ସ୍ୱାସ୍ଥ୍ୟ କ’ଣ ଜଣେ ବ୍ୟକ୍ତିର “ସମ୍ପୂର୍ଣ ଶାରୀରିକ,ମାନସିକ ଏବଂ ସାମାଜିକ ସମୃଦ୍ଧି ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ ।ଏହା କେବଳ ରୋଗର ଅନୁପସ୍ଥିତି ଏବଂ ଦୁର୍ବଳତାଶୂନ୍ୟ ଅବସ୍ଥାକୁ ବୁଝାଏ ନାହିଁ । ଆଧ୍ୟାତ୍ମିକ ସ୍ଵଛନ୍ଦତା ମଧ୍ୟ ସ୍ୱାସ୍ଥ୍ୟର ଏକ ମୌଳିକ ଉପାଦାନ। ଉତ୍ତମ ସ୍ୱାସ୍ଥ୍ୟ ରହିଥିଲେ ଜଣେ ବ୍ୟକ୍ତି ଉପାର୍ଜନକ୍ଷମ ହୋଇ ଉତ୍ତମ ସାମାଜିକ ଜୀବନ ବିତାଇ ପାରିବ । ପ୍ରାଥମିକ ସ୍ଵାସ୍ଥ୍ୟସେବା କ’ଣ ଏହା ଏକ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯାହାକି ସାର୍ବଜନୀନ ଭାବେ ଗୋଷ୍ଠୀର ସମସ୍ତ ବ୍ୟକ୍ତି ଓ ପରିବାରଙ୍କ ପାଇଁ ଉପଲବ୍ଧ ଥିବ ,ଗୋଷ୍ଠୀର ସମ୍ପୂର୍ଣ ସହଭାଗିତାରେ କରାଯାଉଥିବ ଏବଂ ପ୍ରତ୍ୟେକ ସ୍ତରରେ ଏଗୁଡ଼ିକର ଉନ୍ନତି ନିମନ୍ତେ ପଦ୍ଧପରିକର ହୋଇ ଗୋଷ୍ଠୀ ଏବଂ ଦେଶ ଏଥିପାଇଁ ବିନିଯୋଗ କରିପାରୁଥିବେ । ପ୍ରାଥମିକ ସ୍ୱାସ୍ଥ୍ୟସେବାର କେଉଁ ସବୁ ସୁବିଧା ରହିଥିବା ଦରକାର: ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବଂ ସେଗୁଡିକର ପ୍ରତିରୋଧ ବିଷୟରେ ଶିକ୍ଷାଦେବା ଓ ନିୟନ୍ତ୍ରଣ କରିବାର ଉପାୟ ବତାଇବା। ଖାଦ୍ୟ ଓ ପୁଷ୍ଟି ଯୋଗାଣରେ ଉନ୍ନତି ଆଣିବା ବିଶୁଦ୍ଧ ଜଳଯୋଗାଣ ଏବଂ ମୌଳିକ ପରିମଳ ବ୍ୟବସ୍ଥା ସଂକ୍ରାମକ ରୋଗ ନିମନ୍ତେ ଟୀକାକରଣ ସ୍ଥାନୀୟ ଅଞ୍ଚଳରେ ହେଉଥିବା ରୋଗଗୁଡିକର ପ୍ରତିଷେଧକ ଓ ପ୍ରତିରୋଧ ବ୍ୟବସ୍ଥା ସାଧାରଣ ରୋଗ ଏବଂ କ୍ଷତର ଉପଯୁକ୍ତ ଚିକିସ୍ସା ଏବଂ ଅତ୍ୟାବଶୀକୀୟ ଔଷଧ ଯୋଗାଣ ବ୍ୟବସ୍ଥା ଆଧାର : ପୋର୍ଟାଲ ଟିମ