ପ୍ରଶ୍ନାବଳୀର ପ୍ରସ୍ତୁତି ସାକ୍ଷାତକାରର ଫଳାଫଳ ପରିଚାଳନା ପାଇଁ ତୁମର ପ୍ରଶ୍ନଗୁଡିକୁ ଆଗରୁ ପ୍ରସ୍ତୁତ କରି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାକ୍ଷୀଙ୍କର ବର୍ଣ୍ଣନାମୂଳକ ବୟାନ ଶୁଣି ସାରିବା ପରେ ତୁମେ ନିର୍ଦ୍ଧିଷ୍ଟ ଘଟଣା ସଂପର୍କରେ ପ୍ରଶ୍ନ ପଚାରିବାକୁ ଚାହିଁପାର । ଦୃଷ୍ଟାନ୍ତ ସ୍ୱରୂପ , ଜେଲ ହାଜତରେ ବା ପୁଲିସ୍ ହେପାଜତରେ ଥିଲାବେଳେ ନିର୍ଯ୍ୟାତନା ଘଟଣା ଘଟିଥିଲେ ଜଣେ ସାକ୍ଷୀ ଯଦି କୁହେ ଯେ ପୁଲିସ୍ ସଂପୃକ୍ତ ନିର୍ଯ୍ୟାତିତଙ୍କ ଘରକୁ ଆସିଥିଲା , ସାକ୍ଷାତକାର ନେଇଥିବା ମାନବ ଅଧିକାର କର୍ମୀ ନିମ୍ନମତେ ପ୍ରଶ୍ନ ପଚାରିପାରେ ଯେପରିକି : ସେମାନେ ପୁଲିସ୍ ବୋଲି ତୁମେ କେମିତି କହୁଛ ? ସେମାନେ କିପରି ପୋଷାକ ପିନ୍ଧିଥିଲେ ? ସେମାନେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ପରିଧାନ (ବର୍ଦ୍ଧୀ) ପିନ୍ଧିଥିଲେ କି ? ସେମାନଙ୍କର ପରିଧାନ ଉପରେ ସେମାନେ କିଛି ସନ୍ତକ (ବ୍ୟାଜ୍) ଲଗାଇଥିଲେ କି ? ସେତେବେଳେ କେତେଜଣ ପୁଲିସ୍ ଥିଲେ ? ସେମାନେ ସାଙ୍ଗରେ କୌଣସି ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ କି ? ଯଦି ‘ ହଁ ’ , ତାହା କି ଧରଣର ଅସ୍ତ୍ର ଥିଲା ? ସେମାନଙ୍କ ଭିତରୁ କାହାରି ନାମ ତୁମେ ଜାଣିଛ କି ? କିମ୍ବା ସେମାନେ କେଉଁ ଥାନାରୁ ଆସିଥିଲେ ? ତୁମ ଛଡା ଆଉ କେହି ସେମାନଙ୍କୁ ଦେଖିଥିଲା କି ? ସେମାନେ ପହଞ୍ଚିଲା ପରେ ବା ସେମାନେ ତୁମ ଘର ଭିତରେ ଥିବାବେଳେ କ’ଣ କରିଥିଲେ ? ସେମାନେ ତୁମକୁ ବା ତୁମ ପରିବାରର କୌଣସି ସଦସ୍ୟଙ୍କୁ ଧମକ ଦେଇଥିଲେ କି ? ସେମାନେ ତୁମକୁ ବା ତୁମ ପରିବାରର କୌଣସି ସଦସ୍ୟଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରି ଗାଳି ଦେଇଥିଲେ କି /ଅସଦ୍ ବ୍ୟବହାର କରିଥିଲେ କି ? ସେମାନେ ତୁମ ଶରୀରକୁ କୌଣସି ପ୍ରକାରେ ସ୍ପର୍ଶ କରିଥିଲେ କି ? ଯଦି କରିଥିଲେ , ସେମାନେ ତୁମର ଶରୀର ଉପରେ କୌଣସି ଭାବରେ ଆଘାତ କରିଥିଲେ କି ? ଯଦି କରିଥିଲେ , ସେମାନେ ତୁମକୁ ମାଡ ମାରି ଥିଲେ କି ? କିମ୍ବା ନିର୍ଯ୍ୟାତନା ଦେଇଥିଲେ କି ? ଯଦି ଏହା ହୋଇଥିଲା , ତେବେ ଏହି ମାଡ କେତେ ସମୟ ଧରି ଚାଲିଥିଲା ? ମାଡ ଦେଲାବେଳେ କେତେଥର ଆଘାତ କରିଥିଲେ ? ସେମାନେ ତୁମକୁ ମାଡ ଦେଲାବେଳେ କ’ଣ ବ୍ୟବହାର କରିଥିଲେ ? ତୁମ ଶରୀରର କେଉଁ ଅଙ୍ଗକୁ ସେମାନେ ଆଘାତ କରିଥିଲେ ? ସେହି ସମୟରେ ଓ ତାହା ପର ତୁମେ କ’ଣ ଅନୁଭବ କରିଥିଲ ? ସେମାନେ ତୁମକୁ କିଛି କରିବାକୁ କହିଥିଲେ କି ? ସେମାନେ ତୁମକୁ ଘରଛାଡି ଚାଲିଯିବାକୁ କହିଥିଲେ କି ? ସେମାନେ ତୁମକୁ ଜେଲ୍ କୁ ବା ଅଟକ ଶିବିରକୁ ନେଇ ଯାଇଥିଲେ କି ? ତାହା କେଉଁଠାରେ ? ଏହି ଯାତ୍ରା କାଳରେ କିଛି ଘଟିଥିଲା କି ? ତୁମେ କେତେବେଳେ ଜେଲ୍ ରେ ବା ଅଟକ ଶିବିରରେ ପହଞ୍ଚି ଥିଲ , ସେତେବେଳେ କ’ଣ ଘଟିଲା ? ଅଟକ ରହିଥିବା ସମୟରେ ସେଠାକାର ଅବସ୍ଥା କ’ଣ ଥିଲା ?(କୋଠରୀର ଆକାର କ’ଣ ଥିଲା , ଅନ୍ତୋବାସୀଙ୍କ ସଂଖ୍ୟା କେତେଥିଲା , କି ପ୍ରକାର ଖାଦ୍ୟ ଓ କେତେ ପରିମାଣର ମିଳୁଥିଲା , ପରିମଳ ବ୍ୟବସ୍ଥା କିପରି ଥିଲା , ଇତ୍ୟାଦି ) ସେହି ଏକା ସମୟରେ ଅନ୍ୟ ଯେଉଁମାନେ ଅଟକ ଥିଲେ , ସେମାନଙ୍କର ନାମ ତୁମେ ଜାଣିଛ କି ? ତୁମକୁ କେତେବେଳେ ଛାଡି ଦିଆଗଲା ? କେମିତି ଛାଡ୍ ପାଇଲ ? ଜାତି /ଅନୁସୂଚିତ ଜନଜାତିଙ୍କ ସୁରକ୍ଷା ଆଇନର ପ୍ରାବଧାନଗୁଡିକୁ ମାନବ ଅଧିକାରର ପ୍ରତିରକ୍ଷକ ୧୯୮୯ ମସିହାରେ ପ୍ରଣୀତ ନିର୍ଯ୍ୟାତନାରୁ ଅନୁସୂଚିତ ଜାତି /ଅନୁସୂଚିତ ଜନଜାତିଙ୍କ ସୁରକ୍ଷା ଆଇନ ଦୃଷ୍ଟିରୁ ଘଟିଥିବା କୌଣସି ମାମଲା ସଂପର୍କରେ ସାକ୍ଷାତକାର ନିଆଯାଉଥିଲେ ଏହି ଆଇନର ଧାରା ୩(୧) ଉପଧାରା (୧) ଠାରୁ (୧୫) ପର୍ଯ୍ୟନ୍ତ ପ୍ରବିଧାନରେ ଉଲ୍ଲିଖିତ ନିର୍ଯ୍ୟାତନା ଅପରାଧ ନେଇ ପ୍ରଶ୍ନ ପଚରାଯାଇପାରେ । ତେବେ ଏହି ଆଇନର ପ୍ରାବଧାନଗୁଡିକୁ ମାନବ ଅଧିକାରର ପ୍ରତିରକ୍ଷକ ନିମ୍ନମତେ ଅନୁସରଣ କରିପାରନ୍ତି । ଯେପରିକି - ପ୍ରଥମ ସୂଚନା ରିପୋର୍ଟ ପଞ୍ଜୀକୃତ ହୋଇଛି କି ନାହିଂ ? ଯଦି ପଞ୍ଜୀକୃତ ହୋଇଛି , ତେବେ ଉପରୋକ୍ତ ଆଇନର ଯଥୋପଯୁକ୍ତ ଧାରା / ଉପଧାରା ପ୍ରଥମ ସୂଚନା ରିପୋର୍ଟରେ ଉଲେଖା ହୋଇଛି କି ନାହିଂ ? ତଦନ୍ତକାରୀ ପୁଲିସ୍ ଅଧିକାରୀ କିଏ ? ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି (ନିର୍ଯ୍ୟାତନା ନିରୋଧ) ନିୟମାବଳୀ , ୧୯୯୫ର ନିୟମ - ୭(୧) ଅନୁଯାୟୀ ଏହି ତଦନ୍ତକାରୀ ଅଧିକାରୀ ପୁଲିସ୍ ଉପଅଧିକ୍ଷକଙ୍କ (ଡି . ଏସ୍ .ପି.)ଙ୍କ ପାହ୍ୟାଠାରୁ କମ୍ ପଦବୀର ହୋଇପାରିବେ ନାହିଂ । ଏହି ୧୯୯୫ ନିୟମାବଳୀର ନିୟମ – ୭ (୨) ଅନୁସାରେ ୩୦ ଦିନ ମଧ୍ୟରେ ଦୋଷାରୋପ ଫର୍ଦ୍ଦ (ଚାର୍ଜସିଟ୍ ) ଦାଖଲ କରିବାକୁ ହେବ । ପୀଡ଼ିତାଙ୍କୁ ନିୟମ ୧୨(୪)ଏବଂ (୭) ସଂଲଗ୍ନ ଅବୁସୂଚିତ ଅନୁଯାୟୀ କ୍ଷତିପୂରଣ ଉପଯୁକ୍ତ କର୍ତ୍ତୃପକ୍ଷ (ଜିଲ୍ଲା ସମାଜମଙ୍ଗଳ ଅଧିକାରୀ , ଜିଲ୍ଲା କଲ୍ୟାଣ ଅଧିକାରୀ / ଜିଲ୍ଲା ଭିଜିଲାନ୍ସ କମିଟି ) ଜରିଆରେ ଦେବାର ବ୍ୟବସ୍ଥା ହୋଇଛି କି ନାହିଂ ? କ୍ଷତିପୂରଣ ବା ପରିବର୍ଦ୍ଧିତ କ୍ଷତିପୂରଣ ପାଇବା ପାଇଁ ଦରଖାସ୍ତ ଧାରା – ୧୨(୭) ଅନୁଯାୟୀ ସ୍ଵତନ୍ତ୍ର ଅଦାଲତରେ ଦାଖଲ କରାଯାଇପାରିବ । v ସର୍ବାଧିକ କ୍ଷତିପୂରଣର ପରିମାଣ କେତେ ? v କ୍ଷତିପୂରଣ କେତେ କିସ୍ତିରେ ମିଳିବ ? v ଏହିସବୁ କିସ୍ତି କେବେ ଦିଆଯିବ ? ମହିଳାଙ୍କ ବିରୁଦ୍ଧରେ ହିଂସା ଆଚରଣ ମାମଲାରେ ସଂଘଟିତ ଉଲ୍ଲଘଂନ ବା ନିର୍ଯ୍ୟାତନା ସଂପର୍କରେ ବିଭିନ୍ନ ଆଇନକୁ ଦୃଷ୍ଟିରେ ରଖି ସାକ୍ଷାତକାରର ପ୍ରଶ୍ନାବଳୀ ତିଆରି କରିବାକୁ ହେବ । ଏହିସବୁ ଆଇନ ମଧ୍ୟରେ ରହିଛି ମହିଳାଙ୍କ ପାଇଁ ଘରୋଇ ହିଂସାରୁ ନିରାକରଣ ଆଇନ (୨୦୦୫), କର୍ମସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା (ନିରୋଧ , ନିଷେଧ ଓ ପ୍ରତିକାର )ଆଇନ , (୨୦୧୩) ଏବଂ ଭାରତୀୟ ଦଣ୍ଡ ସଂହିତା (ଇଣ୍ଡିଆନ ପେନାଲ କୋଡ୍ ) , ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ ଏଭିଡେନ୍ସ ଆକ୍ଟ)ଓ ଫୌଜଦାରୀ ଦଣ୍ଡବିଧି ସଂହିତା (୧୯୭୩) ରେ ସଂପ୍ରତି ହୋଇଥିବା ସଂଶୋଧନ ; ଯୌନ ଅପରାଧ ସଂପର୍କିତ ଆଇନ୍ କାନୁନ୍ ନେଇ ଫୌଜଦାରୀ ଆଇନ ସଂଶୋଧନ ଆଇନ (୨୦୧୩) ଇତ୍ୟାଦି । ଉପରୋକ୍ତ ଆଇନଗୁଡିକର ବିଭିନ୍ନ ପ୍ରାବଧାନ ଅନୁଯାୟୀ ମହିଳାମାନଙ୍କ ଉପରେ ଅତ୍ୟାଚାର ବା ସେମାନଙ୍କ ମାନବ ଅଧିକାରର ଉଲ୍ଲଘଂନ ଘଟଣାରେ ମାମଲା ଦାଏର୍ କରାଯାଇପାରେ । ଦଲିଲ୍ ପତ୍ର ପ୍ରସ୍ତୁତି ବା ନଥିକରଣ ଦଲିଲ୍ ପତ୍ର ପ୍ରସ୍ତୁତି ବା ନଥିକରଣ ହେଉଛି ଏକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାରେ ତଥ୍ୟକୁ ବିଧିବଦ୍ଧ ଭାବରେ ଲିପିବଦ୍ଧ ଓ ସଂଗଠିତ କରି ରଖାଯାଏ ଏଇଥିପାଇଂ ଯେ ଯେତେବେଳେ ଖୋଜିବ ଏହା ସହଜରେ ମିଳିପାରିବ ଓ ପ୍ରସାରଣ କରିହେବ । ଦଲିଲପତ୍ର ପ୍ରସ୍ତୁତି ବା ନଥିକରଣ ଶବ୍ଦଟିକୁ ସାଧାରଣତଃ ପ୍ରାପ୍ତ ଦଲିଲପତ୍ରର ସଂଗ୍ରହ ବା ସଂକଳନ ରୂପେ ବୁଝାଯାଇଥାଏ । ତେବେ ମାନବ ଅଧିକାର ନେଇ କାମ କରୁଥିବା ସଙ୍ଗଠନଗୁଡିକ ଏହାକୁ ଦଲିଲପତ୍ର ସଂଗ୍ରହ କରିବା ସମେତ ପ୍ରାସାଙ୍ଗିକ ତଥ୍ୟାବଳୀକୁ ଲିପିବଦ୍ଧ କରି ରଖିବା ଏବଂ ଖୋଜିଲାବେଳେ ସହଜରେ ଏହି ତଥ୍ୟ ପାଇବା ପାଇଁ ଓ ଏହାର ପ୍ରସାର କରିଆ ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା ଅର୍ଥରେ ବୁଝିଥାନ୍ତି ଓ ବ୍ୟବହାର କରିଥାନ୍ତି । ଏହା ହେଉଛି କୌଣସି ଏକ ଘଟଣା ସଂପର୍କରେ ବା କ୍ରମାନ୍ଵୟରେ ଘଟିଥିବା ଅନେକ ଘଟଣା ସଂପର୍କରେ ତାଡନା କରିବା ଅଥବା ଜଣେ ପୀଡିତ / ପୀଡ଼ିତାଙ୍କୁ ବା ସାକ୍ଷୀଙ୍କୁ ପରିସ୍ଥିତି ସମ୍ବନ୍ଧରେ ପଚରାଉଚରା କରିବାର ଫଳାଫଳକୁ ବିଧିବଦ୍ଧ ଭାବରେ ଲିପିବଦ୍ଧ କରି ରଖିବା । ରିପୋର୍ଟ ଲିଖନ ଓ ତଥ୍ୟର ଉପଯୋଗ ଦଲିଲପତ୍ର ପ୍ରସ୍ତୁତି ବା ନଥିକରଣ : ଗୋଟିଏ ରିପୋର୍ଟକୁ ବେଶ୍ ଭଲ ବୋଲି କୁହାଯିବ ଯଦି ତାହା ସହଜ , ସରଳ , ସାବଲୀଳ ଭାଷାରେ ଓ ସ୍ପଷ୍ଟ ଭାବରେ ଲେଖାଯାଇଥିବ । ଏହାର ଭାଷା ବୁଝିବାକୁ କଠିନ ହେଉନଥିବ ବା ଭ୍ରମ ସୃଷ୍ଟି କରୁନଥିବ । ରିପୋର୍ଟରେ ପ୍ରଦତ୍ତ ବୟାନ ବା ବିବୃତିଗୁଡିକ ଅନେକାର୍ଥବୋଧକ ବା ସନ୍ଦିଗ୍ ଧାର୍ଥ ସୂଚକ ହୋଇ ନଥିବ । ଜଣେ ପାଠକ ରିପୋର୍ଟଟିକୁ ପଢି ସହଜରେ , ଠିକ୍ ଭାବରେ ଓ ସତ୍ଵରେ ବୁଝିପାରିବେ । ଉତ୍ତମ କାର୍ଯ୍ୟପଦ୍ଧତି ଦୃଷ୍ଟିରୁ ଏକ ରିପୋର୍ଟରେ ବିଷୟଗୁଡିକ ରହିବା ଉଚିତ୍ ଉତ୍ତମ କାର୍ଯ୍ୟପଦ୍ଧତି ଦୃଷ୍ଟିରୁ ଏକ ରିପୋର୍ଟରେ ନିମ୍ନଲିଖିତ ବିଷୟଗୁଡିକ ରହିବା ଉଚିତ୍ : ତଥ୍ୟାନୁସନ୍ଧାନ ପାଇଁ ନିର୍ଦ୍ଦେଶ (ପରିଦର୍ଶନ କରିବାର କାରଣ ଓ କାର୍ଯ୍ୟ କରିବା ସଂପର୍କରେ ଧାର୍ଯ୍ୟ ସର୍ତ୍ତାଦି ); ପ୍ରତିନିଧିଦଳର ସଦସ୍ୟମାନଙ୍କର ନାମଧାମ ଏବଂ କାର୍ଯ୍ୟରେ ସୁନିଶ୍ଚିତ ସ୍ଵଚ୍ଛତା ଆଣିବା ଉଦ୍ଦେଶ୍ୟରେ ସେମାନଙ୍କର ପ୍ରାସଙ୍ଗିକ ବିଶେଷ ଦକ୍ଷତା ଓ ଅଭିଜ୍ଞତା ସଂପର୍କରେ ସଂକ୍ଷିପ୍ତ ସୂଚନା ; ରିପୋର୍ଟରେ ଏକ ସୂଚନାଙ୍କ ଉଲ୍ଲେଖ ରହିବ ଯାହାକୁ ଭବିଷ୍ୟତରେ ଜାଣିବା ପାଇନ୍ନ ବ୍ୟବହାର କରାଯାଇପାରିବ ; ପରିଦର୍ଶନ କରିଥିବାର ତାରିଖ ; ସାକ୍ଷ୍ୟପ୍ରମାଣର ପରିପ୍ରେକ୍ଷୀ ବୁଝିପାରିବା ନିମନ୍ତେ ପାଠକମାନଙ୍କ ପାଇଁ ସଂଗୃହୀତ ତଥ୍ୟର ପର୍ଯ୍ୟାପ୍ତ ପୃଷ୍ଠଭୂମି : ଯେଉଁ ଯେଉଁ ଜାଗା ପରିଦର୍ଶନ କରାଯାଇଛି , ତାହାର ଏକ ସୂଚନା (ନକ୍ସା) ଏବଂ ସାକ୍ଷାତକାର ଦେଇଥିବା ବର୍ଗର ଲୋକମାନଙ୍କର ଓ ସଂଗଠନଗୁଡିକର ତାଲିକା ; ତଥ୍ୟ ପାଇବା ପାଇଁ ଅନ୍ୟ କୌଣସି ସୂତ୍ର ଉପରେ ନିର୍ଭର କରିଥିଲେ , ତାହାର ଚିହ୍ନଟକରଣ କରାହେବ ଏବଂ ତୃତୀୟ ପକ୍ଷଠାରୁ ସାକ୍ଷ୍ୟପ୍ରମାଣ ନେଇ ଯାଞ୍ଚ କରିନଥିଲେ (ଏହା ମଧ୍ୟରେ ସାକ୍ଷୀ ଓ ଅନ୍ୟମାନଙ୍କର ବୟାନ ରହିଛି ) ତାହା ଖୋଲାଖୋଲି ଭାବରେ ଉଲ୍ଲେଖ କରାହେବ । ପ୍ରଯୁଜ୍ୟ ହେଉଥିବା ବିଭିନ୍ନ ଆଇନକାନୁନ ; ଯେଉଁଠାରେ ପ୍ରଯୁଜ୍ୟ , ସେଠାରେ ପରିପୂରକ ଦ୍ଵିତୀୟ ଶ୍ରେଣୀର ସୂତ୍ର କଥା ଉଲ୍ଲେଖ ରହିବ ଓ ଚିହ୍ନଟ କରାହେବ ; ରିପୋର୍ଟର ସିଦ୍ଧାନ୍ତ ବା ନିଷ୍କର୍ଷ ; ତଥ୍ୟାନୁସନ୍ଧାନକାରୀ ପ୍ରତିନିଧିଦଳକୁ ଯେଉଁ ଲୋକମାନେ ବା ସଂଗଠନଗୁଡିକ ସହାୟତା କରିଛନ୍ତି , ସ୍ଥାନୀୟ ବେସରକାରୀ ସ୍ଵେଚ୍ଚାସେବୀ ସଂଗଠନ (ଏନ .ଜି . ଓ ) କୌଣସି ଅବଦାନ ଦେଇଥିଲେ , ତାହାର ପ୍ରାପ୍ତି ସ୍ଵୀକାର ; ଉପସଂହାର ଓ ସୁପାରିଶ ; ଏବଂ ଏହି ସୁପାରିଶ କାହା ଉଦ୍ଦେଶ୍ୟରେ କରାଯାଉଛି , ସେ ସଂପର୍କରେ ସୂଚନା ; ପ୍ରତିନିଧିଦଳର କାର୍ଯ୍ୟ ସମାପ୍ତି ପରେ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିଥିଲେ ସେ ସଂପର୍କରେ ବିଶଦ ବିବରଣୀ । ରିପୋର୍ଟ ଲିଖନର ସମ୍ଭାବ୍ୟ ଢାଞ୍ଚା ହୋଇପାରିବ : ତଥ୍ୟାନୁସନ୍ଧାନ ପରେ ରିପୋର୍ଟ ଲିଖନର ନମୁନା : ସୂଚନାଙ୍କ ଘଟଣା ଘଟିବାର ତାରିଖ ତଥ୍ୟ ସଂଗ୍ରହର ତଥ୍ୟ ମିଳିଥିବାର ପ୍ରାଥମିକ ବା ଦ୍ଵିତୀୟ ଶ୍ରେଣୀର ତଥ୍ୟ ତଥ୍ୟାନୁସନ୍ଧାନକାରୀ ଦଳରେ ଯାଇଥିବା ସଦସ୍ୟମାନଙ୍କ ସଂପର୍କରେ ବିବରଣୀ (ସଂକ୍ଷିପ୍ତ ସୂଚନା ) ସେମାନଙ୍କର ପ୍ରାସଙ୍ଗିକ ବିଶେଷଜ୍ଞାନ ଓ ଅଭିଜ୍ଞତା ପୀଡିତ ବା ପୀଡ଼ିତାମାନଙ୍କ ସଂପର୍କରେ ବିଶଦ ବିବରଣୀ ନାମ ବୟସ ଜାତି ପିତାଙ୍କ ନାମ / ସ୍ଵାମୀଙ୍କ ନାମ ଗ୍ରାମ ଡାକଘର ଥାନା ଜିଲ୍ଲା ଯୋଗାଯୋଗ କରିବାର ଫୋନ୍ ନମ୍ବର , ଯଦି କିଛି ଥାଏ ପୀଡିତ ବା ପୀଡିତଙ୍କର ସାମାଜିକ - ଅର୍ଥନୈତିକ ସ୍ଥିତି ନିର୍ଯ୍ୟାତକଙ୍କ ସଂପର୍କରେ ବିଶଦ ବିବରଣୀ : (କ) ନାମ : (ଖ) ପଦବୀ : (ଗ) ଦପ୍ତରର ଠିକଣା ବିଶଦ ଭାବରେ : ଘଟଣା ଘଟିଥିବା ସ୍ଥାନର ନକ୍ସା (ପାଇଥିଲେ ଦେଇପାର) ସଂକ୍ଷେପରେ ମାମଲାର ପୃଷ୍ଠଭୂମି ମାମଲାର ବର୍ତ୍ତମାନ ଅବସ୍ଥା ସଂପର୍କରେ ବିଶଦ ବିବରଣୀ (ବ୍ୟକ୍ତିଗତ ବୟାନ , ଉପଲବ୍ଧ ଦସ୍ତାବିଜ୍ ସାକ୍ଷ୍ୟ , ଫଟୋ ଇତ୍ୟାଦି ସଂଲଗ୍ନ କରାଯାଇପାରେ) ପ୍ରଯୁଜ୍ୟ ହେଉଥିବା ଆଇନ ଉଲ୍ଲଘିଂତ ଆଇନ ବା ମାନଦଣ୍ଡ ଉଲ୍ଲଘଂନ କରି ଆଇନର . ରିପୋର୍ଟର ସିଦ୍ଧାନ୍ତ ବା ନିଷ୍କର୍ଷ ତଥ୍ୟାନୁସନ୍ଧାନୀ ଦଳର ସବୁ ସଦସ୍ୟଙ୍କର ଦସ୍ତଖସ୍ତ ଗିରଫ କରିବା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା ଜେଲ ହାଜତରେ ବା ପୁଲିସ୍ ହେପାଜତରେ ଅଟକ ରହିଥିବାବେଳେ ମୃତ୍ୟୁ ଓ ନିର୍ଯ୍ୟାତନା ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଡି .କେ . ବସୁ ବନାମ ପଶ୍ଚିମବଙ୍ଗ ସରକାର ମାମଲାରେ ( ଏ .ଆଇ . ଆର୍ – ୧୯୯୭ ସୁପ୍ରିମକୋର୍ଟ - ୬୧୦) , ୧୯୯୭ ମସିହାର ମୋକଦ୍ଦମାରେ ନିର୍ଦ୍ଧିଷ୍ଟ ଭାବରେ ୧୧ ଟି ଅବଶ୍ୟ ପାଳନୀୟ ସର୍ତ୍ତ ଓ ବିଧିପଦ୍ଧତି ନିର୍ଦ୍ଧାରଣ କରିଛନ୍ତି ଯାହା କୌଣସି ବ୍ୟକ୍ତିଙ୍କୁ ଗିରଫ , ଅଟକ ଓ ପଚରାଉଚରା କରିବା ପାଇଁ ଗଲାବେଳେ ପୁଲିସ ତଥା ଅନ୍ୟଥା ସଂସ୍ଥା ସ୍ନୁସରଣ କରିବାକୁ ବାଧ୍ୟ ହେବେ । ଏସବୁ ହେଲା : ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିବା ଓ ପଚରାଉଚରା କରିବା ପାଇଁ ଗଲାବେଳେ ‘ ସଠିକ୍ , ଦୃଶ୍ୟମାନ ଓ ସୁସ୍ପଷ୍ଟ ’ ପରିଚୟ ଓ ନାମ ବ୍ୟାଜ୍ ପରିଧାନ କରିଥିବା ଉଚିତ୍ ଏବଂ ପଚରାଉଚରା କରିବାକୁ ଯାଉଥିବା ପୁଲିସ୍ ଅଧିକାରୀମାନଙ୍କ ସଂପର୍କରେ ବିଶଦ ବିବରଣୀ ଏକ ଖାତା (ରେଜିଷ୍ଟର) ରେ ଲିପିବଦ୍ଧ ହେବା ଉଚିତ୍ । ଗିରଫ କରିବା ସମୟରେ ଏକ ଗିରଫ ମେମୋ ନିଶ୍ଚିୟ ପ୍ରସ୍ତୁତ କରିବାକୁ ହେବ । ଏଥିରେ - ଗିରଫ ହେବାର ସମୟ ଓ ତାରିଖ ଉଲ୍ଲେଖ ହୋଇଥିବ , - ଅତି କମ୍ ରେ ଜଣେ ସାକ୍ଷୀଙ୍କର ସ୍ଵାକ୍ଷର ରହିଥିବ ଏବଂ ସେହି ସାକ୍ଷୀ ହୁଏତ ଗିରଫ ହେଉଥିବା ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ ହୋଇଥିବେ ଅଥବା ସିଏ ଗିରଫ ଯେଉଁଠାରେ କରାଯାଇଛି , ସେହି ସ୍ଥାନୀୟ ଅଞ୍ଚଳର ଜଣେ ସମ୍ମାନାସ୍ପଦ ବ୍ୟକ୍ତି ହୋଇଥିବେ , - ଗିରଫ ହୋଇଥିବା ବ୍ୟକ୍ତିଙ୍କର ପ୍ରତି – ସ୍ଵାକ୍ଷର ବି ରହିବ । ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଅଟକ ରଖାଯାଇଛି ବା ପଚରାଉଚରା କରାଯାଉଛି , ତାଙ୍କର ଗିରଫ ହେବା , ଅଟକ ରହିବାର ସ୍ଥାନ ବା ଜେଲହାଜତ ଖବର ଜଣେ ଆତ୍ମୀୟ , ବନ୍ଧୁ କିମ୍ବା ଶୁଭାକାଂକ୍ଷୀଙ୍କୁ ଜଣାଇ ଦେବାର ଅଧିକାର ରହିଛି । ଯଦି ଯେଉଁ ବ୍ୟକ୍ତିଙ୍କୁ ଜଣାଇ ଦିଆଯିବ , ସେହି ବ୍ୟକ୍ତି ଜଣେ ସାକ୍ଷୀ ହିସାବରେ ଗିରଫ ମେମୋରେ ଦସ୍ତଖତ୍ କରିଥାନ୍ତି ତେବେ ଏହାର ପ୍ରୟୋଜନ ନାହିଂ । ଯଦି ଗିରଫ ହୋଇଥିବା ବ୍ୟକ୍ତିଙ୍କର ବନ୍ଧୁ ବ ଆତ୍ମୀୟ ଜିଲ୍ଲା ବାହାରେ ରାହୁଥାନ୍ତି , ତାହାହେଲେ ଗିରଫ ହେବାର ସମୟ ଓ ସ୍ଥାନ ଏବଂ ଜେଲହାଜତର ସ୍ଥଳ ସମ୍ବନ୍ଧରେ ପୁଲିସ୍ କୁ ନିଶ୍ଚୟ ଗିରଫ କରିବାର ୮ ରୁ ୧୨ ଘଣ୍ଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ପଡିବ । ଏହି ଖବର ଟେଲିଗ୍ରାମ ଜରିଆରେ ସଂପୃକ୍ତ ଥାନା ଓ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ । ଗିରଫ କରିବା ବା ଅଟକ ରଖିବା ସଙ୍ଗେ ସଙ୍ଗେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଏକଥା କହିଦେବାକୁ ପଡିବ ଯେ ତାଙ୍କର ଗିରଫ ହେବାର ଖବର ଜଣେ କାହାରୀକୁ ଜଣାଇ ଦେବାର ଅଧିକାର ତାଙ୍କର ରହିଛି ଅଟକ ରଖାଯିବାର ସ୍ଥାନରେ ଥିବା ଡାଏରୀରେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ସଂପର୍କରେ , ଏ ଖବର ଯେଉଁ ବ୍ୟକ୍ତିଙ୍କୁ ଜଣାଇ ଦିଆଯାଇଛି , ସେହି ବ୍ୟକ୍ତିଙ୍କର ନାମ ଏବଂ ଗିରଫ ହୋଇଥିବା ବ୍ୟକ୍ତି ଯେଉଁ ପୁଲିସ୍ ଅଧିକାରୀମାନଙ୍କର ନାମ ଓ ସେମାନଙ୍କ ସଂପର୍କରେ ନିର୍ଦ୍ଧିଷ୍ଟ ବିବରଣୀ ଉଲ୍ଲେଖ କରିବାକୁ ହେବ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଉଛି , ସେହି ବ୍ୟକ୍ତି ଗିରଫ ହେବା ସମୟରେ ନିଜର ଶାରୀରିକ ସ୍ଵାସ୍ଥ ପରୀକ୍ଷା କରାଇବାକୁ ଅନୁରୋଧ କରିପାରିବେ । ଶରୀରରେ କୌଣସି ଛୋଟ ଧରଣର ତଥା ବଡ ଧରଣର କ୍ଷତି ଯଦି ଥାଏ , ସେ ବିଷୟ ଲିପିବଦ୍ଧ କରିବାକୁ ହେବ । ‘‘ ନିରୀକ୍ଷଣ ମେମୋ ’’ ରେ ଗିରଫ ହୋଇଥିବା ବ୍ୟକ୍ତି ସ୍ଵାକ୍ଷର କରିବା ସଙ୍ଗେ ସଙ୍ଗେ ଗିରଫ କରିଥିବା ପୁଲିସ୍ ଅଧିକାରୀ ମଧ୍ୟ ସ୍ଵାକ୍ଷର କରିବେ । ଏହି ମେମୋର ଏକ ନକଲ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ଦେବାକୁ ହେବ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଅଟକ ରଖିବା କାଳରେ ପ୍ରତି ୪୮ ଘଣ୍ଟାରେ ଥରେ ଯୋଗ୍ୟତାପ୍ରାପ୍ତ ଡାକ୍ତର ତାଙ୍କୁ ଅବଶ୍ୟ ପରୀକ୍ଷା କରିବେ । ଏହି ଡାକ୍ତରୀ ପରୀକ୍ଷା ସରକାରୀ ପ୍ୟାନେଲ୍ ରେ ଥିବା ଜଣେ ଡାକ୍ତର କରିବେ ଏବଂ ଏହି ପ୍ୟାନେଲ୍ ପ୍ରତ୍ୟକ ରାଜ୍ୟରେ ସ୍ଵାସ୍ଥ ସେବା ନିର୍ଦ୍ଦେଶକ ନିଶ୍ଚୟ ତିଆରି କରିଥିବେ ଗିରଫ ମେମୋ ସମେତ ସମସ୍ତ ଦସ୍ତାବିଜ୍ ର ନକଲ ସେହି ଅଞ୍ଚଳର ମାଜିଷ୍ଟ୍ରେଟଙ୍କ ନିକଟକୁ ତାଙ୍କର ରେକର୍ଡ କରିବା ପାଇଁ ପଠାଇ ଦେବାକୁ ହେବ ଗିରଫ ହୋଇଥିବା ବ୍ୟକ୍ତି ସବୁ ସମୟ ପାଇଁ ନ ହେଲେ ମଧ୍ୟ ତାଙ୍କୁ ପଚରାଉଚରା କରାଯିବା ସମୟରେ ଜଣେ ଓକିଲଙ୍କୁ ଭେଟିବାର ଅଧିକାର ପାଇବେ ପ୍ରତି ଜିଲ୍ଲାରେ ତଥା ରାଜ୍ୟର ମୁଖ୍ୟ ଦପ୍ତରରେ ଏକ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ (ନିୟନ୍ତ୍ରଣ କକ୍ଷ )ରହିବା ଉଚିତ ଏବଂ ସେଠାକୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ଓ କେଉଁ ଜେଲ୍ ହାଜାତରେ ଗିରଫ ହୋଇଥିବା ବ୍ୟକ୍ତି ଅଛନ୍ତି , ସେହି ଜେଲ୍ ହାଜତର ସ୍ଥାନ ସଂପର୍କରେ ସୂଚନା ଗିରଫ କରିଥିବା ପୁଲିସ୍ ଅଧିକାରୀଙ୍କୁ ନିଶ୍ଚୟ ପଠାଇବାକୁ ହେବ । ଗିରଫ କରାଯିବାର ୧୨ ଘଣ୍ଟା ମଧ୍ୟରେ ଏହା ଅବଶ୍ୟ କରିବାକୁ ହେବ । ଏତଦ୍ ସଂକ୍ରାନ୍ତ ସୂଚନା ଗୋଟିଏ ନୋଟିସ୍ ବୋର୍ଡରେ କଣ୍ଟ୍ରୋଲ୍ ରୁମ୍ ଅତ୍ୟନ୍ତ ଆଖିଦୃଶିଆ ଭାବରେ ପ୍ରଦର୍ଶନ କରିବେ । ଏ ସମସ୍ତ ସର୍ତ୍ତସମ୍ବଳିତ ନିର୍ଦ୍ଦେଶ ପ୍ରତ୍ୟକ ରାଜ୍ୟର ଗୃହ ବିଭାଗ ସଚିବ ଓ ଆରକ୍ଷୀ ମହା ନିର୍ଦ୍ଦେଶକ (ଡି .ଜି .ପି .) ଙ୍କୁ ଜାରି କରାହୋଇଛି । ସେମାନେ ସେମାନଙ୍କର ଦାୟିତ୍ଵାଧୀନ ପ୍ରତିଟି ଥାନାକୁ ଏ ସମସ୍ତ ସର୍ତ୍ତ ଅବଶ୍ୟ ପାଳନୀୟ ବୋଲି ଜଣାଇ ଦେବା ଲାଗି କର୍ତ୍ତବ୍ୟବାଧିତ ଅଟନ୍ତି । ଦେଶର ପ୍ରତ୍ୟକ ଥାନାକୁ ଏହି ମାର୍ଗଦର୍ଶିକା ଅତ୍ୟନ୍ତ ଆଖିଦୃଶିଆ ଭାବରେ ପ୍ରଦର୍ଶନ କରିବା ପାଇଁ ପଡିବ । ଏହି ରାୟ ମଧ୍ୟ ଉପରୋକ୍ତ ସର୍ତ୍ତାଦି ବିଷୟ ବେତାର ଓ ଦୂରଦର୍ଶନ ଜରିଆରେ ପ୍ରଚାର , ପ୍ରସାର କରିବା ପାଇଁ ପରାମର୍ଶ ଦେଉଛି ଏବଂ ସ୍ଥାନୀୟ ଭାଷାରେ ମୁଦ୍ରିତ ପ୍ରଚାରପତ୍ର ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିତରଣ କରିବା ପାଇଁ କହୁଛି । ଅଧିକନ୍ତୁ, ଏହି ସର୍ତ୍ତାଦି ପୂରଣ ସାଙ୍ଗକୁ ଅନ୍ୟାନ୍ୟ ଅଧିକାର ଓ ନିୟମାବଳୀ ଗିରଫ ହେବା ସମୟରେ ସେହି ବ୍ୟକ୍ତି କେଉଁ ଅପରାଧ ପାଇଁ ଗିରଫ ହେଉଛନ୍ତି , ତାହା ତାଙ୍କୁ ଜଣାଇବାକୁ ପଡିବ । ଏହି କଥା ଜାଣିବାର ଅଧିକାର ତାଙ୍କର ରହିଛି । ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଜଣେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇବାକୁ ପଡିବ । ଏହି ଅଧିକାର ତାଙ୍କର ରହିଛି । ଗିରଫ ହେବା ସମୟରେ ବା ଜେଲ୍ ହାଜତରେ ଥିବା ସମୟରେ ତାଙ୍କୁ ଦୁର୍ବ୍ୟବହାର ବା ନିର୍ଯ୍ୟାତିତ କରାଯାଇପାରିବ ନାହିଂ । ଏହି ଅଧିକାର ଗିରଫ ହୋଇଥିବା ବ୍ୟକ୍ତିଙ୍କର ରହିଛି । ପୁଲିସ୍ ହେପାଜତରେ ଥିବାବେଳେ ଦୋଷ ସ୍ଵୀକାର କରିଥିଲେ ତାହାକୁ ସାକ୍ଷ୍ୟ ରୂପେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ ନାହିଂ । ୧୫ ବର୍ଷରୁ କମ୍ ବୟସର ବାଳକ ଓ ମହିଳାଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡକାଯାଇପାରିବା ନାହିଂ ଆଧାର : ମାନବ ଅଧିକାର