ବୟୋଶ୍ରେଷ୍ଠ ସମ୍ମାନ – ବରିଷ୍ଠ ନାଗରିକ ମାନଙ୍କ ପାଇଁ ଜାତୀୟ ଯୋଜନା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଜାତୀୟ ଯ଼ୋଜନା (ବୟୋଶ୍ରେଷ୍ଠ ସମ୍ମାନ) 2005 ମସିହାରେ ଆରମ୍ଭ କରାଯାଇଥିଲା ଓ ଏହା ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଥିଲା । ଏହି ଯୋଜନାକୁ କେନ୍ଦ୍ର ସରକାର ଅନୁଦାନ ଦିଅନ୍ତି । ବରିଷ୍ଠ ନାଗରିକ ମାନଙ୍କୁ ଉଲ୍ଲେଖନୀୟ ସେବା ପ୍ରଦାନ କରୁଥିବା ବରିଷ୍ଠ ନାଗରିକ କିମ୍ବା ସଂସ୍ଥା ପାଇଁ ଏହି ଯୋଜନା ପ୍ରଯ଼ୁଜ୍ୟ । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣଳାୟ ସହ ଯୋଗାଯୋଗ କରି ସଂସ୍ଥା ଓ ବରିଷ୍ଠ ନାଗରିକ ମାନେ ଏହି ଯୋଜନାର ଲାଭ ଉଠାଇ ପାରନ୍ତି । ଅଧିକ ସୂଚନା ପାଇଁ : ବୟୋଶ୍ରେଷ୍ଠ ସମ୍ମାନ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମନ୍ୱିତ କାର୍ଯ୍ୟକ୍ରମ ପରିଚୟ ଭାରତରେ ବୟସ୍କ ଲୋକ ମାନଙ୍କ ସଂଖ୍ୟାରେ ଲଗାତାର ବୃଦ୍ଧି ହେଉଛି । 1951ରେ ଭାରତରେ 60 ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନଙ୍କ ସଂଖ୍ୟା 19.8 ମିଲିୟନ ଥିବା ବେଳେ 2001ରେ ଏହା 76 ମିଲିୟନରେ ପହଞ୍ଚିଛି । 2013ରେ ଏହା 100 ମିଲିୟନ ଓ 2030 ସୁଦ୍ଧା ଏହା 198 ମିଲିୟନ ପହଞ୍ଚିବ ବୋଲି ଅନୁମାନ କରାଯ଼ାଉଛି । ଜୀବନ ପ୍ରତ୍ୟାଶା 1947ରେ 29 ବର୍ଷ ଥିବା ବେଳେ ଏହା ଏବେ ପାଖାପାଖି 63 ବର୍ଷରେ ପହଞ୍ଚିଛି । ଭାରତର ପାରମ୍ପାରିକ ମୂଲ୍ୟବୋଧ ବୟସ୍କ ଲୋକ ମାନଙ୍କୁ ସମ୍ମାନ ଦେବା ଓ ତାଙ୍କର ସେବା ଶୁଶ୍ରୁଷା କରିବା ଉପରେ ଜୋର ଦିଏ । ତେବେ ବର୍ତ୍ତମାନ ସମୟରେ ଯୌଥ ପରିବାର କମି ଯାଉଥିବା ଦେଖାଯାଉଛି । ଏହା ଫଳରେ ବହୁ ସଂଖ୍ୟାରେ ମାତା ପିତା ମାନେ ସେମାନଙ୍କ ପରିବାରରୁ ଅବହେଳାର ଶୀକାର ହେଉଛନ୍ତି ଓ ଭାବନାତ୍ମକ, ଶାରୀରିକ ଓ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି ଆବଶ୍ୟକ ସାମାଜିକ ସୁରକ୍ଷା ଅଭାବରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ବୟସ୍କ ଲୋକ ମାନଙ୍କର ସମସ୍ୟା ଏକ ବଡ ସାମାଜିକ ସମସ୍ୟା ଭାବେ ଠିଆ ହେଉଛି ଓ ସେମାନଙ୍କୁ ସ୍ୱାସ୍ଥ୍ୟଗତ ଓ ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଏକ ସାମାଜିକ ପ୍ରତିଷ୍ଠା ତିଆରି କରିବାର ଆବଶ୍ୟକତା ରହିଛି । ଯାହା ବୟସ୍କ ଲୋକ ମାନଙ୍କର ଭାବନାତ୍ମକ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଥିବ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ବୟସ୍କ ଲୋକ ମାନଙ୍କୁ ରହିବା, ଖାଦ୍ୟ, ଚିକିତ୍ସା ସୁବିଧା, ମନୋରଂଜନ ସୁଯୋଗ ଦେବା ତଥା ସେମାନଙ୍କୁ ଉତ୍ପାଦକ ଓ ସକ୍ରିୟତା ପାଇଁ ପ୍ରୋତ୍ସାହନ ପ୍ରଦାନ କରି ତାଙ୍କର ଜୀବନ ଧାରଣର ମାନ ବୃଦ୍ଧି କରିବା ଏବଂ ସରକାରୀ ଓ ଅଣ ସରକାରୀ ସଂସ୍ଥା, ପଞ୍ଚାୟତରାଜ ସଂସ୍ଥା ଓ ସ୍ଥାନୀୟ ସଂସ୍ଥା ତଥା ଗୋଷ୍ଠୀର ସାମର୍ଥ ବୃଦ୍ଧିରେ ସହାୟକ ହେବା । ଦୃଷ୍ଟିକୋଣ ଯୋଜନାରେ ସହାୟତା ପଞ୍ଚାୟତିରାଜ ସଂସ୍ଥା ବା ସ୍ଥାନୀୟ ସଂସ୍ଥା ତଥା ଅଣ ସରକାରୀ ସ୍ଵେଚ୍ଛାସେବୀ ସଙ୍ଗଠନକୁ ନିମ୍ନ ଲିଖିତ ଉଦ୍ଦେଶ୍ୟ ପାଇଁ ଦିଆଯାଇପାରେ :- ବୟସ୍କ ଲୋକ ମାନଙ୍କର ଆବଶ୍ୟକତା ବିଶେଷ ଭାରେ ରହିବା, ଖାଇବା ଓ ଚିକିତ୍ସା ସୁବିଧା ଆଦି ମୌଳିକ ସୁବିଧା ପୂରଣ କରୁଥିବା କାର୍ଯ୍ୟକ୍ରମ; ବିଭିନ୍ନ ପୀଢି ମଧ୍ୟରେ ସମ୍ପର୍କକୁ ଦୃଢ କରିବା ପାଇଁ କାର୍ଯ୍ୟକ୍ରମ ବିଶେଷ ଭାବେ ପିଲା ଓ ଯୁବକ ଏବଂ ବୟସ୍କ ଲୋକଙ୍କ ମଧ୍ୟରେ; ସକ୍ରିୟ ଓ ଉତ୍ପାଦକ ବୟସ ହେବାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟକ୍ରମ ; ବୟସ୍କ ଲୋକ ମାନଙ୍କୁ ସଂସ୍ଥାଗତ ଏବଂ ଅଣ ସଂସ୍ଥାଗତ ଦେଖା ଶୁଣା କରିବା ଓ ସେବା ଯୋଗାଉଥିବା କାର୍ଯ୍ୟକ୍ରମ। ବୟସ ହେବା କ୍ଷେତ୍ରରେ ଅନୁସନ୍ଧାନ, ସମର୍ଥନ ତଥା ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ । କାର୍ଯ୍ୟକାରୀ କରୁଥିବା ଅନୁଷ୍ଠାନ ଏହି ଯୋଜନାରେ ମନ୍ତ୍ରଣାଳୟ ପକ୍ଷରୁ ଥିବା ସର୍ତାବଳୀ ଅନୁସାରେ ନିମ୍ନ ଲିଖିତ ଅନୁଷ୍ଠାନକୁ ସହାୟତା ପ୍ରଦାନ କରାଯାଇଥାଏ:- ପଞ୍ଚାୟତିରାଜ ସଂସ୍ଥା /ସ୍ଥାନୀୟସଂସ୍ଥା ଅଣ ସରକାରୀ ସ୍ଵେଚ୍ଛାସେବୀ ସଙ୍ଗଠନ ସ୍ଵୟଂଶାସିତ ବା ସହଯୋଗୀ ସଂସ୍ଥା ଭାବେ ସରକାରଙ୍କ ଦ୍ଵାରା ଗଠିତ ସଂସ୍ଥାନ ବା ସଙ୍ଗଠନ ସରକାରୀ ମାନ୍ୟତା ପ୍ରାପ୍ତ ଶିକ୍ଷଣ ସଂସ୍ଥାନ, ଚାରିଟେବୁଲ ଡାକ୍ତରଖାନା, ନର୍ସିଂ ହୋମ ଏବଂ ନେହେରୁ ଯୁହ କେନ୍ଦ୍ର ସଙ୍ଗଠନ ପରି ମାନ୍ୟତା ପ୍ରାପ୍ତ ଯୁବ ସଙ୍ଗଠନ । ବ୍ୟତିକ୍ରମ ମାମଲାରେ ଏହି ଯୋଜନାରେ ସହାୟତା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ମଧ୍ୟ ପ୍ରଦାନ କରାଯାଇପାରେ । ଅଣ ସରକାରୀ ସ୍ଵେଚ୍ଛାସେବୀ ସଙ୍ଗଠନ ପାଇଁ ଯୋଗ୍ୟତା ମାପଦଣ୍ଡ ଅଣ ସରକାରୀ ସ୍ଵେଚ୍ଛାସେବୀ ସଙ୍ଗଠନ ସଠିକ ଆଇନ ଅନୁସାରେ ପଞ୍ଜୀକୃତ ହୋଇଥିବ , ଯାହା ଫଳରେ ଏହା କର୍ପୋରେଟ ଷ୍ଟାଟସ, ଏବଂ ଆଇନଗତ ବ୍ୟକ୍ତିତ୍ଵ ଓ ଏହାର ଗତିବିଧି ପାଇଁ ଗୋଷ୍ଠୀଗତ ଦାୟିତ୍ଵ ସ୍ଥାପିତ ହୋଇପାରିବ; ଏହା ସାମାଜିକ ପଞ୍ଜୀକରଣ ଆଇନ 1860 ଅନୁସାରେ ବା ପ୍ରାସଙ୍ଗିକ ରାଜ୍ୟ ଆଇନ ଅନୁସାରେ ପଞ୍ଜୀକୃତ ହୋଇଥିବ ଏହା ଅତି କମରୁ ଦୁଇ ବର୍ଷ ହେଲା କାମ କରୁଥିବ ବା କୌଣସି ଆଇନ ଅନୁସାରେ ପଞ୍ଜୀକୃତ ପବ୍ଲିକ ଟ୍ରଷ୍ଟ ବା କମ୍ପାନି ଆକ୍ଟ 1958ର ଧାରା 525 ଅନୁସାରେ ଲାଇସେନ୍ସ ପ୍ରାପ୍ତ ଦାତବ୍ୟ ଅନୁଷ୍ଠାନ । ଏହା ଅତି କମରେ ଦୁଇ ବର୍ଷ ହେଲା ପଞ୍ଜୀକୃତ ହୋଇଥିବ କିନ୍ତୁ ଉତ୍ତର ପୂର୍ବ ରାଜ୍ୟ, କାଶ୍ମୀର, ମରୁଭୂମି ଅଞ୍ଚଳ ସେବା ପ୍ରଦାନ କରାଯାଇ ନ ଥିବା, ଠିକ ଭାବେ ପ୍ରତିନିଧିତ୍ଵ ହୋଇନଥିବା ଅଂଚଳ ପାଇଁ ଦୁଇ ବର୍ଷର ସର୍ତ ଲାଗୁ ହେବ ନାହିଁ । ଅନ୍ୟ ଅଂଚଳରେ ମଧ୍ୟ ଏହି ସର୍ତକୁ ସଚିବ (ଏସଜେ ଏଂଡ ଇ)ଙ୍କ ଅନୁମୋଦନ କ୍ରମେ କୋହଳ କରାଯାଇପାରିବ । ସଙ୍ଗଠନର ଏକ ସଠିକ ଭାବେ ଗଠିତ ପରିଚାଳନା ସଂସ୍ଥା ରହିଥିବ ଓ ସେମାନଙ୍କର କ୍ଷମତା, କର୍ତ୍ତବ୍ୟ ତଥା ଦାୟିତ୍ଵକୁ ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିବ ଏହାର ଏକ ସଠିକ ପ୍ରଶାସନିକ ଢାଞ୍ଚା ରହିଥିବା ଦରକାର ଓ ଠିକ ଭାବେ ପରିଚାଳନା ବା କାର୍ଯ୍ୟକାରୀ କମିଟି ଗଠିତ ହେବା ଆବଶ୍ୟକ; ସଙ୍ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ହେବା ଆବଶ୍ୟକ ସଙ୍ଗଠନ ଲାଭ କରିବା ପାଇଁ ବା କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ମାନଙ୍କର ସଂସ୍ଥା କୁ ଲାଭ ପହଂଚାଇବା ପାଇଁ ଚାଲିବ ନାହିଁ । ଏଭଳି ପ୍ରକଳ୍ପକୁ ଠିକ ଭାବେ କରି ପାରିବା ପାଇଁ ସଙ୍ଗଠନ ନିକଟରେ ସାମର୍ଥ ଓ ପ୍ରମାଣିତ ପରିଚୟ ପତ୍ର ଆବଶ୍ୟକ ; ଅଧିକ ସୂଚନା ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବୃଦ୍ଧାବସ୍ଥା ଯୋଜନା ଯୋଜନା ସମ୍ପର୍କରେ 24 ସେପ୍ଟେମ୍ବର 2007 ତାରିଖ ର 11013/1/2007- ଏନଏସଏପି ମାଧ୍ୟମରେ ଜାରୀ ହୋଇଥିବା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବୃଦ୍ଧାବସ୍ଥା ପେନସନ ଯୋଜନାର ଗାଇଡଲାଇନ ( ଆଇଜିଏନଓଏପିଏସ)କୁ ଦେଖନ୍ତୁ । ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇଁ ଆବେଦନ କରିବାକୁ ପାତ୍ରତା ସମ୍ପର୍କରେ ଗାଇଡଲାଇନରେ ଉଲ୍ଲେଖ ରହିଛି । ଦାରିଦ୍ର ସୀମୀ ରେଖା ତଳେ ରହୁଥିବା 65 ବର୍ଷ ବୟସରୁ ଊର୍ଦ୍ଧ୍ଵ ଘରେ ରହୁଥିବା ପୁରୁଷ ବା ମହିଳା ଏଥି ପାଇଁ ଆବେଦନ କରିପାରିବେ । ଭାରତ ସରକାରଙ୍କ ଦ୍ଵାରା ଏହି ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଭାରତ ସରକାର ଚଳିତ ଆଇଜିଏନଓଏପିଏସ ରେ ଏହି ବୟସ ସୀମାକୁ 65 ବର୍ଷରୁ କମାଇ 60 ବର୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ 80 ବର୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କ ସହାୟତାର ରାଶି ମଧ୍ୟ 2 ଶହ ରୁ 5 ଶହ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ବର୍ଦ୍ଧିତ ନାମକ 1.4.2011ରୁ ମାନ୍ୟ ହେବ ଆଇଜିଏନଓଏପିଏସରେ ଅନୁଦାନ ପାଇଁ ସଂଶୋଧିତ ମାନକ ନିମ୍ନରେ ଦିଆଯାଇଛି: ହିତାଧିକାରୀ ଯୋଗ୍ୟତା ଆବେଦନକାରୀ (ପୁରୁଷ ବା ମହିଳା )ଙ୍କ ବଯସ 60 ବର୍ଷ କିମ୍ବା ଊର୍ଦ୍ଧ୍ଵ ହୋଇଥିବ । ଆବେଦନକାରୀ କୌଣସି ଘରେ ରହୁଥିବ ଓ ଦାରିଦ୍ର ସୀମା ରେଖା ତଳେ ରହିଥିବ। ସ୍ରୋତ : ଇନ୍ଦିରାଗାନ୍ଧୀ ନ୍ୟାସନାଲ ଓଲ୍ଡ ଏଜ ପେନ୍ସନ ସ୍କିମ ସମ୍ପର୍କିତ ସମ୍ବଳ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସିଲଭର ଇନିଂସ ବରିଷ୍ଠ ନାଗରିକ ଗାଇଡ