ଶିକ୍ଷା ମାଧ୍ୟମରେ ସଶକ୍ତିକରଣ 7565 କୋଟି ଟଙ୍କାର ଛାତ୍ର ବୃତ୍ତି ବିତରଣ ଦ୍ଵାରା 2014-15 ଏବଂ 2015-16 ମଧ୍ୟରେ 3.3 କୋଟିରୁ ଅଧିକ ବିଦ୍ୟାର୍ଥୀ ଲାଭାନ୍ଵିତ । ଓବିସିଙ୍କ ପାଇଁ ମାଟ୍ରିକ – ପୂର୍ବ ଛାତ୍ର ବୃତ୍ତି ପାଇବା ପାଇଁ 44,500 ଟଙ୍କାରୁ ବୃଦ୍ଧି କରି ପ୍ରତି ବର୍ସ୍ଶ 2.5 ଲକ୍ଷ ଟଙ୍କା କରାଗଲା । ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କ ପାଇଁ ମାଟ୍ରିକ – ପୂର୍ବ ଛାତ୍ର ବୃତ୍ତି ପାଇଁ ଆୟ ପ୍ରମାଣ ପତ୍ର ଦୁଇ ଲକ୍ଷରର ବଢାଇ 2.5 ଲକ୍ଷ ଟଙ୍କା କରାଗଲା । ଘରୁ ଆସି ପଢୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଛାତ୍ରବୃତ୍ତି (ଷ୍ଟାଇପେଣ୍ଡ) 150 ଟଙ୍କାରୁ ବୃଦ୍ଧି କରି 225 ଟଙ୍କା ଏବଂ ଛାତ୍ରାବାସରେ ରହୁଥିବା ବିଦ୍ୟାର୍ଥୀମାନଙ୍କର ଛାତ୍ରବୃତ୍ତି (ଷ୍ଟାଇପେଣ୍ଡ) 350 ଟଙ୍କାରୁ ବୃଦ୍ଧି କରି 525 ଟଙ୍କା କରାଗଲା । ଅନୁସୂଚିତ ଏବଂ ପଛୁଆ ବର୍ଗର ବିଦ୍ୟାର୍ଥୀମାନଙ୍କୁ ନିଃଶୁଳ୍କ କୋଚିଂ କ୍ଷେତ୍ରରେ ଆୟ ପ୍ରମାଣ ପତ୍ର 4.5 ଲକ୍ଷ ଟଙ୍କାରୁ ବୃଦ୍ଧି କରି 6 ଲକ୍ଷ ଟଙ୍କା କରାଯାଇଛି । ସ୍ଥାନୀୟ ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡ 1500 ଟଙ୍କାରୁ ବୃଦ୍ଧି କରି 2500 ଟଙ୍କା ତଥା ଦ୍ଵିତୀୟ ସ୍ଥାନର ବିଦ୍ୟାର୍ଥୀମାନଙ୍କ ପାଇଁ ଷ୍ଟାଇପେଣ୍ଡ 3000 ଟଙ୍କାରୁ ବୃଦ୍ଧି କରି 5000 ଟଙ୍କା କରାଯାଇଛି । ଅନ୍ୟ ପଛୁଆ ବର୍ଗଙ୍କର ମାଟ୍ରିକ – ପୂର୍ବ ଛାତ୍ରବୃତ୍ତି ପାଇଁ ଛାତ୍ରବୃତ୍ତି ହାରରେ ବହୁତ ବୃଦ୍ଧି କରାଯାଇଛି । ସଂସାଧନକୁ ମିଶାଇ, ଆକାଂକ୍ଷା ପୂରଣ କରାଗଲା ଅନୁସୂଚିତ ଜାତି / ଜନଜାତି ସମୁଦାୟଙ୍କ କଲ୍ୟାଣ ପାଇଁ 95,000 ଟଙ୍କାର ଐତିହାସିକ ବଜେଟ । 2017-18 ତୁଳନାରେ 2018-19ରେ ଓବିସି କଲ୍ୟାଣ ପାଇଁ ବଜେଟ ଆବଣ୍ଟନରେ ଅପ୍ରତ୍ୟାଶିତ 41 ପ୍ରତିଶତ ବୃଦ୍ଧି । ସୁଗମ୍ୟ ଭାରତ, ପ୍ରବୀଣ ଭାରତ 2015, ଡିସେମ୍ବର 3 ତାରିଖରେ ଶୁଭାରମ୍ଭ କରାଯାଇଥିବା ସୁଗମ୍ୟ ଭାରତ ଅଭିଯାନର ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କୁ ସୁଗମ୍ୟ ଏବଂ ସମ୍ମାନ ଜୀବନ ପ୍ରଦାନ କରିବା । ଦେଶର ରାଜଧାନୀ ଏବଂ ସମସ୍ତ ରାଜ୍ୟର ରାଜଧାନୀ ମାନଙ୍କରେ ଅତି କମ୍ ରେ 50 ପ୍ରତିଶତ ସରକାରୀ ଭବନଗୁଡିକୁ ସମ୍ପୂର୍ଣ୍ଣ ରୂପେ ସୁଗମ୍ୟ କରିବା ପାଇଁ ଦ୍ରୁତ ଗତିରେ ପ୍ରୟାସ ଜାରି ରହିଛି । 8 ଲକ୍ଷ ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ବିତରଣ କରିବା ପାଇଁ ବିଶେଷ ଶିବିର ମାନଙ୍କର ଆୟୋଜନ କରାଯାଇଛି । 50ଟି ସହରରେ 1662 ମହତ୍ଵପୂର୍ଣ୍ଣ ଭବନଗୁଡିକରେ ସୁଗମ୍ୟତାର ଯାଞ୍ଚ ଏ ପର୍ଯ୍ୟନ୍ତ ସମାପ୍ତ ହୋଇଛି । ସମସ୍ତ 34 ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ତଥା ସମସ୍ତ 48 ଘରୋଇ ବିମାନବନ୍ଦରରେ ରାମ୍ପ, ସୁଗମ୍ୟ ଶୌଚାଳୟ, ବ୍ରେଲି ଲିପିରେ ସଙ୍କେତ ସହିତ ଲିଫ୍ଟ ତଥା ଶୁଣିବା ଭଳି ସଙ୍କେତଗୁଡିକୁ ଜେଭଳି ସୁଗମ୍ୟତା ପ୍ରଦାନ କରାଯାଇଛି । 709 ଏ-1, ଏ, ବି ଶ୍ରେଣୀର ରେଳ ଷ୍ଟେସନ ମଧ୍ୟରୁ 644ଟି ରେଳ ଷ୍ଟେସନ ତଥା 1,41,572 ବସଷ୍ଟାଣ୍ଡକୁ ସୁଗମ୍ୟ କରା ଯାଇଛି । ରାଜ୍ୟ ସରକାରମାନେ/କେନ୍ଦ୍ରଶାସିତ ପ୍ରଦେଶର 917 ଚିହ୍ନିତ ୱେବସାଇଟ ଗୁଡିକ ଇଆରଏଏନଇଟି ଇଣ୍ଡିଆ ମାଧ୍ୟମରେ ସୁଗମ୍ୟ କରାଯିବାର ପ୍ରକ୍ରିୟାରେ ରହିଛି । ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କ ପାଇଁ ଆହୁରି ଅଧିକ ସୁଯୋଗ ସରକାରୀ ଚାକିରିରେ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷଣ 3 ପ୍ରତିଶତରୁ ବୃଦ୍ଧି କରି 4 ପ୍ରତିଶତ କରାଯାଇଛି । ଏହାର ଖୁବ ପ୍ରଭାବ ପଡିବ । ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ପାଇଁ ଶିବିର ଗୁଡିକର ଆୟୋଜନରେ ଅପ୍ରତ୍ୟାଶିତ ବୃଦ୍ଧି । ମଇ 2014ରୁ ସମଗ୍ର ଦେଶରେ ଆୟୋଜିତ 5790 ଶିବିରମାନଙ୍କ ଦ୍ଵାରା 6 ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଲାଭାନ୍ଵିତ ହୋଇଛନ୍ତି । ଶିକ୍ଷିତ ଭାର, ସକ୍ଷମ ଭାରତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଟେକ୍ନିକାଲ ଶିକ୍ଷା ଜାରି ରଖିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ 11 ନଭେମ୍ବର, 2014ରେ ଛାତ୍ରବୃତ୍ତି ଯୋଜନା ଶୁଭାରମ୍ଭ କରାଯାଇଛି । 30 ହଜାର ଟଙ୍କାର ଛାତ୍ରବୃତ୍ତି ରାଶି ମାସିକ ଦେୟ ଲାଗି ଦିଆଯାଇଛି ଏବଂ 20 ହଜାର ଟଙ୍କାର ରାଶି ଆକସ୍ମିକ ଭତ୍ତା ଭାବେ ଦିଆଯାଇଛି । ଯୋଜନା ଅନ୍ତର୍ଗତ ପ୍ରତିବର୍ଷ 1000 ଛାତ୍ରବୃତ୍ତି ଉପଲବ୍ଧ । ଇଣ୍ଡିଆନ ସାଇନ ଲାଙ୍ଗୁଏଜ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର ସ୍ଥାପିତ । କାହିଁକି ନା ଆମେ ଚିନ୍ତା କରୁଛୁ ନିରାମୟ ଯୋଜନା : ଅଟିଜିମ୍, ସେରେବ୍ରାଲ ପାଲସି ତଥା ଅନେକ ଦିବ୍ୟାଙ୍ଗତାର ଶିକାର ଲୋକମାନଙ୍କୁ ଏକ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କବଚ । ସଂସାଧନର ସୀମା ନାହିଁ ଉଦ୍ୟମ ପୁଞ୍ଜି ପାଣ୍ଠି ଯୋଜନା ଅଧୀନରେ ଅନୁସୂଚିତ ଜାତିର ଉଦ୍ୟମୀମାନଙ୍କ ପାଇଁ 36 କମ୍ପାନୀଗୁଡିକୁ 239.12 କୋଟି ଟଙ୍କାର ସ୍ଵୀକୃତୀ ଦିଆଯାଇଛି । ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ୟମ ପୁଞ୍ଜି ପାଣ୍ଠି ହିସାବରେ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଉଦ୍ୟମ ପୁଞ୍ଜି ପାଣ୍ଠିର ନୂଆ ଯୋଜନା 200 କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ସହିତ ଆରମ୍ଭ କରାଯିବ । ଏଥିପାଇଁ 2018-19 ରେ 140 କୋଟି ଟଙ୍କାର ବନ୍ଦୋବସ୍ତ କରାଯାଇଛି । ମୁଦ୍ରା – 125 କୋଟି ଭାରତୀୟଙ୍କ ବିଶ୍ଵାସ 2018ର ବଜେଟରେ ମୁଦ୍ରା ଅନ୍ତର୍ଗତ ଋଣ ଲକ୍ଷ୍ୟ, 2018-19 ଆର୍ଥିକ ବର୍ଷ ପାଇଁ ବୃଦ୍ଧି କରି 3 ଲକ୍ଷ୍ୟ କୋଟି ଟଙ୍କା କରାଯାଇଛି । ମୋଟ ଋଣ ଖାତା ମାନଙ୍କ ମଧ୍ୟରୁ 76 ପ୍ରତିଶତ ଋଣ ଖାତା ହେଉଛି ମହିଳାମାନଙ୍କର ଆଉ 50 ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି/ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗମାନଙ୍କର । ଷ୍ଟାଣ୍ଡ ଅପ୍ ଇଣ୍ଡିଆ – ଆତ୍ମାନିର୍ଭରତାକୁ ପ୍ରୋତ୍ସାହନ ବ୍ୟାଙ୍କ ଗୁଡିକ ଦ୍ଵାରା ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି, ମହିଳା ଋଣଗ୍ରହୀତାଙ୍କୁ ଫେବୃୟାରୀ, 2018 ଯାଏଁ 54,733 ଋଣ ସ୍ଵୀକୃତୀ । ସାମାଜିକ ଅଧିକାର ପାଇଁ ପ୍ରସ୍ତୁତି – ଦିବ୍ୟାଙ୍ଗ ଜନ ଅଧିକାର ଅଧିନିୟମ 2016 ଦିବ୍ୟାଙ୍ଗତାର ପ୍ରକାର 7 ରୁ ବୃଦ୍ଧି କରି 21 କରି ଦିଆଯାଇଛି । ପ୍ରଥମ ଥର କହିବା ଏବଂ ଭାଷାର ଦିବ୍ୟାଙ୍ଗତା ଆଉ ବିଶେଷ ଭାବେ ଶିଖିବା ପାଇଁ ଦିବ୍ୟାଙ୍ଗତାକୁ ସାମିଲ କରାଯାଇଛି । ଏଥିରେ ତେଜାବ (ଏସିଡ) ପୀଡ଼ିତା ମାନଙ୍କୁ ସାମିଲ କରାଯାଇଛି । 6 ରୁ 18 ବର୍ଷ ବୟସର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିଃଶୁଳ୍କ ଶିକ୍ଷାର ଅଧିକାର ତଥା ସରକାରୀ ସହାୟତାରେ ଚାଲୁଥିବା ଉଚ୍ଚ ଶିକ୍ଷା ସଂସ୍ଥାନରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ 4 ପ୍ରତିଶତ ସଂରକ୍ଷଣ । ଦିବ୍ୟାଙ୍ଗ ଜନଙ୍କ ସହିତ ହେଉଥିବା ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା । ନ୍ୟାୟ ପାଇଁ ଅନେକ ପ୍ରୟାସ – ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ଅଧିନିୟମରେ ଦୃଢ ସଂଶୋଧନ ସଂଶୋଧନରେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ମାମଲା ଗୁଡିକର ଶୀଘ୍ର ଶୁଣାଣୀ ପାଇଁ ବିଶେଷ ଅଦାଲତ ସ୍ଥାପନର ବ୍ୟବସ୍ଥା । ପୀଡିତ ଏବଂ ସାକ୍ଷୀଙ୍କ ସମ୍ବନ୍ଧିତ ନୂତନ ଅଧ୍ୟାୟ ଯୋଡାଯାଇଛି । ପୀଡିତ, ପ୍ରତିବାଦୀ ଏବଂ ସାକ୍ଷୀମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବା ରାଜ୍ୟ ଗୁଡିକୁ କିଛି ନିଶ୍ଚିତ କର୍ତ୍ତବ୍ୟ ଓ ଦାୟିତ୍ଵ ଦେବା କାରଣ ସେମାନେ ଥିଲେ, ଆମେ ଅଛୁ ଭାରତର ସ୍ଵାଧୀନତା ସଂଗ୍ରାମରେ ଆମର ଜନଜାତି ସମୁଦାୟର ଶୌର୍ଯ୍ୟ ଏବଂ ବୀରତ୍ଵର ସ୍ମୃତିରେ ଜନଜାତିବହୁଳ ବହୁଳ ଜିଲ୍ଲାରେ ଅତ୍ୟାଧୁନିକ ଜନଜାତି ସଂଗ୍ରହାଳୟ । ଯୁବ ଭାରତକୁ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ସହିତ ଯୋଡିବା ଡିସେମ୍ବର 2017ରେ 15 ଜନପଥରେ ଡକ୍ଟର ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ର ଖୋଲାଗଲା । ଏହି ବିଶ୍ଵସ୍ତରୀୟ ଭବନର ଆଧାରଶୀଳା ମଧ୍ୟ ଅପ୍ରେଲ 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 13 ଅପ୍ରେଲ 2018ରେ 26 ଅଲିପୁର ରୋଡରେ ମହା ପରିନିର୍ବାଣ ଭୂମି ସ୍ଥଳର ଉଦ୍ଘାଟନ । ବାସ୍ତୁକଳାରେ ସୁସଜ୍ଜିତ ଏହି ଭବନରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଉ ତାଙ୍କ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଛି । “ଡ. ଆମ୍ବେଦକରଙ୍କ ଲକ୍ଷ୍ୟ ଦୁରଦୃଷ୍ଟି ହେଉଛି ଆମର ଲକ୍ଷ୍ୟ । ଏକ ଉନ୍ନତ ଓ ସମଷ୍ଟିଗତ ଭାରତ ଗଠନ କରିବା ପାଇଁ ଅତ୍ୟନ୍ତ ସମ୍ମାନସ୍ପଦ ଡ. ଆମ୍ବେଦକର ଦ୍ଵାରା ପ୍ରଦର୍ଶିତ ମାର୍ଗରେ ଆମେ ଚାଳୁଛୁ ।” ଆଧାର : ଭାରତ ସରକାର