ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ କଠୋର ପଦକ୍ଷେପ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମୁଖ୍ୟ କ୍ଷମତା ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକରେ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗଠନ । ବିମୁଦ୍ରୀକରଣ ମାଧ୍ୟମରେ ଭାରତରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ ସନ୍ଦେହାସ୍ପଦ ନେଣଦେଣ ଏବଂ କାରବାର ବିଷୟରେ ଜଣାପଡିଲା । ଆମ ଅର୍ଥ ବ୍ୟବସ୍ଥାରେ ଉଚ୍ଚମୂଲ୍ୟର ନୋଟଗୁଡିକର ବର୍ତ୍ତମାନର ଅନୁପାତ ବିମୁଦ୍ରୀକରଣ କରାଯିବାର ସ୍ଥିତିଠାରୁ ହେଉଛି ଅତ୍ୟନ୍ତ କମ୍ । ମରିସିସ୍, ସାଇପ୍ରସ, ସିଙ୍ଗାପୁର ସହିତ ଦ୍ଵିପକ୍ଷୀୟ କଳାଧନ ବଞ୍ଚାଇବାର ବ୍ୟବସ୍ଥା । ସ୍ଵିଜରଲାଣ୍ଡ ସହିତ ଉଚ୍ଚମାନର ସୂଚନା ଆଦାନ ପ୍ରଦାନ କରିବା ପାଇଁ ବୁଝାମଣା । କଳାଧନ ଘୋଷଣା ନିବାରଣ ଅଧିନିୟମରେ ବିଦେଶରେ ଜମା ହୋଇଥିବା କଳାଧନର ସମପରିମାଣର ସମ୍ପତ୍ତି ଅଧିଗ୍ରହଣ (ଜବତ) ର ଅନୁମତି ପ୍ରଦାନ କରିବା ନେଇ ସଂଶୋଧନ କରାଗଲା । ବେନାମୀ ସମ୍ପତ୍ତି ଅଧିନିୟମ ଜରିଆରେ ବିଭିନ୍ନ ସ୍ୱରୂପର କଳାଧନ ସୃଷ୍ଟି ଏବଂ ରଖିବାର ପ୍ରମୁଖ ସ୍ରୋତକୁ ଅବରୋଧ କରିବା । ବିଧେୟକ ଉପସ୍ଥାପିତ । ଏଥିରେ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାନଗୁଡିକୁ ପଳାତକ ଆର୍ଥିକ ଅପରାଧୀଙ୍କଠାରୁ ଅଧିକ ଆଦାୟ କରିବାରେ ମଧ୍ୟ ସହାୟତା ମିଳିବ ପ୍ରାୟ ତିନି ଲକ୍ଷ ନକଲି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଆର୍ଥିକ ଅନିୟମିତତା କରି ଫେରାର ହୋଇ ଯାଇଥିବା ଲୋକଙ୍କ ସମ୍ପତ୍ତିଗୁଡିକୁ ଜବତ କରିବା ପାଇଁ ଆଇନ ପ୍ରଣୟନ ସଂସ୍ଥାଗୁଡିକୁ ସଶକ୍ତ କରିବା ଦିଗରେ ପଳାତକ ଆର୍ଥିକ ଅପରାଧୀ ଆଇନ ଲାଗୁ ଏକ ସୁସ୍ଥ ଅର୍ଥ ବ୍ୟବସ୍ଥା ପାଇଁ ଅଧିକ ନିୟମାନିଷ୍ଠା ଏବଂ ଲୋକଙ୍କ ଅଧିକାରର ସୁରକ୍ଷା 2017-18 ଆର୍ଥିକ ବର୍ଷରେ ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ ସଂଖ୍ୟା 6.84 କୋଟି, 2013-14 ଆର୍ଥିକ ବର୍ଷ ତୁଳନାରେ 80.5% ର ପ୍ରତ୍ୟକ୍ଷ ବୃଦ୍ଧି । ବିନା ନଗଦରେ ବେତନ ପ୍ରଦାନ, ପାରଦର୍ଶି ହସ୍ତାନ୍ତରଣ ପାଇଁ 50 ଲକ୍ଷ ନୂଆ ବ୍ୟାଙ୍କ ଖାତା ଖୋଲାଗଲା, ଯାହାଦ୍ଵାରା କର୍ମଚାରୀମାନଙ୍କୁ ଲାଭ ହେଲା । 1କୋଟିରୁ ଅଧିକ କରଦାତା ଜିଏସଟିରେ ପଞ୍ଜିକୃତ ହେଲେ । ଏହା ପୂର୍ବରୁ ପଞ୍ଜିକୃତ କରଦାତା ମାନଙ୍କ ସଂଖ୍ୟା 65 ଲକ୍ଷ ଥିଲା । କର୍ମଚାରୀ ଭବିଷ୍ୟନିଧି ସଂଗଠନରେ 1.01 କୋଟିରୁ ଅଧିକ ଅତିରିକ୍ତ କର୍ମଚାରୀମାନଙ୍କର ନାମ ପଞ୍ଜିକରଣ ହେଲା ଏବଂ ବିମୁଦ୍ରୀକରଣ ପରେ 1.3 କୋଟିରୁ ଅଧିକ କର୍ମଚାରୀ ଇଏସଆଇସି ସହିତ ପଞ୍ଜିକୃତ ହେଲେ । ପକ୍ଷପାତର ବିଦାୟ, ପାରଦର୍ଶିତାର ପ୍ରବେଶ କୋଇଲା ଖଣି ଏବଂ ଟେଲିଫୋନ ସ୍ପେକ୍ଟ୍ରମର ପାରଦର୍ଶି ଆବଣ୍ଟନ ଏକ ନୂଆ ମାନଦଣ୍ଡ ସ୍ଥାପିତ କଲା । ନିମ୍ନ ବର୍ଗର ପଦବୀ ପାଇଁ ସାକ୍ଷାତକାର ସମାପ୍ତ କରାଯିବାରୁ ଯୋଗ୍ୟ ପ୍ରାର୍ଥୀମାନଙ୍କର ଚୟନ, ପକ୍ଷପାତ ଏବଂ ଭ୍ରଷ୍ଟାଚାରର ପରାଜୟ । ପର୍ଯ୍ୟାବରଣ ସମ୍ବନ୍ଧୀୟ ଅନୁମୋଦନରେ ଲାଗୁଥିବା ସମୟ 600ରୁ ହ୍ରାସ ପାଇ 180 ଦିନ ହେଲା ଏବଂ ସମସ୍ତ ପ୍ରକାରର ଅନୁମୋଦନ ପାଇଁ ଅନଲାଇନ ଆବେଦନ ଅନିବାର୍ଯ୍ୟ କରାଗଲା । ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ପାରଦର୍ଶିତାକୁ ପ୍ରୋତ୍ସାହନ ବିଗତକ ଚାରି ବର୍ଷରେ 431 ଯୋଜନାଗୁଡିକର ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ 3,65,996 କୋଟି ଟଙ୍କାରୁ ଅଧିକ ଜମା କରାଯାଇଛି । ବିକ୍ରେତାମାନଙ୍କ ଠାରୁ ସରକାରୀ ଅଧିଗ୍ରହଣ ପାଇଁ ଜିଇଏମ ଅନଲାଇନ ପ୍ଲାର୍ଟଫର୍ମ ଯୋଗୁଁ ଭ୍ରଷ୍ଟାଚାର ହ୍ରାସ ପାଇବ ଏବଂ ପାରଦର୍ଶିତା ବୃଦ୍ଧି ହେବ । ଆଧାରକୁ ବୈଧାନିକ ଢାଞ୍ଚା ପ୍ରଦାନ କରାଗଲା । 1 କୋଟିରୁ ଅଧିକ ଆୟକର ଦାତାମାନେ ନିଜ ଆଧାର ନାମବାରକୁ ପ୍ୟାନ ନମ୍ବର ସହିତ ସଂଯୋଗ କରିଛନ୍ତି । ସଚ୍ଚୋଟ ବ୍ୟବସ୍ଥା ପାଇଁ ସ୍ଵଚ୍ଛ ରାଜନୈତିକ ଦାନ (ଚାନ୍ଦା) ରାଜନୈତିକ ଚାନ୍ଦା ପ୍ରଦାନରେ ପାରଦର୍ଶିତା ଆଣିବା ପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କ ବଣ୍ଡ ଜାରି କରିବାରୁ କଳାଧନର ବ୍ୟବହାର ଉପରେ ଅଙ୍କୁଶ ଲାଗିବ । ବିମୁଦ୍ରୀକରଣ ପରେ ଇଏସଆଇସିରେ 1.3 କୋଟି କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି “ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ଵ କେବଳ ଲୋକମାନଙ୍କୁ ସରକାରଙ୍କ ନିକଟତର କରାଇଛି ତାହା ନୁହେଁ ବରଂ ସେମାନଙ୍କୁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମାନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ମଧ୍ୟ କରିଛି ” ଆଧାର : ଭାରତ ସରକାର