ନିଷ୍ପତ୍ତି ଗଠନ, ଅଂଶଗ୍ରହଣ ଓ ରାଜନୈତିକ ପ୍ରତିନିଧିତ୍ଵ ବିକାଶ ପ୍ରକ୍ରିୟାରେ ନେତୃତ୍ଵ ଓ ନିଷ୍ପତ୍ତି କ୍ଷେତ୍ରରେ ମହିଳା ମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ୭୩ ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ତଥା ଓଡ଼ିଶା ପଞ୍ଚାୟତ ଆଇନ ଏବଂ ନିୟମର ସୁବିଧା, ଗ୍ରାମୀଣ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନକଳରେ ମହିଳାମାନଙ୍କର ସଂଖ୍ୟାଧିକ ନିର୍ବାଚନର ପଥ ସୁଗମ କରିଦେଇଛି । ବର୍ତ୍ତମାନ ଗ୍ରାମୀଣ ଓ ସହରାଞ୍ଚଳର ସ୍ଵାୟତ୍ତ ଶାସନକଳରେ ୫୦ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯାଇଥିଲେ ମଧ୍ୟ ସର୍ବସାଧାଋଣ ଦପ୍ତରରେ ନିର୍ବାଚିତ ମହିଳା ପ୍ରତିନିଧିମାନେ କମ୍ ଶିକ୍ଷାଗତ ଯୋଗ୍ୟତା, ନିମ୍ନ ମାନର ପ୍ରସ୍ତୁତିଗତ ପ୍ରଶିକ୍ଷଣ, ପକ୍ଷପାତ ମନୋଭାବ ଓ ପ୍ରଥା ପରି ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥା'ନ୍ତି ଯାହା ସେମାନଙ୍କର ଫଳପ୍ରଦ କାର୍ଯ୍ୟକାରିତାରେ ବାଧାସୃଷ୍ଟି କରିଥାଏ। ମହିଳାମାନେ ସକ୍ରିୟ ନାଗରିକ ଅଟନ୍ତି ଏବଂ ସେମାନଙ୍କର ନିଷ୍ପତ୍ତି ନେବାର ଭୂମିକାକୁ ସୁନିଶ୍ଚିତ କରିବା ପାଇଁ ଗୋଷ୍ଠୀ ସ୍ତରୀୟ ବିଭିନ୍ନ ଅନୁଷ୍ଠାନ ଯଥା ଗ୍ରାମୀ ସ୍ଵାସ୍ଥ୍ୟ, ପୃଷ୍ଟି ଓ ପରିମଳ କମିଟି, ଯାଞ୍ଚ କମିଟି, ମାତ୍ କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମ ଶିକ୍ଷା କମିଟି ଓ ଅନ୍ୟାନ୍ୟ ଗ୍ରାମ ସ୍ତରୀୟ କମିଟି ଗୁଡିକରେ ମହିଳାମାନଙ୍କର ଅଂଶଗ୍ରହଣକୁ ରାଜ୍ୟ ପ୍ରୋତ୍ସାହିତ କରିଛି । ସେ ଯାହା ହେଉନା କାହିଁକି ମହିଳାମାନେ ଅଧିନାୟକ ଭାବେ ନିଜର ନ୍ୟାର୍ଯ୍ୟ ସ୍ଥାନ ଗ୍ରହଣ କରିବା ଓ ଅନୁଶାସନରେ ଫଳପ୍ରଦ ଅଂଶଗ୍ରହଣ କରି ଏକ ସ୍ପନ୍ଦନଶୀଳ ଗଣତନ୍ତ୍ରରେ ଯୋଗଦାନ କରିବା ଦିଗରେ କର୍ମପନ୍ଥା ଗୁଡିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ମତଦାତା, ପ୍ରତିଦ୍ଵନ୍ଦୀ କିମ୍ବା ନିର୍ବାଚିତ ପ୍ରତିନିଧି ରୂପେ ମହିଳାମାଙ୍କର ପ୍ରସ୍ତୁତି ଆହୁରି ଅଧିକା ହେବା ଆବଶ୍ୟକ, ତେବେ ଯାଇ ନିଜର ନିଷ୍ପତ୍ତିକୁ ମୁକ୍ତ ଭାବେ ପ୍ରକାଶ କରିବା ପାଇଁ ସେମାନେ ସକ୍ରିୟ ହୋଇପାରିବେ। ନୀତି ନିର୍ଦ୍ଦେଶନାମା ମହିଳାମାନଙ୍କର ନେତୃତ୍ଵ ଓ ନିଷ୍ପତ୍ତି ଗଠନରେ ଫଳପ୍ରଦ ଅଂଶଗ୍ରହଣ ନିମନ୍ତେ ସକ୍ଷମକାରୀ ପରିବେଶ ସୃଷ୍ଟି କରାଯିବ । ବିଭିନ୍ନ ନିଷ୍ପତ୍ତି ଗଠନ ସ୍ତର ଗୁଡିକର ଆନୁଷ୍ଠାନିକ ଓ କାର୍ଯ୍ୟକାରିଣି ଛାଞ୍ଚରେ ଲିଙ୍ଗ ଭିତ୍ତିକ ସମ୍ବେଦନଶୀଳତାକୁ ଉତ୍ସାହିତ କରାଯିବ । ଅନୁଶାସନର କେନ୍ଦ୍ରସ୍ଥଳରେ ଲିଙ୍ଗ ଭିତ୍ତିକ ହିତ ସାଧନର ବିଷୟ ଗୁଡିକୁ ଅବସ୍ଥାପିତ କରାଯିବ । କର୍ମ ପନ୍ଥା ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଓ ନିଷ୍ପତ୍ତି ଗଠନ ସ୍ତରର ସଦସ୍ୟ ମାନଙ୍କୁ ଲିଙ୍ଗ ଭିତ୍ତିକ ସଚେତନ କରିବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ଦକ୍ଷତା ଗଠନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହର ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନକଳର ସମସ୍ତ ମହିଳା ଲୋକ ପ୍ରତିନିଧିମାନଙ୍କୁ ଅନ୍ତର୍ଭୁକ୍ତ କରାଇବା ପାଇଁ ଉପାୟମାନ ଗ୍ରହଣ କରାଯିବ ଏବଂ ଅନୁସୂଚିତ ଅଞ୍ଚଳର ମହିଳା ପ୍ରତିନିଧିମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ପ୍ରଶିକ୍ଷଣ ଖସଡାର ବନ୍ଦୋବସ୍ତ କରାଯିବ । ଗ୍ରାମ ପଞ୍ଚାୟତ ସ୍ତରରେ ମହିଳା ସଭା ଆୟୋଜନ କରାଯିବ, ପଲ୍ଲୀ ଓ ଗ୍ରାମ ସଭାରେ ମହିଳାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବ । ବାଳିକା ଓ ମହିଳାମାନଙ୍କ ସମସ୍ୟା ବିଶେଷ କରି ସେମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ପଲ୍ଲୀ ଓ ଗ୍ରାମ ସଭାରେ ଏକ ସ୍ଵତନ୍ତ୍ର କାର୍ଯ୍ୟସୂଚୀ ରୂପେ ରଖିଯିବ । ବାଳିକା ଓ ମହିଳା ମାନଙ୍କର ସକ୍ରିୟ ନାଗରିକତା, ଫଳପ୍ରଦ ରାଜନୈତିକ ଅଂଶଗ୍ରହଣ ଓ ନେତୃତ୍ଵ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ଵତନ୍ତ୍ର ସୋପାନର ସମ୍ମୀକରଣ ସହିତ ଗୋଷ୍ଠୀଭିତ୍ତିକ ଯୁବ ନେତୃତ୍ୱ ଏବଂ ବାଳିକା ଓ ମହିଳା ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ବିକାଶମୁଖୀ କାର୍ଯ୍ୟକ୍ରମ ମାଧ୍ୟମ ରେ ଦକ୍ଷତା ଗଠନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ । ଫଳପ୍ରଦଭାବେ ଅଂଶଗ୍ରହଣ କରିବାରୁ ମହିଳାମାନଙ୍କୁ ପ୍ରତିରୋଧ କରୁଥିବା ଯେକୌଣସି ପକ୍ଷପାତ ପ୍ରଥାକୁ ବାଦ ଦେବାପାଇଁ ଓଡ଼ିଶା, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ନିୟମ ଓ ଆଇନରେ ଯଥାର୍ଥ ଓ ଉପଯୁକ୍ତ ସଂଶୋଧନ ଅଣାଯିବ । ବର୍ତ୍ତମାନ ର ଗୋଷ୍ଠୀ ସ୍ତରୀୟ ନିଷ୍ପତ୍ତି ଗଠନ ସ୍ତରରେ ମହିଳାମାନଙ୍କର ଅଂଶଗ୍ରହଣକୁ ଉତ୍ସାହିତ ଓ ସୁରକ୍ଷିତ କରାଯିବ । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ମାନଙ୍କୁ ଉତ୍ସାହ ମୂଳକ ସମ୍ମାନ ଓ ପୁରସ୍କାର ଦିଆଯିବ । ଆଧାର – ଓଡିଶା ସରକାର