ପ୍ରମୁଖ ବୈଶିଷ୍ଟ୍ୟ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ – କୋଇଲା କ୍ଷେତ୍ରରେ 50 ହଜାର କୋଟିର ନିବେଶ ପ୍ରସ୍ତାବ କୋଇଲା ଭିତ୍ତିଭୂମିକୁ ସଦୃଢ କରିବ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଦେଶର ପୁଞ୍ଜିନିବେଶ, ଅଭିବୃଦ୍ଧି ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତକୁ ଆତ୍ମନିର୍ଭର କରିବ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କୋଇଲା କ୍ଷେତ୍ରରେ ଭିତିତ୍ତିଭୂମିର ବିକାଶ କୋଇଲା କ୍ଷେତ୍ରରେ ଭିତିତ୍ତିଭୂମିର ବିକାଶ ବିଶେଷ ଭାବରେ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ପ୍ରୋତ୍ସାହନ ଦିଆଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ପଦକ୍ଷେପ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ ଏବଂ ଘରୋଇ କୋଇଲା ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବ । 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜରେ କୋଇଲା ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ସହ ଏଥିପାଇଁ 50 ହଜାର କୋଟିର ନିବେଶ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ଦେଶରେ କୋଇଲା ଭିତ୍ତିଭୂମିର ବିକାଶ ହେବ । ସେହିପରି କୋଇଲା ଖଣି ନିଲାମ ପ୍ରକ୍ରିୟା ସରଳୀକରଣ ଦ୍ୱାରା ଦେଶରେ କୋଇଲା, ଇସ୍ପାତ ଏବଂ ଗ୍ୟାସ କ୍ଷେତ୍ରରେ ଅନେକ ସୁଯୋଗ ମିଳିବ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଜି ଘୋଷଣା ହୋଇଥିବା ବ୍ୟାପକ ସଂସ୍କାର ଦେଶରେ ଇଜ୍ ଅଫ୍ ଡୁଇଙ୍ଗ ବ୍ୟବସାୟକୁ ସୁଗମ କରିବ, ପୁଞ୍ଜିନିବେଶ ବଢାଇବ ଏବଂ ଦେଶର ଅର୍ଥନୀତିକୁ ମଜବୁତ୍ କରିବ । ସେହିପରି ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାରର ଲକ୍ଷ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା, ଭାରତକୁ ବିମାନ ରକ୍ଷଣାବେକ୍ଷଣର ଏକ ପେଣ୍ଠସ୍ଥଳି କରିବା ଏବଂ ଭାରତକୁ ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ ଏବଂ ମହାକାଶ ଯନ୍ତ୍ରପାତି ତିଆରି କ୍ଷେତ୍ରରେ ଆତ୍ମନିର୍ଭର କରିବ । ଆଧାର - "ପିଆଇବି"