ଶିଶୁ ଶ୍ରମିକ ଆଇନ୍ ଭାରତୀୟ ସମ୍ବିଧାନାର ଧାରା ୨୪ ରେ ଉଲ୍ଲେଖ ଅଛି ଯେ ୧୪ ବର୍ଷରୁ କମ ଶିଶୁ କୁ ବିପଦଜନକ କାମରେ ନିୟୋଜିତ କରାଯାଇ ପାରିବ ନାହିଁ । 1986 ଆଇନରେ ଜଣେ ୧୪ ବର୍ଷ ସମାପ୍ତ ନ କରିଥିଲେ ତାକୁ ଶିଶୁ ବୋଲି ଧରାଯିବ । ବିପଦଜନକ କାର୍ଯ୍ୟରେ ଶିଶୁ କୁ ନିୟୋଜିତ କରିବା ଏକ ଅପରାଧ । ଧାରା ୨୧: ଶିକ୍ଷା ଅଧିକାର। ୬ରୁ ୧୪ ବର୍ଷ ବୟସର ଶିଶୁ ଙ୍କୁ ସରକାରଙ୍କ ଦ୍ଵାରା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା କରିବା। ଧାରା ୨୪: କାରଖାନରେ ଶିଶୁ କୁ କାର୍ଯ୍ୟରେ ଲଗାଇବା। ୧୪ବର୍ଷରୁ ଛୋଟ କୌଣସି ଶିଶୁକୁ ଖଣି, କାରଖାନା କମ୍ବା କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଧାରା ୩୯ : ରାଷ୍ଟ୍ର ଦ୍ଵାରା ଯୋଜନା ଠିକ ରୂପେ କାର୍ଯ୍ୟକାରି ହେବା । ୧୪ ବର୍ଷ ତଳକୁ ଶିଶୁ କୁ ପୁରୁଷ କିମ୍ବା ମହିଳାଙ୍କ ଦ୍ଵାରା ଅଥବା ଦୂରବସ୍ଥା ପାଇଁ କାର୍ଯ୍ୟରେ ନିୟୋଜନ ଯେପରି କରାନଯାଏ ସେ ପ୍ରତି ଦୃଷ୍ଟି ଦେବା । ଶିଶୁଙ୍କ କାର୍ଯ୍ୟ ଧାରା 1986 ଅନୁଯାୟୀ ୧୪ ବର୍ଷ ସମ୍ପୂର୍ଣ୍ଣ କରିନଥିବା ପିଲାକୁ ଶିଶୁ କୁହାଯିବ । ଏହି ଆଇନଦ୍ଵାରା ୧୩ ଟି କାର୍ଯ୍ୟ ଏବଂ ୫୭ ଟି ପ୍ରୋସେସ ରେ ଶିଶୁ କୁ ନିୟୋଜିତ କରାଯାଇ ପାରିବ ନାହିଁ । ଧାରା ରେ ଏକ ବୈଷୟିକଜ୍ଞାନ ଥିବା ଉପଦେଷ୍ଟା କମିଟି ଗଠନ କରାଯିବ । ଧାରା ୧୪ ରେ ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ତଳକୁ ଶିଶୁ କୁ କାର୍ଯ୍ୟରେ ନିୟୋଜନ କରନ୍ତି ତେବେ ତାଙ୍କୁ ଅତିକମ ରେ ୩ ମାସ ଅତିବେଶିରେ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦,୦୦୦ ରୁ ୨୦,୦୦୦ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ରାଜ୍ୟ ଓ କେନ୍ଦ୍ର ଉଭୟ ଏହି ଆଇନ କୁ କଡାକଡି ଭାବରେ ପାଳନ କରିବା ଉଚିତ । ଶିଶୁ ଶ୍ରମିକର ଜାତୀୟ ଯୋଜନା ୧୯୮୭ ମସିହାରୁ ଜାତୀୟ ଶିଶୁ ଶ୍ରମିକ ଆଇନ ପ୍ରଣୀତ ହୋଇଛି ଏଥିରେ ରହିଛି । ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ଶିଶୁ ଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ ଉପରେ ଆଲୋକପାତ ଯେଉଁ ଜାଗାରେ ଅଧିକ ଶିଶୁ ଶ୍ରମିକ ଥିବେ ସେ ଜାଗାରେ ଶିଶୁ ମାନଙ୍କ ଉନ୍ନତି ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରିବା । ଏଥିପାଇଁ ଜାତୀୟ ଶିଶୁ ଶ୍ରମିକ ପଲିସ 1988 ରେ ଆରମ୍ଭ କରାଗଲା । ଏହି ଆଇନରେ ଉଲ୍ଲେଖ ଅଛି ଯେ ଯଦି କେଉଁ ଜାଗାରୁ ଶିଶୁ ଶ୍ରମିକ ଉଦ୍ଧାର ହୁଅନ୍ତି ତେବେ ତାଙ୍କୁ ଉଦ୍ଧାର କରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍କୁଲରେ ପାଠ ପଢିବାକୁ ଛାଡିବା । ଏହା ଦ୍ଵାରା ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ । ସରକାର ଏ ଦିଗରେ ଅଧିକ ତତପରତା ପ୍ରକାଶ କରିବା ଆବଶ୍ୟକ । ଶିଶୁ ଶ୍ରମିକ ସୃଷ୍ଟି ହେବାର ଗରିବୀ ହେଉଛି ମୁଖ୍ୟ କାରଣ । ତେଣୁ ଶିଶୁ ଶ୍ରମିକ ହେଉଥିବା ପରିବାର ଗୁଡିକ ରୁ କିପରି ଆର୍ଥିକ ଅଭାବ ଦୂର ହେବ ସେ ସମ୍ବନ୍ଧରେ ସରକାର ଦୃଷ୍ଟି ଦେବା ଉଚିତ। ଶିକ୍ଷା ଅଧିକାର ବିଲ 2009 ରେ ଭାରତ ସରକାର ଶିକ୍ଷା ଅଧିକାର ବିଲକୁ ପାସ୍ କରାଇଥିଲେ । ଏହି ବିଲରେ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦିଆଯିବ । ବିପଦଜନକ କାର୍ଯ୍ୟରୁ ଶିଶୁକୁ ରକ୍ଷା କରିବା ବିପଦଜନକ କାର୍ଯ୍ୟ ଟ୍ରେନରେ ଭାର ବୁହାଇବା ରେଳଧାରାଣା ପାଖରେ କୌଣସି କାର୍ଯ୍ୟ କୌଣସି ଠିକାଦାର ପାଖରେ କ୍ୟାଟରିଙ୍ଗ ବ୍ୟବସାୟ ରେ କାର୍ଯ୍ୟକରି ତାହାକୁ ଟ୍ରେନରେ ପହଞ୍ଚାଇବା । ଚଳନ୍ତା ଟ୍ରେନରେ ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନ କୁ ଯିବା । ରେଳ ଷ୍ଟେସନ ବା ଟ୍ରେନଲାଇନ ପାଖରେ କନଷ୍ଟ୍ରକସନ କାର୍ଯ୍ୟ କରିବା । ଅସ୍ଥାୟୀ ଲାଇସେନ୍ସ ଦ୍ଵାରା ବାଣ କିମ୍ବା ବାରୁଦ ପଦାର୍ଥ ବିକିବା । କଂସେଇଖାନାରେ କାର୍ଯ୍ୟ । ଗ୍ୟାରେଜରେ କାର୍ଯ୍ୟ । ନିଶାଦ୍ରବ୍ୟ ନିର୍ମାଣ କାର୍ଯ୍ୟ । ହସ୍ତତନ୍ତ ଚଳାଇବା । ଖଣିରେ କୁଲି କାର୍ଯ୍ୟ । ପ୍ଲାଷ୍ଟିକ କାରଖାନାରେ କାର୍ଯ୍ୟ । ଗୃହକାର୍ଯ୍ୟରେ ନିୟୋଜିତ । ରାସ୍ତାକଡରେ ଥିବା ଢାବା, ରେଷ୍ଟୁରାଣ୍ଟ, ହୋଟେଲ, ଚା’ଦୋକାନ, ରିସୋର୍ଟ, ସ୍ପା ଇତ୍ୟାଦିରେ କାର୍ଯ୍ୟ ଡ୍ରାଇଭିଙ୍ଗ ସର୍କସ ରେ କାର୍ଯ୍ୟ କରିବା ସାମଗ୍ରୀ ତିଆରି ବିଡି ତିଆରି କାର୍ପେଟ ତିଆରି ସିମେଣ୍ଟ ତିଆରି ଲୁଗାରେ ପ୍ରିଣ୍ଟ କରିବା ରଙ୍ଗ ଦେବା ଡିଆସିଲି କାରଖାନାରେ ତିଆରି କରବା ସାବୁନ ତିଆରି ଉଲ ଧୋଇବା ବିଲଡିଙ୍ଗ ତିଆରି କାର୍ଯ୍ୟ ସ୍ଲେଟ, ପେନସିଲ ତିଆରି କରିବା କିମ୍ବା ପ୍ୟାକିଙ୍ଗ କରିବା କୀଟନାଶ କ ତିଆରି ମରକୁରୀ, କ୍ରୋମିୟମ, ସୋଡିୟମ ଲାଇଟ ତିଆରି କାଜୁତୋଳିବା, ପ୍ରୋସେସିଙ୍ଗ କରିବା ଇଲେକଟ୍ରୋନିଙ୍ଗ କାରଖାନାରେ କାର୍ଯ୍ୟ ଅଗରବତୀ ତିଆରି ଅଟୋମୋବାଇଲ ମରାମତି ଇଟାଭାଟିରେ କାର୍ଯ୍ୟ ସର୍ଫ, ସାବୁନ ତିଆରି ତୁଳା ଭିଣିବା ଝୋଟ କାରଖାନାରେ କାର୍ଯ୍ୟ ତାଲା ଚାବି ତିଆରି କାରଖାନା ସିମେଣ୍ଟ ପାଇପ ତିଆରି କାଚ କାରଖାନାରେ, ଇଲେକଟ୍ରିକ ବଳବ, କାଚଗ୍ଲାସ ତିଆରି କୀଟନାଶକ ଔଷଧ ତିଆରି କାରଖାନା କୋଇଲା ଖଣିରେ କାର୍ଯ୍ୟ କେମିକାଲ ଦ୍ଵାରା ତିଆରି କରାଯାଉଥିବା ଖେଳ ସାମଗ୍ରୀ ତୈଳ ବିଶୋଧନାଗାର କେନ୍ଦ୍ରରେ କାର୍ଯ୍ୟ କାଗଜକଳ ସ-ମିଲ ରେ କାର୍ଯ୍ୟ ଜରି ତିଆରି କାରଖାନା ମେଟାଲ ବାସନ ତିଆରି କାରଖାନା ନିଶାଦ୍ରବ୍ୟ ତିଆରି କାରଖାନା ଚମଡା ଦ୍ରବ୍ୟ ତିଆରି କାରଖାନା ଗ୍ରାଫାଇଟ ପାଇଡ଼ର ତିଆରି କାରଖାନା ହିରାଖଣି, ବା ତିଆରି କାର୍ଯ୍ୟ ଫୁଡ଼ ପ୍ରୋସେସିଙ୍ଗ ଖଣି ରୁ ଜିନିଷ ଉତ୍ତୋଳନ ମେଟାଲ କୁ ଚୁରିବା ବା ଭାଙ୍ଗିବା ଏହି ସବୁ କାର୍ଯ୍ୟରେ ଶିଶୁ ଶ୍ରମିକ କୁ ନିୟୋଜିତ କରାଯାଇ ପାରିବ ନାହିଁ । ଆଧାର – ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ