କିଏ ସାକ୍ଷ୍ୟ ଦେଇପାରିବେ ସମସ୍ତ ବ୍ୟକ୍ତି ସାକ୍ଷ୍ୟ ଦେବା ନିମନ୍ତେ ଦକ୍ଷ ହୋଇପାରିବେ, ଯଦି ନ୍ୟାୟାଳୟ ବିବେଚନା ନକରନ୍ତି ଯେ , ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନକୁ ବୁଝିବା ନିମନ୍ତେ ସେମାନେ ପ୍ରତିବନ୍ଧିତ ହୋଇଥାଆନ୍ତି , କିମ୍ବା ସ୍ୱଳ୍ପ ବୟସ , ଅତିଶୟ ବାର୍ଦ୍ଧକ୍ୟ, ବେମାରୀ , ତାହା ଶାରୀରିକ କିମ୍ବା ମାନସିକ ହୋଇଥାଉ କିମ୍ବା ସେପରି କୌଣସି କାରଣ ଯୋଗୁ , ଉକ୍ତ ପ୍ରଶ୍ନ ଗୁଡିକର ଯୁକ୍ତିଯୁକ୍ତ ଉତ୍ତର ଦେବା ନିମନ୍ତେ ସକ୍ଷମ ହୋଇ ନ ଥାଆନ୍ତି । ସ୍ପଷ୍ଟିକରଣ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଜଣେ ବାଚାଳ ଅଦକ୍ଷ ନୁହେଁ , ଯଦି ସେ ତାର ବାଚାଳତା କାରଣ ଯୋଗୁ , ପଚରା ଯାଉଥିବା ପ୍ରଶ୍ନ ବୁଝିବା ଏବଂ ସେଗୁଡିକର ଯଥାଯଥ ଉତ୍ତର ପ୍ରଦାନ କରିବା ନିମନ୍ତେ ପ୍ରତିବନ୍ଧିତ ନହୁଏ । ଟିପ୍ପଣୀ କେତେବେଳେ ପ୍ରାର୍ଥନା ନାକଚ୍ ଯୋଗ୍ୟ ଅଟେ : ଦକ୍ଷ ସାକ୍ଷୀ – ମଧ୍ୟସ୍ଥତାରେ ହେଉଥିବା କୌଣସି କାର୍ଯ୍ୟାନୁଷ୍ଠାନରେ ସାକ୍ଷ୍ୟ ଦେବା ନିମନ୍ତେ ଜଣେ ମଧ୍ୟସ୍ଥଙ୍କୁ ଆହ୍ଵାନ କରାଯାଇପାରେ – ସାଧାରଣଭାବେ କିମ୍ବା ଆବଶ୍ୟକ ମତେ, ନ୍ୟାୟାଳୟ କୌଣସି ମଧ୍ୟସ୍ଥଙ୍କୁ ସାକ୍ଷୀଭାବେ ଆହ୍ଵାନ କରିବେ ନାହିଁ – ଯଦି ମନ୍ଦ ଉଦ୍ଦେଶ୍ୟ ନିହିତ ଥାଏ , ତାହେଲେ ଏପରି ପ୍ରାର୍ଥନା ନାକଚଯୋଗ୍ୟ ହେବ – ଓରିଏଣ୍ଟ କାଗଜ କଳ ଏବଂ ଅନ୍ୟ ଜଣେ ବନାମ୍ ଦେୱାନୀ ବିଚାରପତି ଭୁବନେଶ୍ଵର ଏବଂ ଅନ୍ୟ ଜଣେ - ୧୯୯୯ (୨) ଓଏଲ୍ଆର୍ – ୯୯ । ଶିଶୁ ସାକ୍ଷୀର ସାକ୍ଷ୍ୟ : - ଶିଶୁ ସାକ୍ଷୀର ସାକ୍ଷ୍ୟ ବିଶ୍ଵସନୀୟତା – ଏକମାତ୍ର ପରୀକ୍ଷା ହେଉଛି ଯେ, ଏପରି କୌଣସି ସାକ୍ଷୀର ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ବୁଦ୍ଧି ଅଛି କି ନାହିଁ ସେ ସତ୍ୟ କହିବା ଯୋଗ୍ୟ ଅଟେ କି ନାହିଁ - ଧନୀ ଓରଫ ଧନେଶ୍ଵର ନାଏକ ବନାମ୍ ରାଜ୍ୟ ସରକାର – ୧୯୯୯ – କ୍ରିମିନାଲ ‘ଲ’ ଜର୍ଣ୍ଣାଲ – ୨୭୧୨ (ଓଡିଶା) । ଶିଶୁ ସାକ୍ଷୀ : - ଶିଶୁ ସାକ୍ଷ୍ୟ – ମୃତକ ସହ ସମ୍ପର୍କିତ – ତାର ଉକ୍ତି ଉପରେ ବିଶ୍ଵାସ – କେତେବେଳେ ସ୍ଥାପନ କରାଯାଇପାରିବ - ଉଦ୍ଧବ ସେଠି ବନାମ୍ ଓଡିଶା ରାଜ୍ୟ ସରକାର – ୮୫ (୧୯୯୮) ସିଏଲ୍ ଟି – ୨୯୫ । କେତେବେଳେ ସାକ୍ଷ୍ୟ ଧର୍ଷଣ ଅପରାଧର ପ୍ରମାଣ କରେ : - ଶିଶୁ ସାକ୍ଷୀର ସାକ୍ଷ୍ୟ - ପ୍ରଶ୍ନଗୁଡିକ ପ୍ରତି – ଅପରାଧ ଦ୍ଵାରା ପ୍ରଦାନ କରାଯାଇଥିବା ଉତ୍ତର ଯଥାଯଥ ବୋଲି ବିଚାରକାରୀ ନ୍ୟାୟାଳୟଙ୍କ ମତ – ତାର ଉତ୍ତର ଯଥାଯଥ ଅଟେ – ତାର ସାକ୍ଷ୍ୟ ସହିତ ଡାକ୍ତରଙ୍କ ସାକ୍ଷ୍ୟ , ଧର୍ଷଣ ଅପରାଧର ସଂଗଠନକୁ ପ୍ରମାଣିତ କରେ – ପୁରୁଷୋତ୍ତମ ମୁଦୁଲି ବନାମ୍ ରାଜ୍ୟ ସରକାର – (୧୯୯୮) ୯୪ ଓସିଆର୍ – ୧୫୨ । ଦଫା – ୧୧୮ – ଶିଶୁ ସାକ୍ଷୀ – ସାକ୍ଷ୍ୟ ଦେବାକୁ ଦକ୍ଷତା - ଶିଶୁ ସାକ୍ଷୀ ସାକ୍ଷ୍ୟ ଦେବାକୁ ଦକ୍ଷ ହେବେ ଏହି ସର୍ତ୍ତରେ ଯେ ସେପରି ସାକ୍ଷୀ ଭରସାଯୋଗ୍ୟ , ସତ୍ୟ ଏବଂ ଅନ୍ୟାନ୍ୟ ଅଭିଯୋଜନ ସାକ୍ଷ୍ୟ ଦ୍ଵାରା ସମର୍ଥିତ ହେଉଥିବ । କଣ୍ଡରା ମୁଣ୍ଡା ବନାମ୍ ଓଡିଶା ରାଜ୍ୟ : (୨୦୧୩) ୫୪ ଓସିଆର୍ ୫୩୨: ୨୦୧୩ (ସପ୍ଲି - l) ଓଏଲ୍ଆର୍ – ୧୯୨ । ନ୍ୟାୟାଳୟଙ୍କ କର୍ତ୍ତବ୍ୟ ଏବଂ ସାକ୍ଷ୍ୟର ମୂଲ୍ୟ : - ପରିକଳ୍ପନା କରେ ଯେ, ସମସ୍ତ ବ୍ୟକ୍ତି ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଦକ୍ଷ ଅଟନ୍ତି ନ୍ୟାୟାଳୟ ବିବେଚନା କରନ୍ତି ଯେ, ସେମାନେ ପ୍ରଶ୍ନଗୁଡିକୁ ବୁଝିବାରୁ ପ୍ରତିବନ୍ଧିତ ହୁଅନ୍ତି କିମ୍ବା ସ୍ୱଳ୍ପ ବୟସ, ଅତିଶୟ, ବୃଦ୍ଧାବସ୍ଥା, ରୋଗ , ତାହା ମାନସିକ କିମ୍ବା ସେହିପରି ଅନ୍ୟ କୌଣସି ଏକା କାରଣ ଯୋଗୁଁ , ଯଥାଯଥ ଉତ୍ତର ଦେବାରୁ ପ୍ରତିବନ୍ଧିତ ହୋଇଥାଆନ୍ତି – କୌଣସି ସ୍ୱଳ୍ପ ବୟସର ପିଲା କିମ୍ବା ଶିଶୁକୁ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅନୁମୋଦନ କରାଯାଇପାରେ ଯଦି ପ୍ରଶ୍ନଗୁଡିକୁ ବୁଝିବା ଏବଂ ଯଥାଯଥ ଉତ୍ତର ପ୍ରଦାନ କରିବା ନିମନ୍ତେ ତାର ବୁଦ୍ଧମତ୍ତା କ୍ଷମତାଥାଏ – ନ୍ୟାୟାଳୟଙ୍କ କର୍ତ୍ତବ୍ୟ ଏବଂ ଶିଶୁ - ସାକ୍ଷୀର ସାକ୍ଷ୍ୟର ମୂଲ୍ୟ, ଆଲୋଚନା କରାଯାଇଛି – ବିନୁ ସିଂହ ତିଲା ବନାମ୍ ରାଜ୍ୟ ସରକାର – (୧୯୯୮) ୧୪ ଓସିଆର୍ – ୨୮୪ । କେତେବେଳେ ଦୋଷୀ ସାବ୍ୟସ୍ତତା କରାଯାଇପାରିବ : - ଶିଶୁ ସାକ୍ଷୀ – ପରୀକ୍ଷା – ନଥିରେ ସଂରକ୍ଷିତ ରଖିବା ବିଚାରକାରୀ ନ୍ୟାୟାଳୟର ଉଚିତ୍ ଅଟେ – ଏପରି ସାକ୍ଷୀର ସାକ୍ଷ୍ୟ ବ୍ୟତୀତ ଯେଉଁ ପ୍ରଶ୍ନଗୁଡିକ ପଚରାଯାଏ ଏବଂ ଯେଉଁ ଉତ୍ତର ବାହାର କରାଯାଏ, ଯାହାଫଳରେ ଅପିଲ୍ ନ୍ୟାୟାଳୟ , ଏପରି ସାକ୍ଷୀର ଦକ୍ଷତା ବିବେଚନା କିମ୍ବା ବିଚାର କରିପାରିବେ – ଉକ୍ତ ବିଷୟରେ ଉଲ୍ଲେଖ ନକରିବା , କେବଳମାତ୍ର ଏକ ଅନିୟମିତତା ଅଟେ – ଏହା ସାକ୍ଷୀ ସାକ୍ଷ୍ୟ ଦକ୍ଷତା ବିରୁଦ୍ଧରେ ଯାଏ ନାହିଁ – ଯଦି ଏହା ନଥିଭୁକ୍ତ କରାଯାଏ ଯେ, ପରୀକ୍ଷା ସ୍ୱରୂପ ପ୍ରଶ୍ନ ପଚାରିବା ପରେ ଦକ୍ଷତାରେ ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଏବଂ ସାକ୍ଷୀର ସାକ୍ଷ୍ୟ ମଧ୍ୟ , ନଥିରେ ଥିବା ଅନ୍ୟାନ୍ୟ ସାକ୍ଷ୍ୟଦ୍ଵାରା ସମର୍ଥିତ ହୁଏ , ସେପରିସ୍ଥଳେ ଦୋଷୀସାବ୍ୟସ୍ତତା କରାଯାଇପାରେ । ଦୟାନିଧି ଭୁକ୍ତା ବନାମ୍ ଓଡିଶା ରାଜ୍ୟ ସରକାର – ୧୯୯୭ (୧) ଓଏଲ୍ଆର୍ – ୧୧୮ ; ୮୩ (୧୯୯୭) ସିଏଲ୍ ଟି – ୬୧୩; (୧୯୯୭) ୧୨ ଓସିଆର୍ – ୧୪୫ ; ୩ (୧୯୯୭) ସିସିଆର୍ – ୨୩୩ । ଶିଶୁ ସାକ୍ଷୀ : - ଏପରି ସାକ୍ଷୀର ପରୀକ୍ଷା ସମୟରେ ତଥା ଏପରି ସାକ୍ଷୀର ସାକ୍ଷ୍ୟକୁ ବିଚାର କରିବା ସମୟରେ , ବିଚାରକାରୀ ନ୍ୟାୟାଳୟର କର୍ତ୍ତବ୍ୟକୁ ଆଲୋଚନା କରାଯାଇଛି - ଶିଶୁ ସାକ୍ଷୀମାନେ ବିପଦପୂର୍ଣ୍ଣ ସାକ୍ଷୀ ଅଟନ୍ତି , ଯେହେତୁ ସେମାନେ ସହଜରେ ପ୍ରଭାବିତ ହୋଇପାରନ୍ତି , ଏବଂ ସେମାନେ ଶିକ୍ଷାର ବଶବର୍ତ୍ତୀ ଅଟନ୍ତି ଏବଂ ଅଧିକାଂଶ ସମୟରେ କାଳ୍ପନିକ ଦୁନିଆରେ ବାସ କରନ୍ତି – ଏଥିରେ ସତ୍ୟତା ଅଛି ବୋଲି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ନିମନ୍ତେ, ଏପରି ସାକ୍ଷୀଙ୍କ ସାକ୍ଷ୍ୟକୁ ଯତ୍ନର ସହିତ ଯାଞ୍ଚ କରାଯିବା ଉଚିତ୍ ଯାହାପରେ ତାର ବୁଜିବା ଶକ୍ତି ଏବଂ ମେଢା ଶକ୍ତି ବିଚାର କରିବା ନିମନ୍ତେ , ବିଚାରକାରୀ ନ୍ୟାୟାଳୟ ଦ୍ଵାରା ତାକୁ ପରୀକ୍ଷା କରାଯିବ – ରଟନ ସିହ୍ନା ଦଲ୍ ସୁଖ ଭାଇ ନାଏକ ବନାମ୍ ଗୁଜୁରାଟ ରାଜ୍ୟ ସରକାର – (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ)- ୧୮୩ । ଶିଶୁ ସାକ୍ଷୀ : ମଧ୍ୟ ରାତ୍ରିରେ ତାର ମାଆଙ୍କ ଜଘନ୍ୟ ହତ୍ୟା ଦେଖିବାପରେ ପୁନର୍ବାର ନିଦ୍ରାଯିବା , ଛଅବର୍ଷର ଶିଶୁର କାର୍ଯ୍ୟ କଳାପରେ ଏକ ଅପ୍ରାକୃତିକ ଘଟଣା ଅଟେ – ଏହି ଘଟଣା ସଂବନ୍ଧରେ ତାର ମାମୁଁଙ୍କ ନିକଟରେ ପ୍ରଥମ ଉନ୍ମୋଚନକୁ , ଏପରି ମାମୁଁଙ୍କ ପରୀକ୍ଷା କରିବା ଦ୍ଵାରା ଦୃଢୀକରଣ କରାଯାଇ ନଥିଲା – ଅପରାଧୀ ବ୍ୟକ୍ତିମାନଙ୍କୁ ୧୨ ଦିନ ପର୍ଯ୍ୟନ୍ତ ଗିରଫ କରାଯାଇ ନଥିଲା ଯଦିଓ ଘଟଣାର ପରଦିନ , ଆକ୍ରମଣକାରୀମାନଙ୍କ ନାମ ଗୁଡିକ ଉନ୍ମୋଚନ କରାଯାଇଥିଲା ଯେ, ଏପରି ଶିଶୁର ସାକ୍ଷ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ – ଭଗବାନ ସିଂହ ଏବଂ ଅନ୍ୟମାନେ ବନାମ୍ ମଧ୍ୟ ପ୍ରଦେଶ ରାଜ୍ୟ ସରକାର – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୪୨ । ଶିଶୁ ସାକ୍ଷୀର ସାକ୍ଷ୍ୟର ବିଚାର : ମୋକଦ୍ଦମାକାରୀ ସାକ୍ଷୀ ନଂ – ୫, ଯେକି ଏକ ଶିଶୁ ସାକ୍ଷୀ ଅଟେ , ସେ ମୃତକର ପୁତୁରା ଅଟେ – ତାର ସାକ୍ଷ୍ୟ ଲିପିବଦ୍ଧ କରିବା ପୂର୍ବରୁ , ମୋକଦ୍ଦମାକାରୀ ସାକ୍ଷୀ ନଂ- ୫ର ମାନସିକ କ୍ଷମତା ଜାଣିବା ନିମନ୍ତେ ବିଚାରକାରୀ ନ୍ୟାୟାଳୟ କୌଣସି ଚେଷ୍ଟା କରି ନଥିଲେ – ଏପରି ସାକ୍ଷୀକୁ ଶିଖାଇବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ – ମୋକଦ୍ଦମାକାରୀ ସାକ୍ଷୀ ନଂ – ୫, ତାଙ୍କର ପିତାଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲେ ଯେ, ଡୁମେରପାଲିର କେତେକ ବ୍ୟକ୍ତି , ମୃତକଙ୍କ ଉପରେ ଆକ୍ରମଣ କରିଥିଲେ , ମାତ୍ର ସେ ସେମାନଙ୍କୁ ନାମିତ କରି ନଥିଲେ ଏବଂ ସେହି ଅନୁଯାୟୀ , ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ଙ୍କ ଦ୍ଵାରା ଏତଲାରେ ଉଲ୍ଲେଖ କରାଯାଇଥିଲା – ମୋକଦ୍ଦମାକାରୀ ସାକ୍ଷୀ ନଂ ୫ଙ୍କ ଦ୍ଵାରା ଆକ୍ରାମଣକାରୀଙ୍କ ନାମର ଉନ୍ମୋଚନ ଏକ ପରବର୍ତ୍ତୀ ପଦକ୍ଷେପ ଅଟେ – ମାନନୀୟ ନ୍ୟାୟାଳୟ , ମୋକଦ୍ଦମାକାରୀ ସାକ୍ଷୀ ନଂ – ୫ଙ୍କ ସାକ୍ଷ୍ୟକୁ ଗ୍ରହଣ କରିନଥିଲେ - ଗୌରୀଶଙ୍କର ପାଢୀ ଏବଂ ଅନ୍ୟ ତିନିଜଣ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ – ୮୧୦ । ଦଫା ୧୧୯ ନିମନ୍ତେ ନୂତନ ଦଫାର ପରିବର୍ତ୍ତନ ସାକ୍ଷ୍ୟବିଧି ଆଇନର ଦଫା ୧୧୯ ନିମନ୍ତେ , ନିମ୍ନ ଲିଖିତ ଦଫାକୁ ପ୍ରତିବଦଳ କରାଯିବ , ଯଥା ସାକ୍ଷୀ ମୌଖିକ ଭାବେ ଆଦାନ ପ୍ରଦାନ କରିବା ନିମନ୍ତେ ଅକ୍ଷମ - କୌଣସି ସାକ୍ଷୀ , ଯେକି କହିବା ନିମନ୍ତେ ଅକ୍ଷମ ଅଟେ , ସେ ତା’ର ସାକ୍ଷ୍ୟ କୌଣସି ଭାବେ ଦେଇପାରେ , ଯେଉଁଥିରେ ସେ ଏହାକୁ ବୋଧଗମ୍ୟ କରାଇପାରିବ , ଯେପରି ଲେଖା ଦ୍ଵାରା କିମ୍ବା ସଙ୍କେତ ଦ୍ଵାରା ; ମାତ୍ର ଏପରି ଲେଖା ନିଶ୍ଚିତ ଭାବେ ଲେଖା ଯାଇଥିବ ଏବଂ ଉନ୍ମୁକ୍ତ ନ୍ୟାୟଳୟରେ କରାଯାଇଥିବା ସଙ୍କେତ କିମ୍ବା ଭଙ୍ଗୀ ; ଏପରି ଭାବେ ପ୍ରଦାନ କରାଯାଇଥିବା ସାକ୍ଷାକୁ ମୌଖିକ ସାକ୍ଷ୍ୟ ବୋଲି ଧରାଯିବ ; ଉଲ୍ଲେଖ ଥାଉ ଯେ, ଯଦି ସାକ୍ଷୀ ଜଣକ ମୌଖିକ ଭାବେ ଆଦାନ ପ୍ରଦାନ କରିବା ନିମନ୍ତେ ଅକ୍ଷମ ହୋଇଥାଏ ସେପରି ସ୍ଥଳେ ନ୍ୟାୟାଳୟ ଏପରି ବିବରଣୀ ଲିପିବଦ୍ଧ କରିବା ନିମନ୍ତେ ଜଣେ ବ୍ୟାଖ୍ୟାକାରୀ କିମ୍ବା ଜଣେ ବିଶେଷ ଶିକ୍ଷାବିତ୍ ଙ୍କ ସହାୟତା ନେବେ ଏବଂ ଏପରି କରିବାକୁ ‘ଭିଡିଓଗ୍ରାଫ ‘ କରାଯିବ । ସ୍ଵାମୀ କିମ୍ବା ସ୍ତ୍ରୀ, ଫୌଜଦାରୀ ବିଚାର ଅଧିନରେ ଦେୱାନୀ ମୋକଦ୍ଦମାରେ ପକ୍ଷମାନେ ଏବଂ ସେମାନଙ୍କର ସ୍ତ୍ରୀ ଏବଂ ସ୍ଵାମୀମାନେ – ବ୍ୟକ୍ତିମାନଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ ଫୌଜଦାରୀ ବିଚାର ଅଧିନରେ : - ସମସ୍ତ ଦେୱାନୀ କାର୍ଯ୍ୟାନୁଷ୍ଠାନରେ ମୋକଦ୍ଦମାର ପକ୍ଷମାନେ ଏବଂ ମୋକଦ୍ଦମାର କୌଣସି ପକ୍ଷଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ , ଦକ୍ଷ ସାକ୍ଷୀ ହୋଇ ପାରିବେ । କୌଣସି ବ୍ୟକ୍ତି ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନରେ, ଏପରି ବ୍ୟକ୍ତିର ସ୍ଵାମୀ କିମ୍ବା ସ୍ତ୍ରୀ ଯଥାକ୍ରମେ ଦକ୍ଷ ସାକ୍ଷୀ ହୋଇପାରିବେ । ବିଚାରପତି ଏବଂ ମାଜିଷ୍ଟ୍ରେଟମାନେ କୌଣସି ବିଚାରପତି କିମ୍ବା ମାଜିଷ୍ଟ୍ରେଟ, ସେ ଅଧସ୍ତନ ଥିବା କୌଣସି ନ୍ୟାୟାଳୟଙ୍କର ବିଶେଷ ଆଦେଶ ବ୍ୟତୀତ , ଏପରି ବିଚାରପତି କିମ୍ବା ମାଜିଷ୍ଟ୍ରେଟ ଭାବେ, ନ୍ୟାୟାଳୟରେ ନିଜର କାର୍ଯ୍ୟକଳାପ ସଂବନ୍ଧରେ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରିବା ନିମନ୍ତେ ବାଧ୍ୟ କରାଯାଇ ପାରିବେ ନାହିଁ, କିମ୍ବା ଏପରି ବିଚାରପତି କିମ୍ବା ମାଜିଷ୍ଟ୍ରେଟ ଭାବେ ତାଙ୍କର ଜ୍ଞାନକୁ ବା ଗୋଚରାଥକୁ ଆସିଥିବା କୌଣସି ବିଷୟ ସଂବନ୍ଧରେ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରିବା ନିମନ୍ତେ ବାଧ୍ୟ କରାଯାଇ ପାରିବ ନାହିଁ ; ମାତ୍ର ଯେତେବେଳେ ସେ ଏପରି କାର୍ଯ୍ୟ କରୁଥିଲେ, ତାଙ୍କର ଉପସ୍ଥିତିରେ ଘଟିଥିବା ଯେକୌଣସି ବିଷୟ ଉପରେ ତାଙ୍କୁ ପରୀକ୍ଷା କରାଯାଇ ପାରେ । ଉଦାହରଣ ‘କ’ , କୌଣସି ସେସନ୍ସ ନ୍ୟାୟାଳୟରେ ତାଙ୍କର ବିଚାର ସମୟରେ କୁହନ୍ତି ଯେ, ‘ଖ’ ଙ୍କ ଦ୍ଵାରା , ଯେ କି ଜଣେ ମାଜିଷ୍ଟ୍ରେଟ ଅଟନ୍ତି , ତାଙ୍କର ଜମାନବନ୍ଦୀକୁ ଅନୁପଯୁକ୍ତ ଭାବେ ଗ୍ରହଣ କରାଯାଇଥିଲା , ସେପରି ସ୍ଥଳେ , କୌଣସି ଉଚ୍ଚତମ ନ୍ୟାୟାଳୟଙ୍କର ବିଶେଷ ଆଦେଶ ବିନା , ଏ ସଂବନ୍ଧରେ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରିବା ନିମନ୍ତେ , ‘ଖ’ଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ‘ଖ’ ନାମକ ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିବାରେ , ସେସନ୍ସ ନ୍ୟାୟାଳୟ ସମ୍ମୁଖରେ ‘କ’ ଅଭିଯୁକ୍ତ ଅଟନ୍ତି – ବରିଷ୍ଠ ନ୍ୟାୟାଳୟଙ୍କ ବିଶେଷ ଆଦେଶ ବ୍ୟତୀତ , ଜଣେ ‘କ’ କହିଲା , ତାହା ‘ଖ’ ଙ୍କୁ ପଚରାଯାଇ ପାରିବନାହିଁ । ‘ଖ’ ନାମକ କୌଣସି ସେସନ୍ସ ବିଚାରପତିଙ୍କ ସମ୍ମୁଖରେ ବିଚାର ସମୟରେ କୌଣସି ପୋଲିସ୍ ଉଚ୍ଚାକର୍ମଚାରୀଙ୍କୁ ହତ୍ୟା ନିମନ୍ତେ ଚେଷ୍ଟାରେ ‘କ’ ସେସନ୍ସ ନ୍ୟାୟାଳୟ ସମ୍ମୁଖରେ ଅଭିଯୁକ୍ତ ହୋଇଥିଲା – କଣ ଘଟିଲା, ସେ ସଂବନ୍ଧରେ ‘ଖ’ଙ୍କୁ ପରୀକ୍ଷା କରାଯାଇପାରେ । ବିବାହ ସମୟରେ ଆଦାନ ପ୍ରଦାନ କୌଣସି ବ୍ୟକ୍ତି ଯେ କି ବିବାହିତ ହୋଇଛନ୍ତି , ସେ ବିବାହ ସମୟରେ , ବିବାହ କରିଥିବା ବ୍ୟକ୍ତିଙ୍କ ଦ୍ଵାରା ଆଦାନ ପ୍ରଦାନ କରାଯାଇଥିବା କୌଣସି ବିଷୟକୁ ଉନ୍ମୋଚନ କରିବା ନିମନ୍ତେ , ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ , କିମ୍ବା ଏପରି ଆଦାନ ପ୍ରଦାନକୁ ଏହା ପ୍ରଦାନ ଉନ୍ମୋଚନ କରିବା ନିମନ୍ତେ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ , ଏପରି ଆଦାନ ପ୍ରଦାନକୁ ଉନ୍ମୋଚନ କରିବା ନିମନ୍ତେ ତାଙ୍କୁ ଅନୁମତି ଦିଆଯାଇ ପାରିବନାହିଁ , ଯଦି , ଯେଉଁ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯାଇଥାଏ କିମ୍ବା ସ୍ଵାର୍ଥ ବହନ କରୁଥିବା ତାଙ୍କର କୌଣସି ପ୍ରତିନିଧି , ଏଠି ନିମନ୍ତେ ସମ୍ମତି ପ୍ରଦାନ ନ କରନ୍ତି , କେବଳ ମାତ୍ର ବିବାହିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୋକଦ୍ଦମାରେ କିମ୍ବା କାର୍ଯ୍ୟାନୁଷ୍ଠାନରେ , ଯେଉଁଥିରେ ଜଣେ ବିବାହିତ ବ୍ୟକ୍ତି ଅନ୍ୟ ବ୍ୟକ୍ତି ବିରୁଦ୍ଧରେ ସଂଗଠିତ କୌଣସି ଅପରାଧନିମନ୍ତେ ମୋକଦ୍ଦମାରେ ଅନ୍ତର୍ଭୁକ୍ତ ହୋଇଥାଆନ୍ତି । ରାଜ୍ୟର ବ୍ୟବସ୍ଥା ସଂବନ୍ଧରେ ସାକ୍ଷ୍ୟ ସଂପୃକ୍ତ ବିଭାଗର ମୁଖ୍ୟ କିମ୍ବା କାର୍ଯ୍ୟାଳୟର ମୁଖ୍ୟଙ୍କ ଅନୁମତି ବ୍ୟତୀତ , ବନ୍ଦୋବସ୍ତ ସଂବନ୍ଧରେ ପ୍ରକାଶିତ କାର୍ଯ୍ୟାଳୟ ନଥିରୁ ପ୍ରାପ୍ତ କୌଣସି ସାକ୍ଷ୍ୟ ପ୍ରଦାନ ନିମନ୍ତେ କୌଣସି ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ । କାର୍ଯ୍ୟାଳୟ ଆଦାନ ପ୍ରଦାନ ଯେତେବେଳେ ସେ ବିବେଚନା କରନ୍ତି ଯେ, ସର୍ବସାଧାରଣ ସ୍ଵାର୍ଥ ଏପରି ପରିପ୍ରକାଶ ବା ଉନ୍ମୋଚନଦ୍ଵାରା ବ୍ୟାହାତ ହେବ , ସେପରି ସ୍ଥଳେ, କାର୍ଯ୍ୟାଳୟ ବିଶ୍ଵାସରେ ତାଙ୍କ ସହିତ କରାଯାଇଥିବା ଆଦାନ ପ୍ରଦାନକୁ ଉନ୍ମୋଚନ କରିବା ନିମନ୍ତେ କୌଣସି ସର୍ବସାଧାରଣ ଉଚ୍ଚକର୍ମଚାରୀଙ୍କ ବାଧ୍ୟ କରାଯାଇ ପାରିବ ନାହିଁ । ଅପରାଧ ଗୁଡିକର ସଂଗଠନ ତଥ୍ୟ କୌଣସି ଅପରାଧର ସଂଗଠନ ସଂବନ୍ଧରେ କୌଣସି ତଥ୍ୟ କେଉଁଠାରୁ ସେ ପାଇଲେ , ତାହା କହିବା ନିମନ୍ତେ , କୌଣସି ମାଜିଷ୍ଟ୍ରେଟ କିମ୍ବା ପୋଲିସ୍ ଉଚ୍ଚକର୍ମଚାରୀଙ୍କୁ ଏହା କହିବା ନିମନ୍ତେ ବାଧ୍ୟ କରାଯାଇ ପାରିବନାହିଁ , ଏବଂ କୌଣସି ରାଜସ୍ୱ ଉଚ୍ଚକର୍ମଚାରୀଙ୍କୁ ଏହା କହିବା ନିମନ୍ତେ ବାଧ୍ୟ କରାଯାଇ ପାରିବନାହିଁ ଯେ, ସର୍ବସାଧାରଣ ରାଜସ୍ୱ ବିରୁଦ୍ଧରେ କୌଣସି ଅପରାଧ ସଂଗଠନ ସଂବନ୍ଧରେ କୌଣସି ତଥ୍ୟ ସେ କେଉଁଠାରୁ ପାଇଲେ । ସ୍ପଷ୍ଟିକରଣ ଏହି ଦଫାରେ ‘ରାଜସ୍ୱ ଉଚ୍ଚକର୍ମଚାରୀ’ ଅର୍ଥ ସର୍ବସାଧାରଣ ରାଜସ୍ୱର କୌଣସି ଶାଖାରେ ନିଯୁକ୍ତି କୌଣସି ଉଚ୍ଚକର୍ମଚାରୀ । ବୃତ୍ତିଗତ ଆଦାନ ପ୍ରଦାନ ତାଙ୍କର ମହକିଲଙ୍କର ସ୍ପଷ୍ଟ ସମ୍ମତି ବିନା କୌଣସି ବାରିଷ୍ଟର , ଆଟର୍ଣ୍ଣି ପ୍ଳିଡର କିମ୍ବା ଓକିଲ , କୌଣସି ସମୟରେ , ତାଙ୍କର ଏପରି ନିଯୁକ୍ତି ଉଦ୍ଦେଶ୍ୟରେ କୌଣସି ଆଦାନ ପ୍ରଦାନକୁ ଉନ୍ମୋଚନ କରିବା ନିମନ୍ତେ ଅନୁମୋଦିତ ହେବେ ନାହିଁ କିମ୍ବା ତାଙ୍କର ବୃତ୍ତିଗତ ନିଯୁକ୍ତି ଉଦ୍ଦେଶ୍ୟରେ କିମ୍ବା କର୍ତ୍ତବ୍ୟ ନିମନ୍ତେ ଅନୁମୋଦିତ ହେବେ ନାହିଁ କିମ୍ବା ତାଙ୍କର ବୃତ୍ତିଗତ ନିଯୁକ୍ତି ଉଦ୍ଦେଶ୍ୟରେ କିମ୍ବା କର୍ତ୍ତବ୍ୟ ସମୟରେ ପରିଚିତ ହୋଇଥିବା କୌଣସି ଦଲିଲ୍ ର ବିଷୟବସ୍ତୁ ସଂବନ୍ଧରେ କିମ୍ବା ଏହାର ସର୍ତ୍ତାବଳୀ ସଂବନ୍ଧରେ ବିଷୟବସ୍ତୁକୁ ବର୍ଣ୍ଣନା କରିବା ନିମନ୍ତେ ଅନୁମୋଦିତ ହେବେ ନାହିଁ , କିମ୍ବା ଏପରି ନିଯୁକ୍ତି ଉଦ୍ଦେଶ୍ୟରେ ଏବଂ କର୍ତ୍ତବ୍ୟ ସମୟରେ ତାଙ୍କ ଦ୍ଵାରା ତାଙ୍କର ମହକିଲଙ୍କୁ ପ୍ରଦାନ କରିଥିବା ଉପଦେଶ ସଂବନ୍ଧରେ କୌଣସି ବିଷୟ ଉନ୍ମୋଚନ କରିବା ନିମନ୍ତେ ଅନୁମୋଦିତ ହେବେ ନାହିଁ । ଉଲ୍ଲେଖଥାଉ ଯେ, ଏହି ଦଫାର କୌଣସି ବ୍ୟବସ୍ଥା, ଉନ୍ମୋଚନରୁ ସୁରକ୍ଷିତ ରଖିବ ନାହିଁ - କୌଣସି [ଅବୈଧ] ଉଦ୍ଦେଶ୍ୟର ଅଗ୍ରଗତି ନିମନ୍ତେ ପ୍ରଦାନ କରାଯାଇଥିବା ଏପରି କୌଣସି ଆଦାନପ୍ରଦାନ ; ଏପରି ନିଯୁକ୍ତି ସମୟରେ , ଏପରି ବାରିଷ୍ଟର , ପ୍ଲିଡର ଆଟର୍ଣ୍ଣି , ଓକିଲଙ୍କ ଦ୍ଵାରା ଲେଖାଯାଇଥିବା କୌଣସି ବିଷୟ , ଯାହା ତାଙ୍କର ନିଯୁକ୍ତିର ପ୍ରାରମ୍ଭରୁ ସଂଗଠିତ କରାଯାଇଥିବା କୌଣସି ଅପରାଧ କିମ୍ବା ଚଞ୍ଚକତା ଦର୍ଶାଏ । ଏହା ଅନୁପାଦେୟ ଅଟେ ଯେ, ତାଙ୍କର ମହକିଲଙ୍କ ଦ୍ଵାରା କିମ୍ବା ମହକିଲଙ୍କ ତରଫରୁ , ଏପରି ବିଷୟପ୍ରତି ଏପରି ବାରିଷ୍ଟର [ପ୍ଲିଡର] ଆଟର୍ଣ୍ଣି କିମ୍ବା ଓକିଲଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି କି ନାହିଁ । ସ୍ପଷ୍ଟିକରଣ ଏପରି ନିଯୁକ୍ତି ରହିତ ହେବାପରେ , ଏହି ଦଫାରେ ବର୍ଣ୍ଣିତ ଦାୟିତ୍ଵ , ରହେ । ଉଦାହରଣ ‘କ’ ନାମକ ଜଣେ ମହାକିଲ ‘ଖ’ ନାମକ ଜଣେ ଆଟର୍ଣ୍ଣିଙ୍କୁ କହେ – ମୁଁ ଜାଲକରଣ କରିଛି ଏବଂ ମୁଁ ଆଶା କରୁଛି ଯେ, ତୁମ୍ଭେ ମୋର ପ୍ରତିରକ୍ଷା କରିବ । ଯେହେତୁ , ଦୋଷଥିବା କୌଣସି ବ୍ୟକ୍ତିର ପ୍ରତିରକ୍ଷା , କୌଣସି ଫୌଜଦାରୀ ଉଦ୍ଦେଶ୍ୟ ନୁହେଁ, ଏହି ଆଦାନ ପ୍ରଦାନ, ଉନ୍ମୋଚନରୁ ସୁରକ୍ଷିତ ଅଟେ । ‘କ’ ନାମକ ଜଣେ ମହକିଲ ‘ଖ’ ନାମକ ଜଣେ ଆଟର୍ଣ୍ଣିକୁ କୁହନ୍ତି – କୌଣସି ଜାଲ୍ ଦଲିଲ୍ ବ୍ୟବହାର କରି ଏବଂ ତାହା ଉପରେ ମୋକଦ୍ଦମା କରି, ସମ୍ପତ୍ତିର ଦଖଲ ଗ୍ରହଣ କରିବା ନିମନ୍ତେ ମୁଁ ଇଚ୍ଛା ପ୍ରକାଶ କରୁଛି । ଏହି ଆଦାନ ପ୍ରଦାନ , କୌଣସି ଫୌଜଦାରୀ ଉଦ୍ଦେଶ୍ୟରେ ଅଗ୍ରଗତି ନିମନ୍ତେ କରାଯାଉଥିବାରୁ , ଉନ୍ମୋଚନରୁ ସୁରକ୍ଷିତ ନୁହେଁ । ଅର୍ଥ ଆତ୍ମସାତ ସହିତ ‘କ’ ଅଭିଯୁକ୍ତ ହୋଇଥିଲା । ସେ ‘ଖ’ ନାମକ ଜଣେ ଆଟର୍ଣ୍ଣିଙ୍କୁ ତାଙ୍କୁ ପ୍ରତିରକ୍ଷା କରିବା ନିମନ୍ତେ ରଖିଥିଲା । କାର୍ଯ୍ୟାନୁଷ୍ଠାନ ସମୟରେ ‘ଖ’ ଉଲ୍ଲେଖ କରେ ଯେ, ‘କ’ ର ହିସାବ ପୁସ୍ତିକାରେ ଏକ ଅନ୍ତର୍ଭୂକ୍ତିକରଣ କରାଯାଇଛି, ଯାହାକି ଆତ୍ମସାତ ଅର୍ଥ ରାଶି ଉପରେ ‘କ’ କୁ ଅଭିଯୁକ୍ତ କରାଯାଇଛି , ଯେଉଁ ଅନ୍ତର୍ଭୁକ୍ତିକରଣ, ତାର ନିଯୁକ୍ତ ସମୟରେ, ସେହି ପୁସ୍ତିକାରେ ନଥିଲା । ତାର ନିଯୁକ୍ତି ସମୟରେ , ‘ଖ’ ଦ୍ଵାରା ଏପରି ବିଷୟ ଉଲ୍ଲେଖ କରାଯାଇଥିବାରୁ ଯାହା ଦର୍ଶାଏ ଯେ, କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭରୁ କୌଣସି ଚଞ୍ଚକତା ସଂଗଠନ କରାଯାଇଥିବାରୁ , ଏହା ଉନ୍ମୋଚନରୁ ସୁରକ୍ଷିତ ନୁହେଁ । ବ୍ୟାଖ୍ୟାକାରୀ ଇତ୍ୟାଦିଙ୍କ ପ୍ରତି, ଦଫା ୧୨୬ ପ୍ରୟୋଗନୀୟ ହେବ ଦଫା ୧୨୬ର ବ୍ୟବସ୍ଥାବଳୀ, ବ୍ୟାଖ୍ୟାକାରୀ ଏବଂ କିରାଣୀ କିମ୍ବା ବାରିଷ୍ଟର, ପ୍ଲିଡର ଆଟର୍ଣ୍ଣି ଏବଂ ଓକିଲମାନଙ୍କର ଭୃତ୍ୟ ବା ସେବକମାନଙ୍କ ପ୍ରତି ପ୍ରୟୋଗନୀୟ ହେବ । ସ୍ଵେଚ୍ଛାକୃତ ଭାବେ ସୁବିଧା ବା ସୁଯୋଗକୁ ପରିହାର କରାଯାଇପାରିବ ନାହିଁ ସ୍ଵେଚ୍ଛାକୃତ ଭାବେ ସାକ୍ଷ୍ୟପ୍ରଦାନ କରିବା ଦ୍ଵାରା ସୁବିଧା ବା ସୁଯୋଗକୁ ପରିହାର କରାଯାଇପାରିବ ନାହିଁ - ଯଦି କୌଣସି ମୋକଦ୍ଦମାରେ , କୌଣସି ପକ୍ଷ ନିଜ ଇଚ୍ଛାନୁସାରେ କିମ୍ବା ଅନ୍ୟଥା ସାକ୍ଷ୍ୟ ପ୍ରଦାନ କରନ୍ତି , ତାହେଲେ ସେ ଦଫା ୧୨୬ରେ ଯେପରି ଉଲ୍ଲେଖ କରାଯାଇଛି , ସେହି ଅନୁଯାୟୀ ଏପରି ଉନ୍ମୋଚନ ନିମନ୍ତେ ସମ୍ମତି ପ୍ରଦାନ କରି ନାହାଁନ୍ତି ବୋଲି ଧରାଯିବ ଏବଂ ଯଦି କୌଣସି ମୋକଦ୍ଦମାରେ କିମ୍ବା କାର୍ଯ୍ୟାନୁଷ୍ଠାନରେ କୌଣସି ପକ୍ଷ ଏପରି ବାରିଷ୍ଟର , [ପ୍ଲିଡର] ଆଟର୍ଣ୍ଣି କିମ୍ବା ଓକିଲଙ୍କୁ କୌଣସି ସାକ୍ଷୀ ଭାବେ ଆହ୍ଵାନ କରନ୍ତି , ତାହାହେଲେ ସେ ଏପରି ଉନ୍ମୋଚନ ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଧରାଯିବ , କେବଳ ଯଦି ସେ ଏପରି ବାରିଷ୍ଟର , ଆଟର୍ଣ୍ଣି କିମ୍ବା ଓକିଲଙ୍କୁ ସେହି ବିଷୟ ଗୁଡିକ ଉପରେ ପ୍ରଶ୍ନ ପଚାରନ୍ତି ଯାହାକି , ଏପରି ପ୍ରଶ୍ନ ଯୋଗୁଁ , ସେ ଏହା ଉନ୍ମୋଚନ କରିବା ନିମନ୍ତେ ସ୍ଵାଧୀନ ହୋଇ ନଥାଆନ୍ତେ । ଆଇନଗତ ପରାମର୍ଶ ଦାତାଙ୍କ ସହ ଗୁପ୍ତା ଆଦାନ ପ୍ରଦାନ କୌଣସି ବ୍ୟକ୍ତିଙ୍କୁ ନ୍ୟାୟାଳୟରେ , ତାଙ୍କ ତଥା ତାଙ୍କର ବୃତ୍ତିଗତ ଆଇନ୍ ପରାମର୍ଶ ଦାତାଙ୍କ ମଧ୍ୟରେ ହୋଇଥିବା କୌଣସି ଗୁପ୍ତ ଆଦାନ ପ୍ରଦାନ ଉନ୍ମୋଚନ କରିବା ନିମନ୍ତେ ବାଧ୍ୟ କରାଯାଇ ପାରିବନାହିଁ , ଯଦି ସେ ନିଜକୁ ଜଣେ ସାକ୍ଷୀ ଭାବେ ଅର୍ପଣ ନ କରନ୍ତି , ଯେଉଁ କ୍ଷେତ୍ରରେ ତାଙ୍କୁ ଏପରି ଆଦାନ ପ୍ରଦାନ ଉନ୍ମୋଚନ କରିବା ନିମନ୍ତେ ବାଧ୍ୟ କରାଯାଇପାରେ , ଯାହାକି ସେ ପ୍ରଦାନ କରିଥିବା ସାକ୍ଷ୍ୟକୁ ସ୍ପଷ୍ଟ କରିବା ନିମନ୍ତେ ଆବଶ୍ୟକ ବୋଲି , ନ୍ୟାୟାଳୟଙ୍କୁ ପ୍ରତୀତ ହୁଏ , ମାତ୍ର ଅନ୍ୟଥା ନୁହେଁ । କୌଣସି ପକ୍ଷ ନଥିବା ସାକ୍ଷୀର ଅଧିକାର – ଦଲିଲ୍ ର ଉପସ୍ଥାପନ କୌଣସି ସାକ୍ଷୀ ଯେ କି, କୌଣସି ମୋକଦ୍ଦମାରେ ଜଣେ ପକ୍ଷ ନୁହଁନ୍ତି, ତାଙ୍କୁ କୌଣସି ସମ୍ପତ୍ତିର ଅଧିକାର ଦଲିଲ ଉପସ୍ଥାପନ କରିବା ନିମନ୍ତେ ବାଧ୍ୟ କରାଯାଇ ପାରିବ ନାହିଁ, କିମ୍ବା କୌଣସି ଦଲିଲ ଯାହା ବଳରେ ସେ କୌଣସି ସମ୍ପତ୍ତିକୁ ବନ୍ଧକ ଗ୍ରହୀତା ଭାବେ ଧାରଣ କରିଥାଆନ୍ତି, କିମ୍ବା କୌଣସି ଦଲିଲ୍ , ଯାହାର ଉପସ୍ଥାପନ ତାଙ୍କୁ ଦୋଷମୁକ୍ତ କରିବ, ଯଦି ସେ ଏପରି ଦଲିଲ, ଯାହାର ଉପସ୍ଥାପନ ଚାହୁଁଥିବା ୟକତି ନିକଟରେ ତାହା ଉପସ୍ଥାପନ କରିବା ନିମନ୍ତେ ଲିଖିତଭାବେ ସମ୍ମତ ହୋଇ ନଥାଆନ୍ତି, କିମ୍ବା କୌଣସି ବ୍ୟକ୍ତି ଯାହାଙ୍କ ଜରିଆରେ ସେ ଦାବୀ କରନ୍ତି । ଦଲିଲ ଉପସ୍ଥାପନ ଯାହାକି, ଦଖଲରେ ଥିବା ଅନ୍ୟ ବ୍ୟକ୍ତି ଉପସ୍ଥାପନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରିଥାଆନ୍ତେ - ଦଲିଲ କିମ୍ବା ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିର ଉପସ୍ଥାପନା , ଯାହାକାୟ ଦଖଲରେ ଥିବା ଅନ୍ୟ କୌଣସି ଉପସ୍ଥାପନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରିଥାଆନ୍ତେ ; ତାଙ୍କ ଦଖଲରେ ଥିବା ଦଲିଲ କିମ୍ବା ନିୟନ୍ତ୍ରଣରେ ଥିବା ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିକୁ , ଉପସ୍ଥାପନ କରିବା ନିମନ୍ତେ କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିନ, ଯାହାକୁ ଅନ୍ୟ କୌଣସି ବ୍ୟକ୍ତି, ଉପସ୍ଥାପନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରିବାକୁ ହକ୍ ଦାର ହୋଇଥାଆନ୍ତେ, ଯଦି ତାହା ତାଙ୍କର ଦଖଲରେ କିମ୍ବା ନିୟନ୍ତ୍ରଣରେ ଥାଆନ୍ତା, ଯଦି ଏପରି ଶେଷ – ଉଲେଖିତ ବ୍ୟକ୍ତି , ସେଗୁଡିକର ଉପସ୍ଥାପନ ନିମନ୍ତେ ସମ୍ମତି ପ୍ରଦାନ କରେ । ] ଉତ୍ତର ପ୍ରଦାନ କରିବାରୁ କୌଣସି ସାକ୍ଷୀଙ୍କୁ କ୍ଷମଣୀୟ କରାଯିବ ନାହିଁ, ଏହି କାରଣ ଯୋଗୁଁ ଯେ ଏପରି ଉତ୍ତର ତାଙ୍କୁ ଦୋଷମୁକ୍ତ କରିବ - କୌଣସି ମୋକଦ୍ଦମାରେ କିମ୍ବା କୌଣସି ଦେୱାନୀ କିମ୍ବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନରେ ପ୍ରଶ୍ନଗତ ବିଷୟ ଉପରେ ଉପାଦେୟ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରିବାରେ କୌଣସି ସାକ୍ଷୀଙ୍କୁ କ୍ଷମଣୀୟ କରାଯାଇପାରିବ ନାହିଁ , ଏହି କାରଣ ଯୋଗୁଁ ଯେ, ଏପରି ପ୍ରଶ୍ନର ଉତ୍ତର ତାଙ୍କୁ ଦୋଷମୁକ୍ତ କରିବ କିମ୍ବା ଏପରି ସାକ୍ଷୀଙ୍କୁ ପ୍ରତ୍ୟକ୍ଷ ଭାବେ କିମ୍ବା ପରୋକ୍ଷ ଭାବେ ଦୋଷମୁକ୍ତ କରିବ କିମ୍ବା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ତାଙ୍କୁ କୌଣସି ଜୋରିମାନା କିମ୍ବା କୌଣସି ପ୍ରକାର ବ୍ୟାଜ୍ୟାପ୍ତିରେ ଅନ୍ତର୍ଭୁକ୍ତ କରିବ । ଉଲ୍ଲେଖ ଥାଉ ଯେ, ଏପରି କୌଣସି ଉତ୍ତର , ଯାହାକି କୌଣସି ସାକ୍ଷୀଙ୍କୁ ପ୍ରଦାନ କରିବା ନିମନ୍ତେ ବାଧ୍ୟକରାଯାଏ, ତାହା ତାଙ୍କୁ କୌଣସି ଗିରଫ କିମ୍ବା ମୋକଦ୍ଦମାର ନିୟନ୍ତ୍ରଣାଧୀନ କରିବ ନାହିଁ କିମ୍ବା ଏପରି ଉତ୍ତର ଦ୍ଵାରା ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିବା ଯୋଗୁଁ ,ମୋକଦ୍ଦମା ବ୍ୟତୀତ ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ କାର୍ଯ୍ୟାନୁଷ୍ଠାନରେ ପ୍ରମାଣିତ କରାଯିବ ନାହିଁ । ସହ ଅପରାଧି ଜଣେ ସହ – ଅପରାଧି କୌଣସି ଅପରାଧି ବ୍ୟକ୍ତି ବିରୁଦ୍ଧରେ ଜଣେ ଦକ୍ଷ ସାକ୍ଷୀ ହେବ , ଏବଂ କୌଣସି ଦୋଷୀ ସାବ୍ୟସ୍ତତା ଅବୈଧ ନୁହେଁ , କେବଳ ଏହି କାରଣ ଯୋଗୁ , ଯଦି ଏହା କୌଣସି ସହ ଅପରାଧିର ଅସମର୍ଥିତ ସାକ୍ଷ୍ୟରୁ ଉଦ୍ରେକ ହୋଇଥାଏ । ଟିପ୍ପଣୀ କେତେବେଳେ ସହ – ଅପରାଧି ଭାବେ ଆଖ୍ୟାୟୀତ କରାଯାଇ ପାରିବ ନାହିଁ – ସହ - ଅପରାଧି – କିଏ ? ହତ୍ୟାର ଅପରାଧ – ମୃତ୍ୟୁ ଭୟ ଅଧିନରେ , ତାର ମାଲିକଙ୍କ ଉପଦେଶ ଅନୁଯାୟୀ , ଶ୍ରମିକ ଶ୍ରେଣୀୟ ଅଶିକ୍ଷିତ ଗାଉଁଲି ବ୍ୟକ୍ତି କାର୍ଯ୍ୟ କରିଥିଲା – କେତେକ ସମୟ ପର୍ଯ୍ୟନ୍ତ , ତାର ମାଲିକଙ୍କ ଦ୍ଵାରା ଅପରାଧ ସଂଗଠନକୁ ଉନ୍ମୋଚନ କରାଯାଇଥିଲା – ତାପରେ , ତାହା ତଥ୍ୟ ପ୍ରଦାନକାରୀ , ପୋଲିସ୍ ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା – ଏପରି କୌଣସି ବ୍ୟକ୍ତିଙ୍କୁ , ଅପରାଧରେ ସକ୍ରିୟ ଅଂଶ ଗ୍ରହଣକାରୀ ବୋଲି କୁହାଯାଇପାରିବ ନାହିଁ – ତାଙ୍କୁ ଜଣେ ସହ – ଅପରାଧି ଭାବେ ଆଖ୍ୟାୟୀତ କରାଯାଇ ପାରିବ ନାହିଁ – ସୁଭାଷ ଚନ୍ଦ୍ର ପଣ୍ଡା ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର – ୨୦୦୧ କ୍ରିମିନାଲ ‘ଲ’ ଜର୍ଣ୍ଣାଲ - ୪୧୦୮ ; ୨୦୦୧ (୪) କ୍ରୟମ୍ସ – ୩୬୭ । ସହ ଅପରାଧି – ମୋକଦ୍ଦମାକାରୀ ସାକ୍ଷୀ ନଂ – ୧୪ , ଯେକି କେବଳ ଜଣେ ନୀରବ ଦ୍ରଷ୍ଟା ଥିଲେ ଘଟଣାସ୍ଥଳୀକୁ ଅଗ୍ରସର ହୋଇଥିଲେ ଏବଂ ଯେହେତୁ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା କିମ୍ବା ସେ ଅପରାଧରେ ଅଂଶଗ୍ରହଣ କରି ନଥିଲେ , ତାଙ୍କୁ ଜଣେ ସହ ଅପରାଧିଭାବେ ବିବେଚନା କରାଯିବ ନାହିଁ - ୯୩ ସିଏଲ୍ ଟି (୨୦୦୨) -୧୩୮ । ସାକ୍ଷୀମାନଙ୍କର ସଂଖ୍ୟା କୌଣସି ବିଷୟରେ ପ୍ରମାଣ ନିମନ୍ତେ , କୌଣସି ମୋକଦ୍ଦମାରେ , କୌଣସି ନିର୍ଦ୍ଧିଷ୍ଟ ସଂଖ୍ୟକ ସାକ୍ଷୀଙ୍କର ଆବଶ୍ୟକତା ନାହିଁ । ଟିପ୍ପଣୀ କୌଣସି ଏକମାତ୍ର ପ୍ରତ୍ୟକ୍ଷଦର୍ଶୀର ଚାକ୍ଷୁସ ବିବରଣୀ – ଉପାଦେୟ ସାକ୍ଷୀଙ୍କୁ ପରୀକ୍ଷା ନ କରାଯିବା – ଦର୍ଶାଇଥିଲା ଯେ, କୌଣସି ବିଷୟରେ ପ୍ରମାଣ ନିମନ୍ତେ , କୌଣସି ନିର୍ଦ୍ଧିଷ୍ଟ ସଂଖ୍ୟକ ଆବଶ୍ୟକତା ନାହିଁ - କୌଣସି ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କର ଚାକ୍ଷୁସ – ବିବରଣୀକୁ ଯାଞ୍ଚ ଜରିଆରେ , ନ୍ୟାୟାଳୟ ତାହା ଗ୍ରହଣ କରିପାରନ୍ତି – ଟିଟୁ ଓରଫ ବିଶ୍ଵଜିତ ପଟ୍ଟନାୟକ ବନାମ୍ ଓଡିଶା ରାଜ୍ୟ ସରକାର - (୧୯୯୯) ୧୭ ଓସିଆର୍ - ୫୬୪ । ଦୋଷୀ ସାବ୍ୟସ୍ତତାର ଭିତ୍ତି – ଏକମାତ୍ର ସାକ୍ଷୀ – ବିବରଣୀ – ବିଶ୍ଵସନୀୟତା ଭଙ୍ଗ କରାଯାଇ ନଥିଲା – ତାହା , ଦୋଷୀ ସାବ୍ୟସ୍ତତାର ଭିତ୍ତି ଗଠନ କରିପାରେ – ରାତିଆ ଓରଫ ଦଣ୍ଡାମୁଣ୍ଡା ବନାମ୍ ରାଜ୍ୟ ସରକାର – ୧୯୯୭ (୨) ଓଏଲ୍ଆର୍ – ୪୩୬ ; ୮୫ (୧୯୯୮) ସିଏଲ୍ଟି – ୪୧୬ । ସାକ୍ଷ୍ୟକୁ ଓଜନ କରାଯିବ - ନ୍ୟାୟାଳୟ ବହୁ ସଂଖ୍ୟକ ସାକ୍ଷୀଙ୍କ ଉପରେ ଜୋର୍ ଦେବା ଉଚିତ ନୁହେଁ – ସାକ୍ଷ୍ୟକୁ ଓଜନ କରାଯିବ ଏବଂ ଗଣନା କରାଯିବ ନାହିଁ - ରାତିଆ ଓରଫ ଦଣ୍ଡାମୁଣ୍ଡା ବନାମ୍ ରାଜ୍ୟ ସରକାର – ୧୯୯୭ (୨) ଓଏଲ୍ଆର୍ – ୪୩୬ ; ୮୫ (୧୯୯୮) ସିଏଲ୍ଟି – ୪୧୬ । ସାକ୍ଷ୍ୟ ବିବେଚନା କରିବାର ନୀତି : ଫୌଜଦାରୀ ବିଚାର – ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୦୨ ଏବଂ ୨୦୧ ଅନୁଯାୟୀ ଅପରାଧ – ଏକମାତ୍ର ପ୍ରତ୍ୟକ୍ଷଦର୍ଶୀର ସାକ୍ଷ୍ୟ ଏବଂ ଅନ୍ୟ ଜଣକ ସମ୍ମୁଖରେ ପ୍ରଦାନ କରାଯାଇଥିବା ଅତିରିକ୍ତ ସାକ୍ଷ୍ୟ ଭିତ୍ତିରେ , ଦୋଷୀ ସାବ୍ୟସ୍ତତାକୁ ପର୍ଯ୍ୟବେସିତ କରାଯାଇଥିଲା – ଏକମାତ୍ର ସାକ୍ଷୀର ସାକ୍ଷୀ ଉପରେ ଭିତ୍ତିକରି , ଦୋଷୀ ସାବ୍ୟସ୍ତତା କରାଯାଇପାରେ , ଯଦି ସେ ସଂପୂର୍ଣ୍ଣ ଭାବେ ବିଶ୍ଵସନୀୟ ହୋଇଥାଏ ଏବଂ ସତ୍ୟ କୁହେ – କୌଣସି ବିଷୟର ପ୍ରମାଣ ନିମନ୍ତେ , କୌଣସି ନିର୍ଦ୍ଧିଷ୍ଟ ସଂଖ୍ୟକ ସାକ୍ଷୀଙ୍କର ଆବଶ୍ୟକତା ନାହିଁ – ସାକ୍ଷ୍ୟକୁ ଓଜନ କରାଯିବ ଏବଂ ଗଣନା କରାଯିବ ନାହିଁ – ଇଂରେଜ ଆଇନ୍ ରୁ ପାର୍ଥକ୍ୟତାକୁ ସୂଚୀତ କରାଯାଇଛି – ନ୍ୟାୟାଳୟକ କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି - ଏହି ଆଇନ୍ ର ସ୍ଥିତି ପଛରେ ନ୍ୟାୟିକ ନୀତିକୁ ସୂଚୀତ କରାଯାଇଛି - ସେହି ସାକ୍ଷୀର ସାକ୍ଷ୍ୟ , ଯାହା ସମ୍ମୁଖରେ ଅତିରିକ୍ତ ବୈଚାରିକ ସ୍ଵୀକାରୋକ୍ତି ପ୍ରଦାନ କରାଯାଇଥିଲା , ତାହା ମଧ୍ୟ ଗ୍ରହଣୀୟ ଅଟେ – ସାକ୍ଷ୍ୟର ବିବେଚନା ନୀତିକୁ ଉଲ୍ଲେଖ କରାଯାଇଛି – ରାତିଆ ଓରଫ ଦଣ୍ଡାମୁଣ୍ଡା ବନାମ୍ ରାଜ୍ୟ ସରକାର - ୧୯୯୭ (୨) ଓଏଲ୍ଆର୍ – ୪୩୬; (୧୯୯୭) ୧୩ ଓସିଆର୍ – ୫୫୫ । ଦଫା ୧୩୪ – ସାକ୍ଷ୍ୟକୁ ଓଜନ କରାଯିବ ଏବଂ ଗଣନା କରାଯିବ ନାହିଁ । ଏହା କେବଳ ସାକ୍ଷୀର ବିଶ୍ଵସନୀୟତା /ସତ୍ୟତା ଏବଂ ଏହାର ଗଣନା ନୁହେଁ ଯାହାକି ସାକ୍ଷ୍ୟର ଯଥେଷ୍ଟତାକୁ ନିର୍ଣ୍ଣୟ କରିଥାଏ । ଗୁଲାମ ସରକାର , ବନାମ ବିହାର ରାଜ୍ୟ (ବର୍ତ୍ତମାନ ଝାଡଖଣ୍ଡ) (୨୦୧୩) ୫୪. ଓସିଆର୍ (ଏସ୍.ସି) ୮୮୧ । ସାକ୍ଷ୍ୟକୁ ଓଜନ କରାଯିବ : - ଏକମାତ୍ର ସାକ୍ଷୀର ସାକ୍ଷ୍ୟ ଭିତ୍ତିରେ ଦୋଷୀ ସାବ୍ୟସ୍ତତା - ଯଦି ଏପରି ସାକ୍ଷ୍ୟ ବିଶ୍ଵସନୀୟ , ସ୍ପଷ୍ଟ ଏବଂ ବିଶ୍ଵାସଯୋଗ୍ୟ ହୋଇଥାଏ , ତାହେଲେ ଦୋଷୀ ସାବ୍ୟସ୍ତତା କାଏମ ରଖାଯାଇପାରେ – ସାକ୍ଷାକୁ ଓଜନ କରାଯିବ ଏବଂ ସାକ୍ଷୀମାନଙ୍କର ସଂଖ୍ୟାକୁ ଗଣନା କରାଯିବ ନାହିଁ – ବେଟାସୁକା ବନାମ୍ ରାଜ୍ୟ ସରକାର - (୧୯୯୭) ୧୩ ଓସିଆର୍ – ୧୨୦; ୮୪ (୧୯୯୭) ସିଏଲ୍ ଟି - ୩୨୯ । ନିର୍ଦ୍ଧିଷ୍ଟ ସଂଖ୍ୟକ ସାକ୍ଷୀ – ସାକ୍ଷ୍ୟର ବିବେଚନା – ମୃତକର ସମ୍ପର୍କୀୟଙ୍କ ସଖ୍ୟ – ସ୍ପଷ୍ଟ ଏବଂ ବିଶ୍ଵସନୀୟ ଦେଖାଯିବା ନିମନ୍ତେ ଯତ୍ନର ସହ ପରୀକ୍ଷା କରାଯିବା ଉଚିତ୍ – କୌଣସି ମୋକଦ୍ଦମାକୁ ପ୍ରମାଣିତ କରିବା ନିମନ୍ତେ , ନିର୍ଦ୍ଧିଷ୍ଟ ସଂଖ୍ୟକ ସାକ୍ଷୀ ଆବଶ୍ୟକ ନୁହେଁ - ମଙ୍ଗତି କୁମାରୁଣି ବନାମ୍ ରାଜ୍ୟ ସରକାର – (୧୯୯୭) ୧୩ ଓସିଆର୍ – ୬୮ । ଦଫା ୧୩୪ – ଯାହା ମୁଖ୍ୟ ତାହା ସାକ୍ଷୀମାନଙ୍କର ସଂଖ୍ୟାନୁହେଁ କିନ୍ତୁ ସେମାନଙ୍କର ସାକ୍ଷ୍ୟର ବିଶ୍ଵସନୀୟତା ଏବଂ ସତ୍ୟତା । ଆର୍ . ସାଜୀ ବନାମ୍ କେରଳ ରାଜ୍ୟ : (୨୦୧୩) ୫୪ . ଓସିଆର୍ (ଏସ୍.ସି) ୯୭୪ । ଦୁଇଜଣ ବିଶ୍ଵସନୀୟ ସାକ୍ଷୀ – ଅବୈଧ ସମ୍ମିଳନୀର ଚିହ୍ନଟ କରିବା ସଂଖ୍ୟା , ଉପାଦେୟ ନୁହେଁ – ସାକ୍ଷ୍ୟର ଗୁଣ , ମାତ୍ର ପରିମାଣ ନୁହେଁ , ଯାହାକି ଉପାଦେୟ ଅଟେ – ଯେଉଁସ୍ଥଳରେ ଅବୈଧ ସମ୍ମିଳନୀର ଆକାର ବିରାଟ ଅଟେ , ସେପରିସ୍ଥଳେ ଖୁବ୍ କମ୍ ରେ ଦୁଇଜଣ ବିଶ୍ଵସନୀୟ ସାକ୍ଷୀଙ୍କ ଉପସ୍ଥିତି ବାଧ୍ୟ କରିବା ବିଜ୍ଞତାପୂର୍ଣ୍ଣ ଅଟେ – ବିନୟ କୁମାର ସିଂହ ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର (୧୯୯୭) ୧୨ ଓସିଆର୍ (ସୁପ୍ରିମକୋର୍ଟ) – ୩୭୪ । ଏକମାତ୍ର କ୍ଷତପ୍ରାପ୍ତ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀର ବିଚାର – ଏପରି ସାକ୍ଷୀର ସାକ୍ଷ୍ୟ ନିଶ୍ଚିତ ଭାବେ ଯଥାଯଥ , ବିଶ୍ଵସନୀୟ ଏବଂ ସମ୍ଭାବ୍ୟତାର ସୀମା ମଧ୍ୟରେ ଥିବ ଏବଂ ଅନ୍ତର୍ନିହିତ ବିଶ୍ଵାସ ଉଦ୍ରେକ କରୁଥିବ – ଯଦିଓ ତାର ଉପସ୍ଥିତ ଗୁରୁତର ଭାବେ ସନ୍ଦେହଜନକ ନ ହୋଇପାରେ , ଯେତେବେଳେ ତାର ସାକ୍ଷ୍ୟ ଅନ୍ୟାନ୍ୟ ସାକ୍ଷ୍ୟର ବିରୋଧ କରେ , ସେପରିସ୍ଥଳେ ଏପରି ଏକମାତ୍ର ସାକ୍ଷ୍ୟ ଉପରେ କୌଣସି ଅପରାଧିକୁ ଦୋଷୀ ସାବ୍ୟସ୍ତ କରିବା ନିରାପଦ ହେବ ନାହିଁ - ଯୋସେଫ ବନାମ୍ କେରଳ ରାଜ୍ୟ ସରକାର – (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) – ୪୭୯ । ଅପରାଧି ଦ୍ଵାରା ଦିଆଯାଇଥିବା କାରଣ ଉପରେ , କେତେକ ସାକ୍ଷୀଙ୍କର ପରୀକ୍ଷା କରାଯାଇ ନଥିଲା – ତିନି ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ , ଯେଉଁମାନେ କ୍ଷତପ୍ରାପ୍ତ ହୋଇଥିଲେ , ସେମାନଙ୍କୁ ବିଚାର ସମୟରେ ପରୀକ୍ଷା କରାଯାଇଥିଲା – ଦର୍ଶାଯାଇଥିଲା ଯେ, କେତେକ ସାକ୍ଷୀଙ୍କୁ ପରୀକ୍ଷା ନ କରିବା , ଏହି ଉଲ୍ଲେଖରେ ଉପନୀତ କରାଇବ ନାହିଁ ଯେ, ମୋକଦ୍ଦମାକାରୀଙ୍କ ଘଟଣା ସତ୍ୟ ନୁହେଁ – କୌଣସି ବିଷୟରେ ପ୍ରମାଣ ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ସଂଖ୍ୟକ ସାକ୍ଷୀମାନଙ୍କର ଆବଶ୍ୟକତା ନାହିଁ – ଅମର ସିଂହ ବନାମ୍ ବଲଭିନ୍ଦର ସିଂହ ଏବଂ ଅନ୍ୟମାନେ - (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୬୦ । ଏକମାତ୍ର ସାକ୍ଷୀ – ସାକ୍ଷ୍ୟର ବିଚାର – ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ ଉଲ୍ଲେଖ କରିଥିଲେ ଯେ, ଦଖଲରେ ଥିବା ‘ସାବୁ’ ନାମକ ବ୍ୟକ୍ତିଙ୍କୁ ଖଲାସ କରିବା ନିମନ୍ତେ ଅପିଲକର୍ତ୍ତା ତାଙ୍କ ପିସ୍ତଲରୁ , ମୃତକଙ୍କ ପ୍ରତି ଗୁଳି କରିଥିଲେ – ଗୁଳି କରିବାର ଭିତ୍ତି , ଯେପରି ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ ଦ୍ଵାରା ଉଲ୍ଲେଖ କରାଯାଇଥିଲା , ତାହା ଗ୍ରହଣ କରାଯାଇନଥିଲା – ଏହିପରି ଭାବେ , ଅନ୍ୟ ଅଂଶ ସଂବନ୍ଧରେ ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ଙ୍କ ସାକ୍ଷ୍ୟ ଯେ, ଅପିଲକର୍ତ୍ତା ମୃତକଙ୍କ ପ୍ରତି ଗୁଳି କରିଥିଲେ , ତାହା ଉପରେ ଆସ୍ଥାସ୍ଥାପନ କରାଯାଇ ପାରିବ ନାହିଁ ସୋହନ୍ ଲାଲ ବନାମ୍ ଉତ୍ତର ପ୍ରଦେଶ ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ (ସୁପ୍ରିମକୋର୍ଟ) – ୭୪୦ । ଆଧାର – ଦ ଲ ହାଉସ