ସୂଚନା ଆୟୋଗର କ୍ଷମତା ଏବଂ କୃତ୍ୟ ଏହି ଅଧିନିୟମର ବ୍ୟବସ୍ଥାଗୁଡିକର ସାପେକ୍ଷଟାରେ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ଏବଂ ତାହାର ବିଧିବଦ୍ଧ ତଦନ୍ତ କରିବା କେନ୍ଦ୍ରୀୟ ସୂଚନାଆୟୋଗ ବା ଯଥାସ୍ଥିତ, ରାଜ୍ୟ ସୂଚନା ଆୟୋଗଙ୍କ କର୍ତ୍ତବ୍ୟ ହେବ – ଯେଉଁ ବ୍ୟକ୍ତି ଏହି ଅଧିନିୟମ ଅନୁଯାୟୀ ଏକେତ ଏପରି କୌଣସି ଅଧିକାରୀ ନିଯୁକ୍ତ ହୋଇ ନ ଥିବା କାରଣରୁ ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କୁ ଆବେଦନ ପ୍ରଦାନ କରିବାକୁ ଅସମର୍ଥ ହୋଇଛନ୍ତି ନତୁବା କେନ୍ଦ୍ରୀୟ ସହାୟକ ଲୋକସୂଚନା ଅଧିକାରୀ, ଏହି ଅଧିନିୟମ ଅନୁଯାୟୀ ସୂଚନା ପ୍ରାପ୍ତି ପାଇଁ ତାଙ୍କର ଆବେଦନ ବା ଅପିଲକୁ ଗ୍ରହଣ କରି, ତାହା କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ବା ଧାରା 19ର ଉପଧାରା (1) ରେ ବିନିର୍ଦ୍ଧିଷ୍ଟ ବରିଷ୍ଠ ଅଧିକାରୀ ବା ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ବା ରାଜ୍ୟ ସୂଚନା ଆୟୋଗଙ୍କ ନିକଟକୁ ପଠାଇବା ପାଇଁ ପ୍ରତ୍ୟାଖାନ କରିଛନ୍ତି । ଏହି ଅଧିନିୟମ ଅନୁସାରେ କୌଣସି ସୂଚନା ପ୍ରାପ୍ତି ନିମନ୍ତେ ଯାହାଙ୍କର ଆବେଦନ ପ୍ରତ୍ୟାଖ୍ୟାତ ହୋଇଛି । ଏହି ଅଧିନିୟମ ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଯିଏ ସୂଚନା ପାଇନାହାନ୍ତି : ଦାଖଲ କରିବାକୁ ପଡୁଥିବା ଫିସକୁ ଯିଏ ଯୁକ୍ତିଯୁକ୍ତ ନୁହେଁ ବୋଲି ବିବେଚନା କରନ୍ତି । ଯିଏ ବିଶ୍ଵାସ କରନ୍ତି ଯେ ଏହି ଅଧିନିୟମ ଅନୁଯାୟୀ ତାଙ୍କୁ ଦିଆଯାଇଥିବା ତଥ୍ୟ ଅସଂପୂର୍ଣ୍ଣ, ବିଭ୍ରାନ୍ତିକର ବା ମିଥ୍ୟା; ଏବଂ ଏହି ଅଧିନିୟମ ଅନୁଯାୟୀ ଆବେଦନ କରିବା କିମ୍ବା ରେକର୍ଡପତ୍ର ଯାଞ୍ଚ କରିବା ସମ୍ବନ୍ଧୀୟ ଯେକୌଣସି ବିଷୟବସ୍ତୁ । ଯଦି କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୁକ୍ତଙ୍କ ହୃଦବୋଧ ହେବ ଯେ, ବିଷୟଟିରେ ତଦନ୍ତ ନିମନ୍ତେ ଯୁକ୍ତିଯୁକ୍ତ କାରଣ ରହିଛି, ତେବେ ସେ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିପାରିବେ । ସିଭିଲ ପ୍ରକ୍ରିୟା ସଂହିତା, 1908 ଅନୁଯାୟୀ ଏକ ମକଦ୍ଦମାର ବିଚାର କଲାବେଳେ ଏକ ସଭିଲ ନ୍ୟାୟାଳୟର ଯେଉଁ କ୍ଷମତାମାନ ରହିଛି, ଏହି ଅଧିନିୟମ ଅନୁଯାୟୀ କୌଣସି ବିଷୟର ତଦନ୍ତ କଲାବେଳେ ଯଥାସ୍ଥିତି, କେନ୍ଦ୍ରୀୟ ସୂଚନା ଆୟୁକ୍ତ ବା ରାଜ୍ୟ ସୂଚନା ଆୟୁକ୍ତଙ୍କ ସେହି କ୍ଷମତାମାନ ରହିବା ,ଯଥା – ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନିକଟକୁ ସମନ ଜାରି କରିବା ଓ ସେମାନଙ୍କୁ ହାଜର ହେବା ନିମନ୍ତେ ବାଧ୍ୟ କରିବା ଏବଂ ଶପଥ ପୂର୍ବକ ମୌଖିକ ବ ଲିଖିତ ସାକ୍ଷ୍ୟ ପ୍ରଦାନ କରିବା ଏବଂ ଦସ୍ତାବୀଜ ବା ଦ୍ରବ୍ୟ ଉପସ୍ଥାପନା କରିବା : ଆବଶ୍ୟକୀୟ ଦସ୍ତାବିଜଗୁଡିକର ଆବିଷ୍କାର ଓ ନିରୀକ୍ଷଣ କରିବା । ଆଫିଦେଟିଭି ଦ୍ଵାରା ସାକ୍ଷ୍ୟ ଗ୍ରହଣ କରିବା । କୌଣସି ନ୍ୟାୟାଳୟ ବା ଦପ୍ତରରୁ ସରକାରୀ ରେକର୍ଡ ବା ତାହାର ନକଲମାନ ବରାଦ କରିବା : ସାକ୍ଷୀ କିମ୍ବା ଦସ୍ତାବିଜ ଗୁଡିକର ପରୀକ୍ଷା ନିରୀକ୍ଷା ପାଇଁ ସମନ ଜାରି କରିବା ଏବଂ ବିହିତ ଅନ୍ୟାନ୍ୟ ବିଷୟମାନ । ସଂସଦ ବା ରାଜ୍ୟ ବିଧାନମଣ୍ଡଳର ଅନ୍ୟାନ୍ୟ ଅଧିନିୟମରେ ଅସଙ୍ଗତ ଯାହା କିଛି ଥିବା ସହିତ, ଏହି ଅଧିନିୟମ ଅନୁଯାୟୀ କୌଣସି ଅଭିଯୋଗର ତଦନ୍ତ କଲାବେଳେ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ ସରକାରୀ କର୍ତ୍ତୁପକ୍ଷଙ୍କ ନିୟନ୍ତ୍ରଣାଧୀନ କୌଣସି ରେକର୍ଡକୁ ,ଯାହାପ୍ରତି ଏହି ଅଧିନିୟମ ପ୍ରଯୁଜ୍ୟ, ପରୀକ୍ଷା ନିରୀକ୍ଷା କରିପାରେବେ ଏବଂ କୌଣସି କାରଣରୁ ସେପରି କୌଣସି ରେକର୍ଡ ତାଙ୍କୁ ଦେବାପାଇଁ ମନା କରାଯାଇପାରିବ ନାହିଁ । ଅପିଲ ଯେଉଁ ବ୍ୟକ୍ତି, ଧାରା 7 ର ଉପଧାରା (1) ବା ଉପଧାରା (3) ର ଖଣ୍ଡ (କ) ରେ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କୌଣସି ନିସ୍ପତି ନ ପାଆନ୍ତି କିମ୍ବା,ଯଥାସ୍ଥିତି କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ନିଷ୍ପତିରେ ଖିବୁଧ ହୁଅନ୍ତି, ସେ, ସେପରି କଳାବଧିର ଅବସାନ ତାରିଖଠାରୁ ବା ନିଷ୍ପତି ପାଇବା ତାରିଖଠାରୁ,ତିରିଶଦିନ ମଧ୍ୟରେ ସମସ୍ତ ସରକାରୀ କର୍ତ୍ତୁପକ୍ଷଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କଠାରୁ ବରିଷ୍ଠ ଅଧିକାରୀଙ୍କ ସମକ୍ଷରେ ଅପିଲ କରିପାରିବ : ପରନ୍ତୁ ଯଦି ପଜ୍ୟାପ୍ତ କାରଣ ହେତୁ ଅପିଲକାରୀ ଠିକ ସମୟରେ ଅପିଲ ଦାଖଲ କରି ପାରିନାହାନ୍ତି ବୋଲି ଉକ୍ତ ଅଧିକାରୀଙ୍କର ହୃଦବୋଧ ହେବ, ତେବେ ସେ ଉକ୍ତ ତିରିଶ ଦିନ କାଳାବଧିର ଅବସାନ ପରେ ମଧ୍ୟ ଅପିଲଟି ବିଚାରପାଇଁ ଗ୍ରହଣ କରିପାରିବେ । ଧାରା 11 ଅନୁଯାୟୀ ତୃତୀୟ ପକ୍ଷ ସୂଚନା ପ୍ରକାଶ କରିବାକୁ ଜଣେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା, ଯଥାସ୍ଥିତି ଜଣେ ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ଆଦେଶ ବିରୁଦ୍ଧରେ ଏକ ଅପିଲ କରାଯାଉଥିବା ସ୍ଥଳେ, ଉକ୍ତ ଅପିଲ ଆଦେଶ ତାରିଖଠାରୁ ତିରିଶ ଦିନ ମଧ୍ୟରେ ସଂପୃକ୍ତ ତୃତୀୟ ପକ୍ଷଙ୍କ ଦ୍ଵାରା ଆଗତ କରାଯିବ । ଯେଉଁ ତାରିଖରେ ନିଷ୍ପତି ନିଆଯିବା ଉଚିତ ଥିଲା ବା ନିଷ୍ପତି ପ୍ରକୃତିରେ ମିଳିଲା, ସେହି ତାରିଖଠାରୁ ନବେ ଦିନ ମଧ୍ୟରେ ଉପଧାରା (1) ଅନୁଯାୟୀ ନିଷ୍ପତି ବିରୁଦ୍ଧରେ ଏକ ଦ୍ଵିତୀୟ ଅପିଲ , କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗ ନିକଟରେ ଆଗତ କରାଯିବ ; ପରନ୍ତୁ ଯଦି ଠିକ କାରଣ ହେତୁ ଅପିଲକାରୀ ଠିକ ସମୟରେ ଅପିଲ ଦାଖଲ କରିପାରିବେ ନାହିଁ ଯଥାସ୍ଥିତି କେନ୍ଦ୍ରୀୟ ସୂଚନା ଆୟୋଗ ବା ରାଜ୍ୟ ସୂଚନା ଆୟୋଗଙ୍କ ହୃଦବୋଧ ହେବ, ତେବେ ସେ ଉକ୍ତ ନବେ ଦିନ କାଲାବଧିର ଅବସାନ ପରେ ମଧ୍ୟ ଅପିଲଟି ବିଚାର ପାଇଁ ଗ୍ରହଣ କରିପାରିବେ । ଯଦି ଏକ ତୃତୀୟ ପକ୍ଷର ସୂଚନା ସମ୍ବନ୍ଧରେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାର ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ କୌଣସି ନିଷ୍ପତି ବିରୁଦ୍ଧରେ ଏକ ଅପିଲ ଆଗତ କରାଯାଇଥାଏ , ତେବେ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ , ସେହି ତୃତୀୟ ପକ୍ଷଙ୍କୁ ଶୁଣାଣୀର ଏକ ଯୁକ୍ତିଯୁକ୍ତ ସୁଯୋଗ ଦେବେ । କୌଣସି ଏକ ଅପିଲ କାର୍ଯ୍ୟବିଧିରେ, ଏକ ଆବେଦନକୁ ଆଗ୍ରାହ୍ୟ କରିବା ଯଥାର୍ଥ ଥିଲା ପ୍ରମାଣ କରିବା ଭାର , ଯଥାସ୍ଥିତି ଯେଉଁ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ବା ରାଜ୍ୟ ଲୋକ ସୂଚନା ଅଧିକାରୀ ଉକ୍ତ ଆବେଦନକୁ ଆଗ୍ରାହ୍ୟ କରିଥିଲେ ତାଙ୍କ ଉପରେ ନ୍ୟସ୍ତ ହେବ । ଉପଧାରା (1) ବା ଉପଧାରା (2) ଅନୁଯାୟୀ ଏକ ଅପିଲ, ଯଥାସ୍ଥିତି ଅପିଲ ମିଳିବାର ତିରିଶଦିନ ମଧ୍ୟରେ ବା କାରଣମାନ ଅଭିଲିଖିତ କରି ତାହା ଦାଖଲ ହେବା ତାରିଖଠାରୁ ସମୁଦାଯ ୪୫ଦିନରୁ ଅନଧିକ ବର୍ଦ୍ଧିତ କାଲାବଧି ମଧ୍ୟରେ ଫଏସଲା କରାଯିବ । କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥା ସ୍ଥିତି, ରାଜ୍ୟ ସୂଚନା ଆୟୋଗଙ୍କ ନିସ୍ପତି ବାଧ୍ୟକର ଅଟେ । ନିଷ୍ପତି ନେବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗଙ୍କ ନିମ୍ନୋକ୍ତ କ୍ଷମତା ରହିବ – ଏହି ଅଧିନିୟମର ବ୍ୟବସ୍ଥାଗୁଡ଼ିକୁ ସାବ୍ୟସ୍ତ କରିବାକୁ ଆବଶ୍ୟକ ଯେକୌଣସି ପଦକ୍ଷେପ ନେବାପାଇଁ ସରକାରୀ କର୍ତ୍ତୁପକ୍ଷଙ୍କୁ ନିମ୍ନୋକ୍ତ ଆଦେଶ ସମେତ ଯେ କୌଣସି ଆଦେଶ ଦେଇପାରିବେ । ଯଦି ଆବେଦନ କରାଇଥାଏ , ତେବେ ଏକ ନିର୍ଦ୍ଧିଷ୍ଟ ଫର୍ମରେ ସୂଚନା ପ୍ରଦାନ କରିବା ; ଜେନ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ ନିଯୁକ୍ତି ଦେବା ; କେତେକ ସୂଚନା ବା କେତେକ ବର୍ଗ ସୂଚନା ପ୍ରକାଶ କରିବା । ରେକର୍ଡଗୁଡିକର ରକ୍ଷଣାବେକ୍ଷଣା, ପରିଚାଳନା ଏବଂ ନଷ୍ଟ କରିବାର ପ୍ରକ୍ରିୟାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା; ଅଧିକାରୀମାନଙ୍କୁ ସୂଚନା ଅଧିକାର ସମ୍ବନ୍ଧୀୟ ପ୍ରଶିକ୍ଷଣ ବ୍ୟବସ୍ଥାରେ ଉନ୍ନତ୍ତି ଘଟାଇବା । ଧାରା 4ର ଧାରା (1) ର ଖଣ୍ଡ (ଖ)ର ଅନୁପାଳନ ନିମନ୍ତେ ତାହାଙ୍କୁ ଏକ ବାର୍ଷିକ ରିପୋର୍ଟ ଯୋଗାଇଦେବା ; ଅଭିଯୋଗକାରୀଙ୍କ କୌଣସି କ୍ଷତି ବା ଅନ୍ୟାନ୍ୟ ହାନି ହୋଇଥିଲେ ସରକାରୀ କର୍ତ୍ତୁପକ୍ଷ ତାଙ୍କୁ କ୍ଷତିପୂରଣ ଆଦେଶ ଦେଇପାରିବେ ; ଏହି ଅଧିନିୟମରେ ବ୍ୟବସ୍ଥିତ ଯେକୌଣସି ଶାସ୍ତି ବିଧାନ କରିପାରିବେ । ଦରଖାସ୍ତ ଖାରଜ କରିପାରିବେ । କେନ୍ଦ୍ରୀୟ ସୂଚନା ଆୟୋଗ କିମ୍ବା, ଯଥାସ୍ଥିତି ରାଜ୍ୟ ସୂଚନା ଆୟୋଗ, ଅଭିଯୋଗକାରୀ ଏବଂ ସରକାରୀ କର୍ତ୍ତୁପକ୍ଷଙ୍କୁ କୌଣସି ଅପିଲ ଅଧିକାର ସମେତ ନିଜର ନିଷ୍ପତିର ନୋଟିସ ପ୍ରଦାନ କରିବେ । କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ ବିହିତ ହେବା ମତେ ପ୍ରକ୍ରିୟା ଅନୁସାରେ ଅପିଲର ନିଷ୍ପତି କରିବେ । ଶାସ୍ତି ବିଧାନ ଯଦି କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ କୌଣସି ଅଭିଯୋଗ ବା ଅପିଲର ନିଷ୍ପତି ନେବାବେଳେ ମତପୋଷଣ କରନ୍ତି ଯେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକସୂଚନା ଅଧିକାରୀ, କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ସୂଚନା ପ୍ରାପ୍ତି ନିମନ୍ତେ ଦରଖାସ୍ତ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିମ୍ବା ଧାରା 7 ର ଉପଧାରା (1) ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସୂଚନା ଯୋଗାଇଦେଇ ନାହାନ୍ତି କିମ୍ବା ମନ୍ଦ ଉଦ୍ଦେଶ୍ୟ ରାଖୀ ସୂଚନା ଯୋଗାଇବା ପାଇଁ ଆବେଦନକୁ ମନା କରିଛନ୍ତି କିମ୍ବା ଜାଣିଶୁଣି ଅସତ୍ୟ, ଅସମ୍ପୂର୍ଣ୍ଣ ବା ଭ୍ରମାତ୍ମକ ସୂଚନା ପ୍ରଦାନ କରିଛନ୍ତି କିମ୍ବା ଆବେଦନର ବିଷୟବସ୍ତୁ ଥିବା ସୂଚନାକୁ ନଷ୍ଟ କରି ଦେଇଛନ୍ତି କିମ୍ବା ସୂଚନା ପ୍ରଦାନ କରିବାରେ କୌଣସି ପ୍ରକାର ବାଧା ସୃଷ୍ଟି କରିଛନ୍ତି ତେବେ ଆୟୋଗ ଦରଖାସ୍ତ ଗ୍ରହଣ କରାଯିବା ପର୍ଯ୍ୟନ୍ତ ବା ସୂଚନା ପ୍ରଦାନ କରାଯିବା ପର୍ଯ୍ୟନ୍ତ ଦିନକୁ ଦୁଇଶହ ପଚାଶ ଟଙ୍କା ହାରରେ ଶାସ୍ତି ବିଧାନ କରିପାରିବେ, କିନ୍ତୁ କୌଣସି କ୍ଷେତ୍ରରେ ସେପରି ଶାସ୍ତିର ସମୁଦାଯ ପରିମାଣ ପଚାଶ ହଜାର ଟଙ୍କାରୁ ଅଧିକ ହେବ ନାହିଁ । ପରନ୍ତୁ ତାଙ୍କୁ ଦଣ୍ଡ ବିଧାନ କରିବା ପୂର୍ବରୁ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା, ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କୁ ଶୁଣାଣିର ଏକ ଯୁକ୍ତିଯୁକ୍ତ ସୁଯୋଗ ଦିଆଯିବ । ଯଦି କେନ୍ଦ୍ରୀୟ ସୂଚନା ଆୟୋଗ ବା ଯଥାସ୍ଥିତି, ରାଜ୍ୟ ସୂଚନା ଆୟୋଗ କୌଣସି ଅଭିଯୋଗ ବା ଅପିଲର ନିଷ୍ପତି ନେବାବେଳେ ମତପୋଷଣ କରନ୍ତି ଯେ ,କେନ୍ଦ୍ରୀୟ ଲୋକ ସୂଚନାଅଧିକାରୀ ବା ଯଥାସ୍ଥିତି, ରାଜ୍ୟ ଲୋକ ସୂଚନା ଅଧିକାରୀ କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଏବଂ ଆପତ୍ତି ଲଗାତାର ସୂଚନା ପ୍ରାପ୍ତି ପାଇଁ ଆବେଦନକୁ ଗ୍ରହଣ କରିବାର ବିଫଳ ହୋଇଛନ୍ତି କିମ୍ବା ଧାରା 7ର ଉପଧାରା (1)ଅନୁଯାୟୀ ବିନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସୂଚନା ଯୋଗାଇ ଦେଇପାରିନାହିଁ କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ସୂଚନା ଯୋଗାଇଦେବା ପାଇଁ ଆବେଦନକୁ ମନା କରିଛନ୍ତି କିମ୍ବା ଜାଣିଶୁଣି ଅସତ୍ୟ,ଅସମ୍ପୂର୍ଣ୍ଣ ବା ଭ୍ରମାତ୍ମକ ସୂଚନା ପ୍ରଦାନ କରିଛନ୍ତି କିମ୍ବା ଆବେଦନର ବିଷୟବସ୍ତୁ ଥିବା ସୂଚନାକୁ ନଷ୍ଟ କରିଦେଇଛନ୍ତି କିମ୍ବା ସୂଚନାପ୍ରଦାନ କରିବାରେ କୌଣସି ପ୍ରକାର ବାଧା ସୃଷ୍ଟି କରିଛନ୍ତି, ତେବେ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ବା ଯଥାସ୍ଥିତି ରାଜ୍ୟ ଲୋକ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ତାଙ୍କ ପ୍ରତି ପ୍ରଯୁଜ୍ୟ ସେବା ନିୟମାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆୟୋଗ ସୁପାରିସ କରିବେ । ଆଧାର - ଓଡ଼ିଶା ସୂଚନା କମିଶନ