୧ନୂତନ ଦଫା ୫୩ ‘କ’ର ଅନ୍ତର୍ଭୁକ୍ତି କାରଣ ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨ (୧/୧୮୭୨) (ଏତତ୍ ପରେ ଏହି ଅଧ୍ୟାୟରେ ସାକ୍ଷ୍ୟବିଧି ଆଇନ୍ ଭାବେ ଉଲ୍ଲେଖିତ)ରେ, ଦଫା ୫୩ ପରେ, ନିମ୍ନଲିଖିତ ଦଫାକୁ ସଂଯୋଗ କରାଯିବ, ଯଥା – ୫୩ – ‘କ’ ଚରିତ୍ର କିମ୍ବା ପୂର୍ବ ଯୌନ ଅଭିଜ୍ଞତା, କେତେକ ମୋକଦ୍ଦମାରେ ଉପାଦେୟ ନୁହେଁ ଭାରତୀୟ ଦଣ୍ଡବିଧି ସଂହିତା (୪/୧୮୬୦)ର ଦଫା ୩୫୪, ଦଫା ୩୫୪ ‘କ’, ଦଫା ୩୫୪ ‘ଖ’, ଦଫା ୩୫୪ ‘ଗ’, ଦଫା ୩୫୪‘ଘ’, ଦଫା ୩୭୬, ଦଫା ୩୭୬ ‘କ’, ଦଫା ୩୭୬ ‘ଖ’ ଦଫା ୩୭୬‘ଗ’, ଦଫା ୩୭୬ ‘ଘ’ କିମ୍ବା ଦଫା ୩୭୬ ‘ଙ’ ଅନୁଯାୟୀ କୌଣସି ଅପରାଧର ମୋକଦ୍ଦମାରେ, କିମ୍ବା ଏପରି କୌଣସି ଅପରାଧ ସଂଗଠନ କରିବା ନିମନ୍ତେ କୌଣସି ଚେଷ୍ଟା ନିମନ୍ତେ, ଯେଉଁ ସ୍ତଳରେ ସମ୍ମତିର ପ୍ରଶ୍ନ ବିଷୟ ବସ୍ତୁ ହୋଇଥାଏ, ସେପରି ସ୍ଥଳେ ଉତ୍ପିଡିତର ଚରିତ୍ର କିମ୍ବା ଏପରି ବ୍ୟକ୍ତିର ପୂର୍ବ ଯୌନ ଅଭିଜ୍ଞତାର ସାକ୍ଷ୍ୟ, ଏପରି ସମ୍ମତି କିମ୍ବା ସମ୍ମତିର ଗୁଣର ପ୍ରଶ୍ନ ଉପରେ ଉପାଦେୟ ହେବ ନାହିଁ । କେବଳ ଉତ୍ତର ବ୍ୟତୀତ,ପୂର୍ବବତ୍ – ଚରିତ୍ର ଉପାଦେୟ ନୁହେଁ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗୁଡିକରେ, ଏହି ବିଷୟ ଯେ ଅପରାଧି ବ୍ୟକ୍ତିର ଏକ ବଦ୍ – ଚରିତ୍ର ଅଛି, ତାହା ଉପାଦେୟ ନୁହେଁ, ଯଦି ସାକ୍ଷ୍ୟ ପ୍ରଦାନ କରାଯାଇ ନଥାଏ ଯେ, ତାଙ୍କର ଉତ୍ତମ ଚରିତ୍ର ଅଛି, ଯେଉଁ କ୍ଷେତ୍ରରେ ଏହା ଉପାଦେୟ ହୁଏ । ସ୍ପଷ୍ଟିକରଣ – ୧ ଏହି ଦଫା ସେହି ସମସ୍ତ ମୋକଦ୍ଦମା ପ୍ରତି ପ୍ରୟୋଗନୀୟ ହୁଏ ନାହିଁ, ଯେଉଁଥିରେ କୌଣସି ବ୍ୟକ୍ତିର ବଦ୍ – ଚରିତ୍ର, ପ୍ରଶ୍ନଗତ ବିଷୟ ହୋଇଥାଏ । ସ୍ପଷ୍ଟିକରଣ – ୨ ବଦ୍ – ଚରିତ୍ରର ସାକ୍ଷ୍ୟଭାବେ, କୌଣସି ପୂର୍ବ ଦୋଷୀ ସାବ୍ୟସ୍ତତା, ଉପାଦେୟ ଅଟେ । ପ୍ରକୃତି, ଯେପରି ତାହା କ୍ଷତିକୁ ପ୍ରଭାବିତ କରେ ଦେୱାନୀ ମୋକଦ୍ଦମା ଗୁଡିକରେ, ଏହି ବିଷୟ ଯେ, କୌଣସି ବ୍ୟକ୍ତିର ପ୍ରକୃତି ଏପରି ଯେ, ତାହା, ଯେଉଁ ପରିମାଣ କ୍ଷତି ପୂରଣ ସେ ପାଇଥାଆନ୍ତେ,ତାହାକୁ ପ୍ରଭାବିତ କରିବ, ତାହା ଉପାଦେୟ ଅଟେ। ସ୍ପଷ୍ଟିକରଣ ଦଫା ୫୨, ୫୩, ୫୪ ଏବଂ ୫୫ରେ, ଶବ୍ଦ ‘ପ୍ରକୃତି’ ଉଭୟ ଯଶ ଏବଂ କାର୍ଯ୍ୟ କଳାପକୁ ଅନ୍ତର୍ଭୁକ୍ତ କରେ; ମାତ୍ର [ଦଫା ୫୪ରେ ଯେପରି ଭାବେ ବ୍ୟବସ୍ଥାୟୀତ, ତାହା ବ୍ୟତୀତ ] ସାଧାରଣ ଯଶ ଏବଂ ସାଧାରଣ କାର୍ଯ୍ୟକଳାପ ସଂବନ୍ଧରେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଏବଂ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟ ନିମନ୍ତେ ନୁହେଁ, ଯାହାଦ୍ଵାରା ଯଶ କିମ୍ବା କାର୍ଯ୍ୟକଳାପ ଦର୍ଶାଯାଏ । ଆଧାର – ଦ ଲ ହାଉସ