ସଂଚୟ ଅଭିଯାନ

କୁହାଯାଏ ଜୀବନ ଆପେ ଆପେ ତାର ବାଟ ଖୋଜିନିଏ। ବୋଧହୁଏ ସେଥିପାଇଁ କୁହାଯାଇଛି ଆଶା ଭରସା ଉପରେ ଦୁନିଆ ତିଷ୍ଠି ରହିଛି । ଗୋଟିଏ ଭାଙ୍ଗିଯାଏ ତ ଆଉ ଗୋଟିଏ ରାହା ଦେଖାଏ। ପୁଣି ଜୀବନମରଣର କଥା ହେଲେ ତ ତାହାର ମହତ୍ତ୍ୱ ଆହୁରି ବଢିଯାଏ। ବାରାଣାସୀ ନିକଟ ପ୍ରହଲାଦପୁର ଗାଁର ମହିଳାମାନେ ଏମତି କିଛି କରିଦେଖାଇଛନ୍ତି। ଏମାନେ ଏମିତି କାର୍ନାମା କରିଛନ୍ତି, ଯାହାକୁ ଦେଖିଲେ କହିବା ଜରୁରୀ ହୋଇପଡେ ଯେ ଚାଲିବାର ନାମ ଜୀବନ। ନିଜକୁ ବାଟ ବନାଇବାକୁ ପଡିବ ଓ ତାହା ଉପରେ ଚାଲି ମିଶାଲ ପ୍ରତିଷ୍ଠା କରିବାକୁ ହେବ।

ମହିଳା ସଶକ୍ତିକରଣ

ପ୍ରହଲାଦପୁର ଗାଁର ଭୂମିହୀନ ମହିଳାମାନେ ଭାଗ ଚାଷ କରି କେବଳ ଘର ଚଳାଉନାହାନ୍ତି, ବରଂ ମହିଳା ସଶକ୍ତିକରଣର ଶ୍ରେଷ୍ଠ ଉହାହରଣ ପାଲଟିଯାଇଛନ୍ତି। ଏହି ମହିଳାମାନେ ଚାଷକାମ କରିବା ସହିତ ନିଜର ବିପଦ ଆପଦ ସମୟରେ ସାହାଯ୍ୟ ପାଇଁ ଗ୍ରୁପ ଗଢିଛନ୍ତି। ଦରକାର ସମୟରେ ନିଜେ ଜମା କରିଥିବା ଅର୍ଥରୁ ସେମାନେ ଋଣ ନିଅନ୍ତି ଓ ପରେ ଋଣ ଜମା କରି ଏହି ଗ୍ରୁପ୍ର ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବାରେ ସହାୟକ ହୁଅନ୍ତି। ପ୍ରଥମେ ୧୦ ଜଣ ମହିଳାଙ୍କୁ ନେଇ ଏହି ଗ୍ରୁପ୍ ହୋଇଥିଲା । ଏଥିରେ ଏବେ ୨୨୫୦ ମହିଳା ସାମିଲ ହୋଇଗଲେଣି। ମାତ୍ର ୨୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ଗ୍ରୁପ୍ ଏବେ ସାଢେ ତିନି କୋଟି ଟଙ୍କା ରୋଟେସନ୍ ପର୍ଯ୍ୟନ୍ତ ପହଁଚିଗଲେଣି। ଏହା ଏକ ବ୍ୟାଙ୍କ୍ ଭଳି କାମ କରୁଛି।

ପ୍ରତିଦିନ ଏହି ମହିଳାମାନେ କାନ୍ଧରେ ଫାଉଡା ନେଇ ଚାଷଜମି ଆଡକୁ ଯାଆନ୍ତି ଓ ଫୁଲଚାଷ କରନ୍ତି। ଏହି ଫୁଲରେ ମାଳ କରି ବଜାରରେ ବିକିଥାନ୍ତି। ଯେଉଁଥିରେ ଏମାନଙ୍କ ଘର ଚଳିବା ସହିତ ପିଲାଙ୍କ ପାଠପଢା ଖର୍ଚ୍ଚ ଓ ସେମାନଙ୍କ ଲାଳନପାଳନ ମଧ୍ୟ ହୋଇଥାଏ। କେବଳ ଏତିକି ନୁହେଁ। ଏହି ଗାଁର ମହିଳାଙ୍କ ଦ୍ୱାରା ଗଢାଯାଇଥିବା ଗ୍ରୁପ୍ର ସବୁଠାରୁ ବଡ ଫାଇଦା ହେଲା ଯେ ଏହାଦ୍ୱାରା ମହିଳାମାନଙ୍କୁ ଆଉ ମହାଜନଙ୍କ ଘରକୁ କରଜ ଆଣିବାଲାଗି ଯିବାକୁ ପଡୁନାହିଁ । ଆଉ ମହିଳାମାନଙ୍କ ମଧ୍ୟରେ ସଦ୍ଭାବ ଆସିବା ସହ ପରସ୍ପରକୁ ସାହାଯ୍ୟର ହାତ ବଢାଉଛନ୍ତି।

ପ୍ରହଲାଦପୁର ଗାଁର ମହିଳାଙ୍କ ଏହି ସଫଳତାକୁ ଦେଖି ପଡୋଶୀ ଗାଁର ମହିଳାମାନେ ମଧ୍ୟ ଏହାକୁ ଅନୁସରଣ କଲେଣି। ଏହି ଅଭିଯାନ ଏବେ ୨୨ଟି ଗାଁରେ ବ୍ୟାପିଯାଇଛି । ପ୍ରହଲାଦପୁର ଗାଁର ମହିଳା ମୀରା କହନ୍ତି

“ପ୍ରଥମେ ମୋର ସ୍ୱାମୀ ବୁଣାକାର କାମ କରୁଥିଲେ। ଏହା ବନ୍ଦ ହୋଇଗଲା । କିନ୍ତୁ ଗ୍ରୁପ୍ ଗଢାହେଲା ଦିନଠାରୁ ଆମର ସ୍ଥିତି ପୂର୍ବାପେକ୍ଷା ଭଲ ଅଛି । ଏହା ଦ୍ୱାରା ସଂଚୟ ବି ହୋଇଯାଉଛି, ଚାଷଜମିରେ କାମ ମଧ୍ୟ ବଢିଛି । ପୁରୁଣା ସବୁ କରଜ ସୁଝି ଦେଇଛି । ଆଉ ମହାଜନ ଘରକୁ ଆସୁନାହାନ୍ତି । ଏହା ଠାରୁ ଆଉ ବଡ ସୁଖ ଆଉ କଣ ହୋଇପାରେ। ”

“ମାସକୁ ୨୦ ଟଙ୍କା ଲେଖାଁଏ ଆଦାୟ କରି ଦଶ ଜଣ ଲୋକଙ୍କ ଗ୍ରୁପ୍ ଗଢିଥିଲୁ । ଏହା ଏବେ ଏହି ଗାଁ ବ୍ୟତୀତ ଆଉ ୨୦ରୁ ଅଧିକ ଗାଁରେ ଚାଲିଛି । ଗ୍ରୁପ୍ରେ ସଂଚୟ କରିବା ପରେ ବର୍ଷେ ପର୍ଯ୍ୟନ୍ତ ଭାଗ ଚାଷ କରନ୍ତି । ସେଥିରୁ ମିଳୁଥିବା ଲାଭରୁ ସେମାନେ ଅନ୍ୟ କାମ କରନ୍ତି । ଏମିତି ଏକ ସମୟ ଥିଲା ଏମାନେ ପାଁଚ ଟଙ୍କା ପାଇବା ଲାଗି କେତେ କାହା ପାଖରେ ହାତ ପତାଉଥିଲେ, ଆଉ ବର୍ତ୍ତମାନ ଅନ୍ୟକୁ ସାହାଯ୍ୟ କରୁଛନ୍ତି ।”

ଶେଷକଥା

ବାରାଣାସୀର ପ୍ରହଲାଦପୁର ଗାଁର ମହିଳାମାନେ ଏମିତି କମାଲ୍ କରି ଦେଖାଇଛନ୍ତି ଯାହା ଲାଗି ସରକାର ଅନେକ ଯୋଜନା କରନ୍ତି। ଏହି ଯୋଜନା ପ୍ରସ୍ତୁତ କରିବାରେ ଅନେକ ବର୍ଷ ବିତିଯାଏ । ଏଥିରୁ ସାବ୍ୟସ୍ତ ହେଉଛି ଯେ ଯଦି ଆମେ ମିଶିକରି କୌଣସି କାମ କରିବାକୁ ପ୍ରତିଜ୍ଞାବଦ୍ଧ ହେଲେ ତାହାର ପରିଣାମ ଭଲ ହିଁ ହେବ। ଏହି ମହିଳାମାନେ ଏକ ନଜିର ସୃଷ୍ଟି କରିଛନ୍ତି, ଯାହାର ପ୍ରଭାବ ଲଗାତର ଭାବେ ଅନ୍ୟ ଯାଗାରେ ଦେଖିବାକୁ ମିଳିଲାଣି। ବଡ କଥା ହେଲା ଏହି ମହିଳାମାନେ ଅଜାଣତରେ ଅର୍ଥଶାସ୍ତ୍ରୀମାନଙ୍କୁ ଗୋଟିଏ ଡିଜାଇନ୍ ଦେଇଛନ୍ତି, ଯାହାର ଆହୁରି ସଦୁପଯୋଗ କରାଯାଇପାରେ। ଏହାକୁ ଗରିବ ମୁକ୍ତ ଭାରତ ଗଠନରେ ବ୍ୟବହାର କରାଯାଇପାରିବ।

ଆଧାର - Akhand social worker, freelance journalist