ଚୁକ୍ତି ମଞ୍ଜୁରୀର ଏବଂ ସମ୍ପତ୍ତିର ଅନ୍ୟାନ୍ୟ ହସ୍ତାନ୍ତରଣ ସର୍ତ୍ତର ସାକ୍ଷ୍ୟ ଚୁକ୍ତି ମଞ୍ଜୁରୀର ଏବଂ ସମ୍ପତ୍ତିର ଅନ୍ୟାନ୍ୟ ହସ୍ତାନ୍ତରଣ ସର୍ତ୍ତର ସାକ୍ଷ୍ୟ ଯାହାକୁ ଦଲିଲ୍ ଆକାରରେ ଲିପିବଦ୍ଧ କରାଯାଇଥାଏ - ଯେତେବେଳେ କୌଣସି ଚୁକ୍ତିର ସର୍ତ୍ତ କିମ୍ବା କୌଣସି ମଞ୍ଜୁରୀ କିମ୍ବା ସମ୍ପତ୍ତିର ଅନ୍ୟ କୌଣସି ହସ୍ତାନ୍ତରଣକୁ କୌଣସି ଦଲିଲ୍ ଆକାରରେ ଲିପିବଦ୍ଧ କରାଯାଇଥାଏ , ଏବଂ ସମସ୍ତ କ୍ଷେତ୍ରରେ ଯେଉଁଥିରେ ଆଇନ ଦ୍ଵାରା ଆବଶ୍ୟକ କୌଣସି ବିଷୟକୁ କୌଣସି ଦଲିଲ୍ ଆକାରରେ ଲିପିବଦ୍ଧ କରାଯାଏ, ସେପରି ସ୍ଥଳେ ଏପରି ଚୁକ୍ତିର ସର୍ତ୍ତ , ମଞ୍ଜୁରୀ କିମ୍ବା ସମ୍ପତ୍ତିର ଅନ୍ୟାନ୍ୟ ହସ୍ତାନ୍ତରଣ କିମ୍ବା ଏପରି କୌଣସି ବିଷୟରେ , ପ୍ରମାଣରେ , ଏହି ଦଲିଲ୍ ବ୍ୟତୀତ କୌଣସି ସାକ୍ଷ୍ୟ ପ୍ରଦାନ କରାଯିବ ନାହିଁ , କିମ୍ବା ଏହାର ବିଷୟବସ୍ତୁ ଉପରେ ସେହି ସମସ୍ତ ମୋକଦ୍ଦମାର କୌଣସି ଗୌଣ ସାକ୍ଷ୍ୟ ପ୍ରଦାନ କରାଯିବ ନାହିଁ , ଯେଉଁଥିରେ ଏତତ୍ ପୂର୍ବରୁ ଧାରୀତ ବ୍ୟବସ୍ଥାବଳୀ ଅନୁଯାୟୀ , ଗୌଣ ସାକ୍ଷ୍ୟ ଗ୍ରହଣୀୟ ଅଟେ । ବ୍ୟତିକ୍ରମ – ୧ – ଯେତେବେଳେ କୌଣସି ସର୍ବସାଧାରଣ ଉଚ୍ଚକର୍ମଚାରୀ , ଲିଖିତଭାବେ ନିଯୁକ୍ତି ହେବା ନିମନ୍ତେ ଆଇନ ଆବଶ୍ୟକ କରେ , ଏବଂ ଯେତେବେଳେ ଏହା ଦର୍ଶାଯାଏ ଯେ, କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏପରି ଉଚ୍ଚକର୍ମଚାରୀ ଭାବେ କାର୍ଯ୍ୟ କରିଅଛନ୍ତି , ସେପରି ସ୍ଥଳେ ଯେଉଁ ଲେଖା ଦ୍ଵାରା ସେ ନିଯୁକ୍ତ ହୋଇଛନ୍ତି ତାହା ପ୍ରମାଣ କରିବା ଆବଶ୍ୟକ ନୁହେଁ । ବ୍ୟତିକ୍ରମ – ୨ – [ଭାରତରେ] ପ୍ରୋବେଟ ପ୍ରତି [ଗୃହୀତ] ଇଚ୍ଛାପତ୍ର ଗୁଡିକ ପ୍ରୋବେଟ ଦ୍ଵାରା ପ୍ରମାଣିତ କରାଯିବ । ସ୍ପଷ୍ଟିକରଣ - ୧ ଏହି ଦଫାଟି ସେହି ସମସ୍ତ କ୍ଷେତ୍ରରେ ସମାନ ଭାବେ ପ୍ରୟୋଗନୀୟ ହୁଏ , ଯେଉଁଥିରେ ଉଲ୍ଲେଖ ଥିବା ଚୁକ୍ତି , ମଞ୍ଜୁରୀ କିମ୍ବା ସମ୍ପତ୍ତିର ହସ୍ତାନ୍ତରଣ , ଗୋଟିଏ ଦଲିଲ୍ ରେ ଧାରୀତ ହୋଇଥାଏ । ସ୍ପଷ୍ଟିକରଣ – ୨ ଯେଉଁ ସ୍ଥଳରେ ଗୋଟିକରୁ ଅଧିକ ମୂଳ ଦଲିଲ୍ ଥାଏ, ସେପରିସ୍ଥଳେ କେବଳ ମାତ୍ର ଗୋଟିଏ ମୂଳ ଦଲିଲ୍ ପ୍ରମାଣ କରାଯିବା ଆବଶ୍ୟକ । ସ୍ପଷ୍ଟୀକର - ୩ ଏହି ଦଫାରେ ଉଲ୍ଲେଖିତ ବିଷୟ ବ୍ୟତୀତ , କୌଣସି ବିଷୟ ଉପରେ ଯେ କୌଣସି ଦଲିଲ୍ ରେ ଥିବା ବିବରଣୀ ; ସେହି ବିଷୟ ସଂବନ୍ଧରେ ମୌଖିକ ସାକ୍ଷ୍ୟର ଗ୍ରହଣୀୟତାକୁ ବହିର୍ଭୂତ କରିବ ନାହିଁ । ଉଦାହରଣ ଯଦି କୌଣସି ଚୁକ୍ତି ବିଭିନ୍ନ ପତ୍ରଗୁଡିକରେ ଧାରୀତ ହୋଇଥାଏ, ଯେଉଁ ସମସ୍ତ ପତ୍ରଗୁଡିକରେ ଏହା ଧାରୀତ , ତାକୁ ନିଶ୍ଚିତଭାବେ ପ୍ରମାଣ କରାଯିବ। ଯଦି କୌଣସି ଚୁକ୍ତି, କୌଣସି ପ୍ରତିବଦଳ ବିଲ୍ ରେ ଧାରୀତ ହୋଇଥାଏ , ସେପରିସ୍ଥଳେ ପ୍ରତିବଦଳ ବିଲ୍ କୁ ନିଶ୍ଚିତ ଭାବେ ପ୍ରମାଣ କରାଯିବ । ‘ଖ’ ଦ୍ଵାରା ପ୍ରଦତ୍ତ ଅର୍ଥ ନିମନ୍ତେ ‘କ’ ତାଙ୍କୁ ଏକ ରସିଦ୍ ପ୍ରଦାନ କରିଥିଲା । ଏପରି ଅର୍ଥ ପ୍ରଦାନ ଉପରେ , ମୌଖିକ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା । ଏହି ସାକ୍ଷ୍ୟ ଗ୍ରହଣୀୟ ଅଟେ । ଦଫା – ୯୧ – ଯେଉଁଠାରେ ପକ୍ଷମାନଙ୍କର ଉଦ୍ଦେଶ୍ୟ ସ୍ଵତ୍ତ୍ଵ ସମାପ୍ତ କରିବାକୁ ଥାଏ, ତାହା ସେଥିପାଇଁ ପ୍ରଦତ୍ତ ଅର୍ଥ ଉପରେ ନିର୍ଭର କରେ – ପ୍ରାପ୍ତି ସ୍ଵୀକାର ଦଲିଲ୍ ରେ , ପ୍ରଦତ୍ତ ଅର୍ଥର ପ୍ରାପ୍ତିସ୍ଵୀକାର ବର୍ଣ୍ଣନା ବିରୋଧୋକ୍ତି ଉଦ୍ଦେଶ୍ୟରେ ସାକ୍ଷ୍ୟ ଗ୍ରହଣୀୟ ହୁଏ । ଜନକ ଦୁଲାରୀ ଏବଂ ଅନ୍ୟଜଣେ ବନାମ କପିଳଦେଓ ରାୟ ଏବଂ ଅନ୍ୟଜଣେ : (୨୦୧୩) (i) ଓଏଲ୍ଆର୍ (ଏସ୍.ସି.) ୮୪୮ । କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ଉପରେ ନୀଳ ପ୍ରଦାନ କରିବା ନିମନ୍ତେ , ‘କ’ ଲିଖିତଭାବେ ‘ଖ’ ସହ ଚୁକ୍ତି କରେ । ଉକ୍ତ ଚୁକ୍ତି ଏହି ବିଷୟ ଉଲ୍ଲେଖ କରେ , ଯେ ‘ଖ’, ‘କ’ କୁ , ଅନ୍ୟ ଏକ ଘଟଣା ରେ ମୌଖିକ ଚୁକ୍ତି ଦ୍ଵାରା , ଅନ୍ୟ ନୀଳର ମୂଲ୍ୟ ପ୍ରଦାନ କରିଥିଲା । ମୌଖିକ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା ଯେ, ଅନ୍ୟ ନୀଳ ନିମନ୍ତେ କୌଣସି ଅର୍ଥ ପ୍ରଦାନ କରାଯାଇ ନାହିଁ ସାକ୍ଷ୍ୟ ଗ୍ରହଣୀୟ ଅଟେ । ‘ଖ’ ଦ୍ଵାରା ପ୍ରଦାନ କରାଯାଇଥିବା ଟଙ୍କା ନିମନ୍ତେ, ‘କ’, ‘ଖ’ କୁ ଏକ ରସିଦ୍ ପ୍ରଦାନ କରେ । ଟଙ୍କା ପ୍ରଦାନ ସଂବନ୍ଧରେ, ମୌଖିକ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା । ଏହି ସାକ୍ଷ୍ୟ ଗ୍ରହଣୀୟ ଅଟେ । < ଟିପ୍ପଣୀ ମୌଖିକ ସାକ୍ଷ୍ୟ, ଦଲିଲୀୟ ସାକ୍ଷ୍ୟକୁ ବିରୋଧ କରେ : - ମୌଖିକ ସାକ୍ଷ୍ୟ ଦଲିଲୀୟ ସାକ୍ଷ୍ୟକୁ ବିରୋଧ କରେ ସମାଜର ମୁଖ୍ୟ ଲକ୍ଷ୍ୟ ଅଟେ – ସମିତି ନିବନ୍ଧନ ଆଇନ୍ ଅନୁଯାୟୀ , ସମିତିର ନିବନ୍ଧନ ଦଲିଲ୍ରେ ଉଲ୍ଲେଖିତ ଉଦ୍ଦେଶ୍ୟକୁ ପ୍ରମାଣ କରିବା ନିମନ୍ତେ , ମୌଖିକ ସାକ୍ଷ୍ୟ ଅନୁମୋଦନୀୟ ଅଟେ । ହିନ୍ଦୁ ଜନସାଧାରଣ ଏବଂ ଅନ୍ୟ ଜଣେ ଇତ୍ୟାଦି ବନାମ୍ ରାଜଧାନୀ ପୂଜା ସମିତି ଏବଂ ଅନ୍ୟମାନେ ଇତ୍ୟାଦି - ୮୮(୧୯୯୯) ସି.ଏଲ୍.ଟି – ୬୦ (ସୁପ୍ରିମକୋର୍ଟ) । ମୌଖିକ ଚୁକ୍ତି ସାକ୍ଷ୍ୟର ବହିର୍ଭୂତକରଣ ଯେତେବେଳେ ଏପରି କୌଣସି ଚୁକ୍ତିର ସର୍ତ୍ତାବଳୀ ମଞ୍ଜୁରୀ କିମ୍ବା ସମ୍ପତ୍ତିର ଅନ୍ୟ ହସ୍ତାନ୍ତରଣ କିମ୍ବା ଅନ୍ୟ ଯେ କୌଣସି ବିଷୟ, ଯାହାକି ଆଇନ୍ ଦ୍ଵାରା କୌଣସି ଦଲିଲ୍ ଆକାରରେ ଉଦ୍ଧାର କରାଯିବା ଆବଶ୍ୟକ, ତାହା ପୂର୍ବ ଦଫା ଅନୁଯାୟୀ ପ୍ରମାଣିତ ହୋଇଥାଏ, ତା ହେଲେ ଏପରି କୌଣସି ଦଲିଲ୍ ଉପରେ ପକ୍ଷମାନଙ୍କ ମଧ୍ୟରେ କିମ୍ବା ସେମାନଙ୍କର ସ୍ଵାର୍ଥ ନିହିତ ପ୍ରତିନିଧିମାନଙ୍କ ମଧ୍ୟରେ ଏହାକୁ ଖଣ୍ଡନ କରିବା ନିମନ୍ତେ, ପରିବର୍ତ୍ତନ କରିବା ନିମନ୍ତେ, ସଂଯୋଗ କରିବା ନିମନ୍ତେ କିମ୍ବା ଏହାକୁ ସର୍ତ୍ତରୁ ବାଦଦେବା ନିମନ୍ତେ, କୌଣସି ମୌଖିକ ଚୁକ୍ତିର କିମ୍ବା ବିବରଣୀର ସାକ୍ଷ୍ୟକୁ ଗ୍ରହଣ କରାଯିବ ନାହିଁ । ପ୍ରତିବନ୍ଧ – ୧ : କୌଣସି ବିଷୟ ପ୍ରମାଣ କରାଯାଇପାରେ ଯାହାକି କୌଣସି ଦଲିଲ୍ କୁ ଅବୈଧ କରିବ କିମ୍ବା ସେଥି ସହିତ ସଂପୃକ୍ତ କୌଣସି ଡିକ୍ରି କିମ୍ବା ଆଦେଶ ପ୍ରତି କୌଣସି ବ୍ୟକ୍ତିଙ୍କୁ ହକ୍ ଦାର୍ କରିବ ; ଯେପରି ଚଞ୍ଚକତା , ବଳପ୍ରୟୋଗ , ଅବୈଧତା , ସଠିକ ସଂପାଦନର ଅଭାବ , କୌଣସି ଚୁକ୍ତିଭୂକ୍ତ ପକ୍ଷଙ୍କର ଅସମର୍ଥତା , ଜରସମନରେ [ଅକୃତକାର୍ଯ୍ୟତା] କିମ୍ବା ବିଷୟ କିମ୍ବା ଆଇନ୍ ରେ ତ୍ରୁଟି । ପ୍ରତିବନ୍ଧ – ୨ : କୌଣସି ପୃଥକ ମୌଖିକ ଚୁକ୍ତି , ଯାହା ଉପରେ କୌଣସି ଦଲିଲ୍ ନୀରବ ଥାଏ , ଏବଂ ଯାହାକି ସର୍ତ୍ତାବଳୀ ସହ ଅସାମଞ୍ଜସ୍ୟ ହୋଇଥାଏ, ତାହାକୁ ପ୍ରମାଣ କରାଯାଇପାରେ । ଏହି ପ୍ରତିବନ୍ଧ ପ୍ରୟୋଗ । କି ନୁହେଁ ତାହା ବିଚାର କରିବାରେ , ନ୍ୟାୟାଳୟରେ , ଦଲିଲ୍ ର ମୌଳିକତାର ମାତ୍ରାକୁ ବିଚାରକୁ ନିଆଯିବ । ପ୍ରତିବନ୍ଧ – ୩ : ଏପରି କୌଣସି ଚୁକ୍ତି , ମଞ୍ଜୁରୀ କିମ୍ବା ସମ୍ପତ୍ତିର ହସ୍ତାନ୍ତରଣ ଅନୁଯାୟୀ ସଂଯୁକ୍ତ କୌଣସି ଦାୟୀତ୍ଵ , ଯାହାକି ପୂର୍ବ ସର୍ତ୍ତ ଗଠନ କରେ , ସେପରି ସ୍ଥଳେ କୌଣସି ପୃଥକ୍ ମୌଖିକ ଚୁକ୍ତିର ସ୍ଥିତିକୁ ପ୍ରମାଣ କରାଯାଇପାରେ । ପ୍ରତିବନ୍ଧ – ୪ : ଏପରି କୌଣସି ଚୁକ୍ତି, ମଞ୍ଜୁରୀ କିମ୍ବା ସମ୍ପତ୍ତିର ହସ୍ତାନ୍ତରଣକୁ ରଦ୍ଦ କରିବା ସଂଶୋଧନ କରିବା ନିମନ୍ତେ କୌଣସି ସ୍ପଷ୍ଟ ପରବର୍ତ୍ତୀ ମୌଖିକ ଚୁକ୍ତିକୁ ପ୍ରମାଣ କରାଯାଇପାରେ କେବଳ ସେହି କ୍ଷେତ୍ରଗୁଡିକ ବ୍ୟତୀତ , ଯେଉଁଠି ଏପରି ଚୁକ୍ତି , ମଞ୍ଜୁରୀ କିମ୍ବା ସମ୍ପତ୍ତିର ହସ୍ତାରଣ , ଆଇନ ଦ୍ଵାରା , ଲିଖିତ ହେବା ଆବଶ୍ୟକ ଅଟେ , କିମ୍ବା ଦଲିଲ୍ ର ନିବନ୍ଧନ ନିମନ୍ତେ , ସେହି ସମୟରେ ବଳବତ୍ତର ଥିବା ଆଇନ ଅନୁଯାୟୀ ନିବନ୍ଧିତ ହୋଇଥାଏ । ପ୍ରତିବନ୍ଧ – ୫ : କୌଣସି ବ୍ୟବହାର କିମ୍ବା ପ୍ରଥା , ଯାହା ଦ୍ଵାରା କୌଣସି ଚୁକ୍ତିରେ ସ୍ପଷ୍ଟଭାବେ ଅନ୍ତର୍ଭୁକ୍ତ କରାଯାଇ ନଥିବା ଘଟଣା ଗୁଡିକ , ସେହି ବର୍ଣ୍ଣନୀୟ ଚୁକ୍ତିରେ ସାଧାରଣତଃ ସଂଯୋଗ କରାଯାଇଥାଏ ; ତାହା ପ୍ରମାଣ କରାଯାଇପାରେ ; ଉଲ୍ଲେଖଥାଉ ଯେ, ଏପରି ଘଟଣାର ସଂଯୋଗ , ଚୁକ୍ତିର ସ୍ପଷ୍ଟ ସର୍ତ୍ତାବଳୀ ସହ ଅସାମଞ୍ଜସ୍ୟ କିମ୍ବା ବିପରୀତ ହୋଇନଥିବ । ପ୍ରତିବନ୍ଧ – ୬: କୌଣସି ବିଷୟକୁ ପ୍ରମାଣ କରାଯାଇପାରେ , ଯାହା ଦର୍ଶାଏ ଯେ କୌଣସି ଦଲିଲ୍ ର ଭାଷା , ବିଦ୍ୟମାନ ବିଷୟଗୁଡିକ ସହ କିପରି ଭାବେ ସଂପୃକ୍ତ । ଉଦାହରଣ କଲିକତାରୁ ଲଣ୍ଡନ ପର୍ଯ୍ୟନ୍ତ କୌଣସି ଜାହାଜରେ ଯାଉଥିବା ଦ୍ରବ୍ୟ ଉପରେ କୌଣସି ବୀମା ପଲିସି କାର୍ଯ୍ୟକାରୀ କରାଯାଇଥିଲା । ଏହି ଦ୍ରବ୍ୟଗୁଡିକ କୌଣସି ନିର୍ଦ୍ଧିଷ୍ଟ ଜାହାଜରେ ପ୍ରେରଣା କରାଯାଇଥିଲା , ଯାହାକି ହଜି ଯାଇଥିଲା । ଏହି ବିଷୟ ଯେ, ଉକ୍ତ ନିର୍ଦ୍ଧିଷ୍ଟ ଜାହାଜଟି , ମୌଖିକଭାବେ ପଲିସିରୁ ବ୍ୟତିକ୍ରମିତ ଥିଲା, ତାହାକୁ ପ୍ରମାଣ କରାଯାଇ ପାରିବ ନାହିଁ । ‘ଖ’ କୁ ଟ ୧୦୦. ୦୦ ପ୍ରଦାନ କରିବା ନିମନ୍ତେ , ‘କ’ ସମ୍ପୂର୍ଣ୍ଣ ଭାବେ ଲିଖିତ ଆକାରରେ ବା ଭାବେ ସମ୍ମତ ହୋଇଥିଲା ଏବଂ ତାହା ୧/୧୩/୧୮୭୩ରେ ପ୍ରଦାନ କରିବା ନିମନ୍ତେ ସମ୍ମତ ହୋଇଥିଲା । ଏହି ବିଷୟ ଯେ , ସେହି ସମୟରେ ଏକ ମୌଖିକ ଚୁକ୍ତି ହୋଇଥିଲା ଯେ, ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ପ୍ରଦାନ କରାଯିବ ନାହିଁ , ତାହାକୁ ପ୍ରମାଣ କରାଯାଇପାରିବ ନାହିଁ । କୌଣସି ଏକ କବଲାଦ୍ଵାରା ‘ରାମପୁର ଚା ସମ୍ପତ୍ତି’ କୁ ବିକ୍ରୀ କରାଗଲା , ଯାହାକି ବିକ୍ରୀ କରାଯାଇଥିବା ସମ୍ପତ୍ତିର ଏକ ମାନଚିତ୍ର ଧାରଣ କରିଥିଲା । ଏହି ବିଷୟ ଯେ , ଉକ୍ତ ମାନଚିତ୍ରରେ ଅନ୍ତର୍ଭୁକ୍ତ କରାଯାଇ ନଥିବା ଜମି , ସର୍ବଦା ଉକ୍ତ ସମ୍ପତ୍ତିର ଏକ ଅଂଶ ଭାବେ ବିବେଚନା କରାଯାଉଥିଲା ଏବଂ ଦଲିଲ୍ ଦ୍ଵାରା ଗମନାଗମନ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା , ତାହା ପ୍ରମାଣିତ କରାଯାଇପାରିବ ନାହିଁ । କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ଉପରେ , ‘ଖ’ ର ସମ୍ପତ୍ତିରେ କେତେ ନିର୍ଦ୍ଧିଷ୍ଟ ଖଣି କାର୍ଯ୍ୟ କରିବା ନିମନ୍ତେ , ‘ଖ’ ସହିତ ‘କ’ ଏକ ଲିଖିତ ଚୁକ୍ତିରେ ଅନ୍ତର୍ଭୁକ୍ତ ହୋଇଥିଲା । ‘ଖ’ର କୌଣସି ତ୍ରୁଟିପୂର୍ଣ୍ଣ ପ୍ରତିନିଧିତ୍ଵ ଦ୍ଵାରା, ଏପରି କରିବା ନିମନ୍ତେ ‘କ’ କୁ ପ୍ରବର୍ତ୍ତା ଯାଇଥିଲା । ଏହି ବିଷୟ ପ୍ରମାଣ କରାଯାଇପାରେ । କୌଣସି ଚୁକ୍ତିର ଧାର୍ଯ୍ୟ କିମ୍ବା ନିର୍ଦ୍ଧିଷ୍ଟ ସଂପାଦନ ନିମନ୍ତେ , ‘କ’ , ‘ଖ’ ବିରୁଦ୍ଧରେ ଏକ ମୋକଦ୍ଦମା ଦାଏର କରେ ଏବଂ ଏହା ମଧ୍ୟ ପ୍ରାର୍ଥନା କରେ ଯେ, ଉକ୍ତ ଚୁକ୍ତିର କୌଣସି ବ୍ୟବସ୍ଥାକୁ ସଂଶୋଧନ କରାଯାଉ, ଯେହେତୁ ଉକ୍ତ ବ୍ୟବସ୍ଥାକୁ ଭୁଲ୍ ବଶତଃ ଅନ୍ତର୍ଭୁକ୍ତ କରାଯାଇଛି । ‘କ’ ଏହା ପ୍ରମାଣ କରିପାରେ ଯେ, ଏପରି କୌଣସି ତ୍ରୁଟି କରାଯାଇଥିଲା , ଯାହାକି ଉକ୍ତ ଚୁକ୍ତିକୁ ‘ସଂଶୋଧନ କରିବା ନିମନ୍ତେ ଆଇନ ଦ୍ଵାରା ତାକୁ ହକ୍ ଦାର କରିଥାଏ । କୌଣସି ଏକ ପତ୍ରଦ୍ଵାରା , ‘ଖ’ ର ଦ୍ରବ୍ୟକୁ ‘କ’ ଆଦେଶିତ କରେ , ଯେଉଁଥିରେ ଅର୍ଥ ପ୍ରଦାନ ସମୟ ସଂବନ୍ଧରେ କିଛି କୁହାଯାଇ ନଥାଏ ଏବଂ ପ୍ରଦାନରେ ଦ୍ରବ୍ୟଗୁଡିକୁ ଗ୍ରହଣ କରେ । ମୂଲ୍ୟ ନିମନ୍ତେ ‘ଖ’, ‘କ’ ବିରୁଦ୍ଧରେ ମୋକଦ୍ଦମା କରେ । ‘କ’ ଦର୍ଶାଇ ପାରିବ ଯେ , କୌଣସିଆ ସମୟ ନିମନ୍ତେ ଧାର୍ ସୂତ୍ରେ ଉକ୍ତ ଦ୍ରବ୍ୟଗୁଡିକ ଯୋଗାଇ ଦିଆଯାଇଥିଲା , ଯାହାକି ସମାପ୍ତ ହୋଇନାହିଁ । ‘କ’, ‘ଖ’ କୁ ଏକ ଘୋଡା ବିକ୍ରୀ କରେ ଏବଂ ମୌଖିକ ଭାବେ ତାହା ସୁସ୍ଥ ବୋଲି ପ୍ରତିଶ୍ରୁତି ଦିଏ । ‘କ’ , ‘ଖ’ କୁ ଏହି ଶବ୍ଦାବଳୀରେ ଏକ କାଗଜ ପ୍ରଦାନ କରେ , ‘କ’ ଠାରୁ ଏକ ଘୋଡା ଟ.୫୦୦ ୦୦ ରେ କିଣାଯାଇଛି । ‘ଖ’ ଏପରି ମୌଖିକ ଅଙ୍ଗୀକାରବଦ୍ଧ ପ୍ରମାଣ କରିପାରେ । ଦ୍ଵନ୍ଦିତ ଦଲିଲ୍ କୁ ସ୍ପଷ୍ଟକରିବା କିମ୍ବା ସଂଶୋଧନ କରିବା ନିମନ୍ତେ ସାକ୍ଷ୍ୟର ବହିର୍ଭୂତିକରଣ ଯେତେବେଳେ କୌଣସି ଦଲିଲ୍ ରେ ବ୍ୟବହୃତ ଭାଷା , ଦ୍ଵନ୍ଦିତ କିମ୍ବା ତ୍ରୁଟିପୂର୍ଣ୍ଣ ଥାଏ , ସେପରିସ୍ଥଳେ ବିଷୟ ଗୁଡିକ ସଂବଂଶରେ ସାକ୍ଷ୍ୟ ପ୍ରଦାନ କରାଯାଇପାରିବ ନାହିଁ, ଯାହାକି ଏହାର ଅର୍ଥ ଦର୍ଶାଇବ କିମ୍ବା ତ୍ରୁଟି ପୂର୍ଣ୍ଣ କରିବ । ଉଦାହରଣ ‘କ’ ‘ଖ’ କୁ ଗୋଟିଏ ଘୋଡା ଟ. ୧୦୦୦. ୦୦ରେ କିମ୍ବା ୧୫୦୦. ୦୦ରେ ବିକ୍ରୀ କରିବା ନିମନ୍ତେ ଲିଖିତ ଭାବେ ସମ୍ମତ ହୁଏ । ସେପରି ସ୍ଥଳେ ସାକ୍ଷ୍ୟ ପ୍ରଦାନ କରାଯାଇ ପାରିବ ନାହିଁ , ଏହା ଦର୍ଶାଇବା ନିମନ୍ତେ ଯେ, କେଉଁ ମୂଲ୍ୟ ପ୍ରଦାନ କରାଯିବ । କୌଣସି ଦଲିଲ୍ ଶୂନ୍ୟସ୍ଥାନ ବହନ କରିଥାଏ , ସେପରି ସ୍ଥଳେ , ବିଷୟଗୁଡିକ ସଂବନ୍ଧରେ ସାକ୍ଷ୍ୟ ପ୍ରଦାନ କରାଯାଇପାରିବ ନାହିଁ ଯାହାକି ଏହା ଦର୍ଶାଇବ ଯେ, କିପରି ଭାବେ ତାହା ପୂରଣ କରାଯିବ । ବିଦ୍ୟମାନ ବିଷୟଗୁଡିକ ପ୍ରତି ଦଲିଲ୍ ର ପ୍ରୟୋଗ ବିରୁଦ୍ଧରେ ସାକ୍ଷ୍ୟର ବହିର୍ଭୂତିକରଣ ଯେତେବେଳେ କୌଣସି ଦଲିଲ୍ ରେ ବ୍ୟବହୃତ ଭାଷା ସରଲା ହୋଇଥାଏ ଏବଂ ଯେତେବେଳେ ଏହା ସଠିକ୍ ଭାବେ ବିଦ୍ୟମାନ ବିଷୟଗୁଡିକ ପ୍ରତି ପ୍ରୟୋଗନୀୟ ହୁଏ ; ସେପରିସ୍ଥଳେ ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇନପାରେ ଯେ, ଏହା , ଏପରି ବିଷୟଗୁଡିକ ପ୍ରତି ପ୍ରୟୋଗ ହେବା ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଉଦାହରଣ ‘କ’ ଏକ ଦଲିଲ୍ ଦ୍ଵାରା ରାମପୁରରେ ଥିବା ତାଙ୍କର ୧୦୦ ବିଘାର ସମ୍ପତ୍ତିକୁ ‘ଖ’ କୁ ବିକ୍ରୀ କରେ । ‘କ’ ର ୧୦୦ ବିଘାର ଏକ ସମ୍ପତ୍ତି ଥିଲା , ସେପରି ସ୍ଥଳେ , ଏହି ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରାଯାଇ ନପାରେ ଯେ, ଯେଉଁ ସମ୍ପତ୍ତି ବିକ୍ରୀ କରାଯାଉଛି , ତାହା ବିଭିନ୍ନ ସ୍ଥାନରେ ଅବସ୍ଥିତି ଏବଂ ବିଭିନ୍ନ ଆକାରର ଅଟେ । ବିଦ୍ୟମାନ ବିଷୟବସ୍ତୁର ଉଲ୍ଲେଖରେ ଅର୍ଥ ନଥିବା ଦଲିଲ୍ ସଂବନ୍ଧରେ ଯେତେବେଳେ କୌଣସି ଦଲିଲ୍ ରେ ବ୍ୟବହୃତ ଭାଷା , ସରଲା ହୋଇଥାଏ , ମାତ୍ର ବିଦ୍ୟମାନ ବିଷୟଗୁଡିକର ଉଲ୍ଲେଖରେ ଏହାର ଅଉନସି ଅର୍ଥ ନଥାଏ ; ସେପରି ସ୍ଥଳେ ଏହା ନିର୍ଦ୍ଧିଷ୍ଟ ଅର୍ଥରେ ବ୍ୟବହୃତ ହୋଇଛି ବୋଲି ସାକ୍ଷ୍ୟ ପ୍ରଦାନ କରାଯାଇପାରେ । ଉଦାହରଣ ‘କ’ , ‘ଖ’ ଙ୍କୁ କଲିକତାରେ ଥିବା ତାଙ୍କର ଗୃହ ବିକ୍ରୀ କରେ । ‘କ’ ଙ୍କର କଲିକତାରେ କୌଣସି ଗୃହ ନଥିଲା ; ମାତ୍ର ଏହା ଜଣାଯାଏ ଯେ, ତାଙ୍କର ହାଉଡାରେ ଏକ ଗୃହ ଥିଲା, ଯାହାକି ଦଲିଲ୍ ସଂପାଦନ ସମୟରୁ ‘ଖ’ ଙ୍କର ଦଖଲରେ ଥିଲା । ଏହା ଦର୍ଶାଇବା ନିମାନେ ଏହି ବିଷୟଗୁଡ଼ିକୁ ପ୍ରମାଣିତ କରାଯିବ ଯେ, ହାଉଡାରେ ଥିବା ଗୃହପ୍ରତି ଏହି ଦଲିଲ୍ ଟି ସଂପୃକ୍ତ ଅଟେ । ଭାଷାର ପ୍ରୟୋଗ ସଂବନ୍ଧରେ ସାକ୍ଷ୍ୟ ଭାଷାର ପ୍ରୟୋଗ ସଂବନ୍ଧରେ ସାକ୍ଷ୍ୟ, ଯାହାକି ବହୁ ବ୍ୟକ୍ତିଙ୍କ ମଧ୍ୟରୁ କେବଳମାତ୍ର ଜଣକ ପ୍ରତି ପ୍ରୟୋଗ ହୋଇପାରିବ - ଯେତେବେଳେ ବିଷୟ ଗୁଡିକ ଏପରି ହୋଇଥାଏ ଯେ, ବ୍ୟବହୃତ ହୋଇଥିବା ଭାଷା ଜଣେ ବ୍ୟକ୍ତି ପ୍ରତି ପ୍ରୟୋଗ ନିମନ୍ତେ ଉଦ୍ଦିଷ୍ଟ ଏବଂ ବହୁବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକ ବ୍ୟତୀତ ଅଧିକ ବ୍ୟକ୍ତିମାନଙ୍କ ପ୍ରତି ପ୍ରୟୋଗ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ; ସେପରି ସ୍ଥଳେ ସେହି ବିଷୟ ଗୁଡିକ ଉପରେ ସାକ୍ଷ୍ୟ ପ୍ରଦାନ କରାଯାଇପାରିବ , ଯାହା ଦର୍ଶାଏ ଯେ ସେହି ବ୍ୟକ୍ତି କିମ୍ବା ବସ୍ତୁଗୁଡିକ କେଉଁଟି ପ୍ରତି ଏହା ପ୍ରୟୋଗ ନିମନ୍ତେ ଉଦ୍ଦିଷ୍ଟ । ଉଦାହରଣ ‘କ’ , ‘ଖ’ ଙ୍କୁ ତାଙ୍କର ଗୃହଟିକୁ ଟ.୧୦୦୦୦. ୦୦ ରେ ବିକ୍ରୀ କରିବା ନିମନ୍ତେ ସମ୍ମତ ହୁଅନ୍ତି । ‘କ’ ଙ୍କର ଦୁଇଟି ଧବଳ ଗୃହ ଅଛି । ସେପରି ସ୍ଥଳେ ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯେ, ସେଗୁଡିକ ମଧ୍ୟରୁ କେଉଁଟି ଉଦ୍ଦିଷ୍ଟ । ହାଇଦ୍ରାବାଦକୁ ‘ଖ’ ସହିତ ଯିବା ନିମନ୍ତେ, ‘କ’ ସମ୍ମତ ହୋଇଥିଲା । ସେପରି କ୍ଷେତ୍ରରେ ଏହି ବିଷୟ ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯେ, ନେଖାନରେ ଥିବା ହାଇଦ୍ରାବାଦ କିମ୍ବା ସନ୍ଦ୍ ରେ ଥିବା ହାଇଦ୍ରାବାଦ ପ୍ରତି ଏହା ଉଦ୍ଦିଷ୍ଟ । ଦୁଇ ପ୍ରକାର ବିଷୟପ୍ରତି ଭାଷାର ପ୍ରୟୋଗ ସଂବନ୍ଧରେ ସାକ୍ଷ୍ୟ ଦୁଇ ପ୍ରକାର ବିଷୟପ୍ରତି ଭାଷାର ପ୍ରୟୋଗ ସଂବନ୍ଧରେ ସାକ୍ଷ୍ୟ, ଯେଉଁଗୁଡିକ ମଧ୍ୟରୁ କୌଣସି ପ୍ରତି ସମୁଦାୟ ସଠିକ୍ ଭାବେ ପ୍ରୟୋଗନୀୟ ନୁହେଁ – ଯେତେବେଳେ ବ୍ୟବହୃତ ହୋଇଥିବା ଭାଷା ଗୋଟିଏ ପ୍ରକାର ବିଦ୍ୟମାନ ବିଷୟ ପ୍ରତି ଆଂଶିକ ଭାବେ ଏବଂ ଅନୟପରକାର ବିଦ୍ୟମାନ ବିଷୟ ପ୍ରତି ଆଂଶିକ ଭାବେ ପ୍ରୟୋଗନୀୟ ଅଟେ ; ମାତ୍ର ଏହା ସମୁଦାୟ ସଠିକ୍ ଭାବେ ପ୍ରୟୋଗନୀୟ ହୁଏନାହିଁ , ସେପରି ସ୍ଥଳେ ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ; ସେଗୁଡିକ ମଧ୍ୟରୁ କେଉଁଟି ପ୍ରତି ପ୍ରୟୋଗ ନିମନ୍ତେ ଏହା ଉଦ୍ଦିଷ୍ଟ । ଉଦାହରଣ ‘ଏକ୍ସ’ ରେ ‘ଖ’ ଦଖଲରେ ଥିବା ଜମିକୁ ‘ଗ’ ଙ୍କୁ ବିକ୍ରୀ କରିବା ନିମନ୍ତେ , ‘କ’ ସମ୍ମତ ହୁଏ । ଏକ୍ସଠାରେ ‘କ’ ର ଜମି ଅଛି ମାତ୍ର ‘ଖ’ ର ଦଖଲରେ ନୁହେଁ , ଏବଂ ତାଙ୍କ ଜମି ‘ଖ’ ର ଦଖଲରେ ଅଛି , ମାତ୍ର ‘ଏକ୍ସ’ ଠାରେ ନୁହେଁ । ସେପରିସ୍ଥଳେ , ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯେ, କାହାକୁ ବିକ୍ରୀ କରିବା ନିମନ୍ତେ ସେ ଉଦ୍ଦେଶିତ । ଅସ୍ପଷ୍ଟ ପ୍ରକୃତି ଇତ୍ୟାଦିର ଅର୍ଥ ସଂବନ୍ଧରେ ସାକ୍ଷ୍ୟ ଅସ୍ପଷ୍ଟ କିମ୍ବା ସାଧାରଣ ଭାବେ ବୋଧଗମ୍ୟ ହେଉ ନଥିବା ବିଦେଶୀ , ବୈଶାୟିକ , ସ୍ଥାନୀୟ ଏବଂ ପ୍ରାଦେଶିକ ସଂକ୍ଷିପ୍ତିକରଣ ଉକ୍ତି ଏବଂ ଶବ୍ଦାବଳୀରୁ ପ୍ରକୃତି ସଂବନ୍ଧରେ , ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯେ, ତାହା କେଉଁ ନିର୍ଦ୍ଧିଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି । ଉଦାହରଣ ‘କ’, ଯେକି ଜଣେ ମୂର୍ତ୍ତିନିର୍ମାତା ଅଟେ , ସେ ତାର ସମସ୍ତ ନମୁନା ‘ଖ’ କୁ ବିକ୍ରୀ କରିବା ନିମନ୍ତେ ସମ୍ମତ ହୁଏ । ‘କ’ ଉଭୟ ନମୁନା ଏବଂ ପ୍ରସ୍ତୁତ କରିବା ଯନ୍ତ୍ରପାତି ଥାଏ , ସେପରି ସ୍ଥଳେ , ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯେ, କେଉଁଟିକୁ ସେ ବିକ୍ରୀ କରିବା ନିମନ୍ତେ ଉଦ୍ଦେଶିତ । ଦଲିଲ୍ ର ପରିବର୍ତ୍ତନୀୟ ସର୍ତ୍ତର ଚୁକ୍ତି ସଂବନ୍ଧରେ କିଏ ସାକ୍ଷ୍ୟ ପ୍ରଦାନ କରିପାରିବ ସେହି ବ୍ୟକ୍ତିମାନେ କିମ୍ବା ସେମାନଙ୍କର ସ୍ଵାର୍ଥ ନିହିତ ପ୍ରତିନିଧିମାନେ ଯେଉଁମାନେ କି, କୌଣସି ଦଲିଲ୍ ରେ ପକ୍ଷ ନ ଥାଆନ୍ତି, ସେମାନେ କୌଣସି ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିପାରନ୍ତି , କୌଣସି ସମ – ସାମୟିକ ଚୁକ୍ତିକୁ ଦର୍ଶାଇବା ନିମନ୍ତେ, ଯାହାକି ଦଲିଲ୍ ର ସର୍ତ୍ତାବଳୀକୁ ପରିବର୍ତ୍ତନୀୟ କରୁଥାଏ । ଉଦାହରଣ ଲିଖିତଭାବେ ‘କ’ ଏବଂ ‘ଖ’ ଏକ ଚୁକ୍ତି କରନ୍ତି ଯେ ‘ଖ’ , ‘କ’ ଙ୍କୁ ଏକ ନିର୍ଦ୍ଧିଷ୍ଟ ପ୍ରକାର ତୁଳା ବିକ୍ରୀ କରିବ , ଯାହାର ଅର୍ଥ, ପ୍ରଦାନ ସମୟରେ ଦିଆଯିବ । ଠିକ୍ ସେହି ସମୟରେ ସେମାନେ ଏକ ମୌଖିକ ଚୁକ୍ତି କରନ୍ତି ଯେ, ‘କ’ ଏବଂ ‘ଖ’ ମଧ୍ୟରେ ଦର୍ଶାଯାଇ ପାରି ନଥିଲା ମାତ୍ର ଏହା ‘ଗ’ କୁ ଦର୍ଶାଯାଇପାରିଥାଏ , ଯଦି ଏହା ତାର ସ୍ଵାର୍ଥକୁ ପ୍ରଭାବିତ କରୁଥାଏ। ଇଚ୍ଛାପତ୍ର ସଂବନ୍ଧୀୟ ଭାରତୀୟ ଉତ୍ତରାଧିକାରୀ ଆଇନ୍ ର ବ୍ୟବସ୍ଥାବଳୀର ସଂରକ୍ଷଣ ଏହି ଅଧ୍ୟାୟରେ ଧାରୀତ କୌଣସି ବିଷୟ, ଭାରତୀୟ ଉତ୍ତରାଧିକାରୀ ଆଇନ୍, ୧୮୬୫ (୧୦/୧୮୬୫)ର ବ୍ୟବସ୍ଥାବଳୀକୁ , ଇଚ୍ଛାପତ୍ରର ବ୍ୟାଖ୍ୟା ସଂବନ୍ଧରେ , ପ୍ରଭାବିତ କରିବ ବୋଲି ଧରାଯିବ ନାହିଁ । ଆଧାର – ଦ ଲ ହାଉସ