ଲକ୍ଷ୍ୟ ସମାଜର ଆର୍ଥିକ ସେବା ବହିର୍ଭୂତ ଓ ବଞ୍ଚିତ ଲୋକମାନଙ୍କ ନିକଟରେ ବିଭିନ୍ନ ବ୍ୟାଙ୍କ ସେବା ଯଥା – ବ୍ୟାଙ୍କ ଖାତା, ସଞ୍ଚୟ ଯୋଜନା, ଜମା ଖାତା, ଋଣ ପ୍ରଦାନ, ଅର୍ଥ ପ୍ରେରଣ, ବୀମା ତଥା ପେନ୍ସନ୍ ଯୋଜନା ଅତି ସହଜ ଉପାୟରେ ପହଞ୍ଚାଇବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମୂଳ ଲକ୍ଷ୍ୟ । ଆର୍ଥିକ ଅନ୍ତର୍ଭୁକ୍ତକୁ ବ୍ୟାପକ କରି ଦେଶର ସମସ୍ତ ପରିବାରକୁ ଏକୀକୃତ ଭାବେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଜାତୀୟ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ, କୌଣସି ବ୍ୟାଙ୍କରେ ଖାତା ନଥିବା ଭାରତୀୟ ନାଗରିକ ଯେ କୌଣସି ବ୍ୟାଙ୍କ ଶାଖା ବା ବ୍ୟାଙ୍କିଙ୍ଗ ସହଯୋଗୀ (ବ୍ୟାଙ୍କ ମିତ୍ର)ଙ୍କ ପାଖରେ ଶୂନ୍ୟ ଜମାରାଶିରେ ମୌଳିକ ସଞ୍ଚୟ ଖାତା ଖୋଲି ପାରିବେ । ଆୟଠାରୁ ବ୍ୟୟ କମ ହେଲେ ବଳକା ଅର୍ଥକୁ ସାଇତି ରଖାଯାଏ । ଏହାକୁ ସଞ୍ଚୟ କୁହାଯାଏ । ପ୍ରଥମେ ନିୟମିତ ସଞ୍ଚୟାକରିବା ଦରକାର, ଏହା ଖର୍ଚ୍ଚର ଭରଣା କରିବା ସହିତ ପିଲାଙ୍କ ପାଠପଢା, ବିବାହ,ଚାଷ ପାଇଁ ବିହନ କିଣିବା,ନବଜାତ ଶିଶୁର ଯତ୍ନ ,ଅସୁସ୍ଥତା,ଦୁର୍ଘଟଣା,ମୃତ୍ୟୁ ,ପ୍ରାକୃତିକ ବିପର୍ଯ୍ୟୟ,ବାର୍ଦ୍ଧକ୍ୟ ଜନିତ ସମସ୍ୟାବେଳେ କାମରେ ଆସିବ । ଯେକୌଣସି ଜରୁରୀ କାମବେଳେ ବ୍ୟାଙ୍କ ସଞ୍ଚୟ କାମରେ ଆସିଥାଏ । ଜଣେ ବ୍ୟକ୍ତି ଜମାଖାତା,ରେକରିଂ ଖାତା / ସ୍ଥାୟୀ ଜମା ଖାତା ଖୋଲିପାରିବେ । ଏହା ଦରକାରବେଳେ କିମ୍ବା ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ଋଣ ଆକାରରେ ଟଙ୍କା ଦେଇଥାଏ । ଦରମା/ମଜୁରି ଅର୍ଥ ବ୍ୟାଙ୍କ ଜମାଖାତାରେ ଭରଣା କରାଯାଇଥାଏ । ସମସ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯଥା – ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା “ମନରେଗା” ବାବଦ ମଜୁରି,ପେନସନ ଆଦି ସିଧାସଳଖ ବ୍ୟାଙ୍କ ଜମା ଖାତାକୁ ଯାଇଥାଏ । ସୁବିଧା ଅନୁସାରେ ଏହି ଅର୍ଥକୁ ଜମା କରାଯାଇଥାଏ କିମ୍ବା ଉଠାଣ କରାଯାଇଥାଏ । ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କଠାରୁ ଜମାଖାତା ପାଇଁ କୌଣସି ଦେୟ ନିଆଯାଏ ନାହିଁ ,ବରଂ ଜମା ଅର୍ଥ ଉପରେ ସୁଧ ପ୍ରଦାନ କରାଯାଇଥାଏ । ବ୍ୟାଙ୍କ ଜମାଖାତା ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତା ଖୋଲିବା ପାଇଁ : ସର୍ବନିମ୍ନ ଜମା ରାଶିର ଆବଶ୍ୟକତା ଜରୁରୀ ନୁହେଁ । ଏ.ଟି.ଏମ୍ ବୈଦ୍ୟୁତିକ ମାଧ୍ୟମ (ଇ.ସି.ଏସ୍.)ସମେତ ବ୍ୟାଙ୍କ ଶାଖାମାନଙ୍କର ଅର୍ଥ ଜମା ଓ ଉଠାଣ, ଚେକ୍ ଜମା ଇତ୍ୟାଦି ସୁବିଧାମାନ ମଧ୍ୟ ଏଥିରେ ଉପଲବ୍ଧ । ମାସକୁ ସର୍ବାଧିକ ଚାରିଥର ସଞ୍ଚୟ ଖାତାରୁ ଅର୍ଥ ଉଠାଣ (ଏ.ଟି.ଏମ୍ ରୁ ଉଠାଣ ସହିତ )କରି ହେବ । କିନ୍ତୁ ଅର୍ଥ ଜମା କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ଏ ସମସ୍ତ ସେବା ବିନା ଅତିରିକ୍ତ ଖର୍ଚ୍ଚ ଉପଲବ୍ଧ । ଏଥିସହିତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା ଖାତା ଖୋଲିଥିବା ବ୍ୟକ୍ତିମାନେ ମଧ୍ୟ ରୂପେ ଡେବିଟ୍ କାର୍ଡ଼ ଦ୍ଵାରା ଦେଶର ସବୁ ଏ.ଟି.ଏମ୍ ରୁ ଅର୍ଥ ଉଠାଣ କରିହେବ ଏବଂ ପି.ଓ.ଏସ୍ ମେସିନ୍ ରେ ମଧ୍ୟ ବ୍ୟବହାର କରି ଜିନିଷ କିଣି ପାରିବେ । ଡ଼େବିଟ୍ କାର୍ଡ଼ଧାରୀଙ୍କୁ ବିନା ଖର୍ଚ୍ଚରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଓ ତିରିଶ ହଜାର ଟଙ୍କାର ଜୀବନ ବୀମାର ସୁବିଧା ମିଳିଥାଏ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ଖୋଲିଥିବା ସଞ୍ଚୟ ଖାତାରେ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ୍ଟ) ମିଳିବାର ବ୍ୟବସ୍ଥା ମଧ୍ୟ ଅଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ବେକାର ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତ ସରକାରଙ୍କ ଦ୍ଵାରା ପ୍ରୟାସ ଆରମ୍ଭ କରାଯାଇଛି । ଆଧାର - "https://www.nabard.org"