ଉପକ୍ରମ ସମ୍ବିଧାନ ୭୩ତମ ସଂଶୋଧନ ଜରିଆରେ ୧୯୯୧ ମସିହାରେ ପରିମଳ ବ୍ୟବସ୍ଥାକୁ ସମ୍ବିଧାନର ୧୧ତମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଇଛି । ସଂପୂର୍ଣ୍ଣ ପରିମଳ ଯୋଜନା ଜରିଆରେ ପରିମଳ ବ୍ୟବସ୍ଥାର କାର୍ଯ୍ୟ କାରିତାରେ ଗ୍ରାମପଞ୍ଚାୟତକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦିଆଯାଇଛି । ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ସଂପୂର୍ଣ୍ଣ ପରିମଳ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ସେମାନେ ଲୋକଙ୍କୁ ପାଇଖେନା ତିଆରି ଓ ବ୍ୟବହାର ପାଇଁ ପ୍ରବର୍ତ୍ତାଇବେ ଓ ଅଳିଆର ନିରାପଦ ନିଷ୍କାସନ କରି ସ୍ଵଚ୍ଛ ପରିବେଶକୁ ବଜାଇ ରଖିବେ । ନିର୍ଦ୍ଧାରିତ ଅନୁଷ୍ଠାନ ଗୁଡିକ ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ସମ୍ବଳ ଯୋଗାଇ ଦେବେ । ସଂପୂର୍ଣ୍ଣ ପରିମଳ ଅଭିଯାନ ଅଧିନରେ ନିର୍ମିତ ଗୋଷ୍ଠୀ ପାଇଖାନା , ପରିବେସ ସୁରକ୍ଷା ବ୍ୟବସ୍ଥା ଓ ଡ୍ରେନ ବ୍ୟବସ୍ଥାର ମାଲିକାନା ପଞ୍ଚାୟତ ହାତରେ ରହିବ । ପଞ୍ଚାୟତ ନିଜେ ମଧ୍ୟ ଉତ୍ପାଦନ କେନ୍ଦ୍ର /ଗ୍ରାମୀଣ ପରିମଳ ବଜାୟ ଖୋଲି ପାରିବ । ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ପରିମଳ ଅଭିଯାନରେ ଗୁରୁତ୍ଵ ଦିଆଯାଇଥାଏ । ଅଭିଯାନର ଉଦ୍ଦେଶ୍ୟ ଗ୍ରାମଞ୍ଚଳରେ ସାଧାରଣ ଜୀବନ ଯାପନମାନରେ ଉନ୍ନତି ଆଣିବା । ଗ୍ରାମଞ୍ଚଳରେ ପରିମଳ ସଂକ୍ରାନ୍ତ ସଚେତନାକୁ ବୃଦ୍ଧି କରିବା । ସ୍ଵସ୍ଥା ଶିକ୍ଷା ଓ ସଚେତନତା ସୃଷ୍ଟି କରି ଲୋକଙ୍କ ମନରେ ପରିମଳଗତ ସୁବିଧା ସୁଯୋଗ ହାସଲ କରିବାକୁ ଆଗ୍ରହ ସୃଷ୍ଟି । ଗ୍ରାମଞ୍ଚଳରେ ବିଦ୍ୟାଳୟ,ଅଙ୍ଗନୱାଡିଗୁଡିକରେ ପରିମଳଗତ ସୁବିଧା ସୁଯୋଗ ଯୋଗାଇ ଦେଇ ,ଛାତ୍ରଛାତ୍ରୀମାନଙ୍କୁ ସ୍ଵସ୍ଥାରକ୍ଷା ସଂପର୍କୀୟ ଶିକ୍ଷା ଦେଇ ସେମାନଙ୍କୁ ପରିମଳର ଅଭ୍ୟାସରେ ଅଭ୍ୟସ୍ତ କରାଇବା । ପରିଷ୍କାର ଓ ପରିଚ୍ଛନ୍ନତା ରକ୍ଷାର ଉପଯୁକ୍ତ ଓ କାର୍ଯ୍ୟକାରୀ ଜ୍ଞାନକୌଶଳରେ ଉପଯୋଗକୁ ଉସ୍ରାହିତ କରିବା । ପାନୀୟ ଜଳ ଓ ଖାଦ୍ୟ ସଂଗ୍ରହ ର ସ୍ରୋତକୁ ସଂକ୍ରମଣରୁ ରକ୍ଷା କରିବା ଲାଗି ବାହାରେ ଝାଡା ଯିବାର ଅଭ୍ୟାସକୁ ବନ୍ଦ କରିବା । ଗ୍ରାମଞ୍ଚଳରେ ଯେଉଁଠି ଏବେ ମଧ୍ୟ ମଣିଷ ଦ୍ଵାରା ମଳ ସଫା କରିବାରେ ବ୍ୟବସ୍ଥା ରହିଛି ତାକୁ ବନ୍ଦ କରି , ଶୁଖିଲା ପାଇଖାନା ସ୍ଥାନରେ ଜଳ ଢାଳିବା ବ୍ୟବସ୍ଥା ପାଇଖାନାରେ ପ୍ରଚଳନ କରିବା । ଓଡିଶାରେ ଆରମ୍ଭ ସୂଚନା ,ଶିକ୍ଷାଓ ଯୋଗାଯୋଗ (ଆଇଆଇସି )ଉପରେ ଜୋର ଦେଇ ଓଡିଶାରେ ୧୯୯୯ ମସିହାରେ ଏପ୍ରିଲ ମସିହାରେ ସଂପୂର୍ଣ୍ଣ ପରିମଳ ଅଭିଯାନକୁ ଆରମ୍ଭ କରଯାଇଥିଲା । ଏ ବିଷୟ ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି କରିବାରେ ଲକ୍ଷ୍ୟ ନେଇ ରାଜମିସ୍ତ୍ରୀ, ପଞ୍ଚାୟତିରାଜ ସଂସ୍ଥାଗୁଡିକ ଏବଂ ସରକାରୀ କର୍ମକର୍ତ୍ତା ମାନଙ୍କ ପାଇଁ ବଡ ଧରଣର ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିବା ଏହି ଅଭିଯାନରେ ମୂଳ ଲକ୍ଷ୍ୟ ରଖାଯାଇଛି । ଆଧାର - ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ