ଉପକ୍ରମ ଶ୍ରୁତିଙ୍କ କାହାଣୀ କେଉଁ ସିନେମା ଠାରୁ କମ ରୋମାଞ୍ଚକର ନୁହେଁ। ପଞ୍ଜାବ ରାଜ୍ୟର ଜଲନ୍ଧର ନିବାସୀ ୨୩ ବର୍ଷୀୟା ନିଜ ପ୍ରଥମ ପ୍ରଚେଷ୍ଟାରେ ପଞ୍ଜାବ ନ୍ୟାୟିକ ସେବା(Punjab Civil Services (Judicial) ପରୀକ୍ଷା ରେ କୃତକାର୍ଯ୍ୟ ହେଇଛନ୍ତି। ଗୋଟିଏ ବର୍ଷର ତାଲିମ ପରେ ସେ ଜଲନ୍ଧର କୋର୍ଟରେ ବିଚାରପତି ଭାବେ ଅବସ୍ଥାପିତ ହେବେ। ସଫଳତା ଆପଣଙ୍କ ମନକୁ ପ୍ରଶ୍ନ ଆସୁଥାଇପାରେ ଏ ସଫଳତା ଏତେ ମହତ୍ଵପୂର୍ଣ କାହିଁକି। ଶ୍ରୁତିଙ୍କ ପାରିବାରିକ ପରିସ୍ଥିତିକୁ ବିଚାର କଲେ ଏହାର ଗୁରୁତ୍ଵ ବୁଝିହେବ। ତାଙ୍କ ବାପା ସୁରିନ୍ଦର କୁମାର ଜଣେ ଚା ବିକାଳି। ଆଉ ତାଙ୍କ ସାରା ଜୀବନ କଟି ଯାଇଛି କୋର୍ଟ ପରିସରରେ ଚା ବିକି ବିକି। ସୁରିନ୍ଦର କେବେ ସ୍ଵପ୍ନରେ ବି ଭାବି ନଥିଲେ ଯେ ତାଙ୍କ ଝିଅ ସେହି କୋର୍ଟରେ ବିଚାରପତି ଭାବେ କାମ କରିବାର ସୁଯୋଗ ଅର୍ଜନ କରିବ ଯେଉଁଠି ତାଙ୍କର ସାରା ଜୀବନ ଚା ବିକିବାରେ କଟି ଯାଇଛି। ଗୁରୁ ନାନକ ଦେବ କଲେଜରୁ ଆଇନରେ ସ୍ନାତକ ଶିକ୍ଷା ଶେଷ କଲା ପରେ ଶ୍ରୁତି ପଞ୍ଜାବ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ କରିଥିଲେ। ନିଜ ସଫଳତା ଉପରେ ମତ ଦେଇ ଶ୍ରୁତି କୁହନ୍ତି, "ମୂଳରୁ ଆଇନ ପେଷା ପ୍ରତି ମୋର ଦୁର୍ବଳତା ଥିଲା। ମୁଁ ଜଣେ ବିଚାରପତି ହେବାକୁ ଚାହୁଁଥିଲି। ସେଥିପାଇଁ ମୁଁ ନ୍ୟାୟିକ ପରୀକ୍ଷା ଦେଲି ଓ ସେଥିରେ ମୁଁ ଅନୁସୂଚିତ ଜାତି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲି।” ଆଧାର :yourstory