ସବୁ ଅଞ୍ଚଳର ସର୍ବନିମ୍ନ ବିକାଶର ଗ୍ୟାରେଣ୍ଟି

ଗାଁ ହେଉ କି ଗ୍ରାମ ପଞ୍ଚାୟତ, ଏନ୍ ଏ ସି ହେଉ କି ମ୍ୟୁନିସିପାଲିଟି, ସହରତଳି ଅଞ୍ଚଳ ହେଉ କି ମହାନଗର ନିଗମ, ସବୁଠି ଉନ୍ନତ ସଡକ ଯୋଗାଯୋଗ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, କୃଷି, ଜଳସେଚନ ଏବଂ ଶିକ୍ଷା କ୍ଷେତ୍ରରେ ସର୍ବନିମ୍ନ ନିଶ୍ଚିତ ବିକାଶ ପାଇଁ ସରକାର ଯୋଜନା କରିଛନ୍ତି।

ଆବଶ୍ୟକତା ମୁତାବକ ଅର୍ଥ ବରାଦ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବ୍ୟୟ ଏବଂ ଧାର୍ଯ୍ୟ ସମୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରାଯାଇ ରାଜ୍ୟବାସୀଙ୍କୁ ଯଥା ସମୟରେ ମିଳିବ ଏହାର ସୁଫଳ ।

କୃଷି ପାଇଁ ଜଳସେଚନ, ୧% ସୁଧରେ ଋଣ, ଧାନ ସଂଗ୍ରହଣ ଏବଂ ସଂରକ୍ଷଣ ସୁବିଧା

ଏଣିକି ୧ ପ୍ରତିଶତ ସୁଧରେ ମିଳିବ କୃଷି ପାଇଁ ସ୍ୱଳ୍ପ ମିଆଦୀ ଋଣ ।

ପ୍ରତିବର୍ଷ ହେବ ୨ ଲକ୍ଷ ହେକ୍ଟରରୁ ଅଧିକ ଜଳସେଚନ ସୁବିଧା ସୃଷ୍ଟି ।

ଧାନ ସଂଗ୍ରହରେ ଅଂଶ ଗ୍ରହଣ କରୁଥିବା ଜିଲ୍ଲାରେ ପ୍ରତି ୫୦୦୦ ଜନସଂଖ୍ୟାରେ ଖୋଲାଯିବା ଗୋଟିଏ ମଣ୍ଡି, ଆଉ ତା’ ସହିତ ତିଆରି କରାଯିବ ଧାନ ଅମଳ ଏବଂ ଶୁଖାଇବା ପାଇଁ କଂକ୍ରିଟ୍ ଅଗଣା ।

ପଞ୍ଚାୟତ କରିଆରେ ଯୋଗାଇ ଦିଆଯିବ ଉନ୍ନତ ମାନର ବିହନ,ସାର,କୀଟନାଶକ ଔଷଧ ଏବଂ ବୈଷୟିକ ସଂପ୍ରସାରଣ ସହାୟତା ।

ପ୍ରତ୍ୟେକ ବ୍ଲକରେ ପି.ପି.ପି ଭିତ୍ତିରେ ରିହାତି ଯୁକ୍ତ ଶୀତଳଭଣ୍ଡାର ନିର୍ମାଣ କରାଯିବ ।

ସବୁ ପଞ୍ଚାୟତରେ ଗୋଦାମ ଘର ସୁବିଧା ସୃଷ୍ଟି କରାଯିବ ।

କେବିକେରେ ହେବ ଦ୍ଵିତୀୟ କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ।

ଟ୍ରାକ୍ଟରରେ ବ୍ୟବହୃତ ଟ୍ରଲି ପାଇଁ ମିଳିବ କର ରିହାତି ।

କୃଷକମାନଙ୍କୁ ମିଳୁଥିବା ସବୁ ସହାୟତା ଜମାହେବା ସିଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ।

ପ୍ରଣୟନ ହେବ ଏକ ବିଶଦ ପଣ୍ୟାଗାର ନିୟମ ।

ରାଜ୍ୟର ସବୁ କୃଷକ ପରିବାର ପାଇବେ ସ୍ଵାସ୍ଥ୍ୟ ବୀମା ସୁରକ୍ଷା ।

ପନିପରିବା ସଂରକ୍ଷଣ ପାଇଁ ଅନୁସୃତ ହେବ ଶୀତଳୀକରଣ ଚେନ୍ ସଲ୍ୟୁସନ୍ ପଦ୍ଧତି ।

ପ୍ରଣୟନ କରାଯିବ ଏକ ବିଶଦ ମତ୍ସ୍ୟ ନୀତି, ମଧୁର ଜଳ ମତ୍ସ୍ୟ ଚାଷ ଆଇନ୍ ଏବଂ ନୂତନ ମତ୍ସ୍ୟ ଚାଷ ଅଞ୍ଚଳ ଲିଜ୍ ନିୟମ ।

ସମସ୍ତ ବ୍ଲକ୍ କୁ ସଂପ୍ରସାରିତ ହେବ ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ୍ ।

ସବୁ ଗରିବ ପରିବାର ପାଇଁ ପକ୍କା ଘର

ଗୋଟିକ ପରେ ଗୋଟିଏ କରି ସବୁ ଗରିବ ପରିବାରକୁ ମିଳିବ ସହାୟତା, ନିଜ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ।

ଗ୍ରାମାଞ୍ଚଳର ଘର ଡିହ ହୀନ ପରିବାରକୁ ମିଳିବ ଘରଡିହ ସହିତ ଘର କରିବା ପାଇଁ ଗୃହ ଋଣ ସହାୟତା ।

ଘର ଡିହ ପାଇଁ ସରକାରୀ ଜାଗା ନଥିଲେ, ଜାଗା କିଣି ଘରଡିହ ଦିଆଯିବ ଗରିବଙ୍କୁ ।

ଏସବୁର ସଠିକ୍ ପରିଚାଳନା ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଢାହେବ ‘ଆଶ୍ରୟ ସୁରକ୍ଷା ମିଶନ୍’।

ସବୁ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା, ୧୧ଟି ନୂଆ ମେଡିକାଲ୍ କଲେଜ ହେବ ପ୍ରତିଷ୍ଠା

ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଜରିଆରେ ମିଳିବ ଔଷଧ ।

ସ୍ୱାସ୍ଥ୍ୟ ବୀମା ଯୋଜନାରେ ସବୁ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମିଳୁଥିବା ସହାୟତାର ପରିସର ଏବଂ ପରିମାଣ ବୃଦ୍ଧି କରାଯିବ ।

୧୦୨ ଆମ୍ବୁଲାନ୍ସ ସେବାରେ ଆଉ ୪୬ଟି ନୂତନ ଆମ୍ବୁଲାନ୍ସ ବୃଦ୍ଧି କରାଯିବ ।

୧୧ଟି ନୂତନ ମେଡିକାଲ କଲେଜ ଏବଂ ୩ଟି ନୂତନ ଜେନେରାଲ ନର୍ସିଙ୍ଗ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯିବ ।

ସବୁ ଗରିବ ପରିବାରକୁ ୧ ଟଙ୍କାରେ ୧ କିଲୋ ଚାଉଳ, ସ୍ଵତନ୍ତ୍ର ଖାଦ୍ୟ ସୁରକ୍ଷା ଆଇନ୍

୧ ଟଙ୍କାରେ ୧ କିଲୋ ଚାଉଳ ମିଳିବ ସବୁ ଗରିବ ପରିବାରକୁ । କେବଳ ବିପିଏଲ୍ ତାଲିକାରେ ଥିବା ପରିବାରକୁ ଏହି ସୁବିଧା ଦିଆ ନ ଯାଇ, ଯେ କୌଣସି ପରିବାରର ଆର୍ଥିକ ଅବସ୍ଥା ଅନ୍ୟ ସବୁ ଦିଗରୁ ବିଚାର କରାଯାଇ ଏହି ଯୋଜନାରେ ସବୁ ଗରିବ ପରିବାରକୁ ସାମିଲ କରାଯିବ ।

ସାଧାରଣ ବଣ୍ଟନ ବ୍ୟବସ୍ଥା ଲୋକଙ୍କର ଆହୁରି ନିକଟତର ହେବ ।

ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ୩୦ ବର୍ଷରୁ ଅଧିକ ସ୍ଵାମୀ ପରିତ୍ୟକ୍ତା, ଅବିବାହିତା ପାଇବେ ଭତ୍ତା :

ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଭତ୍ତା । ପ୍ରତିବର୍ଷ ଭତ୍ତା ଦିଆଯିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ଧାର୍ଯ୍ୟ କରା ନଯାଇ ଏହାର ଲକ୍ଷ୍ୟ ରହିବ ସବୁବେଳେ ସବୁ ଯୋଗ୍ୟ ଲୋକଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ।

ଏଣିକି ୩୦ ବର୍ଷ ବୟସରୁ ଅଧିକ ଅବିବାହିତା, ସ୍ଵାମୀ ପରିତ୍ୟକ୍ତା ଏବଂ ନିରାଶ୍ରୟା ମହିଳାମାନେ ପାଇବେ ପେନସନ୍ ।

ଭିନ୍ନକ୍ଷମ, ବୁଢାବୁଢୀ, ନିରାଶ୍ରୟ ଏବଂ ଆଶ୍ରିତ ଶିଶୁମାନଙ୍କୁ ମିଳୁଥିବା ଅନ୍ୟ ସବୁ ସହାୟତାର ପରିସର ବଢେଇ ଦିଆଯିବ ।

ଅନାଥ ଓ ଅସହାୟ ଶିଶୁମାନଙ୍କ ଥଇଥାନ ନିମନ୍ତେ ଆରମ୍ଭ କରାଯିବ ‘ବିଜୁ ବାଳ ବିକାଶ ଯୋଜନା’।

ବୌଦ୍ଧିକ ବିକାରଗ୍ରସ୍ତ ପିଲାଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରିମିୟମ୍ ଦିଆଯାଇ ଆରମ୍ଭ କରାଯିବ ନୂଆ ସ୍ୱାସ୍ଥ୍ୟ ବୀମା ଯୋଜନା ‘ନିରାମୟ’।

ଧର୍ମ ନିର୍ବିଶେଷରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥସ୍ଥାନ ଦର୍ଶନ ନିମନ୍ତେ ସରକାରଙ୍କ ତରଫରୁ ମିଳିବ ସହାୟତା ।

ସବୁ ଅସଂଗଠିତ ଶ୍ରମିକଙ୍କ ପାଇଁ ଶ୍ରମିକ ମଙ୍ଗଳ ବୋର୍ଡ

ବୁଣାକାର, ଶିଳ୍ପକାର ଏବଂ ରେଶମ ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପ୍ୟାକେଜ୍ କୁ ଆହୁରି ସଂପ୍ରସାରିତ କରାଯିବ ।

ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ କ୍ଷୁଦ୍ର ବ୍ୟାବସାୟୀ ଏବଂ ବୁଲା ବିକାଳୀଙ୍କ ପଞ୍ଜୀକରଣ କରାଯାଇ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଏବଂ ରିହାତି ଯୁକ୍ତ ଋଣ ଯୋଗାଇ ଦିଆଯିବ ।

ଏମାନଙ୍କ ସହିତ ଫ୍ୟାକ୍ ଟ୍ରି, ମୋଟର ଗାଡି କାରଖାନା,ଗ୍ୟାରେକ୍, ଦୋକାନ ବଜାର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ନିମନ୍ତେ ‘ଓଡିଶା ଶ୍ରମିକ ମଙ୍ଗଳ ବୋର୍ଡ’ ଗଠନ କରାଯିବ ଏବଂ ଶ୍ରମିକ ମାନଙ୍କ ମିଳୁଥିବା ସମସ୍ତ ସହାୟତା ଏମାନଙ୍କ ବୋର୍ଡରେ ପଞ୍ଜୀକୃତ ହେବାର 2 ବର୍ଷ ପରଠାରୁ ଯୋଗାଇ ଦିଆଯିବ

ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଏବଂ ବନ୍ଧେଇ ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ସବୁ କଲ୍ୟାଣମୁଲକ କାର୍ଯ୍ୟକ୍ରମ ହେବ ଆହୁରି ସଂପ୍ରସାରିତ ।

ବସ୍ତିବାସିନ୍ଦାଙ୍କ ପାଇଁ ‘ସହରାଞ୍ଚଳ ବସ୍ତିବାସିନ୍ଦା ଥଇଥାନ ‘ନୀତି’

ବସ୍ତି ବାସିନ୍ଦାଙ୍କ ପାଇଁ ଏକ ‘ବସ୍ତି ଥଇଥାନ ବୋର୍ଡ’ ଗଠନ କରାଯିବ ।

ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଏକ ‘ସହରାଞ୍ଚଳ ବସ୍ତି ବାସିନ୍ଦା ଥଇଥାନ ନୀତି’ ପ୍ରଣୟନ କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ ।

ବସ୍ତି ବାସିନ୍ଦାଙ୍କ ପାଇଁ ପିଇବା ପାଣି, ବିଜୁଳି, କଂକ୍ରିଟ୍ ରାସ୍ତା, ଡ୍ରେନ୍ ସୁବିଧା ଯୋଗାଇ ଦିଆଯିବା ଏବଂ କମ୍ୟୁନିଟି ସେଣ୍ଟର ତିଆରି କରାଯିବ ।

ପିଲାଙ୍କ ପାଇଁ ଶିକ୍ଷା ସହାୟତା, କନ୍ୟା ସନ୍ତାନ ପାଇଁ ବିବାହକାଳୀନ ସହାୟତା ଇତ୍ୟାଦି ଯୋଗାଇ ଦିଆଯିବ ।

ସବୁ ବସ୍ତି ବାସିନ୍ଦା ପରିବାରଙ୍କ ୧ଟଙ୍କାରେ ୧ କିଗ୍ରା ଚାଉଳ ଏବଂ ସ୍ୱାସ୍ଥ୍ୟ ବୀମା ସୁବିଧା ଦିଆଯିବ ।

ଆତ୍ମନିଯୁକ୍ତି ସୁବିଧା ଏବଂ ଛୋଟ ବ୍ୟବସାୟ ପାଇଁ ରିହାତି ଯୁକ୍ତ ଋଣ ସୁବିଧା ଦିଆଯିବ ।

ବସ୍ତି ବାସିନ୍ଦାଙ୍କ ପାଇଁ ସ୍ଵତନ୍ତ୍ର କଲୋନୀ ସ୍ଥାପନ କରାଯାଇ ବସବାସ ସୁବିଧା ସୃଷ୍ଟି କରାଯିବ ।

ମତ୍ସ୍ୟଜୀବିଙ୍କ ପାଇଁ ପକ୍କା ଘର, ଜୀବିକା ସହାୟତା ଓ ବନ ସୁରକ୍ଷା ସମିତି ପାଇଁ ‘ଆମ ଜଙ୍ଗଲ ଯୋଜନା’

ମତ୍ସ୍ୟଜୀବିମାନଙ୍କ ପାଇଁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗୁଡିକର ପରିସର ବୃଦ୍ଧି କରାଯିବା ସହିତ ଏହାକୁ ବ୍ୟାପକ କରାଯିବା ।

ବାସଗୃହ ନିର୍ମାଣ ସୁବିଧା ଯୋଗାଇ ଦିଆଯିବା ସହିତ କଚ୍ଚା ଘରଗୁଡିକୁ ପକ୍କା ଘରରେ ପରିଣତ କରାଯିବା ।

‘ଆମ ଜଙ୍ଗଲ ଯୋଜନା’ ରେ ସମସ୍ତବନ ସୁରକ୍ଷା ସମିତିକୁ ଅନ୍ତର୍ଭୁକ୍ତ କରାଯିବ ଯାହାଦ୍ୱାରା ପୁନଃ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରଗୁଡିକୁ ଜୀବିକା ସହାୟତା ଯୋଗାଇ ଦିଆଯାଇପାରିବ ।

ଜନଜାତିଙ୍କ ପୂଜାସ୍ଥଳୀର ସଂରକ୍ଷଣ, ଜୀବିକା ମିଶନ୍ ର ସଂପ୍ରସାରଣ

ଶିକ୍ଷା ଲାଭ ସୁଯୋଗ, ପଢିବା ପାଇଁ ହଷ୍ଟେଲ ସୁବିଧା, ଛାତ୍ରବୃତ୍ତି ପ୍ରଦାନ ଏବଂ ଜନଜାତିଙ୍କୁ ଜଙ୍ଗଲ ଜମିରେ ଅଧିକାର ପ୍ରଦାନ ଭଳି ଗୁରୁତ୍ଵପୂର୍ଣ୍ଣ ମଧ୍ୟବର୍ତ୍ତିତା ଜାରି ରହିବା ଏବଂ ଏହାର ପରିସର ବୃଦ୍ଧି କରାଯିବା ।

ଆଦିବାସୀଙ୍କ ପବିତ୍ର ପୀଠ ତଥା ପୂଜାସ୍ଥଳୀର ରକ୍ଷଣାବେକ୍ଷଣ ତଥା ଉନ୍ନତି କରଣ ପାଇଁ ଅର୍ଥ ବରାଦ କରାଯିବା ।

ଜୀବିକା ବିକାଶ ନିଶ୍ଚିତ କରିବାପାଇଁ ଓଡିଶା ଆଦିବାସୀ ସଶକ୍ତିକରଣ ଏବଂ ଜୀବିକା ମିଶନ୍ (ଓ.ଟି.ଇ.ଏଲ୍.ପି.) ର ପରିସର ସମସ୍ତ ଆଦିବାସୀ ଅଞ୍ଚଳକୁ ସଂପ୍ରସାରିତ ହେବ ।

ବହୁଭାଷୀ ଶିକ୍ଷାଦାନ ବ୍ୟବସ୍ଥାରେ ଅଧିକ ଆଦିବାସୀ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଅଧିକ ସଂଖ୍ୟକ ବହୁଭାଷୀ ଶିକ୍ଷକ ନିଯୁକ୍ତ କରାଯିବ ।

ସମସ୍ତ ଜନଜାତି ପରିବାର ପାଇଁ ଗୃହଯୋଗାଣ, ସ୍ୱାସ୍ଥ୍ୟ ବୀମା ଏବଂ ପେନ୍ ସନ୍ ବ୍ୟବସ୍ଥା କରାଯିବ ।

ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦିଆଯିବ,ଶିକ୍ଷାର ଗୃଣ ଏବଂ ମାନ ବୃଦ୍ଧି କରାଯିବା ଏବଂ ବାଳିକା ଶିକ୍ଷା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବ ।

ସହରାଞ୍ଚଳରେ ଜନଜାତି ଛାତ୍ରଛାତ୍ରୀ ଶିକ୍ଷା କଂପ୍ଲେକ୍ସ ବହୁ ସଂଖ୍ୟାରେ ସ୍ଥାପନ କରାଯିବ ।

ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବସବାସ କରୁଥିବା ଅଞ୍ଚଳରେ ସ୍ଵତନ୍ତ୍ର ଆଇଟିଆଇ ଖୋଲାଯିବା ।

ପଛୁଆବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସଂଖ୍ୟକ ଛାତ୍ରାବାସ ନିର୍ମାଣ କରାଯିବ । ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ସ୍ଵତନ୍ତ୍ର ତାଲିମ ଦିଆଯିବ ।

ଜାତୀୟ ସଂସ୍ଥାନରେ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପାଉଥିବା ଜନଜାତି ବର୍ଗର ଗରିବ ତଥା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ ।

ସଂଖ୍ୟାଲଘୁ ଆୟୋଗ ଗଠନ, ବିଶ୍ଵବିଦ୍ୟାଳୟରେ ଉର୍ଦ୍ଦୁ ସ୍ନାତକୋତ୍ତର ଶିକ୍ଷା ଏବଂ ହଜ୍ ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀ

ତେଲୁଗୁ, ବେଙ୍ଗଲୀ ଏବଂ ଉର୍ଦ୍ଦୁଭାଷାରେ ଶିକ୍ଷାଦାନ ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ । ଏହି ଭାଷାରେ ଅଧିକ ଶିକ୍ଷକ ସୃଷ୍ଟି କରିବା ପାଇଁ ସ୍ଵତନ୍ତ୍ର ଟ୍ରେନିଂସ୍କୁଲ ଖୋଲାଯିବ । ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ଏବଂ ଗୋଷ୍ଠୀଭିତ୍ତିକ ସୁବିଧା ସୃଷ୍ଟି କରାଯିବ ପାଇଁ ଆର୍ଥିକ ସହାୟତା ଦିଆଯିବ ।

ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଗୁଡିକୁ ଅର୍ଥ ଏବଂ ଭିତ୍ତିଭୂମି ସହାୟତା ଦିଆଯିବ ।

ଗରୀବ ତଥା ମେଧାବୀ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କ ସ୍ଵତନ୍ତ୍ର ଛାତ୍ରବୃତ୍ତି ଦିଆଯିବ ।

ଜାତୀୟ ସଂସ୍ଥାନରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ବିବେଚିତ ଗରିବ ତଥା ମେଧାବୀ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।

ୱାକଫ୍ ବୋର୍ଡ, ହଜ୍ କମିଟି ତଥା ପ୍ରଧାନମନ୍ତ୍ରୀଙ୍କ ୧୫ଦଫା କାର୍ଯ୍ୟକ୍ରମ ଭଳି ସମସ୍ତ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଗୁଡିକୁ ସୁପରିଚାଳନା ପାଇଁ ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନକୁ ଅଣାଯିବ ।

ସଂଖ୍ୟାଲଘୁଙ୍କ କଲ୍ୟାଣ ନିମନ୍ତେ ଏକ ସଂଖ୍ୟାଲଘୁ ଆୟୋଗ ଗଠିତ ହେବ ।

ବହୁ ସଂଖ୍ୟାରେ ସଂଖ୍ୟାଲଘୁ ପରିବାର ବସବାସ କରୁଥିବା ଅଞ୍ଚଳରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ଆବାସିକ ସୁବିଧା ସୃଷ୍ଟି କରାଯିବା ।

ଉର୍ଦ୍ଦୁ ଭାଷାର ବିକାଶ ପାଇଁ ମହାବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି, ଫକୀର ମୋହନ, ରେଭେନ୍ ସା ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟରେ ଉର୍ଦ୍ଦୁରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା କରାଯିବ ।

ହଜ୍ ଯାତ୍ରୀଙ୍କ ଅନ୍ତରୀଣ ରହିବା ପାଇଁ ସ୍ଥାପନ ହେବ ହଜ୍ ଯାତ୍ରୀ ଆଶ୍ରୟ ସ୍ଥଳୀ ।

ପ୍ରତି ବ୍ଲକରେ ମଡେଲ୍ ପୁବ୍ଲିକ୍ ସ୍କୁଲ, ଉଚ୍ଚଶିକ୍ଷା ପାଇଁ ବ୍ୟାଙ୍କ ଋଣରେ ସୁଧ ରିହାତି

ଶିଶୁ ବିକାଶ କାର୍ଯ୍ୟକ୍ରମର ପୁର୍ନବିନ୍ୟାସ କରାଯାଇ ଏହାକୁ ଏକ ମିଶନ ଭାବରେ ମା’ ଏବଂ ଶିଶୁ ମାନଙ୍କର ସର୍ବବିଧ ବିକାଶ ନିମନ୍ତେ ଉତ୍ସର୍ଗ କରାଯିବ ।

ରାଜ୍ୟର ସବୁ ଅଙ୍ଗନବାଡିକେନ୍ଦ୍ର ପାଇଁ ପକ୍କାଘର,ନିରାପଦ ପାନୀୟ ଜଳ, ଉନ୍ନତ ମାନର ଶୌଚାଳୟ ବ୍ୟବସ୍ଥାସହିତ ଶିଶୁମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଆବଶ୍ୟକ ସମସ୍ତ ସର୍ବାଧୁନିକ ଉପକରଣ ଯୋଗାଣ କରାଯିବ ।

ପ୍ରାଥମିକ ସ୍ତରଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟରେ ଆବଶ୍ୟକତା ମୁତାବକ ଶ୍ରେଣୀଗୃହ ନିର୍ମାଣ କରାଯିବ, କୌଣସି ବିଦ୍ୟାଳୟରେ ଆଉ ଆଜବେସଟ୍ ସ୍ କିମ୍ବା ଚାଳଘର ରହିବା ନାହିଁ ।

ଉନ୍ନତମାନର ମଧ୍ୟାହ୍ନ ଭୋଜନ ରୋଷେଇ ଘର, ସବୁ ହାଇସ୍କୁଲ ଏବଂ ବାଳିକା ହାଇସ୍କୁଲର ପାଚେରୀ ନିର୍ମାଣ ସହିତ ଆଧୁନିକ ଶିକ୍ଷା ଉପକରଣ ଯୋଗାଇ ଦିଆଯାଇ ସବୁ ବିଦ୍ୟାଳାୟାକୂ ଶିକ୍ଷା ଉପଯୋଗୀ କରାଯିବ ।

ବାଳିକା ଶିକ୍ଷା ପ୍ରୋତ୍ସାହନକୁ ସର୍ବାଧିକ ଅଗ୍ରାଧିକାର ଦିଆଯିବା । ଛାତ୍ରବୃତ୍ତି ଏବଂ ମେଧାବୃତ୍ତି ସଂଖ୍ୟା ତଥା ଅର୍ଥରାଶି ବୃଦ୍ଧି କରାଯିବ । ସ୍କୁଲ ୟୁନିଫର୍ମ ଓ ପଢା ବହି ଯୋଗାଇ ଦିଆଯିବ । ସ୍କୁଲ ଜୀବ ପାଇଁ ସାଇକେଲ ସୁବିଧା ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କ ଦିଆଯିବ ।

ପ୍ରାଥମିକ ଶିକ୍ଷା ପାଇଁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଖୁବ୍ ଶୀଘ୍ର କରାଯିବ । ହାଇସ୍କୁଲ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ଯଥାଶ୍ରୀଘ୍ର ପୂରଣ କରାଯିବ । ଶିକ୍ଷାର ଗୃଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ ।

ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରର ସବୁ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ କରାଯିବ ।

ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଆଧୁନିକୀକରଣ ସହ ପ୍ରଯୁକ୍ତିକରଣ କରାଯିବ । ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉଚ୍ଚଶିକ୍ଷାରେ ବୃତ୍ତିଗତ ଢାଞ୍ଚା ଅନୁସୃତ ହେବ ।

ସରକାରୀ ଘରୋଇ ସହଭାଗିତାରେ ୯୧ ଟି ଆଦର୍ଶ ଆଇନ ଟି ଆଇ ପ୍ରତିଷ୍ଠା କରିଯିବା । ପ୍ରତିବର୍ଷ ୫୦ ହଜାର ଯୁବକଯୁବତୀଙ୍କୁ ବୈଷୟିକ ଶିକ୍ଷା ଦିଆଯିବ ।

ପ୍ରତି ବ୍ଲକରେ ଗୋଟିଏ ମଡେଲ ପବ୍ଲିକ ସ୍କୁଲ ସ୍ଥାପନ କରାଯିବ ।

ଛାତ୍ରବୃତ୍ତି ସଂଖ୍ୟା ବୃଦ୍ଧି କରାଯାଇ ଏଣିକି ଏହାକୁ ମେଧା ତଥା ସାମାଜିକ କ୍ଷେତ୍ର ଭିତ୍ତିକ କରାଯିବା ।

ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଶିକ୍ଷା ରୁଣ ନେଉଥିବା ମାତାପିତାଙ୍କ ବୋଝ ହାଲୁକା କରିବା ପାଇଁ ଶିକ୍ଷା ଋଣରେ ଛାତ୍ରମାନଙ୍କ କ୍ଷେତ୍ରରେ ୪ ପ୍ରତିଶତ ଏବଂ ଛାତ୍ରମାନଙ୍କ କ୍ଷେତ୍ରରେ ୬ ପ୍ରତିଶତ ସୁଧ ବାବଦ ଅର୍ଥ ସରକାର ବହନ କରିବେ ।

ସର୍ବଭାରତୀୟ ପରୀକ୍ଷା ପାଇଁ ରାଜ୍ୟରେ ୩ ଟି ପ୍ରଶିକ୍ଷଣ କେନ୍ଦ୍ର, ‘ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା’ ରେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ଯୁବନୀତିର ନୂଆ ଦିଗନ୍ତି

ବିଶେଷ କାରୀ ବାଳିକା ତଥା ଅନ୍ୟାନ୍ୟ ଆପଦଗ୍ରସ୍ତ ଶ୍ରେଣୀ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇ ଯୁବ ନୀତିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବ । ଯୁବ ନୀତିକୁ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକାରୀ କରାଇବା ପାଇଁ ବଜେଟ୍ ରେ ପ୍ରତିବର୍ଷ ଆବଶ୍ୟକାଟ ମୁତାବକ ଅର୍ଥ ବରାଦ କରାଯିବ ।

ସମସ୍ତ ମହାବିଦ୍ୟାଳୟରେ ଯୁବକ ଯୁବତୀମାନଙ୍କ ପାଇଁ କ୍ୟାରିୟର୍ ପରାମର୍ଶ ସୁବିଧା ଦିଆଯିବ ।

ସର୍ବଭାରତୀୟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟର 3 ଟି ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ରମାନ ସ୍ଥାପନ କରାଯିବ ।

ଜିଲ୍ଲା ତଥା ରାଜ୍ୟ ସ୍ତରରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଯୁବ ଉତ୍ସବ ଆୟୋଜନ କରାଯିବ ।

ମହାବିଦ୍ୟାଳୟ ସ୍ତରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯିବ ।

ମେଧାଭିତ୍ତିରେ ଅଧିକ ଛାତ୍ରଛାତ୍ରୀମାନଙ୍କ ଲ୍ୟାପାଟପ୍ ତଥା ଛାତ୍ରବୃତ୍ତି ଯୋଗାଇ ଦିଆଯିବ ।

ସେନା ବାହିନୀରେ ନିଯୁକ୍ତି ତଥା ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ କୋଚିଂ ଦିଆଯିବ ।

ଜିଲ୍ଲା ସ୍ତରରେ ନିୟମିତ ବ୍ୟବଧାନରେ ନିଯୁକ୍ତି ମେଲ ଆୟୋଜନ କରାଯିବ ।

ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଞ୍ଚଳ ଗୁଡିକ ଅଗ୍ରାଧିକାର ଦେଇ ୨୦୧୭ ସୁଦ୍ଧା ରାଜ୍ୟର ସମସ୍ତ ୬୨୩୬ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଖେଳ ପଡିଆର ଉନ୍ନତି କରଣ କରାଯିବ । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମିନି ଷ୍ଟାଡିୟାମ୍ ନିର୍ମାଣ କରାଯିବ ।

ଯୁବ ସଂଗଠନ ଗୁଡିକ ପାଇଁ ଦିଆଯାଉଥିବା ଅନୁଦାନ ରାଶି ବୃଦ୍ଧି କରାଯିବ ଏବଂ ଏହା ନିୟମିତ ବ୍ୟବଧାନରେ ଦିଆଯିବ ।

‘ସୃଷ୍ଟି ଯୋଜନା’ ନାମରେ ଏକନୁତନ ଯୋଜନା କାର୍ଯ୍ୟକାରୀ କରାଯାଇ ପତ୍ୟେକ ପଞ୍ଚାୟତରୁ ୧୫୦ ଜଣ ଯୁବକଯୁବତୀ ଆବଶ୍ୟକୀୟ ଦକ୍ଷତା ବୃଦ୍ଧି ସହିତ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆବଶ୍ୟକ ଋଣ ଓ ରିହାତି ପାଇବେ ।

ଯୁବ ଉଦ୍ୟୋଗୀମାନଙ୍କର ନୂତନ ବ୍ୟବସାୟିକ ଚିନ୍ତାରଧାରକୁ ବିକାଶ କରାଇବା ଉଦ୍ଦେଶ୍ୟରେ ‘ଓଡିଆ ଯୁବ ଊଦ୍ଭବ ପାଣ୍ଠି ଗଠନ କରାଯିବ ।

ନୂଆ ‘ସାମଗ୍ରିକ ମହିଳା ନୀତି,’ ୧ ପ୍ରତିଶତ ସୁଧରେ ଏସ୍ଏଚ୍ ଜି ଋଣ

ରାଜ୍ୟର ମହିଳାମାନଙ୍କର ବାସ୍ତବ ପୂର୍ଣ୍ଣ ସଶକ୍ତିକାରଣ ନିମନ୍ତେ ଏକ ‘ସାମଗ୍ରିକ ମହିଳା ନୀତି’ ଯଥାଶୀଘ୍ର ପ୍ରଣଯନ କରାଯାଇ କାର୍ଯ୍ୟକାରୀ କରାଯିବ ।

ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ପ୍ରତିଟି ପଦକ୍ଷେପରେ ଲିଂଗଗତ ସମାନତା ନିଶ୍ଚୟ ପରଦୃଷ୍ଟ ହେବ ।

ମହିଳା ସ୍ଵୟଂ ସହାୟକ ଦଳମାନଙ୍କ ମିଳୁଥିବା ଋଣ ସୁଧହାରକୁ ଆସନ୍ତା ୧ ବର୍ଷ ମଧ୍ୟରେ ୧ ପ୍ରତିଶତକୁ ଆଣିଯିବା ।

ମହିଳାମାନେ କିଭଳି ଘରେ ଏବଂ ବାହାରେ ମର୍ଯ୍ୟାଦାର ସହିତ ଜୀବନଯାପନ କରିପାରିବେ ଏବଂ ଭୟ,ଉତ୍ ପୀଡନ,ଅର୍ଥାନୈତିକ ତଥା ସାମାଜିକ କୁସଂସ୍କାରର ଶିକାର ନ ହେବେ ସେଥିପାଇଁ ସରକାର ସ୍ଵତନ୍ତ୍ର ଧ୍ୟାନ ଦେବେ ।

ପଞ୍ଚାୟତ ଓ ଜମିହରା ଲୋକ ହେବେ ଶିଳ୍ପ ସଂସ୍ଥାରେ ଅଂଶୀଦାର

ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପ ବିକାଶ ସୁଗମ କରାଯିବା ସହିତ ମୂଲ୍ୟ ଯୁକ୍ତ ଉତ୍ପାଦନ ଏବଂ ଅନୁଗାମୀ ଶିଳ୍ପ ସ୍ଥାପନ ମାଧ୍ୟମରେ ରାଜୟା ଯୁବକ ଯୁବତୀଙ୍କ ପାଇଁ ସୃଷ୍ଟି ହେବ ପ୍ରଭୁତା ନିଯୁକ୍ତି ଏବଂ ରାଜ୍ୟ ପାଇଁ ହେବ ଯଥେଷ୍ଟ ରାଜସ୍ୱ ସଂଗ୍ରହ ।

ଯୁଗ୍ମ ତଥା ବନ୍ଦ ହୋଇଯାଇଥିବା ଶିଳ୍ପର ପୁନରୁଦ୍ଧାର ଏବଂ କ୍ଷୁଦ୍ର ତଥା ମଧ୍ୟମ ବର୍ଗର ଶିଳ୍ପ ପ୍ରତିଷ୍ଠା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବା ।

ଶିଳ୍ପ ପ୍ରତିଷ୍ଠା ହେଉଥିବା ଗ୍ରାମ ପଞ୍ଚାୟତ ଏବଂ ଶିଳ୍ପ ସଂସ୍ଥା ଯୋଗୁଁ ଜମି ହରାଇଥିବା ଲୋକ ସଂପୃକ୍ତ ଶିଳ୍ପ ସଂସ୍ଥାରେ ଅଂଶୀଦାର ଭାବେ ସ୍ଵୀକୃତ ହେବେ ଏବଂ ପାଇବେ ନିୟମିତ ଅଂଶଧନ ।

ଅଷ୍ଟମ ପରିଚ୍ଛେଦରେ କୋଶଳୀ/ ସମ୍ବଲପୁରୀ ଭାଷା, କେବିକେରେ ୪ ଲେନ୍ ରାସ୍ତା ଏବଂ ନୂତନ ଏକ୍ସପ୍ରେସ୍ ହାଇୱେ ନିର୍ମାଣ

ସମ୍ଵିଧାନର ଅଷ୍ଟମ ପରିଚ୍ଛେଦରେ କୋଶଳୀ/ ସମ୍ବଲପୁରୀ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ।

ପାରମ୍ପରିକ ମରୁଡି ପ୍ରବଣ ଅଞ୍ଚଳ ଭାବେ ପରିଚିତ କେବିକେ ଅଞ୍ଚଳ ଓ ପଶ୍ଚିମ ଓଡିଶା ପାଇଁ ସ୍ଵତନ୍ତ୍ର ମରୁଡି ନିରାକରଣ କାର୍ଯ୍ୟକ୍ରମ ପରିଚାଳନା ସହିତ ଜଳସେଚନର ସୁବିଧା ନିଶ୍ଚିତ କରାଯିବ ।

ଆସନ୍ତା ୫ ବର୍ଷ ମଧ୍ୟରେ କେବିକେ ଅଞ୍ଚଳର ସମସ୍ତ ପ୍ରମୁଖ ଦୁଇ ଲେନ୍ ବିଶିଷ୍ଟ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ ।

ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡିଶା ମଧ୍ୟ ଦେଇ ଯୋଗ କରୁଥିବା ଏକ ନୂତନ ଏକ୍ସପ୍ରେସ୍ ହାଇୱେ ନିର୍ମାଣ କରାଯିବ ।

ରେଳ ଯୋଗାଯୋଗ ଦ୍ଵାରା ସଂଯୁକ୍ତ ହୋଇନଥିବା ପ୍ରତି ଜିଲ୍ଲାକୁ ରେଳପଥ ନିର୍ମାଣ ପାଇଁ ରାଜ୍ୟ ନିଜ ତରଫରୁ ଯୋଗାଇଦେବ ଆବଶ୍ୟକ ହେଉଥିବା ଜମି ଏବଂ ଏହାର ନିର୍ମାଣ ପାଇଁ ଦରକାର ପଡୁଥିବା ଅର୍ଥର ନିଜସ୍ୱ ଅଂଶ ।

ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ଗ୍ରାମ୍ୟ ରାସ୍ତାଗୁଡିକୁ କଂକ୍ରିଟ୍ କିମ୍ବା ପିଚୁ ରାସ୍ତାରେ ପରିଣତ କରାଯିବ ।

ସମସ୍ତ ଗ୍ରାମ ଗୁଡିକୁ ବିଦ୍ୟୁତ୍ ଶକ୍ତି ଯୋଗାଣ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ।

ଗ୍ରାମର ସମସ୍ତ ବଡ ପୋଖରୀଗୁଡିକର ପୁନରୁଦ୍ଧାର ସହିତ ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଥିବା ଅତ୍ୟାଧୁନିକ ଗାଧୁଆ ତୁଠ ନିର୍ମାଣ କରାଯିବ ।

ଅନ୍ୟ କୌଣସି ସଡକ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନଥିବା ଶହେ ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଗ୍ରାମ ଗୁଡିକୁ ଯୋଗାଯୋଗ ବ୍ୟବସ୍ଥା ନିଶ୍ଚିତ କରିବା ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସଡକ ଯୋଜନା’ ଆରମ୍ଭ କରାଯିବ ।

‘ବିଜୁ ସେତୁ ଯୋଜନା’ ରେ ସେତୁ ସଂଖ୍ୟା ଏବଂ ପରିସର ବୃଦ୍ଧି କରାଯାଇ ରାଜ୍ୟର ସମସ୍ତ ବିଚ୍ଛିନ୍ନ ଯୋଗାଯୋଗ ସଂପୂର୍ଣ୍ଣ କରାଯିବ ।

ପ୍ରତି ପଞ୍ଚାୟତରେ କମ୍ୟୁନିଟି ହଲ୍ ତଥା ମଣ୍ଡପ, ଆଇନ ସହାୟତା ପ୍ରକୋଷ୍ଠ

ପ୍ରତ୍ୟେକ ପଞ୍ଚାୟତରେ ସୂଚନା ଏବଂ ମନୋରଞ୍ଜନ ସକାଶେ ଆଧୁନିକ ଭିଡିଓ ହଲ୍ ତଥା କ୍ଷୁଦ୍ର ପ୍ରେକ୍ଷାଳୟର ସୁବିଧା ସହ ଗୋଟିଏ କମ୍ୟୁନିଟି ହଲ୍ ତଥା ମଣ୍ଡପ ନିର୍ମିତ ହେବ ।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ହାଇମାକ୍ସ ଲାଇଟ ସହ ଷ୍ଟ୍ରୀଟ୍ ଲାଇଟ୍ ର ବ୍ୟବସ୍ଥା ଓ ସୌରଶକ୍ତି ବ୍ୟବହାର ଉପରେ ଗୁରୁତ୍ଵାରୋପ କରାଯିବା ସହିତ ଏକ ପାଠାଗାର ପରିଚାଳନା କରାଯିବ ।

ସମସ୍ତ ପଞ୍ଚାୟତରେ ଆଇନ୍ ସହାୟତା ପ୍ରକୋଷ୍ଠ ଖୋଲାଯିବ ।

‘ବିଜୁ ଗାଁ ଗାଡି ଯୋଜନା’ ରେ ସମସ୍ତ ପଞ୍ଚାୟତଗୁଡିକୁ ଗମନାଗମନ ସୁବିଧା ଯୋଗାଇ ଦିଆଯିବ ।

କୃଷି ବିପଣନ ଭିତ୍ତିଭୂମିର ବିକାଶ ପାଇଁ ଧାନ ସଂଗ୍ରହଣ ଅଞ୍ଚଳରେ ନିୟନ୍ତ୍ରିତ ବଜାର କମିଟିକୁ ମିଳୁଥିବା ୨ ପ୍ରତିଶତ ଆୟରୁ ଏକ ନିର୍ଦ୍ଦିଷ୍ଟ ଅଂଶ ଗ୍ରାମ ପଞ୍ଚାୟତକୁ ମିଳିବ ।

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିମନ୍ତେ ସଂଗ୍ରାମ,ନୂତନ ଓଡିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା

ଦେଶର ଅନ୍ୟାନ୍ୟ ବିକଶିତ ରାଜ୍ୟ ଗୁଡିକ ଭଳି ଓଡିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିରନ୍ତର ଭାବରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହାସଲ ନିମନ୍ତେ ସଂଗ୍ରାମ ଜାରି ରଖିଛି ।

ଏହାକୁ ଓଡିଶାର ସ୍ଵାଭିମାନ ଭାବରେ ବିବେଚନା କରି ଆଗାମୀ ଦିନରେ ଏ ନ୍ୟାଯ୍ୟ ଦାବୀ ହାସଲ ପର୍ଯ୍ୟନ୍ତ ଏ ଲଢେଇ ଆହୁରି ଜୋର୍ ଦାର୍ ହେବ ।

ମାତୃଭାଷା ଓଡିଆ ଶିକ୍ଷାର ଗୃଣାତ୍ଜକ ମାନ ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବାସହିତ ଓଡିଆ ଭାଷାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ଏକ ଓଡିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।

୧୦୦୦ ଜନ ସଂଖ୍ୟାରେ ନୂଆ ପଞ୍ଚାୟତ, ପଛୁଆ ଅଞ୍ଚଳ ପାଇଁ ବିକାଶ ପରିଷଦ, ଲୋକସେବା ଅଧିକାର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସ୍ଵଚ୍ଛତା ପରିଷଦ ଗଠନ

ପଛୁଆ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକର କେନ୍ଦ୍ରୀଭୁତ ବିକାଶ ଲକ୍ଷ୍ୟରେ ସାହି ଅଞ୍ଚଳରେ ବିକାଶ ପରିଷଦମାନ ଗଠନ କରାଯିବ ।

୧୦୦୦ ଜନସଂଖ୍ୟା ଥିବା ପ୍ରତ୍ୟେକ ଗ୍ରାମକୁ ପର୍ଯ୍ୟାୟ କ୍ରମେ ଗ୍ରାମ ପଞ୍ଚାୟତରେ ପରିଣତ କରାଯିବ ।

ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଗୁଡିକୁ ଅନାବଦ୍ଧ ପାଣ୍ଠି ଯୋଗାଇ ଦିଆଯିବ ।

ସେବା ଅଧିକାର ଅଧିନିୟମର ଅନୁପାଳନ ଏବଂ ଅଭିଯୋଗ ନିରାକରଣ ନିମନ୍ତେ ‘ଲୋକ ସେବା ଅଧିକାର କର୍ତ୍ତୃପକ୍ଷ’ ପଦବୀ ସୃଷ୍ଟି କରାଯିବ । ସେବା ଅଧିକାର ପରିସରକୁ ଆହୁରି ବ୍ୟାପକ କରାଯିବ ।

ଟେଣ୍ଡର ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବା ଏବଂ ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡିକର ମାନ ବଜାୟ ରଖିବା ସକାଶେ ଏକ ସ୍ଵାଧୀନ ସଂସ୍ଥା ଭାବରେ ‘ଓଡିଆ ରାଜ୍ୟ ସ୍ଵଚ୍ଛତା ପରିଷଦ’ ଗଠନ କରାଯିବ ।

ପ୍ରଶାସନର ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକତା ଭିତ୍ତିକ ପ୍ରଶାସନିକ ବ୍ୟବସ୍ଥା ପରିବର୍ତ୍ତେ ଅଧିକାର ସମ୍ବଳିତ ପ୍ରଶାସନିକ ବ୍ୟବସ୍ଥା ତଥା ସେବା ପ୍ରଦାନ ।

ଆଧାର

ଓଡିଶା ସରକାର