ଯେଉଁ ବ୍ୟକ୍ତିମାନେ ସାକ୍ଷୀ ରୂପେ ଆହ୍ଵାନ କରାଯାଇପାରିବ ନାହିଁ, ସେମାନଙ୍କ ଦ୍ଵାରା ବିବରଣୀ ସେହି ସମସ୍ତକ୍ଷେତ୍ର, ଯେଉଁଥିରେ ମୃତ କୌଣସି ବ୍ୟକ୍ତି ଦ୍ଵାରା ଉପାଦେୟ ବିଷୟରେ ବିବରଣୀ,ଉପାଦେୟ ଅଟେ – କୌଣସି ବ୍ୟକ୍ତି, ଯେକି ମୃତ କିମ୍ବା ଯେଉଁ ବ୍ୟକ୍ତି ମିଳିବ ନାହିଁ କିମ୍ବା ଯେକି ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅକ୍ଷମ କିମ୍ବା ଯେଉଁ ବ୍ୟକ୍ତିର ଉପସ୍ଥିତିକୁ ବିଳମ୍ବତା କିମ୍ବା ଖର୍ଚ୍ଚ ବିନା ଆହାରଣ କରାଯାଇପାରିବ ନାହିଁ ଏବଂ ଯାହାକି ନ୍ୟାୟାଳୟଙ୍କ ଦ୍ଵାରା ଅଯୌକ୍ତିକ ବୋଲି ମନେହୁଏ, ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଲିଖିତ କିମ୍ବା ମୌଖିକ ଉପାଦେୟ ବସ୍ତୁର ବିବରଣୀ,ନିମ୍ନଲିଖିତ ଘଟଣାରେ ଉପାଦେୟ ଅଟେ - ଯେତେବେଳେ ଏହା ମୃତ୍ୟୁର କାରଣ ସହିତ ସଂପୃକ୍ତ ଥାଏ – ଯେତେବେଳେ ମୃତ୍ୟୁର କାରଣ ଉପରେ କୌଣସି ବ୍ୟକ୍ତିଦ୍ଵାରା ଏପରି ବିବରଣୀ ପ୍ରଦାନ କରାଯାଇଥାଏ; କିମ୍ବା ଏପରି କାରବାରରେ ପରିସ୍ଥିତି ସଂବନ୍ଧରେ କୌଣସି କାର୍ଯ୍ୟକରାଯାଇଥିଲା, ଯାହାକି ମୃତ୍ୟୁରେ ପରିଣତି ହୋଇଥିଲା,ଯେଉଁ ସମସ୍ତ କ୍ଷେତ୍ରରେ ଉକ୍ତ ମୃତ୍ୟୁର କାରଣ ପ୍ରଶ୍ନ ମଧ୍ୟକୁ ଆସେ । ଏପରି ବିବରଣୀଗୁଡିକ ଉପାଦେୟ ଅଟେ, ଯଦିଓ ଏପରି ବିବରଣୀ ପ୍ରଦାନ କରିଥିବା ବ୍ୟକ୍ତି, ସେହି ସମୟରେ ମୃତ୍ୟୁ ଆଶଙ୍କାରେ ଥାଏ କି ନାହିଁ ଏବଂ କାର୍ଯ୍ୟାନୁଷ୍ଠାନର ପ୍ରକୃତି ଯାହା ହେଉନା କାହିଁକି, ଯେଉଁଥିରେ ମୃତ୍ୟୁର କାରଣ ପ୍ରଶ୍ନ ମଧ୍ୟକୁ ଆସେ । କିମ୍ବା ବ୍ୟବସାୟ ବା କାରବାର ସମୟରେ ପ୍ରଦାନ କରାଯାଇଥାଏ – ଯେତେବେଳେ ଏପରି ବିବରଣୀ, ଏପରି ବ୍ୟକ୍ତିଦ୍ଵାରା ସାଧାରଣ କାରବାର ସମୟରେ ପ୍ରଦାନ କରାଯାଇଥାଏ; ଏବଂ ନିର୍ଦ୍ଧିଷ୍ଟ ଭାବେ ଯେତେବେଳେ ଏହା ତାଙ୍କ ଦ୍ଵାରା କୌଣସି ପୁସ୍ତକରେ, ଯାହାକି ଏପରି କାରବାର ସମୟରେ ରଖାଯାଇଥାଏ, ସେଥିରେ ଅନ୍ତର୍ଭୁକ୍ତିଭାବେ କିମ୍ବା ସ୍ମାରକ ପତ୍ର ଭାବେ ଧାରିତ ହୋଇଥାଏ କିମ୍ବା ତାଙ୍କର ବ୍ୟକ୍ତିଗତ ବୃତ୍ତି ସଂପାଦନ କରିବା ସମୟରେ କରାଯାଇଥାଏ କିମ୍ବା ଅର୍ଥ,ଦ୍ରବ୍ୟ, ଅମାନତ କିମ୍ବା ସମ୍ପତ୍ତି, ତାହା ଯେକୌଣସି ପ୍ରକାରର ହୋଇଥାଉ , ତାହା ଗ୍ରହଣ କରିବା ସମୟରେ କିମ୍ବା ବ୍ୟବସାୟରେ ବ୍ୟବହୃତ କୌଣସି ଦଲିଲ୍ ଯାହାକି ତାଙ୍କ ଦ୍ଵାରା ଲିଖିତ ସ୍ଵାକ୍ଷରିତ ହୋଇଥାଏ କିମ୍ବା କୌଣସି ପତ୍ରର ତାରିଖ କିମ୍ବା ଅନ୍ୟ ଦଲିଲ୍ ଯାହାକି ସାଧାରଣତଃ ତାଙ୍କ ଦ୍ଵାରା ଲିଖିତ ହୋଇଥାଏ, ତାରିଖ ପ୍ରଦାନ କରାଯାଇଥାଏ କିମ୍ବା ସ୍ଵାକ୍ଷରିତ ହୋଇଥାଏ । କିମ୍ବା ପ୍ରଦାନ କରିଥିବା ବ୍ୟକ୍ତିର ସ୍ଵାର୍ଥ ବିରୁଦ୍ଧରେ : ଯେତେବେଳେ ଏପରି ବିବରଣୀ, ଏହା ପ୍ରଦାନ କରିଥିବା ବ୍ୟକ୍ତିର ଅର୍ଥନୈତିକ କିମ୍ବା ଅଧିକାର ଜନିତ ସ୍ଵାର୍ଥ ବିରୁଦ୍ଧରେ ହୋଇଥାଏ କିମ୍ବା ଯେତେବେଳେ , ଯଦି ସତ୍ୟ ହୋଇଥାଏ ତାହା ତାଙ୍କୁ କୌଣସି ଫୌଜଦାରୀ ମୋକଦ୍ଦମା କିମ୍ବା କ୍ଷତିପୂରଣ ନିମନ୍ତେ କୌଣସି ମୋକଦ୍ଦମାର ସମ୍ମୁଖୀନ କରାଇବ । ଏପରି କୌଣସି କାରଣ ସହିତ ସମ୍ପର୍କିତ, ଯେପରି ତାହା ଦଫା ୧୩, ଧାରା (କ) ରେ ଉଲ୍ଲେଖିତ ଅଛି । କିମ୍ବା ସର୍ବସାଧାରଣ ଅଧିକାର କିମ୍ବା ପ୍ରଥା ସାଧାରଣ ସ୍ଵାର୍ଥଉପରେ ମତାମତ ପ୍ରଦାନ କରନ୍ତି - ଯେତେବେଳେ ବିବରଣୀ ଏପରି ବ୍ୟକ୍ତିର, କୌଣସି ସର୍ବସାଧାରଣ ଅଧିକାର କିମ୍ବା ପ୍ରଥାର ସ୍ଥିତି କିମ୍ବା ସର୍ବସାଧାରଣ କିମ୍ବା ସାଧାରଣ ସ୍ଵାର୍ଥ ଉପରେ ମତାମତ ପ୍ରଦାନ କରେ, ଯାହାର ସ୍ଥିତି ସଂବନ୍ଧରେ ଯଦି ଏହା ସ୍ଥିତ ଥାଏ ତାହା ସଂବନ୍ଧରେ ସେ ସଚେତନ ହେବାର ସମ୍ଭାବନା ଅଛି, ଏବଂ ଯେତେବେଳେ ଏପରି ବିବରଣୀ, ଏପରି ଅଧିକାର, ପ୍ରଥା କିମ୍ବା ବିଷୟବସ୍ତୁ ସଂବନ୍ଧରେ କୌଣସି ବିବାଦ ଉଦ୍ରେକ ହେବା ପୂର୍ବରୁ ପ୍ରଦାନ କରାଯାଇଥାଏ । କିମ୍ବା ସମ୍ପର୍କର ସ୍ଥିତି ସଂବନ୍ଧରେ ସମ୍ପର୍କିତ ଥାଏ : - ଯେତେବେଳେ ଏପରି ବିବରଣୀ ରକ୍ତଦ୍ଵାରା,ବିବାହ ଦ୍ଵାରା, କିମ୍ବା ପୋଷ୍ୟପୁତ୍ର ଗ୍ରହଣ ଦ୍ଵାରା, ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ସମ୍ପର୍କର ସ୍ଥିତି ସଂବନ୍ଧରେ ସମ୍ପର୍କିତ ଥାଏ, ଯାହା ସଂବନ୍ଧରେ ଏପରି ବିବରଣୀ ପ୍ରଦାନ କରିଥିବା ବ୍ୟକ୍ତିର ବିଶେଷ ଜ୍ଞାନ ଥାଏ ଏବଂ ଯେତେବେଳେ ଏପରି ବିବରଣୀ ପ୍ରଦାନ କରାଗଲା, ତା’ ପୂର୍ବରୁ ବିବାଦୀୟ ପ୍ରଶ୍ନକୁ ଉତ୍ ଥାନ କରାଯାଇଥିଲା । କିମ୍ବା ଘରୋଇ ବନ୍ଦୋବସ୍ତ ସମ୍ପର୍କରେ ଇଚ୍ଛାପତ୍ରରେ କିମ୍ବା ଦଲିଲ୍ ରେ କରାଯାଇଥାଏ : ଯେତେବେଳେ ଏପରି ବିବରଣୀ, [ରକ୍ତଦ୍ଵାରା କିମ୍ବା ବିବାହ ଦ୍ଵାରା କିମ୍ବା ପୋଷ୍ୟପୁତ୍ର ଗ୍ରହଣ ଦ୍ଵାରା] ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ସମ୍ପର୍କର ସ୍ଥିତିକୁ ଉଲ୍ଲେଖ କରେ ଏବଂ ତାହା ଏପରି ମୃତ ବ୍ୟକ୍ତି ହୋଇଥିବା ପରିବାରର ବ୍ୟବସ୍ଥା ସଂବନ୍ଧରେ କୌଣସି ଇଚ୍ଛାପତ୍ର କିମ୍ବା ଦଲିଲ୍ ରେ ପ୍ରକାଶ କରାଯାଇଥାଏ, ଏବଂ ଯେତେବେଳେ ଏପରି ବିବରଣୀ, ବିବାଦୀୟ ପ୍ରଶ୍ନ ଉଦ୍ରେକ ହେବା ପୂର୍ବରୁ କରାଯାଇଥାଏ । କିମ୍ବା ଦଫା ୧୩ ଧାରା (କ)ରେ ଉଲ୍ଲିଖିତ କାରବାର ସହିତ ସମ୍ପର୍କିତ କୌଣସି ଦଲିଲ୍ ରେ କରାଯାଇଥାଏ : ଯେତେବେଳେ ଏପରି ବିବରଣୀ, କୌଣସି ଦଲିଲ୍, ଇଚ୍ଛାପତ୍ର କିମ୍ବା ଅନ୍ୟ ଦଲିଲ୍ ରେ ଧାରିତ ହୋଇଥାଏ, ଯାହାକି ଏପରି କୌଣସି କାରବାର ସହିତ ସଂପୃକ୍ତ ଥାଏ, ଯେପରି ଦଫା ୧୩, ଧାରା (କ) ଉଲ୍ଲେଖିତ ଅଛି । କିମ୍ବା ବହୁବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ ଏବଂ ଅନୁଭୂତିକୁ ବ୍ୟକ୍ତ କରେ, ଯାହାକି ପ୍ରଶ୍ନଗତ ବିଷୟ ପ୍ରତି ଉପାଦେୟ ଅଟେ : ଯେତେବେଳେ ଏପରି ବିବରଣୀ ଅନେକ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ ଏବଂ ସେମାନଙ୍କ ପକ୍ଷରେ ଅନୁଭୂତି କିମ୍ବା ଧାରଣ ବ୍ୟକ୍ତି କରେ, ଯାହାକି ପ୍ରଶ୍ନଗତ ବିଷୟ ପ୍ରତି ଉପାଦେୟ ଅଟେ । ଉଦାହରଣ ପ୍ରଶ୍ନ ଅଟେ ଯେ,‘କ’,‘ଖ’ ଦ୍ଵାରା ହତ୍ୟାକରା ଯାଇଥିଲା କି ନାହିଁ,କିମ୍ବା କୌଣସି କାରବାରରେ ଗୃହୀତ କ୍ଷତ ଯୋଗୁଁ ‘କ’ ମୃତ ହୋଇଥିଲା, ଯେଉଁ ସମୟ ମଧ୍ୟରେ ତାକୁ ଧର୍ଷଣ କରାଯାଇଥିଲା । ପ୍ରଶ୍ନ ହେଉଛି ଯେ, ସେ ‘ଖ’ ଦ୍ଵାରା ଧର୍ଷିତା ହୋଇଥିଲା କି ନାହିଁ, କିମ୍ବା ପ୍ରଶ୍ନ ହେଉଛି ଯେ,‘ଖ’ ଦ୍ଵାରା ‘କ’ ଏପରି ପରିସ୍ଥିତିରେ ହତ୍ୟା କରାଯାଇଥିଲା ଯେ ‘କ’ ବିଧବା ଦ୍ଵାରା ‘ଖ’ ବିରୁଦ୍ଧରେ ଏକ ମୋକଦ୍ଦମା ଦାଏର କରାଯିବ । ହତ୍ୟା, ଧର୍ଷଣ ଏବଂ ବିଚାରାଧିନ କାର୍ଯ୍ୟାନୁଷ୍ଠାନୀୟ ତ୍ରୁଟି ସଂବନ୍ଧରେ,‘କ’ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଉପାଦେୟ ବିଷୟ ଅଟେ । ପ୍ରଶ୍ନ ହେଉଛି ‘କ’ ଜନ୍ମ ତାରିଖ ସଂବନ୍ଧରେ । କୌଣସି ମୃତ ସର୍ଜନଙ୍କ ଡାଏରୀରେ ଅନ୍ତର୍ଭୁକ୍ତିକରଣ, ଯାହାକି ବ୍ୟବସାୟ କାରବାର ମଧ୍ୟରେ ନିୟମିତ ଭାବେ ରଖାଯାଏ, ତାହା ଉଲ୍ଲେଖ କରେ ଯେ, ଏକ ନିର୍ଦ୍ଧିଷ୍ଟ ଦିନ, ସେ ‘କ’ ମାଆକୁ ଚିକିତ୍ସା କରିଥିଲେ ଏବଂ ତାଙ୍କୁ ଏକ ପୁତ୍ର ପ୍ରଦାନ କରିଥିଲେ, ଏକ ଉପାଦେୟ ବିଷୟ ଅଟେ । ପ୍ରଶ୍ନ ହେଉଛି ଯେ, କୌଣସି ନିର୍ଦ୍ଧିଷ୍ଟ ଦିନ ‘କ’, କଲିକତାରେ ଥିଲେ କି ନାହିଁ । ବ୍ୟବସାୟ କାରବାରରେ ନିୟମିତ ଭାବେ ଜଣେ ମୃତ ସଲିସିଟର୍ ଙ୍କ ଡାଏରୀରେ ଥିବା ଏକ ବିବରଣୀ ଉନ୍ମୁକ୍ତ କରେ ଯେ, ଏକ ନିର୍ଦ୍ଧିଷ୍ଟ ଦିନ,ଧାର୍ଯ୍ୟ ବ୍ୟବସାୟ ସଂବନ୍ଧରେ ଆଲୋଚନା କରିବା ନିମନ୍ତେ ସେ ‘କ’ ସହିତ ସେହି ସ୍ଥାନରେ ସାକ୍ଷାତ କରିଥିଲେ, ଯାହାକି କଲିକତାରେ ଅଟେ ଏବଂ ତାହା ଏକ ଉପାଦେୟ ବିଷୟ ଅଟେ । ପ୍ରଶ୍ନ ଅଟେ ଯେ, କୌଣସି ଏକ ଜାହାଜ ଏକ ନିର୍ଦ୍ଧିଷ୍ଟ ଦିନ ବମ୍ବେ ବନ୍ଦରରୁ ଜଳଯାତ୍ରା କରିଥିଲା କି ନାହିଁ । କୌଣସି ବଣିକ ସଂସ୍ଥାର ଜଣେ ମୃତ ସଦସ୍ୟଙ୍କ ଦ୍ଵାରା ଲେଖାଯାଇଥିବା ଏକ ପୁତ୍ର ଯେ, ଉକ୍ତ ଜାହାଜ ଏକ ନିର୍ଦ୍ଧିଷ୍ଟ ଦିନ ବମ୍ବେ ବନ୍ଦରରୁ ଯାତ୍ରା କରିଥିଲା, ତାହା ଏକ ଉପାଦେୟ ବିଷୟ ଅଟେ । ପ୍ରଶ୍ନ ହେଉଛି ଯେ, କୌଣସି ଏକ ସର୍ବସାଧାରଣ ରାସ୍ତା କି ନୁହେଁ । ‘କ’ ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବିବରଣୀ, ଯେ କି ଗ୍ରାମର ଜଣେ ମୃତ ମୁଖିଆ ଥିଲେ, ଯେ, ଉକ୍ତ ରାସ୍ତା ସର୍ବସାଧାରଣ ଅଟେ, ତାହା ଏକ ଉପାଦେୟ ବିଷୟ ଅଟେ । ଟିପ୍ପଣୀ ଘୋଷଣା କୌଣସି ଦୀର୍ଘ ପ୍ରକୃତିର ହେବା ଆବଶ୍ୟକ ନୁହେଁ ଏବଂ ସ୍ପଷ୍ଟଭାବେ ଲେଖାଯାଇଥିବା କିମ୍ବା ଗଠନ କରାଯାଇଥିବା ଉଚିତ୍ : ମୃତ୍ୟୁକାଳୀନ ଜମାନବନ୍ଦୀ – ଗ୍ରହଣୀୟତା -ଏପରି ବିବରଣୀ, ତାହା ବିଶ୍ଵାସ ଯୋଗ୍ୟ କି ନୁହେଁ କିମ୍ବା ଅନୁସନ୍ଧାନରେ କେବଳମାତ୍ର ତ୍ରୁଟି ଆବୃତ କରିବା ନିମନ୍ତେ ଏକ ଚେଷ୍ଟା ଅଟେ – ନ୍ୟାୟାଳୟର ବିଶ୍ଵାସ ଜାଗ୍ରତ କରୁଥିବା ମୃତ୍ୟୁକାଳୀନ ଜମାନବନ୍ଦୀ, ଦୋଷୀ ସାବ୍ୟସ୍ତତାକୁ କାଏମ୍ ରଖିବା ନିମନ୍ତେ ଏକ ଯଥେଷ୍ଟ ସାକ୍ଷ୍ୟ ଅଟେ – ଏପରି ଜମାନବନ୍ଦୀ ଦୀର୍ଘ ପ୍ରକୃତିର ହେବା ଆବଶ୍ୟକ ନୁହେଁ ଏବଂ ସ୍ପଷ୍ଟଭାବେ ଗଠିତ ହୋଇଥିବା ଉଚିତ୍ – ପଞ୍ଚଦେଓ ସିଂହ ବନାମ୍ ବିହାର ରାଜ୍ୟ ସରକାର – ଏଆଇଆର୍ ୨୦୦୨ ସୁପ୍ରିମକୋର୍ଟ – ୫୨୬ । କେତେବେଳେ ମୃତ୍ୟୁକାଳୀନ ଜମାନବନ୍ଦୀର ସମୁଦାୟ ଗଳ୍ପକୁ ଲିପିବଦ୍ଧ କରିବା ସନ୍ଦେହଜନକ ଅଟେ : ମୃତ୍ୟୁକାଳୀନ ଜମାନବନ୍ଦୀ - ଅନ୍ୟ କୌଣସି ଭାଷାରେ ମୃତକଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀର ବିଶ୍ଵସନୀୟତା – ତାହା ଲିପିବଦ୍ଧ କରୁଥିବା ବ୍ୟକ୍ତିଦ୍ଵାରା ଇଂରାଜୀରେ ଅନୁବାଦ କରାଯାଇଥିଲା – ଯଦିଓ ସେ ସ୍ଵୀକାର କରିଥିଲା ଯେ, ସେ ମଧ୍ୟ ଉକ୍ତ ଭାଷାକୁ ଜାଣେ - ଏପରି ବିବରଣୀ ଲିପିବଦ୍ଧ କରୁଥିବା ବ୍ୟକ୍ତି ମଧ୍ୟ ସ୍ଵୀକାର କରିଥିଲା ଯେ, ମୃତକ ଜଣକ ବହୁ ବ୍ୟକ୍ତିଙ୍କ ଦ୍ଵାରା ଚତୁର୍ପାର୍ଶ୍ୱରେ ଘେରି ହୋଇ ରହିଥିଲା, ଯେଉଁମାନେ ମୃତକ ସହ କଥାବାର୍ତ୍ତା ହେଉଥିଲେ – ଏହି ବିଷୟ ଯେ, ସେ ଅନ୍ୟଭାଷାରେ ମୃତକର ସମସ୍ତ ବିବରଣୀକୁ ଧାରଣ କରିଥିଲା ଏବଂ ତାହା ମନେରଖି, ସେ ଏହାକୁ ଇଂରାଜୀରେ ଲେଖାଥିଲା – ମୃତ୍ୟୁକାଳୀନ ଜମାନବନ୍ଦୀରେ ଉଲ୍ଲେଖ କରାଯାଇ ନଥିଲା – କୌଣସି ଶୀର୍ଷ ଟିକେଟ ନିଆଯାଇ ନଥିଲା, ଯେଉଁଥିରେ ରୋଗୀର ଚିକିତ୍ସା ଏବଂ ଅବସ୍ଥାକୁ ଲିପିବଦ୍ଧ କରାଯାଇଥିଲା – ଏହି ବିଷୟ ଯେ, ମୃତକ ଏହା ଉଲ୍ଲେଖ କରିଥିଲା ଯେ, ତାର ବିବରଣୀକୁ, ତାର ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ବିଚାର କରାଯିବ, ତାହା ବିଶ୍ଵାସ କରାଯାଇପାରିବ ନାହିଁ – ଦର୍ଶାଯାଇଥିଲା ଯେ, ମୃତ୍ୟୁକାଳୀନ ଜମାନବନ୍ଦୀର ଲିପିବଦ୍ଧକରଣର ସମୁଦାୟ ଗଳ୍ପ ସନ୍ଦେହଜନକ ଅଟେ – କାଜଲ୍ ସେନ୍ ଏବଂ ଅନ୍ୟମାନେ ବନାମ୍ ଆସାମ ରାଜ୍ୟ ସରକାର - ଏଆଇଆର୍ ୨୦୦୨ ସୁପ୍ରିମକୋର୍ଟ – ୬୧୭ । କେତେବେଳେ ଦୋଷୀସାବ୍ୟସ୍ତତା କାଏମ୍ ରଖାଯାଏ : ମୃତ୍ୟୁକାଳୀନ ଜମାନବନ୍ଦୀ – ଚିକିତ୍ସାଲୟକୁ ଅପସାରଣର ଠିକ୍ ପୂର୍ବରୁ, ପିତାଙ୍କ ସମ୍ମୁଖରେ ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇଥିଲା – ତାପରେ ଡାକ୍ତର ସମ୍ମୁଖରେ ଆଉ ଏକ ଘୋଷଣା ପ୍ରଦାନ କରାଯାଇଥିଲା – ଉଭୟ ଘୋଷଣାରେ ମୃତକ, ଅପରାଧିକୁ ଉଦ୍ଦିଷ୍ଟ କରିଥିଲେ – ବିଶେଷ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଥିଲା – ଯେହେତୁ ମାଜିଷ୍ଟ୍ରେଟଙ୍କ ହାତ କ୍ଷତଯୁକ୍ତ ହୋଇଥିଲା, ସେ ପୋଲିସ୍ ଜରିଆରେ ଉକ୍ତ ଘୋଷଣା ଲେଖାଇଥିଲେ, ଯାହାକି ସଚେତନ ଥିଲେ ବୋଲି ପ୍ରମାଣିତ କରାଯାଇଥିଲା – ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣୀୟ ଅଟେ – ଦୋଷୀ ସାବ୍ୟସ୍ତତାକୁ କାଏମ୍ ରଖାଯାଇଥିଲା – ମେସୁ ଧୋଣ୍ଡିବା ଭିଧାତେ ବନାମ୍ ମହାରାଷ୍ଟ୍ର ରାଜ୍ୟ ସରକାର – ୨୦୦୧ (୧) ଓଏଲ୍ ଆର୍ (ସୁପ୍ରିମକୋର୍ଟ) – ୬୩୩ । କେତେବେଳେ ରାଏକୁ ଗ୍ରହଣ କରାଯାଏ : ମୃତ୍ୟୁକାଳୀନ ଜମାନବନ୍ଦୀର ଗ୍ରହଣୀୟତା – ପ୍ରଥମେ ପୋଲିସ୍ ଦ୍ଵାରା ଗ୍ରହଣ କରାଯାଇ ବିବରଣୀରେ ଅପରାଧିକୁ ଦୋଷୀ ସାବ୍ୟସ୍ତ କରାଯାଇନଥିଲା – ମାତ୍ର ପରେ, ଏସ୍ ଡିଏମ୍ ଙ୍କୁ ପ୍ରଦାନ କରାଯାଇଥିବା ଦ୍ଵିତୀୟ ବିବରଣୀ, ବିଶ୍ଵସନୀୟ ବୋଲି ଦେଖାଯାଇଥିଲା ଏବଂ ସଠିକ୍ ଭାବେ ଲିପିବଦ୍ଧ କରାଯାଇଛି ବୋଲି ନ୍ୟାୟାଳୟଙ୍କ ଦ୍ଵାରା ଦର୍ଶାଯାଇଥିଲା - ଏପରି ରାଏ ଗ୍ରହଣ କରାଯାଇଥିଲା – ହରଜତ୍ କାଉର ବନାମ୍ ପଞ୍ଜାବ ରାଜ୍ୟ ସରକାର - ୧୯୯୯ (୨) ଓଏଲ୍ ଆର୍ (ସୁପ୍ରିମକୋର୍ଟ) – ୩୧୨ । କେତେବେଳେ ଉଚ୍ଚ ନ୍ୟାୟାଳୟ ଏହି ଘୋଷଣା ଉପରେ ଆସ୍ଥା ସ୍ଥାପନ କରିବା ଉଚିତ୍ ନୁହେଁ : ମୃତ୍ୟୁକାଳୀନ ଜମାନବନ୍ଦୀ – ଭାରତୀୟ ଦଣ୍ଡବିଧି ଆଇନ୍ ଦଫା ୩୦୨/୩୦୪ ଅନୁଯାୟୀ ଦୋଷୀ ସାବ୍ୟସ୍ତତା – ଦୁଇଟି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇଥିଲା – ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ, ତାର ବିବରଣୀରେ ମୃତକଙ୍କ ଦ୍ଵାରା କୌଣସି ନାମ ଉଲ୍ଲେଖ କରାଯାଇ ନଥିଲା – ଅନ୍ୟ ମୌଖିକ ବିବରଣୀ, ତାର ସମ୍ପର୍କୀୟଙ୍କ ସମ୍ମୁଖରେ ପ୍ରଦାନ କରାଯାଇଥିଲା ବୋଲି କୁହାଯାଏ – ସେମାନଙ୍କ ବିବରଣୀରେ ଗୁରୁତର ପାର୍ଥକ୍ୟ ଦେଖାଯାଇଥିଲା - ଏହି ଘୋଷଣା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପ୍ରଦାନ କରାଯାଇଥିବା ଘୋଷଣାର ପାଞ୍ଚଦିନ ପୂର୍ବରୁ ପ୍ରଦାନ କରାଯାଇଥିଲା – ଅବିଶ୍ଵସନୀୟ ଯେ, ସେ ସଚେତନତା ଫେରି ପାଇଥିଲା ଏବଂ ଅପରାଧିକୁ ନାମୀତ କରିଥିଲା ଏବଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏପରି କରି ନଥିଲା, ଯଦିଓ ନିର୍ଦ୍ଧିଷ୍ଟ ଭାବେ ପଚରା ଯାଇଥିଲା – ଉଚ୍ଚ ନ୍ୟାୟାଳୟ ଏପରି ଘୋଷଣା ଉପରେ ଆସ୍ଥା ସ୍ଥାପନ କରିବା ଉଚିତ୍ ନଥିଲା – କିଶନ୍ ଲାଲ ବନାମ୍ ରାଜସ୍ଥାନ ରାଜ୍ୟ ସରକାର – (୧୯୯୯) ୧୭ ଓସିଆର୍ (ସୁପ୍ରିମକୋର୍ଟ) – ୪୫୭ । କେତେବେଳେ ସତ୍ୟତା ପୂର୍ଣ୍ଣଭାବେ ଲିପିବଦ୍ଧ କରାଯାଇଥିବା ବିବରଣୀର ସଠିକତାକୁ ଗ୍ରହଣ କରାଯାଏ : ମୃତ୍ୟୁକାଳୀନ ଜମାନବନ୍ଦୀ – ଡାକ୍ତରଠାରୁ ସୁସ୍ଥତା ବିଷୟ ନିଶ୍ଚିତ କରିବାପରେ, ବିବରଣୀ ଲିପିବଦ୍ଧ କରାଯାଇଥିଲା – ଆବେଦନ ପତ୍ର ଉପରେ ସ୍ଵାକ୍ଷର ଥିଲା, ମାତ୍ର ବିବରଣୀ ଉପରେ ନୁହେଁ – ଉକ୍ତ ବିବରଣୀ ପ୍ରଶ୍ନ – ଉତ୍ତର ଆକାରରେ ନଥିଲା – ଯଦିଓ ଚମଡା ଜଳିଯାଇଥିଲା, ବୁଢା ଆଙ୍ଗୁଳି ଛାପ ନିଆଯାଇଥିଲା – ସେ ତାର ବୁଢା ଆଙ୍ଗୁଳି ଛାପ ଦେଇ ନପାରିବା ସଂବନ୍ଧରେ କୌଣସି ଡାକ୍ତରୀ ସାକ୍ଷ୍ୟ ନଥିଲା – ବିବରଣୀ ପ୍ରଦାନ ସମୟରେ କେହି ଉପସ୍ଥିତିନଥିଲେ ବିବରଣୀର ସଠିକତା, ଯାହାକି ସଂପୂର୍ଣ୍ଣ ସତ୍ୟ ଭାବେ ଲିପିବଦ୍ଧ କରାଯାଇଥିଲା, ଗ୍ରହଣ କରାଯାଇଥିଲା ହରଜିତ କାଉର ଇତ୍ୟାଦି ବନାମ୍ ପଞ୍ଜାବ ରାଜ୍ୟ ସରକାର - ୧୯୯୯ (୨) ଓଏଲ୍ଆର୍ (ସୁପ୍ରିମକୋର୍ଟ) – ୩୧୨ । କେତେବେଳେ ମୃତ୍ୟୁକାଳୀନ ଜମାନବନ୍ଦୀ ବିଶ୍ଵସନୀୟ ଅଟେ : ମୃତ୍ୟୁକାଳୀନ ଜମାନବନ୍ଦୀ – ତାର ସମ୍ପର୍କୀୟ ନିର୍ଦ୍ଦେଶରେ, ମୃତ୍ୟୁକାଳୀନ ଜମାନବନ୍ଦୀରେ, ଅପରାଧିର ନାମ ଉଲ୍ଲେଖ କରାଯାଇଥିଲା – ଦର୍ଶାଯାଇଥିଲା ଯେ, ଏପରି ଯୁକ୍ତିରେ କୌଣସି ମୂଲ୍ୟ ନାହିଁ ଯେ, ଅନ୍ୟ ଚିକିତ୍ସାଳୟରେ, ମୃତକ, ଅପିଲକର୍ତ୍ତାଙ୍କୁ ତାଙ୍କର ହତ୍ୟାକାରୀ ଭାବେ ଉଲ୍ଲେଖ କରିଥିଲେ - ମୃତ୍ୟୁକାଳୀନ ଜମାନବନ୍ଦି ବିଶ୍ଵସନୀୟ ଅଟେ – ନିଶାର ଅହମ୍ମଦ ପଠାଜ ମୋହନ କାଜୀ ବନାମ୍ ଗୁଜୁରାଟ ରାଜ୍ୟ ସରକାର - (୧୯୯୯) ୯୪ ଓସିଆର୍ (ସୁପ୍ରିମକୋର୍ଟ) – ୧୧୫ । କେତେବେଳେ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣୀୟ ନୁହେଁ : ମୃତ୍ୟୁକାଳୀନ ଜମାନବନ୍ଦୀ – ସାକ୍ଷ୍ୟଜନିତ ମୂଲ୍ୟ - ସୁସ୍ଥତା ପ୍ରମାଣପତ୍ରର ଅନୁପସ୍ଥିତତା ସୂଚୀତ କରେ ଯେ, ତାର ମାଆକୁ ଅଭିଯୁକ୍ତ ବିବରଣୀ ପ୍ରଦାନ କରିବା ସ୍ଥିତିରେ ମୃତକ ଥିଲେ – ମୋକଦ୍ଦମାକାରୀଙ୍କ ମୋକଦ୍ଦମାସୂଚୀତକରିଥିଲା ଯେ, ମୃତକ ଉପରେ ପେଟ୍ରୋଲ ଢାଳି ଏବଂ ତାଙ୍କ ସ୍ଵାମୀଙ୍କ ଦ୍ଵାରା ଅଗ୍ନି ସଂଯୋଗ ଦ୍ଵାରା ମୃତକ ଗୁରୁତର ପୋଡାକ୍ଷତ ବହନ କରିଥିଲେ – ଦର୍ଶାଯାଇଥିଲା ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ଗହଣୀୟ ନୁହେଁ – ଓଡିଶା ରାଜ୍ୟ ସରକାର ବନାମ୍ ପର୍ଶୁରାମ ନାଏକ – ୮୫ (୧୯୯୮) ସିଏଲ୍ ଟି (ସୁପ୍ରିମକୋର୍ଟ) – ୧୦୫ । ମୃତକର ଶେଷ ଶବ୍ଦାବଳୀ : ମୃତ୍ୟୁକାଳୀନ ଜମାନବନ୍ଦୀ – ସେହି ସାକ୍ଷୀ, ଯେ କି ମୃତକର ଘୋଷଣା ଶୁଣିଥିଲେ, ସେ ଅପରାଧିକୁ ମିଥ୍ୟା ଭାବେ ଜଡିତ କରିବାର କୌଣସି କାରଣ ନାହିଁ - ମୃତକର ଶେଷ ଶବ୍ଦାବଳୀ , ଅପରାଧିକ ସ୍ପଷ୍ଟଭାବେ ଜଡିତ କରିବାର କୌଣସି କାରଣ ନାହିଁ – ମୃତକର ଶେଷ ଶବ୍ଦାବଳୀ, ଅପରାଧିକ ସ୍ପଷ୍ଟଭାବେ ଜଡିତ କରାଏ ବାଣୀ ଓରଫ ବୀଣାପାଣି ପ୍ରଧାନ ବନାମ୍ ରାଜ୍ୟ ସରକାର – (୧୯୯୮)୧୪ ଓସିଆର୍ – ୫୭୧। ଦଫା ୩୨ (୧) ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୧୬୧ ଅମୁଜାୟି ପୁଲିସ୍ ଅଧିକାରୀଙ୍କ ଦ୍ଵାରା ବକ୍ତବ୍ୟ ଅଭିଲିଖିତ ହେଲା – ମୃତକର ଶେଷ ଶବ୍ଦାବଳୀ – ମୃତକ ଉଚିତ ଭାବେ ସଚେତନ ଥିଲେ ଏବଂ ଜମାନବନ୍ଦୀ ଦେବାକୁ ଉପଯୁକ୍ତ ଥିଲେ – ଜମାନବନ୍ଦୀର ସତ୍ୟତା ସନ୍ଦେହର ଉର୍ଦ୍ଧ୍ଵରେ – ଯଥାର୍ଥରେ ମୃତ୍ୟୁକାଳୀନ ଜମାନବନ୍ଦୀ ରୂପେ ବିଶ୍ଵାସ କରାଯାଇପାରେ । ରଫିକ୍ ଆଲିଆସ୍ ରଉଫ୍ ବନାମ୍ ଉତ୍ତର ପ୍ରଦେଶ ରାଜ୍ୟ : (୨୦୧୩) ୫୬ ଓ.ସି.ଆର୍ (ଏସ୍.ସି) ୯୩ । କେତେବେଳେ ଅପରାଧିକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ମୃତ୍ୟୁକାଳୀନ ଜମାନବନ୍ଦୀ – ବିଶ୍ଵସନୀୟଠାଆ – ହତ୍ୟା ମୋକଦ୍ଦମା – କେବଳମାତ୍ର ପାଞ୍ଚୋଟି ପ୍ରଶ୍ନ ମୃତକଙ୍କୁ ପଚରା ଯାଇଥିଲା – ତନ୍ମଧ୍ୟରୁ ତିନୋଟି, ତାର ନାମ,ପିତାଙ୍କ ନାମ ଓ ବାସସ୍ଥାନ ସଂବନ୍ଧରେ – କିଏ ତାଙ୍କୁ ଆକ୍ରମଣ କରିଛି, ସେ ସଂବନ୍ଧରେ ପ୍ରଶ୍ନ ଉପରେ କୌଣସି ସମ୍ପୂର୍ଣ୍ଣ ଉତ୍ତର ପ୍ରଦାନ କରାଯାଇ ନଥିଲା – ଏହା ସୂଚୀତ କରିବା ନିମନ୍ତେ ମୃତ୍ୟୁକାଳୀନ ଜମାନବନ୍ଦୀରେ କିଛି ନଥିଲା ଯେ, ଅଭିଯୁକ୍ତ ଘଟଣା ସହିତ ଏହି ପ୍ରଶ୍ନ ଉତ୍ତରରେ କୌଣସି ସଂଯୋଗ ଅଛି ଏହାର ଭିତ୍ତି ଉପରେ ଅପରାଧିକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ – ଓଡିଶା ରାଜ୍ୟ ସରକାର ବନାମ୍ ସୀମାଞ୍ଚଳ ଗୌଡ ଏବଂ ଅନ୍ୟମାନେ ୧୯୯୬ (୨) ଓଏଲ୍ ଆର୍ – ୫୭୬; ୧୯୯୭ କ୍ରୀମିନାଲ ‘ଲ’ ଜର୍ଣ୍ଣାଲ – ୧୮୧୬; ୧ (୧୯୯୭) ସିସିଆର୍ - ୫୧୧ । ମୃତ୍ୟୁକାଳୀନ ଜମାନବନ୍ଦୀ ମୃତ୍ୟୁକାଳୀନ ଜମାନବନ୍ଦୀ, ଯାହାକି ମାଆଙ୍କୁ ପ୍ରଦାନ କରାଯାଇଥିଲା – ମୁହଁ, ନାକ ଏବଂ ଓଠରେ ବିସ୍ତିର୍ଣ୍ଣ ପୋଡା କ୍ଷତ ଥିଲା – କୌଣସି ବିବରଣୀ ପ୍ରଦାନ କରିବା ସୁସ୍ଥ ଅବସ୍ଥାରେ ଉତ୍ପଡ଼ିତା ନଥିଲେ – ଦର୍ଶାଯାଇଥିଲା ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ବିଶ୍ଵସନୀୟ ନୁହେଁ - ଅରବିନ୍ଦ ବନାମ୍ ରାଜ୍ୟ ସରକାର – (୨୦୦୧) ୨୧ ଅସିଆର୍ (ସୁପ୍ରିମକୋର୍ଟ) – ୨୮ । କୌଣସି ବ୍ୟକ୍ତି ଦ୍ଵାରା ଉପାଦେୟ ବିଷୟବସ୍ତୁର ବିବରଣୀ, ତାହା ଲିଖିତ କିମ୍ବା ମୌଖିକ ହୋଇଥାଏ, ଯେକି ମୃତ କିମ୍ବା ଯାହାଙ୍କୁ ମିଳିବ ନାହିଁ କିମ୍ବା ଯେକି ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅକ୍ଷମ ଅଟନ୍ତି କିମ୍ବା ଯାହାଙ୍କର ଉପସ୍ଥିତି କୌଣସି ବିଳମ୍ବ କିମ୍ବା ଖର୍ଚ୍ଚ ବିନା ମିଳିପାରିବ ନାହିଁ, ଯାହାକି ମୋକଦ୍ଦମାର ପରିସ୍ଥିତି ଅନୁଯାୟୀ, ଅଯଥା ହୋଇଥାଏ ଏବଂ ଆଇନ୍ ର ଦଫା ୩୨ ର ଉପଦଫା (୧)ରୁ (୮) ଅନୁଯାୟୀ ବର୍ଣ୍ଣିତ ପରିସ୍ଥିତି ଅନୁଯାୟୀ ଉପାଦେୟ ବିଷୟ ହୋଇଥାଏ । ଯେତେବେଳେ ମୃତ୍ୟୁର କାରଣ ସଂବନ୍ଧରେ କିମ୍ବା ସେପରି କାରବାରରେ ପରିସ୍ଥିତି ସଂବନ୍ଧରେ, ଯାହାକି ମୃତ୍ୟୁ ଘଟାଇ ଥିଲା, ସେ ସଂବନ୍ଧରେ କୌଣସି ବ୍ୟକ୍ତି ଦ୍ଵାରା କୌଣସି ବିବରଣୀ ପ୍ରଦାନ କରାଯାଏ, ସେହି ସମସ୍ତ କ୍ଷେତ୍ରରେ ଯେଉଁଠି ଉକ୍ତ ବ୍ୟକ୍ତିର ମୃତ୍ୟୁର କାରଣ ପ୍ରଶ୍ନାୟିତ ହୁଏ, ତାହା ସାକ୍ଷ୍ୟରେ ଗ୍ରହଣୀୟ ହୁଏ, ଯେହେତୁ ତାହା ଉପାଦେୟ ହୋଇଥାଏ, ଯଦିଓ ଏପରି ବିବରଣୀ ପ୍ରଦାନ କରିଥିବା ବ୍ୟକ୍ତି, ମୃତ୍ୟୁ ଆଶଙ୍କାରେ ଥାଉ କିମ୍ବା ନାହିଁ ଏବଂ କାର୍ଯ୍ୟାନୁଷ୍ଠାନର ପ୍ରକୃତି ଯାହା ହୋଇଥାଉ, ଯେଉଁଥିରେ ତାର ମୃତ୍ୟୁର କାରଣ ପ୍ରଶ୍ନାୟିତ ହୁଏ । ଏପରି ବିବରଣୀକୁ ଆଇନ୍ ରେ ‘ମୃତ୍ୟୁକାଳୀନ ଜମାନବନ୍ଦୀ’ ବୋଲି କୁହାଯାଏ । ମୃତ୍ୟୁକାଳୀନ ଜମାନବନ୍ଦୀର ଗ୍ରହଣୀୟତା ସେହି ନୀତି ଉପରେ ପର୍ଯ୍ୟବେସିତ ଯେ, କୌଣସି ବ୍ୟକ୍ତିର ମସ୍ତିସ୍କରେ ଆଶଙ୍କାୟୀତ ମୃତ୍ୟୁ ସେହି ଏକ ପ୍ରକାର ଅନୁଭୂତି ସୃଷ୍ଟି କରେ, ଯେପରି ଜଣେ ଧାର୍ମିକ ବ୍ୟକ୍ତିକୁ ସତ୍ୟ କହିବା ନିମନ୍ତେ ଶପଥ ପାଠ କରାଯାଇଥାଏ । ଏପରି ବିବରଣୀକୁ ଏହି ବିବେଚନାରେ ଗ୍ରହଣ କରାଯାଏ ଯେ, ଏପରି ବିବରଣୀ ଚରମ ଅବସ୍ଥାରେ ପ୍ରଦାନ କରାଯାଇଥାଏ; ଯେତେବେଳେ ଏହାର ପ୍ରଦାନକାରୀ ମୃତ୍ୟୁମୁଖରେ ଥାଆନ୍ତି ଏବଂ ଯେତେବେଳେ ଏହି ପୃଥିବୀର ସମସ୍ତ ଆଶା ଚାଲିଯାଇଥାଏ ଯେତେବେଳେ ପ୍ରତ୍ୟକ ମିଥ୍ୟାର ଉଦ୍ଦେଶ୍ୟ ନିରବ ରୁହେ ଏବଂ ସତ୍ୟ ପ୍ରକାଶ କରିବାର ଶକ୍ତିଶାଳୀ ବିବେଚନା ମସ୍ତିସ୍କକୁ ପ୍ରଭାବିତ କରିଥାଏ । ଯେଉଁ ନୀତି ଉପରେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସାକ୍ଷ୍ୟରେ ଗ୍ରହଣ କରାଯାଏ ତାହା ଆଇନ୍ ର ସେହି ନୀତି ଉପରେ ପର୍ଯ୍ୟବେସିତ ଯେ, କୌଣସି ବ୍ୟକ୍ତି ତାର ନିର୍ମାଣକାରୀଙ୍କ ମୁହଁରେ ମିଥ୍ୟା ସହ, ସାକ୍ଷାତ କରିପାରିବେ ନାହିଁ । ଏହା ସର୍ବଦା ମସ୍ତିସ୍କରେ ଧାରଣ କରିବା ଉଚିତ ଯେ, ଯଦିଓ କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀକୁ ଅତି ଗୁରୁତ୍ଵ ସହ ଗ୍ରହଣ କରାଯାଏ, ତଥାପି ଏହା ମନେରଖିବା ଯୁକ୍ତିଯୁକ୍ତ ଯେ, ଯଦିଓ ଏପରି ବିବରଣୀ ପ୍ରଦାନ କରିଥିବା ବ୍ୟକ୍ତିକୁ ଜେରା କରାଯାଏ ନାହିଁ, ତଥାପି ନ୍ୟାୟାଳୟଙ୍କ ନିମନ୍ତେ ଏହା ଦାବୀ କରିବା ଆବଶ୍ୟକ ଯେ ମୃତ୍ୟୁକାଳୀନ ଜମାନବନ୍ଦୀ ଏପରି ପ୍ରକୃତିର ହେବା ଉଚିତ ଯେ, ତାହା ତାର ସଠିକତା ସଂବନ୍ଧରେ ନ୍ୟାୟାଳୟର ବିଶ୍ଵାସ ଜାଗ୍ରତ କରୁଥିବ । ନ୍ୟାୟାଳୟ ଏପରି ବିବରଣୀ କେବେହେଲେ ଶିଖାଯାଇ ନଥିବା କିମ୍ବା କୁହାଯାଇ ନଥିବା କିମ୍ବା କାଳ୍ପନିକ ହୋଇ ନଥିବା ସମ୍ଭାବନାକୁ କେବେହେଲେ ଏଡାଇ ଦିଅନ୍ତି ନାହିଁ । କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ଆସ୍ଥା ସ୍ଥାପନ କରିବା ପୂର୍ବରୁ, ନ୍ୟାୟାଳୟ ନିଶ୍ଚିତଭାବେ ସନ୍ତୁଷ୍ଟ ହେବା ଉଚିତ୍ ଯେ,ମୃତକ ଏପରି ବିବରଣୀ ପ୍ରଦାନ କରିବା ସମୟରେ ସୁସ୍ଥ ଅବସ୍ଥାରେ ଥିଲେ । ଥରେ ଯଦି ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ସତ୍ୟ, ସ୍ଵେଚ୍ଚାକୃତ ଏବଂ କୌଣସି ବାହ୍ୟ ପ୍ରଭାବ ଦ୍ଵାରା ପ୍ରଭାବିତ ନୁହେଁ, ତାହେଲେ ସେ କୌଣସି ସମର୍ଥନ କିମ୍ବା ଦୋଷୀ ସାବ୍ୟସ୍ତତା ଧାର୍ଯ୍ୟ କରିପାରିବେ, ଯେହେତୁ ସମର୍ଥନ ଆବଶ୍ୟକ କରୁଥିବା ନିୟମ ଏକ ଆଇନଗତ ନିୟମ ନୁହେଁ, ମାତ୍ର କେବଳ ବିଜ୍ଞତାର ଏକ ନିୟମ ଅଟେ । ତପିନ୍ଦର ସିଂହ ବନାମ୍ ପଞ୍ଜାବ ସରକାର – ୧୯୭୦ (୨) ଏସ୍ ସିଆର୍ – ୧୧୩ରେ , ଏହି ନ୍ୟାୟାଳୟ ନିମ୍ନ ପ୍ରକାର ଦର୍ଶାଇଥିଲେ – ‘ମୃତ୍ୟୁକାଳୀନ ଜମାନବନ୍ଦୀ’ କୌଣସି ବ୍ୟକ୍ତିଦ୍ଵାରା ତାର ମୃତ୍ୟୁ କାରଣ ସଂବନ୍ଧରେ ପ୍ରଦାନ କରାଯାଇଥାଏ କିମ୍ବା ସେହି ସମସ୍ତ କାରବାରରେ କୌଣସି ପରିସ୍ଥିତି ସଂବନ୍ଧରେ, ଯାହା ତାଙ୍କର ମୃତ୍ୟୁ ଘଟାଇଲା ଏବଂ ଏହା ଭାରତୀୟ ସାକ୍ଷ୍ୟ ଆଇନର ଦଫା ୩୨୯ (୧) ଅନୁଯାୟୀ କୌଣସି ମୋକଦ୍ଦମାରେ ଉପାଦେୟ ହୁଏ ଯେଉଁଥିରେ ଉକ୍ତ ବ୍ୟକ୍ତିର ମୃତ୍ୟୁର କାରଣ ପ୍ରଶ୍ନାୟୀତ ହୋଇଥାଏ । ଏହା ସତ୍ୟ ଯେ, କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ନ୍ୟାୟାଳୟରେ କୌଣସି ସାକ୍ଷ୍ୟ ନୁହେଁ କିମ୍ବା ଏହା ଶପଥ ପାଠ ଦ୍ଵାରା ପ୍ରଦାନ କରାଯାଇ ନଥାଏ କିମ୍ବା ଅପରାଧିର ଉପସ୍ଥିତିରେ ପ୍ରଦାନ କରାଯାଇ ନଥାଏ । ଏଣୁ, ଏହା ଅପରାଧି ତରଫରୁ ଜେରା ଦ୍ଵାରା ପରୀକ୍ଷା କରାଯାଇ ନଥାଏ । ମାତ୍ର କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀକୁ, ଶୁଣିବା ସାକ୍ଷ୍ୟର ଗ୍ରହଣୀୟତା ବିରୁଦ୍ଧରେ ସାଧାରଣ ନିୟମର ବ୍ୟତିକ୍ରମରେ, ଏକ ଆବଶ୍ୟକ ନୀତିର ଭିତ୍ତିରେ ଗ୍ରହଣ କରାଯାଇଥାଏ । କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀର ଦୁର୍ବଳ ବିଷୟ କେବଳ ନ୍ୟାୟାଳୟଙ୍କୁ ଏହାର ବିଶ୍ଵସନୀୟତା ପରୀକ୍ଷା କରିବା ନିମନ୍ତେ ସତର୍କ କରାଇ ଦେଇଥାଏ,ଯାହାଫଳରେ ସେ ଅନ୍ୟାନ୍ୟ ଉପାଦେୟ ପାରିପାର୍ଶ୍ଵିକ ପରିସ୍ଥିତି ସହ ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରନ୍ତି – ଉକା ବନାମ୍ ରାଜ୍ୟ ସରକାର - ୨୧ ଓସିଆର୍ (ସୁପ୍ରିମକୋର୍ଟ) – ୫୨ । ମୃତ୍ୟୁକାଳୀନ ଜମାନବନ୍ଦୀ – ଠିକ୍ ଡାକ୍ତରଖାନାକୁ ଅପସାରଣ ପିତାଙ୍କ ସମ୍ମୁଖରେ ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇଥିଲା – ତାପରେ ଡାକ୍ତର ସମ୍ମୁଖରେ ଅନ୍ୟ ଏକ ଘୋଷଣା ପ୍ରଦାନ କରାଯାଇଥିଲା – ଉଭୟ ଘୋଷଣାରେ, ମୃତକ ଅପରାଧିକୁ ସୂଚୀତ କରିଥିଲେ – ବିଶେଷ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମଧ୍ୟ ବିବରଣୀ ପ୍ରଦାନ କରାଯାଇଥିଲା – ଯେହେତୁ ମାଜିଷ୍ଟ୍ରେଟଙ୍କ ହାଡ କ୍ଷତିଗ୍ରସ୍ତ ଥିଲା, ସେ ତାହା ପୋଲିସ୍ ଦ୍ଵାରା ଲେଖାଯାଇଥିଲା, ଯାହାକି ଡାକ୍ତରଙ୍କ ଦ୍ଵାରା ପ୍ରମାଣିତ ହୋଇଥିଲା – ଏପରି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରିଥିବା ବ୍ୟକ୍ତି ସଚେତନ ଥିଲେ – ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ, ଗ୍ରହଣୀୟତା ଅଟେ – ଦୋଷ ସାବ୍ୟସ୍ତତାକୁ କାଏମ୍ ରଖାଯାଇଥିଲା – ମେସୁ ଧୋନ୍ଦିବା ବନାମ୍ ମହାରାଷ୍ଟ୍ର ରାଜ୍ୟ ସରକାର - ୨୦୦୧ (୧) ଓଏଲ୍ ଆର୍ (ସୁପ୍ରିମକୋର୍ଟ) – ୬୩୩ । ମୃତ୍ୟୁକାଳୀନ ଜମାନବନ୍ଦୀ – କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀକୁ, କେତେକ ପରିମାଣର ସତର୍କତା ସହ ଗ୍ରହଣ କରାଯିବା ଉଚିତ୍ ଯଦିଓ ସତ୍ୟତାର ସମସ୍ତ ଅଙ୍ଗୀକାରବଦ୍ଧତା ଉପସ୍ଥିତି ଥାଏ ଏବଂ ଯେ, କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀର ସେହି ଗୁରୁତ୍ଵ ନଥାଏ ଯେପରିକି ତାହା ଜେରାର ନିୟନ୍ତ୍ରଣାଧିନରେ ନ୍ୟାୟାଳୟରେ, ଜଣେ ସାକ୍ଷୀଭାବେ ଘୋଷଣାକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଛି ଏବଂ ଯେ, ଘୋଷଣାକାରୀର ଶାରୀରିକ ଅବସ୍ଥା ନିଶ୍ଚିତଭାବେ ତାର ମନେ ପକାଇବା ଶକ୍ତିକୁ ଦୁର୍ବଳ କରିଥିବ କିମ୍ବା ମୋକଦ୍ଦମା ନିମନ୍ତେ କିମ୍ବା ତାର ଚତୁର୍ପାର୍ଶ୍ୱରେ ଥିବା ବ୍ୟକ୍ତିମାନଙ୍କର ବିରୁକ୍ତିରୁ ମୁକ୍ତିପାଇବା ନିମନ୍ତେ ସେ ତାହା କହିପାରେ, ଯାହା ସେମାନେ ନିର୍ଦ୍ଦେଶ ଦିଅନ୍ତି – ପ୍ରମୋଦ କୁମାର କୋଦମ୍ ସିଂହ ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର - ୨୦୦୨ (୨) ଓଏଲ୍ଆର୍ (ଏନ୍ଓସ) – ୬୬ । ମୃତ୍ୟୁକାଳୀନ ଜମାନବନ୍ଦୀ – କିରୋସିନ୍ ଢାଳି ତାଙ୍କ ସ୍ତ୍ରୀ ସ୍ଵାମୀଙ୍କ ଦ୍ଵାରା ହତ୍ୟା ଅଭିଯୋଗ - ମୃତ୍ୟୁ ପୂର୍ବରୁ ମୃତକ ଦୁଇଟି ବିବରଣୀ ପ୍ରଦାନ କରିଥିଲା – ପ୍ରଥମେ, ପୋଲିସ୍ ଦ୍ଵାରା ଲିପିବଦ୍ଧ କରାଯାଇଥିବା ତାର ବିବରଣୀରେ ସେ ନିଜକୁ ଦୋଷୀ ସାବ୍ୟସ୍ତ କରିଥିଲା କିମ୍ବା ନିଜକୁ ଦୋଷ ଦେଇଥିଲା ଏବଂ ପରେ, ମାଜିଷ୍ଟ୍ରେଟଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥିବା ବିବରଣୀରେ ସେ ତାର ସ୍ଵାମୀଙ୍କୁ ଦୋଷ ଦେଇଥିଲା – ନିମ୍ନ ନ୍ୟାୟାଳୟ ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ କାର୍ଯ୍ୟ କରିଥିଲେ – ନିମ୍ନ ନ୍ୟାୟାଳୟ, ତାଙ୍କର ଏପରି କାର୍ଯ୍ୟରେ ସଠିକ୍ ଥିଲେ କି ନାହିଁ ? ନାଁ । ଦର୍ଶାଯାଇଥିଲା ଯେ, ଯେହେତୁ ମୃତକର ମସ୍ତିସ୍କକୁ ପ୍ରଭାବିତ କରିବା ନିମନ୍ତେ ଯଥେଷ୍ଟ ସମୟ ଥିଲା ଏବଂ ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ, ନଥିରେ ଉପଲବ୍ଧ ବିଷୟବସ୍ତୁର ବିପରୀତ ଅଟେ, ସେପରିସ୍ଥଳେ ଏପରି ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ଦୋଷୀ ସାବ୍ୟସ୍ତତା କରାଯାଇପାରିବ ନାହିଁ – ଟି.କେ. ରେଡି ବନାମ୍ ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ (ସୁପ୍ରିମକୋର୍ଟ) – ୫୭୪ । ମୃତ୍ୟୁକାଳୀନ ଜମାନବନ୍ଦୀ – ମୃତକ ନିଶ୍ଚିତଭାବେ ସୁସ୍ଥ ମସ୍ତିସ୍କ ଅବସ୍ଥାରେ ଥିବ ଏବଂ ଏକ ବିବରଣୀ ପ୍ରଦାନ କରିବା ନିମନ୍ତେ ସକ୍ଷମ ହୋଇଥିବ – ଏପରି ବିବରଣୀ ସଂକ୍ଷିପ୍ତ ହୋଇପାରେ କିମ୍ବା ଦୀର୍ଘ ହୋଇପାରେ, ମାତ୍ର ଉପାଦେୟ ବିଷୟ ବର୍ଣ୍ଣନା କରିବାରେ, ଉତ୍ପିଡିତର ମାନସିକ ଅବସ୍ଥା ସୁସ୍ଥ ଥିବା ଉଚିତ୍ । ମୃତ୍ୟୁକାଳୀନ ଜମାନବନ୍ଦୀର ବିଶ୍ଵସନୀୟ ସଂବନ୍ଧରେ, ଉଚ୍ଚତମ ନ୍ୟାୟାଳୟ, ଲକ୍ଷ୍ମୀ ବନାମ୍ ଓମ୍ ପ୍ରକାଶ – ଏଆଇଆର୍ ୨୦୦୧ ସୁପ୍ରିମକୋର୍ଟ – ୨୩୮୩, ମୋକଦ୍ଦମାରେ ନିମ୍ନ ପ୍ରକାର ଦର୍ଶାଇଥିଲେ - କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀର ବିଶ୍ଵସନୀୟତା ସଂବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଛି ଯେ, ନ୍ୟାୟାଳୟ ତାଙ୍କର ସନ୍ତୁଷ୍ଟି ନିମନ୍ତେ ଦେଖିବା ଉଚିତ୍ ଯେ, ଯେତେବେଳେ ଏପରି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଗଲା ଏବଂ ଲିପିବଦ୍ଧ କରାଗଲା, ସେତେବେଳେ ମୃତକ ସୁସ୍ଥ ମସ୍ତିସ୍କ ଥିଲେ ଏବଂ ଏକ ବିବରଣୀ ପ୍ରଦାନ କରିବା ନିମନ୍ତେ ସକ୍ଷମ ଥିଲେ । ଏପରି ବିବରଣୀ ସଂକ୍ଷିପ୍ତ ହୋଇପାରେ କିମ୍ବା ଦୀର୍ଘ ହୋଇପାରେ । ଏହା ବିବରଣୀର ଦୀର୍ଘତା ନୁହେଁ ମାତ୍ର ଘଟଣାର ବିଷୟବସ୍ତୁ ବର୍ଣ୍ଣନା କରିବାରେ ଉତ୍ପିଡ଼ିତର ମାନସିକ ସୁସ୍ଥତା, ଯାହାକି ଉପାଦେୟ ଅଟେ । ଯଦି ନ୍ୟାୟାଳୟ ଦେଖନ୍ତି ଯେ, ଉକ୍ତ ବିବରଣୀ ପ୍ରଦାନକାରୀ ବ୍ୟକ୍ତିର ଏପରି ବିବରଣୀ ପ୍ରଦାନ କରିବା କ୍ଷମତାଗ୍ରସ୍ତ ହୋଇଛି କିମ୍ବା ଯଦି ନ୍ୟାୟାଳୟ, ମୃତକର ଏପରି ବିବରଣୀ ପ୍ରଦାନ କରିବା ସମୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ସଂବନ୍ଧରେ ଗୁରୁତର ସନ୍ଦେହ ବହନ କରନ୍ତି କିମ୍ବା ଧାରଣ କରନ୍ତି, ତା ହେଲେ ନ୍ୟାୟାଳୟ, ଏପରି ଘୋଷଣାର ବିଷୟବସ୍ତୁ ପ୍ରତି ନିଶ୍ଚିତତା ପ୍ରଦାନ କରୁଥିବା ସାକ୍ଷ୍ୟର ସମର୍ଥନର ଅନୁପସ୍ଥିତିରେ ତାହା ଉପରେ କାର୍ଯ୍ୟ କରିବାକୁ ପ୍ରତ୍ୟାଖ୍ୟାନ କରିପାରନ୍ତି । ଉକ୍ତ ନୀତିକୁ ପ୍ରୟୋଗ କରି, ମୋକଦ୍ଦମାକାରୀ ସାକ୍ଷୀ ନଂ – ୨ ଏବଂ ୫ର ବିବରଣୀକୁ, ବିଦ୍ୟମାନ ମୋକଦ୍ଦମାରେ ନିରାପଦରେ ଆସ୍ଥା ସ୍ଥାପନ କରାଯାଇପାରେ – ଲାଦଖା ମାଝୀ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୨ ଓସିଆର୍ – ୪୭୫ । ମୃତ୍ୟୁକାଳୀନ ଜମାନବନ୍ଦୀ – ମୃତକ ଜଣେ ଶିକ୍ଷିତ ବ୍ୟକ୍ତି ଥିଲା, ମାତ୍ର ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ ଯେକି ଡାକ୍ତର ଥିଲେ, ସେ ଏପରି ଘୋଷଣା ଫର୍ଦ୍ଦରେ ତାର ସ୍ଵାକ୍ଷର ନେବା ପରିବର୍ତ୍ତେ, ତା’ର ବାମ ବୃଦ୍ଧାଙ୍ଗୁଷ୍ଠି ଛାପ ନେଇଥିଲେ – ମୃତକ ସ୍ଵାକ୍ଷର କରିବା ନିମନ୍ତେ ଅସମର୍ଥ ଥିଲା କି ନାହିଁ, ସେ ସଂବନ୍ଧରେ ମୋକଦ୍ଦମାକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ନାହିଁ – ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ - ବନମାଳୀ ସାହୁ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ – ୧୨୯ ମୃତ୍ୟୁକାଳୀନ ଜମାନବନ୍ଦୀ – ମୋକଦ୍ଦମାକାରୀ ସାକ୍ଷୀ ନଂ – ୯ଙ୍କ ବାରଣ୍ଡାରେ, ମୋକଦ୍ଦମାକାରୀ ସାକ୍ଷୀ ନଂ. ୧,୨,୩,୪ ଏବଂ ୫ଙ୍କ ଉପସ୍ଥିତିରେ, ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇଥିବାର କୁହାଯାଏ – ମୋକଦ୍ଦମାକାରୀ ସାକ୍ଷୀ ନଂ – ୯ ଉଲ୍ଲେଖ କରିଥିଲେ ଯେ, ଏପରି କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇ ନଥିଲା । ତେଣୁ ଉକତ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣୀୟ ନୁହେଁ । ବିଚାରକାରୀ ନ୍ୟାୟାଳୟ, ଉକ୍ତ ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ କାର୍ଯ୍ୟ କରିଥିଲେ, ଯାହାକି ମୃତକ ପ୍ରଫୁଲ୍ଲ ଦ୍ଵାରା, ମୋକଦ୍ଦମାକାରୀ ସାକ୍ଷୀ – ନଂ – ୧,୨,୩,୪ ଏବଂ ୫ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା – ଉପରୋକ୍ତ ସମସ୍ତ ମୋକଦ୍ଦମାକାରୀ ସାକ୍ଷୀ, ସେହି ଏକା ପରିବାରର ଅଟନ୍ତି ଏବଂ ପରସ୍ପର ସହ ସମ୍ପର୍କିତ ଅଟନ୍ତି – ମୋକଦ୍ଦମାକାରୀଙ୍କ ଗଳ୍ପ ହେଉଛି ଯେ, କ୍ଷତପ୍ରାପ୍ତ ପ୍ରଫୁଲ୍ଲକୁ, । ମୋକଦ୍ଦମାକାରୀ ସାକ୍ଷୀ ନଂ – ୯ଙ୍କ ବାରଣ୍ଡାକୁ ଅଣାଯାଇଥିଲା, ଯାହାଙ୍କ ନାମ କୃଷ୍ଣଚନ୍ଦ୍ର ରଣା ଥିଲା ଏବଂ ଯେ କି ତାଙ୍କୁ ଜଳ ଯୋଗାଇଥିଲେ – ମୋକଦ୍ଦମାକାରୀ ସାକ୍ଷୀ ନଂ ୯ଙ୍କ ସାକ୍ଷ୍ୟରୁ ଏହା ପ୍ରତୀତ ହୁଏ ନାହିଁ ଯେ, ମୃତକ କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରିଥିଲେ – ଯଦି କ୍ଷତପ୍ରାପ୍ତ ବ୍ୟକ୍ତି, ମୋକଦ୍ଦମାକାରୀ ସାକ୍ଷୀ ନଂ – ୯ଙ୍କ ବାରଣ୍ଡାରେ କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଧାନ କରିଥାଆନ୍ତେ, ତାହେଲେ ସେ କାହିଁକି କହିଥାଆନ୍ତେ ଯେ, ଏପରି କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ନଥିଲା ? ଉଲ୍ଲାସ ଚନ୍ଦ୍ର ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ – ୩୦୩ । ମୃତ୍ୟୁକାଳୀନ ଜମାନବନ୍ଦୀ – ଏହା ନିଶ୍ଚିତଭାବେ, ଏହାର ସତ୍ୟତା ଏବଂ ସଠିକତା ସଂବନ୍ଧରେ ନ୍ୟାୟାଳୟର ସମ୍ପୂର୍ଣ୍ଣ ବିଶ୍ଵାସ ଜାଗ୍ରତ କରୁଥିବ – ନ୍ୟାୟାଳୟ ସର୍ବଦା ଏହା ଦେଖିବା ନିମନ୍ତେ ସତର୍କ ଥିବେ ଯେ , ମୃତକର ଏପରି ବିବରଣୀ କୌଣସି ଶିଖାଇବା, କହିବା କିମ୍ବା କଳ୍ପନାର ଫଳ କି ନୁହେଁ – ନ୍ୟାୟାଳୟ ଆହୁରି ମଧ୍ୟ ସ୍ଥିର କରିବା ଯେ, ମୃତକ ସୁସ୍ଥ ମସ୍ତିସ୍କ ଅବସ୍ଥାରେ ଥିଲେ କି ନାହିଁ - ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ଙ୍କ ସମ୍ମୁଖରେ ଆକ୍ରାମଣକାରୀଙ୍କ ନାମ ଉନ୍ମୋଚନ କରିବାର ଠିକ୍ ପରେ ପରେ, ମୃତକ ମୃତ୍ୟୁବରଣ କରିଥିଲେ – ମାନନୀୟ ନ୍ୟାୟାଳୟ ଦର୍ଶାଇଥିଲେ ଯେ, ମୃତକ ସୁସ୍ଥ ମସ୍ତିସ୍କରେ ଥିଲେ ବୋଲି କୁହାଯାଇ ପାରିବ ନାହିଁ, ଯେହେତୁ ସେ, ମରଣଶୀଳ ଅବସ୍ଥାରେ ଥିଲେ – ଅଧିକନ୍ତୁ ମୃତକର ସ୍ଥାୟିତ୍ଵ କେବଳ ମାତ୍ର ଆକ୍ରାମଣକାରୀମାନଙ୍କ ନାମ ଉନ୍ମୋଚନ କରିବା ନିମନ୍ତେ ବିଷୟକୁ ମଧ୍ୟ ବିଶ୍ଵାସ କରାଯାଇପାରିବ ନାହିଁ – ଦର୍ଶାଇଥିଲା ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ବିଶ୍ଵସନୀୟ ନୁହେଁ – ଗୌରୀଶଙ୍କର ପାଢୀ ଏବଂ ତିନି ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର - (୨୦୦୨) ୨୩ ଓସିଆର୍ – ୮୧୦ । ମୃତ୍ୟୁକାଳୀନ ଜମାନବନ୍ଦୀ - ମୋକଦ୍ଦମାକାରୀ ସାକ୍ଷୀ ନଂ – ୩,୪ ଏବଂ ୫ଙ୍କର ବିବରଣୀ, ସମନ୍ଵୟ ରକ୍ଷା କରୁଥିଲା ଏବଂ କୌଣସି ତ୍ରୁଟିରୁ ମୁକ୍ତ ଥିଲା – ଅପିଲକର୍ତ୍ତାଙ୍କୁ ଦୋଷୀରୋପ କରିଥିବା ବିଷୟ ସାକ୍ଷୀମାନେ ଉଲ୍ଲେଖ କରିଥିଲେ - ସାକ୍ଷୀମାନଙ୍କର ବିବରଣୀ, ବିଶ୍ଵସନୀୟ ବୋଲି ଦେଖାଯାଇଥିଲା – ସେମାନଙ୍କୁ ମୃତକ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀକୁ, ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଧରାଯାଇଥିଲା । ବିଦ୍ଵାନ ଅତିରିକ୍ତ ସେସନ୍ସ ବିଚାରପତି ମୋକଦ୍ଦମାକାରୀ ସାକ୍ଷୀ ନଂ – ୩,୪ ଏବଂ ୫ର ବିବରଣୀ ଉପରେ ଆସ୍ଥା ସ୍ଥାପନ କରିଥିଲେ ଏବଂ ଅପରାଧିର ନିର୍ଦ୍ଦେଶରେ, ଅପରାଧର ଅସ୍ତ୍ରର ଉଦ୍ଧାରକୁ ବିଶ୍ଵାସ କରି, ଅପରାଧିକୁ, ଉକ୍ତ ଅପରାଧର ସ୍ରଷ୍ଟା ଭାବେ ଦେଖିଥିଲେ, ଯେଉଁଥିରେ ହସ୍ତକ୍ଷେପ କରାଯିବ ନାହିଁ – ଯେପରି ପୂର୍ବରୁ ଦେଖାଯାଇଛି, ମୋକଦ୍ଦମାକାରୀ ସାକ୍ଷୀ ନଂ ୩,୪ ଏବଂ ୫ ଙ୍କର ବିବରଣୀକୁ କେବଳମାତ୍ର ଏହି କାରଣଯୋଗୁଁ ଅବିଶ୍ଵାସ କରାଯିବ ନାହିଁ କାରଣ ସେମାନଙ୍କ ମୃତକର ସମ୍ପର୍କୀୟ ଅଟନ୍ତି – ସେମାନେ ପରସ୍ପର ସହ ସମନ୍ଵୟ ରକ୍ଷା କରିଥିଲେ ଏବଂ ସେମାନଙ୍କ ବିବରଣୀରେ କୌଣସି ଅସାମଞ୍ଜସ୍ୟତା ନଥିଲା ଏବଂ ସେମାନଙ୍କୁ ଅବିଶ୍ଵାସ କରିବା ନିମନ୍ତେ, ସେମାନେ ସାକ୍ଷ୍ୟରୁ କୌଣସି ବିଷୟ ବାହାର କରାଯାଇନାହିଁ - ଏଣୁ, ସେମାନଙ୍କ ସମ୍ମୁଖରେ, ମୃତକ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ସାକ୍ଷ୍ୟ ଆଇନ୍ ର ଦଫା – ୩୨ ଅନୁଯାୟୀ ଏକ ମୃତ୍ୟୁକାଳୀନ ଜମାନବନ୍ଦୀ ଅଟେ – କାମୁଲୁ ଭ୍ରୋତା ଓରଫ ମାଝୀ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୨ ଓସିଆର୍ – ୬୦୫ । ମୃତ୍ୟୁକାଳୀନ ଜମାନବନ୍ଦୀ – ତାଙ୍କୁ ଆକ୍ରମଣ କରିବା ନିମନ୍ତେ, ମୃତକ ଅପିଲକର୍ତ୍ତା ଏବଂ ଅନ୍ୟ ଛଅ ଜଣ ବ୍ୟକ୍ତିଙ୍କୁ ସଂଯୋଗ କରି ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀରେ ଦୋଷାରୋପ କରିଥିଲେ – ଅନ୍ୟାନ୍ୟ ଅପରାଧି ବ୍ୟକ୍ତିମାନଙ୍କୁ କୌଣସି ପୂର୍ବ ବିଚାରରେ ଖଲାସ କରାଯାଇଥିଲା ଏପରି ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ, ଅପିଲକର୍ତ୍ତାଙ୍କୁ ଦୋଷୀସାବ୍ୟସ୍ତ କରାଯାଇପାରିବ ନାହିଁ । ଆମେ ଏହା ହୃଦୟଙ୍ଗମ କରିବା ନିମନ୍ତେ ଅକ୍ଷମ ଯେ, କିପରିଭାବେ ବିଚାରକାରୀ ନ୍ୟାୟାଳୟ, ଅନ୍ୟାନ୍ୟ ଅପରାଧି ବ୍ୟକ୍ତିଙ୍କ ସଂବନ୍ଧରେ, ମୃତ୍ୟୁକାଳୀନ ଜମାନବନ୍ଦୀରେ ଉଲ୍ଲେଖିତ ଘଟଣାର ଏକ ଅଂଶକୁ ଅବିଶ୍ଵାସ କରିବା ସମୟରେ, ଏହି ଅପିଲକର୍ତ୍ତା ମାନଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ଅଂଶ ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ଵାସ କରିଥିଲେ – ଆହୁରି ମଧ୍ୟ ଉଲ୍ଲେଖନୀୟ ଯେ, ମୃତକର ସମ୍ପର୍କୀୟ ମାନେ ହିଁ କେବଳ ମୃତ୍ୟୁକାଳୀନ ଜମାନବନ୍ଦୀର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଟନ୍ତି – ଏହା ସମ୍ପୂର୍ଣ୍ଣ ସମ୍ଭବପର ଯେ, ପୂର୍ବ ଶତ୍ରୁତା ଯୋଗୁ ସେମାନେ ନିଶ୍ଚିତଭାବେ ମୃତକର କାନରେ କହିଥିବେ ଏବଂ ସେ, ତାର ଆକ୍ରମଣକାରୀ ଭାବେ ଏହି ଅପିଲକର୍ତ୍ତାମାନଙ୍କ ନାମ ପ୍ରଦାନ କରିଥାଇପାରେ – ଏପରି ପରିସ୍ଥିତିରେ , ମୃତ୍ୟୁକାଳୀନ ଜମାନବନ୍ଦୀ, କୁହେଳିକାମୟ ପରି ପ୍ରତୀୟମାନ ହୁଏ – ଉଲ୍ଲାସ ଚନ୍ଦ୍ର ବେହେରା ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ – ୩୦୩ । ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଅନୁମାନ ଯେ, କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ, ସାକ୍ଷ୍ୟରେ ଗ୍ରହଣୀୟ ହେବା ନିମନ୍ତେ, ତାହା ମୃତ୍ୟୁ ଛାୟାଧିନରେ ପ୍ରଦାନ କରାଯାଇଥିବା ଉଚିତ୍ – ଏହା ସଠିକ କି ? ନାଁ – ଦର୍ଶାଯାଇଥିଲା ଯେ, ଏହା ଆବଶ୍ୟକ ନୁହେଁ ଯେ ଉକ୍ତ ବିବରଣୀ ପ୍ରଦାନ କରିବା ସମୟରେ, ଉକ୍ତ ବିବରଣୀ ପ୍ରଦାନକାରୀ ବ୍ୟକ୍ତି, ମୃତ୍ୟୁ ଛାୟାଧିନ ଥିବେ ଏବଂ ଏହି ବିଶ୍ଵାସର ବଶବର୍ତ୍ତୀ ହୋଇଥିବେ ଯେ, ମୃତ୍ୟୁ ଅବଶ୍ୟମ୍ଭାବୀ କିମ୍ବା ଶୀଘ୍ର ଘଟିବ – ହରିୟାନା ରାଜ୍ୟ ସରକାର ବନାମ୍ ମଙ୍ଗେରାମ ଏବଂ ଅନ୍ୟମାନେ - (୨୦୦୩)୨୪ ଓସିଆର୍ –(ସୁପ୍ରିମକୋର୍ଟ) –୬୧୩ । ମୋକଦ୍ଦମାକାରୀ ସାକ୍ଷୀ ନଂ ୪ ସମ୍ମୁଖରେ ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଦାନ କରାଯାଇଥିବା ବିଷୟ ସାକ୍ଷ୍ୟ ଦର୍ଶାଏ, ଯେକି କାଲ ଥିଲେ ଏବଂ ମୃତକ ଉପଯୁକ୍ତ ଭାବେ କହିବା ସ୍ଥିତିରେ ନଥିଲେ – ମୋକଦ୍ଦମାକାରୀ ସାକ୍ଷୀ ନଂ – ୧ କୁହେ ଯେ, ଯେତେବେଳେ ସେ ଉକ୍ତ ସ୍ଥାନରେ ପହଞ୍ଚିଲା, ସେ ମୃତକକୁ ଅଚେତ ଅବସ୍ଥାରେ ପାଇଥିଲା – ଡାକ୍ତର କୁହେ ଯେ, କ୍ଷତପ୍ରାପ୍ତ ହେବାପରେ, ମୃତକ ନିଶ୍ଚିତଭାବେ ଅଚେତ ହୋଇଥିବ – ମାନନୀୟ ନ୍ୟାୟାଳୟ , ମୃତ୍ୟୁକାଳୀନ ଜମାନବନ୍ଦୀକୁ ଗ୍ରହଣ କରି ନଥିଲେ – ଅଖନା ଓରଫ ଅକ୍ଷୟ କୁମାର ସେଠୀ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୩) ୨୪ ଓସିଆର୍ – ୩୦ । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତିରେ, ଡାକ୍ତର ମୃତ୍ୟୁକାଳୀନ ଜମାନବନ୍ଦୀକୁ ଲିପିବଦ୍ଧ କରିଥିଲେ – ମୃତକ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲା ଯେ, କଳି ଯୋଗୁ, ତାର ଅପରାଧି ସ୍ଵାମୀ କିରୋସିନୀ ଢାଳିଥିଲେ ଏବଂ ନିଆଁ ଲଗାଇ ଦେଇଥିଲେ – ମୃତ୍ୟୁକାଳୀନ ଜମାନବନ୍ଦୀ ସତ୍ୟ ଏବଂ ସ୍ଵେଚ୍ଚାକୃତ ହୋଇଥିବାରୁ ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୦୨ ଅନୁଯାୟୀ ଅପିଲକର୍ତ୍ତାଙ୍କ ଉପରେ – ଦୋଷୀ ସାବ୍ୟସ୍ତତା ଆଦେଶକୁ କାଏମ୍ ରଖାଯାଇଥିଲା – କର୍ଣ୍ଣାଲ ସିଂହ ରାଉ ବନାମ ଗୁଜୁରାଟ ରାଜ୍ୟ ସରକାର – (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) – ୫୨୮ । ମୃତ୍ୟୁକାଳୀନ ଜମାନବନ୍ଦୀ – ଏହା ଏପରି ପ୍ରକୃତିର ହୋଇଥିବା ଉଚିତ୍ ଯେ, ଏହାର ସଠିକତାରେ ଏହା ନ୍ୟାୟାଳୟଙ୍କର ସମ୍ପୂର୍ଣ୍ଣ ବିଶ୍ଵାସ ଜାଗ୍ରତ କରୁଥିବ – ଏପରି ବିବରଣୀରେ ଶିକ୍ଷା, କହିବା କିମ୍ବା କଳ୍ପନାର ଉତ୍ପାଦନ ବିରୁଦ୍ଧରେ, ନ୍ୟାୟାଳୟ ସତର୍କ ରହିବା ଉଚିତ – ଆକ୍ରମଣକାରୀକୁ ଦେଖିବା ଏବଂ ଚିହ୍ନଟ କରିବାରେ ମୃତକର ଉପଯୁକ୍ତ ମାନସିକ ସ୍ଥିତି ନିମନ୍ତେ ସ୍ପଷ୍ଟ ସୁଯୋଗ ଥିବା ଉଚିତ – କୌଣସି ସମର୍ଥନ ଆବଶ୍ୟକ ନୁହେଁ , ଯଦି ନ୍ୟାୟାଳୟ ସନ୍ତୁଷ୍ଟ ହୁଅନ୍ତି ଯେ, ଏପରି ଘୋଷଣା ସତ୍ୟ ଏବଂ ସ୍ଵେଚ୍ଚାକୃତ ଅଟେ – ପି.ଭି. ରାଧାକୃଷ୍ଣ ବନାମ୍ କର୍ଣ୍ଣାଟକ ରାଜ୍ୟ ସରକାର – (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୧୪ । ଆଧାର – ଦ ଲ ହାଉସ