ଆମ ଶରୀରକୁ ପରିପୋଷଣ କରିବା ପାଇଁ ଆବଶ୍ୟକ ଉପାଦାନ ମୁଖ୍ୟତଃ ଆମେ ଖାଦ୍ୟରୁ ପାଇଥାଉ ।ଖାଦ୍ୟ ର କାର୍ଯ୍ୟ ବା ଉପଦେୟତା ଦୃଷ୍ଟିରୁ ଖାଦ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି – ଶକ୍ତି ଯୋଗାଇବା ଆମ ଶରୀରର ବିଭିନ୍ନ କାର୍ଯ୍ୟ ଯଥା –ଶରୀରକୁ ଉଷ୍ଣ ରଖିବା ,ଚାଲିବା ,ବୁଲିବା ଘର କାର୍ଯ୍ୟ କରିବା ପ୍ରଭୃତି ବାହ୍ୟ କାର୍ଯ୍ୟ ଏବଂ ଶରୀର ଭିତରେ ହେଉଥିବା ବିଭିନ୍ନ ପ୍ରକ୍ରିୟା –ଶ୍ଵାସକ୍ରିୟା ,ସଂଚାଳନ ପ୍ରକ୍ରିୟା ,ଏଭଳି ଅନେକ କାର୍ଯ୍ୟ ପାଇଁ ଶକ୍ତିର ଆବଶ୍ୟକତା ରହିଛି ।କେତେକ ଖାଦ୍ୟ ମାଧ୍ୟମରେ ଶରୀର ଏହି ଆବଶ୍ୟକୀୟ ଶକ୍ତିର ଭରଣା କରିଥାଏ।ସେହି ଖାଦ୍ୟ ଗୁଡିକୁ ଶକ୍ତିଦାୟକ ଖାଦ୍ୟ ବୋଲି କୁହାଯାଏ। ଶକ୍ତି ପ୍ରଦାନକାରୀ ଖାଦ୍ୟ ଶସ୍ୟ ଜାତୀୟ ଖାଦ୍ୟ :ଚାଉଳ,ଗହମ,ମଣ୍ଡିଆ, ମକା ,ସାଗୁ ଅଧିକ ଶ୍ଵେତସାର ଯୁକ୍ତ ପାରିବା :କଞ୍ଚା କଦଳୀ ,କନ୍ଦମୂଳ,ଆଳୁ,ପଣସ କଠା ଇତ୍ୟାଦି ତେଲ ଓ ଚର୍ବି ଜାତୀୟ ଖାଦ୍ୟ ଚିନି ଓ ଗୁଡ ଶରୀର ଗଠନର ସାହାଯ୍ୟ କରିବା ଶରୀର ଗଠନ କହିଲେ ଶରୀରର ଦୁଇଟି ପ୍ରକ୍ରିୟାକୁ ବୁଝାଯାଏ ।ପ୍ରଥମଟି ହେଲା ଶରୀର ବୃଦ୍ଧି ହେବା ଏବଂ ଦ୍ଵିତୀୟଟି ହେଲା ପରିପକ୍ଵ ହୋଇ ନଷ୍ଟ ହୋଇଯାଉଥିବା ଜୀବକୋଷ ବଦଳରେ ନୂତନ ଜୀବକୋଷର ସୃଷ୍ଟି ହେବା। ଆମ ଶରୀରରେ ଥିବା ଅସଂଖ୍ୟ ଜୀବକୋଷର ସୃଷ୍ଟି ଏବଂ ବିଲୟ ଚାଲିଛି। ଯେଉଁ ଜୀବକୋଷଗୁଡିକୁ ନେଇ ଆମର ସଂପୂର୍ଣ୍ଣ ଶରୀର ଗଠନ ହୋଇଛି ସେହି ଜୀବକୋଷ ଗୁଡିକୁରୁ କେତେକ ମରିଯାନ୍ତି ଏବଂ ନଷ୍ଟ ହୋଇଯାନ୍ତି ।ନଷ୍ଟ ହୋଇଯାଉଥିବା ଏବଂ ମରି ଯାଇଥିବା ଜୀବକୋଷଗୁଡିକ ସ୍ଥାନରେ ନୂଆ ଜୀବକୋଷ ଗୁଡିକ ସୃଷ୍ଟି କରିବାରେ ଏହି ପ୍ରକାର ଖାଦ୍ୟ ସହାୟକ ହୁଏ। ଶରୀର ଗଠନକାରୀ ଖାଦ୍ୟ ଦୁଗ୍ଧଜାତୀୟ ଖାଦ୍ୟ ଡାଲିଜାତୀୟ:ଶୁଖିଲା ମଟର ,ବିନ, ଶିମ୍ବ ଓ ସବୁ ପ୍ରକାର ଡାଲି ମାଛ ,ମାଂସ ଓ ଅଣ୍ଡା ସଂକ୍ରମଣ ରକ୍ଷା କରିବା ଶରୀରର ଉପଯୁକ୍ତ ପରିଚାଳନା ପାଇଁ ଏହାକୁ ସଂକ୍ରମଣରୁ ରକ୍ଷା କରିବା ଦରକାର।ପ୍ରତି ମୂହୁର୍ତ୍ତରେ ଶରୀରକୁ ବାହ୍ୟ ସଂକ୍ରମଣର ଆଶଙ୍କା ରହିଛି ।ଶରୀରରେ ଥିବା ପ୍ରତିରୋଧ କ୍ଷମତା ଏହି ସଂକ୍ରମଣରୁ ରକ୍ଷା କରିଥାଏ।ଫଳରେ ଶରୀର ପ୍ରକ୍ରିୟା ସୂଚାରୁ ରୂପେ ଚାଲିଥାଏ।ଯଦି ଜଣଙ୍କ ଶରୀରରେ କୌଣସି ପ୍ରକାରର ଖାଦ୍ୟସାର ଅଭାବ ଜନିତ ଅସୁସ୍ଥତା ଦେଖାଦିଏ,ତେବେ ଆବଶ୍ୟକ ଖାଦ୍ୟସାର ଏହି ଅଭାବ ଏବଂ ଅସୁସ୍ଥତା ଦୂର କରିବାରେ ସହାୟକ ହୁଏ।ଉପଯୁକ୍ତ ଖାଦ୍ୟସାର ପାଉ ନଥିବା ବ୍ୟକ୍ତିର ଅସୁସ୍ଥତା ଦୂର ହେବା ପାଇଁ ବହୁତ ସମୟ ଲାଗିଥାଏ। ଶରୀର ସୁରକ୍ଷାକାରୀ ଖାଦ୍ୟ ଫଳ ,ଅମୃତଭଣ୍ଡା,ପାଚିଲା କଦଳୀ ,ସପେଟା,ଆମ୍ବ,କମଲା,ଲେମ୍ବୁ ,ଅଁଳା ଇତ୍ୟାଦି ଶାଗ ଓ ସବୁଜ ପନିପରିବା : ସଜନା ଶାଗ,ଲେଉଟିଆ ଶାଗ,ପାଳଙ୍ଗଶାଗ,ପିଆଜ ଶାଗ ,ମୂଳା ଶାଗ,ପୋଇଶାଗ ଇତ୍ୟାଦି ଅନ୍ୟାନ୍ୟ ପନିପରିବା: ସଜନ ଛୁଇଁ ,ବାଇଗଣ,କଖାରୁ,ଝୁଡଙ୍ଗ,ଭେଣ୍ଡି,କଲରା,ଗାଜର,ବିଲାତି ବାଇଗଣ ଇତ୍ୟାଦି ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ସୁଷମ ଖାଦ୍ୟ କୁହାଯାଏ।ତେବେ କେଉଁ ଖାଦ୍ୟରୁ କେତେ ପରିମାଣରେ ଖାଇବା ଏବଂ କେତେ ତାରରେ ଖାଇବ ତାହା ମଧ୍ୟ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ ।ସୁଷମ ଖାଦ୍ୟରେ ଖାଦ୍ୟର ସମସ୍ତ ପ୍ରକାର ଉପାଦାନ ରହିଥିବା ଆବଶ୍ୟକ। ସୁଷମ ଖାଦ୍ୟ ଏକ ନମୁନା(ସାଧାରଣ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ) ଖାଦ୍ୟ ପଦାର୍ଥ ପରିମାଣ ଚାଉଳ /ଗହମ ୪୬୦ ଗ୍ରାମ ଡାଲି ୪୦ ଗ୍ରାମ ପନିପାରିବା ୬୦ ଗ୍ରାମ ସବୁଜ ପତ୍ର ପନିପରିବା ୫୦ ଗ୍ରାମ କ୍ଷୀର ୧୫୦ ମିଲି ତେଲ/ଘିଅ ୪୦ ଗ୍ରାମ ଚିନୀ/ଗୁଡ ୩୦ ଗ୍ରାମ ଖାଦ୍ୟପଦାର୍ଥରେ ଥିବା ଗୁଣକୁ ନଷ୍ଟ ଣ ହେବା ପାଇଁ ପ୍ରସ୍ତୁତ ସମୟରେ ସାବଧାନ ରହିବା । ଯଥା – ରାନ୍ଧିବା ସମୟରେ ବଳକା ରହୁଥିବା ପାଣିକୁ ଫିଙ୍ଗି ଣ ଦେବା ଅଳ୍ପ ପାଣିରେ ରାନ୍ଧିବା ଓ ରାନ୍ଧିବା ସମୟରେ ଖାଦ୍ୟପଦାର୍ଥକୁ ଘୋଡାଇବା କାଟିବା ପୂର୍ବରୁ ଧୋଇବା ଖାଦ୍ୟପଦାର୍ଥକୁ ଆବଶ୍ୟକ ଠାରୁ ଅଧିକ ନ ସିଝାଇବା ଲୁହା ପାତ୍ରରେ ରୋଷେଇ କରିବା ଇତ୍ୟାଦି ମନେ ରଖନ୍ତୁ ନିଜ ଅଞ୍ଚଳରେ ମିଳୁଥିବା ଖାଦ୍ୟପଦାର୍ଥକୁ ଭୋଜନରେ ଖାଆନ୍ତୁ। ଆଧାର : ପୋର୍ଟାଲ ଟିମ