ଏସ.ଟି.ଡି.ର କାରଣ ମୁଖ୍ୟତଃ ଯୌନକ୍ରିୟା ହେତୁ ଏହି ରୋଗଗୁଡିକ ବ୍ୟପୁଥିବାରୁ ଏହା ଯୌନ ସଞ୍ଚାରିତ ରୋଗ ବୋଲି କୁହାଯାଏ ।କିନ୍ତୁ ଏହା ଅନ୍ୟ ମାଧ୍ୟମ ଯଥା-ରୋଗୀର ରକ୍ତ ଅନ୍ୟ ଜଣେ ସୁସ୍ଥ ଲୋକରେ ମିଶିଲେ ମଧ୍ୟ ହୋଇଥାଏ।ତେବେ ସାଧାରଣରେ ଦେଖାଯାଉଥିବା ଯୌନ ସଞ୍ଚାରିତ ରୋଗଗୁଡିକ ହେଲା 1.ଗନେରିଆ 2.ଲିମ୍ପୋଗ୍ରାନୁଲୋକ ଭେନେରିଅମ 3. ସିଫିଲସ.4.ହର୍ପିସ 5. ମିନିଲିଆସିସ 6. କୁଣ୍ଡିଆ .7 .ଏଡସ 8. ପେଡକୁଲେସସିସ 9.ସାନକ୍ରଏନ 10.କ୍ଲାମାଇଡିଆ। ସଂକ୍ରମିତ ଲୋକ ସହିତ ଯୌନ ସମ୍ପର୍କ ରଖିବା (ଏହି ସମ୍ପର୍କ ମୌଖିକ ,ମଳଦ୍ଵାର ଜନିତ ଏବଂ ଲିଙ୍ଗ ଓ ଯୋନି ସଂପର୍କକୁ ନେଇ ହୋଇପାରେ) ସଂକ୍ରମିତ ଲୋକଠାରୁ ରକ୍ତ ନେବା କିମ୍ବା କୌଣସି ଉପାୟରେ ତା’ର ରକ୍ତ ସୁସ୍ଥ ଲୋକର ରକ୍ତରେ ମିଶିବା । କେଉଁମାନେ ବିଶେଷ ପୀଡିତ ହୁଅନ୍ତି? ଯୌନକର୍ମୀ,ଡ୍ରାଇଭର ,ସମଲିଙ୍ଗି ଯୌନକ୍ରିୟା କରୁଥିବା ବ୍ୟକ୍ତି ଏବଂ ଅନେକ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖୁଥିବା ପୁରୁଷ ବା ମହିଳା । ଲକ୍ଷଣ(ଉଭୟ ପୁରୁଷ ଓ ମହିଳା ପାଇଁ) ଅଧିକଥର ପରିସ୍ରା ଲାଗିବା ଏବଂ ପରିସ୍ରା କରିବା ସମୟରେ ପୋଡାଜଳା ହେବା । ଯୌନ।ଙ୍ଗରେ ଘା,ଯନ୍ତ୍ରଣା ବିନା ଯନ୍ତ୍ରଣାରେ କୋଳସନ୍ଧାର ଗ୍ରନ୍ଥି ଫୁଲିବା । ଯୌନଙ୍ଗ କୁଣ୍ଡାଇ ହେବା ଏବଂ ପୋଡାଜଳା କରିବା । ଯୌନଙ୍ଗରେ ଆବୁ। ପାଟିରେ ଘା । ମୁଣ୍ଡବିନ୍ଧା ,ମାନ୍ଦା ଲାଗିବା,ବାନ୍ତି ଜ୍ଵର । ଯୋନିସ୍ରାବ ଭିନ୍ନ ଭିନ୍ନ ରଙ୍ଗ ଯଥା :ନୀଳ ,ଧୂସର ଓ ଦହିଭଳି ହୋଇ ଗନ୍ଧ ହେବା । ତଳିପେଟରେ ଯନ୍ତ୍ରଣା । ସହବାସ ସମୟରେ କଷ୍ଟ ହେବା । କେତେକ ଯୌନରୋଗ ଯଥା – ସିଫିଲିସ ଲକ୍ଷଣ ଭଲ ଭାବରେ ଜଣା ଣ ପଡିଲେ ମଧ୍ୟ ଏହା ଅନେକ କ୍ଷତି ଘଟାଇଥାଏ। ଯେଉଁ କାରଣରୁ ପୁରୁଷମାନଙ୍କ ଠାରେ ହୃଦରୋଗ ଓ ପକ୍ଷାଘାତ ଏବଂ ସ୍ତ୍ରୀମାନଙ୍କଠାରେ ଗର୍ଭପାତ ,ମୃତ ପିଲାଜନ୍ମ ,ସଅଳ ଶିଶୁ ମୃତ୍ୟୁ ଏବଂ ନବଜାତ ଶିଶୁ ଆଖି ସଂକ୍ରମଣ ଦେଖାଯାଏ।ତେଣୁ ଯୌନରୋଗର କୌଣସି ଲକ୍ଷଣ ଦେଖିଲେ ଡାକ୍ତର ଙ୍କୁ ପଚାରନ୍ତୁ । ପ୍ରଜନନ ମାର୍ଗ ସଂକ୍ରମଣ କା’ଣ? ପ୍ରଜନନ ଅଙ୍ଗ ଗୁଡିକରେ ହେଉଥିବା ସଙ୍କ୍ରମଣକୁ ସାଧାରଣତଃ ପ୍ରଜନନ ମାର୍ଗ ସଙ୍କ୍ରମଣ ବା ଆର.ଟି.ଆଇ.ବୋଲି କୁହାଯାଇଥାଏ। ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ସହ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ। ପ୍ରଜନନ ମାର୍ଗ ଦେଇ ପ୍ରବେଶ କରୁଥିବା ବିଭିନ୍ନ ପ୍ରକାର ଜୀବାଣୁଦ୍ଵାରା ଏହି ସବୁ ସଂକ୍ରମଣ ହୋଇଥାଏ। ପ୍ରଜନନ ମାର୍ଗଦେଇ କେତେକ ସ୍ରାବ ବାହାରକୁ ଆସେ ।ଏହା ଧଳାରଙ୍ଗର ଗନ୍ଧହୀନ ଏବଂ କେତେକାଂଶରେ ଚିକ୍କଣ ।ଡିମ୍ବଣୁକ୍ଷରଣ ,ଯୌନ ଉତ୍ତେଜନା,ଗର୍ଭଧାରଣ ଏବଂ ମାନସିକ ଚାପ ହେତୁ ଏହି ସ୍ରାବର ମାତ୍ର ବୃଦ୍ଧି ପାଇଥାଏ ।ଏହା ଅତ୍ୟନ୍ତ ପ୍ରକୃତିକ ।ଏହି ଶ୍ରବା ଅମ୍ଳଗୁଣ ବିଶେଷ ହୋଇଥିବାରୁ ବିପଦ ସୃଷ୍ଟିକାରୀ ଜୀବାଣୁଗୁଡିକ ନଷ୍ଟ ହୋଇଥାନ୍ତି ।ଫଳରେ ପ୍ରଜନନ ଅଙ୍ଗଗୁଡିକ ସୁରକ୍ଷିତ ହୋଇଥାନ୍ତି । ପ୍ରଜନନ ମାର୍ଗ ସଂକ୍ରମଣ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିକଟରେ ଅଧିକ ଦେଖାଯାଏ କାହିଁକି? ପୁରୁଷର ପ୍ରଜନନ ମାର୍ଗ ସାଧାରଣତଃ ଲମ୍ବା ଓ ସରୁ ହୋଇଥାଏ।ବାହାରକୁ ବାହାରିବା ଦ୍ଵାରରେ ଅତି ସୂକ୍ଷ୍ମ ଛିଦ୍ରଟିଏ ରହିଥାଏ।ତେଣୁ ପୁରୁଷ ପ୍ରଜନନ ଅଙ୍ଗଗୁଡିକରେ ସଂକ୍ରମଣ ମାତ୍ରା ଅପେକ୍ଷାକୃତ କମ ହୋଇଥାଏ।କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ପ୍ରଜନନ ମାର୍ଗଟି ପ୍ରଶସ୍ତ ହୋଇଥାଏ ।ଫଳରେ ମାସିକ ଋତୁସ୍ରାବ,ସନ୍ତାନଜନ୍ମ,ଗର୍ଭପାତ ଏବଂ ପରିବାର ନିୟନ୍ତ୍ରଣର ଉପାୟ ଯଥା –କପର-ଟିର ବ୍ୟବହାର ପ୍ରଭୃତି କାରଣରୁ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ପ୍ରଜନନ ମାର୍ଗ ସଂକ୍ରମଣକୁ କିପରି ରୋକାଯାଇ ପାରିବ ? କୌଣସି ବ୍ୟକ୍ତିଙ୍କର ଯଦି ଉପରୋକ୍ତ ଲକ୍ଷଣ ମଧ୍ୟରୁ ଗୋଟିଏ ବି ଦେଖାଦିଏ ତେବେ ନିଜ ବନ୍ଧୁ କିମ୍ବା କୌଣସି ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ପ୍ରକାଶ କରିବାକୁ ସଙ୍କୋଚବୋଧ କରନ୍ତୁ ନାହିଁ।ଏହାକୁ ଲୁଚାଇଲେ ସମସ୍ୟା ଦୂର ହେବା ପରିବର୍ତ୍ତେ ଦ୍ଵିଗୁଣିତ ହେବ। ଏହାର ଚିକସ୍ଛା ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କୁ ଦିଆଯାଏ। ଆଧାର : ପୋର୍ଟାଲ ଟିମ