ଉପକ୍ରମ ଆମ ରାଜ୍ୟ ଓଡିଶାରେ ମାନବ ଅଧିକାର ଉଲ୍ଲଘଂନ ହେଉଥିବାର ଘଟନା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସଂଖ୍ୟାରେ ପ୍ରକାଶିତ ବିବରଣୀ ବିଷୟ , ପ୍ରତିବେଦନ ଓ ସରକାରୀ ଦଲିଲ୍ ଦସ୍ତାବିଜ୍ ରୁ ଏହାର ସୂଚନା ମିଳୁଛି । ନ୍ୟାୟ ପ୍ରଦାନ କରିବାର ବ୍ୟବସ୍ଥା ବେଶ୍ ଆଖିଦୃଶିଆ ଭାବରେ ଆମ ପାଖରେ ରହିଥିଲେ ସୁଦ୍ଧା ଏଭଳି ଘଟଣାମାନ ଘଟିବାର ଦେଖାଯାଉଛି । ତ୍ରୁଟିପୂର୍ଣ୍ଣ ତଦନ୍ତ , ଦଣ୍ଡରୁ ନିଷ୍କୃତି , ନିର୍ଦ୍ଦୋଷରେ ଖଲାସ ବା ପ୍ରମାଣ ଅଭାବରୁ ଖଲାସ୍ ଇତ୍ୟାଦି ଆମର ପ୍ରଚଳିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟରେ ଏକପ୍ରକାର ‘ ‘ ଧରାବନ୍ଧା ଢାଞ୍ଚା ’’ ରେ ପରିଣତ ହୋଇଛି ଏବଂ ଏହି କାରଣରୁ ମାନବ ଅଧିକାରର ସୁରକ୍ଷା ଓ ଜାହିର କରିବା ପ୍ରତି ଗୁରୁତର ବିପଦ ଦେଖାଦେଉଛି । ନିର୍ଦ୍ଦିଷ୍ଟ ଭାବରେ ଏହି ଉଲ୍ଲଘଂନ ଯେତେବେଳେ ରାଜ୍ୟର କର୍ତ୍ତୃପକ୍ଷ / ସରକାରୀ ଅଧିକାରୀ , କୌଣସି ସଂଗଠିତ ଚରମପନ୍ଥୀ ଗୋଷ୍ଠୀ ଓ କର୍ପୋରେଟ୍ ସଂସ୍ଥା ବା ବଡ ବଡ କମ୍ପାନୀର ଦଲାଲ୍ ମାନଙ୍କ ଦ୍ଵାରା ହେଉଛି , ସେତେବେଳେ ସମସ୍ୟାଟା ଅଧିକ ଜଟିଳ ହୋଇଯାଉଛି । ଗୋଟିଏ ଦିଗରେ ମାନବ ଅଧିକାରର ଚରମ ଉଲ୍ଲଘଂନ ହେଉଛି ଏବଂ ଅନ୍ୟ ଦିଗରେ ମାନବ ଅଧିକାରର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତା ଦେଖାଦେଉଛି ବା ସୁରକ୍ଷା ବନ୍ଦୋବସ୍ତ ଯଥେଷ୍ଟ ହେଉନାହିଁ । ସ୍ପଷ୍ଟତଃ ଦେଖାଯାଉଛି ଯେ , ଗୋଟିଏ ପଟରେ ଯେଉଁମାନଙ୍କର ମାନବ ଅଧିକାର ଉଲ୍ଲଘଂନ ହେଉଛି , ସେମାନେ ନ୍ୟାୟ ପାଇପାରୁ ନାହାନ୍ତି ଏବଂ ଅନ୍ୟ ପଟରେ , ଯେଉଁମାନେ ସେମାନଙ୍କ ମାନବ ଅଧିକାର ରକ୍ଷା କରିବାକୁ ଲଢେଇ କରୁଛନ୍ତି , ସେମାନଙ୍କୁ ଭୟଭୀତ କରାଯାଉଛି , ହଇରାଣ ହରକତ କରାହେଉଛି ଓ ଆକ୍ରୋଶ ରାଖୀ ନିର୍ଯ୍ୟାତିତ କରାଯାଉଛି । ଯେଉଁମାନେ ମାନବ ଅଧିକାରର ଉଲ୍ଲଘଂନ ଯୋଗୁ ନିର୍ଯ୍ୟାତିତ ଏବଂ ଯେଉଁମାନେ ମାନବ ଅଧିକାର ରକ୍ଷା କରିବାକୁ ଯାଇ ସଂଗ୍ରାମରତ , ସେମାନେ ସମସ୍ତ ଉପଲବ୍ଧ ବ୍ୟବସ୍ଥା ଓ ବିଧିବିଧାନ ସଂମ୍ପର୍କରେ ମୌଳିକ ଜ୍ଞାନ ଲାଭ କରିବାର ଆବଶ୍ୟକତା ରହିଛି । ଅବଶ୍ୟ ଏ କ୍ଷେତ୍ରରେ ମାନବ ଅଧିକାରର ଉଲ୍ଲଘଂନ ସମସ୍ୟାକୁ ମୁକାବିଲା କରିବାରେ ଏବଂ ସେମାନଙ୍କର କୁଶଳତା ଓ ସାମର୍ଥ୍ୟ ବୃଦ୍ଧି କରି ତାହାକୁ ନ୍ୟାୟ ପାଇବା ନିମନ୍ତେ ବ୍ୟବହାର କରିବାରେ ବ୍ୟବସ୍ଥାଗତ ସୀମାବଦ୍ଧତା ରହିଛି ।ଏହି ପରିପ୍ରେକ୍ଷୀରେ ‘ ନାଗରିକ ସମାଜର ମାନବ ଅଧିକାର ମଞ୍ଚ ’ ଅନୁଭବ କରେ ଯେ ଉପଯୁକ୍ତ ଓ ସମୟୋଚିତ ତଥ୍ୟ ଅନୁସନ୍ଧାନ , ପ୍ରାମାଣିକ ଦଲିଲ୍ ପତ୍ର ପ୍ରସ୍ତୁତି , ଆପତ୍ତି ଅଭିଯୋଗ ଦାଖଲ ଓ ସୂଚନା ପ୍ରସାରଣ କରାଯାଇପାରିଲେ ନ୍ୟାୟ ପାଇବାର ସମ୍ଭାବନା ସୃଷ୍ଟି ହୋଇପାରିବ । ଯେଉଁମାନେ ମାନବ ଅଧିକାରକୁ ରକ୍ଷା କରିବା ପାଇଁ ଲଢେଇ କରୁଛନ୍ତି , ସେମାନଙ୍କୁ କିପରି ତଥ୍ୟ ଅନୁସନ୍ଧାନ କରିବାକୁ ହେବ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତ କରିବାକୁ ହେବ , ସେ ବିଷୟରେ ମୌଳିକ ଜ୍ଞାନ ଓ ଧାରଣା ଦେଇ ବୁଝାଇ ଦେବାକୁ ହେବ । ଏହି ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ‘ ନାଗରିକ ସମାଜର ମାନବ ଅଧିକାର ମଞ୍ଚ ’ ମାନବ ଅଧିକାରର ଉଲ୍ଲଘଂନ ସମ୍ପର୍କରେ ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତ କରିବା ବିଷୟରେ ମାନବ ଅଧିକାରର ପ୍ରତିରକ୍ଷକମାନଙ୍କ ପାଇଁ ଏକ ସହାୟକ ପୁସ୍ତିକା ପ୍ରକାଶ କରିବାକୁ ଯାଇ ଆଜି ଆନନ୍ଦିତ ହେଉଛି । ଆମେ ଆଶା କରୁଛୁ ଯେ ମାନବ ଅଧିକାରର ସୁରକ୍ଷା ପାଇଁ ଯେଉଁମାନେ ଲଢେଇ କରୁଛନ୍ତି , ମାନବ ଅଧିକାରର ଉଲ୍ଲଘଂନ ଘଟଣାଗୁଡିକୁ ଦୈନଦିନ ମୁକାବିଲା କରିଆରେ ସେମାନଙ୍କ ପାଇଁ ଏହି ପୁସ୍ତିକାଟି ନିଶ୍ଚୟ ଉପାଦେୟ ହେବ । ଅଶେଷ ଆୟାସ ସହକାରେ ଏହି ପୁସ୍ତିକାଟିକୁ ପ୍ରସ୍ତୁତ କରିଥିବାରୁ ମୁଁ ମୋର ପ୍ରିୟ ସହକର୍ମୀ ଆଡ୍ ଭୋକେଟ୍ ଶ୍ରୀ ଚନ୍ଦ୍ରନାଥ ଦାନୀ , ସୁଶ୍ରୀ ରିଜ୍ ୱାନା ଆଖ୍ ତରୀ ଏବଂ ଶ୍ରୀ ପ୍ରସନ୍ନ ମାନସିଂହଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ମାନବ ଅଧିକାର ଓ ବିକାଶ ସଂକ୍ରାନ୍ତ ଏସୀୟ ମଞ୍ଚ ର ପ୍ରଶିକ୍ଷଣ ଓ ପ୍ରକାଶିତ ବିଷୟବସ୍ତୁ ଉପରେ ଏହି ପୁସ୍ତିକାଟି ଆଧାରିତ ହୋଇଥିବାରୁ ସେହି ମଞ୍ଚର ଅବଦାନକୁ ଆମେ ମଧ୍ୟ ସ୍ଵୀକାର କରୁଛୁ ଓ ଯଥାଯୋଗ୍ୟ ମୂଲ୍ୟ ଦେଉଛୁ । ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତ କରିବା ବ୍ୟାପାରରେ ମାନବ ଅଧିକାରର ପ୍ରତିରକ୍ଷକମାନଙ୍କ ହାତକୁ ମଜ୍ ଭୁତ୍ କରିବା ଦିଗରେ ଆମର ପ୍ରଚେଷ୍ଟାରେ ନିରନ୍ତର ସାମିଲ୍ ହୋଇ ସହଯୋଗ କରିଥିବାରୁ ‘ ନାଓ ’ ‘ ଏସ୍ .ଏଫ୍ .ଡି .ସି ’ , ‘ ଜନବିକାଶ ’ , ‘ ସି . ଏସ୍ .ଏନ୍ .ଆର୍ .’ ଭଳି ଅଗ୍ରଗଣ୍ୟ ସ୍ଵେଚ୍ଚାସେବୀ ସଂସ୍ଥାମାନଙ୍କୁ ଆମେ ଆମର ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛୁ । ଶେଷରେ କହିଲେ ମଧ୍ୟ ଏହା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହି ପୁସ୍ତିକାଟିକୁ ପ୍ରକାଶ କରିବାରେ ‘ ଟ୍ରୋକେୟାର ’ ସଂଗଠନ ଆମକୁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିଛି ଓ ଉତ୍ସାହିତ କରିଛି । ତେଣୁ ଏହି ସଂଗଠନ ପାଖରେ ମଧ୍ୟ ଆମେ ଆମର ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ । ମାନବ ଅଧିକାର କହିଲେ କ’ ଣ ବୁଝାଏ ? ଭାରତ ସରକାରଙ୍କ ଦ୍ଵାରା ମାନବ ଅଧିକାର ସୁରକ୍ଷା ଆଇନ (୧୯୩୩) ପ୍ରଣୀତ ହୋଇଛି । ଏହି ଆଇନର ପ୍ରାବଧାନ ଅନୁଯାୟୀ ‘ ‘ ମାନବ ଅଧିକାର ’’ ର ଅର୍ଥ ହେଉଛି ‘‘ ବ୍ୟକ୍ତିର ଜୀବନ , ସ୍ଵାଧୀନତା , ସମାନତା ଓ ମର୍ଯ୍ୟାଦା ସଂମ୍ପର୍କରେ ଯେଉଁସବୁ ଅଧିକାରର ନିଶ୍ଚୟତା ବା ଗ୍ୟାରେଣ୍ଟି ଭାରତର ସଂବିଧାନ ଦେଇଛି କିମ୍ବା ଆନ୍ତର୍ଜାତିକ ଚୁକ୍ତିଗୁଡିକରେ ସନ୍ନିବେଶିତ ଓ ଭାରତରେ ନ୍ୟାୟାଳୟ ଦ୍ଵାରା ଆଇନତଃ ଲାଗୁ ହେଉଥିବା ସବୁ ଅଧିକାର । ବ୍ୟକ୍ତିର ଜାତୀୟତା , ବ୍ୟବସ୍ଥାନ , ଲିଙ୍ଗ , ବଂଶଗତ ଉତ୍ପତ୍ତି , ବର୍ଣ୍ଣ , ଧର୍ମ , ଭାଷା ବା ଅନ୍ୟ କିଛି ପଦମର୍ଯ୍ୟାଦା ନିର୍ବିଶେଷରେ ସବୁ ମଣିଷଙ୍କର ସହଜାତ ଅଧିକାରଗୁଡିକ ହେଉଛି ମାନବ ଅଧିକାର । କୌଣସି ପ୍ରକାର ବାଛବିଚାର ନ ଥାଇ ଆମର ସମସ୍ତ ମାନବ ଅଧିକାର ଆମେ ସମସ୍ତେ ସମାନଭାବରେ ପାଇବାକୁ ହକ୍ ଦାର ଅଟୁ । ଏସବୁ ଅଧିକାର ପରସ୍ପର ସହ ସଂଯୁକ୍ତ , ପରସ୍ପର ଉପରେ ନିର୍ଭରଶୀଳ ଓ ଅବିଭାଜ୍ୟ ହୋଇଥାଏ । ମାନବ ଅଧିକାରର ଉଲ୍ଲଘଂନ ମାନବ ଅଧିକାରର ଉଲ୍ଲଘଂନ ସେତିକିବେଳେ ହୁଏ ଯେତେବେଳେ ରାଷ୍ଟ୍ର ବା କର୍ତ୍ତୃପକ୍ଷ ବା ପ୍ରଶାସନ ମୌଳିକ ମାନବ ଅଧିକାର (ଯେଉଁ ମୌଳିକ ଅଧିକାରର ଗ୍ୟାରେଣ୍ଟି ଭାରତର ସଂବିଧାନ ଦେଇଛି)ରୁ କାହାରିକୁ ବଞ୍ଚିତ କରନ୍ତି , ମୌଳିକ ଅଧିକାରକୁ ଉପେକ୍ଷା କରନ୍ତି ଅଥବା କ୍ଷମତାର ଦୁରୁପଯୋଗ କରି କାହାରି ମୌଳିକ ଅଧିକାର ଛଡାଇ ନିଅନ୍ତି । ଅନ୍ୟ କଥାରେ କହିଲେ , ରାଷ୍ଟ୍ର ତଥା କର୍ତ୍ତୃପକ୍ଷ ବା ପ୍ରଶାସନ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟାନୁଷ୍ଠାନ କରିବା କାରଣରୁ ହେଉ ଅବା ନ କରିବା କାରଣରୁ ହେଉ , ମାନବ ଅଧିକାର ସଂମ୍ପର୍କରେ ସାର୍ବଜନୀନ ଘୋଷଣାପତ୍ର , ଆନ୍ତର୍ଜାତିକ ସନନ୍ଦ ଓ ଜାତୀୟ ମାନବ ଅଧିକାର ବା ମାନବତାବାଦୀ ଆଇନ୍ କାନୁନର କୌଣସି ଅଂଶ ଯେତେବେଳେ ଲଘଂନ କରାଯାଏ , ସେତେବେଳେ ମାନବ ଅଧିକାରର ଉଲ୍ଲଘଂନ ହୋଇଥାଏ । ମାନବ ଅଧିକାର ସଂପର୍କରେ ନିରୀକ୍ଷଣ ଏ କ୍ଷେତ୍ରରେ ନିରୀକ୍ଷଣ ବା ମନିଟରିଙ୍ଗ୍ ର ଅର୍ଥ ହେଉଛି ଗୃହିତ ରୀତିନୀତି ଦୃଷ୍ଟିରୁ କୌଣସି ପରିସ୍ଥିତି ସଂପର୍କରେ ବା ବ୍ୟକ୍ତିଗତ ମାମଲା ପ୍ରସଙ୍ଗରେ ନିବିଡ ପର୍ଯ୍ୟବେକ୍ଷଣ ଏବଂ ଏଠାରେ ଉଦ୍ଦେଶ୍ୟ ହେଲା ସଂପୃକ୍ତ ଘଟଣା ନେଇ ଏକ ମୂଲ୍ୟାୟନ କରିବା ଯାହାକି ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଭିତ୍ତି ସ୍ୱରୂପ ହେବ । ମାନବ ଅଧିକାର ସଂପର୍କରେ ନିରୀକ୍ଷଣ ବା ମନିଟରିଙ୍ଗ୍ କରିବା ବେଳେ ମାନବ ଅଧିକାରର ଉଲ୍ଲଘଂନ ସମ୍ବନ୍ଧରେ ତଥ୍ୟ ସଂଗ୍ରହ , ଯାଞ୍ଚ ଓ ତାହାର ଉପଯୋଗ କରାଯିବ । ଯେଉଁମାନେ ନିରୀକ୍ଷଣ ବା ମନିଟରିଙ୍ଗ୍ କରୁଛନ୍ତି , ସେମାନେ ମାନବ ଅଧିକାରର ଉଲ୍ଲଘଂନ ଘଟଣାକୁ ଚିହ୍ନଟ କରିବା ସକାଶେ ତଥ୍ୟ ସଂଗ୍ରହ , ତାହାର ତଦାରଖ ଓ ବିଶ୍ଳେଷଣ ପ୍ରତି ଏକ ବିଧିବଦ୍ଧ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବେ । ନିରୀକ୍ଷଣ (ମନିଟରିଙ୍ଗ୍) ପ୍ରକ୍ରିୟାକୁ ଭାଗ ଭାଗ କରାଯାଇପାରେ - ଗୋଟିଏ ହେଲା ‘ ମନିଟରିଙ୍ଗ୍ (ନିରୀକ୍ଷଣ) ବା ମାନବ ଅଧିକାରର ଉଲ୍ଲଘଂନ ବିଷୟରେ ତଥ୍ୟାନୁସନ୍ଧାନ ଓ ତଥ୍ୟ ସଂଗ୍ରହ ’ , ଏବଂ ଅନ୍ୟଟି ହେଲା , ‘ ପ୍ରାମାଣିକ ଦଲିଲ୍ ପତ୍ର ପ୍ରସ୍ତୁତି , ସଂଗୃହୀତ ତଥ୍ୟର ପ୍ରକ୍ରିୟାକରଣ (ପ୍ରେସେସିଂ), ସଂକଳନ ଏବଂ ନିରୀକ୍ଷଣଜନିତ ଫଳାଫଳ ଉପସ୍ଥାପନା ।’ ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତି ତଥ୍ୟାନୁସନ୍ଧାନ ହେଉଛି ମାନବ ଅଧିକାର ସଂପର୍କରେ ନିରୀକ୍ଷଣ ବା ମନିଟରିଙ୍ଗ୍ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତଥ୍ୟାନୁସନ୍ଧାନ ହେଉଛି ଏକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟା ସାହାଯ୍ୟରେ ଜାତୀୟ ଓ ଆନ୍ତର୍ଜାତୀୟ ଆଇନ୍ କାନୁନ୍ ରେ ନିର୍ଦ୍ଧାରିତ ମାନବ ଅଧିକାରର ମାନଦଣ୍ଡକୁ ଭିତ୍ତି କରି ମାନବ ଅଧିକାରର ଉଲ୍ଲଘଂନ ଘଟଣାରେ ପ୍ରାସଙ୍ଗିକ ତଥ୍ୟାଦି ନିର୍ଣ୍ଣୟ କରାଯାଏ , ସଂଗ୍ରହ କରାହୁଏ ଊ ଯାଞ୍ଚ କରାଯାଏ । ତଥ୍ୟାନୁସନ୍ଧାନ ଓ ତଦନ୍ତ ସମାର୍ଥବୋଧକ ସଂଜ୍ଞା ବୋଲି କୁହାଯାଇପାରେ । ତଥ୍ୟାନୁସନ୍ଧାନର ଉଦ୍ଦେଶ୍ୟ : ତଥ୍ୟାନୁସନ୍ଧାନର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ହୋଇପାରେ । କେତେକ ସମ୍ଭାବ୍ୟ ଉଦ୍ଦେଶ୍ୟ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଉଛି : ପୀଡିତ ବା ପୀଡ଼ିତାଙ୍କୁ ଅବିଳମ୍ବେ ସହାୟତା ପ୍ରଦାନ ; ପୀଡିତ ବା ପୀଡ଼ିତାଙଙ୍କ ପାଇଁ ସାହାଯ୍ୟ ଓ ଥଇଥାନ ବ୍ୟବସ୍ଥା ଆଇନଗତ କାର୍ଯ୍ୟାନୁଷ୍ଠାନ ; ମାନବ ଅଧିକାର ସଂକ୍ରାନ୍ତ ଦାୟିତ୍ଵ ସରକାର କେତେ ଦୂର ପାଳନ କରୁଛନ୍ତି ତାହାର ନିରୀକ୍ଷଣ ବା ମନିଟରିଙ୍ଗ୍ ; ସଚେତନ କରାଇବା ପାଇଁ ପ୍ରଚାର ଅଭିଯାନ ଓ ସୂଚନା ପ୍ରସାର ତଥା ପ୍ରକାଶନ ; ଇତିହାସଗତ ଦସ୍ତାବିତ୍ ଉପସ୍ଥାପନ ଓ ପ୍ରତିପାଦନ । ବିବିଧ ପ୍ରକାରର ତଥ୍ୟାନୁସନ୍ଧାନ : ୧ . ଘଟଣା ଘଟିଥିବା କ୍ଷେତ୍ରରେ ଏକ ସୀମିତ ସମୟ ପାଇଁ କୌଣସି ସଂଗଠନର କର୍ମୀଙ୍କ ସମେତ କୁଶଳୀ ତଥ୍ୟାନୁସନ୍ଧାନକାରୀଙ୍କ ଜରିଆରେ ତଦନ୍ତ ପରିଚାଳନା । ୨ . ଅଧିକାର ଉଲ୍ଲଘଂନର ଘଟଣା ସଂପର୍କରେ ତଥ୍ୟସଂଗ୍ରହ ଓ ପ୍ରାମାଣିକ ଦଲିଲ୍ ପତ୍ର ପ୍ରସ୍ତୁତି ପାଇଁ ଦୀର୍ଘ କାଳ ନିମନ୍ତେ ଘଟଣା ଘଟିଥିବା କ୍ଷେତ୍ରରେ ପ୍ରଶିକ୍ଷିତ କର୍ମୀଦଳର ଅବସ୍ଥାପନ ; ୩ . ସଂପୃକ୍ତ ଅଞ୍ଚଳର କେତେକ ଜଣାଶୁଣା ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ସ୍ତରରେ ଗଠିତ ଏକ ତଥ୍ୟାନୁସନ୍ଧାନକାରୀ ପ୍ରତିନିଧିଦଳ ଘଟଣାସ୍ଥଳକୁ ପ୍ରେରଣ ; ୪ . ରାଜ୍ୟ ଅବା ଦେଶର ସୁପରିଚିତ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଘଟଣାସ୍ଥଳକୁ ପ୍ରେରଣ ; ୫ . ଦେଶ ବାହାରର ନାଗରିକଙ୍କୁ ନେଇ ଗଠିତ ଏକ ଆନ୍ତର୍ଜାତିକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ପ୍ରେରଣ ; ୬ . ବିଚାର ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ ; ୭ . କାରାଗାର ପରିଦର୍ଶନ ; ୮ . ନିର୍ବାଚନ ପର୍ଯ୍ୟବେକ୍ଷଣ ; ୯ . ବେସରକାରୀ ତଦନ୍ତ କମିଶନ ଓ ଟ୍ରିବ୍ୟୁନାଲ ଗଠନ ; ୧୦ . ଫୋରେନ୍ ସିକ ପରୀକ୍ଷା (ମାଟି ଖୋଳି ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ) ; ୧୧ . ଅର୍ଥନୈତିକ , ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ସର୍ବକ୍ଷେଣ ସମେତ ଗବେଷଣାମୂଳକ ଅନୁଧ୍ୟାନ ପରିଚାଳନା । ସର୍ବାଧିକ ତଥ୍ୟାନୁସନ୍ଧାନ ପ୍ରୟାସର ମୂଳ ଉପାଦାନ : ୧ . ତଥ୍ୟାନୁସନ୍ଧାନ ସଂପର୍କରେ ଏକ ଉପଯୁକ୍ତ ପରିପ୍ରେକ୍ଷୀ ନିର୍ଣ୍ଣୟ କରିବା ଆବଶ୍ୟକ । ୨ . ନୀତି ବା ନିର୍ଦ୍ଦେଶ ନିରୂପଣ କରାଯିବା । ୩ . ମାନଦଣ୍ଡ ପ୍ରୟୋଗ କରାହେବ । ୪ . ସାକ୍ଷ୍ୟପ୍ରମାଣର ନିର୍ଭରଯୋଗ୍ୟତା ସୁନିଶ୍ଚିତ ହେବ । ୫ . ମାନବ ଅଧିକାରର ଉଲ୍ଲଘଂନରେ ସାହାଯ୍ୟ କରୁଥିବା ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ବ୍ୟାପାର ବୁଝିବାକୁ ହେବ । ଘଟଣାସ୍ଥଳରେ ତଥ୍ୟାନୁସନ୍ଧାନ କାର୍ଯ୍ୟର ଯୋଜନା ଓ ପରିଚାଳନା : ସାଧାରଣତଃ , ମାନବ ଅଧିକାରର ଉଲ୍ଲଘଂନ ସଂପର୍କରେ ଖବର ଆସି ପହଞ୍ଚିଥାଏ ବିଭିନ୍ନ ସୂତ୍ରରୁ – ପୀଡିତ ବା ପୀଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ପାଖରୁ , ବନ୍ଧୁବନ୍ଧାବଙ୍କ ପାଖରୁ , ପଡୋଶୀମାନଙ୍କ ପାଖରୁ ଅଥବା ନିଜ ଜାତି ବା ସଂପ୍ରଦାୟର ସମଧର୍ମୀଙ୍କ ପାଖରୁ ଖବର ମିଳିଥାଏ ଏବଂ ଏମାନେ ପୀଡିତ ବା ପୀଡିତ କିମ୍ବା ଘଟଣା ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥାଆନ୍ତି ; ସମ୍ବାଦପତ୍ର , ଟି. ଭି . ରିପୋର୍ଟ , ଇମେଲ / ଇ - ନିଉଜ୍ , ମାନବ ଅଧିକାରର ପ୍ରତି ରକ୍ଷକ , ପୁଲିସ୍ , ଓକିଲ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସୂତ୍ରରୁ ମଧ୍ୟ ଏ ସଂପର୍କରେ ଖବର ମିଳିଥାଏ ଏବଂ ଏମାନେ ପୀଡିତ ବା ପୀଡ଼ିତା କିମ୍ବା ଘଟଣା ସହିତ ପ୍ରତ୍ୟକ୍ଷଭାବରେ ଜଡିତ ନଥାନ୍ତି । ମାନବ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଯେଉଁ କର୍ମୀଟି ନିରୀକ୍ଷଣ କାର୍ଯ୍ୟରେ ନିଯୋଜିତ ହୋଇଥାନ୍ତି , ତାଙ୍କ ପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଘଟଣାର ସତ୍ୟାସତ୍ୟ ନିର୍ଣ୍ଣୟ କରିବେ ସିଏ ଅନ୍ୟାନ୍ୟ ପ୍ରାସଙ୍ଗିକ ଓ ସମ୍ଭାବ୍ୟ ସୂତ୍ରରୁ ମିଳୁଥିବା ଖବର ସହିତ ପାଇଥିବା ଖବରକୁ ତଉଲି ବା ମିଳାଇ ଦେଖିବେ , ଧାରଣା ନ ରଖି ଖୋଲା ମନରେ ବିଶଦ ଭାବରେ ଘଟଣାର ପରୀକ୍ଷା ନିରୀକ୍ଷା କରିବେ । ଏହା ତାଙ୍କୁ ଉଲ୍ଲଘଂନ ଘଟଣାର ଗମ୍ଭୀରତା ବା ପ୍ରଗାଢତା ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବ ଏବଂ ତାଙ୍କ ପାଇଁ ପ୍ରକୃତ ତଥ୍ୟ ପାଇବାର ନିକଟତର ହେବାର ସମ୍ଭାବନା ବୃଦ୍ଧି କରିବ ଓ ତଦନୁଯାୟୀ ଯଦି ଦରକାର ହୁଏ , ତେବେ ‘ ତଥ୍ୟାନୁସନ୍ଧାନ ’ କରିବାର ଯୋଜନା ତତ୍ କ୍ଷଣାତ କରିବାକୁ ହେବ । ମାନବ ଅଧିକାରର ଉଲ୍ଲଘଂନ ନିରୂପଣ ଓ ତଥ୍ୟ ମିଳୁଥିବା ସୂତ୍ରର ଚିହ୍ନଟକରଣ ଗୋଟିଏ ନିର୍ଦ୍ଧିଷ୍ଟ ଘଟଣାରେ ମାନବ ଅଧିକାରର ଉଲ୍ଲଘଂନ ହେଉଛି କି ନାହିଂ , ତାହା ନିରୂପଣ କରିବା ଗୁରୁତ୍ୱପୂର୍ଣ୍ଣ । ତାହା ପରେ , ତଥ୍ୟ ମିଳିଥିବା ସମସ୍ତ ସମ୍ଭାବ୍ୟ ସୂତ୍ରରୁ ଏକ ଯାଞ୍ଚ ତାଲିକା ପ୍ରସ୍ତୁତ କରିବାକୁ ହେବ । ଯେଉଁ ତଥ୍ୟ ସଂଗ୍ରହ କରାଯିବ , ତାହାର ଉଦ୍ଦେଶ୍ୟ ହେବ ଉଲ୍ଲଘଂନ ଘଟଣା ବା ମାମଲାଟିକୁ କେନ୍ଦ୍ରକରି ଉପୁଜୁଥିବା ବିଭିନ୍ନ ପ୍ରଶ୍ନକୁ ସ୍ପଷ୍ଟ କରିଦେବା – ଯେପରିକି ‘ କିଏ ’ (କିଏ ପୀଡିତ ବା ପୀଡ଼ିତା ?) ଘଟଣା ପଛରେ କାରଣ କ’ଣ ? ଯିଏ ଏହି କାର୍ଯ୍ୟ କରିଛି , ତାହାର ଉଦ୍ଦେଶ୍ୟ କ’ଣ ?); ‘ କେତେବେଳ ’ (କେତେବେଳେ ଏହା ଘଟିଛି , କେଉଁ ତାରିଖରେ ଏହା ଘଟିଛି ବା କେଉଁ କେଉଁ ତାରିଖରେ ଘଟିଛି ); ‘ କେଉଁଠାରେ ’ ( କେଉଁଠାରେ ଏପରି ଘଟଣା ଘଟିଛି ବା କେଉଁ କେଉଁ ସ୍ଥାନରେ ଘଟିଛି ବା କିଭଳି ଘଟିଛି ) ; କିପରି ( କିପରି ଉଲ୍ଲଘଂନ ଘଟିଛି , କେଉଁ ପ୍ରକାରରେ ଘଟିଛି ବା କିଭଳି ଭାବରେ ଘଟିଛି , କେଉଁ ଉପାୟରେ ଘଟିଛି ? କେଉଁ ମାତ୍ରାରେ , କେତେ ପରିମାଣରେ ଘଟିଛି, ଇତ୍ୟାଦି । ଘଟଣା ଘଟିବା ପରେ ଅବସ୍ଥା ବା ପରିସ୍ଥିତି କିପରି ରହିଛି ? ) ତଥ୍ୟ ମିଳିବାର ସୂତ୍ରଗୁଡ଼ିକୁ ଚିହ୍ନଟ କରିବା ବା ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ଉପରେ ନିର୍ଭର କରେ ବିଶ୍ଵସନୀୟ ସାକ୍ଷ୍ୟପ୍ରମାଣ ସଂଗ୍ରହ କରିବାର କାର୍ଯ୍ୟ । ସୂତ୍ର ଚିହ୍ନଟ କରିବାର ମୂଳ ଉପାଦାନ : ତଦନ୍ତ କରାଯାଇଉଥିବା ମାମଲାକୁ ବିଭିନ୍ନ ଦିଗରୁ ବିଶ୍ଳେଷଣ କରି ସମ୍ଭାବ୍ୟ ସୂତ୍ରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ହେବ ଏବଂ ପ୍ରତିଟି ବିଷୟକୁ ପ୍ରତିପାଦନ କରିବା ଲାଗି ପ୍ରୟୋଗନୀୟ ସାକ୍ଷ୍ୟପ୍ରମାଣ କେଉଁଠାରୁ ମିଳିପାରିବ , ତାହା ସ୍ଥିର କରିବାକୁ ହେବ । ଦୃଷ୍ଟାନ୍ତ ସ୍ୱରୂପ , ଜେଲ୍ ହାଜତରେ ବା ପୁଲିସ୍ ହେପାଜତରେ ଥିବାବେଳେ ନିର୍ଯ୍ୟାତନା ଘଟଣାରେ ସୂତ୍ର ସନ୍ଧାନ ପାଇଁ ଦେଖିବାକୁ ହେବ : କିଏ ବା କେଉଁମାନେ ନିର୍ଯ୍ୟାତିତ ହେବାର ଅଭିଯୋଗ ଆସିଛି ; କିଏ ବା କେଉଁମାନେ ନିର୍ଯ୍ୟାତନା ଦେଇଥିବାରୁ ଅଭିଯୁକ୍ତ ଅଟନ୍ତି ; ମାନବ ଅଧିକାର ଉଲ୍ଲଘଂନର ଏପ୍ରକାର ଘଟଣା ସଂପର୍କରେ ପ୍ରତ୍ୟକ୍ଷଭାବରେ ଜାଣିଥିବା ସାକ୍ଷୀ କେଉଁମାନେ ଅଟନ୍ତି - ଅଧିକାର ଉଲ୍ଲଘଂନ ହୋଇଥିବାର ଅଭିଯୋଗ ଆସିଥିବା ବେଳେ ଘଟଣା ସଂପର୍କରେ ସେମାନଙ୍କୁ ସର୍ବପ୍ରଥମେ ଚିହ୍ନି ରଖିବାକୁ ହେବ । v ଏ ପ୍ରକାର ବିଶ୍ଳେଷଣ ଉପରେ ନିର୍ଭର କରି ଘଟଣାର ବିଭିନ୍ନ ପର୍ଯ୍ୟାୟ ସହିତ ସଂପୃକ୍ତ ସାକ୍ଷୀମାନଙ୍କର ତାଲିକା ତିଆରି କରିବାକୁ ହେବ । ଯେପରିକି – କେଉଁ ଡାକ୍ତର ପୀଡିତ ବା ପୀଡ଼ିତାଙ୍କର ଚିକିତ୍ସା ପ୍ରଥମେ କରିଥିଲେ , କେଉଁ ସଂପର୍କୀୟ ବା ବନ୍ଧୁବାନ୍ଧବ ପୀଡିତ /ପୀଡ଼ିତା ବା ଆହତ ବ୍ୟକ୍ତିଙ୍କୁ ବୋହି ନେଇ ଯାଇଥିଲେ ; ଘଟଣା ଘଟିବା ପରେ ପରେ ଘଟଣା ସ୍ଥଳରେ କେଉଁ କେଉଁ ସାମ୍ବାଦିକ ପହଞ୍ଚି ଯାଇଥିଲେ ; କେଉଁ ଆତ୍ମୀୟସ୍ଵଜନ ପୀଡିତ ବା ପୀଡ଼ିତାଙ୍କର ରାଜନୈତିକ ପୃଷ୍ଠଭୂମି ବିଷୟରେ ତଥ୍ୟ ଦେଇପାରିବେ ; ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେଉଁମାନେ ସୁରକ୍ଷା କର୍ମୀଦଳର ପୂର୍ବ କାର୍ଯ୍ୟ ସମ୍ବନ୍ଧରେ ପ୍ରମାଣ ସହକାରେ କହିପାରିବେ ଏବଂ ଘଟଣାସ୍ଥଳ ପରିଦର୍ଶନ କରିପାରିବେ । ସରକାରୀ ସୂତ୍ରକୁ ଚିହ୍ନଟ କରିବା ଦରକାର ଯେଉଁଠାରୁ ଲିଖିତ ଓ ପ୍ରାମାଣିକ ସାକ୍ଷ୍ୟପ୍ରମାଣ , ଶବ ବ୍ୟବଚ୍ଛେଦ ରିପୋର୍ଟ , ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଇତ୍ୟାଦି ମିଳିପାରିବ । ତଦନ୍ତ ଚଳାଇବା ଉଦ୍ଦେଶ୍ୟରେ ଏକ ଅଞ୍ଚଳକୁ ତଥ୍ୟାନୁସନ୍ଧାନକାରୀ ଦଳ ଗଠନ କରି ପଠାଯାଇପାରେ । ଜଣେ ବ୍ୟକ୍ତି ବା ଏକାଧିକ ଲୋକ (ଯେଉଁମାନଙ୍କର ପ୍ରାସାଙ୍ଗିକ ବିଶେଷ ଜ୍ଞାନକୁଶଳତା ରହିଛି ଓ ଯେଉଁମାନେ ବିଶ୍ଵାସଭାଜନ ଅଟନ୍ତି , କୌଣସି ନିର୍ଦ୍ଧିଷ୍ଟ ସଂଗଠନର ପ୍ରତିନିଧିତ୍ଵ କରନ୍ତି କିମ୍ବା /ଏବଂ ସମାଜରେ ପ୍ରଭାବଶାଳୀ ଅଟନ୍ତି / କର୍ତ୍ତବ୍ୟ ତୁଲାଉଥିବା ଅଧିକାରୀଙ୍କ ଉପରେ ପ୍ରଭାବ ପକାଇ ପାରନ୍ତି )ଏହି ତଥ୍ୟାନୁସନ୍ଧାନକାରୀ ଦଳର ଅନ୍ତର୍ଭୁକ୍ତ ହୋଇପାରିବେ । ସାଧାରଣତଃ , ତଥ୍ୟାନୁସନ୍ଧାନକାରୀ ଦଳର କାର୍ଯ୍ୟ ହେବ : ପୀଡିତ ବା ପୀଡ଼ିତାଙ୍କଠାରୁ , ସାକ୍ଷୀମାନଙ୍କଠାରୁ ଏବଂ ଯଦି କେହି ଅଭିଯୁକ୍ତ ଥାଆନ୍ତି , ତାଙ୍କଠାରୁ ତଥ୍ୟ ସଂଗ୍ରହ ; ଡିଉଟିରେ ଥିବା ସଂପୃକ୍ତ ଅଧିକାରୀଙ୍କଠାରୁ (ପୁଲିସ୍ , ସ୍ଥାନୀୟ ପ୍ରଶାସନ , ଡାକ୍ତର , ଇତ୍ୟାଦି) ତଥ୍ୟ ସଂଗ୍ରହ ; ଗଣ ମାଧ୍ୟମ , ସ୍ଥାନୀୟ ଜନମତ ସ୍ରଷ୍ଟା ବା ଗବେଷକମାନଙ୍କଠାରୁ (ସର୍ବଦା ସମ୍ଭବ ହୋଇନପାରେ) ତଥ୍ୟ ସଂଗ୍ରହ ; ପ୍ରସାଙ୍ଗିକ ଦଲିଲପତ୍ର ନକଲ (ଯଥା : ଏଫ୍ ଆଇଆର୍ କପି , ଡାକ୍ତରୀ ରିପୋର୍ଟ ଇତ୍ୟାଦି) , ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ , ଅନୁଧ୍ୟାନ ରିପୋର୍ଟ , (ଯଦି କେହି କରିଥାନ୍ତି) ସଂଗ୍ରହ ; ଆବଶ୍ୟକ ହେଲେ , ସାକ୍ଷାତକାର , ଫଟୋଚିତ୍ର , ଭିଡିଓ / ଅଡିଓ ରେକର୍ଡ ନିଆଯିବ । ତଥ୍ୟାନୁସନ୍ଧାନକାରୀ ଦଳର କାର୍ଯ୍ୟକୁ ନିମ୍ନମତେ ଭାଗ ଭାଗ କରାଯାଇପାରେ । ଯଥା - ୧ . ଘଟଣାସ୍ଥଳକୁ ତଥ୍ୟାନୁସନ୍ଧାନ ପାଇଁ ଯିବା ପୂର୍ବର କାର୍ଯ୍ୟ , ୨ . ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ ; ୩ . ଘଟଣା ସ୍ଥଳକୁ ପରିଦର୍ଶନ ସାରି ଫେରିବା ପରର କାର୍ଯ୍ୟ ; ଘଟଣା ସ୍ଥଳକୁ ତଥ୍ୟାନୁସନ୍ଧାନ ପାଇଁ ଯିବା ପୂର୍ବରୁ କାର୍ଯ୍ୟ : ଘଟଣାସ୍ଥଳକୁ ପରିଦର୍ଶନରେ ଯିବାର ସୁବିଧା ଓ ଅସୁବିଧା ତଉଲିବା - ଆବଶ୍ୟକତା ଓ ଯଥାର୍ଥତା ହୃଦୟଙ୍ଗମ କରିବା । ନିର୍ଦ୍ଦେଶ ଓ ମାନଦଣ୍ଡ ନିରୂପଣ କରିବା – ଲକ୍ଷ୍ୟ ଧାର୍ଯ୍ୟ କରିବା , ଅନୁସନ୍ଧାନର ସର୍ତ୍ତାଦିକୁ ଚୂଡାନ୍ତ ରୂପ ଦେବା । ତଥ୍ୟାନୁସନ୍ଧାନକାରୀ ଦଳର ସଦସ୍ୟ ନିର୍ବାଚନ କରିବା ଏବଂ ସେମାନଙ୍କୁ ଘଟଣାର ପୃଷ୍ଠଭୂମି ସମ୍ବନ୍ଧରେ ସମସ୍ତା ସୂଚନା ଦେବା । ସାକ୍ଷ୍ୟ ପ୍ରମାଣର ବିଶ୍ଵସନୀୟତା ପାଇଁ ଅନୁସୃତ ପନ୍ଥା ପଦ୍ଧତିକୁ ଚୂଡାନ୍ତ ରୂପ ଦେବା – ସାକ୍ଷୀଙ୍କୁ ପଚରାଉଚରା କଲାବେଳେ ସାବଧାନତା ଅବଲମ୍ବନ , ସାକ୍ଷ୍ୟ ପ୍ରତିପାଦନ , ପ୍ରମାଣ କରିବାର ଭାର , ଇତ୍ୟାଦି ବିଷୟରେ ତଥ୍ୟାନୁସନ୍ଧାନକାରୀ ଦଳକୁ ମାର୍ଗଦର୍ଶିକା ପ୍ରଦାନ କରିବା । ପ୍ରଶାସନିକ ବନ୍ଦୋବସ୍ତ - ଯାତାୟତ ବ୍ୟବସ୍ଥା କରିବା ଛଡା ଯଦି ଦରକାର ହୁଏ ତେବେ ତଥ୍ୟାନୁସନ୍ଧାନକାରୀ ଦଳ ଯାଉଥିବା ସମ୍ବନ୍ଧରେ ପୀଡିତ ବା ପୀଡ଼ିତାଙ୍କୁ , ସାକ୍ଷୀମାନଙ୍କୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ଆଗରୁ ଜଣାଇଦେବା ଏହାର ଅନ୍ତର୍ଭୁକ୍ତ ହୋଇପାରେ ; ଅନୁବାଦକ , ଦଲିଲ ପ୍ରସ୍ତୁତ କରିବାର ସାଜସରଞ୍ଜାମ ଓ କର୍ମଚାରୀଙ୍କ ବ୍ୟବସ୍ଥା ମଧ୍ୟ କରିବାକୁ ହେବ । ତଥ୍ୟାନୁସନ୍ଧାନକାରୀ ଦଳର ସଦସ୍ୟମାନଙ୍କର ବୈଠକ – ଅନୁସନ୍ଧାନ ସଂପର୍କରେ ନିର୍ଦ୍ଦେଶ ସର୍ତ୍ତାଦି ଜାଣିବାରେ ଦଳର ସଦସ୍ୟମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟର ଚିହ୍ନଟକରଣ ଓ ଦାୟିତ୍ଵବଣ୍ଟନରେ , ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ କରିବା ସମୟରେ ଏବଂ ପରିଦର୍ଶନ ପରେ କାର୍ଯ୍ୟସୂଚୀ (ଯେଉଁ ବ୍ୟକ୍ତିଙ୍କୁ ଭେଟିବାକୁ ଯିବେ ତାଙ୍କର ନାମଧାମ , ସମୟ ଓ ତାରିଖ ସୁଚାଇ) ପ୍ରସ୍ତୁତ କରିବାରେ ଏହି ବୈଠକ ସାହାଯ୍ୟ କରିବ । ଅଧିକନ୍ତୁ ସମନ୍ଵୟ ରଖିବା , କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା , ଗଣ ମାଧ୍ୟମ ସହ ସଂପର୍କ ରଖିବା , ସାକ୍ଷାତକାର ନେବା , ଲିପିବଦ୍ଧ ବା ରେକର୍ଡ କରିବା , ରିପୋର୍ଟ ବା ବିବରଣୀର ଚିଠା ପ୍ରସ୍ତୁତ କରିବା ଭଳି କାର୍ଯ୍ୟ ମଧ୍ୟ ରହିଛି । ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ : ସଂପୃକ୍ତ ବ୍ୟକ୍ତିମାନଙ୍କୁ , ଅର୍ଥାତ୍ ପୀଡିତ ବା ପୀଡ଼ିତା , ସାକ୍ଷୀ , ଅଭିଯୁକ୍ତ ନିର୍ଯ୍ୟାତକ ଓ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ସାକ୍ଷାତ କରିବା ଏବଂ ସେମାନଙ୍କର ସାକ୍ଷାତକାର ନେବା । ପ୍ରାସଙ୍ଗିକ ଦଲିଲପତ୍ର , ଲିପିବଦ୍ଧ ବିବରଣୀ (ରେକର୍ଡ), ଫଟୋ ଇତ୍ୟାଦି ସଂଗ୍ରହ କରିବା । ଫଟୋ ନେବା , ଭିଡିଓ ରେକର୍ଡିଂ ଇତ୍ୟାଦି କରିବା (ଅବଶ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କର ଅନୁମତି ନେଇ ) । ତଥ୍ୟର ଗୋପନୀୟତା ରକ୍ଷା କରିବା ପ୍ରତି ଯଥୋଚିତ ଧ୍ୟାନ ଦେବା ଉଚିତ୍ । କୌଣସି ବ୍ୟକ୍ତିଙ୍କଠାରୁ ସଂଗୃହୀତ ବିବୃତି , କାଗଜପତ୍ର ବା ସାକ୍ଷ୍ୟପ୍ରମାଣ ଅନ୍ୟ କାହାରିକୁ (ଯଥା – ବିରୋଧୀ ପକ୍ଷ , ନିର୍ଯ୍ୟାତକ , କର୍ତ୍ତୃପକ୍ଷ ବା ଏମାନଙ୍କର କୌଣସି ସହକର୍ମୀଙ୍କୁ ) ଯେପରି ହସ୍ତାନ୍ତରିତ ହୋଇ ନଯାଏ , ତାହା ସୁନିଶ୍ଚିତ କରିବାକୁ ହେବ । ଏ କ୍ଷେତ୍ରରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଦରକାର ଯେପରିକି ସଂପୃକ୍ତ ବ୍ୟକ୍ତିଙ୍କର ନିରାପତ୍ତା , ସୁରକ୍ଷା , ମର୍ଯ୍ୟାଦା ଓ ବ୍ୟକ୍ତିଗତ ବ୍ୟାପାରର ଗୋପନୀୟତା ଆଦୌ ବିପନ୍ନ ହେବ ନାହିଂ । ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟାନୁସନ୍ଧାନ କାର୍ଯ୍ୟ କରୁଥିବା ସମୟରେ ଯାହା ଦେଖିଲେ ବା ପାଇଲେ ସେ ସଂପର୍କରେ ସର୍ବସାଧାରଣରେ କୌଣସି ବିବୃତି ଜାରି କରାଯିବ ନାହିଂ । ଦରକାର ପଡିଲେ ତାହା ହୁଏତ ପରିଦର୍ଶନର ଆରମ୍ଭରେ ବା ପରିଦର୍ଶନର ଶେଷରେ କରାଯାଇପାରେ । ଘଟଣାସ୍ଥଳରୁ ପରିଦର୍ଶନ ସାରି ଫେରିବା ପରର କାର୍ଯ୍ୟ : ତଥ୍ୟାନୁସନ୍ଧାନ କାର୍ଯ୍ୟର ସାମଗ୍ରିକ ମୂଲ୍ୟାୟନ ; ରିପୋର୍ଟ ତିଆରି କରିବାର ଦାୟିତ୍ଵ ବଣ୍ଟନ ଏବଂ ରିପୋର୍ଟକୁ ଚୂଡାନ୍ତ ରୂପ ଦେବା ଓ ପ୍ରକାଶ କରିବାର ଶେଷ ସମୟସୀମା ଧାର୍ଯ୍ୟ ; ସାମ୍ବାଦିକ ସମ୍ମିଳନୀ ଓ ଗଣ ମାଧ୍ୟମ ସହ ସଂପର୍କିତ ଅନ୍ୟାନ୍ୟ କାର୍ଯ୍ୟ । ସାକ୍ଷ୍ୟପ୍ରମାଣ ସଂଗ୍ରହ , ତାହାର ପ୍ରତିପାଦନ ଓ ମୂଲ୍ୟାୟନ : ତଥ୍ୟାନୁସନ୍ଧାନ କାର୍ଯ୍ୟ କରୁଥିବାବେଳେ ଗୋଟିଏ ବିଷୟ ପ୍ରତି ଦୃଷ୍ଟି ଦେବା ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ – ମାନବ ଅଧିକାରର ଉଲ୍ଲଘଂନ ହୋଇଛି କି ନାହିଂ , ତାହା ପ୍ରଥମେ ସାବ୍ୟସ୍ତ କରିବାକୁ ହେବ । କିଏ , କାହିଁକି , କେତେବେଳେ , କେଉଁଠାରେ ଏବଂ କିପରି ଭଳି ପ୍ରଶ୍ନଗୁଡିକର ଉତ୍ତର ସ୍ପଷ୍ଟ କରିଦେବା ଉଦ୍ଦେଶ୍ୟରେ ସଂଗୃହୀତ ତଥ୍ୟ ହିଁ ହେଉଛି ସାକ୍ଷ୍ୟପ୍ରମାଣ । ଦୁଇ ପ୍ରକାର ସାକ୍ଷ୍ୟପ୍ରମାଣ ରହିଛି - କ) ମୌଖିକ ସାକ୍ଷ୍ୟ ବା ବୟାନ – ଏହା ପୀଡିତ ବା ପୀଡ଼ିତାଙ୍କ ଠାରୁ , ସାକ୍ଷୀମାନଙ୍କ ପାଖରୁ ଏବଂ ଅଭିଯୁକ୍ତ ନିର୍ଯ୍ୟାତକଙ୍କଠାରୁ ସଂଗୃହୀତ ହୁଏ । ଏହି ସୂତ୍ରଗୁଡ଼ିକରୁ ପ୍ରାପ୍ତ ସାକ୍ଷ୍ୟ ପ୍ରମାଣକୁ ଆହୁରି ଅଧିକ ଯାଞ୍ଚ କରିବା ଆବଶ୍ୟକ ହୁଏ । ଆଉ ଏହାକୁ ପ୍ରଥମ ଦେଖା ତଥ୍ୟ ବା ପ୍ରାଥମିକ ତଥ୍ୟ ବୋଲି କୁହାଯାଏ । ଖ) କାଗଜପତ୍ର / ଦସ୍ତାବିଜ ସାକ୍ଷ୍ୟ - ଶାରୀରିକ ସାକ୍ଷ୍ୟ , ଡାକ୍ତରୀ ରିପୋର୍ଟ , ଅଦାଲତର ଦଲିଲପତ୍ର , ପୁଲିସ୍ ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଏହି ସାକ୍ଷ୍ୟର ଅନ୍ତର୍ଭୁକ୍ତ ହୋଇଥାଏ । ଏହାକୁ ସମର୍ଥନକ୍ଷମ ବା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ବୋଲି ଅଭିହିତ କରାଯାଏ । ଏଭଳି ଘଟଣାଗୁଡିକରେ ପ୍ରଥମ ଦେଖା ତଥ୍ୟ ପାଇବା ସବୁବେଳେ ସମ୍ଭବ ହୋଇ ନଥାଏ । ଏଣୁ ଏ କ୍ଷେତ୍ରରେ ସମର୍ଥନକ୍ଷମ ବା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ପାଇବା ଉପରେ ଦୃଷ୍ଟି ଦେବାକୁ ହେବ । ତଥ୍ୟାନୁସନ୍ଧାନ କରି ରିପୋର୍ଟ ପ୍ରସ୍ତୁତ କରୁଥିବାବେଳେ ଗୋଟିଏ କଥା ମନ ମଧ୍ୟରେ ରଖିବା ଉଚିତ – ତାହା ହେଲା ଯେ ଯେଉଁ ସାକ୍ଷ୍ୟପ୍ରମାଣ ସଂଗ୍ରହ କରାଯାଇଛି ତାହାର ସବିଶେଷ ମୂଲ୍ୟାୟନ କରାଯିବା ଉଚିତ ଏବଂ ଏହା ପ୍ରତ୍ୟକ୍ଷ ଓ ବିଶ୍ଵସନୀୟ ସାକ୍ଷ୍ୟ ଉପରେ ଆଧାରିତ ନା ଦ୍ଵିତୀୟ ଶ୍ରେଣୀର ସାକ୍ଷ୍ୟ ଉପରେ ଆଧାରିତ , ସେକଥା ସ୍ପଷ୍ଟ ଭାବରେ କହିଦେବା ଉଚିତ । ଯଦି ନିଜର ସଂଗୃହୀତ ତଥ୍ୟ ଉପରେ ତୁମେ ନିଶ୍ଚିତ ନୁହଁ , ତେବେ ଏକଥା ସ୍ଵୀକାର କର ଯେ ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବୋଲି ନିଧାର୍ଯ୍ୟ ଭାବରେ କହିବା ନିମନ୍ତେ ତୁମ ପାଖରେ ଆବଶ୍ୟକ ସମସ୍ତ ସାକ୍ଷ୍ୟପ୍ରମାଣ ନାହିଂ । ସାକ୍ଷାତକାର ଗ୍ରହଣ : ତଥ୍ୟ ସଂଗ୍ରହ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ସାକ୍ଷାତକାର ନେବା ଏବଂ ଏଥିରୁ ସଂଗୃହୀତ ତଥ୍ୟକୁ ପୂର୍ବରୁ ଅନ୍ୟାନ୍ୟ ସୂତ୍ରରୁ ସଂଗୃହୀତ ତଥ୍ୟ ସହିତ ମିଳାଇ ସତ୍ୟ ପ୍ରତିପାଦନ କରିବା । ସାଧାରଣତଃ ମାନବ ଅଧିକାରର ଉଲ୍ଲଘଂନ ବ୍ୟାପାରରେ ତଥ୍ୟ ପାଇବା ଉଦ୍ଦେଶ୍ୟରେ ସାକ୍ଷାତକାର ନିଆଯାଏ ପୀଡିତ ବା ପୀଡ଼ିତାଙ୍କଠାରୁ , ସାକ୍ଷୀମାନଙ୍କଠାରୁ ଓ ଅନ୍ୟମାନଙ୍କ ଠାରୁ । ସାକ୍ଷାତକାର ନେବା ନିମନ୍ତେ ଯଥେଷ୍ଟ ପ୍ରସ୍ତୁତି ଆବଶ୍ୟକ ହୁଏ । ମାନବ ଅଧିକାରର ସୁରକ୍ଷା ପାଇଁ ଲଢେଇ କରୁଥିବା କର୍ମୀ କାହାରି ସାକ୍ଷାତକାର ନେବା ବେଳେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ନିହାତି ଦୃଷ୍ଟି ଦେବା ଉଚିତ : ଆସିଥିବା ଅଭିଯୋଗ ସଂପର୍କରେ ତଦାରଖ କରିବା ପାଇଁ ଆବଶ୍ୟକ ସମସ୍ତ ତଥ୍ୟକୁ ନେଇ ଏକ ଯାଞ୍ଚ – ତାଲିକା ପ୍ରସ୍ତୁତ କରିବାକୁ ହେବ ଯେପରିକି ‘ କିଏ ’ , ‘ କାହିଁକି ’ , ‘ କେତେବେଳେ ’ , ‘ କେଉଁଠାରେ ’ ଓ ‘ କିପରି ’ ପ୍ରଶ୍ନଗୁଡିକର ଉତ୍ତର ମିଳିଯିବ । ଯଦି ସମ୍ଭବ ହୁଏ , ନିଜର ସ୍ଥାନୀୟ ପରିଚିତ ବ୍ୟକ୍ତି ବା ସହଯୋଗୀଙ୍କଠାରୁ ଖବର ନେଇ ଯାଞ୍ଚ – ତାଲିକା ତାଙ୍କ ସାଙ୍ଗରେ ମିଶି ତିଆରି କରିପାରିବ । ସ୍ଥାନୀୟ ପରିସ୍ଥିତି ଓ ପରିପ୍ରେକ୍ଷୀ ସଂପର୍କରେ ନିଜର ଯଥେଷ୍ଟ ଧାରଣା ରହିଥିବା ଆବଶ୍ୟକ କିମ୍ବା ଅନ୍ୟମାନଙ୍କଠାରୁ ଏ ସଂପର୍କରେ ଜାଣିବା ଲାଗି ଚେଷ୍ଟା କରିବା ଉଚିତ । ଯଦି ତୁମର ଜଣେ ଭାଷାନ୍ତରକାରୀ ଦରକାର ହୁଅନ୍ତି , ତେବେ ସିଏ ବିଶ୍ୱାସଯୋଗ୍ୟ ହୋଇଥିବା ଆବଶ୍ୟକ । ସମସ୍ତ ବିଷୟକୁ ବିଶଦ ଭାବରେ ଭାଷାନ୍ତର କରିବାର ଗୁରୁତ୍ଵକୁ ତୁମର ସେହି ଭାଷାନ୍ତରକାରୀ ବୁଝିଥିବା ଉଚିତ । ସେହି ଭାଷାନ୍ତରକାରୀ ଜଣେ ଉତ୍ତମ ଶ୍ରୋତା ହୋଇଥିବା ମଧ୍ୟ ଆବଶ୍ୟକ , ସିଏ ବିଚାରକ ଭଳି କିଛି କରିବା ଉଚିତ ନୁହେଁ ଏବଂ ପୀଡିତ ବା ପୀଡ଼ିତା ଅଥବା ସାକ୍ଷୀମାନଙ୍କ ପାଖରେ ଜଣେ ଗ୍ରହଣଯୋଗ୍ୟ ବ୍ୟକ୍ତି ହୋଇଥିବା ଉଚିତ । ତୁମର କଲମ ଅବିରାମ ଚାଲୁଛି ବୋଲି ନିଶ୍ଚିତ ହୁଅ ଏବଂ ଯଦି ଟେପ୍ ରେକର୍ଡର , କ୍ୟାମେରା , ଭିଡିଓ ରେକର୍ଡର ଇତ୍ୟାଦି ବ୍ୟବହାର କରୁଥାଅ , ତେବେ ପୂର୍ବରୁ ସମ୍ମତି ନିଆ ଓ ତାହା କାମ କରୁଛି ବୋଲି ନିଶ୍ଚିତ ହୁଅ । କ’ଣ କରିବ ଓ କ’ଣ କରିବ ନାହିଂ କରିବ କରିବ ନାହିଂ ଜଣକର ସାକ୍ଷାତକାର ନେଲା ବେଳେ ଆଉ କାହାରିକୁ ରହିବା ପାଇଁ ଦେବ ନାହିଂ । ଏକା ଏକା ରହି ସାକ୍ଷାତକାର ନେବ । ନିଶ୍ଚିତ ଭାବରେ ବ୍ୟକ୍ତିଗତ ବ୍ୟାପାରରେ ଗୋପନୀୟତା ରକ୍ଷା କରିବ । ପରସ୍ପର ମଧ୍ୟରେ ଆସ୍ଥାବିଶ୍ଵାସ ସୃଷ୍ଟି କରିବ । ଗୋପନୀୟତା ପ୍ରତି ସମ୍ମାନ ଦେବ । ତଥ୍ୟ କିପରି ବ୍ୟବହାର କରାଯିବ , ତାହା ବୁଝାଇଦେବ । ଯାହାଙ୍କର ସାକ୍ଷାତକାର ନେଉଛ , ସିଏ ତଥ୍ୟ ତୁମକୁ ଜଣାଇବାର ଉପକାର ଓ ପରିଣାମ ସଂପର୍କରେ ନିଶ୍ଚିତ ଭାବରେ ଅବହିତ ହେବା ଦରକାର । ଆରମ୍ଭରୁ କୌଣସି କଟକଣା ବା ଆଧାବନ୍ଧନ ନ ରଖି ଖୋଲାଖୋଲି ପ୍ରଶ୍ନ ପଚାର ଏବଂ ପୀଡିତ ବା ପୀଡ଼ିତାଙ୍କୁ , ସାକ୍ଷୀଙ୍କୁ ନିଜ କଥା ନିଜସ୍ଵ ରୀତିରେ ଯେତେ ସମୟ ନିଅନ୍ତୁ ପଛେ ବର୍ଣ୍ଣନା କରିବାକୁ ଦିଅ । ସାକ୍ଷାତକାର ନେବାର ସମୟକାଳ ପରିସ୍ଥିତିକୁ ଅଶାନ୍ତ କଳା ଭଳି ହେବ ନାହିଂ କି ଉଲ୍ଲଘଂନର ନକଲ ବା ସଦୃଶ ହେବାକୁ ଦେବ ନାହିଂ କୌଣସି ମିଥ୍ୟା ପ୍ରତିଶ୍ରୁତି ଦେବନାହିଂ । ସେ ନିଜର କଥା ବର୍ଣ୍ଣନା କରୁଥିବା ବେଳେ ମଝିରେ କିଛି ପଚାରି ବ୍ୟାଘାତ ସୃଷ୍ଟି କରିବ ନାହିଂ । ତୁମେ ଅଧୈର୍ଯ୍ୟ ହୋଇ ପଡିଛ ବୋଲି ଧାରଣା ତାଙ୍କ ମନରେ ସୃଷ୍ଟି ହେବାକୁ ଦେବ ନାହିଂ । ଏ ବିଷୟରେ ସଚେତନ ରହିବ : ତୁମେ ଏକ ଅସ୍ତିବାଚକ ଭୂମିକା ପାଳନ କରୁଛ ଓ ତଦନୁଯାୟୀ କାର୍ଯ୍ୟ କରିବ । ତୁମର କଥା ଓ ହାବଭାବରେ ଅସ୍ତିବାଚକ ଶକ୍ତି ରହିଛି ବୋଲି ଜଣାଇଦେବ । ଯେଉଁମାନେ ବଞ୍ଚିଯାଇଛନ୍ତି , ସେମାନେ ସଙ୍ଗେ ସଙ୍ଗେ ଯେ ତୁମକୁ ବିଶ୍ଵାସ କରିଯିବେ , ତାହା ନୁହେଁ । ସେମାନେ ମାନବ ଅଧିକାରର ଉଲ୍ଲଘଂନ ଜନିତ ଯେଉଁ ଦୁଃଖଯନ୍ତ୍ରଣା ଭୋଗିଛନ୍ତି , ତାହା ସବୁ ତୁମ ଆଗରେ ପ୍ରକାଶ କରି ନ ପାରନ୍ତି । ସେମାନେ ଯେଉଁ ଯନ୍ତ୍ରଣା , ଗ୍ଲାନି ଓ ଲଜ୍ଜା ଅଙ୍ଗେ ଲିଭେଇଛନ୍ତି , ସେସବୁ କଥା ତୁମକୁ ଜଣାଇବା ଲାଗି ସେମାନେ ପ୍ରସ୍ତୁତ ନ ଥାଇ ପାରନ୍ତି । ସେମାନଙ୍କ ମନରେ ଭ୍ରମ ଆସିଯାଇଥାଇପାରେ ଏବଂ ସେମାନେ ସବୁକଥା ମନେ ପକାଇ ସ୍ଥାନ , ସମୟ ଇତ୍ୟାଦି ବିଷୟରେ ବିଶଦ ଭାବରେ କହିବା ଅବସ୍ଥାରେ ନଥାଇ ପାରନ୍ତି । ସେମାନେ ବିଶ୍ଵାସଯୋଗ୍ୟ ନୁହଁନ୍ତି ବୋଲି ଧାରଣା ମଧ୍ୟ ତୁମ ମନରେ ସୃଷ୍ଟି କରିଦେଇ ପାରନ୍ତି । ଯେଉଁମାନେ ବଞ୍ଚି ଯାଇଛନ୍ତି ଓ ଯେଉଁମାନେ ସାକ୍ଷୀ ଅଟନ୍ତି ,ସେମାନେ ସେମାନଙ୍କ କଥାରେ ତୁମେ ଯେମିତି ଭଳି ଯିବ ସେଥି ନିମନ୍ତେ କଠୋର ଚେଷ୍ଟା ବି କରିପାରନ୍ତି । ସେମାନେ ବିପଦ ସଂପର୍କରେ ସଚେତନ ଥାଇ ସେମାନଙ୍କ ମାମଲା ତୁମକୁ ନିଶ୍ଚିତ ଭାବରେ ପ୍ରଭାବିତ କରୁ ବୋଲି ସେମାନେ ଚାହୁଁଥାଇ ପାରନ୍ତି । ସୁତରାଂ ସେମାନଙ୍କ କଥାର କିଛି ଅଂଶ ଅତିରଞ୍ଜିତ ହୋଇଥାଇପାରେ । ଏହାର ଅର୍ଥ ନୁହେଁ ଯେ କଥାଟା ପୂରା ମିଛ । ସଂଘଟିତ ଅପରାଧ ଅତ୍ୟନ୍ତ ସଙ୍ଗୀନ ଓ ବହୁତ ଗୁରୁତର ବୋଲି ଦର୍ଶାଇବାରେ କିଛି ଲୋକଙ୍କର କୌଣସି ସ୍ଵାର୍ଥ ଥାଇପାରେ ଏବଂ ସେମାନଙ୍କର ବିରୋଧୀମାନଙ୍କୁ ବଦ୍ ନାମ କରିବା ଉଦ୍ଦେଶ୍ୟରେ ସେମାନେ ଏପରି କରୁଥାଇ ପାରନ୍ତି । ତେଣୁ କୌଣସି ରାଜନୈତିକ ଅଭିସନ୍ଧି ଥାଇପାରେ ବୋଲି ଚିନ୍ତାକରି ତୁମକୁ ସତର୍କ ରହିବାକୁ ପଡିବ । ଯେଉଁମାନେ ବଞ୍ଚି ଯାଇଛନ୍ତି ବା ସାକ୍ଷୀ ଅଛନ୍ତି , ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ମନୋଭାବ ପ୍ରତି ସମ୍ବେଦନଶୀଳ ହୁଅ । ଏକଥା ମନରେ ରଖିବ : ସାଂସ୍କୃତିକ ପାର୍ଥକ୍ୟ ପ୍ରତି ସମ୍ବେଦନଶୀଳ ହୋଇ ତୁମକୁ ରହିବାକୁ ହେବ । ଯେଉଁମାନେ ବଞ୍ଚି ଯାଇଛନ୍ତି ବା ସାକ୍ଷୀ ଅଟନ୍ତି , ସେମାନଙ୍କୁ ତୁମର ପ୍ରଶ୍ନଗୁଡିକ ବୁଝିଲା ଭଳି ପଚାରିବା ଦରକାର ଏବଂ ସେମାନଙ୍କଠାରୁ ପାଉଥିବା ଉତ୍ତରଗୁଡିକୁ ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାନବ ଅଧିକାରର ଭାଷା ଓ ସଜ୍ଞା ସହିତ ପ୍ରତ୍ୟୋକେ ପରିଚିତ ବୋଲି କଦାପି ମନେ ମନେ ଧରିନେବ ନାହିଂ । ସହଜ ଭାଷାରେ ଏବଂ ଯେଉଁ ଗୋଷ୍ଠୀ ସାଙ୍ଗରେ କାମ କରୁଛ , ସେମାନଙ୍କ ପାଇଁ ପ୍ରାସଙ୍ଗିକ ଓ ଗ୍ରହଣଯୋଗ୍ୟ ଦୃଷ୍ଟାନ୍ତ ଦେଇ ଏ ବିଷୟ ଜଣାଇ ଦେବ । ଯେଉଁଠି ଜଣେ ପୀଡ଼ିତା ବଳାତ୍କାର ବା ଯୌନ ନିର୍ଯ୍ୟାତନା ବିଷୟରେ ତଥ୍ୟ ଦେଉଛନ୍ତି , ସେ ପ୍ରକାର ପରିସ୍ଥିତିରେ ଜଡିତ ମନୋବେଦନା , ଶଙ୍କା ସଙ୍କୋଚ ଓ ଅସୁବିଧା ଅସ୍ଵସ୍ତିକୁ ହୃଦୟଙ୍ଗମ କରିବାକୁ ହେବ ଏବଂ ମୂଲ୍ୟ /ସମ୍ମାନ ଦେବାକୁ ହେବ । ବଳାତ୍କାର ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ସବୁ ସମାଜରେ ଅପବାଦ ମୁଣ୍ଡେଇବାକୁ ପଡିଥାଏ କିମ୍ବା ପ୍ରାୟତଃ ବାସନ୍ଦ ହୋଇ ରହିବାର ସମ୍ଭାବନା ଥାଏ । ଏକ ନିର୍ଦ୍ଧିଷ୍ଟ ସମାଜରେ ବଳାତ୍କାର ଘଟଣା ସହିତ ସଂଲଗ୍ନ ସାମାଜିକ ଓ ସାଂସ୍କୃତିକ ଭାବପ୍ରବଣତା ସମ୍ବନ୍ଧରେ ତୁମକୁ ସଚେତନ ରହିବାକୁ ହେବ । ତୁମେ ମଧ୍ୟ ସମାନ ଧରଣର ମନୋଭାବ ଗ୍ରହଣ କରିପାର ଏବଂ ଏହା ବଳାତ୍କାର ଯୋଗୁଁ ପୀଡ଼ିତାଙ୍କ ସଙ୍ଗେ ତୁମର ଭାବ ବିନିମୟ ତଥା କଥାବାର୍ତ୍ତାକୁ ପ୍ରଭାବିତ କରିପାରେ ସାକ୍ଷାତକାର ପାଇଁ ପ୍ରଶ୍ନାବଳୀର ପ୍ରସ୍ତୁତି : ସାକ୍ଷାତକାରର ଫଳାଫଳ ପରିଚାଳନା ପାଇଁ ତୁମର ପ୍ରଶ୍ନଗୁଡିକୁ ଆଗରୁ ପ୍ରସ୍ତୁତ କରି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାକ୍ଷୀଙ୍କର ବର୍ଣ୍ଣନାମୂଳକ ବୟାନ ଶୁଣି ସାରିବା ପରେ ତୁମେ ନିର୍ଦ୍ଧିଷ୍ଟ ଘଟଣା ସଂପର୍କରେ ପ୍ରଶ୍ନ ପଚାରିବାକୁ ଚାହିଁପାର । ଦୃଷ୍ଟାନ୍ତ ସ୍ୱରୂପ , ଜେଲ ହାଜତରେ ବା ପୁଲିସ୍ ହେପାଜତରେ ଥିଲାବେଳେ ନିର୍ଯ୍ୟାତନା ଘଟଣା ଘଟିଥିଲେ ଜଣେ ସାକ୍ଷୀ ଯଦି କୁହେ ଯେ ପୁଲିସ୍ ସଂପୃକ୍ତ ନିର୍ଯ୍ୟାତିତଙ୍କ ଘରକୁ ଆସିଥିଲା , ସାକ୍ଷାତକାର ନେଇଥିବା ମାନବ ଅଧିକାର କର୍ମୀ ନିମ୍ନମତେ ପ୍ରଶ୍ନ ପଚାରିପାରେ ଯେପରିକି : ସେମାନେ ପୁଲିସ୍ ବୋଲି ତୁମେ କେମିତି କହୁଛ ? ସେମାନେ କିପରି ପୋଷାକ ପିନ୍ଧିଥିଲେ ? ସେମାନେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ପରିଧାନ (ବର୍ଦ୍ଧୀ) ପିନ୍ଧିଥିଲେ କି ? ସେମାନଙ୍କର ପରିଧାନ ଉପରେ ସେମାନେ କିଛି ସନ୍ତକ (ବ୍ୟାଜ୍) ଲଗାଇଥିଲେ କି ? ସେତେବେଳେ କେତେଜଣ ପୁଲିସ୍ ଥିଲେ ? ସେମାନେ ସାଙ୍ଗରେ କୌଣସି ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ କି ? ଯଦି ‘ ହଁ ’ , ତାହା କି ଧରଣର ଅସ୍ତ୍ର ଥିଲା ? ସେମାନଙ୍କ ଭିତରୁ କାହାରି ନାମ ତୁମେ ଜାଣିଛ କି ? କିମ୍ବା ସେମାନେ କେଉଁ ଥାନାରୁ ଆସିଥିଲେ ? ତୁମ ଛଡା ଆଉ କେହି ସେମାନଙ୍କୁ ଦେଖିଥିଲା କି ? ସେମାନେ ପହଞ୍ଚିଲା ପରେ ବା ସେମାନେ ତୁମ ଘର ଭିତରେ ଥିବାବେଳେ କ’ଣ କରିଥିଲେ ? ସେମାନେ ତୁମକୁ ବା ତୁମ ପରିବାରର କୌଣସି ସଦସ୍ୟଙ୍କୁ ଧମକ ଦେଇଥିଲେ କି ? ସେମାନେ ତୁମକୁ ବା ତୁମ ପରିବାରର କୌଣସି ସଦସ୍ୟଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରି ଗାଳି ଦେଇଥିଲେ କି /ଅସଦ୍ ବ୍ୟବହାର କରିଥିଲେ କି ? ସେମାନେ ତୁମ ଶରୀରକୁ କୌଣସି ପ୍ରକାରେ ସ୍ପର୍ଶ କରିଥିଲେ କି ? ଯଦି କରିଥିଲେ , ସେମାନେ ତୁମର ଶରୀର ଉପରେ କୌଣସି ଭାବରେ ଆଘାତ କରିଥିଲେ କି ? ଯଦି କରିଥିଲେ , ସେମାନେ ତୁମକୁ ମାଡ ମାରି ଥିଲେ କି ? କିମ୍ବା ନିର୍ଯ୍ୟାତନା ଦେଇଥିଲେ କି ? ଯଦି ଏହା ହୋଇଥିଲା , ତେବେ ଏହି ମାଡ କେତେ ସମୟ ଧରି ଚାଲିଥିଲା ? ମାଡ ଦେଲାବେଳେ କେତେଥର ଆଘାତ କରିଥିଲେ ? ସେମାନେ ତୁମକୁ ମାଡ ଦେଲାବେଳେ କ’ଣ ବ୍ୟବହାର କରିଥିଲେ ? ତୁମ ଶରୀରର କେଉଁ ଅଙ୍ଗକୁ ସେମାନେ ଆଘାତ କରିଥିଲେ ? ସେହି ସମୟରେ ଓ ତାହା ପର ତୁମେ କ’ଣ ଅନୁଭବ କରିଥିଲ ? ସେମାନେ ତୁମକୁ କିଛି କରିବାକୁ କହିଥିଲେ କି ? ସେମାନେ ତୁମକୁ ଘରଛାଡି ଚାଲିଯିବାକୁ କହିଥିଲେ କି ? ସେମାନେ ତୁମକୁ ଜେଲ୍ କୁ ବା ଅଟକ ଶିବିରକୁ ନେଇ ଯାଇଥିଲେ କି ? ତାହା କେଉଁଠାରେ ? ଏହି ଯାତ୍ରା କାଳରେ କିଛି ଘଟିଥିଲା କି ? ତୁମେ କେତେବେଳେ ଜେଲ୍ ରେ ବା ଅଟକ ଶିବିରରେ ପହଞ୍ଚି ଥିଲ , ସେତେବେଳେ କ’ଣ ଘଟିଲା ? ଅଟକ ରହିଥିବା ସମୟରେ ସେଠାକାର ଅବସ୍ଥା କ’ଣ ଥିଲା ?(କୋଠରୀର ଆକାର କ’ଣ ଥିଲା , ଅନ୍ତୋବାସୀଙ୍କ ସଂଖ୍ୟା କେତେଥିଲା , କି ପ୍ରକାର ଖାଦ୍ୟ ଓ କେତେ ପରିମାଣର ମିଳୁଥିଲା , ପରିମଳ ବ୍ୟବସ୍ଥା କିପରି ଥିଲା , ଇତ୍ୟାଦି ) ସେହି ଏକା ସମୟରେ ଅନ୍ୟ ଯେଉଁମାନେ ଅଟକ ଥିଲେ , ସେମାନଙ୍କର ନାମ ତୁମେ ଜାଣିଛ କି ? ତୁମକୁ କେତେବେଳେ ଛାଡି ଦିଆଗଲା ? କେମିତି ଛାଡ୍ ପାଇଲ ? ୧୯୮୯ ମସିହାରେ ପ୍ରଣୀତ ନିର୍ଯ୍ୟାତନାରୁ ଅନୁସୂଚିତ ଜାତି /ଅନୁସୂଚିତ ଜନଜାତିଙ୍କ ସୁରକ୍ଷା ଆଇନ ଦୃଷ୍ଟିରୁ ଘଟିଥିବା କୌଣସି ମାମଲା ସଂପର୍କରେ ସାକ୍ଷାତକାର ନିଆଯାଉଥିଲେ ଏହି ଆଇନର ଧାରା ୩(୧) ଉପଧାରା (୧) ଠାରୁ (୧୫) ପର୍ଯ୍ୟନ୍ତ ପ୍ରବିଧାନରେ ଉଲ୍ଲିଖିତ ନିର୍ଯ୍ୟାତନା ଅପରାଧ ନେଇ ପ୍ରଶ୍ନ ପଚରାଯାଇପାରେ । ତେବେ ଏହି ଆଇନର ପ୍ରାବଧାନଗୁଡିକୁ ମାନବ ଅଧିକାରର ପ୍ରତିରକ୍ଷକ ନିମ୍ନମତେ ଅନୁସରଣ କରିପାରନ୍ତି । ଯେପରିକି - ପ୍ରଥମ ସୂଚନା ରିପୋର୍ଟ ପଞ୍ଜୀକୃତ ହୋଇଛି କି ନାହିଂ ? ଯଦି ପଞ୍ଜୀକୃତ ହୋଇଛି , ତେବେ ଉପରୋକ୍ତ ଆଇନର ଯଥୋପଯୁକ୍ତ ଧାରା / ଉପଧାରା ପ୍ରଥମ ସୂଚନା ରିପୋର୍ଟରେ ଉଲେଖା ହୋଇଛି କି ନାହିଂ ? ତଦନ୍ତକାରୀ ପୁଲିସ୍ ଅଧିକାରୀ କିଏ ? ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି (ନିର୍ଯ୍ୟାତନା ନିରୋଧ) ନିୟମାବଳୀ , ୧୯୯୫ର ନିୟମ - ୭(୧) ଅନୁଯାୟୀ ଏହି ତଦନ୍ତକାରୀ ଅଧିକାରୀ ପୁଲିସ୍ ଉପଅଧିକ୍ଷକଙ୍କ (ଡି . ଏସ୍ .ପି.)ଙ୍କ ପାହ୍ୟାଠାରୁ କମ୍ ପଦବୀର ହୋଇପାରିବେ ନାହିଂ । ଏହି ୧୯୯୫ ନିୟମାବଳୀର ନିୟମ – ୭ (୨) ଅନୁସାରେ ୩୦ ଦିନ ମଧ୍ୟରେ ଦୋଷାରୋପ ଫର୍ଦ୍ଦ (ଚାର୍ଜସିଟ୍ ) ଦାଖଲ କରିବାକୁ ହେବ । ପୀଡ଼ିତାଙ୍କୁ ନିୟମ ୧୨(୪)ଏବଂ (୭) ସଂଲଗ୍ନ ଅବୁସୂଚିତ ଅନୁଯାୟୀ କ୍ଷତିପୂରଣ ଉପଯୁକ୍ତ କର୍ତ୍ତୃପକ୍ଷ (ଜିଲ୍ଲା ସମାଜମଙ୍ଗଳ ଅଧିକାରୀ , ଜିଲ୍ଲା କଲ୍ୟାଣ ଅଧିକାରୀ / ଜିଲ୍ଲା ଭିଜିଲାନ୍ସ କମିଟି ) ଜରିଆରେ ଦେବାର ବ୍ୟବସ୍ଥା ହୋଇଛି କି ନାହିଂ ? କ୍ଷତିପୂରଣ ବା ପରିବର୍ଦ୍ଧିତ କ୍ଷତିପୂରଣ ପାଇବା ପାଇଁ ଦରଖାସ୍ତ ଧାରା – ୧୨(୭) ଅନୁଯାୟୀ ସ୍ଵତନ୍ତ୍ର ଅଦାଲତରେ ଦାଖଲ କରାଯାଇପାରିବ । ସର୍ବାଧିକ କ୍ଷତିପୂରଣର ପରିମାଣ କେତେ ? କ୍ଷତିପୂରଣ କେତେ କିସ୍ତିରେ ମିଳିବ ? ଏହିସବୁ କିସ୍ତି କେବେ ଦିଆଯିବ ? ମହିଳାଙ୍କ ବିରୁଦ୍ଧରେ ହିଂସା ଆଚରଣ ମାମଲାରେ ସଂଘଟିତ ଉଲ୍ଲଘଂନ ବା ନିର୍ଯ୍ୟାତନା ସଂପର୍କରେ ବିଭିନ୍ନ ଆଇନକୁ ଦୃଷ୍ଟିରେ ରଖି ସାକ୍ଷାତକାରର ପ୍ରଶ୍ନାବଳୀ ତିଆରି କରିବାକୁ ହେବ । ଏହିସବୁ ଆଇନ ମଧ୍ୟରେ ରହିଛି ମହିଳାଙ୍କ ପାଇଁ ଘରୋଇ ହିଂସାରୁ ନିରାକରଣ ଆଇନ (୨୦୦୫), କର୍ମସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା (ନିରୋଧ , ନିଷେଧ ଓ ପ୍ରତିକାର )ଆଇନ , (୨୦୧୩) ଏବଂ ଭାରତୀୟ ଦଣ୍ଡ ସଂହିତା (ଇଣ୍ଡିଆନ ପେନାଲ କୋଡ୍ ) , ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ ଏଭିଡେନ୍ସ ଆକ୍ଟ)ଓ ଫୌଜଦାରୀ ଦଣ୍ଡବିଧି ସଂହିତା (୧୯୭୩) ରେ ସଂପ୍ରତି ହୋଇଥିବା ସଂଶୋଧନ ; ଯୌନ ଅପରାଧ ସଂପର୍କିତ ଆଇନ୍ କାନୁନ୍ ନେଇ ଫୌଜଦାରୀ ଆଇନ ସଂଶୋଧନ ଆଇନ (୨୦୧୩) ଇତ୍ୟାଦି । ଉପରୋକ୍ତ ଆଇନଗୁଡିକର ବିଭିନ୍ନ ପ୍ରାବଧାନ ଅନୁଯାୟୀ ମହିଳାମାନଙ୍କ ଉପରେ ଅତ୍ୟାଚାର ବା ସେମାନଙ୍କ ମାନବ ଅଧିକାରର ଉଲ୍ଲଘଂନ ଘଟଣାରେ ମାମଲା ଦାଏର୍ କରାଯାଇପାରେ । ଦଲିଲ୍ ପତ୍ର ପ୍ରସ୍ତୁତି ବା ନଥିକରଣ : ଦଲିଲ୍ ପତ୍ର ପ୍ରସ୍ତୁତି ବା ନଥିକରଣ ହେଉଛି ଏକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାରେ ତଥ୍ୟକୁ ବିଧିବଦ୍ଧ ଭାବରେ ଲିପିବଦ୍ଧ ଓ ସଂଗଠିତ କରି ରଖାଯାଏ ଏଇଥିପାଇଂ ଯେ ଯେତେବେଳେ ଖୋଜିବ ଏହା ସହଜରେ ମିଳିପାରିବ ଓ ପ୍ରସାରଣ କରିହେବ । ଦଲିଲପତ୍ର ପ୍ରସ୍ତୁତି ବା ନଥିକରଣ ଶବ୍ଦଟିକୁ ସାଧାରଣତଃ ପ୍ରାପ୍ତ ଦଲିଲପତ୍ରର ସଂଗ୍ରହ ବା ସଂକଳନ ରୂପେ ବୁଝାଯାଇଥାଏ । ତେବେ ମାନବ ଅଧିକାର ନେଇ କାମ କରୁଥିବା ସଙ୍ଗଠନଗୁଡିକ ଏହାକୁ ଦଲିଲପତ୍ର ସଂଗ୍ରହ କରିବା ସମେତ ପ୍ରାସାଙ୍ଗିକ ତଥ୍ୟାବଳୀକୁ ଲିପିବଦ୍ଧ କରି ରଖିବା ଏବଂ ଖୋଜିଲାବେଳେ ସହଜରେ ଏହି ତଥ୍ୟ ପାଇବା ପାଇଁ ଓ ଏହାର ପ୍ରସାର କରିଆ ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା ଅର୍ଥରେ ବୁଝିଥାନ୍ତି ଓ ବ୍ୟବହାର କରିଥାନ୍ତି । ଏହା ହେଉଛି କୌଣସି ଏକ ଘଟଣା ସଂପର୍କରେ ବା କ୍ରମାନ୍ଵୟରେ ଘଟିଥିବା ଅନେକ ଘଟଣା ସଂପର୍କରେ ତାଡନା କରିବା ଅଥବା ଜଣେ ପୀଡିତ / ପୀଡ଼ିତାଙ୍କୁ ବା ସାକ୍ଷୀଙ୍କୁ ପରିସ୍ଥିତି ସମ୍ବନ୍ଧରେ ପଚରାଉଚରା କରିବାର ଫଳାଫଳକୁ ବିଧିବଦ୍ଧ ଭାବରେ ଲିପିବଦ୍ଧ କରି ରଖିବା । ରିପୋର୍ଟ ଲିଖନ ଓ ତଥ୍ୟର ଉପଯୋଗ ଦଲିଲପତ୍ର ପ୍ରସ୍ତୁତି ବା ନଥିକରଣ : ଗୋଟିଏ ରିପୋର୍ଟକୁ ବେଶ୍ ଭଲ ବୋଲି କୁହାଯିବ ଯଦି ତାହା ସହଜ , ସରଳ , ସାବଲୀଳ ଭାଷାରେ ଓ ସ୍ପଷ୍ଟ ଭାବରେ ଲେଖାଯାଇଥିବ । ଏହାର ଭାଷା ବୁଝିବାକୁ କଠିନ ହେଉନଥିବ ବା ଭ୍ରମ ସୃଷ୍ଟି କରୁନଥିବ । ରିପୋର୍ଟରେ ପ୍ରଦତ୍ତ ବୟାନ ବା ବିବୃତିଗୁଡିକ ଅନେକାର୍ଥବୋଧକ ବା ସନ୍ଦିଗ୍ ଧାର୍ଥ ସୂଚକ ହୋଇ ନଥିବ । ଜଣେ ପାଠକ ରିପୋର୍ଟଟିକୁ ପଢି ସହଜରେ , ଠିକ୍ ଭାବରେ ଓ ସତ୍ଵରେ ବୁଝିପାରିବେ । ଉତ୍ତମ କାର୍ଯ୍ୟପଦ୍ଧତି ଦୃଷ୍ଟିରୁ ଏକ ରିପୋର୍ଟରେ ନିମ୍ନଲିଖିତ ବିଷୟଗୁଡିକ ରହିବା ଉଚିତ୍ : ତଥ୍ୟାନୁସନ୍ଧାନ ପାଇଁ ନିର୍ଦ୍ଦେଶ (ପରିଦର୍ଶନ କରିବାର କାରଣ ଓ କାର୍ଯ୍ୟ କରିବା ସଂପର୍କରେ ଧାର୍ଯ୍ୟ ସର୍ତ୍ତାଦି ); ପ୍ରତିନିଧିଦଳର ସଦସ୍ୟମାନଙ୍କର ନାମଧାମ ଏବଂ କାର୍ଯ୍ୟରେ ସୁନିଶ୍ଚିତ ସ୍ଵଚ୍ଛତା ଆଣିବା ଉଦ୍ଦେଶ୍ୟରେ ସେମାନଙ୍କର ପ୍ରାସଙ୍ଗିକ ବିଶେଷ ଦକ୍ଷତା ଓ ଅଭିଜ୍ଞତା ସଂପର୍କରେ ସଂକ୍ଷିପ୍ତ ସୂଚନା ; ରିପୋର୍ଟରେ ଏକ ସୂଚନାଙ୍କ ଉଲ୍ଲେଖ ରହିବ ଯାହାକୁ ଭବିଷ୍ୟତରେ ଜାଣିବା ପାଇନ୍ନ ବ୍ୟବହାର କରାଯାଇପାରିବ ; ପରିଦର୍ଶନ କରିଥିବାର ତାରିଖ ; ସାକ୍ଷ୍ୟପ୍ରମାଣର ପରିପ୍ରେକ୍ଷୀ ବୁଝିପାରିବା ନିମନ୍ତେ ପାଠକମାନଙ୍କ ପାଇଁ ସଂଗୃହୀତ ତଥ୍ୟର ପର୍ଯ୍ୟାପ୍ତ ପୃଷ୍ଠଭୂମି : ଯେଉଁ ଯେଉଁ ଜାଗା ପରିଦର୍ଶନ କରାଯାଇଛି , ତାହାର ଏକ ସୂଚନା (ନକ୍ସା) ଏବଂ ସାକ୍ଷାତକାର ଦେଇଥିବା ବର୍ଗର ଲୋକମାନଙ୍କର ଓ ସଂଗଠନଗୁଡିକର ତାଲିକା ; ତଥ୍ୟ ପାଇବା ପାଇଁ ଅନ୍ୟ କୌଣସି ସୂତ୍ର ଉପରେ ନିର୍ଭର କରିଥିଲେ , ତାହାର ଚିହ୍ନଟକରଣ କରାହେବ ଏବଂ ତୃତୀୟ ପକ୍ଷଠାରୁ ସାକ୍ଷ୍ୟପ୍ରମାଣ ନେଇ ଯାଞ୍ଚ କରିନଥିଲେ (ଏହା ମଧ୍ୟରେ ସାକ୍ଷୀ ଓ ଅନ୍ୟମାନଙ୍କର ବୟାନ ରହିଛି ) ତାହା ଖୋଲାଖୋଲି ଭାବରେ ଉଲ୍ଲେଖ କରାହେବ । ପ୍ରଯୁଜ୍ୟ ହେଉଥିବା ବିଭିନ୍ନ ଆଇନକାନୁନ ; ଯେଉଁଠାରେ ପ୍ରଯୁଜ୍ୟ , ସେଠାରେ ପରିପୂରକ ଦ୍ଵିତୀୟ ଶ୍ରେଣୀର ସୂତ୍ର କଥା ଉଲ୍ଲେଖ ରହିବ ଓ ଚିହ୍ନଟ କରାହେବ ; ରିପୋର୍ଟର ସିଦ୍ଧାନ୍ତ ବା ନିଷ୍କର୍ଷ ; ତଥ୍ୟାନୁସନ୍ଧାନକାରୀ ପ୍ରତିନିଧିଦଳକୁ ଯେଉଁ ଲୋକମାନେ ବା ସଂଗଠନଗୁଡିକ ସହାୟତା କରିଛନ୍ତି , ସ୍ଥାନୀୟ ବେସରକାରୀ ସ୍ଵେଚ୍ଚାସେବୀ ସଂଗଠନ (ଏନ .ଜି . ଓ ) କୌଣସି ଅବଦାନ ଦେଇଥିଲେ , ତାହାର ପ୍ରାପ୍ତି ସ୍ଵୀକାର ; ଉପସଂହାର ଓ ସୁପାରିଶ ; ଏବଂ ଏହି ସୁପାରିଶ କାହା ଉଦ୍ଦେଶ୍ୟରେ କରାଯାଉଛି , ସେ ସଂପର୍କରେ ସୂଚନା ; ପ୍ରତିନିଧିଦଳର କାର୍ଯ୍ୟ ସମାପ୍ତି ପରେ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ଘଟିଥିଲେ ସେ ସଂପର୍କରେ ବିଶଦ ବିବରଣୀ । ରିପୋର୍ଟ ଲିଖନର ସମ୍ଭାବ୍ୟ ଢାଞ୍ଚା ନିମ୍ନମତେ ହୋଇପାରିବ : ତଥ୍ୟାନୁସନ୍ଧାନ ପରେ ରିପୋର୍ଟ ଲିଖନର ନମୁନା : ୧ . ସୂଚନାଙ୍କ : ୨ . ଘଟଣା ଘଟିବାର ତାରିଖ : ୩ . ତଥ୍ୟ ସଂଗ୍ରହର ତାରିଖ : ୪ . ତଥ୍ୟ ମିଳିଥିବାର ସୂତ୍ର : ୫ . ପ୍ରାଥମିକ ବା ଦ୍ଵିତୀୟ ଶ୍ରେଣୀର ତଥ୍ୟ : ୬ . ତଥ୍ୟାନୁସନ୍ଧାନକାରୀ ଦଳରେ ଯାଇଥିବା ସଦସ୍ୟମାନଙ୍କ ସଂପର୍କରେ ବିବରଣୀ (ସଂକ୍ଷିପ୍ତ ସୂଚନା ) ୭ . ସେମାନଙ୍କର ପ୍ରାସଙ୍ଗିକ ବିଶେଷଜ୍ଞାନ ଓ ଅଭିଜ୍ଞତା : ୮ . ପୀଡିତ ବା ପୀଡ଼ିତାମାନଙ୍କ ସଂପର୍କରେ ବିଶଦ ବିବରଣୀ : (କ) ନାମ : (ଖ) ବୟସ : (ଗ) ଜାତି : (ଘ) ପିତାଙ୍କ ନାମ / ସ୍ଵାମୀଙ୍କ ନାମ : (ଙ) ଗ୍ରାମ : (ଚ) ଡାକଘର : (ଛ) ଥାନା : (ଜ) ଜିଲ୍ଲା : (ଝ) ଯୋଗାଯୋଗ କରିବାର ଫୋନ୍ ନମ୍ବର , ଯଦି କିଛି ଥାଏ : ୯ . ପୀଡିତ ବା ପୀଡିତଙ୍କର ସାମାଜିକ - ଅର୍ଥନୈତିକ ସ୍ଥିତି : ୧୦ . ନିର୍ଯ୍ୟାତକଙ୍କ ସଂପର୍କରେ ବିଶଦ ବିବରଣୀ : (କ) ନାମ : (ଖ) ପଦବୀ : (ଗ) ଦପ୍ତରର ଠିକଣା ବିଶଦ ଭାବରେ : ୧୧ . ଘଟଣା ଘଟିଥିବା ସ୍ଥାନର ନକ୍ସା (ପାଇଥିଲେ ଦେଇପାର) ୧୨ . ସଂକ୍ଷେପରେ ମାମଲାର ପୃଷ୍ଠଭୂମି : ୧୩ . ମାମଲାର ବର୍ତ୍ତମାନ ଅବସ୍ଥା ସଂପର୍କରେ ବିଶଦ ବିବରଣୀ : ୧୪ . (ବ୍ୟକ୍ତିଗତ ବୟାନ , ଉପଲବ୍ଧ ଦସ୍ତାବିଜ୍ ସାକ୍ଷ୍ୟ , ଫଟୋ ଇତ୍ୟାଦି ସଂଲଗ୍ନ କରାଯାଇପାରେ) : ୧୫ . ପ୍ରଯୁଜ୍ୟ ହେଉଥିବା ଆଇନ : ୧୬ . ଉଲ୍ଲଘିଂତ ଆଇନ ବା ମାନଦଣ୍ଡ : ୧୭ . ଉଲ୍ଲଘଂନ କରି ଆଇନର ବିରୁଦ୍ଧାଚରଣ : ୧୮ . ରିପୋର୍ଟର ସିଦ୍ଧାନ୍ତ ବା ନିଷ୍କର୍ଷ : ୧୯ . ତଥ୍ୟାନୁସନ୍ଧାନୀ ଦଳର ସବୁ ସଦସ୍ୟଙ୍କର ଦସ୍ତଖସ୍ତ : ଗିରଫ କରିବା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମା : ଜେଲ ହାଜତରେ ବା ପୁଲିସ୍ ହେପାଜତରେ ଅଟକ ରହିଥିବାବେଳେ ମୃତ୍ୟୁ ଓ ନିର୍ଯ୍ୟାତନା ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଡି .କେ . ବସୁ ବନାମ ପଶ୍ଚିମବଙ୍ଗ ସରକାର ମାମଲାରେ ( ଏ .ଆଇ . ଆର୍ – ୧୯୯୭ ସୁପ୍ରିମକୋର୍ଟ - ୬୧୦) , ୧୯୯୭ ମସିହାର ମୋକଦ୍ଦମାରେ ନିର୍ଦ୍ଧିଷ୍ଟ ଭାବରେ ୧୧ ଟି ଅବଶ୍ୟ ପାଳନୀୟ ସର୍ତ୍ତ ଓ ବିଧିପଦ୍ଧତି ନିର୍ଦ୍ଧାରଣ କରିଛନ୍ତି ଯାହା କୌଣସି ବ୍ୟକ୍ତିଙ୍କୁ ଗିରଫ , ଅଟକ ଓ ପଚରାଉଚରା କରିବା ପାଇଁ ଗଲାବେଳେ ପୁଲିସ ତଥା ଅନ୍ୟଥା ସଂସ୍ଥା ସ୍ନୁସରଣ କରିବାକୁ ବାଧ୍ୟ ହେବେ । ଏସବୁ ହେଲା : ୧ . ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିବା ଓ ପଚରାଉଚରା କରିବା ପାଇଁ ଗଲାବେଳେ ‘ ସଠିକ୍ , ଦୃଶ୍ୟମାନ ଓ ସୁସ୍ପଷ୍ଟ ’ ପରିଚୟ ଓ ନାମ ବ୍ୟାଜ୍ ପରିଧାନ କରିଥିବା ଉଚିତ୍ ଏବଂ ପଚରାଉଚରା କରିବାକୁ ଯାଉଥିବା ପୁଲିସ୍ ଅଧିକାରୀମାନଙ୍କ ସଂପର୍କରେ ବିଶଦ ବିବରଣୀ ଏକ ଖାତା (ରେଜିଷ୍ଟର) ରେ ଲିପିବଦ୍ଧ ହେବା ଉଚିତ୍ । ୨ . ଗିରଫ କରିବା ସମୟରେ ଏକ ଗିରଫ ମେମୋ ନିଶ୍ଚିୟ ପ୍ରସ୍ତୁତ କରିବାକୁ ହେବ । ଏଥିରେ : - ଗିରଫ ହେବାର ସମୟ ଓ ତାରିଖ ଉଲ୍ଲେଖ ହୋଇଥିବ , - ଅତି କମ୍ ରେ ଜଣେ ସାକ୍ଷୀଙ୍କର ସ୍ଵାକ୍ଷର ରହିଥିବ ଏବଂ ସେହି ସାକ୍ଷୀ ହୁଏତ ଗିରଫ ହେଉଥିବା ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ ହୋଇଥିବେ ଅଥବା ସିଏ ଗିରଫ ଯେଉଁଠାରେ କରାଯାଇଛି , ସେହି ସ୍ଥାନୀୟ ଅଞ୍ଚଳର ଜଣେ ସମ୍ମାନାସ୍ପଦ ବ୍ୟକ୍ତି ହୋଇଥିବେ , - ଗିରଫ ହୋଇଥିବା ବ୍ୟକ୍ତିଙ୍କର ପ୍ରତି – ସ୍ଵାକ୍ଷର ବି ରହିବ । ୩ . ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଅଟକ ରଖାଯାଇଛି ବା ପଚରାଉଚରା କରାଯାଉଛି , ତାଙ୍କର ଗିରଫ ହେବା , ଅଟକ ରହିବାର ସ୍ଥାନ ବା ଜେଲହାଜତ ଖବର ଜଣେ ଆତ୍ମୀୟ , ବନ୍ଧୁ କିମ୍ବା ଶୁଭାକାଂକ୍ଷୀଙ୍କୁ ଜଣାଇ ଦେବାର ଅଧିକାର ରହିଛି । ଯଦି ଯେଉଁ ବ୍ୟକ୍ତିଙ୍କୁ ଜଣାଇ ଦିଆଯିବ , ସେହି ବ୍ୟକ୍ତି ଜଣେ ସାକ୍ଷୀ ହିସାବରେ ଗିରଫ ମେମୋରେ ଦସ୍ତଖତ୍ କରିଥାନ୍ତି ତେବେ ଏହାର ପ୍ରୟୋଜନ ନାହିଂ । ୪ . ଯଦି ଗିରଫ ହୋଇଥିବା ବ୍ୟକ୍ତିଙ୍କର ବନ୍ଧୁ ବ ଆତ୍ମୀୟ ଜିଲ୍ଲା ବାହାରେ ରାହୁଥାନ୍ତି , ତାହାହେଲେ ଗିରଫ ହେବାର ସମୟ ଓ ସ୍ଥାନ ଏବଂ ଜେଲହାଜତର ସ୍ଥଳ ସମ୍ବନ୍ଧରେ ପୁଲିସ୍ କୁ ନିଶ୍ଚୟ ଗିରଫ କରିବାର ୮ ରୁ ୧୨ ଘଣ୍ଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ପଡିବ । ଏହି ଖବର ଟେଲିଗ୍ରାମ ଜରିଆରେ ସଂପୃକ୍ତ ଥାନା ଓ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ । ୫ . ଗିରଫ କରିବା ବା ଅଟକ ରଖିବା ସଙ୍ଗେ ସଙ୍ଗେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଏକଥା କହିଦେବାକୁ ପଡିବ ଯେ ତାଙ୍କର ଗିରଫ ହେବାର ଖବର ଜଣେ କାହାରୀକୁ ଜଣାଇ ଦେବାର ଅଧିକାର ତାଙ୍କର ରହିଛି । ୬ . ଅଟକ ରଖାଯିବାର ସ୍ଥାନରେ ଥିବା ଡାଏରୀରେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ସଂପର୍କରେ , ଏ ଖବର ଯେଉଁ ବ୍ୟକ୍ତିଙ୍କୁ ଜଣାଇ ଦିଆଯାଇଛି , ସେହି ବ୍ୟକ୍ତିଙ୍କର ନାମ ଏବଂ ଗିରଫ ହୋଇଥିବା ବ୍ୟକ୍ତି ଯେଉଁ ପୁଲିସ୍ ଅଧିକାରୀମାନଙ୍କର ନାମ ଓ ସେମାନଙ୍କ ସଂପର୍କରେ ନିର୍ଦ୍ଧିଷ୍ଟ ବିବରଣୀ ଉଲ୍ଲେଖ କରିବାକୁ ହେବ । ୭ . ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଉଛି , ସେହି ବ୍ୟକ୍ତି ଗିରଫ ହେବା ସମୟରେ ନିଜର ଶାରୀରିକ ସ୍ଵାସ୍ଥ ପରୀକ୍ଷା କରାଇବାକୁ ଅନୁରୋଧ କରିପାରିବେ । ଶରୀରରେ କୌଣସି ଛୋଟ ଧରଣର ତଥା ବଡ ଧରଣର କ୍ଷତି ଯଦି ଥାଏ , ସେ ବିଷୟ ଲିପିବଦ୍ଧ କରିବାକୁ ହେବ । ‘‘ ନିରୀକ୍ଷଣ ମେମୋ ’’ ରେ ଗିରଫ ହୋଇଥିବା ବ୍ୟକ୍ତି ସ୍ଵାକ୍ଷର କରିବା ସଙ୍ଗେ ସଙ୍ଗେ ଗିରଫ କରିଥିବା ପୁଲିସ୍ ଅଧିକାରୀ ମଧ୍ୟ ସ୍ଵାକ୍ଷର କରିବେ । ଏହି ମେମୋର ଏକ ନକଲ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ଦେବାକୁ ହେବ । ୮ . ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଅଟକ ରଖିବା କାଳରେ ପ୍ରତି ୪୮ ଘଣ୍ଟାରେ ଥରେ ଯୋଗ୍ୟତାପ୍ରାପ୍ତ ଡାକ୍ତର ତାଙ୍କୁ ଅବଶ୍ୟ ପରୀକ୍ଷା କରିବେ । ଏହି ଡାକ୍ତରୀ ପରୀକ୍ଷା ସରକାରୀ ପ୍ୟାନେଲ୍ ରେ ଥିବା ଜଣେ ଡାକ୍ତର କରିବେ ଏବଂ ଏହି ପ୍ୟାନେଲ୍ ପ୍ରତ୍ୟକ ରାଜ୍ୟରେ ସ୍ଵାସ୍ଥ ସେବା ନିର୍ଦ୍ଦେଶକ ନିଶ୍ଚୟ ତିଆରି କରିଥିବେ । ୯ . ଗିରଫ ମେମୋ ସମେତ ସମସ୍ତ ଦସ୍ତାବିଜ୍ ର ନକଲ ସେହି ଅଞ୍ଚଳର ମାଜିଷ୍ଟ୍ରେଟଙ୍କ ନିକଟକୁ ତାଙ୍କର ରେକର୍ଡ କରିବା ପାଇଁ ପଠାଇ ଦେବାକୁ ହେବ । ୧୦ . ଗିରଫ ହୋଇଥିବା ବ୍ୟକ୍ତି ସବୁ ସମୟ ପାଇଁ ନ ହେଲେ ମଧ୍ୟ ତାଙ୍କୁ ପଚରାଉଚରା କରାଯିବା ସମୟରେ ଜଣେ ଓକିଲଙ୍କୁ ଭେଟିବାର ଅଧିକାର ପାଇବେ । ୧୧ . ପ୍ରତି ଜିଲ୍ଲାରେ ତଥା ରାଜ୍ୟର ମୁଖ୍ୟ ଦପ୍ତରରେ ଏକ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ (ନିୟନ୍ତ୍ରଣ କକ୍ଷ )ରହିବା ଉଚିତ ଏବଂ ସେଠାକୁ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ଓ କେଉଁ ଜେଲ୍ ହାଜାତରେ ଗିରଫ ହୋଇଥିବା ବ୍ୟକ୍ତି ଅଛନ୍ତି , ସେହି ଜେଲ୍ ହାଜତର ସ୍ଥାନ ସଂପର୍କରେ ସୂଚନା ଗିରଫ କରିଥିବା ପୁଲିସ୍ ଅଧିକାରୀଙ୍କୁ ନିଶ୍ଚୟ ପଠାଇବାକୁ ହେବ । ଗିରଫ କରାଯିବାର ୧୨ ଘଣ୍ଟା ମଧ୍ୟରେ ଏହା ଅବଶ୍ୟ କରିବାକୁ ହେବ । ଏତଦ୍ ସଂକ୍ରାନ୍ତ ସୂଚନା ଗୋଟିଏ ନୋଟିସ୍ ବୋର୍ଡରେ କଣ୍ଟ୍ରୋଲ୍ ରୁମ୍ , ଅତ୍ୟନ୍ତ ଆଖିଦୃଶିଆ ଭାବରେ ପ୍ରଦର୍ଶନ କରିବେ । ଏ ସମସ୍ତ ସର୍ତ୍ତସମ୍ବଳିତ ନିର୍ଦ୍ଦେଶ ପ୍ରତ୍ୟକ ରାଜ୍ୟର ଗୃହ ବିଭାଗ ସଚିବ ଓ ଆରକ୍ଷୀ ମହା ନିର୍ଦ୍ଦେଶକ (ଡି .ଜି .ପି .) ଙ୍କୁ ଜାରି କରାହୋଇଛି । ସେମାନେ ସେମାନଙ୍କର ଦାୟିତ୍ଵାଧୀନ ପ୍ରତିଟି ଥାନାକୁ ଏ ସମସ୍ତ ସର୍ତ୍ତ ଅବଶ୍ୟ ପାଳନୀୟ ବୋଲି ଜଣାଇ ଦେବା ଲାଗି କର୍ତ୍ତବ୍ୟବାଧିତ ଅଟନ୍ତି । ଦେଶର ପ୍ରତ୍ୟକ ଥାନାକୁ ଏହି ମାର୍ଗଦର୍ଶିକା ଅତ୍ୟନ୍ତ ଆଖିଦୃଶିଆ ଭାବରେ ପ୍ରଦର୍ଶନ କରିବା ପାଇଁ ପଡିବ । ଏହି ରାୟ ମଧ୍ୟ ଉପରୋକ୍ତ ସର୍ତ୍ତାଦି ବିଷୟ ବେତାର ଓ ଦୂରଦର୍ଶନ ଜରିଆରେ ପ୍ରଚାର , ପ୍ରସାର କରିବା ପାଇଁ ପରାମର୍ଶ ଦେଉଛି ଏବଂ ସ୍ଥାନୀୟ ଭାଷାରେ ମୁଦ୍ରିତ ପ୍ରଚାରପତ୍ର ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିତରଣ କରିବା ପାଇଁ କହୁଛି । ଅଧିକନ୍ତୁ , ଏହି ସର୍ତ୍ତାଦି ପୂରଣ ସାଙ୍ଗକୁ ଅନ୍ୟାନ୍ୟ ଅଧିକାର ଓ ନିୟମାବଳୀ ମଧ୍ୟ ରହିଛି , ଯାଥା : ଗିରଫ ହେବା ସମୟରେ ସେହି ବ୍ୟକ୍ତି କେଉଁ ଅପରାଧ ପାଇଁ ଗିରଫ ହେଉଛନ୍ତି , ତାହା ତାଙ୍କୁ ଜଣାଇବାକୁ ପଡିବ । ଏହି କଥା ଜାଣିବାର ଅଧିକାର ତାଙ୍କର ରହିଛି । ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଜଣେ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇବାକୁ ପଡିବ । ଏହି ଅଧିକାର ତାଙ୍କର ରହିଛି । ଗିରଫ ହେବା ସମୟରେ ବା ଜେଲ୍ ହାଜତରେ ଥିବା ସମୟରେ ତାଙ୍କୁ ଦୁର୍ବ୍ୟବହାର ବା ନିର୍ଯ୍ୟାତିତ କରାଯାଇପାରିବ ନାହିଂ । ଏହି ଅଧିକାର ଗିରଫ ହୋଇଥିବା ବ୍ୟକ୍ତିଙ୍କର ରହିଛି । ପୁଲିସ୍ ହେପାଜତରେ ଥିବାବେଳେ ଦୋଷ ସ୍ଵୀକାର କରିଥିଲେ ତାହାକୁ ସାକ୍ଷ୍ୟ ରୂପେ ଅଭିଯୁକ୍ତଙ୍କ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ ନାହିଂ । ୧୫ ବର୍ଷରୁ କମ୍ ବୟସର ବାଳକ ଓ ମହିଳାଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡକାଯାଇପାରିବା ନାହିଂ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ଆପତ୍ତି ଦାଖଲ କରିବାର ନମୁନା – ସଂବିଧାନର ଅଷ୍ଟମ ଅନୁସୂଚିରେ ସ୍ଥାନିତ ୨୨ ଟି ଭାଷା ଭିତରୁ ଯେ କୌଣସି ଭାଷାରେ ଆପତ୍ତିଅଭିଯୋଗ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖକୁ ଫାକ୍ସ , ଇ – ମେଲ ଯୋଗେ କିମ୍ବା ଡାକରେ ପଠାଯାଇପାରିବ । ତେବେ ସାଧାରଣତଃ ଅଧିକାଂଶ ଆପତ୍ତି ଅଭିଯୋଗ ଇଂରାଜୀ ଭାଷାରେ ଲେଖାଯାଇଥାଏ । ଅନ୍ୟାନ୍ୟ କମିଶନଙ୍କ ପାଖରେ ଆପତ୍ତି ଅଭିଯୋଗ ଦାଖଲ କରିବା ପାଇଁ ଯେଉଁ ଢାଞ୍ଚା ବ୍ୟବହାର କରାଯାଇଥାଏ , ସେହି ଏକା ଢାଞ୍ଚାରେ ଆପତ୍ତି ଅଭିଯୋଗ ମଧ୍ୟ ଲେଖାଯାଇପାରେ । ସ୍ଵତନ୍ତ୍ର ଭାବରେ ଗଠିତ କମିଶନଗୁଡିକର ନିଜସ୍ଵ ଆପତ୍ତି ଅଭିଯୋଗ ପଞ୍ଜୀକରଣର ପ୍ରକ୍ରିୟା ରହିଛି ଏବଂ ତାହା ସେମାନଙ୍କର ୱେବସାଇଟରେ ଉପଲବ୍ଧ ହେଉଛି । କମିଶନଙ୍କ ପାଖରେ କେଉଁ ଆପତ୍ତିଅଭିଯୋଗ ଗ୍ରହଣୀୟ ହୁଏ ନାହିଂ - ନିମ୍ନଲିଖିତ ଚରିତ୍ରର ଆପତ୍ତିଅଭିଯୋଗ କମିଶନଙ୍କ ପାଖରେ ଗ୍ରହଣୀୟ ହୁଏନାହିଁ ଓ ଆଗ୍ରାହ୍ୟ ହୋଇଥାଏ – କ ) ଯେଉଁ ଆପତ୍ତିଅଭିଯୋଗର ଲେଖା ଅସ୍ପଷ୍ଟ ହୋଇଥାଏ , ବେନାମୀ ବା ଛଦ୍ମନାମରେ ଦିଆଯାଇଥାଏ । ଖ ) ଯେଉଁ ଆପତ୍ତିଅଭିଯୋଗ ତୁଚ୍ଛ , ଅସାର , ଅବାନ୍ତର ଓ ଭିତ୍ତିହୀନ ହୋଇଥାଏ । ଗ ) ଯେଉଁ ଆପତ୍ତିଅଭିଯୋଗ ଅପୋତତଃ ମାନବ ଅଧିକାର ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲଘଂନ ହୋଇଥିବାର କଥା ପ୍ରକାଶ କରେ ନାହିଂ । ଘ ) ଯେଉଁ ଆପତ୍ତିଅଭିଯୋଗ ରାଜ୍ୟର କୌଣସି କମଶନଙ୍କ ପାଖରେ କିମ୍ବା ଆପାତତଃ ବଳବତ୍ତର ଥିବା କୌଣସି ଆଇନ ଅନୁଯାୟୀ ଯଥୋଚିତଭାବରେ ଗଠିତ ଅନ୍ୟ କୌଣସି କମିଶନ ବିଚାରାଧୀନ ରହିଥାଏ । ଙ ) ଯେଉଁ କାର୍ଯ୍ୟ କରାଯାଇଥିବାରୁ ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବୋଲି ଅଭିଯୋଗ କରାଯାଏ , ସେହି କାର୍ଯ୍ୟ ସଂପାଦିତ ହେବାର ତାରିଖଠାରୁ ଗୋଟିଏ ବର୍ଷ ବିତିଯାଇଥିଲେ ସେହି ବ୍ୟାପାର ନେଇ କୌଣସି ଆପତ୍ତି ଅଭିଯୋଗ ଆଉ ଗ୍ରହଣ କରାଯାଏ ନାହିଂ । ଚ ) ସଂପତ୍ତି ଅଧିକାର , ଚୁକ୍ତିବଦ୍ଧ ଦାୟିତ୍ଵ ଓ ତଦନୁରୂପ ଦେୱାନୀ ବିବାଦ ସଂପର୍କିତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଛ ) ଖାଉଟି ସୁରକ୍ଷା ଆଇନ , ୧୯୮୬ର ପରିସରଭୁକ୍ତ ସେବା ଯୋଗାଣରେ ତ୍ରୁଟି ବା ଅବହେଳା ସଂକ୍ରାନ୍ତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଜ ) ସରକାରୀ ଚାକିରୀ ବ୍ୟାପାର , ଶ୍ରମ ବିବାଦ ବା ଶିଳ୍ପ ବିବାଦ ସଂକ୍ରାନ୍ତ ଆପତ୍ତିଅଭିଯୋଗ ଅଥବା ସରକାରୀ ଚାକିରୀର ସର୍ତ୍ତାବଳୀ , ସରକାରୀ ଚାକିରୀର ନିୟମାବଳୀ କିମ୍ବା ଶ୍ରମ ଆଇନ ଓ ତଦନରୂପ କୌଣସି ଆଇନ ଅନୁଯାୟୀ କିଛି ଦାବୀ ଓ ଆପତ୍ତି ବା ଖେଦ ରହିଥିଲେ ତଦ୍ ଜନିତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଝ ) କୌଣସି ଅଦାଲତ ବା ଟ୍ରିବ୍ୟୁନାଲ ପାଖରେ ବିଚାରଧିନ ରହିଥିବା କୌଣସି ବ୍ୟାପାର କିମ୍ବା କୌଣସି ନ୍ୟାୟିକ ରାୟରେ ଉଦ୍ ଘୋଷିତ କୌଣସି ବ୍ୟାପାର ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଞ୍ଜ ) ଜାତୀୟ ମାନବ ଅଧିକାର କମିଶନ ଦ୍ଵାରା କିମ୍ବା ଯଥୋଚିତଭାବରେ ଗଠିତ ଅନ୍ୟ କୌଣସି କମିଶନ ଦ୍ଵାରା ତଦନ୍ତ ହେଉଥିବା ବ୍ୟାପାର ଏବଂ ଜାତୀୟ ମାନବ ଅଧିକାର କମିଶନ କିମ୍ବା ଅନୁରୂପ ଅନ୍ୟ କେଉଁ କମିଶନ ଦ୍ଵାରା ନିଆଯାଇଥିବା ନିଷ୍ପତି ଭିତରେ ଥିବା କୌଣସି ବ୍ୟାପାର ନେଇ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏନାହିଂ । ଟ ) ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ ହୋଇଥିବା ଆପତ୍ତିଅଭିଯୋଗ ଯାହାର ନକଲ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ପହଞ୍ଚିଛି , ସେହି ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଠ ) ସଂପୃକ୍ତ ରାଜ୍ୟର ଭୌଗୋଳିକ ସୀମା ଭିତରେ ଘଟି ନଥିବା କୌଣସି ଘଟଣା ବା ବ୍ୟାପାର ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଡ ) ଅନ୍ୟ କୌଣସି କାରଣରୁ କମିଶନଙ୍କ ବିଚାର ପରିସର ବାହାରେ ରହୁଥିବା ବ୍ୟାପାର ନେଇ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଂ । ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ଆପତ୍ତି ଅଭିଯୋଗ ଦାଖଲ କରିବାରେ ମାର୍ଗଦର୍ଶିକା - ୧ . ନିଜେ ପୀଡିତ ବା ତାଙ୍କ ପକ୍ଷରୁ ଅନ୍ୟ କେହି କମିଶନଙ୍କ ପାଖରେ ଆପତ୍ତିଅଭିଯୋଗ ଦାଖଲ କରିପାରିବେ । ୨ . ଆପତ୍ତିଅଭିଯୋଗ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଅଥବା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନିତ ଅନ୍ୟ କୌଣସି ଭାଷାରେ ଲେଖିବାକୁ ହେବ । ଆପତ୍ତି ଅଭିଯୋଗ ଲେଖାଥିବା ପତ୍ରର କେବଳ ଗୋଟିଏ ପ୍ରତିଲିପି କମିଶନଙ୍କ ପାଖରେ ଦାଖଲ କରିବାକୁ ହେବ । ୩ . ଆପତ୍ତି ଅଭିଯୋଗ ଡାକରେ ବା ଫ୍ୟାକ୍ସ ଜରିଆରେ ୯୧ – ୧୧ – ୨୪୬୫୧୩୨୯ ନମ୍ବରକୁ ପଠାଯାଇ ପାରିବ । କମିଶନଙ୍କ ଇ –ମେଲ୍ ଠିକଣା covdnhrc @ nic . in ରେ ମଧ୍ୟ ପଠାଯାଇପାରିବ । ୪ . ଆପତ୍ତିଅଭିଯୋଗ ପଠାଇଲେ କୌଣସି ଫିସ୍ ବା ଦେୟ ଦେବାକୁ ପଡିବ ନାହିଂ । ୫ . ଆପତ୍ତିଅଭିଯୋଗ ପତ୍ର ସ୍ପଷ୍ଟଭାବରେ ପ୍ରକାଶ କରୁଥିବ – (କ) ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବା ସେଥିପାଇଁ ଉସ୍ କାଣି ଦିଆଯାଇଛି ଅଥବା (ଖ) ଏଭଳି ଉଲ୍ଲଘଂନକୁ ନିରୋଧ କରିବାରେ କୌଣସି ସରକାରୀ କର୍ମଚାରୀ ଅବହେଳା କରିଛନ୍ତି । ୬ . ମାନବ ଅଧିକାରର ଉଲ୍ଲଘଂନ ସମ୍ପର୍କରେ ଅଭିଯୋଗ କମିଶନ ଯେବେ ପାଇବେ , ତା ’ ପୂର୍ବରୁ ଗୋଟିଏ ବର୍ଷ ଭିତରେ ଉକ୍ତ ଘଟଣା ଘଟିଥିବା ଆବଶ୍ୟକ । ଏ କ୍ଷେତ୍ରରେ କମିଶନଙ୍କ ବିଚାରପରିସର ସୀମାବଦ୍ଧ ହୋଇଯାଇଛି । ୭ . ଅଭିଯୋଗର ସମର୍ଥନରେ ଯଦି କୌଣସି ଦଲିଲଦସ୍ତାବିଜ୍ ସଂଯୁକ୍ତ କରାଯାଏ , ତେବେ ତାହା ସ୍ପଷ୍ଟଭାବରେ ଲେଖା ହୋଇଥିବା ଦରକାର । ୮ . ପୀଡିତ ବା ପୀଡ଼ିତାଙ୍କ ନାମ , ତାଙ୍କର ବୟସ , ଲିଙ୍ଗ , ଜାତି /ଧର୍ମ , ରାଜ୍ୟ ଓ ଜିଲ୍ଲା (ଯେଉଁ ସ୍ଥାନରେ ଘଟଣା ଘଟିଛି) , ଘଟଣା ଘଟିବାର ତାରିଖ , ଇତ୍ୟାଦି ଅଭିଯୋଗ ପତ୍ରରେ ସ୍ପଷ୍ଟଭାବରେ ଉଲ୍ଲେଖ ରହିବା ଦରକାର । ୯ . ମୁଦା ଲଫାପା ଭିତରେ ଅଭିଯୋଗ ପତ୍ର ଅନୁଗ୍ରହ କରି ଦାଖଲ କରନ୍ତୁ ଓ ତାହାହିଁ ଶ୍ରେୟସ୍କର ହେବ । ୧୦ . ନିମ୍ନଲିଖିତ ପ୍ରକାରର ଅଭିଯୋଗ ପତ୍ର ସାଧାରଣତଃ ଗ୍ରହଣଯୋଗ୍ୟ ହୁଏନାହିଁ , i. ଅସ୍ପଷ୍ଟଭାବରେ ଲେଖା ହୋଇଥିଲେ , ii. ଅବାନ୍ତର ହୋଇଥିଲେ , ବେନାମୀ ବା ଛଦ୍ମନାମରେ ଯାଇଥିଲେ , iii. ତୁଛ , ଅସାର ଓ ଭିତ୍ତିହୀନ ହୋଇଥିଲେ , iv. ରାଜ୍ୟ ମାନବ ଅଧିକାର କମିଶନ ବା ଅନ୍ୟ କୌଣସି କମିଶନଙ୍କ ପାଖରେ ବିଚାରାଧୀନ ରହିଥିଲେ , v. ମାନବ ଅଧିକାର ଉଲ୍ଲଘଂନ ହୋଇଥିବାର କାର୍ଯ୍ୟ ଯେଉଁ ତାରିଖରେ ହୋଇଛି ବୋଲି ଅଭିଯୋଗ କରାଯାଏ , ସେହି ତାରିଖଠାରୁ ଗୋଟିଏ ବର୍ଷ ଶେଷ ହୋଇଯିବା ପରେ ଏତଦ୍ ସଂକ୍ରାନ୍ତ କୌଣସି ଆପତ୍ତି ଆସିଥିଲେ , vi. କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇ ନଥିଲେ , vii. ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ସମ୍ପତ୍ତି ଅଧିକାର , ଚୁକ୍ତିବଦ୍ଧ ବାୟଦାୟିତ୍ଵ , ଇତ୍ୟାଦି ଭଳି ଦେୱାନୀ ବିବାଦ ସଂପର୍କିତ ହୋଇଥିଲେ , viii. ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ସରକାରୀ ଚାକିରୀ ସମ୍ପର୍କିତ ବ୍ୟାପାର ହୋଇଥିଲେ , ix. ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ଶ୍ରମ ବିବାଦ ବା ଶିଳ୍ପ ବିବାଦ ସମ୍ପର୍କିତ ବ୍ୟାପାର ହୋଇଥିଲେ , x. ଅଭିଯୋଗ ନିର୍ଦ୍ଧିଷ୍ଟ ଭାବରେ ମାନବ ଅଧିକାର ଉଲ୍ଲାଘନନା ହୋଇଥିବାର କୌଣସି ପ୍ରମାଣ ଦେଉନଥିଲେ , xi. କୌଣସି ଅଦାଲତ ବା ଟ୍ରିବ୍ୟୁନାଲ ପାଖରେ ଉକ୍ତ ବ୍ୟାପାର ବିଚାରାଧୀନ ଥିଲେ , xii. ବ୍ୟାପାରଟି ସଂପର୍କରେ ଆଗରୁ ନ୍ୟାୟିକ ରାୟ ଦିଆଯାଇଥିଲେ ବା କମିଶନ ନିଷ୍ପତ୍ତି ଦେଇଥିଲେ । ୧୧ . ଅଭିଯୋଗକାରୀମାନେ ଯେତେ ଦୂର ସମ୍ଭବ ଉପରେ ପ୍ରଦତ୍ତ ନମୁନାକୁ ବ୍ୟବାର କରି ସେମାନଙ୍କର ଆପତ୍ତି ଅଭିଯୋଗ ଦାଖଲ କରିବାକୁ ଉତ୍ସାହିତ କରାଯାଉଛି । କି ପ୍ରକାର ତଥ୍ୟ ବା ସୂଚନା ଅଭିଯୋଗପତ୍ରରେ ରହିବ , ତାହା ମାର୍ଗଦର୍ଶିକା ଦେଖାଇଦେଇଛି । ଅଭିଯୋଗପତ୍ର ତଦନୁଯାୟୀ ପ୍ରସ୍ତୁତ ହୋଇ ଦାଖଲ କରାଗଲେ ତାହାର ପ୍ରସେସିଂ କରିବା ସୁବିଧାଜନକ ହେବ । ଜାତୀୟ ଓ ରାଜ୍ୟ ମାନବ ଅଧିକାର କମିଶନଙ୍କ ଠିକଣା ୧ . ଜାତୀୟ ମାନବ ଅଧିକାର କମିଶନ ମାନବ ଅଧିକାର ଭବନ ବ୍ଲକ – ସି , ଜିପିଓ କପ୍ଲେକ୍ସ , ଆଇ .ଏନ୍ର .ଏ ନୂଆଦିଲ୍ଲୀ – ୧୧୦୦୨୩ ଟେଲିଫୋନ୍ ନଂ . ୦୧୧ – ୨୪୬୫୧୩୩୦ ଫାକ୍ସ ନଂ . ୦୧୧ – ୨୪୬୫୧୩୨୯ ମେଲ୍ – covdnhrc @nic.in, iontre @ nic .in ୨ . ଓଡିଶା ମାନବ ଅଧିକାର କମିଶନ ତୋଷାଳୀ ଭବନ କମ୍ପ୍ଲେକ୍ସ (୨ୟ ମହଲା) ସତ୍ୟନଗର , ପୋ – ସହିଦନଗର ଭୁବନେଶ୍ଵର - ୭୫୧୦୦୭ ଟେଲିଫୋନ୍ ନଂ . ୦୬୭୪ - - ୨୫୭୩୭୮୫ , ୨୫୭୨୨୩୪ ଫାକ୍ସ ନଂ . ୦୬୭୪ – ୨୫୭୨୦୧୦ ଇ – ମେଲ୍ – ohrc @ nic.in ଜାତୀୟ ଓ ରାଜ୍ୟ ମହିଳା କମିଶନଙ୍କ ଠିକଣା ୧ . ଜାତୀୟ ମହିଳା କମିଶନ ୪ , ଦୀନଦୟାଲ ଉପାଧ୍ୟାୟ ମାର୍ଗ ନୂଆଦିଲ୍ଲୀ , ୧୧୦୦୦୨ ଟେଲିଫୋନ୍ ନଂ - ୦୧୧ – ୨୩୨୩୭୧୬୬ , ୨୩୨୩୬୯୮୮ ଅଭିଯୋଗକକ୍ଷ – ୦୧୧ – ୨୩୨୧୯୭୫୦ ଫାକ୍ସ ନଂ . ୦୧୧ – ୨୩୩୨୬୧୬୪ ଇ – ମେଲ୍ complaintcell – new @ nic . in ଅନ୍ ଲାଇନ୍ ସଂଯୋଗ ବ୍ୟବହାର କରି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇପାରିବ ୨ . ରାଜ୍ୟ ମହିଳା କମିଶନ ତୋଷାଳୀ ଭବନ କମ୍ପ୍ଲେକ୍ସ (୩ୟ ମହଲା) ସତ୍ୟନଗର , ପୋ – ସହିଦନଗର ଭୁବନେଶ୍ଵର - ୭୫୫୧୦୦୭ ଟେଲିଫୋନ୍ ନଂ . ୦୬୭୪ - ୨୫୭୩୮୫୦ , ଫାକ୍ସ ନଂ . - ୦୬୭୪ – ୨୫୭୩୮୭୦ ୱେବସାଇଟ୍ – www. Oscw . nic . in ୩ . ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଠିକଣା ଜାତୀୟ ଅନୁସୂଚିତ ଜାତି (ଏସ୍ . ସି) କମିଶନ ଇ – ମେଲ୍ – chairman_nesc @ nic . in ଆପତ୍ତିଅଭିଯୋଗ ନିମ୍ନଲିଖିତ ଠିକଣାରେ ପଠାଯାଇପାରେ - ଠିକଣା ଓ ଟେଲିଫୋନ୍ ନଂ . ୧, ମୟୁଖ ଭବନ (ତଳ ମହଲା) ସଲ୍ ଟଲେକ୍ ସିଟି କୋଲକତା – ୭୦୦୦୯୧ ମୁଖ୍ୟଦପ୍ତର ଓ କାର୍ଯ୍ୟପରିସର କୋଲ୍ କାତା ( ଓଡିଶା , ପଶ୍ଚିମବଙ୍ଗ , ସିକିମ୍ , ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ) ଟେଲିଫୋନ୍ ନଂ . ୦୩୩ – ୨୩୩୭୦୯୭୭ , , ୨୩୨୧୩୨୫୯ ଦେୟମୁକ୍ତ ନଂ . ୧୮୦୦୧୮୦୦୩୪୫ (ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ସମସ୍ତ ରାଜ୍ୟ କାର୍ଯ୍ୟାଳୟ ପାଇଁ ) ଅନ୍ – ଲାଇନ୍ ମାଧ୍ୟମରେ ନିମ୍ନଲିଖିତ ସଂଯୋଗ ବ୍ୟବହାର କରି ଆପତ୍ତିଅଭିଯୋଗ ପଞ୍ଜୀକରଣ କରାଯାଇପାରେ । http : // www. ncsccmis .nic . in/NCSCCMIS/new complaintforpetitionerer . do? method=initPetitioner ୪ . ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଠିକଣା ଜାତୀୟ ଅନୁସୂଚିତ ଜନଜାତି (ଏସ୍ .ଟି. ) କମିଶନ ୬ଷଷ୍ଠ ମହଲା , ବି ଉଇଙ୍ଗ୍ , ଲୋକନାୟକ ଭବନ ଖାନ୍ ମାର୍କେଟ , ନୂଆଦିଲ୍ଲୀ – ୧୧୦୦୦୩ (୦୧୧) ଦେୟମୁକ୍ତ ନଂ . ୧୮୦୦୧୧୭୭୭୭ (ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କର ସମସ୍ତ ରାଜ୍ୟ କାର୍ଯ୍ୟାଳୟ ପାଇଁ ) ନିମ୍ନଲିଖିତ ଠିକଣାରେ ଆପତ୍ତିଅଭିଯୋଗ ପଠାଯାଇପାରେ - କାର୍ଯ୍ୟାଳୟ ଏନ୍ – ୧/୨୯୭ ଆଇ. ଆର୍ . ସି . ଭିଲେଜ୍ ଭୁବନେଶ୍ଵର – ୭୫୧୦୧୫ ଟେଲିଫୋନ୍ : ୦୬୭୪ – ୨୫୫୧୬୧୬ ଫାକ୍ସ : ୦୬୭୪ – ୨୫୫୧୮୧୮ କାର୍ଯ୍ୟ ପରିସର ଓଡିଶା , ଆନ୍ଧ୍ର ପ୍ରଦେଶ , ତାମିଲନାଡୁ , ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ପଣ୍ଡେଚେରି ୫ . ଜାତୀୟ ସଂଖ୍ୟାଲଘୁ କମିଶନଙ୍କ ଠିକଣା - ଜାତୀୟ ସଂଖ୍ୟାଲଘୁ କମିଶନ ୫ମ ମହଲା , ଲୋକନାୟକ ଭବନ ଖାନ୍ ମାର୍କେଟ୍ , ନୂଆଦିଲ୍ଲୀ – ୧୧୦୦୦୩ ଟେଲିଫୋନ୍ ନଂ . ୦୧୧ – ୨୪୬୧୫୫୮୩ ଫାକ୍ସ ନଂ . ୨୪୬୯୩୩୦୨ , ୨୪୬୪୨୬୪୫ , ୨୪୬୯୮୪୧୦ ଇ – ମେଲ୍ – ro- ncm @ nic .in ଦେୟମୁକ୍ତ ନଂ , ୧୮୦୦୧୧୦୦୮୮ ୬ . ମୁଖ୍ୟ ଭିନ୍ନକ୍ଷମ କମିଶନର (କେନ୍ଦ୍ର) ସରୋଜିନୀ ହାଉସ୍ , ୬ ଭଗବାନ ଦାସ ରୋଡ୍ , ନୂଆଦିଲ୍ଲୀ – ୧୧୦୦୦୧ ଫୋନ୍ ନଂ . ୯୧ – ୧୧ – ୨୩୩୮୬୧୫୪ , ୨୩୩୮୬୦୫୪ ଫାକ୍ସ ୯୧ – ୧୧ – ୨୩୩୮୬୦୦୬ ଇ – ମେଲ୍ – ccpd @ nic . in ୭ . ଓଡିଶା ରାଜ୍ୟ ଭିନ୍ନକ୍ଷମ କମିଶନ ଏସ୍ . ଆଇ . ଡି . ଆର୍ . ବିଲ୍ ଡିଙ୍ଗ୍ କ୍ୟାପିଟାଲ ହସ୍ ପିଟାଲ କ୍ୟାମ୍ପସ୍ , ୟୁନିଟ – ୬ ଭୁବନେଶ୍ଵର - ୭୫୧୦୦୧ ଫୋନ୍ ନଂ . ୦୬୭୪ – ୨୩୯୦୦୦୬ (ଟେଲି ଫାକ୍ସ) ଆଧାର : ମାନବ ଅଧିକାର