ଯୋଜନା ଉଦ୍ଦେଶ୍ୟ ଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି । ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । କାର୍ଯ୍ୟର ରୂପରେଖା ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଭିତ୍ତିରେ ନୂତନ ରାସ୍ତା ନିର୍ମାଣ ତଥା ପୁରୁଣା ରାସ୍ତାର ଉନ୍ନତ୍ତି କରଣର ଏକ ବାର୍ଷିକ ଆକଳନ ପ୍ରସ୍ତୁତି କରାଯାଇଥାଏ । ଏହି ଆଧାରରେ ରାଜ୍ୟ ସରକାର କେନ୍ଦ୍ରରୁ ମିଳିଥିବା ଅର୍ଥର ଶତକଡା ୮୦ ଭାଗ ପ୍ରତ୍ୟେକ ଜିଲ୍ଲାରେ ନୂତନ ରାସ୍ତା ପାଇଁ ଓ ୨୦ ପ୍ରତିଶତ ପୁରୁଣା ରାସ୍ତାର ଉନ୍ନତି ପାଇଁ ଯୋଗାଇ ଦେଇଥାନ୍ତି । ସ୍ଥିରୀକୃତ ପ୍ରକଳ୍ପଗୁଡିକୁ ଜିଲ୍ଲାପରିଷଦର ସହମତିପରେ କାର୍ଯ୍ୟକାରୀ ୟୁନିଟ ବା ପି.ଆଇ. ଡି.ଏ କୁ ପଠାଯାଏ । ଏବଂ ସାଂସଦ ମାନଙ୍କ ପ୍ରସ୍ତାବକୁ ଏଥିରେ ସାମିଲ କରାଯାଏ । ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦଖଲ କରାଯାଏ । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ