ହେଲେନ୍ ଙ୍କ ପରିଚୟ

ହେଲେନ୍ ଗୁରଲେ ବ୍ରାଉନ୍ । ସାମ୍ଵାଦିକତା କ୍ଷେତ୍ରରେ ସେ ସୃଷ୍ଟି କରିଥିଲେ ସ୍ଵତନ୍ତ୍ର ପରିଚୟ । ଏକାଧାରରେ ସେ ଥିଲେ ଜଣେ ଲେଖିକା ଏବଂ ପ୍ରକାଶିକା।

ହେଲେନ୍ ଙ୍କ ଯାତ୍ରା

ହେଲେନ୍ ଙ୍କ ଖାସ୍ କଥା ହେଲା ‘କସମୋପଲିଟାନ୍’ ମାଗାଜିନ୍ ରେ ସେ ଦୀର୍ଘ ୩୨ବର୍ଷ ଧରି ଏଡିଟର-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ । ୧୯୨୨ ଫେବୃୟାରୀ ୧୮ରେ ସେ ଆମେରିକାର ଆରକାନାସସ୍ଥିତ ଗ୍ରୀନ୍ ଫରେଷ୍ଟଠାରେ ଜନ୍ମଗ୍ରହଣ(ବାପା- କ୍ଲିଓ ଫ୍ରେଡ୍ ଏବଂ ମା-ଇରା ମାର୍ଭିନ ଗୁରଲେ) କରିଥିଲେ । ସ୍କୁଲ ଶିକ୍ଷା ଶେଷ ହେବା ପରେ ହେଲେନ୍ ଙ୍କ ପରିବାର ଜର୍ଜିଆକୁ ଚାଲିଯାଇଥିଲେ । ସେଠାରେ ଟେକ୍ସାସ୍ ଷ୍ଟେଟ୍ କଲେଜ ଫର୍ ଓମେନ୍ରୁ ଗ୍ରାଜୁଏଟ୍ ଏବଂ ଉଡ୍ ବେରୀ ବିଜ୍ନେସ୍ କଲେଜରୁ ବିଜନେସ୍ ରେ ଡିଗ୍ରୀ ହାସଲ କରିଥିଲେ । ୧୯୫୯ରେ ଡେଭିଡ୍ ବ୍ରାଉନ୍ ଙ୍କ ସହ ତାଙ୍କର ବିବାହ ହୋଇଥିଲା । ୧୯୬୨ରେ ତାଙ୍କ ରଚିତ ପୁସ୍ତକ ‘ସେକ୍ସ ଆଣ୍ଡ ଡି ସିଙ୍ଗଲ ଗାର୍ଲ’ ଏକାଥରେ ୨୮ଟି ଦେଶରେ ପ୍ରକାଶିତ ହୋଇଥିଲା ଏବଂ ଏହା ବେଶ୍ କିଛିବର୍ଷ ଧରି ବହୁଳ ଭାବରେ ଛାପା ହୋଇ ବିକ୍ରିରେ ରେକର୍ଡ ସୃଷ୍ଟି କରିଥିଲା । ତା’ପରେ ହେଲେନ୍ ଆଉ ପଛକୁ ଫେରି ଚାହିଁ ନ ଥିଲେ । ୧୯୬୪ରେ ଏହି ପୁସ୍ତକର ଟାଇଟଲକୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଥିଲା । ୧୯୬୫ରେ ସେ ‘କସ୍ମୋପଲିଟାନ୍’ ନାମକ ଏକ ସାହିତ୍ୟ ମାଗାଜିନ୍ ର ଏଡିଟର-ଇନ୍-ଚିଫ୍ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କୁ ଦିଆଯାଉଥିବା ଯୌନ ନିର୍ଯାତନା ବିରୋଧରେ ସେ କେବଳ ସ୍ଵର ଉତ୍ତୋଳନ କରି ନଥିଲେ, ବାରମ୍ବାର ଏହା ଉପରେ ଲେଖା ପ୍ରକାଶ କରିଥିଲେ, ଯାହା ସେ ସମୟରେ ମହିଳାମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ହୋଇଥିଲା ।

ହେଲେନ୍ ଗୁରଲେ ବ୍ରାଉନ୍ ଟ୍ରଷ୍ଟ

ଏପରି କି ତାଙ୍କର ୮୦ବର୍ଷ ବୟସରେ ସେ ଏହି ମାଗାଜିନ୍ ରେ ଏଡିଟର-ଇନ୍-ଚିଫ୍ ଭାବରେ କାର୍ଯ୍ୟ କରିଥିଲେ । ଏଭଳି ପରିଣତ ବୟସରେ ସେହି ସମୟରେ ‘ସ୍ଲାଟେ’ ନାମକ ମାଗାଜିନ୍ ପକ୍ଷରୁ ସବୁଠାରୁ କ୍ଷମତାଶାଳୀ ମହିଳା ତାଲିକାରେ ତାଙ୍କ ନାମକୁ (୧୩ତମ) ଅନ୍ତର୍ଭୁକ୍ତ କରଯାଇଥିଲା । ସେ ସାମ୍ଵାଦିକତାର ପ୍ରସାର ପାଇଁ ହେଲେନ୍ ଗୁରଲେ ବ୍ରାଉନ୍ ଟ୍ରଷ୍ଟ ଖୋଲିଥିଲେ । ସାରସ୍ଵତ ସାଧନା ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୯୦ବର୍ଷ ବୟସରେ ସେ ଅସୁସ୍ଥ ହୋଇ କିଛିଦିନ ନ୍ୟୁୟର୍କ ପ୍ରେସବେଟେରିଆନ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ତାହାର ଅଳ୍ପଦିନ ପରେ (୨୦୧୨) ଏହି ମହିୟସୀ ମହିଳା ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ଆଧାର – ଦୈନିକ ଧରିତ୍ରୀ