ଏହି ଯୋଜନା ବୈଶିଷ୍ଟ୍ୟ କଣ ? ଏହି ଯୋଜନା ଯେ କୌଣସି କାରଣରୁ ମୃତ୍ୟୁ ପାଇଁ ବୀମା ସୁରକ୍ଷା ଦେଇଥାଏ ଯାହାର ଅବଧି ଏକ ବର୍ଷ ଏବଂ ଏହା ବର୍ଷକୁ ବର୍ଷ ନବୀକରଣ କରାଯାଇପାରେ । ଏହି ଯୋଜନାର ଉପକାରିତା କଣ ଏବଂ କେତେ ପ୍ରିମିୟମ ଦେୟ ? ଯୋଜନାରେ ଯୋଗଦାନକାରୀଙ୍କର ମୃତ୍ୟୁ ଅନ୍ତେ , ତାଙ୍କର ମନୋନୀତ ବ୍ୟକ୍ତିକୁ ଦୁଇ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ । ପ୍ରିମିୟମ ହାର ପ୍ରତ୍ୟେକ ଯୋଗଦାନକାରୀଙ୍କ ପାଇଁ ବର୍ଷକୁ ୩୩୦ ଟଙ୍କା । ପ୍ରିମିୟମ କେମିତି ଦିଆଯାଇପାରିବ ? ଜମାଖାତାଧାରୀଙ୍କ ବୀମାରେ ଯୋଗଦାନ ସମୟରେ ଦେଇଥିବା ସ୍ଵୀକୃତି ଅନୁଯାୟୀ “ ସ୍ଵତଃ ଉଠାଣ “ ପଦ୍ଧତିରେ ଗୋଟିଏ କିସ୍ତିରେ ପ୍ରିମିୟମ କାଟି ନିଆଯିବ । ସଭ୍ୟମାନେ ଚାହିଁଲେ ଗୋଟିଏ ଥର ସ୍ଵତଃ – ଉଠାଣର ସ୍ଵୀକୃତି ଦେଇ ଯୋଜନା ଚାଲୁଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପ୍ରିମିୟମ କଟାଯାୟୀ ପାରିବ । କିନ୍ତୁ ପ୍ରିମିୟମ ରାସୀର ପୁନଃ ଆକଳନ , ଯୋଜନାରୁ ପ୍ରାପ୍ତ ଅନୁଭୂତିରୁ କରାଯାଇପାରେ । ଏହି ଯୋଜନା କାହା ଦ୍ଵାରା ପ୍ରଦାନ ଓ ପରିଚାଳିତ ହେବ ? ଏହି ଯୋଜନା ଭାରତୀୟ ଜୀବନବୀମା ନିଗମ ଏବଂ ଅନ୍ୟ ଜୀବନ ବୀମା କମ୍ପାନୀ (ଯେଉଁମାନେ ସମାନ ସର୍ତ୍ତରେ ଯୋଗଦାନକାରୀ ବ୍ୟାଙ୍କଙ୍କୁ ସହଯୋଗ ପ୍ରଦାନ କରିବାକୁ ରାଜି ହେବେ ) ପ୍ରଦାନ ଓ ପରିଚାଳନା କରିବେ । ଏହି ଯୋଜନାରେ ଯୋଗଦାନକାରୀ ବ୍ୟାଙ୍କମାନେ ତାଙ୍କର ପସନ୍ଦ ମୁତାବକ ବୀମା କମ୍ପାନୀକୁ , ତାଙ୍କ ଗ୍ରାହକମାନଙ୍କ ପାଇଁ ଏ ଯୋଜନା ପରିଚାଳନା କରିବାକୁ ନିଯୋଜିତ କରିପାରିବେ । କେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ? ଯୋଜନାରେ ଯୋଗଦେଇଥିବା ବ୍ୟାଙ୍କ ସମୂହଙ୍କ ଠାରୁ ୧୮ ବର୍ଷରୁ ୫୦ ବର୍ଷ ବୟସ୍କ , ସଞ୍ଚୟ ବ୍ୟାଙ୍କଖାତା ଖୋଲିଥିବା ବ୍ୟକ୍ତି ଏହି ଯୋଜନାରେ ଜେଜି ଦେଇ ପାରିବେ । ଯଦି ଜେନ ବ୍ୟକ୍ତିଙ୍କର ଏକାଧିକ ସଂଖ୍ୟକ /ଏକାଧିକ ବ୍ୟାଙ୍କରେ ସଞ୍ଚୟ ଖାତା ଥାଏ , ସେ କେବଳ ଗୋଟିଏ ସଞ୍ଚୟ ଖାତା ଜରିଆରେ ଏହି ଯୋଜନାରେ ସାମିଲ ହୋଇପାରିବେ । ତାଲିକାଭୁକ୍ତ ହେବାର ଅବଧି ଓ ପ୍ରଣାଳୀ କଣ ? ପ୍ରଥମେ ଚାଲୁ କରାଯାଇଥିବା ବୀମା ସୁରକ୍ଷା ଅବଧି ୧ ଜୁନ ୨୦୧୫ ଠାରୁ ୩୧ ମେ ୨୦୧୬ ଅଟେ । ଗ୍ରାହକମାନେ ୩୧ ମେ ୨୦୧୫ ସୁଦ୍ଧା ତାଲିକାଭୁକ୍ତ ଓ “ ସ୍ଵତଃ ଉଠାନ “ ସମ୍ମତି ପ୍ରଦାନ କରିଥିବା ଆବଶ୍ୟକ । ଯାହାର ସମୟସୀମା ୩୧ ଅଗଷ୍ଟ ୨୦୧୫ ପର୍ଯ୍ୟନ୍ତ ବଢାଇ ଦିଆଯାଇପରେ । ଏହି ତାଲିକା ପରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ , ଯଦି ପୂର୍ଣ୍ଣ ବାର୍ଷିକ ପ୍ରିମିୟମ ଓ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ - ପ୍ରମାଣ ପତ୍ର ଦାଖଲ କରାଯାଏ । ଜଣେ ଯୋଗ୍ୟ ବ୍ୟକ୍ତି ଯଦି ପ୍ରଥମ ବର୍ଷରେ ଯୋଜନାରେ ସାମିଲ ହୋଇଥାଆନ୍ତି ପରବର୍ତ୍ତୀ ବର୍ଷମାନଙ୍କରେ ସାମିଲ ହୋଇ ପାରିବେ ନାହିଁ ? ହଁ , ସ୍ଵତଃ – ଉଠାଣ ଜରିଆରେ ପ୍ରିମିୟମ ଦେଇ ଏବଂ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ ପ୍ରମାଣପତ୍ର ଦେଇ ଜଣେ ଯୋଗ୍ୟ ବ୍ୟକ୍ତି ଯୋଜନାରେ ସାମିଲ ହୋଇପାରିବେ । ଏପରି ଭାବରେ ନୂତନ ଯୋଗ୍ୟ ବ୍ୟକ୍ତି ମଧ୍ୟ ଭବିଷ୍ୟତରେ ଏହି ଯୋଜନାରେ ଭାଗିଦାର ହୋଇ ପାରିବେ ଜଣେ ବ୍ୟକ୍ତି ଯଦି ଏହି ଯୋଜନାରୁ ବାହାରି ଯାଇଛନ୍ତି ସେ କଣ ପୁନଃ ପ୍ରବେଶ କରିପାରିବେ ? ଜଣେ ବ୍ୟକ୍ତି ଯିଏ ଯୋଜନାରୁ କୌଣସି ସମୟରେ ବାହାରି ଯାଇଛନ୍ତି , ଭବିଷ୍ୟତ ବର୍ଷରେ ବାର୍ଷିକ ପ୍ରିମିୟମ ଦେଇ ଓ ଉତ୍ତମ ସ୍ୱାସ୍ଥ୍ୟର ସ୍ଵ - ଘୋଷଣା ପତ୍ର ଦେଇ ଯୋଜନାରେ ସାମିଲ ହୋଇପାରିବେ । ଯୋଜନାରେ ମାଷ୍ଟର ପଲିଶି ହୋଲଡର କିଏ ହେବେ ? ଯୋଗଦାନକାରୀ ବ୍ୟାଙ୍କ , ମାଷ୍ଟର ପଲିଶି ହୋଲଡର ହେବେ । ଗୋଟିଏ ସରଳ ଏବଂ ଗ୍ରାହକଙ୍କୁ ସୁହାଇଲା ଭଳି ପରିଚାଳନାକାରୀ ଓ ବୀମା ଦାବି ଆକଳନ ପ୍ରଦାନ ବ୍ୟବସ୍ଥା , ଯୋଗଦାନକାରୀ ବ୍ୟାଙ୍କର ପରାମର୍ଶରେ ବୀମା କମ୍ପାନୀ ଏଲ ଆଇ ସି ଦ୍ଵାରା ପ୍ରଣିତ ହେବ କେତେବେଳେ ସଭ୍ୟଙ୍କର ଜୀବନ ବୀମା ରଦ୍ଦ / ସମାପ୍ତ ହେବ ସଭ୍ୟମାନଙ୍କ ଜୀବନ ଉପରେ ଥିବା ବୀମା ସୁରକ୍ଷାର ଅପସାରଣ / ସୀମିତକରଣ, ନିମ୍ନଲିଖିତ ଯେକୌଣସି ଘଟନା ଘଟିଲେ ହେବ । ୫୫ ବର୍ଷ ପୁରିଗଲେ ( ଜନ୍ମ ତାରିଖର ନିକଟତର ବୟସ ) ଯଦି ସେହି ଦିନ ପର୍ଯ୍ୟନ୍ତ ବାର୍ଷିକ ନବୀକରଣ ହୋଇଥାଏ । କିନ୍ତୁ ଏହି ଯୋଜନାରେ ୫୦ ବର୍ଷ ପରେ ସାମିଲ ହୋଇ ପାରିବେ ନାହିଁ । ବ୍ୟାଙ୍କରେ ଥିବା ସଞ୍ଚୟ ଖାତାକୁ ବନ୍ଦ କାଲେ କିମ୍ବା ଖାତା ରେ ପ୍ରିମିୟମ ଦେବା ପାଇଁ ଆବଶ୍ୟକୀୟ ରାସୀ ନଥିଲେ । ଯଦି ଜଣେ ସଦସ୍ୟ ଭୁଲବଶତଃ ଏକାଧିକ ଏକାଉଣ୍ଟ ମାଧ୍ୟମରେ ବୀମାଭୁକ୍ତ ହୋଇଥାଆନ୍ତି ଏବଂ ବୀମା କମ୍ପାନୀ ବା ଏଲଆଇସି ପ୍ରିମିୟମ ଗ୍ରହଣ କରି ଥାଆନ୍ତି , ବୀମା ସୁରକ୍ଷା ଦୁଇ ଲକ୍ଷ ଟଙ୍କା ମାତ୍ର , ମିଳିବ ଓ ବାକି ପ୍ରିମିୟମ ବ୍ୟାଜ୍ୟାପ୍ତ ହୋଇଯିବ । ବୀମା କମ୍ପାନୀ ଓ ବ୍ୟାଙ୍କର ଭୂମିକା କଣ ? (କ) ଯୋଜନାଟି ଭାରତୀୟ ଜୀବନ ବୀମା ନିଗମ ବା ଅନ୍ୟ କୌଣସି ବୀମା କମ୍ପାନୀ (ଯିଏ ବ୍ୟାଙ୍କ ସହିତ ଭାଗୀଦାରୀରେ ସମସ୍ତ ସୁବିଧା ଦେବାକୁ ଇଚ୍ଛୁକ ), ପରିଚାଳାନା କରିବେ । (ଖ) ଦେୟ ତାରିଖ ଆଗରୁ /ଆବଶ୍ୟକୀୟ ଗୋଟିଏ କିସ୍ତିରେ ବାର୍ଷିକ ପ୍ରିମିୟମ ଆଦାୟ କରି ଜୀବନବୀମା କମ୍ପାନୀକୁ ପ୍ରେରଣ କରିବା ବ୍ୟାଙ୍କର ଦାୟିତ୍ଵ । ଏଠି ନିମିତ୍ତ ସେମାନେ ଖାତାଧାରିଙ୍କ ଠାରୁ ସ୍ଵତଃ ଉଠାଣର ସମ୍ମତି ଆଗକୁ ନେଇଥିବା ଆବଶ୍ୟକ । (ଗ) ସଭ୍ୟ ହେବା ପାଇଁ ଆବେଦନ ପତ୍ର /ସ୍ଵତଃ – ଉଠାଣର ସମ୍ମତି ପତ୍ର /ସମ୍ମତି ଓ ଘୋଷଣା ପତ୍ର ବ୍ୟାଙ୍କ ସଂଗ୍ରହ କରିବ ଏବଂ ବ୍ୟାଙ୍କରେ ରଖିବ । ବୀମା ରାଶି ଦାବୀ ସମୟରେ , ଏ ସମସ୍ତ ଦାଖଲ ପାଇଁ ବୀମା କମ୍ପାନୀ । ଏଲଆଇସିଙ୍କର ଯେକୌଣସି ସମୟରେ ଏ ସମସ୍ତ କାଗଜ ପତ୍ର ମାଗିବାର ଅଧିକାର ଅଛି । । ପ୍ରିମିୟମ କେଉଁ ଭାବେ ବଣ୍ଟନ ହେବ ? (କ) ପ୍ରତ୍ୟେକ ସଭ୍ୟ ପାଇଁ ବାର୍ଷିକ ୨୮୮ ଟଙ୍କା ବୀମା କମ୍ପାନୀ / ଏଲଆଇସି ପାଇବେ । (ଖ) ବ୍ୟାଙ୍କ ମିତ୍ର / ଏଜେଣ୍ଟ ଆଦିଙ୍କ ଖର୍ଚ୍ଚର ଭରଣା ପାଇଁ ପ୍ରତ୍ୟେକ ସଭ୍ୟ ପାଇଁ ବାର୍ଷିକ ୩୦ ଟଙ୍କା । (ଗ) ଭାଗୀଦାରୀ ବ୍ୟାଙ୍କ ପ୍ରଶାସନିକ ଖର୍ଚ୍ଚ , ବାର୍ଷିକ ସଭ୍ୟ ପିଛା ୧୧ ଟଙ୍କା । ଏହି ବୀମା କାଭର କଣ , ଅନ୍ୟ କୌଣସି ଯୋଜନାରେ ନେଇଥିବା ବୀମା କଭରର ଅତିରିକ୍ତ ? ହିଁ ! ଆଧାର :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ