ସଂଖ୍ୟାଲଘୁ କଲ୍ୟାଣ ପାଞ୍ଚଟି କେନ୍ଦ୍ରୀୟ ଭାବେ ଅଧିସୂଚିତ ସଂଖ୍ୟା ଲଘୁ ରହିଛନ୍ତି, ସେମାନେ ହେଲେ ମୁସଲମାନ, ଖ୍ରୀଷ୍ଟିୟାନ ବୌଦ୍ଧ, ଜୈନ ଏବଂ ପାର୍ସୀ ଭାରତ ସରକାରଙ୍କ ଦୃଷ୍ଟି ହେଲା ଯ ସଂଖ୍ୟାଲଘୁ ସମ୍ପ୍ରଦାୟ ଗୁଡିକର ସଶକ୍ତିକରଣ କରିବା ଓ ଦେଶର ବହୁ ଜାତୀୟ, ବହୁ ସାଂସ୍କୃତିକ, ବହୁଭାଷୀ ବହୁ ଧର୍ମୀୟ ସଂସ୍କୃତିକୁ ଶକ୍ତିଶାଳୀ କରିବା ପାଇଁ ପରିବେଶ ତିଆରି କରିବା ସକାରାତ୍ମକ କାର୍ଯ୍ୟଯ ଜରିଆରେ ସଂଖ୍ୟାଲଘୁ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁଧାରିବା ଏବଂ ସମନ୍ଵିତ ବିକାଶ ହେଉଛି ସରକାରଙ୍କର ମିଶନ ଯହା ଫଳରେ ପ୍ରତ୍ୟେକ ନାଗରିକକୁ ଗତିଶୀଳ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ସମାନ ସୁଯୋଗ ମିଳିପାରିବ । ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଶିକ୍ଷା, ରୋଜଗାର ତଥା ଆର୍ଥିକ ଗତିବିଧିରେ ସଠିକ ଅଂଶ ପ୍ରଦାନ କରିବା ତଥା ତାଙ୍କର ଉତଥାନ ସୁନିଶ୍ଚିତ କରିବା ହେଉଛି ଲକ୍ଷ୍ୟ । ସଂଖ୍ୟାଲଘୁ ମାମଲାର ମନ୍ତ୍ରଣାଳୟ ଭାରତ ସରକାରଙ୍କର ସଂଖ୍ୟାଲଘୁ ମାମଲାର ମନ୍ତ୍ରଣାଳୟ ୨୯ ଜାନୁଆରୀ ୨୦୦୬ ରେ ତିଆରି କରାଯଇଥିଲା । ସଂଖ୍ୟାଲଘୁ ସଂପ୍ରଦାୟ ଗୁଡିକର ପ୍ରସଙ୍ଗ ଗୁଡିକ ପ୍ରତି ଅଧିକ ଧ୍ୟାନପୂର୍ବକ ନିକଟକୁ ସୁନିଶ୍ଚିତ କରିବା ସହ ମୋଟ ଉପରେ ନୀତି, ଯୋଜନା, ସମନ୍ଵୟ ସହିତ ନିୟାମକ ଫ୍ରେମୱାର୍କର ସମୀକ୍ଷା କରିବା ବିକାଶା କାର୍ଯ୍ୟକ୍ରମ ଜରିଆରେ ସଂଖ୍ୟାଲଘୁ ସଂପ୍ରଦାୟର ଲାଭ ପାଇଁ କାମ କରିବା ଏହାର ଲକ୍ଷ୍ୟ ଥିଲା ବିଜନେସ ନିୟମ ଆବଣ୍ଟନ, ଭାରତ ସରକାରଙ୍କୁ ଦ୍ଵିତୀୟ ନିୟମାବଳୀ ଅନୁସାରେ ମନ୍ତ୍ରଣାଳୟକୁ ନିୟମ ବିଷଯରେ ଆବଣ୍ଟନ (ଆଲୋକେସନ ଅଫ ବିଜନେସ) ନିୟମ ୧୯୬୧ଗୁଡିକ ହେଲା । ମୋଟ ଉପରେ ସଂଖ୍ୟାଲଘୁ ସଂପ୍ରଦାୟ ମାନଙ୍କ ପାଇଁ ନୀତି, ଯୋଜନା, ସମନ୍ଵୟ, ନିୟାମକ ଓ ବିକାଶ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଓ ସମୀକ୍ଷା । ଆଇନ ଶୃଙ୍ଖଳା ବିଷୟ ଛାଡି ସଂଖ୍ୟାଲଘୁ ମାନଙ୍କ ସହ ସମ୍ପର୍କିତ ସମସ୍ତ ମାମଲା । ଅନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କର ସହ ଆଲୋଚନା କରି ସଂଖ୍ୟାଲଘୁ ମାନଙ୍କର ସଂରକ୍ଷଣ ଓ ସୁରକ୍ଷା ପାଇଁ ନୀତି । ଭାଷାଗତ ଭାବେ ସଂଖ୍ୟାଲଘୁ ମାନଙ୍କ ସହ ଜଡିତ ବିଷୟ ଏବଂ ଭାଷାଗତ ଭାବେ ସଂଖ୍ୟାଲଘୁ କମିଶନରଙ୍କ କାର୍ଯ୍ୟାଯଳୟ । ଆଡମିନିଷ୍ଟ୍ରେସନ ଅଫ ଇଭାକ୍ୟୁ ପ୍ରପର୍ଟି ଆକ୍ଟ ୧୯୫୦ (୧୯୫୦ ରୁ ୩୧) ଅଧୀନରେ ଇଭାକ୍ୟୁ ବକ୍ଫ ପ୍ରପର୍ଟିଜ ସମ୍ପର୍କିତ କାମ । ନ୍ୟାସନାଲ କମିଶନ ଫର ମାଇନରିଟିଜ ଆକ୍ଟ ସହିତ ସମ୍ପର୍କିତ ବିଷୟ । ପ୍ରବାସୀ ଭାରତୀୟ ସଂପ୍ରଦାୟର ପ୍ରତିନିଧିତ୍ଵ । ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରି ୧୯୫୫ ମସିହାର ପନ୍ତ ମିର୍ଜା ଚୁକ୍ତି ଅନୁସାରେ ପାକିସ୍ତାନରେ ଅଣ ମୁସଲିମ ଆଇନ ଏବଂ ଭାରତରେ ମୁସଲିମ ଆଇନ ସଂରକ୍ଷଣ । ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା ମାଧ୍ୟମରେ ପଡୋଶୀ ଦେଶ ମାନଙ୍କରେ ସଂଖ୍ୟାଲଘୁ ଲୋକ ମାନଙ୍କର ସମ୍ପର୍କରେ ପ୍ରଶ୍ନ । ଏହି ବିଭାଗ ସହ ଡିଲ କରୁଥିବା ଚାରିଟି ଏବଂ ଚାରିଟେବୁଲ ସଂସ୍ଥା, ଚାରିଟେବୁଲ ଓ ରିଲିଜିଅସ ଏଣ୍ଡାଉମେଣ୍ଟ । ମୌଲାନା ଆଜାଦ ଫାଉଣ୍ଡେସନ ସମେତ ଅନ୍ୟ ସଂଖ୍ୟାଲଘୁ ସଂସ୍ଥା, ତଥା ସଂଖ୍ୟାଲଘୁ ମାନଙ୍କର ସାମାଜିକ ଆର୍ଥିକ, ସାଂସ୍କୃତିକ ଓ ଶୈକ୍ଷିକ ଷ୍ଟାଟସ ସମ୍ପର୍କରେ ବିଷୟ। ବକ୍ଫ ବୋର୍ଡ ଆକ୍ଟ ୧୯୫୫ (୧୯୫୫ ରୁ ୪୩) ଏବଂ କେନ୍ଦ୍ରୀୟ ବକ୍ଫ କାଉନସିଲ । ଦୁର୍ଗାହ ଖ୍ୱାଜା ସାହେବ ଆକ୍ଟ ୧୯୫୫ (୧୯୫୫ ରୁ ୩୬) । . ନ୍ୟାସନାଲ ମାଇନରିଟିଜ ଡେଭଲପମେଣ୍ଟ ଏବଂ ଫାଇନାନ୍ସ କର୍ପୋରେସନ ସମେତ ସଂଖ୍ୟାଲଘୁ ମାନଙ୍କକଲ୍ୟାଣ ପାଇଁ ଚଳାଯଉଥିବା ବିଭିନ୍ନ କାର୍ଯ୍ୟକ୍ରମ । କେନ୍ଦ୍ର ଓ ରାଜ୍ୟ ର ସରକାରୀ ଉଦ୍ୟୋଗରେ ଏବଂ ଘରୋଇ କ୍ଷେତ୍ରରେ ସଂଖ୍ୟାଲଘୁ ମାନଙ୍କର ନିଯୁକ୍ତିର ସୁଯୋଗ । ସଂଖ୍ୟାଲଘୁ ମାନଙ୍କର ସଂରକ୍ଷଣ ଓ ସୁରକ୍ଷାକୁ ନେଇ ଅନ୍ୟ ସମ୍ବନ୍ଧିତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ତିଆରି କରିବା । ଧାର୍ମିକ ଏବଂ ଭାଷାଗତ ଆଧାରରେ ସଂଖ୍ୟାଲଘୁ ମାନଙ୍କ ମଧ୍ୟରେ ସାମାଜିକ ଓ ଆର୍ଥିକ ବର୍ଗର ଲୋକଙ୍କ ପାଇଁ ରାଷ୍ଟ୍ରୀୟ କମିଶନ । ସଂଖ୍ୟାଲଘୁ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକ୍ରମ । ସଂଖ୍ୟାଲଘୁ ସଂପ୍ରଦାୟ ସହ ଜଡିତ ଆଉ କିଛି ପ୍ରସଙ୍ଗ ଯଦି ରହିଛି । ସଂଖ୍ୟାଲଘୁ କଲ୍ୟାଣ ପାଇଁ ସମ୍ପର୍କିତ ଅନ୍ୟ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ, ଭାରତ ସରକାର ବୈଦଶିକ ମନ୍ତ୍ରଣାଳୟ ନିମ୍ନ ଲିଖିତ ବିଷୟରେ ପ୍ରସଙ୍ଗକୁ ଡିଲ କରେ - ହଜ କମିଟି ଆକ୍ଟ ୨୦୦୨ ହଜ କମିଟି ରୁଲ୍ଲ ୨୦୦୨ କେନ୍ଦ୍ରୀୟ ହଜ କମିଟି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର ନିମ୍ନ ଲିଖିତ ପ୍ରସଙ୍ଗରେ ଥିବା ବିଷୟକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା କାର୍ଯ୍ୟକାରୀ କରାଯାଏ । ଉର୍ଦ୍ଧୁ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଜାତୀୟ କାଉନସିଲ । ସଂଖ୍ୟା ଲଘୁ ମାନଙ୍କର ଶିକ୍ଷା । ସଂଖ୍ୟା ଲଘୁ ଶିକ୍ଷଣ ସଂସ୍ଥାନ ପାଇଁ ରାଷ୍ଟ୍ରୀୟ କମିଶନ । ମଦ୍ରାସା ଗୁଡିକୁ ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା ପ୍ରଦାନର ଯୋଜନା । ସଂଖ୍ୟା ଲଘୁ ସଂସ୍ଥାନ ପାଇଁ ଭିତ୍ତିଭୂମି ନିର୍ମାଣ ଯୋଜନା । ଘରୋଇ ଭାବେ ଅନୁଦାନ ପ୍ରାପ୍ତ, ଅଣ ଅନୁଦାନ ପ୍ରାପ୍ତ ସଂଖ୍ୟାଲଘୁ ସଂସ୍ଥାନର ଭିତ୍ତିଭୂମି ପାଇଁ ଯୋଜନା (ଏଲିମେଣ୍ଟାରି, ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀ ସ୍କୁଲ) । ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନ ୨୦୦୯ । ନୀତି ଏବଂ ଆଇନ ନ୍ୟାସନାଲ କମିଶନ ଫର ମାଇନରିଟିସ ଆକ୍ଟ, ୧୯୯୨ ଆକ୍ଟ ୧୯୯୫ ଯୋଜନା ଦ ସ୍କିମ୍ସ ଫର ଲିଡରଷିପ ଡେଭଲପମେଣ୍ଟ ଅଫ ମାଇନରିଟୀ ଓମେନ ପ୍ରି ମ୍ୟାଟ୍ରିକ ସ୍କଲାରଶିପ ଫର ମାଇନରିଟୀ ପୋଷ୍ଟ ମ୍ୟାଟ୍ରିକ ସ୍କଲାରଶିପ ସ୍କିମ ଫର ମାଇନରିଟୀ ଆଧାର - ସଂଖ୍ୟାଲଘୁ ମନ୍ତ୍ରଣାଳୟ, ଭାରତ ସରକାର