ସଂକ୍ଷିପ୍ତ ନାମ, ବିସ୍ତାର ଏବଂ ପ୍ରାରମ୍ଭ ସରକାରୀ କର୍ତ୍ତୁପକ୍ଷ ଙ୍କ ନିୟନ୍ତ୍ରନରେ ଥିବା ତଥ୍ୟ ସମୂହର ସୂଚନା ସଂଗ୍ରହ ପାଇଁ ନାଗରିକମାନଙ୍କ ଅଧିକାରକୁ ରୂପାୟନ କରାଇ ସେମାନଙ୍କୁ ସୂଚନା ଅଧିକାର ପ୍ରଦାନର ଏକ ବାସ୍ତବବାଦୀ ଶାସନ ପ୍ରଣାଳୀର ଅୟମାରମ୍ଭ କରିବା ଉଦ୍ଦେଶ୍ୟରେ ତଥା ସମସ୍ତ ସ୍ତରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ଵକୁ ପ୍ରୋତ୍ସାହିତ କରିବା ସକାଶେ, କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗଗୁଡିକର ଗଠନ ଓ ଏଥିସହ ସମ୍ପୃକ୍ତ ବା ଆନୁଷଙ୍ଗିକ ବିଷୟଗୁଡିକ ନିମନ୍ତେ ବ୍ୟବସ୍ଥା କରିବା ସକାଶେ ଏକ ଅଧିନିୟମ। ଯେହେତୁ ଭାରତର ସମ୍ବିଧାନ ଏକ ଗଣତାନ୍ତିକ ସାଧାରନତନ୍ତ୍ର ପ୍ରତିଷ୍ଠା କରିଛି ; ଏବଂ ଯେହେତୁ ଗଣତନ୍ତ୍ର, ବିଜ୍ଞ ନାଗରିକ ଓ ସୂଚନା ସ୍ଵଚ୍ଚତା ଆବଶ୍ୟକତ କରେ ଯାହାକି ଏହାର କାର୍ଯ୍ୟକାରିତା ଓ ଏଥିସହିତ ଦୁର୍ନୀତିର ନିରାକରଣ ତଥା ସରକାର ଓ ଏହାର ପରିକରଣଗୁଡିକ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରାଇବା ନିମନ୍ତେ ଅପରିହାର୍ଜ୍ୟ ; ଏବଂ ଯେହେତୁ ବାସ୍ତବ କ୍ଷେତ୍ରରେ ସୂଚନାର ପ୍ରକଟିକରଣ ସରକାର ଦକ୍ଷ କାର୍ଯ୍ୟ ସମ୍ପାଦନ, ସୀମିତ ରାଜସ୍ୱ ସମ୍ବଳ ସର୍ବୋତ୍ତମ ଉପଯୋଗ ଏବଂ ସମ୍ବେଦନଶୀଳ ସୂଚନାର ଗୋପନୀୟତା ରକ୍ଷା କରିବା ସହ ଅନ୍ୟାନ୍ୟ ସାଧାରଣ ସ୍ଵାର୍ଥ ସମୂହର ସମ୍ଭାବ୍ୟ ବିରୁଦ୍ଧାଚରଣ କରିପାରେ; ଏବଂ ଯେହେତୁ ଏସବୁ ପରସ୍ପର ବିରୋଧୀ ସ୍ଵାର୍ଥକୁ ଗଣତନ୍ତିକ ଆଦର୍ଶର ସର୍ବୋତ୍ତମତା ସହ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ; ତେଣୁ ବର୍ତ୍ତମାନ ଇଚ୍ଚୁକ ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧିଷ୍ଟ କେତେକ ସୂଚନା ପ୍ରଦାନ କରିବା ସମୀଚୀନ; ଭାରତ ଗଣରାଜ୍ୟର ଛପନତମ ବର୍ଷରେ ସଂସଦ ଦ୍ଵାରା ନିମ୍ନମତେ ଅଧିନିୟମିତ ହେଉ – ସଂକ୍ଷିପ୍ତ ନାମ ବିସ୍ତାର ଏବଂ ପ୍ରାରମ୍ଭ ଏହି ଅଧିନିୟମ , ସୂଚନାର ଅଧିକାର ଅଧିନିୟମ , 2005 ନାମରେ ଅଭିହିତ ହେବ ଜାମ୍ମୁ ଓ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତବର୍ଷ ପ୍ରତି ଏହି ଅଧିନିୟମ ବିସ୍ତୁତ ହେବ । ଧାରା 4 ଧାରା ର ଉପଧାରା (1) ଧାରା 5ର ଉପଧାରା (1)ଓ (2) ଧାରା 12,13,15,16,24,27,ଏବଂ 28ର ବ୍ୟବସ୍ଥା ଗୁଡ଼ିକ ତୁରନ୍ତ ବଳବତ୍ତର ହେବ ଏବଂ ଏହି ଅଧିନିୟମ ଅବଶିଷ୍ଟ ବ୍ୟବସ୍ଥା ଗୁଡ଼ିକ, ଅଧିନିୟମ ପ୍ରଣିତ ହେବାର ଏକଶତ କୋଡିଏତମ ଦିବସରେ ବଳବତ୍ତର ହେବ । ସଂଜ୍ଞା ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ କରୁ ନଥିଲେ, ଏହି ଅଧିନିୟମରେ – ଏକ କର୍ତ୍ତୁପକ୍ଷ ସମ୍ପର୍କରେ “ସମୁଚିତ ସରକାର “ ଅର୍ଥ – ଯେଉଁ କର୍ତ୍ତୁପକ୍ଷ, କେନ୍ଦ୍ରସରକାର ବା କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନିକ ଦ୍ଵାରା ପ୍ରତିଷ୍ଠିତ , ଗଠିତ, ମାଲିକାନା , ପ୍ରାପ୍ତ ନିୟନ୍ତ୍ରଣ ବା ପ୍ରତ୍ୟକ୍ଷ ଭାବରେ ଆର୍ଥିକ ସହାୟତା ପ୍ରାପ୍ତ ହୋଇଥାଏ, ସେ କ୍ଷେତ୍ରରେ କେନ୍ଦ୍ର ସରକାର । ଯେଉଁ ସରକାରୀ କର୍ତ୍ତୁପକ୍ଷ, ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଟିତ ଗଠିତ, ମାଲିକାନା ପ୍ରାପ୍ତ, ନିୟନ୍ତ୍ରଣ ବା ପ୍ରତେକ୍ଷ ଭାବେ ପରୋକ୍ଷ ଭାବେ ଅର୍ଥାତ ସହାୟତା ପ୍ରାପ୍ତ ହୋଇଥାଏ, କ୍ଷେତରେ ରାଜ୍ୟ ସରକାର ; “କେନ୍ଦ୍ରୀୟ ସୂଚନା ଆୟୋଗ” ଅର୍ଥ ଧାରା 12 ର ଉପଧାରା (1) ଅନୁଯାୟୀ ଗଠିତ କେନ୍ଦ୍ରୀୟ ସୂଚନା ଆୟୋଗ । “କେନ୍ଦ୍ରୀୟ ସୂଚନା ଆୟୋଗ” ଅର୍ଥ ଧାରା 5 ର ଉପଧାରା (1) ଅନୁଯାୟୀ ପାଦନାମିତ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ଏବଂ ଉକ୍ତ ଧାରାର ଉପଧାରା (2) ଅନୁଯାୟୀ ପାଦନାମିତ କେନ୍ଦ୍ରୀୟ ସହାୟକ ଲୋକ ସୂଚନା ଅଧିକାରୀ ମଧ୍ୟ ଏହାର ଅନ୍ତର୍ଭୁକ୍ତ ; “ମୁଖ୍ୟ ସୂଚନା ଆୟୁକ୍ତ” ଓ “ସୂଚନା ଆୟୁକ୍ତ” ଅର୍ଥ ଧାରା 12 ର ଉପଧାରା (3) ଅନୁଯାୟୀ ନିଯୁକ୍ତି ମୁଖ୍ୟ ସୂଚନା ଆୟୁକ୍ତ ଓ ସୂଚନା ଆୟୁକ୍ତ । “ସକ୍ଷମ କର୍ତ୍ତୁପକ୍ଷ” ଅର୍ଥ- ଲୋକସଭା କିମ୍ବା ରାଜ୍ୟ ବିଧାନସଭା କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଯାହାର କି ଏପରି ବିଧାନସଭା ଅଛି ସେ କ୍ଷେତ୍ରରେ ତାହାର ବାଚସ୍ପତି ଏବଂ ରାଜ୍ୟ ପରିଷଦ କିମ୍ବା ଏକ ରାଜ୍ୟର ବିଧାନ ପରିଷଦ କ୍ଷେତ୍ରରେ, ତାହାର ଅଧକ୍ଷ୍ୟ । ଉଚ୍ଚତମ ନ୍ୟାୟାଳୟ କ୍ଷେତ୍ରରେ ଭାରତର ମୁଖ୍ୟ ବିଚାରପତି । ଏକ ଉଚ୍ଚତମ ନ୍ୟାୟାଳୟ କ୍ଷେତ୍ରରେ ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତି । ସମ୍ବିଧାନ ଦ୍ଵାରା କିମ୍ବା ସମ୍ବିଧାନ ଅନୁଯାୟୀ ପ୍ରତିଷ୍ଠିତ କିମ୍ବା ଗଠିତ ଅନ୍ୟାନ୍ୟ କର୍ତ୍ତୁପକ୍ଷଙ୍କ କ୍ଷେତ୍ରରେ ଯଥାସ୍ଥିତି, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ । ସମ୍ବିଧାନର ଅଣୁଚ୍ଛେଦ 239 ଅନୁଯାୟୀ ନିଯୁକ୍ତ ପ୍ରଶାସନ । “ସୂଚନା” ଅର୍ଥ ଯେକୌଣସି ପ୍ରକାରରେ ଯେକୌଣସି ଜିନିଷ ଏବଂ ଏଥିରେ ରେକର୍ଡ ,ଦସ୍ତାବିଜ , ମେମୋ, ଇ-ମେଲ, ମତାମତ, ପରାମର୍ଶ, ପ୍ରେସରିଲିଜ , କାଗଜପତ୍ର, ନମୁନା, ମଡେଲ, ଇଲୋକ୍ଟ୍ରୋନିକ, ବ୍ୟବସ୍ଥାରେ ଥିବା ତଥ୍ୟ ବଳିକୁ ଏବଂ ତତସହିତ ପ୍ରବୃତ ଅନ୍ୟ କୌଣସି ବିଧି ଅନୁଯାୟୀ ସରକାରୀ କର୍ତ୍ତୁପକ୍ଷଙ୍କ ଦ୍ଵାରା ପ୍ରାପ୍ତି ହୋଇପାରିବା ଭଳି ଯେକୋଣସି ବେସରକାରୀ ସଂସ୍ଥା ସମ୍ପ୍ରକିତ ସୂଚନା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ; “ ବିହିତ” ଅର୍ଥ ଯଥାସ୍ଥିତି, ସମୁଚିତ ସରକାର ବା ସକ୍ଷମ କର୍ତ୍ତୁପକ୍ଷଙ୍କ ଦ୍ଵାରା ଏଜୋ ଅଧିନିୟମ ଅନୁଯାୟୀ ପ୍ରଣିତ ନିୟାମାବଳି ଦ୍ଵାରା ବିହିତ। “ ସରକାର କର୍ତ୍ତୁପକ୍ଷ” ଅର୍ଥ ଯେକୌଣସି କର୍ତ୍ତୁପକ୍ଷ ବା ସଂସ୍ଥା ବା ସ୍ୱାୟତ୍ତଶାସନ ଅନୁଷ୍ଠାନ ଯାହା ବି – ସମ୍ବିଧାନ ଦ୍ଵାରା ବା ସମ୍ବିଧାନ ଅନୁଯାୟୀ ; ସଂସଦ ଦ୍ଵାରା ପ୍ରଣିତ ଅନ୍ୟ କୌଣସି ବିଧି ଦ୍ଵାରା ରାଜ୍ୟ ବିଧାନ ମଣ୍ଡଳ ଦ୍ଵାରା ପ୍ରଣୀତ ଅନ୍ୟ କୌଣସି ବିଧି ଦ୍ଵାରା । ସମୁଚିତ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଅଧିସୂଚନା ବା ଦିଆଯାଇଥିବା ନିର୍ଦ୍ଦେଶନାମା ଦ୍ଵାରା ପ୍ରତିଷ୍ଠା ବା ଗଠନ କରାଯାଇଥିବା ଏବଂ ଏଥିରେ ନିମ୍ନୋକ୍ତ ସଂସ୍ଥାମାନ ମଧ୍ୟ ଅନ୍ତର୍ଭୁକ୍ତ – ସମୁଚିତ ସରକାରଙ୍କ ଦ୍ଵାରା ପ୍ରତେକ୍ଷ ଭାବରେ ବା ପରୋଖା ଭାବରେ ଅର୍ଥ ଯୋଗାଇ ଦିଆଯାଉଥିବା କୌଣସି ସ୍ଵମାଲିକାନା ପ୍ରାପ୍ତ , ସୁ ନିୟନ୍ତ୍ରିତ ବା ଆର୍ଥିକ ସହାୟତା ପ୍ରାପ୍ତ ନିକାୟ ; ସମୁଚିତ ସରକାରଙ୍କ ଦ୍ଵାରା ପ୍ରତେକ୍ଷ ଭାବରେ ବା ପରୋଖା ଭାବରେ ଅର୍ଥ ଯୋଗାଇ ଦିଆଯାଉଥିବା କୌଣସି ଅର୍ଥିକ ସହାୟତା ଯୋଗାଇ ବେସରକାରୀ ସଂଗଠନ । ’ରେକର୍ଡ’ ଅର୍ଥ ଅନ୍ତର୍ଭୁକ୍ତ ହେବ – ଯେକୌଣସି ଦସ୍ତାବିଜ, ପାଣ୍ଡୁଲିପି ଏବଂ ନଥିପତ୍ର । ଯେକୌଣସି ଦସ୍ତାବିଜ ମାଇକ୍ରୋଫିଲିମ , ମାଇକ୍ରୋଫିଚ ଏବଂ ପ୍ରତିଛବି । ସେପରି ମାଇକ୍ରୋଫିଲିମରେ ଚିତ୍ରଣ ପ୍ରତିଛବି ବା ପ୍ରତିଛବି ଗୁଡିକର ଯେକୌଣସି ପୁନଃ ପ୍ରସ୍ତୁତି ଏବଂ । କମ୍ପ୍ୟୁଟର କିମ୍ବା ଅନ୍ୟ ଯେକୌଣସି ଯନ୍ତ୍ର ଦ୍ଵାରା ପ୍ରସ୍ତୁତ ଅନ୍ୟାନ୍ୟ ଜିନିଷ ; “ସୂଚନାର ଅଧିକାର” ଅର୍ଥ କୌଣସି ସରକାରୀ କର୍ତ୍ତୁପକ୍ଷ ରଖିଥିବା ବା ତାଙ୍କ ନିୟନ୍ତ୍ରନରେ ଥିବା ଏପରି କୌଣସି ସୂଚନା ଯାହାକି ଏହି ଅଧିନିୟମ ଅନୁଯାୟୀ ପ୍ରାପ୍ତ ହୋଇପାରିବ ଏବଂ ଏଥିରେ ନିମ୍ନଲିଖିତ ଅଧିକାରମାନ ଅନ୍ତର୍ଭୁକ୍ତ – କାର୍ଯ୍ୟ, ଦସ୍ତାବିଜ, ରେକର୍ଡ ନିରକ୍ଷଣ କରିବା । ଦସ୍ତାବିଜ,ବା ରେକର୍ଡର ନୋଟ ଉଦ୍ଦୁତାଂଶ ବା ପ୍ରମାଣିତ ନକଲ ନେବା । କୌଣସି ଜିନିଷ ର ପ୍ରାମାଣିକ ନମୁନା ଦେବା । ଯେବେ କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଯନ୍ତରରେ କୌଣସି ସୂଚନା ସଂରକ୍ଷିତ କରି ରକ୍ଷାଯାଇଥାଏ , ତେବେ ଉକ୍ତ ସଂରକ୍ଷିତ ସୂଚନାର ଡିସ୍କ, ଫ୍ଲପି , ଟେପ, ଭିଡିଓକ୍ୟାସେଟ କିମ୍ବା ଅନ୍ୟ ଯେ କୌଣସି ଇଲୋକ୍ଟ୍ରୋନିକ ପଦ୍ଦତି କିମ୍ବା ଚାପା ନକଲ ଆକାରରେ ସୂଚନା, ନେବା ; “ରାଜ୍ୟ ସୂଚନା ଆୟୋଗ” ଅର୍ଥ ଧାରା 15 ର ଉପଧାରା (1) ଅନୁଯାୟୀ ଗଠିତ ରାଜ୍ୟ ସୂଚନା ଆୟୋଗ । “ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ” ଏବଂ “ରାଜ୍ୟ ସୂଚନା ଆୟୁକ୍ତ” ଅର୍ଥ ଧାରା 15ର ଉପଧାରା (3) ଅନୁଯାୟୀ ନିଯୁକ୍ତି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆଉକ୍ତ । “ତୃତୀୟ ପକ୍ଷ” ଅର୍ଥ ସୂଚନା ପାଇଁ ଅନୁରୋଧ କରୁଥିବା ନାଗରିକଙ୍କ ଭିନ୍ନ ଅନ୍ୟ ଜଣେ ବ୍ୟକ୍ତି ଏବଂ ଏକ ସରକାରୀ କର୍ତ୍ତୁପକ୍ଷ, ଏହାର ଅନ୍ତର୍ଭୁକ୍ତ । ଆଧାର – ଓଡ଼ିଶା ସୂଚନା କମିଶନ