ଗୁଗଲ ବିଜ୍ଞାନ ମେଳା ‘ବିଜ୍ଞାନ ବିଶ୍ଵକୁ ବଦଳେଇ ଦେଇପାରେ’ –ଗୁଗଲ ବିଜ୍ଞାନ ମେଳାର ଏହା ହିଁ ମାର୍ଗଦର୍ଶକ ସିଦ୍ଧାନ୍ତ। ଗୁଗଲ ୨୦୧୧ ମସିହାରୁ ଏହି ମେଳା ପ୍ରତି ବର୍ଷ ଆୟୋଜିତ କରିଆସୁଛି ଯେଉଁଠାରେ ଯୁବା ମସ୍ତିଷ୍କ ମାନେ ଭାଗ ନିଅନ୍ତି ଓ ନିଜ ନିଜର ଅଭିନବ ଓ ସୃଜନାତ୍ମକ ବିଚାରର ଆଦାନପ୍ରଦାନ କରନ୍ତି। ଚଳିତ ବର୍ଷ ହଜାର ହଜାର ପ୍ରୋଜେକ୍ଟ ମଧ୍ୟରୁ ମାତ୍ର ୧୬ଟି ପ୍ରୋଜେକ୍ଟ ଯାହା ମଧ୍ୟରେ ଏ ବିଶ୍ଵକୁ ବଦଳାଇବାର କ୍ଷମତା ରହିଛି, ସେମାନଙ୍କୁ ଫାଇନାଲକୁ ଯିବା ପାଇଁ ଚୟନ କରାଯାଇଛି। ଭାରତୀୟ କୁନି ବୈଜ୍ଞାନିକଙ୍କ ସଫଳତା ମଜାଦାର ତଥ୍ୟ ହେଉଛି ଯେ ଫାଇନାଲ ପର୍ଯ୍ୟାୟକୁ ଯାଇଥିବା ଏହି ୧୬ଟି ପ୍ରୋଜେକ୍ଟ ଓ କୁନି ବୈଜ୍ଞାନିକଙ୍କ ମଧ୍ୟରୁ ୬ ଜଣ ହେଲେ ଭାରତୀୟ ବା ଭାରତୀୟ ବଂଶୋଦ୍ଭବ ଅଟନ୍ତି। ଏହି ୬ ଜଣଙ୍କ ମଧ୍ୟରୁ ମନସା ଫାତିମା (୧୫) ଓ ଶ୍ରୀୟାଙ୍କ (୧୬) ଭାରତରୁ ହେଇଥିବା ବେଳେ ନିଶିତା ବେଲୁର (୧୩), ନିଖିଲ ଗୋପାଲ (୧୫), ଅନୀକା ଚୀର୍ଲା (୧୪) ଓ ଅନୁଷ୍କା ନୈକନୱାରେ (୧୩) ଭାରତୀୟ ବଂଶୋଦ୍ଭବ ଅଟନ୍ତି। ମନସା ଫାତିମା ସାଧୁ ବାସୱାନୀ ଇଣ୍ଟରନ୍ୟାସନାଲ ସ୍କୁଲ, ହାଇଦ୍ରାବାଦର ଛାତ୍ରୀ ଓ ତାଙ୍କ ପ୍ରୋଜେକ୍ଟଟି ‘ଧାନକ୍ଷେତରେ ସ୍ଵଚାଳିତ ଜଳ ପ୍ରବନ୍ଧନ’ ଉପରେ ଆଧାରିତ। ଶ୍ରୀୟାଙ୍କ କେ ବେଙ୍ଗାଲୁରୁର ନ୍ୟାସନାଲ ପବ୍ଲିକ ସ୍କୁଲର ଛାତ୍ର। ସେ Keep-Tab ନାମକ ଏକ ପିନ୍ଧିହେବା ପରି ଏକ ଯନ୍ତ୍ର ଡିଜାଇନ କରିଛନ୍ତି ଯାହାକି ମଣିଷ ମାନଙ୍କୁ ନିତିଦିନିଆ ବ୍ୟବହାର୍ଯ୍ୟ ଜିନିଷ କେଉଁଠାରେ ରହିଛି ସେ ସମ୍ପର୍କରେ ମନେପକାଇବାରେ ସାହାଯ୍ୟ କରେ ବୋଲି DNAର ଏକ ରିପୋର୍ଟ କୁହେ। ଏହି ପ୍ରତିଯୋଗୀତାରେ ଦାଖଲ ହେଇଥିବା ଅନ୍ୟାନ୍ୟ ମଜାଦାର ପ୍ରୋଜେକ୍ଟ ମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ଓ ବାୟୋ ଡିଗ୍ରେଡ଼େବଲ ସାନିଟାରୀ ନ୍ୟାପକିନ ଯାହାକି ବାଂଲାଦେଶରୁ ଆସିଥିବା ସଲିହା ରେହନାଜ ତିଆରି କରିଛନ୍ତି ଓ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୬ ବର୍ଷୀୟ କିଆରା ନିର୍ଘିନଙ୍କର ଉଦ୍ଭାବନ - କମଳା ଚୋପାରୁ ତିଆରି କମ ଖର୍ଚ୍ଚରେ ତିଆରି ବାୟୋ ଡିଗ୍ରେଡ଼େବଲ superabsorbent ପଲିମର ଇତ୍ୟାଦି ଅନ୍ୟତମ। ଆଧାର yourstory Teamodia