ମା’ କ୍ଷୀର ଦିଅନ୍ତୁ ୬ ମାସରୁ ଅଧିକ ବଯସର ଶିଶୁପାଇଁ –ମା’ କ୍ଷୀର, ଫଳରସ ,ପିଇବା ପାଣି (ଫୁଟ ହୋଇ ଥଣ୍ଡା ହୋଇଥିବା ) ଦିଅନ୍ତୁ ଜ୍ଵର କମାଇବା ପାଇଁ ପାରାସିଟାମଲ ଦିଆଯାଇପାରେ । କିନ୍ତୁ ପାରାସିଟାମଲ ଦେବା ପୂର୍ବରୁ ଆବଶ୍ଯକୀୟ ଡାକ୍ତରୀ ପରାମର୍ଶ ନେବା ଜରୁରୀ ଅବହେଳା ନ କରି ଡାକ୍ତରୀ ସାହାଯ୍ୟ ନିଅ ଯଦ୍ୱାରା ଜ୍ବରର କାରଣ ଜାଣି ଚିକିସ୍ଛା କରିହେବ ମନେରଖନ୍ତୁ - ତାପମାତ୍ରା କମାଇବା ପାଇଁ ରୋଗୀର ଶରୀରକୁ ଓଦା କପଡାରେ ପୋଛିଡିଅ ଏବଂ ତାଳୁରେ ଓଦା କାନପଟି ପକାନ୍ତୁ ଔଷଧ ଦେବା ବିଷୟରେ ଆଗରୁ ଡାକ୍ତରଙ୍କ ଠାରୁ ବୁଝିନିଅନ୍ତୁ ଉପୋରକ୍ତ ଉପଚାରରେ ରୋଗୀର ଜ୍ଵର ନ କମିଲେ ତାକୁ ଦକତାରଖାନା ନେବାର ବ୍ୟବସ୍ଥା କରନ୍ତୁ ପୁଷ୍ଟିହୀନତା ଶିଶୁମୃତ୍ୟୁର ଅନେକ କାରଣ ମଧ୍ୟରେ ପୁଷ୍ଟିହୀନତା ଅନ୍ୟତମ। ପୁଷ୍ଟିହୀନତା ସାଧାରଣ ୩ ବର୍ଷ ମଧ୍ୟରେ ଦେଖାଦିଏ ।ଏଥିରେ ଯେ କେବଳ ଶିଶୁର ମୃତ୍ୟୁ ହୋଇଥାଏ ତାହା ନୁହେଁ,ଯେଉଁମାନେ ବଞ୍ଚିଯାନ୍ତି ସେମାନଙ୍କଠାରେ ମାନସିକ ନ୍ୟୁନତା ଓ ଶାରୀରିକ ଅକ୍ଷମତା ସବୁଦିନ ପାଇଁ ରହିଯାଏ । ଉତ୍ତମ ପୁଷ୍ଟି ମୃତ୍ୟୁକୁ ପ୍ରତିରୋଧ କରିଥାଏ ଏବଂ ଅଧିକ ସମୟ ସୁସ୍ଥ ଭାବରେ ବଞ୍ଚି ରହିବା ତଥା ଦୁର୍ବଳତାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ପୁଷ୍ଟିହୀନତା ର କାରଣ : ଅତିଶୀଘ୍ର ମା’ କ୍ଷୀର ଛଡାଇବା ଖାଦ୍ୟର ପରିମାଣ ଓ ଥର କମାଇବା ବାରମ୍ବାର ରୋଗ ଓ କୃମି ସଂକ୍ରମଣ ଭୋଗୁଥିବା ଶିଶୁ କମ ବ୍ୟବଧାନରେ ପିଲାଜନ୍ମ କମ ଓଜନର ଶିଶୁ ଅଶିକ୍ଷିତ ମା’ ବୋତଲରେ ଖାଉଥିବା ଶିଶୁ ଓ ଆର୍ଥିକ ସାମ୍ଭଳ ଅଭାବ ତଥା ବହୁସଦସ୍ୟ ପରିବାର ପୁଷ୍ଟିହୀନତା ର ପ୍ରକାର : ମରାସମସ – ଏହା ଶକ୍ତିଦାୟକ(ଶ୍ଵେତସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର କ୍ଷୀଣ ହେବା, ଚର୍ମ ଶିଥିଳ ଦେଖାଯିବା,ଆଖି ଭିତରକୁ ପଶିଯିବା,ଓଜନହ୍ରାସ ,ଚିଡିଚିଡା ସ୍ଵଭାବ ଓ ଭୋକ ହେଉଥିବା ଦେଖାଯାଏ ।ଏପରି ରୋଗୀକୁ ଖୁଆଇବା ସହଜ ।ମୋଟାମୋଟି ଭାବେ କହିବାକୁ ଗଲେ ଶିଶୁଟି ଗୋଟିଏ ବୁଢାଲୋକ ଭଳି ଦେଖାଯାଏ । କ୍ଵାସିଅରକର – ଏହା ଶରୀର ଗଠନକାରୀ (ପୁଷ୍ଟିସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର,ମୁହଁ,ଦେହ ଓ ଅନ୍ୟାନ୍ୟ ଅଙ୍ଗୁଳିଯିବା ଏବଂ ବାଳର ରଙ୍ଗ କହରା ଦେଖାଯିବା,ଚର୍ମରୁ କାତି ଭଳି ଚୋପା ଛାଡିବା ବା ଘା’ ହେବା ,ଆଳସ୍ୟ ଭାବ ,ଖାଇବାରେ ଅନାଗ୍ରହ ଆଦି ଏହାର ମୁଖ୍ୟ ଲକ୍ଷଣ । ଏହିପରି ରୋଗୀକୁ ଖୁଆଇବା କଷ୍ଟ । ପୁଷ୍ଟିହୀନତାରେ ଆକ୍ରାନ୍ତ ହେବାର ସାଧାରଣ ବୟସ : ଜନ୍ମ ବେଳେ –ଗରିବ ପରିବାରରେ ସାଧାରଣତଃ କମ ଓଜନର ଶିଶୁ ଜନ୍ମ ହୋଇଥାଏ ।ତେଣୁ ଜନ୍ମର ପ୍ରଥମ ସପ୍ତାହ ଓ ପ୍ରଥମ ମାସ ଏଇଭଳି ଶିଶୁଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ । ୮ ରୁ୧୦ ମାସ ବେଳେ – କେତେକ ଗୋଷ୍ଠୀରେ ଏକ ବର୍ଷଯାଏ ଶିଶୁକୁ କେବଳ ମା’କ୍ଷୀର ଖୁଆନ୍ତି ।କିନ୍ତୁ ୬ ମାସ ପରେ ଶିଶୁକୁ ମା’ କ୍ଷୀର ସହିତ ବାହାର ଖାଦ୍ୟ ନଦେଲେ ତା’ର ଅଭିବୃଦ୍ଧି ଠିକ ଭାବରେ ହୋଇ ନଥାଏ । ‘ଳରେ ସେ ପୁଷ୍ଟିହୀନତାର ଶିକାର ହୋଇଥାଏ । ୧୨ ରୁ ୧୪ ମାସ ମଧ୍ୟରେ –ଅତିରିକ୍ତ ଖାଦ୍ୟ ଦେବାରେ ଅସୁବିଧା ହେଲେ ମା’କ୍ଷୀର ଦେବା ବନ୍ଦ କରିଦିଏ,ଯଦି ଏହି ସମୟ ମଧ୍ୟରେ ମା’ ଆଉଥରେ ଗର୍ଭଧାରଣ କରେ ବା ଅନ୍ୟ ଏକ ଶିଶୁକୁ ଜନ୍ମ ଦିଏ । ନିରାକରଣ : ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ଖୁଆଇବା ୬ ମାସ ବୟସରେ ଶିଶୁକୁ ମା’ କ୍ଷୀର ସହିତ ଅନ୍ୟାନ୍ୟ ବାହାର ଖାଦ୍ୟ ଯଥା –ସିଝା ପାରିବା,ଅଣ୍ଡା ,କ୍ଷୀର ,ପାଚିଲା କଦଳୀ ,ଡାଲି ଇତ୍ୟାଦି ଖୁଆଇବା । ପରିଷ୍କାର ବାସନ ଓ ହାତରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖୁଆଇବା ଏବଂ ସଦ୍ୟପ୍ରସ୍ତୁତ ତଟକା ଖାଦ୍ୟ ଖାଇବାକୁ ଦେବା ଡବା କ୍ଷୀର ଖୁଆଇବାରୁ ନିବୃତ୍ତ ରହିବା ଶିଶୁକୁ ସମସ୍ତ ପ୍ରତିଷେଧକ ଟୀକା ଦେବା କାମଳ ରୋଗ (ଭାଇରାଲ ହେପାଟାଇଟିସ) ଏହା କଣ : କେତେଗୁଡିଏ ସଂକ୍ରାମକ ରୋଗର ସମଷ୍ଟିକୁ ଭାଇରାଲହେପାଟାଇଟିସ କୁହାଯାଏ ଯାହା ଯକୃତକୁ ସଂକ୍ରମଣ କରିଥାଏ । ଏହା ଭୂତାଣୁ ଦ୍ଵାରା ହୋଇଥାଏ । ଏହା ବିଭିନ୍ନ ପ୍ରକାରର ଯଥା ହେପାଟାଇଟିସ ଏ,ବି ,ସି ,ଡି,ଏଚ,ଇ ଏଗୁଡିକ ମଧ୍ୟରେ ହେପାଟାଇଟିସ ଏ ଓ ଇ ର ମହାମାରୀ ରୂପ ଧାରଣ କରିବା କ୍ଷମତା ଅଛି ।ହେପାଟାଇଟିସ ଏ ଓ ଇ ବିଷୟରେ ଆଲୋଚନା କରାଯାଇଛି । ହେପାଟାଇଟିସ ଏ ହେପାଟାଇଟିସ ଇ କାରଣ : ହେପାଟାଇଟିସ ଏ : ହେପାଟାଇଟିସ ଏ ଭୂତାଣୁ ଦ୍ଵାରା ହୋଇଥାଏ ।ହେପାଟାଇଟିସ ଇ ଭୂତାଣୁ ଦ୍ଵାରା ହୋଇଥାଏ । ବ୍ୟାପିବା: ଦୂଷିତ ଜଳ ଓ ଖାଦ୍ୟ ରୋଗ କରାଯାଇଥାଏ । ନିର୍ଦ୍ଧିଷ୍ଟ ସମୟରେ ଓ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହି ରୋଗରେ ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ଖରାପ ପରିବେଶ ଓ ସ୍ୱାସ୍ଥ୍ୟରକ୍ଷା ଅଭାବରୁ ହୋଇଥାଏ । ପାନୀୟଜଳ ଦୂଷିତ ହୋଇ ଏହି ରୋଗ ସୃଷ୍ଟି କରେ । ଦୂଷିତ ଜଳ ଖାଦ୍ୟ ପଦାର୍ଥ ଯଥା ଦୁଧ,ଆଇସକ୍ରିମ ,ଦୁଗ୍ଧଜାତ ପଦାର୍ଥ,ଯାହା ଦୂଷିତ ହୋଇଥାଏ ଖାଦ୍ୟରେ ମାଛି ବସି ଖାଦ୍ୟ ପଦାର୍ଥ ଦୂଷିତ କରନ୍ତି ଖୋଲା ପଡିଆ ରେ ଝାଡାଯିବା ଦ୍ଵାରା ଫଳ ଓ ପନି ପାରିବା ଭଲ ଭାବରେ ଧୁଆ ନହୋଇ ବ୍ୟବହାର ହେଲେ । ଖାଦ୍ୟ ବିକାଳି ଯେଉଁମାନେ ସେମଙ୍କର ହାତ ଭଲଭାବରେ ନ ଧୋଇ ଖାଦ୍ୟ ବିକ୍ରୟ କରନ୍ତି,ପ୍ରସ୍ତୁତ କରନ୍ତି । ଯଦିଓ ଏହି ରୋଗ ବର୍ଷର ସବୁସମୟରେ ଦେଖାଯାଏ,ଜୁଲାଇରୁ ସେପ୍ଟେମ୍ବର ଏହି ରୋଗ ବେଶୀ ଦେଖାଯାଏ । ସଂକ୍ରମଣ କାଳ: ହେପାଟାଇଟିସ :ଏ-୧୫-୫୦ ଦିନ ହେପାଟାଇଟିସ: ଇ-୨ ସପ୍ତାହରୁ -୯ ସପ୍ତାହ ଲକ୍ଷଣ ଉଭୟ ରୋଗର ଲକ୍ଷଣ ସମାନ ।ସଂକ୍ରାମକ ସମୟ ପରେ ଲକ୍ଷଣ ପ୍ରକାଶ ପାଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ସମସ୍ତ ଦୂଷିତ ଖାଦ୍ୟ ଓ ପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ହୋଇନଥାଏ । ରୋଗର ଲକ୍ଷଣ ଗୁଡିକ ହେଲା ଜ୍ଵର କ୍ଳାନ୍ତି,ଦୁର୍ବଳତା ,ହାଲିଆ ଲାଗିବା ମୁଣ୍ଡ ଓ ଦେହହାତ ବିନ୍ଧା ,ଯନ୍ତ୍ରଣା ଭୋକ ନ ହେବା ,ଅରୁଚି,ବାନ୍ତି ,ପରିସ୍ରା ହଳଦିଆ ଦେଖାଯିବା, ଜଣ୍ଡିସ ହୋଇ ଆଖି ହଳଦିଆ ଦେଖାଯିବା। ପିଲାମାନଙ୍କ କ୍ଷେତ୍ରରେ ଏହା ଅଧିକ ବିପଦଜନକ ଅଟେ ।ଏହି ଲକ୍ଷଣଗୁଡିକ ୬-୮ ସପ୍ତାହ ଲାଗିରୁହେ। ହେପାଟାଇଟିସ ଇ ତୁଳନାତ୍ମକ ଭାବରେ ଅଧିକ ବିପଦଜ୍ଜନକ । ଗର୍ଭବତୀ ମହିଳା ଏହି ରୋଗରେ ପୀଡିତ ହେଲେ ମୃତ୍ୟୁ ହେବାର ସମ୍ବଭନ ଥାଏ । ଚିକିସ୍ଛା ଓ ପ୍ରତିଷେଧକ : ଏହି ରୋଗ ପାଇଁ ନିର୍ଦ୍ଧିଷ୍ଟ ଚିକିସ୍ଛା ନାହିଁ । ତେବେ ଚିକିସ୍ଛା ନିମ୍ନ ପ୍ରକାରର ହୋଇଥାଏ । ବିଶ୍ରାମ ଜ୍ଵର ପାଇଁ ପାରାସିଟାମଲ ବଟିକା ବ୍ୟବହାର ଅଧିକ ପାନୀୟ ପିଇବା ସବୁଦିନ ଖାଦ୍ୟ ଖାଇବା ,ରାଗ ମସଲା ଓ ତେଲିଆ ଖାଦ୍ୟ ନ ଖାଇବା । ରୋଗ ଭଲ ପାଇଁ ଝଡାଫୁଙ୍କା କାମଦିଏ ନାହିଁ । ଆଖୁରସ ପିଇଲେ ରୋଗ ଶୀଘ୍ର ଭଲ ହୁଏ ଭୁଲ ଧାରଣ। ଆଖୁରସ ବିକାଳି ଯେଉଁ ରସ ବିକନ୍ତି ତାହା ଅଧିକାଂଶ ସମୟରେ ଦୂଷିତ ଅଟେ। ଫୁଟା ପାଣି ପିଇବା ଆବଶ୍ୟକ । ରୋଗୀର ଝାଡା ଓ ପରିସ୍ରା ଭଲଭାବରେ ପୋତି ଦେବା ଆବଶ୍ୟକ । କେତୋଟି ସୂଚନା : ରୋଗୀର ସେବା କରୁଥିବା ବ୍ୟକ୍ତି ନିଜ ହାତ ଭଲଭାବରେ ସାବୁନ ବ୍ୟବହାର କରି ଧୋଇବା ଆବଶ୍ୟକ । ରୋଗୀର ଝାଡା ଓ ବ୍ୟକ୍ତି ବିଶୋଧାନ କରି ପୋତି ଦେବା ଆବଶ୍ୟକ। ରୋଗୀ ବ୍ୟବହାର କରୁଥିବା ସମସ୍ତ ଆସବାବପତ୍ର ଭଲଭାବରେ ପରିଷ୍କାର ହେବା ଉଚିତ । ଟୀକା ଦ୍ଵାରା ପ୍ରତିଷେଧକ: ଏହି ରୋଗରୁ ରକ୍ଷା ପାଇବା ପାଇଁ ଆଜିଯାଏଁ ସେପରି ଫଳପ୍ରଦ ଟୀକା ବାହାରି ନାହିନ । ହେପାଟାଇଟିସ ବି ପାଇଁ ଏକ ଟୀକା ଉପଲବ୍ଧ ।ଏହି ଟୀକା ୩ ଟି ନେବାକୁ ପଡେ । ପ୍ରଥମଟି ନେବାରେ ୫ ମାସ ପରେ ଆଉ ଗୋଟିଏ ଓ ଶେଷ ଟୀକା ପ୍ରଥମଟିର ୧୮୦ ଦିନରେ ନିଆଯାଏ ।୩-୪ ବର୍ଷ ପରେ ବୁଷ୍ଟର ମାତ୍ରା ଦିଆଯାଏ । ତରଳଝାଡା ତରଳଝାଡା/ଡାଇରିଆ କ’ଣ ? ୨୪ ଘଣ୍ଟା ମଧ୍ୟରେ ୪ ଥରରୁ ଅଧିକ ଥର ତରଳ/ପଣିଆ ଝାଡା ହେଲେ ତାହାକୁ ତରଳ ଝାଡା ବା ଡାଇରିଆ କୁହାଯାଏ। ଦିନରେ ଥରେ କିନ୍ତୁ ଅଧିକ ପରିମାଣରେ ତରଳଝାଡା ଏବଂ ନାଳଝାଡା ତଥା ଝାଡା ସହିତ ରକ୍ତ ପଡିବାକୁ ମଧ୍ୟ ଡାଇରିଆ କୁହାଯାଏ ।ତରଳଝାଡା ହେତୁ ଜଳ ଶୁଷ୍କତା ହୋଇଥାଏ । ଜଳଶୁଷ୍କତା ଯେକୌଣସି ବୟସ ର ଲୋକମାନଙ୍କୁ ହୋଇପାରେ ।ତେବେ ଶିଶୁମାନଙ୍କୁ ଏହା ଖୁବ ଶୀଘ୍ର ଓ ସହଜରେ ହୋଇଥାଏ । କାରଣ: ଦୂଷିତ ଜଳ ଓ ଖାଦ୍ୟ ଗ୍ରହଣ,କୃମି ସଙ୍କ୍ରମଣ,ପୁଷ୍ଟିହୀନତା ଡାଇରିଆ ବ୍ୟାପିବାର କାରଣ: ଦୂଷିତ ଜଳ ଓ ଖାଦ୍ୟ ଗ୍ରହଣ ,ଅପରିଷ୍କାର ହାତ ଓ ପାତ୍ରରେ ଖାଦ୍ୟଗ୍ରହଣ ,ଅପରିଷ୍କାର ପାତ୍ରରେ ଖାଦ୍ୟପଦାର୍ଥ ରଖିବା,ଖାଲି ପାଦରେ ପଦାରେ ମଳତ୍ୟାଗ କରିବା ,ମାଛି ଆଦି କୀଟପତଙ୍ଗ ଦ୍ଵାରା ରୋଗ ଜୀବାଣୁ ସଂକ୍ରମଣ । ଲକ୍ଷଣ : ଅଧିକ ଥର ତରଳ ଝାଡା ଯୋଗୁ ଶରୀରରୁ ଜଳ ଓ ଲବଣାଂଶର କ୍ଷୟ ଘଟିଥାଏ । ଶରୀରରେ ଅତିଶୟ ଜଳକ୍ଷୟକୁ ଜଳଶୁଷ୍କତା ବା ଡିହାଇଡ୍ରେସନ କୁହାଯାଏ ।ଏହି ଜଳଶୁଷ୍କତା ସାଧାରଣତଃ ମୃତ୍ୟୁ ର କାରଣ ହୋଇଥାଏ। ଏହା ମଧ୍ୟ ଶିଶୁମାନଙ୍କର ପୁଷ୍ଟିହୀନତାର କାରଣ ଅଟେ। ଜଳଶୁଷ୍କତାର ଲକ୍ଷଣ କ’ଣ ପଚାରିବ ପ୍ରଥମ ମଧ୍ୟମ ଗୁରୁତର ଝାଡା ଦିନକୁ ୩-୪ ଥର ୪ ଥରରୁ ଅଧିକ ୧୨ ଥରରୁ ଅଧିକ ବାନ୍ତି ନଥିବ ଅଳ୍ପ/୨-୩ ଥର ବହୁବାର ଶୋଷ ସାଧାରଣ ଭାବେ ପିଉଥିବ ଶୋଷ ନଥିବ ଶୋଷ,ଅଧିକ ଥିବ ପାଣି ପିଉଥିବ ପିଇବାରେ ଅସମର୍ଥ ପରିସ୍ରା ସାଧାରଣ କମ ୬ ଘଣ୍ଟା ମଧ୍ୟରେ ପରିସ୍ରା ହେଉ ନ ଥିବ କ’ଣ ଦେଖିବେ ସାଧାରଣ ଅବସ୍ଥା ଭଲ,ସତେଜ ଚିଡିଚିଡା,ଅସ୍ତବ୍ୟସ୍ତ ଦୁର୍ବଳ/ନିଦୁଆ ବା ମୂର୍ଚ୍ଛା ଆଖି ଠିକ ଥିବ ଶୁଖିଲା ଭିତରକୁ ପଶିଯିବା ଲୁହ ଥିବ ନଥିବ ନଥିବ ପାଟି ଓ ଜିଭ ଓଦାଳିଆ ଥିବ ଶୁଖିଲା ଅତି ଶୁଖିଲା ନିଶ୍ଵାସ ପ୍ରଶ୍ଵାସ ସାଧାରଣ ଅଧିକ ଥର କ୍ଷୀପ୍ରଗତି ଚର୍ମକୁ ଚିମୁଟିଲେ(ପୂର୍ବ ଅବସ୍ଥାକୁ) ଫେରିଆସିବ ଧୀରେ ଧୀରେ ଫେରିବ ଖୁବ ଧୀରେ ଫେରିବ ତାଳୁ ବା ଦୁକୁଦୁକି (ଶିଶୁଙ୍କ କ୍ଷେତ୍ରରେ) ଠିକ ଥିବ ଭିତରକୁ ପଶିଯିବ ଅତିମାତ୍ରାରେ ଭିତରକୁ ପଶିଯିବ ନାଡିର ସ୍ପନ୍ଦନ ସାଧାରଣ ଜୋର ହେବା ଅତି ଜୋର ଓ କ୍ଷୀଣ ହେବ କ’ଣ କରିବେ ? ଘରୋଇ ପାନୀୟ ଘରୋଇ ପାନୀୟ ଓ.ଆର.ଏସ. ଚେତା ଥିଲେ ଓ.ଆର .ଏସ.ଦ୍ରବଣ ଦେବ ଓ.ଆର.ଏସ ଦ୍ରବଣ ଦେବା ରୋଗୀକୁ ଅନୁଧ୍ୟାନ କରିବା ଆବଶ୍ୟକ ମନେକଲେ ଡାକ୍ତରଙ୍କ ପରାମର୍ଶ ବା ଡାକ୍ତରଙ୍କ ପାଖକୁ ପଠାଇବ ତୁରନ୍ତ ଡାକ୍ତରଖାନା ବା ଡାକ୍ତରଙ୍କ ପାଖକୁ ପଠାଅ । ପ୍ରତିଷେଧକ ବ୍ୟବସ୍ଥା : ଶିଶୁ 6 ମାସ ହେବା ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଖାଇବ କୌଣସି ଖାଦ୍ୟକୁ ଶିଶୁ ବୋତଲରେ ଖାଇବା ନାହିଁ କାରଣ ବୋତଲ ଭଲ ଭାବରେ ବିଶୋଧିତ ହେବା ସମ୍ଭାବନା କମ ଥାଏ । ଶିଶୁକୁ 1 ବର୍ଷ ପୂରିବା ପୂର୍ବରୁ ମିଳିମିଳା ଟୀକା ଦେବା ଖାଦ୍ୟ ପ୍ରସ୍ତୁତ କରିବା କିମ୍ବା ଖୋଇବା ଓ ଖାଇବା ପୂର୍ବରୁ ସାବୁନ ଓ ପରିଷ୍କାର ପାଣିରେ ହାତ ଭଲ ଭାବାରେ ଧୋଇବା ବିଶୁଦ୍ଧ ପିଇବା ପାଣିର ବ୍ୟବହାର ସବୁବେଳେ ସଦ୍ୟ ପ୍ରସ୍ତୁତ ତଟକା ଖାଦ୍ୟ ଖାଇବା ମଳତ୍ୟାଗ ପାଇଁ ପାଇଖାନା ବ୍ୟବହାର କରିବା ଉପଚାର –ତରଳଝାଡା ଭୋଗୁଥିବା ସମୟରେ ଔଷଧ ଅପେକ୍ଷା ତା’ଙ୍କ ଶରୀରରୁ କ୍ଷୟ ହେଉଥିବା ଜଳୀୟ ଅଂଶ ର ଭରଣ। ବେଶୀ ଗୁରୁତ୍ୱପୂର୍ଣ୍ଣ ।ଝାଡା ହେବା ମାତ୍ରେ ତାଙ୍କୁ ଯଥେଷ୍ଟ ପରିମାଣର ପାନୀୟ ଦେବା ଆବଶ୍ୟକ । ଏହା ଓ .ଆର. ଏସ ଦ୍ରବଣ ହେଉ କିମ୍ବା ଘରେ ମିଳିଥିବା ଅନ୍ୟାନ୍ୟ ପାନୀୟ ଦିଆଯାଇପାରେ। ଯଥା – ଚାଉଳ ଧୁଆ ପାଣି କାଞ୍ଚି ପାଣି ଘୋଳ ଦହି ପଇଡ ପାଣି ନାଲି ଚା’ ଓ .ଆର. ଏସ ପାଉଡର ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ରେ ମିଳିଥାଏ । ଏହା ଔଷଧ ଦୋକାନରେ ମଧ୍ୟ ମିଳେ ପିଇବାକୁ ଦେବା ପୂର୍ବରୁ ତାକୁ ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତ କରାଯାଏ ।ଗୋଟିଏ ପ୍ୟାକେଟ ଗୁଣ୍ଡକୁ 1 ଲିଟର ପାଣିରେ ମିଶାଇ ସେହି ଦ୍ରବଣକୁ ଆବଶ୍ୟକ ଅନୁସାରେ ପିଇବାକୁ ଦିଆଯାଏ । ଦ୍ରବଣ ପ୍ରସ୍ତୁତ ବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ପଡିଥାଏ ୧ ଲିଟର ପାଣିରେ ପୁଡିଆରେ ଥିବା ସମସ୍ତ ଗୁଣ୍ଡକୁ ଏକାଥରେ ମିଶାଇବାକୁ ପଡିବ ।ଏହାକୁ ଭାଗ ଭାଗ କରି ପ୍ରସ୍ତୁତ କରାଯାଏ ନାହିଁ ଥରେ ପ୍ରସ୍ତୁତ ହେଲେ ସେହି ଦ୍ରବଣ 24 ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇଥାଏ ।୨୪ ଘଣ୍ଟା ମଧ୍ୟରେ ବ୍ୟବହାର ଣ ହୋଇପାରିଲେ ତାକୁ ଫିଙ୍ଗିଦେବା ଆବଶ୍ୟକ ଘୋଳ/ଦ୍ରବଣ ରଖାଯାଇଥିବା ପାତ୍ରକୁ ଘୋଡାଇ ରଖିବା ଦରକାର ଓ .ଆର. ଏସ ମିଳିବ ପର୍ଯ୍ୟନ୍ତ ଘରେ ମିଳୁଥିବା ତରଳ ପଦାର୍ଥ ଆବଶ୍ୟକ ଅନୁଯାୟୀ ପିଇବାକୁ ଦେବା ଦରକାର ଓ .ଆର. ଏସ. ଘୋଳ କିପରି ଖାଇବେ ? ବୟସ ପ୍ରତିଥର ଝାଡା ପରେ ଓ .ଆର. ଏସ ର ପରିମାଣ ଅତିକମ୍ ରେ ଦିନାକ ମଧ୍ୟରେ ଆବଶ୍ୟକ ପରିମାଣ ୨ବର୍ଷରୁ କମ ୫୦ ମି. ଲି ରୁ ୧୦୦ ମି. ଲି =୧/୪ ରୁ ୧/୨ କପ ୫୦୦ ମି. ଲି ୨ ବର୍ଷ ରୁ ୧୦ ବର୍ଷ ୫୦ ମି. ଲି ରୁ ୨୦୦ ମି. ଲି= ୧/୨ ରୁ ୧ କପ ୧୦୦୦ ମି. ଲି ବା ୧ ଲିଟର ୧୦ ବର୍ଷରୁ ଊର୍ଦ୍ଦ୍ଵ ଆବଶ୍ୟକ ମୁତାବକ ୨୦୦୦ ମି. ଲି ବା ୨ଲିଟର ତରଳ ଝାଡା ଭୋଗୁଥିବା ଶିଶୁର ଖାଦ୍ୟ – ଶିଶୁକୁ ତରଳ ଝାଡା ହେଉଥିବା ସମୟରେ ତାକୁ ତା’ର ସ୍ଵାଭାବିକ ଖାଦ୍ୟ ଖାଇବାକୁ ଦେଲେ ତାହା ରୋଗ ଉପଶମ ହେବାର ସାହାଯ୍ୟ କରେ । ଖାଦ୍ୟ କଟକଣା କଲେ ପୁଷ୍ଟିହୀନତା ଦେଖାଦିଏ ।ତେଣୁ ତରଳଝାଡା ଭୋଗୁଥିବା ଶିଶୁ ଏବଂ ଝାଡା ଭଲ ହେବା ପରେ ତା’ର ଦୈନନ୍ଦିନ ଖାଦ୍ୟର ପ୍ରାୟ ଦେଢଗୁଣ। ଖାଦ୍ୟ ଦେବା ଦରକାର। ଏହାଦ୍ଵାରା ଶିଶୁର ପରିପୁଷ୍ଟତାରେ ଉନ୍ନତି ଆସିଥାଏ । କେତେବେଳେ ଡାକ୍ତରଙ୍କ ସହାୟତା ଜରୁରୀ ଅଟେ ଝାଡା ସାଙ୍ଗରେ ରକ୍ତ ପଡିଲେ ଝାଡା ସାଙ୍ଗରେ ଜ୍ଵର ହେଲେ ଯେତେବେଳେ ରୋଗୀ ପାଣି ପିଇବାକୁ ଅକ୍ଷମ ହେବ