ଭାରତର ଗ୍ରାମୀଣ ଅଞ୍ଚଳଗୁଡିକରେ ଅଧିକାଂଶ ବସତିଗୁଡିକ କୌଣସି ଏକାକୀ ବସତି ନୁହନ୍ତି, ବରଂ ବଡ ବଡ ଗ୍ରାମପୁଞ୍ଜର, ଯାହା ପାଖାପାଖି ଥାଏ, ତାହାର ଅଂଶ ବିଶେଷ । ଏହି ଗ୍ରାମପୁଞ୍ଜ ଗୁଡିକ ସାଧାରଣତଃ ସଂବୃଦ୍ଧିକ୍ଷମ ହୋଇଥାନ୍ତି, ସେମାନଙ୍କର ଅର୍ଥନୈତିକ ଦିଗ ଥାଏ ଓ ସ୍ଥାନୀୟ ଓ ପ୍ରତିଯୋଗିତାତ୍ମକ ଲାଭ ପାଇଥାନ୍ତି । ଥରେ ବିକଶିତ ହୋଇଗଲେ ସେମାନଙ୍କୁ ‘ରୁର୍ବାନ’ ଶ୍ରେଣୀଭୂକ୍ତ କରାଯାଇପାରେ । ଏହା ଲକ୍ଷ କରି ଏହି ରୁର୍ବାନ ଗୁଡିକର ଅର୍ଥନୈତିକ, ସାମାଜିକ ଓ ଭୂମିକାରୂପ ଉନ୍ନତିକଳ୍ପେ ଭାରତ ସରକାର ୨୧ ଫେବୃଆରୀ ୨୦୧୬ରେ ଜାତୀୟ ରୁର୍ବାନ ମିଶନ ପ୍ରାରମ୍ଭ କରିଛନ୍ତି । ଏହି ମିଶନ ଜରିଆରେ ୫ ବର୍ଷ ମଧ୍ୟରେ ୩୦୦ ରୁର୍ବାନ ପୁଞ୍ଜକୁ ବିକଶିତ କରିବାପାଇଁ ଲକ୍ଷ ରଖାଯାଇଛି । ସମସ୍ତ ଜରୁରୀ ସୁବିଧାସହ ସରକାରଙ୍କ ବିଭିନ୍ନ ପ୍ରକଳ୍ପ/ ଯୋଜନା ସହ ଏହାକୁ ସଂମିଳନ କରି ଏହି ପୁଞ୍ଜ ଗୁଡିକର ସଶକ୍ତିକରଣ କରାଯିବ ଓ ଧ୍ୟାନ-କେନ୍ଦ୍ରିତ ବିକାଶ ପାଇଁ ମହତ୍ଵପୂର୍ଣ୍ଣ ଅନ୍ତରାଳ ବିତ୍ତ (Critical Gap Funding) ମଧ୍ୟ ଯୋଗାଇଦିଆଯିବ । ଦୃଷ୍ଟିକୋଣ ଜାତୀୟ ରୁର୍ବାନ ମିଶନର ଦୃଷ୍ଟିକୋଣ ହେଉଛି: ସାମ୍ୟତା ଓ ସମ୍ମିଳନତା ଉପରେ ପରୟବେଶିତ ଓ କେବଳ ସହରୀ ସୁବିଧା ଭାବେ ପରିଗଣିତ ହେଉଥିବା ସୁବିଧା ଗୁଡିକ ସହ ସାଲିସ ନକରି, ଗ୍ରାମପୁଞ୍ଜର ଉନ୍ନତିକରଣ ଯାହା ଗ୍ରାମୀଣ ଗୋଷ୍ଠୀ-ଜୀବନର ତତ୍ଵକୁ ରକ୍ଷା କରିବା ସହ ପରିପୋଷଣ ମଧ୍ୟ କରୁଥିବ । ଏହାଦ୍ବାରା ରୁର୍ବାନ ଗ୍ରାମଗୁଡିକର ଏକ ପୁଞ୍ଜ ସୃଷ୍ଟି ହୋଇପାରିବ । ଉଦ୍ଦେଶ୍ୟ ଏହାର ଲକ୍ଷ ଓ ଉଦ୍ଦେଶ୍ୟ ହେଉଛି: ଯୋଜନା ଅନ୍ତର୍ଗତ ସମସ୍ତ ରୁର୍ବାନ ଗ୍ରାମଗୁଡିକର ଅର୍ଥନୈତିକ ବିକାଶ, ମୂଳଭୁତ ସେବା ପ୍ରଦାନରେ ଉନ୍ନତିକରି ଯୋଜନାବଦ୍ଧ ରୁର୍ବାନ ପୁଞ୍ଜ ସ୍ତୃଷ୍ଟି କରିବା । ପରିଣାମ ଏହି ମିଶନର ବୃହତ ପରିଣାମ ଗୁଡିକ ହେଉଛି: ସହର ଓ ଗ୍ରାମ ମଧ୍ୟରେ ଥୁବ ସାମାଜିକ, ଅର୍ଥନୈତିକ, ପ୍ରଯୁକ୍ତିଗତ, ସୁବିଧା ଓ ସେବା ରେ ଥିବା ତାରତମ୍ୟ ଦୂର କରିବା । ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ଦାରିଦ୍ର୍ୟ କମ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଅଞ୍ଚଳରେ ବିକାଶସାଧନ କରିବା । ଗ୍ରାମାଞ୍ଚଳରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା । ରୁର୍ବାନ ପୁଞ୍ଜ ସମତଳ ଓ ସମୁଦ୍ରକୂଳ ଅଞ୍ଚଳରେ ୨୫୦୦୦ ରୁ ୫୦୦୦୦ ଜନସଂଖ୍ୟା ଥିବା ଓ ଭୌଗଳିକ ଭାବେ ପାଖାପାଖି ଅବସ୍ଥିତ କେତେକ ଗ୍ରାମ ଗୁଡିକୁ ଏବଂ ମରୁଭୂମି, ପାହାଡିଆ ଓ ଆଦିବାସିବହୁଳ ଅଞ୍ଚଳରେ ୫୦୦୦ ରୁ ୫୦୦୦୦ ଜନସଂଖ୍ୟା ଥିବା ଓ ଭୌଗଳିକ ଭାବେ ପାଖାପାଖି ଅବସ୍ଥିତ କେତେକ ଗ୍ରାମ ଗୁଡିକୁନେଇ ଏକ ରୁର୍ବାନ ପୁଞ୍ଜ ହୁଏ । ଯେତେଦୂର ସମ୍ଭବ, ଏହା ଏକ ଗ୍ରାମପଞ୍ଚାୟତର ପ୍ରଶାସନିକ ସଂମିଳନ ଢାଞ୍ଚା ଅନୁସାରେ କାର୍ଯ୍ୟ କରିବ ଓ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଗୋଟିଏ ବ୍ଲକ ବା ତହସିଲ ମଧ୍ୟରେ ଅବସ୍ଥିତ ହୋଇଥିବ । ରୁର୍ବାନ ପୁଞ୍ଜ ଚୟନ ପ୍ରକ୍ରିୟା ଜାତୀୟ ରୁର୍ବାନ ମିଶନ ଅନ୍ତର୍ଗତ ୨ ପ୍ରକାରର ରୁର୍ବାନ ପୁଞ୍ଜ ରହିବେ: ଆଦିବାସୀ ଓ ଅଣ-ଆଦିବାସୀ । ପ୍ରତ୍ୟେକଙ୍କ ପାଇଁ ଚୟନ ପ୍ରକ୍ରିୟା ଭିନ୍ନ । ଚୟନ ପ୍ରକ୍ରିୟାରେ ରାଜ୍ୟମାନେ ବଡ ବଡ ଗ୍ରାମ ବା ପଞ୍ଚାୟତକୁ; ଯେଉଁଥିରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ଥିବ ଏବଂ ସ୍ଥାନୀୟ ଭାବେ ସମ୍ବଳ ଉପଲବ୍ଧ ହେଉଥିବ, ଚିହ୍ନଟ କରିପାରନ୍ତି । ଏହି ଅଞ୍ଚଳ ବ୍ଲକ ମୁଖ୍ୟାଳୟ ଗ୍ରାମ କିମ୍ବା ଜନଗଣନା ସହର ମଧ୍ୟ ହୋଇପାରେ । ଏହାପରେ ଏହି ଗ୍ରାମ/ ଗ୍ରାମପଞ୍ଚାୟତର ୧୦ କିମି ବ୍ୟାସ ମଧ୍ୟରେ ପାଖାପାଖି ଅବସ୍ଥିତ ଗ୍ରାମ/ ଗ୍ରାମପଞ୍ଚାୟତ ଚିହ୍ନଟ କରି ଏକ ରୁର୍ବାନ ପୁଞ୍ଜ ଗଠନ କରାଯିବ । ଅଣ-ଆଦିବାସୀ ଅଣ-ଆଦିବସୀ ରୁର୍ବାନ ପୁଞ୍ଜ ଚୟନ ପାଇଁ ମନ୍ତରାଳୟ ସବୁ ରାଜ୍ୟମାନଙ୍କୁ ଉପଜିଲ୍ଲାମାନଙ୍କର ଏକ ତାଲିକା ଦେବେ । ଏହି ତାଲିକା ନିମ୍ନ ସୂଚକ ଗୁଡିକ ଅନୁସାରେ ପ୍ରସ୍ତୁତ ହେବ: ଗ୍ରାମ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଅଣ-କୃଷି କର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଅର୍ଥନୈତିକ ପୁଞ୍ଜର ଉପସ୍ଥିତି ପର୍ଯ୍ୟଟନ ଓ ତୀର୍ଥ ସମ୍ବନ୍ଧୀୟ ମହତ୍ଵ ପରିବହନ ସୁବିଧା ପ୍ରତ୍ୟେକ ସୂଚକକୁ ଯଥାବିଧି ମହତ୍ଵ ଦିଆଯାଇଛି । ତତ୍ପରେ ରାଜ୍ୟମାନେ ଚାହିଁଲେ ନିମ୍ନ ପ୍ରଦତ୍ତ କେତେକ ସୂଚକକୁ ମଧ୍ୟ ଅନ୍ତର୍ଭୁକ୍ତ କରାଇ ପାରିବେ; ଯଥା: ଗ୍ରାମୀଣ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଭୂମି ମୂଲ୍ୟରେ ଅଭିବୃଦ୍ଧି ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଝିଅ ପିଲାଙ୍କ ସ୍କୁଲରେ ନାମ ଲେଖାଇବା ପ୍ରତିଶତତା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କରେ ଖାତା ଖୋଲିଥିବା ଘରସଂଖ୍ୟାର ପ୍ରତିଶତତା ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟକାରିତା । ଗ୍ରାମପଞ୍ଚାୟତ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ସୁଶାସନ ବ୍ୟବସ୍ଥା । ରାଜ୍ୟ ଚାହିଁଲେ ଅନ୍ୟାନ୍ୟ ସୂଚକ ମଧ୍ୟ ଗ୍ରହଣ କରିପାରିବେ। ଯାହାହେଉ; ଶେଷ ୪ଟି ସୂଚକ ୮୦% ମୂଲ୍ୟ ବହନ କରେ ଓ ରାଜ୍ୟ ମାନେ ଶେଷ ତିନୋଟି ସୂଚକ, ଯାହାର ମୂଲ୍ୟାୟନ ୨୦%, ନିଯେ ଚୟନ କରିପାରିବେ । ଆଦିବାସୀ ମନ୍ତ୍ରାଳୟ ଆଦିବାସୀ ଜନସଂଖ୍ୟାକୁ ହିସାବକୁ ନେଇ ସର୍ବାଧିକ ଆଦିବାସୀ ବହୁଳ ୧୦୦ଟି ଜିଲ୍ଲା ଚିହ୍ନଟ କରିବେ । ନିମ୍ନଲିଖିତ ସୂଚକ ଗୁଡିକ ଉପରେ ଏହି ଚିହ୍ନଟିକରଣ ପ୍ରକ୍ରିୟା ନିର୍ଭର କରିବ । ଆଦିବାସୀ ଜନସଂଖ୍ୟା ର ଦଶବାର୍ଷିକୀ ଅଭିବୃଦ୍ଧି ପ୍ରଚଳିତ ଆଦିବାସୀ ସାକ୍ଷରତା ହାର ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଗ୍ରାମୀଣ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଅର୍ଥନୈତିକ ପୁଞ୍ଜର ଉପସ୍ଥିତି ପ୍ରତ୍ୟେକ ସୂଚକକୁ ଯଥାବିଧି ମହତ୍ଵ ଦିଆଯାଇଛି । ତତ୍ପରେ ରାଜ୍ୟମାନେ ଚାହିଁଲେ ନିମ୍ନ ପ୍ରଦତ୍ତ କେତେକ ସୂଚକକୁ ମଧ୍ୟ ଅନ୍ତର୍ଭୁକ୍ତ କରାଇ ପାରିବେ; ଯଥା: ଆଦିବାସୀ ଜନସଂଖ୍ୟା ର ଦଶବାର୍ଷିକୀ ଅଭିବୃଦ୍ଧି ଆଦିବାସୀ ସାକ୍ଷରତା ହାରରେ ଅଭିବୃଦ୍ଧି ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି ଏହି ତିନୋଟି ଛଡା, ରାଜ୍ୟମାନେ ଚାହିଲେ ଅନ୍ୟାନ୍ୟ ସୂଚକ ମଧ୍ୟ ଯୋଡି ପାରିବେ; କିନ୍ତୁ ଯେପରି ଉପରୋକ୍ତ ତିନୋଟିର ମୂଲ୍ୟଭାର ୮୦%ରୁ କମନ ହୁଏ । ସ୍ରୋତ: ଜାତୀୟ ରୁର୍ବାନ ମିଶନ ଅଧିକ ତଥ୍ୟ ପାଇଁ ଏଫକ୍ୟୁସ ଅନ ଜାତୀୟ ରୁର୍ବାନ ମିଶନ କାର୍ଯ୍ୟକାରୀ ପଦ୍ଧତି