ଭାରତ ସୂଚନା ଅଧିକାର ଆଇନ

ସୂଚନା ଅଧିକାର ଆଇନ ୨୦୦୫ ମସିହା ଅକ୍ଟୋବର ୧୨ ତାରିଖରୁ ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ବାଦ ଦେଇ ଭାରତର ଅନ୍ୟ ସବୁ ରାଜ୍ୟରେ ଲାଗୁ ହେଲା ଏବଂ ଓଡିଶାରେ ସେହିବର୍ଷ ନଭେମ୍ବର ମାସ ୧୯ ତାରିଖ ଦିନ ଏହା କାର୍ଯ୍ୟକାରୀ ହେଲା । ଭାରତର ସର୍ବୋଚ୍ଚ ନ୍ୟାୟଳ ଙ୍କ ମତରେ ଭାରତ ସମ୍ବିଧାନର ତୃତୀୟ ଭାଗର ଧାରା ୧୯ରେ ନାଗରିକମାନଙ୍କୁ ଯେଉଁ ବାକ ସ୍ଵାଧିନତା ମୌଳିକ ଅଧିକାର ରୂପେ ପ୍ରଦାନ କରାଯାଇଛି , ସୂଚନା ଅଧିକାର ତାହାର ଏକ ଅଂଶବିଶେଷ । ଏହି ଆଇନ ବଳରେ ସାର୍ବ ସାଧାରଣଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ , କର୍ମସଂସ୍ଥା ଅଥବା କାର୍ଯ୍ୟାଳୟମାନଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବାର ଅଧିକାଏ ଏ ଦେଶର ପ୍ରତ୍ୟେକ ନାଗରିକ ପାଇଲେ । ଏହା ପୂର୍ବରୁ ଭାରତୀୟମାନେ କୌଣସି ସରକାରୀ ତଥ୍ୟ ପାଇ ପାରୁନଥିଲେ । ୧୯୨୩ ମସିହାରେ ପ୍ରଣିତ ସରକାରୀ ଗୋପନୀୟତା ଆଇନ ବଳରେ ଏପରି ତଥ୍ୟ ଦେବାକୁ ମନା କରାଯାଇଥିଲା ।

ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ

ଏହି ଆଇନରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇ ତିନିଗୋଟି ବିଷୟରେ ଗୁରୁତ୍ଵ ଦିଆଯାଇଛି । ସେଗୁଡିକ ହେଲା ।

ସରକାରଙ୍କର ତଥା ସୂଚନା ଅଧିକାର ପରିସରଭୁକ୍ତ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କର କାର୍ଯ୍ୟ।ବଳୀକୁ ସୂଚନା ମାଧ୍ୟମରେ ପ୍ରକାଶ କରି ସ୍ଵଚ୍ଛତା ରକ୍ଷା କରିବା ।

ଦେଶର ନାଗରିକମାନଙ୍କ ନିକଟରେ ସରକାରୀ କଳ ଏହାର ସମସ୍ତ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା ଅର୍ଥାତ କାର୍ଯ୍ୟରେ ଅବହେଳା କରୁଥିବା କିମ୍ବା ଭୁଲ ନିଷ୍ପତ୍ତି ନେଇଥିବା କର୍ମଚାରୀ ନିଜେ ଏଥିଲାଗି ଉତ୍ତରଦାୟୀ ରହିବା ।

ସର୍ବୋପରି ଦେଶରୁ ତଥା ସମାଜରୁ ଦୁର୍ନୀତି ପ୍ରତିହତ କରିବା ।

ସୂଚନା ଅଧିକାର ଆଇନ ଆମ ପାର୍ଲିଆମେଣ୍ଟରେ ୨୦୦୫ ମସିହାରେ ପ୍ରଣିତ ହେବା ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ଏ ସମ୍ପର୍କିତ ଆଇନ ତିଆରି କରଯାଇଥିଲା । ସର୍ବପ୍ରଥମେ ୧୯୯୬ ମସିହାରେ ତାମିଲନାଡୁ ବିଧାନସଭାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଗଲା । ପରବର୍ତ୍ତୀ ସମୟରେ ରାଜସ୍ଥାନ , କର୍ଣ୍ଣାଟକ, ମହାରାଷ୍ଟ୍ର , ଦିଲ୍ଲୀ ଓ ଆସାମ ରାଜ୍ୟର ବିଧାନସଭାମାନଙ୍କ ରେ ସେହି ରାଜ୍ୟମାନଙ୍କ ସୂଚନା ଅଧିକାର ଆଇନମାନ ପ୍ରଣୟନ କରାଯାଇଥିଲା । ପ୍ରଥମେ ଏସବୁ ରାଜ୍ୟରେ ସୂଚନା ଆଇନ କାର୍ଯ୍ୟକରି ହେବା ଫଳରେ ଭାରତ ଆସରେ ସୂଚନା ଅଧିକାର ଆଇନ ୨୦୦୫ ପ୍ରଣିତ ହେବା ଲାଗି ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଥିଲା ।

ସୂଚନା କିପରି ମିଳିପାରିବ

ଆମ ଦେଶରେ ଯେ କୌଣସି ନାଗରିକ ଯେ କୌଣସି ଘଟଣା , ନିଷ୍ପତ୍ତି ବା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପାଇବାକୁ ଚାହିଁଲେ , ସେ ନିର୍ଦ୍ଧିଷ୍ଟ ଫର୍ମରେ ଦରଖାସ୍ତ କରିପାରିବେ । କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦରଖାସ୍ତକାରୀମାନଙ୍କୁ କୌଣସି ଫିସ ଦେବାକୁ ପଡିବ ନାହିଁ । ଅନ୍ୟମାନେ ୧୦ ଟଙ୍କା ଲେଖାଏଁ ଫିସ ଦେବେ । ଏହି ଫିସ ଫିସ ସିଧାସଳଖ ଭାବେ ନଗଦ ଅର୍ଥ ଆକାରରେ ବା ଟ୍ରେଜେରି ଚାଲାଣଜରିଆରେ ଦିଆଯାଇପରେ । ପ୍ରତ୍ୟେକ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ସହକାରୀ ଲୋକ ସୂଚନା ଅଧିକାରୀ ବା ଲୋକ ସୂଚନା ଅଧିକାରୀ ଙ୍କ ନିକଟରେ ଏହି ଦରଖାସ୍ତ ଫର୍ମ ଦାଖଲ କରାଯାଇପାରିବ । ନଚେତ ଏହା ଡାକ ଯୋଗେ ବା ଇ-ମେଲ ଜରିଆରେ ପଠାଯାଇ ପାରିବ । କେତେକ ତଥ୍ୟ ବାଦ ଦେଇ ଆବେଦନକାରୀ ଅନ୍ୟ ଯେ କୌଣସି ତଥ୍ୟ ଜାଣିବାକୁ ଚାହାନ୍ତି , ତାହା ତାଙ୍କୁ ଯୋଗାଇ ଦିଆଯିବ । ମାତ୍ର ୨୦ ବର୍ଷରୁ ଅଧିକ ପୂର୍ବର ଘଟଣା ହୋଇଥିଲେ , ସେ ସମ୍ପର୍କିତ ତଥ୍ୟ ଦିଆଯାଇ ପାରିବ ନାହିଁ ।

ଆବେଦନକାରୀ ଦରଖାସ୍ତ ଦେବାର ୩୦ ଦିନ ମଧ୍ୟରେ ତାଙ୍କୁ ସୂଚନା ଦିଆଯିବ । ମଗାଯାଇଥିବା ସୂଚନା ଯଦି କୌଣସି ବ୍ୟକ୍ତିଙ୍କ ଜୀବନ ବା ବ୍ୟକ୍ତିଗତ ସ୍ଵାଧିନତା ସମ୍ପର୍କିତ ଅଟେ , ତେବେ ୪୮ ଘଣ୍ଟା ମଧ୍ୟରେ ସେହି ସୂଚନା ଦିଆଯିବ । ମଗାଯାଇଥିବା ସୂଚନା ଯଦି କୌଣସି ତୃତୀୟ ପକ୍ଷଠାରୁ ସଂଗ୍ରହ କରିବାକୁ ପଡୁଥିବ, ତେବେ ଏଥିଲାଗି ନିର୍ଧାରିତ ସମୟ ୩୦ ଦିଂବବାଦ ଅଧିକ ୧୦ ଦିନ ସମୟ ଲାଗିପରେ । ସୂଚନା ମାଗିଲା ବେଳେ ଆବେଦନକାରୀ ଯଦି ଫଟୋକଫି ବା ନମୁନା ଇତ୍ୟାଦି ନେବାକୁ ଚାହୁଁଥିବେ , ତାହେଲେ ସେଥିଲାଗି ନିର୍ଦ୍ଧାରିତ ହୋଇଥିବା ଦେୟ ତାଙ୍କୁ ଦେବାକୁ ପଡିବ ।

ଆବେଦନକାରୀ ମାଗିଥିବା ସୂଚନା କେଉଁ କେଉଁ କ୍ଷେତ୍ରରେ ଦିଆଯିବ ନାହିଁ , ତାହେଲେ ସୂଚନା ଅଧିକାର ଆଇନରେ ଉଲ୍ଲେଖ କରାଯାଇଛି । ସେଗୁଡିକ ହେଲା

(କ) ଦେଶର ସାର୍ବଭୌମତ୍ଵ , ସଂହତି , ଅଖଣ୍ଡତା ଓ ନିରାପତ୍ତା ପ୍ରତି ଆଞ୍ଚ ଆସୁଥିବା ଭଳି ସୁଚନା

(ଖ) ସୂଚନା ଯଦି ସାମରିକ , ବୈଜ୍ଞାନିକ ଗବେଷଣା ବା ଅର୍ଥନୈତିକ ସ୍ଵାର୍ଥ ସମ୍ପର୍କିତ ହୋଇଥାଏ ।

(ଗ) ସୂଚନା ଯଦି ଅନ୍ୟ ରାଷ୍ଟ୍ର ସହିତ ସମ୍ପର୍କକୁ କ୍ଷୁଣ୍ଣ କଳାଭଳି ଅଥବା କୌଣସି ଅପରାଧ ଘଟାଇବା ଭଳି ହୋଇଥାଏ ।

(ଘ) ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳର ସ୍ଵାଧିକାର ଭଙ୍ଗ କଲାଭଳି ସୂଚନା ହୋଇଥାଏ ।

(ଙ) ସୂଚନା ଦେବାକୁ ଯଦି ଅଧିକ ସରକାରୀ ସମ୍ବଳ ଦରକାର ପଡୁଥାଏ ।

(ଚ) ମନ୍ତ୍ରୀମଣ୍ଡଲ ବୈଠକରେ ବା ସଚିବ ବା ଅନ୍ୟ ଅଫିସରସ୍ତରୀୟ ବୈଠକରେ କିଏ କଣ କହିଲେ ସେ ସୂଚନା ଦିଆଯାଇପାରିବ ନାହିଁ । କିନ୍ତୁ ବୈଠକର ନିଷ୍ପତ୍ତି ସମ୍ପର୍କିତ ସୂଚନା ମିଳି ପାରିବ ।

(ଛ) ଯେଉଁ ସୂଚନା ପ୍ରକାଶ କରିବା ପାଇଁ ନ୍ୟାୟାଳୟ ବାରଣ କରିଥାଆନ୍ତି ବା ଯାହାକୁ ଘୋଷଣା କଲେ ନ୍ୟାୟାଳୟ ପ୍ରତି ଅବମାନନା ହେବାର ସମ୍ଭାବନା ଥାଏ , ସେପରି କୌଣସି ସୂଚନା ଦେଇ ହେବ ନାହିଁ ।

ପୁଣି ଆଇନର ଚତୁର୍ଥ ଧାରାରେ ପ୍ରତ୍ୟେକ ଅଫିସ ବା କାର୍ଯ୍ୟାଳୟ ନିଜଆଡୁ କେତେକ ସୂଚନା ଦେବାପାଇଁ ନିର୍ଦ୍ଦେଶ ରହିଛି ।

ଲୋକସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ

ଲୋକ ସୂଚନା ଅଧିକାରୀ ନିମ୍ନଲିଖିତ କର୍ତ୍ତବ୍ୟ ସମ୍ପାଦନ କରିବେ ।

ପ୍ରଥମେ, ଆବେଦନକାରୀ ଯଦି ଦରଖାସ୍ତଟିକୁ ଲେଖିପାରୁନଥିବେ , ତେବେ ଦରଖାସ୍ତଟିକୁ ଲେଖିବାରେ ଲୋକ ସୂଚନା ଅଧିକାରୀ ତାଙ୍କୁ ସାହାଯ୍ୟ କରିବେ । ଆବେଦନକାରୀଙ୍କ ଠାରୁ ପ୍ରଥମେ ସେ ହିଁ ଦରଖାସ୍ତ ଗ୍ରହଣ କରିବେ ।

ଯଦି ଲୋକ ସୂଚନା ଅଧିକାରୀଙ୍କ ଅଫିସରେ ଆବେଦନକାରୀ ମାଗିଥିବା ତଥ୍ୟ ନଥାଏ ଓ ତାହା ଅନ୍ୟ ଅଫିସରରେ ମିଳିବ , ତେବେ ଅତି ବେଶୀରେ ପାଞ୍ଚ ଦିନ ମଧ୍ୟରେ ଦରଖାସ୍ତକୁ ସେହି ଅଫିସରେ ଥିବା ସମ୍ପୃକ୍ତ ଅଫିସରଙ୍କ ନିକଟକୁ ସେ ପଠାଇ ଦେବେ ଏବଂ ତାହା ଦରଖାସ୍ତକାରୀଙ୍କୁ ଜଣାଇ ଦେବେ ।

ଦରଖାସ୍ତ ପାଇବା ପରେ ଅତିବେଶୀରେ ୩୦ ଦିନ ମଧ୍ୟରେ ସୂଚନା ଦେବାକୁ ହେବ । ଜୀବନ ବା ସ୍ଵାଧିନତା ପ୍ରତି ବିପଦ ଥିବା କ୍ଷେତ୍ରରେ ଦୁଇଦିନ ମଧ୍ୟରେ ସୂଚନା ଦେବାକୁ ପଡିବ । ଯଦି ସୂଚନା ଦିଆଯାଇ ପାରିବ ନାହିଁ , ତେବେ ଆଇନର କେଉଁ ଧାରା ଓ କେଉଁ ଉପଧାରାରେ ସେଥିପାଇଁ ବାରଣ କରାଯାଇଛି , ତାହା ଲୋକ ସୂଚନା ଅଧିକାରୀ ଲିଖିତ ଭାବରେ ଦରଖାସ୍ତକାରୀଙ୍କୁ ଜଣାଇବେ ।

ଯଦି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସୂଚନା ନ ମିଳିଲା, ତେବେ ଲୋକ ସୂଚନା ଅଧିକାରୀ ତାହା ଦେବାକୁ ମନାକଲେ ବୋଲି ଧରି ନିଆଯିବ ।

ଆବେଦନକାରୀ ଚାହିଁବା ଅନୁସାରେ ସୂଚନାଟିକୁ ତାଙ୍କୁ ବ୍ୟକ୍ତିଗତଭାବେ ଦେବେ ବା ରେଜିଷ୍ଟର୍ଡ ଡାକ ବା ସ୍ପୀଡପୋଷ୍ଟ ଦ୍ଵାରା ଲୋକ ସୂଚନା ଅଧିକାରୀ ତାଙ୍କ ନିକଟକୁ ପଠାଇବେ ଓ ସେ ସବୁର ଖର୍ଚ୍ଚ ଦରଖାସ୍ତକାରୀ ବହନ କରିବେ ।

କେନ୍ଦ୍ରୀୟ ସୂଚନା ଆୟୋଗ ବା କମିଶନ

କେନ୍ଦ୍ରୀୟ ସୂଚନା ଆୟୋଗ ବା କମିଶନ ନିମ୍ନଲିଖିତ ଭାବେ ଗଠନ କରାଯିବ ।

(କ) କେନ୍ଦ୍ରୀୟ ସୂଚନା କମିଶନର ମୁଖ୍ୟ ଭାବେ ମୁଖ୍ୟ ସୂଚନା ଆୟୁକ୍ତ ବା ମୁଖ୍ୟ କମିଶନର ରହିବେ ।

(ଖ) ମୁଖ୍ୟ ସୂଚନା କମିଶନରଙ୍କ ବ୍ୟତୀତ ସର୍ବାଧିକ ଦଶଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ସୂଚନା କମିଶନରଙ୍କୁ ମଧ୍ୟ ନିଯୁକ୍ତି କରାଯିବ ।

ତେବେ ଏକ କମିଟି ଏହି ନିଯୁକ୍ତି ପାଇଁ ସୁପାରିସ କରିବା ପରେ ରାଷ୍ଟ୍ରପତି ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନମାନଙ୍କୁ ନିଯୁକ୍ତି ଦେବେ । ନିଯୁକ୍ତି ଲାଗି ସୁପାରିସ କରିବା କମିଟି ନିମ୍ନଲିଖିତ ଭାବେ ଗଠିତ ହେବ ।

ଏହି କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହିବେ ।

ଲୋକସଭାରେ ବିରୋଧୀଦଳର ନେତା ଏହି କମିଟିର ସଦସ୍ୟ ରହିବେ ଏବଂ

ପ୍ରଧାନମନ୍ତ୍ରୀ ମନୋନୀତ କରିଥିବା ଜଣେ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ଏହି କମିଟିର ଅନ୍ୟତମ ସଦସ୍ୟ ରହିବେ ।

କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନର ଭାବରେ ଯେଉଁମାନେ ନିଯୁକ୍ତ ହେବେ , ସେମାନଙ୍କର ବିଧି, ବିଜ୍ଞାନ, ଓ ବୈଷୟିକ ବିଦ୍ୟା , ସମାଜସେବା , ମ୍ୟାନେଜମେଣ୍ଟ , ଗଣମାଧ୍ୟମ , ସମ୍ବାଦିକତା ବା ପ୍ରାଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଜ୍ଞାତା ରହିଥିବା ଆବଶ୍ୟକ ଏବଂ ସେମାନେ ସାଧାରଣ ଜୀବନରେ ପ୍ରଖ୍ୟାତ ବ୍ୟକ୍ତି ହୋଇଥିବେ ।

କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଅଥବା କୌଣସି ସୂଚନା କମିଶନର ପାର୍ଲିଆମେଣ୍ଟର ସଭ୍ୟ ବା କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ବା ବିଧାନ ପରିଷଦର ସଭ୍ୟ ହୋଇନଥିବେ । କେବଳ ସେତିକି ନୁହେଁ , ସେମାନେ କୌଣସି ଲାଭଜନକ ପଦ ଧାରଣ କରି ନଥିବେ ବା କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତି ହୋଇନଥିବେ । କୌଣସି ବ୍ୟବସାୟ ବା ବୃତ୍ତି ସହିତ ମଧ୍ୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ କମିଶନରମାନଙ୍କର ସମ୍ପୃକ୍ତି ନଥିବ । କେନ୍ଦ୍ରୀୟ ସୂଚନା କମିଶନଙ୍କ ମୁଖ୍ୟ କାର୍ଯ୍ୟ।ଳୟ ଦିଲ୍ଲୀଠାରେ ରହିବ ।

କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନମାନଙ୍କର କାର୍ଯ୍ୟକାଳ ସ୍ଥିର କରାଯାଇଛି ସ। ସେ ଗୁଡିକ ହେଲା ।

ମୁଖ୍ୟ ସୂଚନା କମିଶନର ଦାୟିତ୍ଵ ଗ୍ରହଣ କରିବା ଦିନଠାରୁ ଉକ୍ତ ପଦରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ରହିପାରିବେ ।

ମୁଖ୍ୟ ସୂଚନା କମିଶନର ଏହି ପଦରେ ଗୋଟିଏ ଥର ମାତ୍ର ରହିପାରିବେ ଏବଂ ତାଙ୍କର ପୁନଃ ନିଯୁକ୍ତି ହୋଇ ପାରିବ ନାହିଁ ।

ମୁଖ୍ୟ ସୂଚନା କମିଶନଙ୍କୁ ପାଞ୍ଚଷଠି ବର୍ଷ ବୟସ ଅତିକ୍ରମ କାଲେ , ସେ ଉକ୍ତ ପଦବୀରେ କାର୍ଯ୍ୟ କରି ପାରିବେ ନାହିଁ ।

ମୁଖ୍ୟ ସୂଚନା କମିଶନର ଓ ପ୍ରତ୍ୟେକ ସୂଚନା କମିଶନର କାର୍ଯ୍ୟରେ ଯୋଗଦାନ କରିବା ଡି ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବା ତାଙ୍କୁ ପାଞ୍ଚଷଠି ବର୍ଷ ବୟସ ହେବା ପର୍ଯ୍ୟନ୍ତ , ସେ ପର୍ଯ୍ୟନ୍ତ ସେ ସେହି ପଦରେ ରହିପାରିଆବେ ।

ଥରେ ସୂଚନା କମିଶନର ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଦ୍ଵିତୀୟଥର ପୁନଃ ନିଯୁକ୍ତି ଦିଆଯାଇପାରିବ ନାହିଁ ।

ସୂଚନା କମିଶନର ଯଦି କେନ୍ଦ୍ରର ମୁଖ୍ୟ ସୂଚନା କମିଶନର ପଦ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେହି ପଦରେ ତାଙ୍କୁ ନିଯୁକ୍ତି ମିଳିପାରିବ ।

କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର କିମ୍ବା ଅନ୍ୟ ସୂଚନା କମିଶନର ଯେକୌଣସି ସମୟରେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ ଲିଖିତ ଇସ୍ତଫା ପତ୍ର ଦ୍ଵାରା ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରିବେ ।

ସୂଚନା ଅଧିକାର ଆଇନର ଧାରା ୧୪(୧) ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁମତି ମିଳିବା ପରେ ଉଚ୍ଚତମ ନ୍ୟାୟଳୟ ଯଦି ତଦନ୍ତ କରି ରିପୋର୍ଟ ପ୍ରଦାନ କରନ୍ତି ଯେ ମୁଖ୍ୟ ସୂଚନା କମିଶନର ବା କୌଣସି ସୂଚନା କମିଶନର ଦୁର୍ବ୍ୟବହାର କରିଛନ୍ତି ବା ଅସମର୍ଥ ଅଟନ୍ତି ଏବଂ ସେହି କାରଣରୁ ତାଙ୍କୁ ଅପସାରଣ କରିବା ଉଚିତ , ତେବେ ସେହି କାରଣରୁ ରାଷ୍ଟ୍ରପତି ଆଦେଶ ଦ୍ଵାରା ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନଙ୍କୁ ତାଙ୍କ ପଦରୁ ଅପସାରଣ କରିଆବେ । ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନର କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ସମକ୍ଷରେ ଲିଖିତ ଶପଥ ପତ୍ର ପାଠ କରିବେ ଓ ସେଥିରେ ସ୍ଵାକ୍ଷର କରିବେ ।

ମୁଖ୍ୟ ସୂଚନା କମିଶନରଙ୍କୁ ଦେୟ ଦରମା, ଭତ୍ତା ଓ ତାଙ୍କ ସେବାରେ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସର୍ତ୍ତାବଳୀ ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ସମାନ ହେବ । ସେହି ପରି ଜଣେ ସୂଚନା କମିଶନରଙ୍କୁ ଦେୟ ଦରମା , ଭତ୍ତା ଓ ତାଙ୍କ କାର୍ଯ୍ୟ ସର୍ତ୍ତାବଳୀ ମଧ୍ୟ ଜଣେ ନିର୍ବାଚନ କମିଶନରଙ୍କ ସହ ସମାନ ହେବ ।

ରାଜ୍ୟ ସୂଚନା କମିଶନ

ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟରେ ଏକ ସୂଚନା ଆୟୋଗ ବା କମିଶନ ଗଠନ କରିବେ । ରାଜ୍ୟ ସୂଚନା ଆୟୋଗ ବା କମିଶନ ନିମ୍ନଲିଖିତ ଭାବେ ଗଠନ କରାଯିବ ।

ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିସ କ୍ରମେ ରାଜ୍ୟପାଳଙ୍କ ଦ୍ଵାରା ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା କମିଶନର ଓ ସର୍ବାଧିକ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ବା କମିଶନର ନିଯୁକ୍ତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବିଧାନସଭା ବିରୋଧୀ ଦଳର ନେତା ସଦସ୍ୟ ରହିବେ । ତାଙ୍କ ବ୍ୟବତିତ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ଉକ୍ତ କମିଟିର ଅନ୍ୟତମ ସଦସ୍ୟ ରହିବେ ।

ବିଧି , ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସମାଜସେବା , ମ୍ୟାନେଜମେଣ୍ଟ, ସାମ୍ବାଦିକତା, ଗଣମାଧ୍ୟମ ବା ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ସହ ସାଧାରଣ ଜୀବନରେ ପ୍ରଖ୍ୟାତ ବ୍ୟକ୍ତିମାନଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏବଂ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଥାଏ ।

ଯେଉଁମାନେ ରାଜ୍ୟ ମୁଖ୍ୟ ସୂଚନା କମିଶନର କିମ୍ବା ରାଜ୍ୟ ସୂଚନା କମିଶନର ପଦରେ ନିଯୁକ୍ତ ହେବେ, ସେମାନେ ସଂସଦର ସଭ୍ୟ କିମ୍ବା ଜଣେ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ବା ବିଧାନ ପରିଷଦ ସଭ୍ୟ ହୋଇନଥିବା ଆବଶ୍ୟକ । ସେମାନେ କୌଣସି ବ୍ୟବସାୟ କରୁନଥିବା ଆବଶ୍ୟକ । ସେମାନେ କୌଣସି ବ୍ୟବସାୟ କରୁନଥିବେ ବା କୌଣସି ବୃତ୍ତି ସହ ସଂପୂର୍ଣ୍ଣ ନଥିବେ ବା କୌଣସି ଲାଭଜନକ ପଦ ଧାରଣ କରିନଥିବେ କୌଣସି ରାଜନୈତିକ ଦଳ ସହିତ ସେମାନଙ୍କର ସମ୍ପୃକ୍ତି ନଥିବ ।

ରାଜ୍ୟ ମୁଖ୍ୟ ସୂଚନା କମିଶନର ତାଙ୍କ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦରେ ରହିପାରିବେ ଓ ପୁନର୍ବାର ନିଯୁକ୍ତ ପାଇ ପାରିବେ ନାହିଁ । ପାଞ୍ଚଷଠି ବର୍ଷ ବୟସ ଅତିକ୍ରମ କରିଆବା ପରେ ଉକ୍ତ ପଦବୀରେ ସେ କାର୍ଯ୍ୟ କରିପାରିବେ ନାହିଁ । ସେହିପରି ନିଜ କାର୍ଯ୍ୟରେ ଯୋଗଦାନ ଦିବସଠାରୁ ପ୍ରତ୍ୟେକ ରାଜ୍ୟ ସୂଚନା କମିଶନର ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ତାଙ୍କୁ ପଞ୍ଚଷଠି ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ପଦ ଧାରଣ କରିବେ । ସେ ପୁନଃ ନିଯୁକ୍ତି ପାଇପାରିବେ ନାହିଁ । କିନ୍ତୁ, ସେ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇପାରିବେ । ରାଜ୍ୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନେ ରାଜ୍ୟପାଳଙ୍କ ସପକ୍ଷରେ ଲିଖିତ ଶପଥ ପତ୍ର ପାଠ କରି ସେଥିରେ ସ୍ଵାକ୍ଷର କରିବା ପରେ କାର୍ଯ୍ୟରେ ଯୋଗଦାନ କରିବେ । ରାଜ୍ୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନର ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ସମ୍ବୋଧିତ ହୋଇଥିବା ସ୍ଵହସ୍ତ ଲିଖିତ ଇସ୍ତଫାପତ୍ର ଦ୍ଵାରା ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରିବେ । ଉଚ୍ଚତମ ନ୍ୟାୟଳୟ ଦ୍ଵାରା ଆବଶ୍ୟକୀୟ ତଦନ୍ତ କରାଯିବାପରେ ଯଦି ଉଚ୍ଚତମ ନ୍ୟାୟାଳୟ ରିପୋର୍ଟ ପ୍ରଦାନ କରନ୍ତି ସେ ଅସାମର୍ଥ କାରଣରୁ ବା ଦୁର୍ବ୍ୟବହାର କରିଥିବା କାରଣରୁ ରାଜ୍ୟ ମୁଖ୍ୟ କମିଶନର ଓ ଅନ୍ୟ କମିଶନର ଅପସାରିତ ହେବା ଉଚିତ , ତେବେ ସେହିକାରଣରୁ ରାଜ୍ୟପାଳ ଆଦେଶ ଦ୍ଵାରା ତାଙ୍କୁ ପଦରୁ ଅପସାରଣ କରିବେ ।

କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କର କ୍ଷମତା

କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କର କ୍ଷମତା ନିମ୍ନରେ ଦିଆଗଲା ।

ସୂଚନା ଅଧିକାର ଆଇନ ଅନୁସାରେ ନିମ୍ନଲିଖିତ କ୍ଷେତ୍ରରେ ବିଧିବଦ୍ଧ ତଦନ୍ତ କରିବା କେନ୍ଦ୍ର ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନଙ୍କର କର୍ତ୍ତବ୍ୟ ହେବ -

(କ) ଯଦି ଲୋକ ସୂଚନା ଅଧିକାରୀ ପଦବୀ ଖାଲି ପଡିଥିବାରୁ କୌଣସି କାରଣରୁ ନାଗରିକଙ୍କ ଦରଖାସ୍ତ ଗ୍ରହଣ କରାଯାଇପାରୁନାହିଁ , ତେବେ ସେହି ଦରଖାସ୍ତକାରୀ ଉକ୍ତ ଦରଖାସ୍ତକୁ ସୂଚନା କମିଶନଙ୍କ ବିଚାର ଲାଗି ସିଧାସଳଖ ପଠାଇ ପାରିବେ ।

(ଖ)ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରିବା ପାଇଁ ଯଦି କୌଣସି ଲୋକ ସୂଚନା ଅଧିକାରୀ ମନାକାଲେ ତେବେ ସୂଚନା କମିଶନଙ୍କ ନିକଟକୁ ସେହି ଦରଖାସ୍ତକାରୀ ସିଧାସଳଖ ତାହା ପଠାଇ ପାରିବେ ।

(ଗ) ସୂଚନା ପାଇବାକୁ ଦରଖାସ୍ତ ଦେଇ ଯଦି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଲୋକ ସୂଚନା ଅଧିକାରୀ ସୂଚନା ଦେଇପାରିଲେ ନାହିଁ , ତେବେ ଦରଖାସ୍ତକାରୀ ସିଧାସଳଖ ସୂଚନା କମିଶନଙ୍କ ପାଖକୁ ତାହାପଠାଇଦେଇ ପାରିବେ ।

(ଘ) ଲୋକସୂଚନା ଅଧିକାରୀ ଯଦି ସୂଚନା ଦେବା ଲାଗି ଅତ୍ୟଧିକ ଫିସ ଦାବି କରୁଥିବା କଥା ଦରଖାସ୍ତକାରୀଙ୍କର ହୃଦବୋଧହୁଏ , ତେବେ ସେହି ଦରଖାସ୍ତକାରୀ ଟିଏନକେ ଦରଖାସ୍ତଙ୍କୁ ସୂଚନା କମିଶନଙ୍କ ପାଖକୁ ପାଠାଇବାକୁ ସମର୍ଥ ହେବେ ।

(ଙ) ଲୋକ ସୂଚନା ଅଧିକାରୀ ଭୁଲ ବା ଅସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ବା ତଥ୍ୟଗୁଡିକ ବିଭ୍ରାନ୍ତିକର ବା ମିଠା ବୋଲି ଯଦି ଦରଖାସ୍ତକାରୀ ଭାବନ୍ତି , ତେବେ ସେ ତାଙ୍କ ଦରଖାସ୍ତ ସୂଚନା କମିଶନଙ୍କ ପାଖକୁ ମଧ୍ୟ ପଠାଇ ପାରିବେ ।

ଏହି ପ୍ରକାରର ଦରଖାସ୍ତ ସୂଚନା କମିଶନ ବା ଆୟୋଗଙ୍କ ପାଖକୁ ପଠାଇବା ଲାଗି କୌଣସି ଦେୟ ଲାଗିବ ନାହିଁ ।

ଯଦି କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ ଇଚ୍ଛା କଲେ ଓ ତଦନ୍ତ ପାଇଁ ଯଥାଯଥ କାରଣ ରହିଛି ବୋଲି ବିଚାର କଲେ ଏବଂ ତାହା ତାଙ୍କର ହୃଦବୋଧ ହେଲା , ତେବେ ନିର୍ଭୁଲ ତଥ୍ୟ ଜାଣିବା ଲାଗି ସେ ଏହାର ବିଧିବଧୀ ତଦନ୍ତ ଆରମ୍ଭ କରିପାରିବେ ।

କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ କୌଣସି ଦରଖାସ୍ତ ଉପରେ ତଦନ୍ତ କଳାବେଳେ କମିଶନଙ୍କର ଏକ ଦେୱାନୀ ଅଦାଲତ ବା ସିଭିଲ କୋର୍ଟର କ୍ଷମତା ରହିବ ଓ କମିଶନ ।

(କ) ସମନଜାରି କରି ଯେକୌଣସି ବ୍ୟକ୍ତିଙ୍କୁ ଶପଥ ପୂର୍ବକ ଲିଖିତ ବା ମୌଖିକ ସାକ୍ଷ୍ୟଦେବା ପାଇଁ ହଜାର ହେବାକୁ ନିର୍ଦ୍ଦେଶ ଡି ପାରିବେ ।

(ଖ) ଯେକୌଣସି ଆବଶ୍ୟକୀୟ ଦଲିଲ ବା ଦସ୍ତାବୀଜ ସମ୍ପର୍କରେ ତଦାରଖ ବା ନିରୀକ୍ଷଣ କରିପାରିବେ ।

(ଗ) ସତ୍ୟପାଠ ବା ଆଫିଡେଭିଟ ଦ୍ଵାରା ସାକ୍ଷ୍ୟ ଗ୍ରହଣ କରିପାରିବେ ।

(ଘ) ସାକ୍ଷ୍ୟ କିମ୍ବା ଦସ୍ତାବିଜ ବା ଦଲାଲଗୁଡିକର ପରୀକ୍ଷା ନିରୀକ୍ଷା ପାଇଁ ସମନ ଜାରି କରିପାରିବେ,ଏବଂ

(ଙ) ଯେ କୌଣସି ନ୍ୟାୟାଳୟ ବା କାର୍ଯ୍ୟ।ଳୟ ବା ଦପ୍ତରରୁ ସରକାରୀ ରେକର୍ଡପତ୍ର ମଗାଇ ପାରିବେ ବା ତାହାର ନକଲମାନ ବରାଦ କରିପାରିବେ ।

ସଂସଦ ବା ରାଜ୍ୟ ବିଧାନମଣ୍ଡଳ ଦ୍ଵାରା କେତେକ କ୍ଷେତ୍ରରେ କୌଣସି ସରକାରୀ ରେକର୍ଡପତ୍ର ଯାଞ୍ଚ କରିବାକୁ ମନାକରି ଆଇନ ପ୍ରଣୟନ କରାଯାଇଥାଏ । କିନ୍ତୁ କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ସେ ସବୁ ରେକର୍ଡପତ୍ର ପରୀକ୍ଷା ନିରୀକ୍ଷା କରାଯିବା ପାଇଁ ମଗାଯାଇପାରିବ । କୌଣସି କାରଣରୁ ସେପରି କୌଣସି ରେକର୍ଡ ତାଙ୍କୁ ଦେବା ପାଇଁ ମନା କରାଯାଇପାରିବ ନାହିଁ ।

ଦରଖାସ୍ତକାରୀ ଅପିଲ କରି ପାରିବେ

ଦରଖାସ୍ତ ଯଦି ମାଗିଥିବା ସୂଚନା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନପାଇଲେ ବା ଲୋକ ସୂଚନା ଅଧିକାରୀଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ହେଲେ , ତେବେ ତାଙ୍କ କାର୍ଯ୍ୟଉପରେ ସେ ସେହି ଅଫିସରରେ ଥିବା ପ୍ରଥମ ଅପିଲ ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିପାରିବେ । ଏଥିଲାଗି ନିର୍ଦ୍ଧିଷ୍ଟ ଫର୍ମ ପୂରଣ କରିବାକୁ ପଡିବ । ବି.ପି.ଏଲ. ଶ୍ରେଣୀ ଭୁକ୍ତ ଦରଖାସ୍ତକାରୀମାନଙ୍କୁ ଏଥିଲାଗି କୌଣସିଜ ପଇସା ଦେବାକୁ ପଡିବ ନାହିଁ । ଅନ୍ୟମାନଙ୍କ କ୍ଷେତ୍ରରେ ୨୦ ଟଙ୍କାର କୋର୍ଟ ଫି ଷ୍ଟାମ ଲଗାଇ ଦରଖାସ୍ତ କରିବାକୁ ପଡିବ ।

ମିଳିଥିବା ସୂଚନା ଅସମ୍ପୂର୍ଣ୍ଣ ବା ଭୁଲଥିଲେ ଦରଖାସ୍ତକାରୀ ଅପିଲ କରିପାରିବେ । ଯଦି ଲୋକ ସୂଚନା ଅଧିକାରୀ ଦେଇଥିବା ତଥ୍ୟରେ ସେ ସନ୍ତୁଷ୍ଟ ନୁହନ୍ତି , ତେବେ ଦରଖାସ୍ତକାରୀ ଏହା ବିରୋଧରେ ୩୦ ଦିନ ମଧ୍ୟରେ ଅପିଲ କରିବାର ବ୍ୟବସ୍ଥା ଅଛି । ଯଦି ୩୦ ଦିନ ମଧ୍ୟରେ ଅପିଲ କରିନପାରିବାର ଯଥାର୍ଥ କାରଣ ରହିଛି , ତେବେ ତାହା ଦର୍ଶାଇ ଉକ୍ତ ସମୟ ସୀମା ପାର ହେବା ପରେ ମଧ୍ୟ ଅପିଲ କରିହେବ । ପ୍ରଥମ ଅପିଲ ଅଧିକାରୀଙ୍କୁ ତାଙ୍କର ନିଷ୍ପତ୍ତି ୩୦ ଦିନ ବା ଯୁକ୍ତିଯୁକ୍ତ କାରଣ ଦର୍ଶାଇ ସର୍ବମୋଟ ୪୫ ଦିନ ମଧ୍ୟରେ ନିଷ୍ପତ୍ତି ଦେବାକୁ ହେବ ।

ପ୍ରଥମ ଅପିଲ ଅଧିକାରୀଙ୍କ ନିଷ୍ପତ୍ତିରେ ଯଦି ଦରଖାସ୍ତକାରୀ ସନ୍ତୁଷ୍ଟ ନୁହଁନ୍ତି, ତେବେ ନିଷ୍ପତ୍ତି ତାରିଖଠାରୁ ୯୦ ଦିନ ମଧ୍ୟରେ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟବାର ଅପିଲ କରିହେବ । ଯଥାର୍ଥ କାରଣ ଥାଇ ୯୦ ଦିନ ପରେ ଇଚ୍ଛାକଲେ ଅପିଲ କରିହେବ । ବି.ପି.ଏଲ .ଶ୍ରେଣୀଭୁକ୍ତ ଲୋକଙ୍କୁ ଏଥିପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ । ଅନ୍ୟମାନଙ୍କୁ ୨୫ ଟଙ୍କାର କୋର୍ଟ ଫି ଷ୍ଟାମ୍ଫ ଦରଖାସ୍ତ ଲଗାଇବାକୁ ପଡିବ ।

କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟ ଅପିଲର ଶୁଣାଣି ଚାଲିଥିବାବେଳେ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ ଅଧିକାରୀଙ୍କର ନିଜ ନିଜ ନିଷ୍ପତ୍ତିର ଯଥାର୍ଥତା ସମ୍ପର୍କରେ ସୂଚନା କମିଶନଙ୍କୁ ବୁଝାଇବାକୁ ପଡିବ । ଅପିଲ କରିଥିବା ବ୍ୟକ୍ତି ନିଜେ ଉପସ୍ଥିତ ରହିପାରିବେ ବା ତାଙ୍କର କୌଣସି ପ୍ରତିନିଧି କିମ୍ବା ଓକିଲଙ୍କୁ ସେ ଲିଖିତ ଭାବେ ଦାୟିତ୍ଵ ଦେଲେ ସେମାନେ ଶୁଣାଣିବେଳେ ଉପସ୍ଥିତ ରହିବେ । ତାଙ୍କ ପାଇଁ କେହି ଉପସ୍ଥିତ ନ ରହିଲେ ମଧ୍ୟ ସେ ନ୍ୟାୟ କରିବାରେ କୌଣସି ଅନ୍ତରାୟ ସୃଷ୍ଟିହେବ ନାହିଁ ।

ଦ୍ଵିତୀୟ ଅପିଲ ଶୁଣାଣି ପରେ ସୂଚନା କମିଶନଙ୍କ ନିଷ୍ପତ୍ତି ହିଁ ହେବ ଶେଷ ଓ ଚୁଡାନ୍ତ ନିଷ୍ପତ୍ତି ।

ଏହି ଆଇନରେ ଥିବା ଶାସ୍ତି ବିଧାନ ବ୍ୟବସ୍ଥା

କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ ଅପିଲ ଶୁଣିଲାବେଳେ ସୂଚନା ଅଧିକାର ଆଇନ ଅନୁଯାୟୀ ଶାସ୍ତିବିଧାନ କରିଆବାର ଅଧିକାର ତାଙ୍କର ରହିଛି । ଯଦି ସୂଚନା କମିଶନ ମତପୋଷଣ କରନ୍ତି ଯେ , ଲୋକ ସୂଚନା ଅଧିକାରୀ ଦରଖାସ୍ତ ଗ୍ରହଣ କରିବାକୁ ପ୍ରତ୍ୟାଖାନ କରିଛନ୍ତି କିମ୍ବା ସେ ଦେଇଥିବା ସୂଚନା ଅସତ୍ୟ , ଅସମ୍ପୂର୍ଣ୍ଣ ବା ଭ୍ରମାତ୍ମକ , କିମ୍ବା ଉକ୍ତ ସୂଚନା ଦେବାକୁ ସେ ମନ୍ଦ ଉଦ୍ଦେଶ୍ୟ ଥାଇ ମନା କରିଛନ୍ତି , କିମ୍ବା ସୂଚନା ଦେବାରେ କୌଣସି ପ୍ରକାର ବାଧା ସୃଷ୍ଟି କରିଛନ୍ତି କିମ୍ବା ମଗାଯାଇଥିବା ତଥ୍ୟ ସମ୍ବଳିତ ରେକର୍ଡପତ୍ରକୁ ନଷ୍ଟ କରିଦେଇଛନ୍ତି କିମ୍ବା ସୂଚନା ଦେବାର ଧାର୍ଯ୍ୟ ଦିନ ପାର ହୋଇଗଲା ପରେ , ଯେଉଁ ଦିନ ସେ ସୂଚନା ଦେଇଛନ୍ତି , ତେବେ କମିଶନ ଦରଖାସ୍ତ ଗ୍ରହଣ କରାଯିବା ପର୍ଯ୍ୟନ୍ତ ବା ସୂଚନା ପ୍ରକାର କରାଯିବା ପର୍ଯ୍ୟନ୍ତ , ସେତେଦିନ ବିଳମ୍ବ ପାଇଁ ଦିନକୁ ୨୫୦ ଟଙ୍କା ହିସାବ ସର୍ବାଧିକ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଶାସ୍ତିର ପରିମାଣ ସରକାର ଭରଣା କରିବେ ନାହିଁ । ଲୋକ ସୂଚନା ଅଧିକାରୀ ନିଜ ଆୟରୁ ଏହି ଜୋରିମାନା ଦେବେ ।

କିନ୍ତୁ ତାଙ୍କୁ ଦଣ୍ଡ ବିଧାନ କରିବା ପୂର୍ବରୁ କମିଶନ ପ୍ରଥମେ ଉକ୍ତ ଲୋକସୂଚନା ଅଧିକାରୀଙ୍କୁ ନିଜ ସପକ୍ଷରେ ବକ୍ତବ୍ୟ ରଖିବା ପାଇଁ ଓ କାଗଜପତ୍ର ଦେଖାଇବା ପାଇଁ ଯଥେଷ୍ଟ ତଥା ଯୁକ୍ତିଯୁକ୍ତ ସୁଯୋଗ ଦେବେ । ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ଦାୟିତ୍ଵ ଲୋକସୂଚନା ଅଧିକାରୀଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ଏହାର ସ୍ପଷ୍ଟ ପ୍ରମାଣ ଦେବେ ।

କିନ୍ତୁ ତାଙ୍କୁ ଦଣ୍ଡ ବିଧାନ କରିବା ପୂର୍ବରୁ କମିଶନ ପ୍ରଥମେ ଉକ୍ତ ଲୋକ ସୂଚନା ଅଧିକାରୀଙ୍କୁ ନିଜ ସପକ୍ଷରେ ବକ୍ତବ୍ୟ ରଖିବା ପାଇଁ କାଗଜପତ୍ର ଦେଖାଇବା ପାଇଁ ଯଥେଷ୍ଟ ତଥା ଯୁକ୍ତିଯୁକ୍ତ ସୁଯୋଗ ଦେବେ । ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ଦାୟିତ୍ଵ ଲୋକ ସୂଚନା ଅଧିକାରୀଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ଏହାର ସ୍ପଷ୍ଟ ପ୍ରମାଣ ଦେବେ ।

ସୂଚନା କମିଶନ ଯେଉଁ ସବୁ କାରଣ ଦର୍ଶାଇ ଲୋକ ସୂଚନା ଅଧିକାରୀଙ୍କୁ ଦଣ୍ଡିତ କରିଥିବେ, ଯଦି ପରବର୍ତ୍ତୀ ସମୟରେ ଉକ୍ତ ଲୋକ ସୂଚନା ଅଧିକାରୀ ଏହାର ପୁନରାବୃତ୍ତି କରନ୍ତି , ତେବେ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ କମିଶନ ସୁପାରିସ କରିବେ ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା