ପ୍ରମାଣ କରିବା ଦାୟୀତ୍ଵ ସଂବନ୍ଧରେ ପ୍ରମାଣ କରିବା ଦାୟୀତ୍ଵ : - ଯଦି କୌଣସି ବ୍ୟକ୍ତି ଏହା ଆବଶ୍ୟକ କରନ୍ତି ଯେ, କୌଣସି ଆଇନଗତ ଅଧିକାର କିମ୍ବା ଦାୟୀତ୍ଵ, ଯାହାକି ସେ ଦୃଢୀକରଣ କରିଥିବା ବିଷୟବସ୍ତୁ ଉପରେ ଆଧାରିତ, ତା ଉପରେ କୌଣସି ନ୍ୟାୟାଳୟ ରାଏ ପ୍ରଦାନ କରନ୍ତୁ, ତା ହେଲେ ସେ ନିଶ୍ଚିତ ଭାବେ ପ୍ରମାଣ କରିବେ ଯେ, ଉକ୍ତ ବିଷୟଗୁଡିକ ବିଦ୍ୟମାନ ଅଟେ । ଯେତେବେଳେ କୌଣସି ବ୍ୟକ୍ତି, କୌଣସି ବିଷୟର ସ୍ଥିତାବସ୍ଥା ପ୍ରମାଣ କରିବା ନିମନ୍ତେ ବାଧ୍ୟ ଅଟନ୍ତି, ସେପରିସ୍ଥଳେ ଏହା କୁହାଯାଏ ଯେ, ଉକ୍ତ ବ୍ୟକ୍ତି ଉପରେ ପ୍ରମାଣ କରିବା ଦାୟୀତ୍ଵ ନ୍ୟସ୍ତ ଥାଏ । ଉଦାହରଣ ‘କ’ ଇଚ୍ଛା ପ୍ରକାଶ କରେ ଯେ, କୌଣସି ନ୍ୟାୟାଳୟ ରାଏ ପ୍ରଦାନ କରନ୍ତୁ ଯେ, କୌଣସି ଅପରାଧ ନିମନ୍ତେ ‘ଖ’ କୁ ଦଣ୍ଡିତ କରାଯିବ , ଯାହା ‘ଖ’ ସଂଗଠନ କରିଛନ୍ତି ବୋଲି ‘କ’ କହେ । ସେହିପରି ସ୍ଥଳେ ‘କ’ ନିଶ୍ଚିତଭାବେ ପ୍ରମାଣ କରିବେ ଯେ, ‘ଖ’ ଅପରାଧ ସଂଗଠନ କରିଛି । ‘କ’ ଇଚ୍ଛା ପ୍ରକାଶ କରେ ଯେ, କୌଣସି ନ୍ୟାୟାଳୟ ରାଏ ପ୍ରଦାନ କରନ୍ତୁ ଯେ, ‘ଖ’ ର ଦଖଲରେ ଥିବା କୌଣସି ନିର୍ଦ୍ଧିଷ୍ଟ ଜମି ପ୍ରତି ସେ ହକଦାର ଅଟେ, ସେହି ସମସ୍ତ ବିଷୟ ଉପରେ, ଯାହାକୁ ସେ ଦୃଢୀକରଣ କରେ, ଏବଂ ‘ଖ’ ତାହା ସତ୍ୟ ନୁହେଁ ବୋଲି ମନା କରେ । ସେପରିସ୍ଥଳେ ‘କ’ ଉକ୍ତ ବିଷୟବସ୍ତୁ ଗୁଡିକର ସ୍ଥିତିକୁ ନିଶ୍ଚିତଭାବେ ପ୍ରମାଣ କରିବ । ଟିପ୍ପଣୀ ଯଥାଯଥ ସନ୍ଦେହର ସୁଯୋଗ : ସାଧାରଣ ବ୍ୟତିକ୍ରମର ସୁବିଧା ଉପଲବ୍ଧ କରିବା ନିମନ୍ତେ ପ୍ରମାଣ ଦାୟୀତ୍ଵ - ଅପରାଧିର ଦୋଷ ପ୍ରମାଣ କରିବାରେ ପ୍ରାଥମିକ ଭାର , ମୋକଦ୍ଦମାକାରୀ ସଂପାଦନ କରିବେ – ଏହା ଯଥେଷ୍ଟ ହେବ ଯଦି ତାପରେ ଅପରାଧି ଏପରି ଭାର ଦାୟୀତ୍ଵକୁ , ସମ୍ଭାବ୍ୟତାର ସମ୍ଭାବନା ଦ୍ଵାରା ସଂପାଦନ କରନ୍ତି – ପ୍ରତ୍ୟକ ହତ୍ୟା ଅପରାଧ କ୍ଷେତ୍ରରେ ଏପରି କୌଣସି ଅନୁମାନ ନାହିଁ ଯେ, ଜଣେ ଅପରାଧି ଆକ୍ରମଣକାରୀ ହୋଇଥିବ ଯଥାଯଥ ସନ୍ଦେହ କ୍ଷେତ୍ରରେ , ଏପରିକି ମୋକଦ୍ଦମାକାରୀଙ୍କ ସାକ୍ଷ୍ୟରୁ ଯେ, ଅପରାଧି ଆକ୍ରମଣକାରୀ ନଥିଲେ , ସେପରିସ୍ଥଳେ ସନ୍ଦେହର ଯଥାଯଥ ସୁଯୋଗ ଅପରାଧି ପ୍ରତି ପରିବର୍ଦ୍ଧନ କରାଯିବ - ପେରିୟା ସାମୀ ଏବଂ ଅନ୍ୟଜଣେ ବନାମ୍ ତାମିଲନାଡୁ ରାଜ୍ୟ ସରକାର – (୧୯୯୭) ୧୨ ଅସିଆର୍ (ସୁପ୍ରିମକୋର୍ଟ) – ୧୩୭ । ଟିପ୍ପଣୀ ପ୍ରମାଣର ଭାର କିମ୍ବା ଦାୟୀତ୍ଵ - ସମ୍ପତ୍ତିର ପ୍ରକୃତି – ବିଭାଜନ ନିମନ୍ତେ ମୋକଦ୍ଦମା – ସେହି ପକ୍ଷ ଉପରେ ଦାୟୀତ୍ଵ ନ୍ୟାସ ରୁହେ ଯେ କି ଏହା ଦୃଢୀକରଣ କରେ ଯେ, କୌଣସି ନିର୍ଦ୍ଧିଷ୍ଟ ସମ୍ପତ୍ତି , ଯୁଗ୍ମ ପରିବାର ସମ୍ପତ୍ତି ଅଟେ – କୌଣସି ଅନୁମାନ ନୁହେଁ ଯେ , ଉକ୍ତ ପରିବାର , ଯେହେତୁ ଏହା ଯୁଗ୍ମ ଅଟେ , ଯୁଗ୍ମ ସମ୍ପତ୍ତି ଦଖଲ କରିଛି – ହରିହର ସେଠୀ ଏବଂ ଅନ୍ୟ ଜଣେ ବନାମ୍ ଲଡୁ କିଶୋର ସେଠୀ ଏବଂ ଅନ୍ୟ ଜଣେ - ୨୦୦୨ (୧) ଓଏଲ୍ଆର୍ – ୧୪୨, ଏଆଇଆର୍ ୨୦୦୨ ଓଡିଶା – ୧୧୦, ୨୦୦୨ (୧) ସିସିସି – ୫୧୭ (ଓଡିଶା) , ୯୩ (୨୦୦୨) ସିଏଲ୍ ଟି – ୧୬୧ । କାହା ଉପରେ ପ୍ରମାଣ କରିବା ଦାୟୀତ୍ଵ ନ୍ୟସ୍ତ ରହେ କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନରେ ପ୍ରମାଣ କରିବା ଦାୟୀତ୍ଵ ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ , ଯେ କି ଅକୃତ କାର୍ଯ୍ୟ ହେବ , ଯଦି କୌଣସି ସାକ୍ଷ୍ୟ କୌଣସି ପକ୍ଷରୁ ପ୍ରଦାନ କରା ନଯାଏ । ଉଦାହରଣ ‘ଖ’ ର ଦଖଲରେ ଥିବା ଜମି ନିମନ୍ତେ ‘କ’ ‘ଖ’ ବିରୁଦ୍ଧରେ ମୋକଦ୍ଦମା କରେ ଏବଂ ଯାହାକି ଯେପରି ‘କ’ ଦୃଢୀକରଣ କରେ , ‘କ’ ଦ୍ଵାରା ‘ଖ’ ଙ୍କର ପିତା ‘ଗ’ ଙ୍କୁ ଇଚ୍ଛାପତ୍ର ଦ୍ଵାରା ପ୍ରଦାନ କରାଯାଇଥିଲା । ଯଦି କୌଣସି ପକ୍ଷରୁ ସାକ୍ଷ୍ୟ ପ୍ରଦାନ କରା ନଯାଏ, ତାହେଲେ ‘ଖ’ ତାର ଦଖଲ ବଳାୟ ରଖିବା ନିମନ୍ତେ ହକ୍ ଦାର ହେବ । ତେଣୁ ପ୍ରମାଣ କରିବା ଦାୟିତ୍ଵ ‘କ’ ଉପରେ ନ୍ୟସ୍ତ ରୁହେ । କୌଣସି ମୁଚାଲିକା ଉପରେ ପ୍ରାପ୍ୟ ଅର୍ଥ ନିମନ୍ତେ ‘କ’, ‘ଖ’ ବିରୁଦ୍ଧରେ ମୋକଦ୍ଦମା କରେ । ମୁଚାଲିକାର ସଂପାଦନକୁ ଗ୍ରହଣ କରାଯାଇଥିଲା, ମାତ୍ର, ‘ଖ’ କୁହେ ଯେ, ଏହା ଚଞ୍ଚକତା ପୂର୍ଣ୍ଣ ଭାବେ କରାଯାଇଥିଲା , ଯାହାକୁ ‘କ’ ପ୍ରତ୍ୟାଖ୍ୟାନ କରେ । ଯଦି କୌଣସି ପକ୍ଷରୁ ସାକ୍ଷ୍ୟ ପ୍ରଦାନ କରାନଯାଏ, ତାହେଲେ ‘କ’ କୃତକାର୍ଯ୍ୟ ହେବ , ଯେହେତୁ ମୁଚାଲିକାଟି ବିବାଦୀୟ ହୁଏନାହିଁ ଏବଂ ଚଞ୍ଚକତାକୁ ପ୍ରମାଣିତ କରାଯାଏ ନାହିଁ । ତେଣୁ, ପ୍ରମାଣ କରିବା ଦାୟିତ୍ଵ, ‘ଖ’ ଉପରେ ନ୍ୟସ୍ତ ରୁହେ । ନିର୍ଦ୍ଧିଷ୍ଟ ବିଷୟ ସମ୍ବନ୍ଧ ପ୍ରମାଣ କରିବା ଦାୟିତ୍ଵ କୌଣସି ନିର୍ଦ୍ଧିଷ୍ଟ ବିଷୟ ସଂବନ୍ଧରେ ପ୍ରମାଣ କରିବା ଦାୟିତ୍ଵ ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ , ଯେକି ଇଚ୍ଛା ପ୍ରକାଶ କରେ ଯେ , ନ୍ୟାୟାଳୟ ଏହାର ସ୍ଥିତାବସ୍ଥା ଉପରେ ବିଶ୍ଵାସ କରନ୍ତୁ, ଯଦି କୌଣସି ଆଇନ୍ ଦ୍ଵା ଏହା ବ୍ୟବସ୍ଥାୟୀତ ହୋଇନଥାଏ ଯେ, ସେହି ବିଷୟର ପ୍ରମାଣ କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ଉପରେ ନ୍ୟସ୍ତ କରାଯିବ । ଉଦାହରଣ ‘କ’ ‘ଖ’ ବିରୁଦ୍ଧରେ ଚୋରି ନିମନ୍ତେ ମୋକଦ୍ଦମା କରେ ଏବଂ ଇଚ୍ଛା ପ୍ରକାଶ କରେ ଯେ, ନ୍ୟାୟାଳୟ ଏହା ବିଶ୍ଵାସ କରନ୍ତୁ ଯେ ‘ଖ’ ‘ଗ’ ନିକଟରେ ଚୋରି କରିଥିବା ବିଷୟ ସ୍ଵୀକାର କରିଛି ‘କ’ ଏପରି ସ୍ଵୀକାରକୁ ନିଶ୍ଚିତଭାବେ ପ୍ରମାଣ କରିବ । ‘ଖ’ ଇଚ୍ଛା ପ୍ରକାଶ କରେ ଯେ, ନ୍ୟାୟାଳୟ ବିଶ୍ଵାସ କରନ୍ତୁ ଯେ, ପ୍ରଶ୍ନ ସମୟରେ , ସେ ଅନ୍ୟତ୍ର ଥିଲା , ସେ ଏହା ନିଶ୍ଚିତଭାବେ ପ୍ରମାଣ କରିବ । ଦଫା ୧୦୩ କିମ୍ବା ୧୦୬ ସତ୍ତ୍ୱେ , ପ୍ରାଥମିକ ଦାୟିତ୍ଵ , ମୋକଦ୍ଦମାକାରୀଙ୍କ ଉପରେ ନ୍ୟସ୍ତ ଥାଏ ; - ୧୯୭୬ କ୍ରିମିନାଲ ଲ’ ଜର୍ଣ୍ଣାଲ – ୬୬୪ (ସୁପ୍ରିମକୋର୍ଟ) । ସାକ୍ଷ୍ୟକୁ ଗ୍ରହଣ କରିବା ନିମନ୍ତେ,ପ୍ରମାଣିତ କରାଯିବା ବିଷୟକୁ ପ୍ରମାଣ କରିବା ଦାୟିତ୍ଵ ଅନ୍ୟ କୌଣସି ବିଷୟରେ ସାକ୍ଷ୍ୟପ୍ରଦାନ କରିବା ନିମନ୍ତେ କୌଣସି ବ୍ୟକ୍ତିକୁ ସକ୍ଷମ କରିବା ନିମନ୍ତେ , ପ୍ରମାଣିତ କରିବା ନିମନ୍ତେ ଆବଶ୍ୟକ କୌଣସି ବିଷୟ ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ , ଯେକି , ଏପରି ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରେ । ଉଦାହରଣ ‘ଖ’ ଦ୍ଵାରା କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀକୁ ‘କ’ ପ୍ରମାଣ କରିବାକୁ ଇଚ୍ଛା ପ୍ରକାଶ କରେ । ସେପରିସ୍ଥଳେ ‘କ’ ନିଶ୍ଚିତଭାବେ ‘ଖ’ ର ମୃତ୍ୟୁକୁ ପ୍ରମାଣିତ କରିବ । ଗୌଣ ସାକ୍ଷ୍ୟ ଦ୍ଵାରା ‘କ’ କୌଣସି ହୃତ ଦଲିଲ୍ ବା ହଜିଯାଇଥିବା ଦଲିଲ୍ ର ବିଷୟବସ୍ତୁକୁ ପ୍ରମାଣ କରିବାକୁ ଇଚ୍ଛା ପ୍ରକାଶ କରେ । ତେଣୁ ‘କ’ ନିଶ୍ଚିତ ଭାବେ ପ୍ରମାଣ ଯେ, ଦଲିଲ୍ ଟି ହଜିଯାଇଛି । ଅପରାଧିର ଘଟଣା ବ୍ୟତିକ୍ରମ ମଧ୍ୟକୁ ଆସେ ବୋଲି ପ୍ରମାଣ କରିବା ଦାୟିତ୍ଵ ଯେତେବେଳେ କୌଣସି ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଥାଆନ୍ତି, ସେତେବେଳେ ଭାରତୀୟ ଦଣ୍ଡବିଧି ଆଇନ୍ (୪୫/୧୮୬୦) ରେ ଥିବା ସାଧାରଣ ବ୍ୟତିକ୍ରମ କିମ୍ବା ସେହି ସଂହିତାର ଅନ୍ୟ କୌଣସି ଅଂଶରେ ଧାରିତ ବ୍ୟତିକ୍ରମ କିମ୍ବା ପ୍ରତିବନ୍ଧ ମଧ୍ୟକୁ ଆସୁଥିବା ପରିସ୍ଥିତି ଗୁଡିକର ସ୍ଥିତାବସ୍ଥାକୁ ପ୍ରମାଣ କରିବା ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ରହେ, ଏବଂ ନ୍ୟାୟାଳୟ ଏପରି ପରିସ୍ଥିତିର ଅନୁପସ୍ଥିତିକୁ ଅନୁମାନ କରିବେ । ଉଦାହରଣ ହତ୍ୟା ଅପରାଧରେ ‘କ’ ଅଭିଯୁକ୍ତ ଥାଇ ଅଭିଯୋଗ କରେ ଯେ, ମାନସିକ ଅସୁସ୍ଥତା କାରଣ ଯୋଗୁ ସେ ତା କାର୍ଯ୍ୟର ପ୍ରକୃତି ଜାଣି ପାରି ନଥିଲା । ହତ୍ୟା ଅପରାଧରେ ଅଭିଯୁକ୍ତ ‘କ’ ଅଭିଯୋଗ କରେ ଯେ, ଗୁରୁତର ଏବଂ ହଠାତ୍ ଉତ୍ତେଜନା ଯୋଗୁ , ସେ ନିୟନ୍ତ୍ରଣ କ୍ଷମତା ହରାଇଥିଲା । ସେପରିସ୍ଥଳେ ପ୍ରମାଣ କରିବା ଦାୟିତ୍ଵ ‘କ’ ଉପରେ ନ୍ୟସ୍ତ ରୁହେ । ଭାରତୀୟ ଦଣ୍ଡବିଧି ଆଇନ୍ (୪୫/୧୮୬୦) ଦଫା ୩୨୫ ବ୍ୟବସ୍ଥାୟୀତ କରେ ଯେ, ଯଦି କୌଣସି ବ୍ୟକ୍ତି, ଦଫା ୩୩୫ ଦ୍ଵାରା ବ୍ୟବଶାୟୀତ ଘଟଣାଗୁଡିକ ବ୍ୟତୀତ ସ୍ଵେଚ୍ଛାକୃତ ଭାବେ ଗୁରୁତର ଆଘାତ ଘଟାନ୍ତି, ତାହେଲେ ସେ କୌଣସି ନିର୍ଦ୍ଧିଷ୍ଟ ଦଣ୍ଡର ନିୟନ୍ତ୍ରଣାଧିନ ହେବେ । ଦଫା ୩୨୫ ଅନୁଯାୟୀ, ସ୍ଵେଚ୍ଛାକୃତଭାବେ ଗୁରୁତର ଆଘାତ ଘଟାଇବା ସହ ‘କ’ କୁ ଅଭିଯୁକ୍ତ କରାଯାଇଥିଲା । ଦଫା ୩୩୫ ଅଧିନକୁ ଉକ୍ତ ଘଟଣାକୁ ଆଣିବାରେ ସମସ୍ତ ପରିସ୍ଥିତିକୁ ପ୍ରମାଣ କରିବା ଦାୟିତ୍ଵ ‘କ’ ଉପରେ ନ୍ୟସ୍ତ ରୁହେ । ଟିପ୍ପଣୀ ଅପରାଧି ଯୁକ୍ତି ଉପସ୍ଥାପନ କରିବ : ଘରୋଇ ପ୍ରତିରକ୍ଷା ଅଧିକାର – ପ୍ରମାଣ କରିବା ଦାୟିତ୍ଵ କିମ୍ବା ଭାର – କୌଣସି ବ୍ୟତିକ୍ରମର ସୁବିଧା ଆହରଣ କରିବ ନିମନ୍ତେ , ଏପରି ଯୁକ୍ତି ଉପସ୍ଥାପନ କରିବା ଅପରାଧିର ଦାୟିତ୍ଵ ଅଟେ – ନୃସିଂହ କୁମାର ପଣ୍ଡା ବନାମ୍ ପାଣ୍ଡବ ସାହୁ ଏବଂ ଅନ୍ୟମାନେ – ୨୦୦୧ (୨) ଓଏଲ୍ଆର୍ -୪୯୭ । ଟିପ୍ପଣୀ ଘରୋଇ ପ୍ରତିରକ୍ଷା ଅଧିକାରୀ – ପ୍ରମାଣ ଦାୟିତ୍ଵ ଅପରାଧି ନିର୍ଦ୍ଧିଷ୍ଟ ଭାବେ ଏପରି ଘରୋଇ ପ୍ରତିରକ୍ଷା ଯୁକ୍ତି ନେଇ ନପାରେ - ଯଦି ମୋକଦ୍ଦମାକାରୀ ସାକ୍ଷୀଙ୍କ ସାକ୍ଷ୍ୟରୁ , ଅପରାଧୀର ସପକ୍ଷରେ ଏପରି ଯୁକ୍ତି ଉପଲବ୍ଧ ହୁଏ , ତାହେଲେ ନ୍ୟାୟାଳୟ ଏହାକୁ ବିବେଚନାକୁ ନେଇପାରନ୍ତି – ଭାସ୍କର ନାଏକ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୩) ୨୬ ଓସିଆର୍ – ୭୦୪ । ପାଗଳାମୀଯୁକ୍ତି ପ୍ରସଙ୍ଗରେ ପ୍ରମାଣ ଦାୟିତ୍ଵ - ଏହା ପ୍ରମାଣ କରିବା ଅପରାଧୀଙ୍କୁ ଆବଶ୍ୟକ କରାଯାଇଥିଲା ଯେ ଅପରାଧ ସଂଗଠନ ସମୟରେ , ସେ ଅସୁସ୍ଥ ମସ୍ତିସ୍କ ଥିଲେ – ମୋକଦ୍ଦମାକାରୀ ସନ୍ଦେହ ବାହାରେ ଏହା ନିଶ୍ଚିତଭାବେ ପ୍ରମାଣ କରିବେଯେ, ଅପରାଧି ମନ୍ଦ ଉଦ୍ଦେଶ୍ୟ ସହିତ କାର୍ଯ୍ୟ ସଂଗଠନ କରିଥିଲା – ବୁଡୁ ହୋଣ୍ଟାଲ ବନାମ୍ ଓଡିଶା ରାଜ୍ୟ ସରକାର – ୨୦୦୨ (୧) ଓଏଲ୍ଆର୍ – ୫୧୬ । ବିଶେଷ ଭାବେ ଜ୍ଞାନ ମଧ୍ୟରେ ଥିବା ବିଷୟ ପ୍ରମାଣ କରିବା ଦାୟିତ୍ଵ ଯେତେବେଳେ କୌଣସି ବିଷୟ କୌଣସି ବ୍ୟକ୍ତିର ଜ୍ଞାନ ମଧ୍ୟରେ ବିଶେଷଭାବେ ଥାଏ, ସେପରି ସ୍ଥଳେ ଉକ୍ତ ବିଷୟ ପ୍ରମାଣ କରିବା ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ରୁହେ । ଉଦାହରଣ ‘କ’ ସେହି କାର୍ଯ୍ୟ ବ୍ୟତୀତ , ଯାହାକି କାର୍ଯ୍ୟର ବିଷୟ , ପ୍ରକୃତି ଏବଂ ପରିସ୍ଥିତି ନିର୍ଦ୍ଦେଶ କରେ , ଯେତେବେଳେ କୌଣସି ବ୍ୟକ୍ତି ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରନ୍ତି , ସେତେବେଳେ ଉକ୍ତ ଉଦ୍ଦେଶ୍ୟ ପ୍ରମାଣ କରିବା ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ରୁହେ । ଦଫା ୧୦୬ – ଅଭିଯୁକ୍ତଙ୍କୁ ମୃତକଙ୍କ ସହିତ ଶେଷଥର ଦେଖାଯାଇଥିଲା – ତାହାପରେ କ’ଣ ଘଟିଲା ତା’ର ଜ୍ଞାନ ଥିଲା - ସ୍ଵୀକାରୋକ୍ତିରେ ତାହା ପ୍ରକାଶ କଲା ନାହିଁ । ଏପରିକି ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୩୧୩ ଅନୁଯାୟୀ ସ୍ଵୀକାରୋକ୍ତିରେ – ଦଫା ୧୦୬ ଅନୁଯାୟୀ ଦାୟିତ୍ଵ ପାଳନ କଲା ନାହିଁ । ସତ୍ୟନାରାୟଣ ବନାମ୍ ରାଜ୍ୟ ପୋଲିସ୍ ଇନ୍ସପେକ୍ଟର ଦ୍ଵାରା ପ୍ରତିନିଧିତ୍ଵ : (୨୦୦୩) ୫୪ ଓସିଆର୍ (ଏସ୍ ସି) ୨୧୮ । ବିନା ଟିକେଟରେ ରେଲ୍ ରେ ଯାତ୍ରାକରିବାରେ ‘କ’ ଙ୍କୁ ଅଭିଯୁକ୍ତ କରାଯାଇଥିଲା । ସେପରି ସ୍ଥଳେ ନିକଟରେ ଟିକେଟ ଥିଲା ପ୍ରମାଣ କରିବା ଦାୟିତ୍ଵ , ତାଙ୍କ ଉପରେ ନ୍ୟସ୍ତ ରୁହେ । ତିରିଶ ବର୍ଷ ମଧ୍ୟରେ ଜୀବିତ ଥିବା ଜଣା ବ୍ୟକ୍ତିର ମୃତ୍ୟୁକୁ ପ୍ରମାଣ କରିବା ଦାୟିତ୍ଵ ଯେତେବେଳେ ପ୍ରଶ୍ନ ଥାଏ, ଯେ, କୌଣସି ବ୍ୟକ୍ତି ଜୀବିତ କିମ୍ବା ମୃତ, ଏବଂ ଏହା ଦର୍ଶାଯାଏ ଯେ, ସେ ତିରିଶ ବର୍ଷ ମଧ୍ୟରେ ଜୀବିତ ଥିଲେ, ସେପରି ସ୍ଥଳେ ଏହା ପ୍ରମାଣ କରିବା ଦାୟିତ୍ଵ ଯେ ସେ ମୃତ, ତାହା ଉକ୍ତ ବ୍ୟକ୍ତି ଉପରେ ନ୍ୟସ୍ତ ରହେ, ଯେ, ଏହାକୁ ଦୃଢୀକରଣ କରେ । ଯେଉଁ ବ୍ୟକ୍ତିଙ୍କ ସଂବନ୍ଧରେ ସାତବର୍ଷ ପର୍ଯ୍ୟନ୍ତ ଶୁଣାଯାଇନାହିଁ, ସେ ଜୀବିତ ଅଛନ୍ତି ବୋଲି, ପ୍ରମାଣ ଦାୟିତ୍ଵ [ଉଲ୍ଲେଖଥାଉ ଯେ, ଯେତେବେଳେ ପ୍ରଶ୍ନଥାଏ ଯେ, କୌଣସି ବ୍ୟକ୍ତି ଜୀବିତ କିମ୍ବା ମୃତ, ଏବଂ ଏହା ପ୍ରମାଣିତ କରାଯାଏ ଯେ, ତାଙ୍କ ବିଷୟରେ ସାତବର୍ଷ ପର୍ଯ୍ୟନ୍ତ ସେହିବ୍ୟକ୍ତି ମାନଙ୍କ ଦ୍ଵାରା କିଛି ଶୁଣାଯାଇ ନାହିଁ, ଯେଉଁମାନେ ତାଙ୍କ ବିଷୟରେ ସାଧାରଣ ଭାବେ ଶୁଣିଥାଆନ୍ତେ, ଯଦି ସେ ଜୀବିତ ଥାଆନ୍ତେ, ସେପରିସ୍ଥଳେ ସେ ଜୀବିତ ଅଛନ୍ତି ବୋଲି ପ୍ରମାଣ କରିବା ଦାୟିତ୍ଵ ସେହି [ବ୍ୟକ୍ତି ଉପରକୁ ସ୍ଥାନାନ୍ତରିତ ହୁଏ , ଯେକି ଏହା ଦୃଢୀକରଣ କରନ୍ତି । ଟିପ୍ପଣୀ ବାଦୀର ଉତ୍ତରାଧିକାରୀତ୍ଵ : ବ୍ୟକ୍ତିର ମୃତ୍ୟୁ ତାରିଖ ପ୍ରକୃତ ମୃତ୍ୟୁ ସଂବନ୍ଧରେ କୌଣସି ଅନୁମାନ ନାହିଁ – ‘କ’ ର ଷଷ୍ଠ ବଂଶଧର ଭାବେ, ସମ୍ପତ୍ତି ପ୍ରତି , ବାଦୀ ଉତ୍ତରାଧିକାରୀତ୍ଵ ଦାବୀ କରିଥିଲା – ମୃତ୍ୟୁ ତାରିଖ ପ୍ରମାଣ କରିବା ଦାୟିତ୍ଵ , ବାଦୀ ଉପରେ ନ୍ୟସ୍ତ ଅଟେ – ‘କ’ ର ମୃତ୍ୟୁ ତାରିଖ ସଂବନ୍ଧରେ ବାଦୀ ଦ୍ଵାରା କୌଣସି ଯୁକ୍ତି କିମ୍ବା ବିବରଣୀ ପ୍ରଦାନ କରାଯାଇ ନଥିଲା – ‘କ’, ଯେକି ସାତବର୍ଷରୁ ଉର୍ଦ୍ଧ୍ଵ ସମୟ ପର୍ଯ୍ୟନ୍ତ ଶୁଣାଯାଇନଥିଲା , ତାକୁ ସେହି ତାରିଖରେ ମୃତ ବୋଲି ବିବେଚନା କରାଯିବ ନାହିଁ, ଯେବେ ମୋକଦ୍ଦମା ଦାଏର କରାଯାଇଥିଲା – ‘କ’ର ସମ୍ପତ୍ତି ପ୍ରତି ବାଦୀର ଉତ୍ତରାଧିକାରୀତ୍ଵ, ମୋକଦ୍ଦମା ଦାଏର ତାରିଖରେ ଉନ୍ମୁକ୍ତ ହୁଏ ନାହିଁ ଦର୍ଶନ ସିଂହ ଏବଂ ଅନ୍ୟମାନେ ବନାମ୍ ଗୁଜ୍ଜାର ସିଂହ (ମୃତ), ତାର ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା – ଏଆଇଆର୍ ୨୦୦୨ – ସୁପ୍ରିମକୋର୍ଟ – ୬୦୬ । ସେହି ବ୍ୟକ୍ତି ପ୍ରତି ପ୍ରମାଣ କରିବା ଭାର କିମ୍ବା ଦାୟିତ୍ଵ ପରିବର୍ତ୍ତୀତ ହୁଏ ଯେକି ଦୃଢୀକରଣ କରେ : କୌଣସି ବ୍ୟକ୍ତି ଜୀବିତ ମୃତ – ପ୍ରମାଣ – ଦର୍ଶାଯାଇଥିଲା ଯେ, ସାକ୍ଷ୍ୟ ଆଇନ୍ ର ଦଫା ୧୦୮ ବ୍ୟବସ୍ଥାୟୀତ କରେ ଯେ, ଯେତେବେଳେ ପ୍ରଶ୍ନ ଉଠେ ଯେ , କୌଣସି ବ୍ୟକ୍ତି ଜୀବିତ କିମ୍ବା ମୃତ ଏହା ପ୍ରମାଣିତ କରାଯାଏ ଯେ, ସେ , ସେହିମାନଙ୍କ ଦ୍ଵାରା ସାତବର୍ଷ ଧରି ଶୁଣାଯାଇ ନାହାଁନ୍ତି , ଯେଉଁମାନେ ସ୍ଵାଭାବିକ ଭାବେ ତା ସଂବନ୍ଧରେ ଶୁଣିଥାଆନ୍ତେ ଯଦି ସେ ଜୀବିତ ଥାଆନ୍ତା , ସେପରିସ୍ଥଳେ ଏହା ପ୍ରମାଣ କରିବା ଯେ, ସେ ଜୀବିତ ଅଟେ ; ସେହି ବ୍ୟକ୍ତି ପ୍ରତି ପରିବର୍ତ୍ତୀତ ହୁଏ , ଯେ କି ଏହା ଦୃଢୀକରଣ କରେ ଶ୍ରୀମତୀ ସାବିତ୍ରୀ ବେହେରା ବନାମ୍ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟ ପାଞ୍ଚଜଣ - ୧୯୯୮ (୪) କ୍ରାଇମ୍ସ – ୬୯୦ (ଓଡିଶା) । ଅଂଶୀଦାର ଜମିଦାର ଏବଂ ପ୍ରଜା ପ୍ରମାଣ କରିବା ଦାୟିତ୍ଵ ଅଂଶୀଦାର ଜମିଦାର ଏବଂ ପ୍ରଜା ବା ରୟତ ମୁଖ୍ୟ ଏବଂ ପ୍ରତିନିଧିଙ୍କର ସମ୍ପର୍କ ସଂବନ୍ଧରେ ପ୍ରମାଣ କରିବା ଦାୟିତ୍ଵ : - ଯେତେବେଳେ ପ୍ରଶ୍ନ ଥାଏ ଯେ, ବ୍ୟକ୍ତିମାନେ ଅଂଶୀଦାର , ଜମିଦାର ଏବଂ ରୟତ୍ତ କିମ୍ବା ମୁଖ୍ୟ ଏବଂ ପ୍ରତିନିଧି ଅଟନ୍ତି କି ନାହିଁ, ଏବଂ ଏହା ଦର୍ଶାଯାଏ ଯେ, ସେମାନେ ସେହିପରି କାର୍ଯ୍ୟକରୁଛନ୍ତି, ସେତେବେଳେ ଏହା ପ୍ରମାଣ କରିବା ଦାୟିତ୍ଵ ଯେ, ସେମାନେ ଉକ୍ତ ପ୍ରକାର ସଂପର୍କରେ ଜଡିତ ନୁହଁନ୍ତି କିମ୍ବା ସେ ପ୍ରକାର ସମ୍ପର୍କରୁ ରହିତ ହୋଇଛନ୍ତି, ତାହା ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ ଯେ କି ଏହାକୁ ଦୃଢୀକରଣ କରେ । ମାଲିକାନା ସଂବନ୍ଧରେ ପ୍ରମାଣର ଦାୟିତ୍ଵ ଯେତେବେଳେ ପ୍ରଶ୍ନ ଥାଏ ଯେ, କୌଣସି ବ୍ୟକ୍ତି କୌଣସି ବସ୍ତୁର ମାଲିକ ଅଟନ୍ତି କି ନାହିଁ , ଯାହାର ଦଖଲରେ ସେ ଅଛନ୍ତି ବୋଲି ଦର୍ଶାଯାଇଥାଏ ; ସେପରି ସ୍ଥଳେ ସେ ଉକ୍ତ ବସ୍ତୁର ମାଲିକ ନୁହଁନ୍ତି ବୋଲି ପ୍ରମାଣ କରିବା ଦାୟିତ୍ଵ ଉକ୍ତ ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ ଯେକି, ସେ ମାଲିକ ନୁହଁନ୍ତି ବୋଲି ଦୃଢୀକରଣ କରେ । ବିଶ୍ଵାସ ସଂବନ୍ଧ ବା ସମ୍ପର୍କରେ କାରବାରରେ ଉତ୍ତମ ବିଶ୍ଵାସର ପ୍ରମାଣ ଯେଉଁ ସ୍ଥଳରେ ଗୋଟିଏ ପକ୍ଷ ସକ୍ରିୟ ବିଶ୍ଵାସ ସଂବନ୍ଧ ବା ସମ୍ପର୍କରେ ଥାଏ, ସେପରି ସ୍ଥଳେ କାରବାରରେ ଉତ୍ତମ ବିଶ୍ଵାସର ପ୍ରମାଣ – ଯେଉଁ ସ୍ଥଳରେ ପକ୍ଷମାନଙ୍କ ମଧ୍ୟରେ କାରବାରରେ ଉତ୍ତମ ବିଶ୍ଵାସର ପ୍ରଶ୍ନ ଥାଏ, ଯେଉଁଥିରେ ଜଣେ ଅନ୍ୟ ସହିତ ସକ୍ରିୟ ବିଶ୍ଵାସରେ ଥାଆନ୍ତି , ସେପରିସ୍ଥଳେ କାରବାରରେ ଉତ୍ତମ ବିଶ୍ଵାସର ପ୍ରମାଣ କରିବା ଦାୟିତ୍ଵ ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ ଯେକି ଏପରି ସକ୍ରିୟ ବିଶ୍ଵାସରେ ଥାଆନ୍ତି । ଉଦାହରଣ ମହକିଲଙ୍କ ଦ୍ଵାରା ଅଣାଯାଇଥିବା କୌଣସି ମୋକଦ୍ଦମାରେ, ମହକିଲଙ୍କ ଦ୍ଵାରା ତାଙ୍କର ଓକିଲକୁ କରାଯାଇଥିବା କୌଣସି ବିକ୍ରି ଉପରେ ପ୍ରଶ୍ନ ଉତ୍ଥିତ ହୋଇଥିଲା । ସେପରି ସ୍ଥଳେ ଏପରି କାରବାରରେ ଉତ୍ତମ ବିଶ୍ଵାସକୁ ପ୍ରମାଣ କରିବା ଦାୟିତ୍ଵ ଓକିଲ ଉପରେ ନ୍ୟସ୍ତ ରୁହେ । କୌଣସି ପିତା ପ୍ରତି, ବୟସ ପ୍ରାପ୍ତ କୌଣସି ପୁତ୍ର ଦ୍ଵାରା ଉତ୍ତମ ବିଶ୍ଵାସରେ କୌଣସି ବିକ୍ରୀ , ପୁତ୍ର ଦ୍ଵାରା ଅଣାଯାଇଥିବା କୌଣସି ମୋକଦ୍ଦମାରେ ପ୍ରଶ୍ନାୟୀତ ହୋଇଥିଲା । କାରବାରରେ ଉତ୍ତମ ବିଶ୍ଵାସ ପ୍ରମାଣ କରିବା ଦାୟିତ୍ଵ , ପିତାଙ୍କ ଉପରେ ନ୍ୟସ୍ତ ରୁହେ । [କ – କେତେକ ଅପରାଧ ସଂବନ୍ଧରେ ଅନୁମାନ – ଯେଉଁ ସ୍ଥଳରେ କୌଣସି ବ୍ୟକ୍ତି ଉପ ଦଫା (୨) ରେ ଧାର୍ଯ୍ୟ ନିମ୍ନଲିଖିତ କୌଣସି ସ୍ଥାନରେ ଅପରାଧ ସଂଗଠନ କରନ୍ତି – ସେହି ସମୟରେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ ବିଶୃଙ୍ଖଳିତ ବୋଲି ଘୋଷିତ କୌଣସି ସ୍ଥାନରେ, ଯେଉଁଠି ବିଶୃଙ୍ଖଳାକୁ ଦମନ କରି ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ନିମନ୍ତେ ବନ୍ଦୋବସ୍ତ ବା ବ୍ୟବସ୍ଥା କରାଯାଇଥାଏ ; କୌଣସି ଅଞ୍ଚଳ , ଯେଉଁଠି ଏକ ମାସରୁ ଉର୍ଦ୍ଧ୍ଵ ସମୟଧରି ସର୍ବସାଧାରଣ ଶାନ୍ତିରେ ବିସ୍ତୃତ ଭାବେ ବିଶୃଙ୍ଖଳା ଲାଗିରହିଥାଏ ; ଏବଂ ଯଦି ଏହା ଦର୍ଶାଯାଏ ଯେ, ସେହି ସମୟରେ ଏପରି ବ୍ୟକ୍ତି କୌଣସି ସ୍ଥାନରେ ଥିଲେ, ଯେତେବେଳେ ଉକ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷାର ଦାୟିତ୍ଵରେ ଥିବା ସୈନ୍ୟ ବାହିନୀର ସଦସ୍ୟମାନଙ୍କୁ ଆକ୍ରମଣ କରିବା କିମ୍ବା ସେମାନଙ୍କର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟିକରିବା ନିମନ୍ତେ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା କିମ୍ବା ବୋମା ବିସ୍ଫୋରଣ କରାଯାଇଥିଲା, ସେପରିସ୍ଥଳେ ଯଦି କୌଣସି ବିପରୀତ ଦର୍ଶାଯାଇଥାଏ , ଏହା ଅନୁମାନ କରାଯିବ ଯେ, ଏପରି ବ୍ୟକ୍ତି ଏପରି ଅପରାଧ ସଂଗଠନ କରିଛନ୍ତି । ଉପ – ଦଫା (୧) ରେ ଉଲ୍ଲେଖିତ ଅପରାଧିଗୁଡିକ ନିମ୍ନପ୍ରକାର - ଭାରତୀୟ ଦଣ୍ଡବିଧି ଆଇନ୍ (୪୫/୧୮୬୦) ର ଦଫା ୧୨୧, ଦଫା ୧୨୧ – କ, ଦଫା ୧୨୨ କିମ୍ବା ଦଫା ୧୨୩ । ଫୌଜଦାରୀ ଚକ୍ରାନ୍ତ କିମ୍ବା ଭାରତୀୟ ଦଣ୍ଡବିଧି ଆଇନ୍ (୪୫/୧୮୬୦) ର ଦଫା ୧୨୨ କିମ୍ବା ଦଫା ୧୨୩ ଅନୁଯାୟୀ ଅପରାଧ ସଂଗଠନ କରିବା କିମ୍ବା ଏପରି ସଂଗଠନ କରିବା ନିମନ୍ତେ ଚେଷ୍ଟାକରିବା କିମ୍ବା ସେଥିରେ ପ୍ରୋତ୍ସାହନ ପ୍ରଦାନ କରିବା ।] ଟିପ୍ପଣୀ ପ୍ରମାଣ କରିବା ଦାୟିତ୍ଵ - ୧୦୬ ବର୍ଷର ବୟସ୍କ , ରୋଗାଗ୍ରସ୍ତ , ଅଶିକ୍ଷିତ ବ୍ୟକ୍ତି ଯେକି ଅଭିଯୋଗ ଅନୁଯାୟୀ ଚୁକ୍ତି – ଦଲିଲ୍ ସଂପାଦନ କରିଥିଲା – ସଂପାଦନ କରାଯାଇଥିବା ଦଲିଲ୍ କୁ ପ୍ରମାଣ କରିବା ନିମନ୍ତେ , କୌଣସି ସାକ୍ଷୀଙ୍କୁ ପରୀକ୍ଷା କରାଯାଇ ନଥିଲା – ବାଦୀଙ୍କ ଦ୍ଵାରା ଆହ୍ଵାନ କରାଯାଇଥିଲା – ମୁଖ୍ୟ ପକ୍ଷଙ୍କ ଉପରେ ପ୍ରକୃତ ସଂପାଦନ ଏବଂ ଉତ୍ତମ ବିଶ୍ଵାସ ପ୍ରମାଣ କରିବା ଦାୟିତ୍ଵ ବିଶ୍ଵାସ ଓରଫ ନ୍ୟସ୍ତ ଥାଏ , ଅର୍ଥାତ ସେହି ପକ୍ଷ ଯେ କି ପ୍ରକୃତ ବିଶ୍ଵାସ ଯୋଗ୍ୟ ସ୍ଥିତିରେ ଥାଆନ୍ତି କୃଷ୍ଣ ମୋହନ କୁଲୁ ଓରଫ ନନୀ ଚରଣ କୁଲୁ ଏବଂ ଅନ୍ୟ ଜଣେ ବନାମ୍ ପ୍ରତିମା ମାଇତି ଏବଂ ଅନ୍ୟମାନେ – ୨୦୦୪ (୧) ସିଏଲ୍ ଆର୍ (ସୁପ୍ରିମକୋର୍ଟ) – ୧୯୯ । ବିବାହ ସମୟରେ ଜନ୍ମ, ବୈଧତାର ସିଦ୍ଧାନ୍ତନୀୟ ପ୍ରମାଣ ଏହି ବିଷୟ ଯେ,କୌଣସି ବ୍ୟକ୍ତି ତାଙ୍କର ମାତା ଏବଂ କୌଣସି ପୁରୁଷ ମଧ୍ୟରେ କୌଣସି ବୈଧ ବିବାହର କ୍ରମନ୍ଵୟତା ସମୟରେ ଜନ୍ମ ଗ୍ରହଣ କରିଥିଲେ କିମ୍ବା ଏପରି ବିବାହ ଭଙ୍ଗୀକରଣପରେ ଦୁଇଶହ ଅଶି ଦିନ ମଧ୍ୟରେ ଜନ୍ମ ଗ୍ରହଣ କରିଥାଆନ୍ତି, ଏବଂ ମାତା ଅବହେଳିତ ରହିଥାଆନ୍ତି, ସେପରି ସ୍ଥଳେ ତାହା ସିଦ୍ଧାନ୍ତନୀୟ ପ୍ରମାଣ ହେବ ଯେ, ସେ ଉକ୍ତ ପୁରୁଷ ବା ବ୍ୟକ୍ତିର ବୈଧ ସନ୍ତାନ ଅଟନ୍ତି, ଯଦି ଏହା ଦର୍ଶାନଯାଏ ଯେ, ବିବାହର ପକ୍ଷମାନଙ୍କ ମଧ୍ୟରେ ସେହି ସମୟରେ ପରସ୍ପରର ନିକଟକୁ ଯିବାର କୌଣସି ସୁଯୋଗ ନଥିଲା, ଯେତେବେଳେ ସେ ଜନ୍ମ ଗ୍ରହଣ କରିଥିଲେ। ସାମ୍ରାଜ୍ୟ ଅଞ୍ଚଳ ସମର୍ପଣର ପ୍ରମାଣ ଅଟେ କାର୍ଯ୍ୟାଳୟ ଗେଜେଟ୍ ରେ କୌଣସି ବିଜ୍ଞପ୍ତି ଯେ, [ଭାରତ ସରକାର ଆଇନ୍ ୧୯୩୫ର ଅଂଶ -୩ର ପ୍ରଚଳନ ପୂର୍ବରୁ ] ବ୍ରିଟିଶ ସାମ୍ରାଜ୍ୟର କୌଣସି ଅଂଶକୁ ପାର୍ଶ୍ଵବର୍ତ୍ତୀ ରାଜ୍ୟ , ରାଜା କିମ୍ବା ଶାସନକୁ ସମର୍ପିତ ହୋଇଛି , ତାହା ସିଦ୍ଧାନ୍ତନୀୟ ପ୍ରମାଣ ହେବ ଯେ, ଏପରି ଅଞ୍ଚଳକୁ , ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖିତ ତାରିଖରେ ବୈଧଭାବେ ସମର୍ପଣ କରାଯାଇଛି । [ କୌଣସି ବିବାହିତା ସ୍ତ୍ରୀ ଦ୍ଵାରା ଆତ୍ମହତ୍ୟାର ପ୍ରୋତ୍ସାହନ ସଂବନ୍ଧରେ ଅନୁମାନ - ଯେତେବେଳେ ପ୍ରଶ୍ନ ଥାଏ ଯେ, କୌଣସି ସ୍ତ୍ରୀ ଦ୍ଵାରା ଆତ୍ମହତ୍ୟା , ତାର ସ୍ଵାମୀ କିମ୍ବା ସ୍ଵାମୀଙ୍କର ସମ୍ପର୍କୀୟମାନଙ୍କ ଦ୍ଵାରା ପ୍ରୋତ୍ସାହିତ ହୋଇଛି କି ନାହିଁ, ଏବଂ ଏହା ଦର୍ଶାଯାଏ ଯେ , ବିବାହ ତାରିଖରୁ ସାତବର୍ଷ ମଧ୍ୟରେ ସେ ଆତ୍ମହତ୍ୟା କରିଛନ୍ତି ଏବଂ ସ୍ଵାମୀ କିମ୍ବା ସ୍ଵାମୀଙ୍କର ଏପରି ସମ୍ପର୍କୀୟ ମାନେ ତାଙ୍କ ପ୍ରତି ବା ତାଙ୍କୁ ନିଷ୍ଠୁରତାର ନିୟନ୍ତ୍ରଣାଧିନରେ ରଖିଥିଲେ , ସେପରି ସ୍ଥଳେ ନ୍ୟାୟାଳୟ ଅନ୍ୟାନ୍ୟ ପାରିପାର୍ଶ୍ଵିକ ପରିସ୍ଥିତିକୁ ବିଚାରକୁ ନେଇ ଅନୁମାନ କରିବେ ଯେ, ଏପରି ସ୍ଥଳେ ଆତ୍ମହତ୍ୟା ତାଙ୍କର ସ୍ଵାମୀ କିମ୍ବା ସ୍ଵାମୀଙ୍କର ଏପରି ସମ୍ପର୍କୀୟ ମାନଙ୍କ ଦ୍ଵାରା ପ୍ରୋତ୍ସାହତ ହୋଇଛି ।] ସ୍ପଷ୍ଟିକରଣ ଏହି ଦଫା ଉଦ୍ଦେଶ୍ୟରେ ‘ନିଷ୍ଠୁରତା’ ର ଅର୍ଥ ରହିବ , ଯେପରି ଭାରତୀୟ ଦଣ୍ଡବିଧି ଆଇନ୍ (୪୫/୧୮୬୦) ର ଦଫା ୪୯୮ ‘କ’ ରେ ଉଲ୍ଲେଖ ଅଛି । [ ଯୌତୁକ ମୃତ୍ୟୁ ସଂବନ୍ଧରେ ଅନୁମାନ – ଯେତେବେଳେ ପ୍ରଶ୍ନ ଥାଏ ଯେ, କୌଣସି ବ୍ୟକ୍ତି , କୌଣସି ସ୍ତ୍ରୀର ଯୌତୁକ ଜନିତ ହତ୍ୟା ଘଟାଇଛନ୍ତି କି ନାହିଁ ଏବଂ ଏହା ଦର୍ଶାଯାଏ ଯେ, ମୃତ୍ୟୁର ଠିକ୍ ପୂର୍ବରୁ , ଏପରି ସ୍ତ୍ରୀକୁ ଉକ୍ତ ବ୍ୟକ୍ତି କୌଣସି ଯୌତୁକ ଦାବୀ ନିମନ୍ତେ ନିସ୍ତୁରତାର ନିୟନ୍ତ୍ରଣାଧିନରେ ରଖିଥିଲେ କିମ୍ବା ନିର୍ଯ୍ୟାତିତ କରୁଥିଲେ ; ସେପରି ସ୍ଥଳେ ନ୍ୟାୟାଳୟ ଅନୁମାନ କରିବେ ଯେ, ଏପରି ବ୍ୟକ୍ତି , ଯୌତୁକ ଜନିତ ମୃତ୍ୟୁ ଘଟାଇଛନ୍ତି । ସ୍ପଷ୍ଟିକରଣ ଏହି ଦଫା ଉଦ୍ଦେଶ୍ୟରେ ‘ଯୌତୁକ ଜନିତ ମୃତ୍ୟୁର’ ଅର୍ଥ ରହିବ ଯେପରି ତାହା ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୦୪ – ‘ଖ’ ଉଲ୍ଲେଖ ଅଛି ।] ଟିପ୍ପଣୀ ଶାଶୁଶ୍ଵଶୁରଙ୍କ ଖଲାସ୍ ହସ୍ତକ୍ଷେପ ନିମନ୍ତେ ଦାୟୀ ନୁହେଁ : - ଯୌତୁକ ମୃତ୍ୟୁ ଅପରାଧରେ ଅହନିଯୁକ୍ତ ନିକଟ ସମ୍ପର୍କୀୟଙ୍କ ଉପରେ ମୋକଦ୍ଦମା – ଦର୍ଶାଯାଇଥିଲା ଯେ, ଯେଉଁସ୍ଥଳରେ ଯୌତୁକ ଦାବୀଉପରେ , ଅତ୍ୟାଚାର ଏବଂ ନିସ୍ତୁରତା ପ୍ରଭୃତି ଅଭିଯୋଗ କରାଯାଇଥାଏ , ସେପରିସ୍ଥଳେ ସ୍ଵାମୀଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିମାନଙ୍କ ପ୍ରତି ଆରୋପିତ ବାହ୍ୟ କାର୍ଯ୍ୟକଳାପ ଗୁଡିକୁ ଯଥାଯଥ ସନ୍ଦେହ ବାହାରେ ପ୍ରମାଣିତ କରାଯିବା ଆବଶ୍ୟକ – କେବଳମାତ୍ର ଅନୁମାନ ଏବଂ ଆରୋପ ଦ୍ଵାରା , ସମ୍ପର୍କୀୟମାନଙ୍କୁ , ଯୌତୁକ ମୃତ୍ୟୁ ସଂବନ୍ଧୀୟ ଅପରାଧରେ ଦୋଷୀ ବୋଲି ଧରାଯିବ ନାହିଁ – ସମସ୍ତ ସମ୍ପର୍କୀୟଙ୍କୁ ଆବଦ୍ଧ କରିବା ପ୍ରବୃତ୍ତିକୁ ନିନ୍ଦିତ କରାଯାଇଥିଲା – ମୃତକର ପିତାଙ୍କ ସାକ୍ଷ୍ୟ ଯେ, ସେ ତାଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲା ଯେ, ତାର ନିକଟ ସମ୍ପର୍କୀୟଙ୍କମାନେ ତାକୁ ପରିହାସ କରୁଥିଲେ - ଏପରି ପରିହାସର ବିସ୍ତୃତ ବିବରଣୀ ସ୍ପଷ୍ଟଭାବେ କୁହାଯାଇନାହିଁ – ଏହି ଅଭିଯୋଗ ଯେ, ମୃତକ ସାକ୍ଷୀମାନଙ୍କ ସମ୍ମୁଖରେ ପରିହାସିତ ହୋଇଥିଲା , ତାହା ଏପରି ସାକ୍ଷୀମାନଙ୍କ ଦ୍ଵାରା ସମର୍ଥିତ ହୋଇନାହିଁ – ଦର୍ଶାଯାଇଥିଲା ଯେ, ଆଇନ୍ ଗତ ସମ୍ପର୍କୀୟମାନଙ୍କ ଖଲାସରେ ହସ୍ତକ୍ଷେପ କରାଯିବନାହିଁ - କାନ୍ସରାଜ ବନାମ୍ ପଞ୍ଜାବ ରାଜ୍ୟ ସରକାର (୨୦୦) ୧୯ ଓସିଆର୍(ସୁପ୍ରିମକୋର୍ଟ) – ୬୫ । ଟିପ୍ପଣୀ ଦଣ୍ଡବିଧି ଆଇନ୍ , ୧୮୬୦ – ଦଫା ୩୦୪ – ଖ , ୩୦୨ – ସାକ୍ଷ୍ୟ ଆଇନ୍ ର ଦଫା ୧୧୩ ‘ଖ’ ଅନୁଯାୟୀ ଅନୁମାନ - ବିବାହର ସାତବର୍ଷ ମଧ୍ୟରେ ମୃତ୍ୟୁ ଘଟିଥିବାରୁ ଏବଂ ଯୌତୁକ ଦାବୀ ନିମନ୍ତେ ଯଥେଷ୍ଟ ସାକ୍ଷ୍ୟ ଥିବାରୁ , କେବଳମାତ୍ର ଏହି କାରଣ ଯୋଗୁ ଯେ, ଅପିଲକର୍ତ୍ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୦୨ ଅନୁମାନକୁ ଖଣ୍ଡନ କରାଯାଏ ନାହିଁ – ଖଣ୍ଡନରେ କୌଣସି ସାକ୍ଷ୍ୟ ନାହିଁ – ଆଲାମ୍ ଗିରି ସାନି ବନାମ୍ ଆସାମ୍ ରାଜ୍ୟ ସରକାର – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୫୮ । ଆଧାର – ଦ ଲ ହାଉସ