2011 ଜନଗଣନା ଅନୁଯାୟୀ ଭାରତରେ ଗ୍ରାମାଞ୍ଚଳରେ 15 ରୁ 35 ବୟସ ମଧ୍ୟରେ 55 ମିଲିୟନ ଦକ୍ଷ ଶ୍ରମିକ ରହିଛନ୍ତି । ଏହାସମୟରେ ଦେଖିବାକୁ ଗଲେ ପୃଥିବୀରେ 2020 ବେଳକୁ 57 ମିଲିୟନ ଶ୍ରମିକଙ୍କର ଅଭାବ ଦେଖାଦେବ । ଏହା ଏକ ପ୍ରକାର ସୁଯୋଗ । ଗ୍ରାମାଞ୍ଚଳର ଗରିବ ଯୁବକମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ପ୍ରଦାନ ପାଇଁ ଭାରତର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା ଯୋଜନା ପ୍ରସ୍ତୁତ କରିଛନ୍ତି । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ମୁଖ୍ୟ ଅଂଶ ଗରିବ ଲୋକଙ୍କୁ ସୁଯୋଗ ଦେବା । ଗ୍ରାମାଞ୍ଚଳ ଲୋକଙ୍କୁ ମାଗଣାରେ ତାଲିମ ପ୍ରଦାନ । ସାମାଜିକ କ୍ଷେତ୍ରରେ ପଛୁଆ ଥିବା ଗୋଷ୍ଠୀଙ୍କୁ ବାଧ୍ୟତାମୂଳକ ଭାବରେ ସୁଯୋଗ ପ୍ରଦାନ ( ଅନୁସୂଚିତ ଜାତି / ଜନଜାତି – ୫୦% ସଂଖ୍ୟା ଲଘୁ ୧୫% ମହିଳା ୩୩%) ଚାକିରୀ ପାଇଁ ଦରକାର ହେଉଥିବା ତାଲିମ ପ୍ରଦାନ ତଥା ବିଦେଶରେ କାର୍ଯ୍ୟ କରିବାର ସୁଯୋଗ । ତାଲିମ ପରେ ନିଯୁକ୍ତି, ସ୍ଥାନାନ୍ତର ପାଇଁ ସହଯୋଗ । ତାଲିମପ୍ରାପ୍ତ ୭୫% ପ୍ରାର୍ଥୀଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା । ତାଲିମ ପାଇଁ ଆସୁଥିବା ନୂତନ ପ୍ରାର୍ଥୀଙ୍କୁ ସୁଯୋଗ ଯୋଗାଇଦେବା ଏବଂ ଦକ୍ଷତାର ବିକାଶ କରାଇବା । ଜାମ୍ମୁ କାଶ୍ମୀର ଯୁବକଙ୍କ ପାଇଁ ପ୍ରକଳ୍ପରେ ଅଧିକ ସୁଯୋଗ ସୃଷ୍ଟି କରିବା । ଉତ୍ତର ପୂର୍ବ କ୍ଷେତ୍ରରେ ୨୭ ସମ୍ବେଦନଶୀଳ ଜିଲ୍ଲାରେ କାର୍ଯ୍ୟ କରିବା । ହିତାଧିକାରୀଙ୍କ ଯୋଗ୍ୟତା ୧୫-୩୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଯୁବକ ହୋଇଥିବେ । ଅନୁସୂଚିତ ଜାତି/ଜନଜାତି/ମହିଳା/PCTG/PWD ୪୫ ବର୍ଷ ମଧ୍ୟରେ ହୋଇଥିବେ । କାର୍ଯ୍ୟକାରୀ ମଡ଼େଲ ତିନୋଟି ସ୍ତରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାକୁ କାର୍ଯ୍ୟକାରୀ କରାଯାଏ । ପଲିସିତିଆରି କରିବା, ବୈଷୟିକ ସହାୟତା ଏବଂ କାର୍ଯ୍ୟ ସମ୍ପାଦନ ସଂସ୍ଥା । ରାଜ୍ୟକାର୍ଯ୍ୟକାରୀ ସଂସ୍ଥା, କାର୍ଯ୍ୟ ସମ୍ପାଦନା ସଂସ୍ଥାକୁ ସହାୟତା ଯୋଗାଇ ଦେବ ଦକ୍ଷତା ପ୍ରକଳ୍ପ ପାଇଁ । କାର୍ଯ୍ୟକାରୀ ସଂସ୍ଥା ( PIAS ) ଦରକାରୀ ଏବଂ ଉପଯୁକ୍ତ ସର୍ତ୍ତ ଭାରତୀୟ ଟ୍ରଷ୍ଟ ଆକ୍ଟ, ଷ୍ଟେଟ ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ, ଷ୍ଟେଟ କୋ-ଅପରେଟିର ସୋସାଇଟି କିମ୍ବା ମଲଟି ଷ୍ଟେଟ କୋ-ଅପରେଟିଭ ଆକ୍ଟ କିମ୍ବା କମ୍ପାନୀ ଆକ୍ଟ ୨୦୧୩ ଦ୍ଵାରା ରେଜିଷ୍ଟ୍ରିଭୁକ୍ତ ହୋଇଥିବେ । ଲିମିଟେଡ଼ ଲାଏବିଲଟି ପାଟନର ସିପ ଆକ୍ଟ ୨୦୦୮ ଦ୍ଵାରା ପଞ୍ଜୀକୃତ ହୋଇଥିଲେ କିମ୍ବା ରାଜ୍ୟ, କେନ୍ଦ୍ରର ସରକାରୀ, ଅର୍ଦ୍ଧ ସରକାରୀ ସଂସ୍ଥା ହୋଇଥିବେ । ତିନୋଟି ଆର୍ଥିକ ବର୍ଷର ଆଇନତଃ ସମସ୍ତ କାଗଜପତ୍ର ରହିଥିବ । ତିନୋଟି ଆର୍ଥିକ ବର୍ଷରୁ ଅତିକମ୍ ରେ ୨ଟି ଆର୍ଥିକ ବର୍ଷ ୨୫% ପାଇଁ ରହିବ । ବିଦେଶରେ ନିଯୁକ୍ତି । ଶିଳ୍ପ କାରଖାନାରେ ତାଲିମ ୨ଟି ମଧ୍ୟରେ ଅତିକମରେ ୧୦,୦୦୦ ତାଲିମ ପ୍ରାପ୍ତ ଯୁବକ / ଯୁବକୀଙ୍କୁ ନିଯୁକ୍ତି ସୁଯୋଗ । ୧୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କୁ ତାଲିମ ସୁଯୋଗ ଦିଆଯିବ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତିର ପରିବାରର ଯୁବକ ଓ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ । ନିର୍ଦ୍ଧିଷ୍ଟ ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ଦ୍ଵାରା କୌଶଳ ବୃଦ୍ଧି ନିମନ୍ତେ ତାଲିମ ଦିଆଯିବ । ତାଲିମ ପରେ ଦକ୍ଷତା ଅନୁଯାୟୀ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବେସରକାରୀ ସଂସ୍ଥାରେ ନିଯୁକ୍ତିର ସୁଯୋଗ ଦେବେ । ଏକ ମାସରୁ ତିନିମାସ ପର୍ଯ୍ୟନ୍ତ ବିଭିନ୍ନ ଧନ୍ଦାରେ ତାଲିମ ଦିଆଯିବ । ବିଭିନ୍ନ ଧନ୍ଦା ବିଷୟରେ ଭଲ ଭାବେ ସମସ୍ତ ତଥ୍ୟ ସଂଗ୍ରହ କରି ପ୍ରଶିକ୍ଷଣ ଦେବା ଉଚିତ୍ । ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରକଳ୍ପର ଅବଧି ଅନୁଯାୟୀ ଜଣଙ୍କ ପିଛା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଟ୍ରେନିଂର ସମୟ ୫୭୬ଘଣ୍ଟା (୩ ମାସ)ରୁ ୨୩% ଘଣ୍ଟା (୧୨ ମାସ) । ଆର୍ଥିକ ସହାୟତା ମଧ୍ୟରେ ରହିବା, ଖାଇବା, ଯାତାୟତ ଖର୍ଚ୍ଚ ନିଯୁକ୍ତି ପରର ସହାୟତା ଇତ୍ୟାଦି । ତାଲିମ କ୍ଷେତ୍ର ୨୫୦ କ୍ଷେତ୍ରରେ DDU – GKYର ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହସ୍ପିଟାଲ, ସ୍ୱାସ୍ଥ୍ୟ, ନିର୍ମାଣ, ଯାନବାହାନ, ଚମଡା, ଇଲେକ୍ଟ୍ରିକ, ପ୍ଲବିଙ୍ଗ, ଗହଣା ଡିଜାଇନ ଇତ୍ୟାଦି । ନିଯୁକ୍ତିର ସୁଯୋଗ ନେଇ ତାଲିମ ପ୍ରଦାନ କରାଯିବ । "www.ddugky.gov.in" ଆଧାର –DDU-GKY ଅଧିକ ତଥ୍ୟ ପାଇଁ DDU-GKY- Programme guidelines