ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ମା ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା 12,900ରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ 1.16 କୋଟିରୁ ଅଧିକ ଗର୍ଭବତୀ ମହିଳାଙ୍କର ପ୍ରସବ ପୂର୍ବ ପରୀକ୍ଷଣ କରାଯାଇଛି । 6 ଲକ୍ଷରୁ ଅଧିକ ସଙ୍କଟାପନ୍ନ ଗର୍ଭବତୀ ମହିଳାଙ୍କର ଚିହ୍ନଟ କରାଯାଇଛି । ରୋଗଗୁଡିକ କବଳରୁ ସୁରକ୍ଷା ପାଇଁ ମିଶନ ଇନ୍ଦ୍ରଧନୁଷ ମିଶନ ଇନ୍ଦ୍ରଧନୁଷ ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କର ଏବଂ ଶିଶୁମାନଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଟୀକା ଦେବାର ଅଭିଯାନ ଚାଲୁ କରାଗଲା । 80 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଟୀକା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା – ଗର୍ଭବତୀ ମାତାଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ଗର୍ଭବତୀ / ଶିଶୁମାନଙ୍କୁ କ୍ଷୀର ପିୟାଉଥିବା ମାଆମାନଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି ପ୍ରତ୍ୟକ ମହିଳାଙ୍କୁ 6000 ଟଙ୍କାର ସହାୟତା ରାଶି, ଫଳରେ ସେ ସମ୍ପୂର୍ଣ୍ଣ ଆରାମ କରିବେ ଏବଂ ସଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରିବେ । ପ୍ରତ୍ୟକ ବର୍ଷ 50 ଲକ୍ଷରୁ ଅଧିକ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରୁ ଲାଭ ମିଳିବାର ସମ୍ଭାବନା ରହିଛି । ରୋଜଗାର /ଜୀବନ ମଧ୍ୟରେ ସନ୍ତୁଳନ ସୁନିଶ୍ଚିତ କରିବା ପାଇଁ ପ୍ରସୂତିକାଳୀନ ଅବକାଶ ସବୈତନିକ ପ୍ରସୂତିକାଳୀନ ଅବକାଶର ସମୟ ସୀମାକୁ ବଢାଇ 26 ସପ୍ତାହ କରାଗଲା, ଯାହାକି ହେଉଛି ସମଗ୍ର ଦୁନିଆରେ ଦିଆଯାଉଥିବା ସର୍ବାଧିକ ପ୍ରସୂତିକାଳୀନ ଅବକାଶ ମଧ୍ୟରୁ ଗୋଟିଏ । ଉପଯୁକ୍ତ ମାତ୍ରାରେ ପୋଷଣ ସୁନିଶ୍ଚିତ କରିବା ପାଇଁ ପୋଷଣ ଅଭିଯାନ ବିଭିନ୍ନ ପ୍ରକାରର ଉପାୟ ମାଧ୍ୟମରେ କୁପୋଷଣରୁ ରକ୍ଷା ପାଇବା ପାଇଁ ଏକ ଭିନ୍ନ ଧରଣର ପ୍ରଥମ କାର୍ଯ୍ୟକ୍ରମ ଲକ୍ଷ୍ୟ ଅନୁଯାୟୀ, ପ୍ରାଦ୍ୟୋଗିକୀର ଉପଯୋଗ ଏବଂ ଧାର୍ଯ୍ୟ ଦୃଷ୍ଟିକୋଣ ଜରିଆରେ କୁପୋଷଣକୁ ହ୍ରାସ କରିବା । ବେଟୀ ବଚାଓ ବେଟୀ ପଢାଓ ସହିତ ମହିଳା ସଶକ୍ତୀକରଣ ଦିଗରେ ତୀବ୍ର ପଦକ୍ଷେପ 104ଟି ଜିଲ୍ଲାରେ ଜନ୍ମ ସମୟରେ ପୁଅ-ଝିଅ ଅନୁପାତରେ ସୁଧାର ହୋଇଛି । ଗର୍ଭର ପ୍ରଥମ ତିନି ମାସ ମଧ୍ୟରେ ପଞ୍ଜୀକରଣ କରିବାରେ 119ଟି ଜିଲ୍ଲାରେ ଉନ୍ନତି ପରିଲକ୍ଷିତ ହୋଇଛି । 146ଟି ଜିଲ୍ଲାରେ ଡାକ୍ତରଖାନା ପ୍ରସବ କରାଇବା ସଂଖ୍ୟାରେ ବୃଦ୍ଧି ହୋଇଛି । ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଝିଅମାନଙ୍କର ପ୍ରବେଶ ସଂଖ୍ୟାରେ ବୃଦ୍ଧି ହୋଇଛି । ବାଳିକାମାନଙ୍କର ଶିକ୍ଷା ଅନେକ ଛାତ୍ରବୃତ୍ତି । ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା – ବାଳିକାମାନଙ୍କ ପାଇଁ ସୁନିଶ୍ଚିତ ଭବିଷ୍ୟତ 1.26 କୋଟିରୁ ଅଧିକ ବାଳିକା ମାନଙ୍କର ଖାତା ଖୋଲା ଯାଇଛି, ଯେଉଁଥିରେ ପାଖାପାଖି 20,000 କୋଟି ଟଙ୍କା ଜମା ହୋଇଛି । ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ମହିଳା ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହନ ମୁଦ୍ରା ଯୋଜନା ମାଧ୍ୟମରେ ଉଦ୍ୟମୀ ମାନଙ୍କୁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି । ଷ୍ଟାଣ୍ଡ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ, ଅଜା/ଅଜଜା/ଅପିବ ଉଦ୍ୟମୀମାନଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆ ଯାଉଛି । ମୁଦ୍ରା ଯୋଜନାରେ ଲାଭାର୍ଥୀଙ୍କ ମଧ୍ୟରେ 70 ପ୍ରତିଶତରୁ ଅଧିକ ମହିଳା ସାମିଲ ଅଛନ୍ତି । ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲାଭ ପାଖାପାଖି 90 ଲକ୍ଷ ମହିଳା ଉଦ୍ୟମୀମାନେ ଉଠାଇଛନ୍ତି । ବାଳିକାମାନଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା 12 ବର୍ଷରୁ କମ ବୟସର ବାଳିକା ମାନଙ୍କ ସହିତ ଦୁଷ୍କର୍ମ ମାମଲାରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା । 16 ବର୍ଷରୁ କମ୍ ବୟସର ବାଳିକାମାନଙ୍କ ସହିତ ଦୁଷ୍କର୍ମ ମାମଲାର ଅତି କମ୍ ରେ ଦଣ୍ଡର ସୀମା 10 ବର୍ଷରୁ ବଢାଇ 20 ବର୍ଷ କରାଯାଇଛି । ସ୍ଵଚ୍ଛ ଭାରତ ମିଶନ ଦ୍ଵାରା ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ବିପ୍ଲବ ଆସିଛି ମହିଳାମାନଙ୍କର ସମ୍ମାନ ସୁନିଶ୍ଚିତ କରିବା ପାଇଁ ଖୋଲାରେ ଶୌଚ କରିବାକୁ ଯିବାର ଅସୁରକ୍ଷିତ ଏବଂ ଅସ୍ୱାସ୍ଥ୍ୟକର ପଦ୍ଧତିକୁ ରୋକିବା ପାଇଁ ସାରା ଦେଶରେ ଦ୍ରୁତ ଗତିରେ ଶୌଚାଳୟ ନିର୍ମାଣ କରାଗଲା । 3.6 ଲକ୍ଷରୁ ଅଧିକ ଗ୍ରାମରେ 7.25 କୋଟିରୁ ଅଧିକ ଶୌଚାଳୟ ତିଆରି କରାଯାଇଛି ତଥା 17 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ଖୋଲା ମଳ ମୁକ୍ତ ପ୍ରଦେଶ ଭାବେ ଘୋଷଣା କରାଯାଇଛି । ସ୍ଵଚ୍ଛତାର ପରିବ୍ୟାପ୍ତ ଯାହା 2014 ରେ 38 ପ୍ରତିଶତ ଥିଲା ତାହା ବଢି 83 ପ୍ରତିଶତରେ ପହଞ୍ଚି ଯାଇଛି । ମହିଳାମାନଙ୍କୁ ଧୂଆଁରୁ ମୁକ୍ତି ଦେବା ପାଇଁ ଉଜ୍ଜ୍ଵଳା ଯୋଜନା ମହିଳା ମାନଙ୍କୁ ଚୁଲିର ଧୂଆଁରୁ ମୁକ୍ତି ଦେବା ପାଇଁ ଏବଂ ଖାଦ୍ଯ ରାନ୍ଧିବାରେ ସୁବିଧା କରିବା ପାଇଁ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ 3.8 କୋଟି ମହିଳାଙ୍କୁ ରୋଷେଇ ଗ୍ୟାସର ସଂଯୋଗ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଏଲପିଜି ସଂଯୋଗ ଦେବାର ଲକ୍ଷ୍ୟକୁ ବଢାଇ 8 କୋଟି କରାଯାଇଛି । ମହିଳା ମାନଙ୍କୁ ପ୍ରାଥମିକତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାନଙ୍କୁ ପ୍ରାଥମିକତା ଦିଆଯାଉଛି । କେବଳ ମାଆ ମାନଙ୍କୁ ପାସପୋର୍ଟ ନିୟମରେ ମଧ୍ୟ କୋହଳ ଯାଇଛି । ମହିଳାମାନଙ୍କର ସାମାଜିକ ସଶକ୍ତୀକରଣ ମୁସଲିମ ମହିଳାମାନଙ୍କର ସଶକ୍ତୀକରଣ ପାଇଁ ତିନି ତଲାକ ଆଇନ ଲୋକସଭା ଦ୍ଵାରା ଗୃହିତ କରାଯାଇଛି । ମୁସଲିମ ମହିଳାମାନେ ଏବେ କୌଣସି ପୁରୁଷ ସଂରକ୍ଷକ (ଅବିଭାବକ) ଙ୍କ ବିନା ହଜ୍ ଯାତ୍ରା କରି ପାରିବେ । “ଏହା କେବଳ ମହିଳାଙ୍କ ବିକାଶର ଯୁଗ ନୁହେଁ ବରଂ ଏହା ମହିଳାଙ୍କ ନେତୃତ୍ଵରେ ବିକାଶ । ଏକ ଇକୋ-ସିଷ୍ଟମ ପ୍ରତିଷ୍ଠା କରାଯାଇଛି ଯାହା ଆମର ବିକାଶ ଯାତ୍ରାରେ ମହିଳାଙ୍କର ସମାନ ଏବଂ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିଥାଏ” ଆଧାର :ଭାରତ ସରକାର