ଉପକ୍ରମ ସଂବିଧାନର ଅଷ୍ଟମ ଅନୁସୂଚିରେ ସ୍ଥାନିତ ୨୨ ଟି ଭାଷା ଭିତରୁ ଯେ କୌଣସି ଭାଷାରେ ଆପତ୍ତିଅଭିଯୋଗ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖକୁ ଫାକ୍ସ , ଇ – ମେଲ ଯୋଗେ କିମ୍ବା ଡାକରେ ପଠାଯାଇପାରିବ । ତେବେ ସାଧାରଣତଃ ଅଧିକାଂଶ ଆପତ୍ତି ଅଭିଯୋଗ ଇଂରାଜୀ ଭାଷାରେ ଲେଖାଯାଇଥାଏ । ଅନ୍ୟାନ୍ୟ କମିଶନଙ୍କ ପାଖରେ ଆପତ୍ତି ଅଭିଯୋଗ ଦାଖଲ କରିବା ପାଇଁ ଯେଉଁ ଢାଞ୍ଚା ବ୍ୟବହାର କରାଯାଇଥାଏ , ସେହି ଏକା ଢାଞ୍ଚାରେ ଆପତ୍ତି ଅଭିଯୋଗ ମଧ୍ୟ ଲେଖାଯାଇପାରେ । ସ୍ଵତନ୍ତ୍ର ଭାବରେ ଗଠିତ କମିଶନଗୁଡିକର ନିଜସ୍ଵ ଆପତ୍ତି ଅଭିଯୋଗ ପଞ୍ଜୀକରଣର ପ୍ରକ୍ରିୟା ରହିଛି ଏବଂ ତାହା ସେମାନଙ୍କର ୱେବସାଇଟରେ ଉପଲବ୍ଧ ହେଉଛି । କମିଶନଙ୍କ ପାଖରେ କେଉଁ ଆପତ୍ତିଅଭିଯୋଗ ଗ୍ରହଣୀୟ ନିମ୍ନଲିଖିତ ଚରିତ୍ରର ଆପତ୍ତିଅଭିଯୋଗ କମିଶନଙ୍କ ପାଖରେ ଗ୍ରହଣୀୟ ହୁଏନାହିଁ ଓ ଆଗ୍ରାହ୍ୟ ହୋଇଥାଏ – ଯେଉଁ ଆପତ୍ତିଅଭିଯୋଗର ଲେଖା ଅସ୍ପଷ୍ଟ ହୋଇଥାଏ , ବେନାମୀ ବା ଛଦ୍ମନାମରେ ଦିଆଯାଇଥାଏ । ଯେଉଁ ଆପତ୍ତି ଅଭିଯୋଗ ତୁଚ୍ଛ , ଅସାର , ଅବାନ୍ତର ଓ ଭିତ୍ତିହୀନ ହୋଇଥାଏ । ଯେଉଁ ଆପତ୍ତିଅଭିଯୋଗ ଅପୋତତଃ ମାନବ ଅଧିକାର ନିର୍ଦ୍ଧିଷ୍ଟ ଭାବରେ ଉଲ୍ଲଘଂନ ହୋଇଥିବାର କଥା ପ୍ରକାଶ କରେ ନାହିଁ । ଯେଉଁ ଆପତ୍ତିଅଭିଯୋଗ ରାଜ୍ୟର କୌଣସି କମଶନଙ୍କ ପାଖରେ କିମ୍ବା ଆପାତତଃ ବଳବତ୍ତର ଥିବା କୌଣସି ଆଇନ ଅନୁଯାୟୀ ଯଥୋଚିତଭାବରେ ଗଠିତ ଅନ୍ୟ କୌଣସି କମିଶନ ବିଚାରାଧୀନ ରହିଥାଏ । ଯେଉଁ କାର୍ଯ୍ୟ କରାଯାଇଥିବାରୁ ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବୋଲି ଅଭିଯୋଗ କରାଯାଏ , ସେହି କାର୍ଯ୍ୟ ସଂପାଦିତ ହେବାର ତାରିଖଠାରୁ ଗୋଟିଏ ବର୍ଷ ବିତିଯାଇଥିଲେ ସେହି ବ୍ୟାପାର ନେଇ କୌଣସି ଆପତ୍ତି ଅଭିଯୋଗ ଆଉ ଗ୍ରହଣ କରାଯାଏ ନାହିଁ । ସଂପତ୍ତି ଅଧିକାର , ଚୁକ୍ତିବଦ୍ଧ ଦାୟିତ୍ଵ ଓ ତଦନୁରୂପ ଦେୱାନୀ ବିବାଦ ସଂପର୍କିତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଁ । ଖାଉଟି ସୁରକ୍ଷା ଆଇନ , ୧୯୮୬ର ପରିସରଭୁକ୍ତ ସେବା ଯୋଗାଣରେ ତ୍ରୁଟି ବା ଅବହେଳା ସଂକ୍ରାନ୍ତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଁ । ସରକାରୀ ଚାକିରୀ ବ୍ୟାପାର , ଶ୍ରମ ବିବାଦ ବା ଶିଳ୍ପ ବିବାଦ ସଂକ୍ରାନ୍ତ ଆପତ୍ତିଅଭିଯୋଗ ଅଥବା ସରକାରୀ ଚାକିରୀର ସର୍ତ୍ତାବଳୀ , ସରକାରୀ ଚାକିରୀର ନିୟମାବଳୀ କିମ୍ବା ଶ୍ରମ ଆଇନ ଓ ତଦନରୂପ କୌଣସି ଆଇନ ଅନୁଯାୟୀ କିଛି ଦାବୀ ଓ ଆପତ୍ତି ବା ଖେଦ ରହିଥିଲେ ତଦ୍ ଜନିତ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଁ । କୌଣସି ଅଦାଲତ ବା ଟ୍ରିବ୍ୟୁନାଲ ପାଖରେ ବିଚାରଧିନ ରହିଥିବା କୌଣସି ବ୍ୟାପାର କିମ୍ବା କୌଣସି ନ୍ୟାୟିକ ରାୟରେ ଉଦ୍ ଘୋଷିତ କୌଣସି ବ୍ୟାପାର ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଏ ନାହିଁ । ଜାତୀୟ ମାନବ ଅଧିକାର କମିଶନ ଦ୍ଵାରା କିମ୍ବା ଯଥୋଚିତଭାବରେ ଗଠିତ ଅନ୍ୟ କୌଣସି କମିଶନ ଦ୍ଵାରା ତଦନ୍ତ ହେଉଥିବା ବ୍ୟାପାର ଏବଂ ଜାତୀୟ ମାନବ ଅଧିକାର କମିଶନ କିମ୍ବା ଅନୁରୂପ ଅନ୍ୟ କେଉଁ କମିଶନ ଦ୍ଵାରା ନିଆଯାଇଥିବା ନିଷ୍ପତି ଭିତରେ ଥିବା କୌଣସି ବ୍ୟାପାର ନେଇ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏନାହିଁ । ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ ହୋଇଥିବା ଆପତ୍ତିଅଭିଯୋଗ ଯାହାର ନକଲ ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ପହଞ୍ଚିଛି , ସେହି ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଁ । ସଂପୃକ୍ତ ରାଜ୍ୟର ଭୌଗୋଳିକ ସୀମା ଭିତରେ ଘଟି ନଥିବା କୌଣସି ଘଟଣା ବା ବ୍ୟାପାର ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଏ ନାହିଁ । ଅନ୍ୟ କୌଣସି କାରଣରୁ କମିଶନଙ୍କ ବିଚାର ପରିସର ବାହାରେ ରହୁଥିବା ବ୍ୟାପାର ନେଇ ଆପତ୍ତିଅଭିଯୋଗ ଗ୍ରହଣ କରାଯାଏ ନାହିଁ । ଜାତୀୟ ମାନବ ଅଧିକାର କମିଶନଙ୍କ ପାଖରେ ଆପତ୍ତି ଅଭିଯୋଗ ଦାଖଲ ନିଜେ ପୀଡିତ ବା ତାଙ୍କ ପକ୍ଷରୁ ଅନ୍ୟ କେହି କମିଶନଙ୍କ ପାଖରେ ଆପତ୍ତିଅଭିଯୋଗ ଦାଖଲ କରିପାରିବେ । ଆପତ୍ତିଅଭିଯୋଗ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ ଅଥବା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନିତ ଅନ୍ୟ କୌଣସି ଭାଷାରେ ଲେଖିବାକୁ ହେବ । ଆପତ୍ତି ଅଭିଯୋଗ ଲେଖାଥିବା ପତ୍ରର କେବଳ ଗୋଟିଏ ପ୍ରତିଲିପି କମିଶନଙ୍କ ପାଖରେ ଦାଖଲ କରିବାକୁ ହେବ । ଆପତ୍ତି ଅଭିଯୋଗ ଡାକରେ ବା ଫ୍ୟାକ୍ସ ଜରିଆରେ ୯୧ – ୧୧ – ୨୪୬୫୧୩୨୯ ନମ୍ବରକୁ ପଠାଯାଇ ପାରିବ । କମିଶନଙ୍କ ଇ –ମେଲ୍ ଠିକଣା covdnhrc @ nic . in ରେ ମଧ୍ୟ ପଠାଯାଇପାରିବ । ଆପତ୍ତିଅଭିଯୋଗ ପଠାଇଲେ କୌଣସି ଫିସ୍ ବା ଦେୟ ଦେବାକୁ ପଡିବ ନାହିଁ । ଆପତ୍ତିଅଭିଯୋଗ ପତ୍ର ସ୍ପଷ୍ଟଭାବରେ ପ୍ରକାଶ କରୁଥିବ – (କ) ମାନବ ଅଧିକାରର ଉଲ୍ଲଘଂନ ହୋଇଛି ବା ସେଥିପାଇଁ ଉସ୍ କାଣି ଦିଆଯାଇଛି ଅଥବା (ଖ) ଏଭଳି ଉଲ୍ଲଘଂନକୁ ନିରୋଧ କରିବାରେ କୌଣସି ସରକାରୀ କର୍ମଚାରୀ ଅବହେଳା କରିଛନ୍ତି । ମାନବ ଅଧିକାରର ଉଲ୍ଲଘଂନ ସମ୍ପର୍କରେ ଅଭିଯୋଗ କମିଶନ ଯେବେ ପାଇବେ , ତା ’ ପୂର୍ବରୁ ଗୋଟିଏ ବର୍ଷ ଭିତରେ ଉକ୍ତ ଘଟଣା ଘଟିଥିବା ଆବଶ୍ୟକ । ଏ କ୍ଷେତ୍ରରେ କମିଶନଙ୍କ ବିଚାରପରିସର ସୀମାବଦ୍ଧ ହୋଇଯାଇଛି । ଅଭିଯୋଗର ସମର୍ଥନରେ ଯଦି କୌଣସି ଦଲିଲଦସ୍ତାବିଜ୍ ସଂଯୁକ୍ତ କରାଯାଏ , ତେବେ ତାହା ସ୍ପଷ୍ଟଭାବରେ ଲେଖା ହୋଇଥିବା ଦରକାର । ପୀଡିତ ବା ପୀଡ଼ିତାଙ୍କ ନାମ , ତାଙ୍କର ବୟସ , ଲିଙ୍ଗ , ଜାତି /ଧର୍ମ , ରାଜ୍ୟ ଓ ଜିଲ୍ଲା (ଯେଉଁ ସ୍ଥାନରେ ଘଟଣା ଘଟିଛି) , ଘଟଣା ଘଟିବାର ତାରିଖ , ଇତ୍ୟାଦି ଅଭିଯୋଗ ପତ୍ରରେ ସ୍ପଷ୍ଟଭାବରେ ଉଲ୍ଲେଖ ରହିବା ଦରକାର । ମୁଦା ଲଫାପା ଭିତରେ ଅଭିଯୋଗ ପତ୍ର ଅନୁଗ୍ରହ କରି ଦାଖଲ କରନ୍ତୁ ଓ ତାହାହିଁ ଶ୍ରେୟସ୍କର ହେବ । ନିମ୍ନଲିଖିତ ପ୍ରକାରର ଅଭିଯୋଗ ପତ୍ର ସାଧାରଣତଃ ଗ୍ରହଣଯୋଗ୍ୟ ହୁଏନାହିଁ :- ଅସ୍ପଷ୍ଟଭାବରେ ଲେଖା ହୋଇଥିଲେ , ଅବାନ୍ତର ହୋଇଥିଲେ , ବେନାମୀ ବା ଛଦ୍ମନାମରେ ଯାଇଥିଲେ , ତୁଛ , ଅସାର ଓ ଭିତ୍ତିହୀନ ହୋଇଥିଲେ , ରାଜ୍ୟ ମାନବ ଅଧିକାର କମିଶନ ବା ଅନ୍ୟ କୌଣସି କମିଶନଙ୍କ ପାଖରେ ବିଚାରାଧୀନ ରହିଥିଲେ , ମାନବ ଅଧିକାର ଉଲ୍ଲଘଂନ ହୋଇଥିବାର କାର୍ଯ୍ୟ ଯେଉଁ ତାରିଖରେ ହୋଇଛି ବୋଲି ଅଭିଯୋଗ କରାଯାଏ , ସେହି ତାରିଖଠାରୁ ଗୋଟିଏ ବର୍ଷ ଶେଷ ହୋଇଯିବା ପରେ ଏତଦ୍ ସଂକ୍ରାନ୍ତ କୌଣସି ଆପତ୍ତି ଆସିଥିଲେ , କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇ ନଥିଲେ , ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ସମ୍ପତ୍ତି ଅଧିକାର , ଚୁକ୍ତିବଦ୍ଧ ବାୟଦାୟିତ୍ଵ , ଇତ୍ୟାଦି ଭଳି ଦେୱାନୀ ବିବାଦ ସଂପର୍କିତ ହୋଇଥିଲେ , ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ସରକାରୀ ଚାକିରୀ ସମ୍ପର୍କିତ ବ୍ୟାପାର ହୋଇଥିଲେ , ଉତ୍ ଥାପିତ ପ୍ରଶ୍ନ ବା ଅଭିଯୋଗ ଶ୍ରମ ବିବାଦ ବା ଶିଳ୍ପ ବିବାଦ ସମ୍ପର୍କିତ ବ୍ୟାପାର ହୋଇଥିଲେ , ଅଭିଯୋଗ ନିର୍ଦ୍ଧିଷ୍ଟ ଭାବରେ ମାନବ ଅଧିକାର ଉଲ୍ଲାଘନନା ହୋଇଥିବାର କୌଣସି ପ୍ରମାଣ ଦେଉନଥିଲେ , କୌଣସି ଅଦାଲତ ବା ଟ୍ରିବ୍ୟୁନାଲ ପାଖରେ ଉକ୍ତ ବ୍ୟାପାର ବିଚାରାଧୀନ ଥିଲେ , ବ୍ୟାପାରଟି ସଂପର୍କରେ ଆଗରୁ ନ୍ୟାୟିକ ରାୟ ଦିଆଯାଇଥିଲେ ବା କମିଶନ ନିଷ୍ପତ୍ତି ଦେଇଥିଲେ । ଅଭିଯୋଗକାରୀ ମାନେ ଯେତେ ଦୂର ସମ୍ଭବ ଉପରେ ପ୍ରଦତ୍ତ ନମୁନାକୁ ବ୍ୟବାର କରି ସେମାନଙ୍କର ଆପତ୍ତି ଅଭିଯୋଗ ଦାଖଲ କରିବାକୁ ଉତ୍ସାହିତ କରାଯାଉଛି । କି ପ୍ରକାର ତଥ୍ୟ ବା ସୂଚନା ଅଭିଯୋଗ ପତ୍ରରେ ରହିବ, ତାହା ମାର୍ଗଦର୍ଶିକା ଦେଖାଇଦେଇଛି । ଅଭିଯୋଗପତ୍ର ତଦନୁଯାୟୀ ପ୍ରସ୍ତୁତ ହୋଇ ଦାଖଲ କରାଗଲେ ତାହାର ପ୍ରସେସିଂ କରିବା ସୁବିଧାଜନକ ହେବ। ଆଧାର – ଲ ହାଉସ