ପ୍ରମାଣିତ ନକଲଗୁଡିକର ସଠିକତା ସଂବନ୍ଧରେ ଅନୁମାନ ପ୍ରତ୍ୟକ ଦଲିଲ୍ ର ପ୍ରମାଣପତ୍ର, ପ୍ରମାଣିତ ନକଲ କିମ୍ବା ଅନ୍ୟାନ୍ୟ ଦଲିଲ୍ ର [ସଠିକତା ସଂବନ୍ଧରେ ନ୍ୟାୟାଳୟ ଅନୁମାନ କରିବେ; ଯାହାକି କୌଣସି ବିଷୟରେ ସାକ୍ଷ୍ୟଭାବେ ଗ୍ରହଣୀୟ ବୋଲି ଆଇନ୍ ଦ୍ଵାରା ଘୋଷିତ ଏବଂ ଯାହାକି [କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟସରକାରଙ୍କ କୌଣସି ଉଚ୍ଚାକର୍ମଚାରୀଙ୍କ ଦ୍ଵାରା ପ୍ରମାଣିତ; କିମ୍ବା [ଜାମ୍ମୁକାଶ୍ମୀର ରାଜ୍ୟରେ କୌଣସି ଉଚ୍ଚକର୍ମଚାରୀଙ୍କ ଦ୍ଵାରା ପ୍ରମାଣିତ, ଯେକି ସେ ସଂବନ୍ଧରେ କେନ୍ଦ୍ର ସରକାରଙ୍କ ଦ୍ଵାରା କ୍ଷମତାୟୀତ ହୋଇଥାନ୍ତି । ଉଲ୍ଲେଖଥାଉ ଯେ, ଏପରି ଦଲିଲ୍ ଅଧିକାଂଶ ମାତ୍ରାରେ ସେହି ଆକାରରେ ଏବଂ ସେହିପରି ଭାବେ ସଂପାଦିତ ହୋଇଥିବ, ଯେପରି ସେ ସଂବନ୍ଧରେ ଆଇନ୍ ଦ୍ଵାରା ଧାର୍ଯ୍ୟ କରାଯାଇଥିବ । ଆହୁରି ମଧ୍ୟ ନ୍ୟାୟାଳୟ ଅନୁମାନ କରିବେ ଯେ, କୌଣସି ଉଚ୍ଚକର୍ମଚାରୀ , ଯାହାଙ୍କ ଦ୍ଵାରା ଏପରି କୌଣସି ଦଲିଲ୍ ସ୍ଵାକ୍ଷରିତ ହୋଇଥାଏ କିମ୍ବା ପ୍ରମାଣିତ ହୋଇଥାଏ; ଦର୍ଶାଇଥିଲେ ଯେ, ଯେତେବେଳେ ସେ ଏହାକୁ ସ୍ଵାକ୍ଷର କଲେ , ସେ, ଏ ସଂବନ୍ଧରେ ଯେଉଁ କାର୍ଯ୍ୟାଳୟ ପ୍ରକୃତ ଦାବି କରନ୍ତି, ତାହା ଦର୍ଶାଇବେ। ସାକ୍ଷ୍ୟର ନଥି ଭାବେ ଉପସ୍ଥାପନ କରାଯାଇଥିବା ଦଲିଲ୍ ସଂବନ୍ଧରେ ଅନୁମାନ ଯେତେବେଳେ ସାକ୍ଷ୍ୟର ସ୍ମାରକପତ୍ର ଭାବେ କିମ୍ବା ସାକ୍ଷ୍ୟର ନଥି ଭାବେ କୌଣସି ଦଲିଲ୍ କୁ ନ୍ୟାୟାଳୟରେ ଉପସ୍ଥାପନ କରାଯାଏ କିମ୍ବା ସାକ୍ଷ୍ୟର କୌଣସି ଅଂଶ ଯାହାକି ଏପରି ସାକ୍ଷ୍ୟ ଆଇନ୍ ଅନୁଯାୟୀ ଗ୍ରହଣ କରିବା ନିମନ୍ତେ କୌଣସି କ୍ଷମତାୟୀତ ଉଚ୍ଚକର୍ମଚାରୀଙ୍କର ସମ୍ମୁଖରେ କୌଣସି ବୈଚାରିକ କାର୍ଯ୍ୟାନୁଷ୍ଠାନରେ ଉପସ୍ଥାପନ କରାଯାଏ; କିମ୍ବା ଆଇନ ଅନୁଯାୟୀ କୌଣସି ବନ୍ଦୀ କିମ୍ବା ଅପରାଧି ବ୍ୟକ୍ତିଠାରୁ ଗ୍ରହଣ କରାଯାଇଥିବା କୌଣସି ବିବରଣୀ ଯାହାକି କୌଣସି ବିଚାରପତି କିମ୍ବା ମାଜିଷ୍ଟ୍ରେଟଙ୍କ ଦ୍ଵାରା କିମ୍ବା ଉପରୋକ୍ତ ଅନୁଯାୟୀ ଏପରି କୌଣସି ଉଚ୍ଚକର୍ମଚାରୀଙ୍କ ଦ୍ଵାରା, ଗ୍ରହଣ କରାଯାଇଛି ବୋଲି ନ୍ୟାୟାଳୟ ଅନୁମାନ କରିବେ - ଯେ, ଦଲିଲ୍ ଟି ସଠିକ୍ ଅଟେ; ଯେ ପରିସ୍ଥିତି ଅନୁଯାୟୀ ଯେ କୌଣସି ବିବରଣୀ, ଯାହା ଅନୁଯାୟୀ ଏହା ଗ୍ରହଣ କରାଯାଇଥିଲା; ତାହା ସ୍ଵାକ୍ଷରିତ ବ୍ୟକ୍ତିଦ୍ୱାରା କରାଯାଇଥାଏ; ତାହା ସତ୍ୟ ଅଟେ ଏବଂ ଯେ ଏପରି ସାକ୍ଷ୍ୟ ବିବରଣୀ ସ୍ଵୀକାରୋକ୍ତିକୁ ସଠିକ୍ ଭାବେ ଗ୍ରହଣ କରାଯାଇଛି । ଟିପ୍ପଣୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସ୍ଵୀକାରୋକ୍ତି – ସାକ୍ଷ୍ୟଜନିତ ମୂଲ୍ୟ ମାଜିଷ୍ଟ୍ରେଟଙ୍କ ପରୀକ୍ଷା – ଦଫାର ଦ୍ଵନ୍ଦ ହୀନ ଭାଷା ଏବଂ ଏଆଇଆର୍ ୧୯୮୧ ସୁପ୍ରିମକୋର୍ଟ – ୧୧୬୫ ରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସିଦ୍ଧାନ୍ତ ଦୃଷ୍ଟିରୁ ଆବଶ୍ୟକ ନୁହେଁ – ଗୋବିନ୍ଦ ଚନ୍ଦ୍ର ଚୀନେରା ବନାମ୍ ଓଡିଶା ରାଜ୍ୟ ସରକାର – ୨୦୦୧ (୨) ଓଏଲ୍ଆର୍ -୪୪୭; (୨୦୦୧) ୨୧ ଓସିଆର୍ – ୪୪୫ । ଗେଜେଟ୍ ସମ୍ବାଦପତ୍ର, ପାର୍ଲାମେଣ୍ଟର ଘରୋଇକାର୍ଯ୍ୟ ଏବଂ ଅନ୍ୟାନ୍ୟ ଦଲିଲ୍ ସଂବନ୍ଧରେ ଅନୁମାନ ନ୍ୟାୟାଳୟ, ପ୍ରତ୍ୟକ ଦଲିଲ୍ ର ସଠିକତାକୁ ଅନୁମାନ କରିବେ, ଯାହାକି ଲଣ୍ଡନ ଗେଜେଟ୍ କିମ୍ବା [କୌଣସି କାର୍ଯ୍ୟାଳୟ ଗେଜେଟ୍ କିମ୍ବା ସରକାରୀ ଗେଜେଟ୍ ] ହୋଇଥିବା ପରି ପ୍ରତୀତ ହୁଏ, ବ୍ରିଟିଶ ସମ୍ରାଟଙ୍କର କୌଣସି ଉପନିବେଶ, ନିର୍ଭରଶୀଳ ଉପନିବେଶ କିମ୍ବା ଦଖଲ, କିମ୍ବା କୌଣସି ସଂବାଦପତ୍ର କିମ୍ବା ପତ୍ରିକା ହୋଇଥାଏ କିମ୍ବା [ୟୁନାଇଟେଡ କିଙ୍ଗଡମର ପାର୍ଲାମେଣ୍ଟର ଯେକୌଣସି ଘରୋଇ କାର୍ଯ୍ୟର ଏକ ନକଲ ହୋଇଥାଏ, ଯାହାକି ରାଣୀଙ୍କ ମୁଦ୍ରଣକାରୀଙ୍କ ଦ୍ଵାରା ମୁଦ୍ରଣ କରାଯାଇଥାଏ, ଏବଂ ପ୍ରତ୍ୟକ ଦଲିଲ୍ ର ଯାହାକି କୌଣସି ବ୍ୟକ୍ତିଦ୍ଵାରା ରଖାଯିବା ନିମନ୍ତେ କୌଣସି ଆଇନ୍ ଦ୍ଵାରା ନିର୍ଦ୍ଦେଶିତ ଏକ ଦଲିଲ୍ ହୋଇଥାଏ, ଯଦି ଏପରି ଦଲିଲ୍ ଉପାଦେଯ ଭାବେ ଆଇନ୍ ଦ୍ଵାରା ଆବଶ୍ୟକ ଫର୍ମରେ ରଖାଯାଇଥାଏ, ଏବଂ ଉପଯୁକ୍ତ ତତ୍ତ୍ଵାବଧାନରୁ ଉପସ୍ଥାପନ କରାଯାଇଥାଏ । [କ – ବୈଦ୍ୟୁତିକ ଫର୍ମରେ ଗେଜେଟ୍ ସମ୍ବନ୍ଧରେ ଅନୁମାନ – ନ୍ୟାୟାଳୟ, କାର୍ଯ୍ୟାଳୟ ବଜେଟ୍ ଭାବେ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ପ୍ରତ୍ୟକ ନଥିର କିମ୍ବା କୌଣସି ଆଇନ୍ ଦ୍ଵାରା ନିର୍ଦ୍ଦେଶିତ ଏପରି ନଥିର ସଠିକତାକୁ ଅନୁମାନ କରିବେ ଯାହାକି କୌଣସି ବ୍ୟକ୍ତି ଦ୍ଵାରା ରଖାଯାଇଥାଏ, ଯଦି ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ଏପରି ନଥି, ଆଇନ୍ ଦ୍ଵାରା ଆବଶ୍ୟକ ଆକାରରେ ସମ୍ପୂର୍ଣ୍ଣ ଭାବେ ରଖାଯାଇଥାଏ ଏବଂ ଉପଯୁକ୍ତ ତତ୍ତ୍ଵାବଧାନରୁ, ଉପସ୍ଥାପନ କରାଯାଇଥାଏ ।] ମୋହର କିମ୍ବା ସ୍ଵାକ୍ଷରର ପ୍ରମାଣ ବିନା ଇଂଲଣ୍ଡରେ ଗ୍ରେହଣୀୟ ଦଲିଲ୍ ସଂବନ୍ଧରେ ଅନୁମାନ ଯେତେବେଳେ କୌଣସି ଦଲିଲ୍ କୁ କୌଣସି ନ୍ୟାୟାଳୟରେ ଉପସ୍ଥାପନ କରାଯାଏ, ଯାହାକି ସେତେବେଳେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡରେ ବଳବତ୍ତର କୌଣସି ଆଇନ୍ ଦ୍ଵାରା ଏକ ଦଲିଲ୍ ହୋଇଥାଏ, ତାହା ଏହାକୁ ସଠିକ୍ କରୁଥିବା ମୋହର କିମ୍ବା ସ୍ଵାକ୍ଷରର ପ୍ରମାଣ ବିନା, ଇଂଲଣ୍ଡ କିମ୍ବା ଆୟାରଲ୍ୟାଣ୍ଡରେ ଥିବା କୌଣସି ନ୍ୟାୟ – ନ୍ୟାୟାଳୟରେ କୌଣସି ନିର୍ଦ୍ଧିଷ୍ଟ ବିବରଣୀର ପ୍ରମାଣ ନିମନ୍ତେ ଗ୍ରହଣୀୟ ହେବ, କିମ୍ବା ଏହାକୁ ଯେଉଁ ବ୍ୟକ୍ତି ସ୍ଵାକ୍ଷର କରିଛନ୍ତି ବୋଲି ଅନୁମାନ କରାଯାଏ, ତାଙ୍କ ଦ୍ଵାରା ଦାବୀ କରାଯାଇଥିବା ବୈଚାରିକ କିମ୍ବା କାର୍ଯ୍ୟାଳୟ ପ୍ରକୃତ ବିନା ମଧ୍ୟ, ଏହା ଗ୍ରହଣୀୟ ହୋଇଥାଏ, ଏବଂ ସେପରିସ୍ଥଳେ ନ୍ୟାୟାଳୟ ଅନୁମାନ କରିବେ ଯେ, ଏପରି ମୋହର କିମ୍ବା ସ୍ଵାକ୍ଷର ସଠିକ୍ ଅଟେ ଏବଂ ଯେଉଁ ବ୍ୟକ୍ତି ଏହା ସ୍ଵାକ୍ଷର କରିଛନ୍ତି, ସେ ଏହା ସ୍ଵାକ୍ଷର କରିବା ସମୟରେ ଉକ୍ତ ବୈଚାରିକ କିମ୍ବା କାର୍ଯ୍ୟାଳୟ ପ୍ରକୃତି ଧାରଣ କରିଥିଲେ, ଯାହା ସେ ଦାବୀ କରିନ୍ତି; ଏବଂ ଉକ୍ତ ଦଲିଲ୍, ସେହି ଉଦ୍ଦେଶ୍ୟରେ ଗ୍ରହଣୀୟ ହେବ, ଯେଉଁଥି ନିମନ୍ତେ ଏହା ଇଂଲଣ୍ଡ କିମ୍ବା ଆୟାରଲ୍ୟାଣ୍ଡରେ ଗ୍ରହଣୀୟ ହୋଇଥାଆନ୍ତା । ସରକାରଙ୍କ କ୍ଷମତାଦ୍ଵାରା ପ୍ରସ୍ତୁତ କରାଯାଇଥିବା ମାନଚିତ୍ର କିମ୍ବା ନକ୍ସା ସମ୍ବନ୍ଧରେ ଅନୁମାନ [କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟସରକାରଙ୍କର ]କ୍ଷମତାଦ୍ଵାରା ପ୍ରସ୍ତୁତ କରାଯାଇଥିବା କୌଣସି ମାନଚିତ୍ର କିମ୍ବା ନକ୍ସା ସଂବନ୍ଧରେ ନ୍ୟାୟାଳୟ ଅନୁମାନ କରିବେ ଯେ, ସେଗୁଡିକ ସେହି ଅନୁଯାୟୀ ପ୍ରସ୍ତୁତ କରାଯାଇଛି ଏବଂ ସଠିକ୍ ଅଟେ; ମାତ୍ର କୌଣସି କାରଣ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ର କିମ୍ବା ନକ୍ସା ସଠିକ୍ ବୋଲି ନିଶ୍ଚିତ ଭାବେ ପ୍ରମାଣ କରାଯିବ । ସିଦ୍ଧାନ୍ତ ଗୁଡିକର ଆଇନ୍ ଏବଂ ବିବରଣୀ ସଂଗ୍ରହ ସଂବନ୍ଧରେ ଅନୁମାନ କୌଣସି ଦେଶର ସରକାରଙ୍କ କ୍ଷମତା ଅନୁଯାୟୀ ଏବଂ ଉକ୍ତ ଦେଶର କୌଣସି ଆଇନ୍ ଧାରଣ କରିଥିବା ମୁଦ୍ରିତ କିମ୍ବା ପ୍ରକାଶିତ ପ୍ରତ୍ୟକ ପୁସ୍ତକର ସଠିକତା ସଂବନ୍ଧରେ ଏବଂ ଏପରି ଦେଶର ନ୍ୟାୟାଳୟ ଗୁଡିକର ସିଦ୍ଧାନ୍ତର ବିବରଣୀ ଧାରଣ କରିଥିବା ଏପରି ପୁସ୍ତକର ସଠିକତା ସଂବନ୍ଧରେ, ନ୍ୟାୟାଳୟ ଅନୁମାନ କରିବେ । ଟିପ୍ପଣୀ ପାଗଳାମୀ ସ୍ଥିର କରିବା ନିମନ୍ତେ ସମୟ ହେଉଛି, ସେହି ସମୟ, ଯେତେବେଳେ ଅପରାଧ ସଂଗଠିତ ହୁଏ ଏବଂ ଯେଉଁ ପରିସ୍ଥିତି ପୂର୍ବେ ଘଟିଥିଲା, ସଂଗଠନ ସମୟରେ ସ୍ଥିର ଥିଲା ଏବଂ ଅପରାଧିକୁ ଅନୁସରଣ କରିଥିଲା – ଅପରାଧୀ ଉପରେ ପ୍ରମାଣ କରିବା ଦାୟିତ୍ଵ ଥାଏ, ଯେକି ଏହାକୁ ମୌଖିକ କିମ୍ବା ଦଲିଲୀୟ ସାକ୍ଷ୍ୟ ଦ୍ଵାରା କିମ୍ବା ମୋକଦ୍ଦମାକାରୀ ସାକ୍ଷୀମାନଙ୍କର ସାକ୍ଷ୍ୟରୁ ସ୍ଵୀକାରୋକ୍ତି କିମ୍ବା ଅନୁମାନ ଦ୍ଵାରା ଏହା ପ୍ରମାଣ କରିବେ – ପରମାନନ୍ଦ ମଲ୍ଲିକ ବନାମ୍ ରାଜ୍ୟ ସରକାର – ୨୦୦୨ (୧) ଓଏଲ୍ ଆର୍ (ଏନ୍ ଓସି) – ୯୦ । କ୍ଷମତାପତ୍ର ସଂବନ୍ଧରେ ଅନୁମାନ ନ୍ୟାୟାଳୟ ଅନୁମାନ କରିବେ ଯେ, ପ୍ରତ୍ୟକ ଦଲିଲ୍, ଯାହା କୌଣସି କ୍ଷମତା ପତ୍ର ହୋଇଥାଏ ଏବଂ ଯାହାକି ପୂର୍ବରୁ ସଂପାଦିତ ହୋଇଥାଏ ଏବଂ କୌଣସି ନୋଟାରୀ ପବ୍ଲିକ କିମ୍ବା କୌଣସି ନ୍ୟାୟାଳୟ, ବିଚାରପତି, ମାଜିଷ୍ଟ୍ରେଟ, [ଭାରତୀୟ] କନସଲ୍ କିମ୍ବା ଉପ – କନସଲ୍ କିମ୍ବା [କେନ୍ଦ୍ର ସରକାରଙ୍କର] କୌଣସି [ପ୍ରତିନିଧିଙ୍କ ଦ୍ଵାରା ସଠିକ୍ ପ୍ରମାଣ କରାଯାଇଥାଏ, ତାହା ସେହିପରି ସଂପାଦିତ ଏବଂ ସଠିକ୍ ପ୍ରମାଣିତ ହୋଇଥାଏ ।] [‘କ’ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସୂତି ଚୁକ୍ତି ସଂବନ୍ଧରେ ଅନୁମାନ - ନ୍ୟାୟାଳୟ ଅନୁମାନ କରିବେ ଯେ, ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ପ୍ରତ୍ୟକ ନଥି, ଯାହାକି ଏକ ଚୁକ୍ତି ବୋଲି ପ୍ରତୀତ ହୁଏ ଏବଂ ଯାହାକି ପକ୍ଷମାନଙ୍କର [ବୈଦ୍ୟୁତିକ ସ୍ଵାକ୍ଷର] ଧାରଣ କରିଥାଏ, ତାହା ପକ୍ଷମାନଙ୍କର ବୈଦ୍ୟୁତିକ ସ୍ଵାକ୍ଷରକୁ ସଂଯୋଗ କରି ସଂପାଦନ କରାଯାଇଥାଏ; ଖ- ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିପତ୍ର ଏବଂ [ବୈଦ୍ୟୁତିକ ସ୍ଵାକ୍ଷର] ସଂବନ୍ଧରେ ଅନୁମାନ – କୌଣସି କାର୍ଯ୍ୟାନୁଷ୍ଠାନରେ, ଯାହାକି ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ କୌଣସି ନିରାପଦ ନଥିକୁ ଅନ୍ତର୍ଭୁକ୍ତ କରେ, ସେପରି ସ୍ଥଳେ ନ୍ୟାୟାଳୟ ଅନୁମାନ କରିବେ, ଯଦି ବିପରୀତ ପ୍ରମାଣ କରାନଯାଏ ଯେ, ଏପରି ଆହରୀତ ବୈଦ୍ୟୁତିକ ନଥିକୁ ସେହି ନିର୍ଦ୍ଧିଷ୍ଟ ସମୟରୁ ପରିବର୍ତ୍ତନ କରାଯାଇନାହିଁ,ଯେଉଁଥି ପ୍ରତି ଏପରି ନିରାପତ୍ତା ସ୍ଥିତି ସଂପୃକ୍ତ । କୌଣସି କାର୍ଯ୍ୟାନୁଷ୍ଠାନରେ ଯାହା ନିରାପଦ ଡିଜିଟାଲ ସ୍ଵାକ୍ଷରକୁ ଅନ୍ତର୍ଭୁକ୍ତ କରେ; ନ୍ୟାୟାଳୟ ଅନୁମାନ କରିବେ, ଯଦି ଅନ୍ୟଥା ପ୍ରମାଣ କରା ନଯାଏ ଯେ; - ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିକୁ ସ୍ଵାକ୍ଷର କରିବା କିମ୍ବା ଅନୁମୋଦନ କରିବା ଉଦ୍ଦେଶ୍ୟରେ ଗ୍ରାହକଙ୍କ ଦ୍ଵାରା ଏପରି ନିରାପଦ [ବୈଦ୍ୟୁତିକ ସ୍ଵାକ୍ଷର] କୁ ସଂଯୋଗ କରାଯାଇଛି ; କୌଣସି ନିରାପଦ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥି କିମ୍ବା ନିରାପଦ ବୈଦ୍ୟୁତିକ ସ୍ଵାକ୍ଷର କ୍ଷେତ୍ର ବ୍ୟତୀତ ଏହି ଦଫାର କୌଣସି ବ୍ୟବସ୍ଥା, ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥି କିମ୍ବା କୌଣସି ବୈଦ୍ୟୁତିକ ସ୍ଵାକ୍ଷର ସଠିକତା ସଂବନ୍ଧରେ, କୌଣସି ଅନୁମାନ ସୃଷ୍ଟି କରିବ ନାହିଁ । ‘ଗ’ : - [ବୈଦ୍ୟୁତିକ ସ୍ଵାକ୍ଷର ପ୍ରମାଣପତ୍ର ] ସଂବନ୍ଧରେ ଅନୁମାନ : - ନ୍ୟାୟାଳୟ ଅନୁମାନ କରିବେ, ଯଦି ଅନ୍ୟଥା ପ୍ରମାଣିତ ନହୁଏ, ଯେ, କୌଣସି ବୈଦ୍ୟୁତିକ ସ୍ଵାକ୍ଷର ପ୍ରମାଣ ପତ୍ରରେ ଥିବା ତଥ୍ୟ ସଠିକ୍ ଅଟେ କେବଳ ମାତ୍ର ଗ୍ରାହକର ତଥ୍ୟ ଭାବେ ଧାର୍ଯ୍ୟ ତଥ୍ୟ ବ୍ୟତୀତ, ଯାହାକି ଯାଞ୍ଚ କରାନଯାଇଥାଏ, ଯଦି ଗ୍ରାହକ ଦ୍ଵାରା ଉକ୍ତ ପ୍ରମାଣ ପତ୍ର ଗ୍ରହଣ କରାଯାଇଥାଏ । ବିଦେଶୀ ବୈଚାରିକ ନଥିର ପ୍ରମାଣିତ ନକଲ ସଂବନ୍ଧରେ ଅନୁମାନ ନ୍ୟାୟାଳୟ ଅନୁମାନ କରିପାରନ୍ତି ଯେ, କୌଣସି ଦଲିଲ୍ ଯାହାକି କୌଣସି ଦେଶ, ଯାହାକି ଭାରତର କୌଣସି ଅଞ୍ଚଳ ଗଠନ କରେ ନାହିଁ କୌଣସି ବୈଚାରିକ ନଥିର ପ୍ରମାଣିତ ନକଲ ବୋଲି ପ୍ରତୀୟମାନ ହୁଏ, ତାହା ସଠିକ୍ ଏବଂ ପ୍ରକୃତ ଅଟେ, ଯଦି ଉକ୍ତ ଦଲିଲ୍ କୌଣସି ଉପାୟରେ ପ୍ରମାଣିତ ହୋଇଥିବା ପରି ଅନୁମତି ହୁଏ, ଯାହାକି [କେନ୍ଦ୍ରସରକାର]ଙ୍କର [ଅଞ୍ଚଳ କିମ୍ବା ଅଞ୍ଚଳ ନିମନ୍ତେ] କୌଣସି ପ୍ରତିନିଧିଙ୍କ ଦ୍ଵାରା [ଏପରି ଦେଶ] ନିମନ୍ତେ [ସେହି ଦେଶ] ରେ ସାଧାରଣଭାବେ ବ୍ୟବହୃତ ପଦ୍ଧତିରେ, ବୈଚାରିକ ନଥି ନିମନ୍ତେ ନକଲର ପ୍ରମାଣ କରାଯାଏ, ସେହିପରି ଭାବେ ପ୍ରମାଣିତ ହୋଇଥିବ । [କୌଣସି ଉଚ୍ଚ କର୍ମଚାରୀ ଯେକି କୌଣସି ଅଞ୍ଚଳ କିମ୍ବା ସ୍ଥାନ ସଂବନ୍ଧରେ ଯାହାକି [ଭାରତ କିମ୍ବା] ସମ୍ରାଟଙ୍କର ଶାସନାଧିନ ଅଞ୍ଚଳର ଅଂଶ ଗ୍ରହଣ କରୁ ନଥାଏ, ସେ ଆର ରାଜନୈତିକ ପ୍ରତିନିଧି ଅଟନ୍ତି , ଯେପରି ତାହା ସାଧାରଣ ଧାରା ଆଇନ୍ ୧୮୯୭ (୧/୧୮୯୭) ର ଧାରା (୪୩) ରେ ସଂଜ୍ଞାୟୀତ ହୋଇଛି, ସେ ଉକ୍ତ ଦଫା ଉଦ୍ଦେଶ୍ୟରେ [କେନ୍ଦ୍ର ସରକାରୀଙ୍କର] [ଉକ୍ତ ଅଞ୍ଚଳ ଏବଂ ଦେଶ ନିମନ୍ତେ , ଜଣେ ପ୍ରତିନିଧି ଭାବେ ଧରାଯିବେ । ପୁସ୍ତକ, ମାନଚିତ୍ର ଏବଂ ଚାର୍ଟ ସଂବନ୍ଧରେ ଅନୁମାନ ନ୍ୟାୟାଳୟ ଅନୁମାନ କରି ପାରନ୍ତି ଯେ,କୌଣସି ପୁସ୍ତକ, ଯାହାକୁ ସେ, ସର୍ବସାଧାରଣ କିମ୍ବା ସାଧାରଣ ସ୍ଵାର୍ଥର ବିଷୟ ଉପରେ ତଥ୍ୟ ନିମନ୍ତେ ଉଲ୍ଲେଖକରି ପାରନ୍ତି, ଏବଂ ଯେ, କୌଣସି ପ୍ରକାଶିତ ମାନଚିତ୍ର କିମ୍ବା ଚାର୍ଟ, ଯାହାର ବିବରଣୀ ଉପାଦେୟ ବିଷୟ ଅଟେ ଏବଂ ଯାହାକି ତାଙ୍କର ପରିଦର୍ଶନ ନିମନ୍ତେ ଉପସ୍ଥାପନ କରାଯାଇଥାଏ, ତାହା ସେହି ବ୍ୟକ୍ତିଙ୍କ ଦ୍ଵାରା ଲେଖାଯାଇଥାଏ ଏବଂ ପ୍ରକାଶିତ ହୋଇଥାଏ ଏବଂ ସେହି ସମୟରେ ଏବଂ ସ୍ଥାନରେ, ଯାହାଙ୍କ ଦ୍ଵାରା କିମ୍ବା ଯେଉଁଠି ଏହା ଲିଖିତ କିମ୍ବା ପ୍ରକାଶିତ ବୋଲି ଅନୁମତି ହୁଏ । ଟେଲିଗ୍ରାଫ ସଂବାଦ ସଂବନ୍ଧରେ ଅନୁମାନ ନ୍ୟାୟାଳୟ ଅନୁମାନ କରିବେ ଯେ, କୌଣସି ସଂବାଦ, ଯାହାକି କୌଣସି ଟେଲିଗ୍ରାଫ କାର୍ଯ୍ୟାଳୟରୁ ସେହି ବ୍ୟକ୍ତି ଯାହାଙ୍କ ନିକଟରୁ ଏପରି ସଂବାଦ ପ୍ରେରୀତ ହୋଇଥାଏ, ତାହା ସେହି ସଂବାଦ ସହ ସମନ୍ଵୟ ରକ୍ଷାକରେ, ଯେଉଁ ସଂବାଦ ପ୍ରେରଣ ନିମନ୍ତେ ସେହି କାର୍ଯ୍ୟାଳୟରେ ପ୍ରଦାନ କରାଯାଇଥାଏ, ଯେଉଁଠାରୁ ଏପରି ସଂବାଦ ପ୍ରେରୀତ ହୋଇଥାଏ, ମାତ୍ର ନ୍ୟାୟାଳୟ, ସେହି ବ୍ୟାକରି ସଂବନ୍ଧରେ କୌଣସି ଅନୁମାନ କରିବେ ନାହିଁ, ଯାହାଙ୍କ ଦ୍ଵାରା ଏପରି ସଂବାଦ ପ୍ରେରଣ ନିମନ୍ତେ ପ୍ରଦାନ କରାଯାଇଥିଲା । [ ‘କ’ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ସଂବାଦ ସଂବନ୍ଧରେ ଅନୁମାନ – ନ୍ୟାୟାଳୟ ଅନୁମାନ କରି ପାରନ୍ତି ଯେ, ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ କୌଣସି ସଂବାଦକୁ, ଏପରି ସଂବାଦ ଦାତାଙ୍କ ଦ୍ଵାରା ବୈଦ୍ୟୁତିକ ଡାକ ସେବା ଦ୍ଵାରା ସଂବୋଧିତ ବ୍ୟକ୍ତିଙ୍କ ନିକଟକୁ ପ୍ରେରଣ କରାଯାଇଛି,ଯାହାକି ଏପରି ସଂବୋଧିତ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏପରି ପ୍ରେରଣ ନିମନ୍ତେ, ଯେପରି ତାହାକୁ କମ୍ପ୍ୟୁଟରରେ ଯୋଗାଇ ଦିଆଯାଇଥିଲା; ମାତ୍ର ନ୍ୟାୟାଳୟ, ଏପରି ସଂବାଦ ପ୍ରେରଣ କରିଥିବା ବ୍ୟକ୍ତିଙ୍କ ସଂବନ୍ଧରେ କୌଣସି ଅନୁମାନ କରିବେ ନାହିଁ । ସ୍ପଷ୍ଟିକରଣ ଏହି ଦଫା ଉଦ୍ଦେଶ୍ୟରେ ଉକ୍ତ ‘ସଂବୋଧିତ ବ୍ୟକ୍ତି’ ଏବଂ ‘ମୂଳକର୍ତ୍ତାଙ୍କ’ ର ସେହି ଏକା ଅର୍ଥ ରହିବ, ଯାହାକି ତଥ୍ୟ ପ୍ରଯୁକ୍ତି ବିଜ୍ଞାନ ଆଇନ୍, ୨୦୦୦ର ଦଫା ୨ର ଉପ – ଦଫା (୧) ର ଧାରା (ଖ) ଏବଂ (ଷ) ରେ ଯଥାକ୍ରମେ ସେଗୁଡିକୁ ନ୍ୟସ୍ତ କରାଯାଇଛି । ଉପସ୍ଥାପନ କରାଯାଇନଥିବା ଦଲିଲ୍ ଇତ୍ୟାଦିର ସଂପାଦନ ସଂବନ୍ଧରେ ଅନୁମାନ ନ୍ୟାୟାଳୟ ଅନୁମାନ କରିବେ ଯେ, ଉପସ୍ଥାପନ କରିବା ନିମନ୍ତେ ସୂଚନା ପରେ ମଗା ଯାଇଥିବା, ମାତ୍ର ଉପସ୍ଥାପନ କରାଯାଇନଥିବା ପ୍ରତ୍ୟକ ଦଲିଲ୍ କୁ ଆଇନ୍ ଦ୍ଵାରା ଆବଶ୍ୟକ ଅନୁଯାୟୀ ସତ୍ୟପ୍ରମାଣ କରାଯାଇଛି , ମୋହରୀତ କରାଯାଇଛି ଏବଂ ସଂପାଦନ କରାଯାଇଛି । ତିରିଶ ବର୍ଷର ପୁରାତନ ଦଲିଲ୍ ଗୁଡିକ ସଂବନ୍ଧରେ ଅନୁମାନ ଯେଉଁ ସ୍ଥଳରେ କୌଣସି ଦଲିଲ୍, ଯାହାକି ତିରିଶ ବର୍ଷର ପୁରାତନ ବୋଲି ଅନୁମତି କିମ୍ବା ପ୍ରମାଣିତ, ତାହାକୁ କୌଣସି ତତ୍ତ୍ଵାବଧାନରୁ ଉପସ୍ଥାପନ କରାଯାଏ, ଯାହାକୁ ନ୍ୟାୟାଳୟ, ନିର୍ଦ୍ଧିଷ୍ଟ ମୋକଦ୍ଦମାରେ ଉଚିତ୍ ବୋଲି ବିବେଚନା କରନ୍ତି, ସେପରି ସ୍ଥଳେ, ନ୍ୟାୟାଳୟ ଅନୁମାନ କରି ପାରିବେ ଯେ, ଏପରି ଦଲିଲ୍ ର ସ୍ଵାକ୍ଷର ଏବଂ ଅନ୍ୟାନ୍ୟ ପ୍ରତ୍ୟକ ଅଂଶ, ଯାହାକି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ହସ୍ତଲେଖା ବୋଲି ଅନୁମତି, ତାହା ଉକ୍ତ ବ୍ୟକ୍ତିର ହସ୍ତଲେଖା ଅଟେ, ଏବଂ ସଂପାଦନ କରାଯାଇଥିବା କିମ୍ବା ସତ୍ୟପ୍ରମାଣ କରାଯାଇଥିବା କୌଣସି ଦଲିଲ୍ କ୍ଷେତ୍ରରେ ତାହା ଉକ୍ତ ବ୍ୟକ୍ତିଙ୍କର ହସ୍ତଲେଖା ଅଟେ ଯେ, ଏହାକୁ ସେହି ବ୍ୟକ୍ତିଙ୍କ ଦ୍ଵାରା, ଯାହାଙ୍କ ଦ୍ଵାରା ଏହା ସଂପାଦିତ ଏବଂ ସତ୍ୟ ପ୍ରମାଣିତ; ତାଙ୍କ ଦ୍ଵାରା ସଂପାଦନ କରାଯାଇଛି ଏବଂ ସତ୍ୟ ପ୍ରମାଣିତ କରାଯାଇଛି । ଦଫା ୯୦ – ତିରିଶ ବର୍ଷର ପୁରାତନ ଏକ ଦଲିଲ୍ ର ଗ୍ରହଣୀୟତା – ଉପଲଭ୍ୟ ଅନୁମାନର ବ୍ୟାପ୍ତି ମୂଳ ଦଲିଲ୍ ର ଉପସ୍ଥାପନରୁ ଗ୍ରହଣ କରାଯିବ ଏବଂ ତାହାର ପ୍ରମାଣିତ ନକଲରୁ ନୁହେଁ – ଅନୁମାନ,ଅନୁମୋଦନୀୟ ଏବଂ ଇଚ୍ଛାମୂଳକ ଅଟେ – ସବିଶେଷ ପ୍ରକାଶ୍ୟ । ବଂଶିଧର ସେଠୀ ଏବଂ ଅନ୍ୟମାନେ ବନାମ୍ କୁସୁମ ଦେଇ ଏବଂ ଅନ୍ୟମାନେ : (୨୦୧୩) (୨) ଓଏଲ୍ଆର୍ ୬୩୪ । [ ‘କ’ – ପାଞ୍ଚବର୍ଷର ପୁରାତନ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥି ଗୁଡିକ ସଂବନ୍ଧରେ ଅନୁମାନ – ଯେଉଁ ସ୍ଥଳରେ, ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ କୌଣସି ନଥି, ଯାହାକି ପାଞ୍ଚ ବର୍ଷର ପୁରାତନ ବୋଲି ଅନୁମତି ହୁଏ ବା ପ୍ରମାଣ କରାଯାଏ ଏବଂ ତାହା କୌଣସି ତତ୍ତ୍ଵାବଧାନରୁ ଉପସ୍ଥାପନ କରାଯାଇଥାଏ, ଯାହାକି ନ୍ୟାୟାଳୟ ଉକ୍ତ ନିର୍ଦ୍ଧିଷ୍ଟ ମୋକଦ୍ଦମାରେ, ଉପଯୁକ୍ତ ବୋଲି ବିବେଚନା କରନ୍ତି, ସେପରି ସ୍ଥଳେ, ନ୍ୟାୟାଳୟ ଅନୁମାନ କରି ପାରନ୍ତି ଯେ, [ବୈଦ୍ୟୁତିକ ସ୍ଵାକ୍ଷର] ଯାହାକି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ବୈଦ୍ୟୁତିକ ସ୍ଵାକ୍ଷର ବୋଲି ଧରାଯାଏ; ତାହା ତାଙ୍କ ଦ୍ଵାରା କିମ୍ବା ତାଙ୍କ ଦ୍ଵାରା ଏ ସଂବନ୍ଧରେ, କୌଣସି ବ୍ୟକ୍ତିଦ୍ଵାରା, ଏପରି ସଂଯୋଗ କରାଯାଇଛି । ସ୍ପଷ୍ଟିକରଣ ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିଗୁଡିକ ଉପଯୁକ୍ତ ତତ୍ତ୍ଵାବଧାନରେ ଅଛି ବୋଲି କୁହାଯାଏ । ଯଦି ସେଗୁଡିକ ସେହି ସ୍ଥାନରେ ଏବଂ ସେହି ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ ଥାଏ, ଯାହାଙ୍କ ସହିତ ସେଗୁଡିକ ପ୍ରାକୃତିକ ଭାବେ ରହିବା କଥା ମାତ୍ର କୌଣସି ତତ୍ତ୍ଵାବଧାନ ଅନୁପଯୁକ୍ତ ନୁହେଁ , ଯଦି ଏହାର କୌଣସି ବୈଧ ଉତ୍ପତ୍ତି ଥାଏ ବୋଲି ପ୍ରମାଣ କରାଯାଏ କିମ୍ବା ଉକ୍ତ ନିର୍ଦ୍ଧିଷ୍ଟ ମୋକଦ୍ଦମାର ପରିସ୍ଥିତି ଏପରି ହୋଇଥାଏ, ଯାହାକି ଏପରି ଉତ୍ପତ୍ତିକୁ ସମ୍ଭବ କରିଥାଏ । ଏହି ସ୍ପଷ୍ଟିକରଣ ମଧ୍ୟ,ଦଫା – ୮୧ – ‘କ’ ପ୍ରତି ପ୍ରୟୋଗନୀୟ ଅଟେ । ସ୍ପଷ୍ଟିକରଣ ଦଲିଲ୍ ଗୁଡିକ ଉପଯୁକ୍ତ ତତ୍ତ୍ଵାବଧାନରେ ଅଛି ବୋଲି କୁହାଯାଏ, ଯଦି ସେଗୁଡିକ ସେହି ସ୍ଥାନରେ ଥାଏ, ଯେଉଁଠାରେ ଏବଂ ସେହି ବ୍ୟକ୍ତିର ତତ୍ତ୍ଵାବଧାନରେ, ଯାହାକି ନିକଟରେ ସେଗୁଡିକ ପ୍ରାକୃତିକ ଭାବେ ରହିବା କଥା, ମାତ୍ର କୌଣସି କିମ୍ବା ଯଦି ନିର୍ଦ୍ଧିଷ୍ଟ ମୋକଦ୍ଦମାର ପରିସ୍ଥିତି ଏପରି ହୋଇଥାଏ, ଯାହାକି ଏପରି ଉତ୍ପତ୍ତିକୁ ସମ୍ଭବ କରିଥାଏ । ଏହି ସ୍ପଷ୍ଟିକରଣ ମଧ୍ୟ ଦଫା – ୮୧ ପ୍ରତି ପ୍ରୟୋଗନୀୟ ଅଟେ । ‘କ’< କୌଣସି ଭୂ – ସଂପତ୍ତି ଦଖଲରେ ଦୀର୍ଘଦିନ ଧରିଥିଲା । ସେ ତାର ତତ୍ତ୍ଵାବଧାନରୁ ଜମି – ସଙ୍କ୍ରାନ୍ତୀୟ ଦଲିଲ୍ ଉପସ୍ଥାପନ କରିଥିଲା, ଯେଉଁଥିରେ ତାର ଅଧିକାର ଉଲ୍ଲେଖ ଥିଲା । ଏପରି ତତ୍ତ୍ଵାବଧାନ ଉପଯୁକ୍ତ ଅଟେ । ‘କ’ କୌଣସି ଭୂ – ସଂପତ୍ତି ସଂବନ୍ଧରେ ଦଲିଲ୍ ଦଖଲରେ ଯେଉଁଥିରେ ସେ ବନ୍ଧନ ଗ୍ରହୀତା ଅଟେ । ବନ୍ଧକ ଦାତା ଦଖଲରେ ଥାଏ । ଉଦାହରଣ ‘କ’ କୌଣସି ଭୂ – ସଂପତ୍ତିର ଦଖଲରେ ଦୀର୍ଘଦିନ ଧରିଥିଲା । ସେ, ତା’ର ତତ୍ତ୍ଵାବଧାନରୁ ଜମି ସଙ୍କ୍ରାନ୍ତୀୟ ଦଲିଲ୍ ଉପସ୍ଥାପନ କରିଥିଲା, କରିଥିଲା, ଯେଉଁଥିରେ ତା’ର ଅଧିକାର ଉଲ୍ଲେଖ ଥିଲା । ଏପରି ତତ୍ତ୍ଵାବଧାନ ଉପଯୁକ୍ତ ଅଟେ । ‘କ’, ଭୂ – ସଂପତ୍ତି ସଂବନ୍ଧରେ ଦଲିଲ୍ ଦାଖଲ କରେ, ଯେଉଁଥିରେ ସେ ବନ୍ଧକ – ଗ୍ରହୀତା ଅଟେ । ବନ୍ଧକ – ଦାତା ଦଖଲରେ ଥାଏ । ଏପରି ତତ୍ତ୍ଵାବଧାନ ଉପଯୁକ୍ତ ଅଟେ । ‘କ’, ଯେକି 'ଖ’ ଙ୍କର ସଂପର୍କୀୟ ‘ଖ’ର ଦଖଲରେ ଥିବା ଜମି ସଂବନ୍ଧରେ ଦଲିଲ୍ ଉପସ୍ଥାପନ କରେ, ଯାହାକି ନିରାପଦ ତତ୍ତ୍ଵାବଧାନ ନିମନ୍ତେ ତାଙ୍କ ନିକଟରେ ଜମାକରାଯାଇଥିଲା । ଏପରି ତତ୍ତ୍ଵାବଧାନ ଉପଯୁକ୍ତ ଅଟେ । ଟିପ୍ପଣୀ ଅଶିକ୍ଷିତା ପର୍ଦାନସିନ ମହିଳାଙ୍କ ଦ୍ଵାରା ଦଲିଲ୍ ର ସଂପାଦନ : ଅଶିକ୍ଷିତା ପର୍ଦାନସିନ ମହିଳାଙ୍କ ଦ୍ଵାରା ଦଲିଲ୍ ର ସଂପାଦନ ଉପରେ ଅନୁମାନ - ଏହା ସେହି ବ୍ୟକ୍ତି ଦ୍ଵାରା ପ୍ରମାଣିତ ହେବା ଉଚିତ୍ ଯେ କି ଉପକାର ଦାବୀକରନ୍ତି ଯେ ଦଲିଲ୍ ର ବିଷୟବସ୍ତୁକୁ ତାଙ୍କର ସ୍ଵାକ୍ଷରରେ ବୃଦ୍ଧାଙ୍ଗୁଷ୍ଠି ଛାପ ଗ୍ରହଣ କରିବା ପୂର୍ବରୁ ଉକ୍ତ ମହିଳାଙ୍କୁ ପଢି ବୁଝାଇ ଦିଆଯାଇଥିଲା – ମାତ୍ର ତା’ର ଅର୍ଥ ନୁହେଁ ଯେ ତିରିଶ ବର୍ଷରୁ ଉର୍ଦ୍ଧ୍ଵ ପୁରାତନ ଦଲିଲ୍ ଗୁଡିକ କ୍ଷେତ୍ରରେ ନ୍ୟାୟାଳୟ ସଂପାଦନକୁ ଅନୁମାନ କରିପାରିବେ ନାହିଁ ଏହା ଏହା ନ୍ୟାୟାଳୟ ଉପରେ ନିର୍ଭର କରେ – ସାକ୍ଷ୍ୟ ଆଇନ୍ ର ଦଫା ୯୦ର ବ୍ୟବସ୍ଥାକୁ ସ୍ପଷ୍ଟ କରାଯାଇଛି - (ଶ୍ରୀମତୀ) ହୀରାମଣି ସ୍ଵାଇଁ (ମୃତ) ଚୈତନ ସ୍ଵାଇଁ ଏବଂ ଅନ୍ୟମାନେ ବନାମ୍ ରମେଶ ଚନ୍ଦ୍ର ସେନାପତି ଏବଂ ଅନ୍ୟମାନେ - ୨୦୦୧ (୧) ଓଏଲ୍ଆର୍ – ୬୪୮ । ନ୍ୟାୟାଳୟ ଅଧିକାରୀ ଅନୁମାନ ଉଦ୍ରେକ କରିବେ : ତିରିଶ ବର୍ଷ ପୁରାତନ ଦଲିଲ୍ ସଂବନ୍ଧରେ ଅନୁମାନ – ମୂଳ ଦଲିଲ୍ ପ୍ରତି ଅନୁମାନ ଉପଲବ୍ଧ ଅଟେ ଏବଂ ପ୍ରମାଣିତ ନକଲ ପ୍ରତି ନୁହେଁ – ଏପରିକି ଆପତ୍ତି ବିନା ପ୍ରମାଣିତ ନକଲର ଗ୍ରହଣୀୟତା ଅନୁମାନ ଉଦ୍ରେକ କରିବା ନିମନ୍ତେ ନ୍ୟାୟାଳୟକୁ କ୍ଷମତାୟୀତ କରିବ ନାହିଁ କୀର୍ତ୍ତନ ବିହାରୀ ଆଚାର୍ଯ୍ୟ ବନାମ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟମାନେ – ୧୯୯୮ (୨) ଓଏଲ୍ଆର୍ – ୨୯୫; ୧୯୯୯ (୩) ସିସିସି – ୧୨୧ (ଓଡିଶା) । କେତେବେଳେ ଦଲିଲ୍ ଗ୍ରହଣ, ଆଇନଗତ ତ୍ରୁଟି ହୋଇଥାଏ : କୌଣସି ଦଲିଲ୍ ର ଦୁଇଟି ପ୍ରମାଣିତ ନକଲ – ଗୋଟିଏ ସର୍ତ୍ତମୂଳକ ବିକ୍ରୀ ସହିତ ବନ୍ଧକ ଦଲିଲ୍ ଏବଂ ଅନ୍ୟଟି ଅପିଲ୍ ନ୍ୟାୟାଳୟ ଦ୍ଵାରା ଅତିରିକ୍ତ ସାକ୍ଷ୍ୟଭାବେ ଏକ ନିବନ୍ଧିତ ପରିତ୍ୟାଗ ଦଲିଲ୍ ଏବଂ ତାହା ପ୍ରଦର୍ଶନ ଭାବେ ଏହି କାରଣ ଉପରେ ଯେ ସେଗୁଡିକ ତିରିଶବର୍ଷରେ ପୁରାତନ ଦଲିଲ୍ ଅଟେ – ଦର୍ଶାଯାଇଥିଲା ଯେ ତିରିଶବର୍ଷର ପୁରାତନ ଦଲିଲ୍ ସଂବନ୍ଧରେ ଅନୁମାନ କେବଳ ମୂଳ ଦଲିଲ୍ ସଂବନ୍ଧରେ କରାଯାଇପାରିବ ଏବଂ ପ୍ରମାଣିତ ନକଲ ସଂବନ୍ଧରେ ନୁହେଁ – ମାତ୍ର ପ୍ରମାଣିତ ନକଲଗୁଡିକୁ ସାକ୍ଷ୍ୟ ଆଇନର ଦଫା ୯୦ ଅନୁଯାୟୀ ଅନୁମାନର କାରଣ ଉପରେ ଗ୍ରହଣ କରାଯାଇପାରିବ ନାହିଁ – ବିଷୟବସ୍ତୁ ଏବଂ ରାଏକୁ ଆଲୋଚନା କରାଯାଇଛି – ଏପରି ଦଲିଲ୍ ଗୁଡିକର ଗ୍ରହଣୀୟତା ଆଇନର ତ୍ରୁଟି ଅଟେ - କୀର୍ତ୍ତନ ବିହାରୀ ଆଚାର୍ଯ୍ୟ ବନାମ ଓଡିଶା ରାଜ୍ୟ ସରକାର ଏବଂ ଅନ୍ୟମାନେ – ୧୯୯୮(୨) ଓଏଲ୍ଆର୍ – ୧୯୫ । ଆଧାର - ଦ ଲ ହାଉସ