ମାତୃମୃତ୍ୟୁ ରୋକିବାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ : ଏହାର ମୌଳିକ ଲକ୍ଷ୍ୟ ହେଲା ଜନ ସହଯୋଗିତା ଓ ସହଭାଗିତାରେ ମା’ଓ ଶିଶୁ ସ୍ଵାସ୍ଥ୍ୟର ବିକାଶ କରିବା ଯାହାଦ୍ୱାରା ପ୍ରକାରାନ୍ତରେ ମା’ଓ ଶିଶୁ ମୃତ୍ୟୁକୁ ରୋକାଯାଇପାରିବା। ଏଥିରେ ଉପଲବ୍ଧ ସେବାଗୁଡିକ ହେଲା ପ୍ରସବପୂର୍ବ ଯତ୍ନ,ପ୍ରସାବପର ଯତ୍ନ, ପ୍ରସବାସମୟରେ ଯତ୍ନ,ନବଜାତ ଶିଶୁର ଯତ୍ନ, ନିରାପଦ ପ୍ରସାବ,ଜରୁରୀକାଳିନ ପ୍ରସବସେବା ଇତ୍ୟାଦି ।ବିଶେଷକରି ଏହି କାର୍ଯ୍ୟକ୍ରମର ବିଶେଷତ୍ଵ ହେଉଛି ଗୋଷ୍ଠୀର ଆବଶ୍ୟକତା ନିର୍ଦ୍ଧାରଣକରି ମା’ ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ: ଭରତ ସରକାରଙ୍କ ଦ୍ଵାରା ପ୍ରଣିତ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ କାର୍ଯ୍ୟକ୍ରମରେ ପ୍ରତି ଏକ ହଜାର ଲୋକପିଛା ଜେନ “ଆଶା”(ମହିଳା ସ୍ଵେଚ୍ଛାସେବୀ)ରହିବେ।ସ୍ୱାସ୍ଥ୍ୟ ର ବିଭିନ୍ନ ଦିଗ ଉପରେ ଗୋଷ୍ଠୀକୁ ସଚେତନ କରିବା ଏବଂ ସୂଚନା ଦେବା ,ପ୍ରସବ ଏବଂ ଶିଶୁ ଯତ୍ନ ଓ ସ୍ତନ୍ୟପାନ ବିଷୟରେ ମା’ମାନଙ୍କୁ ବୁଝାଇବ ,ଗର୍ଭ ସମୟ ଏବଂ ପ୍ରସବ ପର ଯତ୍ନ ପାଇଁ ଅଙ୍ଗନୱ।ଡି/ଉପକେନ୍ଦ୍ର /ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜୀବ ପାଇଁ କହିବ ଏବଂ କୌଣସି ପରିସ୍ଥିତି ରେ ଗ୍ରାମର କେହି ମହିଳା ଅବା ଶିଶୁ କୌଣସି ଚିକିସ୍ଛାଳୟରେ ଚିକିସ୍ଛା ହେବା ପାଇଁ ରହିବାକୁ ପଡିଲେ ତାଙ୍କୁ ସାଙ୍ଗରେ ନେଇଯିବା ଅଶାକର୍ମୀଙ୍କ କାମ ଅଟେ। ଛୋଟ ଛୋଟ ଅସୁସ୍ଥତା ଯଥା ତରଳ ଝାଡା ,ଜ୍ଵର ଏବଂ ପ୍ରାଥମିକ ଚିକିସ୍ଛା ପାଇଁ ସହାୟତା ଯୋଗାଇଦେବା ସାଙ୍ଗକୁ ଯକ୍ଷ୍ମା କାର୍ଯ୍ୟକ୍ରମରେ ସାମିଲ ହେବା ,ସରକାରଙ୍କ ଠାରୁ ମିଳୁଥିବା ଅତ୍ୟାବଶ୍ୟକୀୟ ଔଷଧ ଏବଂ ଚିକିସ୍ଛା ସାମଗ୍ରୀର ଦାୟିତ୍ଵରେ ରହିବା ,ଗ୍ରାମରେ ଲୋକମାନେ କିପରି ଓଆର ଏସ,ଲୌହସାର ବଟିକା, ଡିଡିକେ ଗର୍ଭାନିରୋଧକ ବଟିକା ଏବଂ କଣ୍ଡୋମ ଇତ୍ୟାଦି ,ସୁବିଧାରେ ପାଇପାରିବେ ,ତାହାର ଦାୟୀତ୍ଵ ନେବେ।ଗ୍ରାମପଞ୍ଚାୟତ ସ୍ୱାସ୍ଥ୍ୟ ଓ ପରିମଳ କମିଟି ସହିତ କମ କରିବେ ଏବଂ ଗ୍ରାମର ସ୍ଵାସ୍ଥ୍ୟଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବେ। ଜନନୀ ସୁରକ୍ଷା ଯୋଜୋନ :ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ମା’ମାନଙ୍କର ଗର୍ଭଧାରଣ ସମୟର ସେବା,ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ସମୟରେ ଆବଶ୍ୟକୀୟ ଯତ୍ନ ଏବଂ ପ୍ରସବ ପରବର୍ତ୍ତୀ ଆବଶ୍ୟକୀୟ ଯତ୍ନକୁ ନିଶ୍ଚିତ କରାଇବାକୁ ହୋଇଥିବା କାର୍ଯ୍ୟକ୍ରମ ହେଉଛି “ଜନନୀ ସୁରକ୍ଷା ଯୋଜନା’ ।ପୂର୍ବରୁ ଥିବା (ଏନଏମବିଏସ),କୁ ଆଧାର କରି ଏହା କରାଯାଇଛି ।ଜନନୀ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ସାଙ୍ଗକୁ ଅନ୍ୟାନ୍ୟ ସହାୟତା ମଧ୍ୟ ଦିଆଯାଇଛି । ଏହି ଯୋଜନାର ମୌଳିକ ଆଭିମୁଖ୍ୟ ହେଲା ମାତୃମୃତ୍ୟୁ ଏବଂ ଶିଶୁମୃତ୍ୟୁ କମାଇବା ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳା ମାନଙ୍କର ପ୍ରସବ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଇବା । ଶିଶୁମୃତ୍ୟୁ ହ୍ରାସ ମିଶନ : (ଆଇ.ଏମ.ଆର.ମିଶନ): ଓଡିଶାର ଶିଶୁ ମୃତ୍ୟୁ ହାର କୁ ରୋକିବାପାଇଁ ରାଜ୍ୟସରକାର ୧୫ ଅଗଷ୍ଟ ୨୦୦୧ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ,ଯାହା ଅଧୀନରେ ପ୍ରସବପୂର୍ବ ଯତ୍ନ,,ନିରାପଦ ପ୍ରସାବ ଏବଂ ଶିଶୁର ଯତ୍ନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମହିଳାମାନଙ୍କୁ ମ୍ୟାଲେରିଆ କେମୋପ୍ରୋଲାକ୍ସିସ ,ଡାକ୍ତରଖାନାରେ ପ୍ରସବ ପାଇଁ ଯାତାୟାତ ଖର୍ଚ୍ଚ(୧୦ କିଲୋମିଟର ମଧ୍ୟରେ ୧୫୦ ଟଙ୍କାଓ ୧୦ କିଲୋମିଟରରୁ ଅଧିକ ହେଲେ ୨୦୦ ଟଙ୍କା) ଏବଂ ଔଷଧ ମାଗଣାରେ ଦିଆଯିବାର ବ୍ୟବସ୍ଥା ହୋଇଛି ।ଏଠି ସହିତ ନବଜାତ ଓ ମା’ ମାନଙ୍କ ସ୍ଵାସଯତ୍ନର ବିଷୟରେ ଶିକ୍ଷା ଗୋଷ୍ଠୀ ସ୍ତରରେ ବହୁଳ ଭାବରେ ପ୍ରଦାନ କରାଯାଇଛି :ଯାହା ମାତୃମୃତ୍ୟୁ ଅନେକାଂଶରେ କମାଇଦେଇପାରିବ। ନବଜ୍ୟୋତି କାର୍ଯ୍ୟକ୍ରମ :ଶିଶୁ ମୃତ୍ୟୁ ହାର କମାଇବା ପାଇଁ ରାଜ୍ୟ ସରକାର ୧ ଏପ୍ରିଲ ୨୦୦୫ ଉତ୍କଳ ଦିବସ ଅବସରରେ ନବଜ୍ୟୋତି ନାମକ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ଏହାଦ୍ବାରା ମା’ଶିଶୁ ମୃତ୍ୟୁ ଉଚିତ ଧ୍ୟାନ ଦିଆଯାଇ ନବଜାତ ଶିଶୁମୃତ୍ୟୁ ଏବଂ ଅସୁସ୍ଥତାକୁ ହ୍ରାସ କରାଯାଇପାରିବ। ଏହି କର୍ଜ୍ୟକ୍ରମ ଅଧୀନରେ ଧାଈମାନଙ୍କୁ ଅଧିକରୁ ଅଧିକ ନବଜାତମାନଙ୍କ ଯତ୍ନନେବାରେ ସାମିଲ କରାଯାଉଛି ।ଧାଈମାନଙ୍କ ସହାୟତାରେ ମା’ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଯେପରି ସହଜରେ ମା’ଓ ଶିଶୁ ମୃତ୍ୟୁରୋକିବାରେ ସକ୍ଷମ ହୋଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି । ଏଥି ସହିତ ଧାଈ ମା’ମାନେ ଯେପରି ବିପଦପୂର୍ଣ୍ଣ ଗର୍ଭ ଚିହ୍ନଟ କରିପାରିବେ ଏବଂ ପରିବାରକୁ ସଠିକ ଉପଦେଶ ଦେଇପାରିବେ,ତାହାର ବ୍ୟବସ୍ଥା କରାଯାଉଛି। ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଭରତ ସରକାରଙ୍କ ଦ୍ଵାରା ସାରା ଦେଶରେ ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ମାନେ ହେଲେ- ୬ ମାସରୁ ୬ ବର୍ଷ ର ଶିଶୁ କିଶୋରୀ ବାଳିକା ଗର୍ଭବତ୍ତୀ ଓ ପ୍ରସୂତି ମହିଳା ପୁଷ୍ଟିହୀନତା ପ୍ରତିରୋଧ ସହିତ ଟିକକରଣ ,ସ୍ୱାସ୍ଥ୍ୟ ପରୀକ୍ଷା,ପୁଷ୍ଟିହୀନ ଶିଶୁଙ୍କ ଚିକିସ୍ଛା ଇତ୍ୟାଦି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ। ବିଭିନ୍ନ ସେବାଗୁଡିକ ନିମ୍ନରେ ପ୍ରଦତ୍ତ ହେଲା- ପରିପୂରକ ଖାଦ୍ୟ ବଣ୍ଟନ ହିତାଧିକାରୀ ପ୍ରତିଦିନର ପ୍ରାପ୍ୟ (୨୫ ଦିନ ପାଇଁ) ୧। ଗର୍ଭବତ୍ତୀ ୧୬୦ ଗ୍ରାମ ୨.ପ୍ରସୂତି ୧୬୦ ଗ୍ରାମ ୩.ଶିଶୁ ୮୦ ଗ୍ରାମ ୪.ଅତିଶୟ ପୁଷ୍ଟିହୀନତା ଶିଶୁ ୧୬୦ ଗ୍ରାମ ଜରୁରୀକାଳୀନ ଖାଦ୍ୟ ବଣ୍ଟନ ପ୍ରାପ୍ୟ (ରନ୍ଧନ ଖାଦ୍ୟ) ପ୍ରତିଦିନର ପ୍ରାପ୍ୟ(୨୫ ଦିନ ପାଇଁ) ଚାଉଳ ୨୦୦ ଗ୍ରାମ ଡାଲି ୪୦ ଗ୍ରାମ ପାରିବା ୨୦ ପଇସା ପ୍ରତିଷେଧକ ବ୍ୟବସ୍ଥା ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ବୁଧବାର ଦିନ ଅଙ୍ଗନବାଡି କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଜନ୍ମ ରୁ ୧ ବର୍ଷ ଶିଶୁଙ୍କୁ ଛଅଗୋଟି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ମାଗଣାରେ ପ୍ରତିଷେଧକ ଟୀକା ଦିଆଯାଏ। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଏହି ଯୋଜନାର ସେବା ପାଇବା ପାଇଁ ଯୋଗ୍ୟତା ହେଲା- ବ୍ୟକ୍ତି ବିଶେଷ ଅଷ୍ଟମ ଶ୍ରେଣୀ ପାସ କରିଥିବେ କୌଣସି ପ୍ରକାର ସରକାରୀ ପ୍ରଯୁକ୍ତିରେ ପ୍ରଶିକ୍ଷଣ ଦେଇ ନଥିବେ। ବାର୍ଷିକ ଆୟ ୨୪୦୦୦ /-ରୁ ଅଧିକ ହୋଇନଥିବା । ଅତିକମରେ ତିନି ବର୍ଷ ହେଲା ଏହି ଅବସ୍ଥାରେ ଥିବା ଏଥିରେ ରୁଣ ,ଏକଲକ୍ଷ ଟଙ୍କା ଦିଆଯାଏ (ବେସରକାରୀ କାର୍ଯ୍ୟକ୍ଷେତ୍ର ପାଇଁ)।ଅନ୍ୟାନ୍ୟ ନୂତନ କାର୍ଯ୍ୟ କଳାପ ପାଇଁ ଦୁଇରୁ ଦଶଲକ୍ଷ୍ୟ ପର୍ଯ୍ୟନ୍ତ ରୁଣ ଦିଆଯାଇପରିବ ।ତେବେ ଏହାର ଭିନ୍ନ ନିୟମ ମାନ ରହିଛି । ମୂଳ ଋଣରେ ୭୫୦୦ ପର୍ଯ୍ୟନ୍ତ ରିହାତି ରହିଛି।ଅଧିକ ତଥ୍ୟ ପାଇଁ ଯୁନିୟନ ବ୍ୟାଙ୍କ କିମ୍ବା ବ୍ଲକ ସହିତ ଯୋଗାଯୋଗ କରନ୍ତୁ । ଇନ୍ଦିରା ଆବାସ ଯୋଜନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗ୍ରାମୀଣ ପରିବାର ,ତଫସିଲଭୁକ୍ତ ଅନୁସୂଚିତ ଜାତି/ଉପଜାତି ,ମୁକ୍ତ ହୋଇଥିବା ଗୋଡି ଶ୍ରମିକ ମାନଙ୍କୁ ଟ.୨୨,୦୦୦/-ପର୍ଯ୍ୟନ୍ତ ସହାୟତା ଦିଆଯାଉଛି । ଯୋଜନା ଅଧୀନରେ ନିର୍ମାଣ କରାଯାଉଥିବା ଘର ଯୋଗାଇ ଦିଆଯାଉଥିବା ପରିବାରର ମହିଳା ମୁକ୍ଷଙ୍କ ନାମରେ କରାଯାଏ। ଏପରିକି ସ୍ଵାମୀ ସ୍ତ୍ରୀ ଉଭୟଙ୍କ ନାମରେ ମଧ୍ୟ କରାଯାଇପାରେ। ବ୍ଲକ ଏବଂ ଗ୍ରାମ ପଞ୍ଚାୟତରୁ ଅଧିକ ସୂଚନା ପାଇପାରିବେ। ଅଣ ଅନୁଷ୍ଠାନିକ ଶିକ୍ଷା ଅଙ୍ଗନବାଡି ମାଧ୍ୟମରେ ଦିଆଯାଉଥିବା ଅନ୍ୟ ଏକ ସହାୟତା ହେଉଛି ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବୌଦ୍ଧିକ ଏବଂ ଶାରୀରିକ ଉନ୍ନତି ସକାଶେ ଶିକ୍ଷାଦାନ ।ଏହି ଶିକ୍ଷାଦାନ ପରେ ପ୍ରତିଦିନ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଇଥାଏ । ଜି.ଆର.କାର୍ଡରେ ମାଗଣା ଖାଦ୍ୟ ଅନାହାରରେ ରହୁଥିବା ଅତି ଦୁସ୍ଥ ପରିବାରକୁ ଏହି ସହାୟତା ଦିଆଯାଏ।ଅତି କଷ୍ଟ ସମୟରେ ୧୦ ଦିନ ମାଗଣା ଖାଦ୍ୟ ସେମାନଙ୍କୁ ଯୋଗାଇ ଦିଆଯିବ ।ଏହି ସହାୟତା ସମ୍ପୃକ୍ତ ସରପଞ୍ଚ ମାଧ୍ୟମରେ ମିଳିବ । ବିଧବା ଭତ୍ତା ବିଧବା ମହିଳାମାନଙ୍କର ବର୍ଷକୁ ଆୟ ଟ.୩୨୦୦ ରୁ କମ ଥିବ । ଏହି ଭତ୍ତା ପାଇଁ କିଛି ବୟସ ସୀମା ନାହିଁ । ଯେଉଁମାନେ ଭତ୍ତା ପାଇବାକୁ ଯୋଗ୍ୟ ହେବେ,ସରକାରଙ୍କ ତରଫରୁ ସେମାନଙ୍କୁ ମାସିକ ୧୦୦ ଟଙ୍କା ମିଳିବ । ଏହି ସେବା ପାଇବା ପାଇଁ ପଲ୍ଲିସଭାର ଅନୁମୋଦନ ଆବଶ୍ୟକ ଅଧିକ ଜାଣିବା ପାଇଁ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ ରେ ଯୋଗାଯୋଗ କରନ୍ତୁ । ଓଡିଶା ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓଡିଶାରେ ଏହି କାର୍ଯ୍ୟକ୍ରମ ୧୯୯୫ ମସିହାରୁ ଚାଲୁରହିଛି ।ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ଵାବଧାନରେ ଏହା କରାଯାଉଛି। ଏହା ଏକ ପ୍ରକାର ଯୋଜନା ଭାବେ ଭାରତ ସରକାର,ମାନବ ସମ୍ଭାଳ ବିକାଶ ମନ୍ତରାଳୟର ମୌଳିକ ଶିକ୍ଷା ଏବଂ ସ୍ବାକ୍ଷରତାଃ ବିଭାଗ ଦ୍ଵାରା ନିୟନ୍ତ୍ରିତ ହେଉଛି ।ଏକ ଶିକ୍ଷା ବର୍ଷରେ ୨୧୦ ଦିନ ପାଇଁ ୧ ମ ରୁ ୫ ମ ଶ୍ରେଣୀର ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ର ଛାତ୍ରୀ ମାନଙ୍କର ପୋଷଣଗତ ସ୍ଥିତିରେ ଉନ୍ନତି ଆଣିବା । ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି କରିବା । ଅଧାରୁ ପାଠପଢା ବନ୍ଦ ନ କରିବା ପାଇଁ ପିଲାମାନଙ୍କୁ ପ୍ପ୍ରୋଶ୍ଚାହନ ଦେବା। କାର୍ଯ୍ୟକ୍ରମ ର ପ୍ରଥମ ସୋପାନରେ ଏହା ସ୍ଵତନ୍ତ୍ର ବିଦ୍ୟାଳୟ ଏବଂ ଅନୁନ୍ନତ ଜିଲ୍ଲାରେ ସୀମାବଦ୍ଧ ଥିଲା । ବର୍ତ୍ତମାନ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି। ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେଉଥିବା ଟଙ୍କା ଏବଂ ସଉଦା ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାର ବହନ କରିଥାନ୍ତି ।ଅଗଷ୍ଟ ୨୦୦୪ ସୁଦ୍ଧା ଓଡିଶାର ୩୧୪ ଟି ବ୍ଲକ ମଧ୍ୟରୁ ୧୫୭ ଟି ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟାଳୟ,ବ୍ଲକ ଏବଂ ଅଙ୍ଗନବାଡି ସୁପର ଭାଇଜର ଙ୍କ ଠାରୁ ଏହି ତଥ୍ୟ ମିଳିପାରିବ । ଅନ୍ନପୂର୍ଣ୍ଣା ଯୋଜନା କେଉଁ ମାନେ ସେବା ପାଇପାରିବେ ଆବେଦନକାରୀଙ୍କର କୌଣସି ଦିଗରୁ ସାହାଯ୍ୟ ମିଳୁନଥିବ,ତାଙ୍କର ନିଜର କିଛି ରୋଜଗାର ନ ଥିବ । ହିତାଧିକାରୀ ମାସକୁ ୧୦ କିଲୋଗ୍ରାମ ଚାଉଳ ବା ଗହମ ମାଗଣାରେ ପାଇବେ। ହିତାଧିକାରୀ ପଲ୍ଲିସଭା କିମ୍ବା ଗ୍ରାମସଭାରେ ଚିହ୍ନଟ ହୋଇଥିବେ। ଅନ୍ତୋଦୟ ଅନ୍ନ ଯୋଜନା ଏହି ଯୋଜନା ଅତି ଗରିବ ଶ୍ରେଣୀର ଲୋକମାନଙ୍କୁ ସହାୟତା ଦିଆଯାଏ, ସେମାନଙ୍କୁ ପଲ୍ଲିସଭା ବା ଗ୍ରାମ ସଭାରେ ଚିହ୍ନଟ କରାଯାଏ। ହିତାଧିକାରୀମାନଙ୍କୁ ସରକାରଙ୍କ ଠାରୁ ମିଳୁଥିବା ଅନ୍ତ୍ୟୋଦୟ କାର୍ଡ ଦିଆଯାଏ। ସହାୟତା ପରିମାଣ –ଚିହ୍ନଟ ପରିବାର ,ମାସକୁ ୩୫ କି.ଗ୍ରା ଶସ୍ଯ ରିହାତି ଦରରେ (ଚାଉଳ କି.ଗ୍ରା. ପ୍ରତି ୩ ଟଙ୍କା) ଜନଶ୍ରୀ ବୀମା ଯୋଜନା ଉକ୍ତ ଯୋଜନାଟି ବିଶେଷ ରୂପେ ଦାରିଦ୍ର୍ୟ ସୀମାରେଖା ତଳେଥିବା କିମ୍ବା ତା ଠାରୁ ସାମାନ୍ୟ ଉପରକୁ ଥିବା ୧୮ ରୁ ୬୦ ବର୍ଷ ବୟସର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ । ନିର୍ଦ୍ଧାରିତ ୪୨ ଟି ପେଷାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।ଏଥିରେ କୃଷିଜୀବି, ରିକ୍ସାଚାଳକ ,ଅଟୋ ଡ୍ରାଇଭର,ଦୁଗ୍ଧ ଉତ୍ପାଦକ ଇତ୍ୟାଦି ଅନ୍ତର୍ଭୂକ୍ତ । ଏହୀ ଯୋଜନାରେ ସଦସ୍ୟ ହେବା ପାଇଁ ବ୍ସିକ ପ୍ରିମିୟମ ଟ.୨୦୦/-(ଦିନକୁ ମାତ୍ର ୨୮ ପଇସା)ଦେବାକୁ ପଡିଥାଏ। ଯେଉଁଥିରୁ ସରକାର ଟ.୧୦୦/-ବହନ କରିଥାନ୍ତି ଓ ସଦସ୍ଯକୁ ଟ.୧୦୦/-ଦେବାକୁ ପଡିଥାଏ । ବୀମା ଲାଭ ଉପରୋକ୍ତ ଯୋଜନାରେ ବିମଧାରୀଙ୍କୁ ବୀମା ଲାଭ ଟ.୨୦,୦୦୦/-ମିଳିଥାଏ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଟ.୫୦,୦୦୦/-ମିଳିଥାଏ । ସଂପୂର୍ଣ୍ଣ ପଙ୍ଗୁ ହେଲେ ଟ.୫୦,୦୦୦/-ଏବଂ ଆଂଶିକ ସ୍ଥାୟୀ ପଙ୍ଗୁତ୍ଵ ପାଇଁ ଟ.୨୫,୦୦୦/-ମିଳିବ । ଶିକ୍ଷା ସହଯୋଗ ଯୋଜନା : ଭାରତ ସରକାରଙ୍କ ଦ୍ଵାରା ପ୍ରଣୋଦିତ ଏହି ବୃତ୍ତି ଯୋଜନାଟି ବିଶେଷ ରୂପେ ଜନଶ୍ରୀ ବୀମା ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ।ପରିବାରର ଦୁଇଟି ପାଠ ପଢୁଥିବା ପିଲାଙ୍କ ପାଇଁ ୯ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ତିନି ମାସକୁ ୯,୩୦୦/-ମାଗଣା ଛାତ୍ରୀ ବୃତ୍ତି ମିଳିବ । ଯୋଗାଯୋଗ : ଅଧିକ ଜାଣିବା ପାଇଁ ପାଖ ଜୀବନ ବୀମା ନିଗମ କର୍ଜୟାଳୟ ସହ ଯୋଗାଯୋଗ କରନ୍ତୁ। ରାଜରାଜେଶ୍ଵରୀ ମହିଳା କଲ୍ୟାଣ ବୀମା ଯୋଜନା ବିଶେଷତା: ସମସ୍ତ ମହିଳା ମାନେ ୧୦ ରୁ ୭୫ ବର୍ଷ ମଧ୍ୟରେ ସେମାନଙ୍କର ଆୟ ତଥା ପେଷା କିଛି ବି ହେଉ ସାମିଲ ହୋଇପାରିବ । ପୂର୍ଣ୍ଣ ବିକଳାଙ୍ଗ କିମ୍ବା କୌଣସି ଅଙ୍ଗ ନ ଥିଲେ ।ଦୁଇ ଆଖି ନ ଥିଲେ । ଏକ ଅଙ୍ଗ ଏକ ଆଖି ନ ଥିବା ଅବସ୍ଥାରେ ୧୫ ଟଙ୍କା ବାର୍ଷିକ ପ୍ରିମିୟମ ଦେଇ ଯୋଜନାରେ ସାମିଲ ହୋଇପାରିବେ ଏବଂ ୨୫,୦୦୦/- ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । କେବଳ ଗୋଟିଏ ଅଙ୍ଗ ନ ଥିବା ସ୍ଥିତିରେ ୧୨,୫୦୦ ତାଙ୍କର ବୀମା ରାଶିର ଦେୟ ହୋଇଥାଏ ଏବଂ ଦୁର୍ଘଟଣାରେ ପଟୀର ମୃତ୍ୟୁ ହେବା ସ୍ଥିତିରେ ପତ୍ନୀଙ୍କୁ୨୫,୦୦୦ ଟଙ୍କା ବୀମା ରାଶି ଦିଆଯାଏ । ଅତିରିକ୍ତ ପ୍ରିମିୟମ ୯ ଟଙ୍କା ଦେଲେ ଅତିରିକ୍ତ ବୀମା ସୁରକ୍ଷା । ଯୋଗାଯୋଗ : ଅଧିକ ତଥ୍ୟ ଏବଂ ଯୋଜନାରେ ସାମିଲ ହେବା ପାଇଁ ଓରିଯନ୍ତାଳ ନିଗମ ଲିମିଟେଡ ସହ ସମ୍ପର୍କ କରନ୍ତୁ। ଜାତୀୟ ଖାଦ୍ୟ ପାଇଁ କାମ ଯୋଜନାରେ ମଜୁରୀ ଏହି ଯୋଜନା ଅଧୀନରେ ମଜୁରୀ ସାଧାରଣତଃ ମଜୁରୀର ଏକ ଅଂଶ ଖାଦ୍ୟ ଶସ୍ୟ ଆକାରରେ ଓ ଅନ୍ୟ ଏକ ଅଂଶ ଟଙ୍କା ଆକାରରେ ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ମଜୁରୀ ପରିମାଣ କୁଶଳୀଓ ଅଣକୁଶଳୀ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମଜୁରିଠାରୁ କୌଣସି ପରିସ୍ଥିତିରେ କମ ହେବ ନାହିଁ। ଗ୍ରାମାଞ୍ଚଳରେ କୃଷି ଶ୍ରମିକଙ୍କ ପାଇଁ ପ୍ରଯୁଜ୍ୟ ହିଁ କାର୍ଯ୍ୟକାରୀ ହେବ ।ଉଭୟ ମହିଳା ଓ ପୁରୁଷ ଶ୍ରମିକଙ୍କୁ ସମାନ ମଜୁରୀ ଦିଆଯିବ । ସପ୍ତାହରେ ଠାରେ ଏକ ନିର୍ଦ୍ଧିଷ୍ଟ ଦିନରେ ମଜୁରୀ ପ୍ରଦାନ କରାଯିବ ।ବିଶେଷତଃ ସ୍ଥାନୀୟ ହାତର ପୂର୍ବ ଦିନ ଏହା ପ୍ରଦାନ କରାଯିବ ଉଚିତ। କାର୍ଯ୍ୟନିର୍ବାହୀ ସଂସ୍ଥା ବଳବତ୍ତର ଥିବା ସ୍ଥିତି ଅଧୀନରେ ଯଦି ବିଜ୍ଞାପନ ମଜୁରୀ ଅନୁଯାୟୀ ଗୋଟିଏ ଶ୍ରେଣୀର ଶ୍ରମିକଙ୍କୁ ମଜୁରୀ ଦେବା ପାଇଁ ଅନିଚ୍ଛୁକ ହୁଏ,ତେବେ ସେ କ୍ଷେତ୍ରରେ ଜିଲ୍ଲା ପଞ୍ଚାଯତ ସମିତି ପରବର୍ତ୍ତୀ ଅର୍ଥ ପ୍ରଦାନ ବନ୍ଦ ରଖି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଇବେ ଏବଂ ତ୍ରୁଟି କରୁଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏ ସମ୍ପର୍କରେ ଜଣାଇବେ ।କେନ୍ଦ୍ର ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବେ । ଯେଉଁ ଜିଲ୍ଲାରେ ଉପୋରୋକ୍ତ ନିୟମ ଗୁଡିକ ଅନୁଶ୍ରୁତ ନ ହୋଇ ଅସୁବିଧା ସୃଷ୍ଟି ହୋଇଥିବା କଥା କେନ୍ଦ୍ର ସରକାର ଜାଣିବେ, ସେହି ସବୁ ଜିଲ୍ଲାକୁ ଯୋଜନା ଅଧୀନ ପରବର୍ତ୍ତୀ କିସ୍ତିର ଅର୍ଥ ଓ ଖାଦ୍ୟ ଶସ୍ୟ ପ୍ରଦାନ ବନ୍ଦ ରଖାଯିବ । ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଆଇନ ୨୦୦୫ ୨୦୦୫ ସଂସଦରେ ଗୃହିତ ହୋଇ ୫ ସେପ୍ଟେମ୍ବର ୨୦୦୫ ରସ୍ତ୍ରପତିଙ୍କ ଅନୁମୋଦନ ଲାଭ କରିଛି । ଓଡିଶାରେ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨ ଫେବ୍ରୁଆରି ୨୦୦୬ ଠାରୁ ୧୯ ଟି ଜିଲ୍ଲାର ୨୦୫ ଗୋଟି ବ୍ଲକ,୩୬୭୨ ଟି ଗ୍ରାମ ପଞ୍ଚାଯତ ଓ ୩୨୦୪୭ ଟି ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା- -ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର,ଯାହାକି ସାବାଳକ ସଦସ୍ୟ ସ୍ଵେଚ୍ଛାକୃତ ଭାବେ ଅଣକୁଶଳୀ ଶାରୀରିକ ଶ୍ରମ କରିବାକୁ ଇଚ୍ଛୁକ ଥିବେ,ସେମାନଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଇବା । -ଗ୍ରାମାଞ୍ଚଳ ଲୋକମାନଙ୍କ ଜୀବନ ଜୀବିକାରମାନ ଅଭିବୃଦ୍ଧି କରିବା । -ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମିର ବିକାଶ କରିବା । ଯୋଜନା ଅନୁଯାୟୀ ଗୋଟିଏ। ପଞ୍ଚାଯତରେ ବସ କରୁଥିବା ଗୋଟିଏ ପରିବାରରେ ଏକାଠି ଜଳୁଥିବା ସମସ୍ତ ସାବାଳକ ବ୍ୟକ୍ତି ଏପରିକି ଯେଉଁମାନେ ଏକ ଆର୍ଥିକ ବର୍ଷରେ କିଛି ମାସ ପାଇଁ କର୍ମ ନିଯୁକ୍ତି ପାଇ ସାରିଥିବେ ସେମାନେ ମଧ୍ୟ ଏଇ ଆଇନ ମାଧ୍ୟମରେ ଅଣକୁଶଳୀ ଶାରୀରିକ ଶ୍ରମ ପାଇଁ ଦାବି କରିପାରିବେ ଏବଂ ଏଥିରେ ମହିଳାମାନକୁ କମ ଯୋଗାଇଦେବା କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ଏକ ତୃତୀୟନ୍ସ ହିତାଧିକାରୀ ମହିଳା ରହିବେ। ଯୋଜନା ଅନୁସାରେ ଗୋଟିଏ ପରିବାରକୁ ୧୦୦ ଦିନ କାମ ଯୋଗାଇ ଦିଆଯାଇ ପାରିବା ।ପାରିବାରିକ ମୁଖ୍ୟ ନିଜେ ଏହି ୧୦୦ ଦିନ କମ ଏକୁଟିଆ କରିପାରନ୍ତି ବା ପରିବାରରେ ଥିବା ସାବାଳକ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଗ କରି ଦେଇପାରନ୍ତି। ସାଧାରଣତଃ ଏହି କମ କରିବାର ସମୟ ସୀମା ଅତିକମ୍ରେ ଏକକାଳୀନ ଭାବେ ୧୪ ଦିନ ପାଇଁ ଦିଆଯିବ ତେବେ ସପ୍ତାହରେ ୬ ଦିନରୁ ଅଧିକ ଦିଆଯିବନି। କର୍ମନିଯୁକ୍ତି ପାଇଁ ପ୍ରତି ପରିବାରକୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ । ଏଠି ନିମନ୍ତେ ପରିବାରର ସମସ୍ତ ସାବାଳକ ବ୍ୟକ୍ତି ସେମାନଙ୍କ ନାମ, ବୟସ ,ଲିଙ୍ଗା ତଥା ଠିକଣା ସହ ଗ୍ରାମ ପଞ୍ଚୟତାକୁ ଆବେଦନ କରିବେ।ବର୍ଷସାରା ଯେକୌଣସି ସମୟରେ ସେ ଏହି ଆବେଦନ କରିପାରିବେ ଓ ଏହା ୫ ବର୍ଷ ପାଇଁ ବଳବତ୍ତର ରହିବା ।ଗ୍ରାମ ପଞ୍ଚାଯତ ପଞ୍ଜୀକରଣ କରିବା ପୂର୍ବରୁ ପ୍ରତ୍ୟେକ ଆବେଦନକାରୀ ପରିବାରର ବିଷାଣ ବିବରଣୀ ଅନୁସନ୍ଧାନ କରିବେ । ଆଧାର : ପୋର୍ଟାଲ ଟିମ