କେତେବେଳେ ବିଷୟ,ଯାହାକି ଅନ୍ୟଥା ଉପାଦେୟ କେତେବେଳେ ବିଷୟ,ଯାହାକି ଅନ୍ୟଥା ଉପାଦେୟ ନୁହେଁ, ଉପାଦେୟ ହୁଏ ସେହି ବିଷୟ ଗୁଡିକ, ଯାହାକି ଅନ୍ୟଥା ଉପାଦେୟ ନୁହେଁ, ଉପାଦେୟ ଅଟେ – ଯଦି ସେଗୁଡିକ ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟ ସହିତ ଅସାମଞ୍ଜସ୍ୟ ହୋଇଥାଏ; ଯଦି ସେଗୁଡିକ ନିଜେ କିମ୍ବା ଅନ୍ୟ ବିଷୟ ଗୁଡିକ ସଂପୃକ୍ତ ହୋଇ, ପ୍ରଶ୍ନଗତ କୌଣସି ବିଷୟ କିମ୍ବା ଉପାଦେୟ ବିଷୟର ସ୍ଥିତି କିମ୍ବା ଅସ୍ଥିତିକୁ ଅତି ସମ୍ଭାବ୍ୟ କିମ୍ବା ଅସମ୍ଭାବ୍ୟ କରିଥାଏ । ଉଦାହରଣ ପ୍ରଶ୍ନ ହେଉଛି ଯେ,‘କ’ କୌଣସି ନିର୍ଦ୍ଧିଷ୍ଟ ଦିନ କଲିକତାରେ କୌଣସି ଅପରାଧ ସଂଗଠନ କରିଥିଲା କି ନାହିଁ; ଏହି ବିଷୟ ଯେ, ସେହିଦିନ ‘କ’ ଲାହୋରରେ ଥିଲା, ଉପାଦେୟ ଅଟେ । ଏହି ବିଷୟ ଯେ, ଯେତେବେଳେ ଅପରାଧ ସଂଗଠିତ ହେଲା, ସେହି ସମୟରେ ଏପରି ସଂଗଠିତ ସ୍ଥାନରୁ ‘କ’ କିଛି ଦୂରରେ ଥିଲା, ଯାହାକି ଏହାକୁ ଅତି ଅସମ୍ଭବ କରିବ ଯଦିଓ ତାହା ଅସମ୍ଭବ ନୁହେଁ ଯେ, ସେ ତାହା ସଂଗଠନ କରିଛି; ଉପାଦେୟ ଅଟେ । ପ୍ରଶ୍ନ ହେଉଛି ଯେ,‘କ’ କୌଣସି ଅପରାଧ ସଂଗଠନ କରିଥିଲା କି ନାହିଁ । ପରିସ୍ଥିତି ଏପରି ଯେ, ଅପରାଧଟି ନିଶ୍ଚିତଭାବେ‘କ’ କିମ୍ବା ‘ଖ’ କିମ୍ବା ‘ଗ’ କିମ୍ବା ‘ଘ’ ଦ୍ଵାରା ସଂଗଠିତ ହୋଇଥିବା । ପ୍ରତ୍ୟକ ବିଷୟ ଏହା ଦର୍ଶାଏ ଯେ, ଉକ୍ତ ଅପରାଧ ଅନ୍ୟ କୌଣସି ବ୍ୟକ୍ତି ଦ୍ଵାରା ସଂଗଠିତ ହୋଇ ଥାଆନ୍ତା ଏବଂ ଯେ, ଏହା ‘ଖ’,‘ଗ’ କିମ୍ବା ‘ଘ’ ଦ୍ଵାରା ସଂଗଠିତ ହୋଇ ନାହିଁ, ଉପାଦେୟ ଅଟେ । ଟିପ୍ପଣୀ ଅପରାଧିର ଯୁକ୍ତି ନଥିବା ଯୁକ୍ତି – ଅପରାଧ ସ୍ଥଳୀରେ, ଅପରାଧିର ଉପସ୍ଥିତିକୁ ପ୍ରମାଣ କରିବା ଦାୟିତ୍ଵ ମୋକଦ୍ଦମାକାରୀ ସଂପାଦନ କରିବା ପରେ, ବିଚାର କରାଯିବ – ଅପରାଧି ତାର ଯୁକ୍ତିକୁ ସଂପୂର୍ଣ୍ଣ ନିଶ୍ଚିତତା ସହ ପ୍ରମାଣ କରିବ, ଯାହାଫଳରେ ତାର ଉପସ୍ଥିତିର ସମ୍ଭାବନାକୁ ସଂପୂର୍ଣ୍ଣଭାବେ ବହିସ୍କାର କରାଯାଇପାରୁଥିବା – ଅପରାଧିର ସାକ୍ଷ୍ୟ ଏପରି ଗୁଣ ଏବଂ ମାନର ହୋଇଥିବା, ଯାହାକି ତାର ଉପସ୍ଥିତି ସଂବନ୍ଧରେ ଯଥାଯଥ ସନ୍ଦେହ ସୃଷ୍ଟି କରୁଥିବ – ବିନୟ କୁମାର ସିଂହ ଏବଂ ଅନ୍ୟମାନେ ବନାମ୍ ବିହାର ରାଜ୍ୟ ସରକାର ଏବଂ ଅନ୍ୟ ଦୁଇଜଣ – (୧୯୯୭)୧୨ ଓସିଆର୍ (ସୁପ୍ରିମକୋର୍ଟ) - ୩୭୪ । କେତେବେଳେ ଅପରାଧିକୁ ଖଲାସ କରାଯିବ – କୌଣସି ପୂର୍ବ ମୋକଦ୍ଦମାର ରାଏ ଗ୍ରହଣୀୟ ଏବଂ ଉପାଦେୟ ଅଟେ – ମାତ୍ର ନିମ୍ନ ନ୍ୟାୟାଳୟଦ୍ଵାରା ପ୍ରତ୍ୟାଖ୍ୟାନ କରାଯାଇଥିଲା - ପୂର୍ବ ମୋକଦ୍ଦମାର ରାଏ ଦର୍ଶାଉଥିଲା ଯେ, ଅପରାଧି ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନେ ବିଦ୍ୟମାନ ମୋକଦ୍ଦମା ସମୟରେ ଅଟକରେ ଥିଲେ, ଯାହା ଦର୍ଶାଏ ଯେ,ଏହା କହିବା ମିଥ୍ୟା ଯେ, ଅପରାଧି ବ୍ୟକ୍ତିମାନେ ଏକ ସ୍ଥାନରେ ସମବେତ ହୋଇଥିଲେ – ଏଣୁ, ଯଦିଓ ଏହି ମୋକଦ୍ଦମାକୁ ପ୍ରେରଣା କରିବା ଉଚିତ କିମ୍ବା ଉପଯୁକ୍ତ ଅଟେ, ତଥାପି ଏହି ରାଏ ଦୃଷ୍ଟିରୁ, ପ୍ରେରଣା କରିବା ଆବଶ୍ୟକ ନୁହେଁ – ଅପରାଧିକୁ ଖଲାସ୍ କରାଯିବ – ହରିହର ସିଂହ ଏବଂ ଅନ୍ୟମାନେ ବନାମ୍ ଓଡିଶା ରାଜ୍ୟ ସରକାର - ୧୯୯୭ (୨) ଓଏଲ୍ ଆର୍ – ୭୫ । ମୋକଦ୍ଦମାକାରୀଙ୍କ ମୋକଦ୍ଦମାର ସତ୍ୟତା ବିଚାର କରିବାରେ, ମୋକଦ୍ଦମାର ସାମ୍ଭବ୍ୟତାକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ, ଏତଲାରେ ଉଲ୍ଲେଖ ନ କରିବା, ଦଫା ୧୧ ଅନୁଯାୟୀ ଉପାଦେୟ ଅଟେ – ସାକ୍ଷୀମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସାକ୍ଷ୍ୟ ଯେ, ଇଟା ଦ୍ଵାରା ଆକ୍ରମଣ କରାଯାଇଥିଲା, ତାହା ଏତଲାରେ ଉଲ୍ଲେଖ କରାଯାଇ ନଥିଲା – ସାକ୍ଷୀମାନେ ସ୍ଵାର୍ଥ ନିହିତ ଥିଲେ ଏବଂ ବିଶ୍ଵସନୀୟ ନଥିଲେ – ପ୍ରତିପକ୍ଷର ଯୁକ୍ତିକୁ ସମ୍ଭବ ବୋଲି ଦେଖାଯାଇଥିଲା – ଗୋରେଖନାଥ ଗୀରା ବନାମ୍ ରାଜ୍ୟ ସରକାର – (୨୦୦୧) ୨୦ ଓସିଆର୍ - ୨୦୯ । ଏତଲାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକର ଅଣଉଲ୍ଲେଖ - ଏହି ବିଷୟ ଯେ, ଅପରାଧି ମୃତକର ମୁଣ୍ଡକୁ ଛେଚି ଦେଇଥିଲା, ତାହା ଏତଲାରେ ଉଲ୍ଲେଖ କରାଯାଇ ନଥିଲା – ଏପରି ତ୍ରୁଟି ଉପାଦେୟ ହୋଇଥିବାରୁ ମୋକଦ୍ଦମାକାରୀଙ୍କ ଗଳ୍ପର ସତ୍ୟତା ବିଚାର କରିବା ନିମନ୍ତେ ଉପାଦେୟ ଅଟେ – ଫକୁ ବନାମ୍ ରାଜ୍ୟ ସରକାର – (୨୦୦୫) ୨୦ ଓସିଆର୍ – ୪୨୬ । ତଥ୍ୟ ପ୍ରଦାନକାରୀଙ୍କ ଟର୍ଚ୍ଚକୁ ଜବତ୍ କରାଯାଇ ନଥିଲା – ସେହି ଦିଗକୁ ତାର ଟର୍ଚ୍ଚ ଆଲୋକ ପକାଇ, ଅଳ୍ପଦୂରରେ ତଥ୍ୟ ପ୍ରଦାନକାରୀ ଅପରାଧି ବ୍ୟକ୍ତିମାନଙ୍କୁ ଦେଖିଥିଲା - ରାସ୍ତାରେ, ତଥ୍ୟ ପ୍ରଦାନକାରୀ ପଡିଯାଇଥିଲା ଏବଂ ତାର ଟର୍ଚ୍ଚ ହରାଇଥିଲା – ଟର୍ଚ୍ଚ ଲାଇଟର ଜବତ୍ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିବାରେ ଅନୁସନ୍ଧାନକାରୀ ସଂସ୍ଥା ଅକୃତକାର୍ଯ୍ୟକୁ, ଏକ ତ୍ରୁଟିଭାବେ ଧରାଯିବ ନାହିଁ, ଯାହାକି ମୋକଦ୍ଦମାକାରୀଙ୍କ ମୋକଦ୍ଦମାକୁ ପ୍ରଭାବିତ କରିବ ବୋଲି ବିବେଚନା କରାଯିବ ନାହିଁ – ଓଡିଶା ରାଜ୍ୟ ସରକାର ବନାମ୍ ଦିବାକର ନାଏକ ଏବଂ ଅନ୍ୟମାନେ – ୨୦୦୨ (୧) ଓଏଲ୍ ଆର୍ (ସୁପ୍ରିମକୋର୍ଟ) – ୬୮୨ । ଉଚ୍ଚ ସ୍ଥାନରେ ନଥିବା କୌଣସି ଏକ ବିଷୟ ସଂବନ୍ଧରେ ଯୁକ୍ତି ଉଦ୍ରେକ କରାଯାଇଥିଲା,ଯାହାକି ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ବିଚାର କରାଯାଇ ନଥିଲା – ଯେହେତୁ ନଥିବା ବାହାନା ବା ଯୁକ୍ତି ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକି ଅପିଲକର୍ତ୍ତାଙ୍କ ଦ୍ଵାରା ଉଦ୍ରେକ କରାଯାଇଥିଲା ଏବଂ ତାହା ବିଚାର କରାଯାଇ ନଥିଲା ଏବଂ ସେ ବିଷୟରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ରାଏ ପ୍ରଦାନ, ତେଣୁ ସଭ୍ୟମାନେ ତାହା ଫଇସଲା କରିବା ନିମନ୍ତେ ଉଚ୍ଚନ୍ୟାୟାଳୟକୁ ପ୍ରେରଣା କରାଯାଇଥିଲା – ଅକାନ୍ତି ଗୋପାଲା ରାଓ ବନାମ୍ ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାର – (୨୦୦୩) ୨୫ଓସିଆର୍ (ସୁପ୍ରିମକୋର୍ଟ) - ୮୦୯ । ନଥିବା ବାହାନା ବା ଯୁକ୍ତି - ଅପରାଧି ତାର କାର୍ଯ୍ୟାଳୟର ଉପସ୍ଥାପନ ରେଜିଷ୍ଟର ପ୍ରମାଣିତ କରିଥିଲା, ଯେଉଁଠାରେ ଏହା ସାବ୍ୟସ୍ତ କରିବା ନିମନ୍ତେ ତାର ସ୍ଵାକ୍ଷର ଥିଲା ଯେ, ସେ ୨୫/୨/୧୯୯୩ ଅପରାହ୍ନ ୫ଟାରୁ ୨୬/୨/୧୯୯୩ସକାଳ ୬ଟା ପର୍ଯ୍ୟନ୍ତ ଜଣେ ଜଗୁଆଳୀ ଭାବେ ଉପସ୍ଥିତ ଥିଲା – ଘଟଣାଟି ୨୫.୨/୧୯୯୩ ରେ ପ୍ରାୟ ଅପରାହ୍ନ ୨ଟାରେ ଘଟିଥିଲା – ଦର୍ଶାଯାଇଥିଲା ଯେ, ଉପସ୍ଥାପନ ରେଜିଷ୍ଟରରେ ଅପରାଧିର ସ୍ଵାକ୍ଷର ସ୍ଵୟଂକ୍ରୀୟ ଭାବେ ଏହା ପ୍ରମାଣିତ କରେ ନାହିଁ ଯେ, ସେ କାର୍ଯ୍ୟାଳୟରେ ଉପସ୍ଥିତ ଥିଲା ଏବଂ ସେ ଘଟନା ସ୍ଥଳରେ ଉପସ୍ଥିତ ନ ଥାଇପାରେ - ବୁନୁ ଓରଫ ରବିନାରାୟଣ ସେଥି (ମୃତ) ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୪) ୨୯ ଓସିଆର୍ – ୬୯୦ । କ୍ଷତିପୂରଣ ମୋକଦ୍ଦମାରେ, ଅର୍ଥର ପରିମାଣ ସ୍ଥିର କ୍ଷତିପୂରଣ ମୋକଦ୍ଦମାରେ, ଅର୍ଥର ପରିମାଣ ସ୍ଥିର କରିବା ନିମନ୍ତେ ନ୍ୟାୟାଳୟଙ୍କୁ ସକ୍ଷମ କରୁଥିବା ବିଷୟ ଗୁଡିକ ଉପାଦେୟ ଅଟେ - ସେହି ସମସ୍ତ ମୋକଦ୍ଦମାରେ, ଯେଉଁଥିରେ କ୍ଷତିପୂରଣ ଦାବି କରାଯାଏ, କୌଣସି ବିଷୟ ଯାହାକି କ୍ଷତିପୂରଣ ରାଶି ସ୍ଥିର କରିବା ନିମନ୍ତେ ନ୍ୟାୟାଳୟଙ୍କୁ ସାହାଯ୍ୟ କରେ, ତାହା ଉପାଦେୟ ଅଟେ । ବିଷୟ ସବୁ ଉପାଦେୟ ଯେତେବେଳେ ଅଧିକାର କିମ୍ବା ପ୍ରଥା, ପ୍ରଶ୍ନଗତ ସେହି ବିଷୟ ସବୁ ଉପାଦେୟ ଅଟେ, ଯେତେବେଳେ ଅଧିକାର କିମ୍ବା ପ୍ରଥା, ପ୍ରଶ୍ନଗତ ଥାଏ - ଯେଉଁ ସ୍ଥଳରେ ପ୍ରଶ୍ନ କୌଣସି ଅଧିକାର କିମ୍ବା ପ୍ରଥାର ସ୍ଥିତି ସଂବନ୍ଧରେ ଥାଏ, ସେପରିସ୍ଥଳେ, ନିମ୍ନଲିଖିତ ବିଷୟଗୁଡିକ ଉପାଦେୟ ଅଟେ - କୌଣସି କାରବାର, ଯାହାଦ୍ୱାରା ପ୍ରଶ୍ନଗତ ଅଧିକାର କିମ୍ବା ପ୍ରଥା ସୃଷ୍ଟି ହୋଇଥିଲା, ଦାବି କରାଯାଇଥିଲା, ସଂଶୋଧିତ ହୋଇଥିଲା, ସ୍ଵିକୃତ ହୋଇଥିଲା ଦୃଢୀକରଣ କରାଯାଇଥିଲା କିମ୍ବା ପ୍ରତ୍ୟାଖ୍ୟାନ କରାଯାଇଥିଲା, କିମ୍ବା ଯାହାକି ଏହାର ସ୍ଥିତି ସହିତ ଅସାମଞ୍ଜସ୍ୟ ଥିଲା; ସେହି ସମସ୍ତ ନିର୍ଦ୍ଧିଷ୍ଟ ଦୃଷ୍ଟାନ୍ତ, ଯେଉଁଥିରେ ଏପରି ଅଧିକାର କିମ୍ବା ପ୍ରଥା ଦାବି କରାଯାଇଥିଲା,ସ୍ଵିକୃତ କରାଯାଇଥିଲା କିମ୍ବା ପରିଚାଳନା କରାଯାଇଥିଲା କିମ୍ବା ଯେଉଁଥିରେ ଏହାର ପରିଚାଳନା ଦ୍ଵନ୍ଦିତ ହୋଇଥିଲା, ଦୃଢୀଭୂତ ହୋଇଥିଲା କିମ୍ବା ପରିତ୍ୟକ୍ତ ହୋଇଥିଲା । ଉଦାହରଣ ପ୍ରଶ୍ନ ହେଉଛି ଯେ, ମତ୍ସ୍ୟଚାଷ କରିବା ନିମନ୍ତେ ‘କ’ ର ଅଧିକାର ଥିଲା କି ନାହିଁ । ମତ୍ସ୍ୟଚାଷ କରିବା ନିମନ୍ତେ ‘କ’ ର ପୂର୍ବ ପୁରୁଷକୁ ପ୍ରଦାନ କରାଯାଇଥିବା କୌଣସି ଦଲିଲ୍,‘କ’ ର ପିତାଙ୍କ ଦ୍ଵାରା ମତ୍ସ୍ୟଚାଷର କୌଣସି ବନ୍ଧକ,‘କ’ ର ପିତାଙ୍କ ଦ୍ଵାରା ମତ୍ସ୍ୟଚାଷ ନିମନ୍ତେ ପରବର୍ତ୍ତୀ ମଞ୍ଜୁରୀ; ସେହି ସମସ୍ତ ନିର୍ଦ୍ଧିଷ୍ଟ ଉଦାହରଣ, ଯେଉଁଥିରେ ‘କ’ର ପିତା ଉକ୍ତ ଅଧିକାର ପରିଚାଳନା କରିଥିଲେ କିମ୍ବା ଯେଉଁଥିରେ ଅଧିକାରର ପରିଚାଳନା ‘କ’ ର ପଡୋଶୀମାନଙ୍କ ଦ୍ଵାରା ବନ୍ଦ କରାଯାଇଥିଲା, ସେହି ବିଷୟ ଗୁଡିକ ଉପାଦେୟ ଅଟେ । ଟିପ୍ପଣୀ ପ୍ରୋବେଟ କାର୍ଯ୍ୟାନୁଷ୍ଠାନରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ : କୌଣସି ମୋକଦ୍ଦମାର ଜଣେ ପକ୍ଷ୍ୟ ହୋଇ ନଥିବା କୌଣସି ବ୍ୟକ୍ତିଦ୍ୱାରା କୌଣସି ପ୍ରୋବେଟ କାର୍ଯ୍ୟାନୁଷ୍ଠାନରେ ପ୍ରଦାନ କରାଯାଇଥିବା ବିବରଣୀ – ସାକ୍ଷ୍ୟଜନିତ ମୂଲ୍ୟ । ଦର୍ଶାଯାଇଥିଲା ଯେ, ପ୍ରତିବାଦୀ ନମ୍ବର ୨୪ଙ୍କୁ ଏକ ସାକ୍ଷୀଭାବେ ପରୀକ୍ଷା କରାଯାଇଥିଲା ଏବଂ ସେ ସ୍ଵୀକାର କରିଥିଲେ ଯେ ଅଧୁନା ବାଦୀ ଏବଂ ପ୍ରତିବାଦୀ ନମ୍ବର – ୧, ରମ୍ଭାଙ୍କ କନ୍ୟା ଅଟନ୍ତି ସେ, ସେହି ଏକାପ୍ରକାର ବିବରଣୀ, ପ୍ରୋବେଟ କାର୍ଯ୍ୟାନୁଷ୍ଠାନରେ ପ୍ରଦାନ କରିଥିଲେ – ପ୍ରତିବାଦୀ ନମ୍ବର ୨୪ଙ୍କର ଏପରି ପୂର୍ବ ବିବରଣୀ ମଧ୍ୟ ଗ୍ରହଣୀୟ ଅଟେ – ସଂପର୍କ ସଂବନ୍ଧରେ, ପ୍ରୋବେଟ କାର୍ଯ୍ୟାନୁଷ୍ଠାନରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ମଧ୍ୟ, ସାକ୍ଷ୍ୟ ଆଇନର ଦଫା ୧୩ ଅନୁଯାୟୀ ଗ୍ରହଣୀୟ ଅଟେ ବୋଲି କୁହାଯାଇପାରେ – ସନାତନ ଦାସ ଏବଂ ଅନ୍ୟମାନେ ବନାମ୍ । ଶ୍ରୀମତୀ ଅହଲ୍ୟା ଦେଇ ଏବଂ ଅନ୍ୟମାନେ - ୮୭ (୧୯୯୯) ସିଏଲଟି – ୭୩୭ । ମାନସିକ ଅବସ୍ଥା କିମ୍ବା ଶାରୀରିକ ଅନୁଭୂତିର ସ୍ଥିତି ମାନସିକ ଅବସ୍ଥା କିମ୍ବା ଶାରୀରିକ ଅବସ୍ଥା କିମ୍ବା ଶାରୀରିକ ଅନୁଭୂତିର ସ୍ଥିତିକୁ ଦର୍ଶାଉଥିବା ବିଷୟ - କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିପ୍ରତି, କୌଣସି ମାନସିକ ଅବସ୍ଥାର ସ୍ଥିତି ଦର୍ଶାଉଥିବା ବିଷୟ ଗୁଡିକ, ଯେପରି ଉଦ୍ଦେଶ୍ୟ, ଜ୍ଞାନ, ଉତ୍ତମ ବିଶ୍ଵାସ, ଅବହେଳା, ଦ୍ରୁତତର କାର୍ଯ୍ୟ, ଅସର୍ ଭାବ କିମ୍ବା ସଦ୍ ଭାବ କିମ୍ବା ଶାରୀରିକ ଅବସ୍ଥା କିମ୍ବା ଶାରୀରିକ ଅନୁଭୂତିର ସ୍ଥିତାବସ୍ଥା ଦର୍ଶାଉଥିବା ବିଷୟଗୁଡିକ, ଉପାଦେୟ ଅଟେ, ଯେତେବେଳେ ଏପରି ମାନସିକ ଅବସ୍ଥା କିମ୍ବା ଶାରୀରିକ ଅବସ୍ଥା କିମ୍ବା ଶାରୀରିକ ଅନୁଭୂତି, ପ୍ରଶ୍ନଗତ ବିଷୟ ହୋଇଥାଏ କିମ୍ବା ଉପାଦେୟ ହୋଇଥାଏ । ସ୍ପଷ୍ଟିକରଣ -୧ କୌଣସି ଉପାଦେୟ ବିଷୟ, ଯାହାକି ଉପାଦେୟ ମାନସିକ ଅବସ୍ଥାର ସ୍ଥିତାବସ୍ଥା ଦର୍ଶାଏ, ତାହା ନିଶ୍ଚିତଭାବେ ଦର୍ଶାଇବ ଯେ, ଉକ୍ତ ମାନସିକ ଅବସ୍ଥା ସ୍ଥିତ ଅଟେ,ସାଧାରଣ ଭାବେ ନୁହେଁ, ମାତ୍ର ପ୍ରଶ୍ନଗତ ନିର୍ଦ୍ଧିଷ୍ଟ ବିଷୟର ଉଲ୍ଲେଖରେ । ସ୍ପଷ୍ଟିକରଣ – ୨ ମାତ୍ର ଯେଉଁ ସ୍ଥଳରେ କୌଣସି ଅପରାଧରେ ଅଭିଯୁକ୍ତ କୌଣସି ବ୍ୟକ୍ତିର ବିଚାରରେ, ଏହି ଦଫାର ଅର୍ଥାନୁଯାୟୀ ଅପରାଧି ଦ୍ଵାରା ପୂର୍ବରୁ ସଂପାଦିତ କୌଣସି ଅପରାଧ ଉପାଦେୟ ଅଟେ ଏପରି ବ୍ୟକ୍ତିର ପୂର୍ବୋକ୍ତ ଦୋଷୀ ସାବ୍ୟସ୍ତତା ମଧ୍ୟ ଏକ ଉପାଦେୟ ବିଷୟ ଅଟେ । ଉଦାହରଣ ତାହା ଚୋରା ବୋଲି ଜାଣି, ଚୋରା ଦ୍ରବ୍ୟ ଗ୍ରହଣରେ ‘କ’ କୁ ଅଭିଯୁକ୍ତ କରାଯାଇଥିଲା । ଏହା ପ୍ରମାଣ କରାଯାଇଥିଲା ଯେ,ସେ କୌଣସି ନିର୍ଦ୍ଧିଷ୍ଟ ଚୋରା ଦ୍ରବ୍ୟର ଦଖଲରେ ଥିଲା । ଏହି ବିଷୟ ଯେ, ସେହି ଏକା ସମୟରେ, ସେ ଅନ୍ୟାନ୍ୟ ଅନେକ ଚୋରା ଦ୍ରବ୍ୟର ଦଖଲରେ ଥିଲା, ତାହା ଉପାଦେୟ ଅଟେ, ଯାହା ଦର୍ଶାଏ ଯେ, ସେ ଏପରି ପ୍ରତ୍ୟକ ଏବଂ ସମସ୍ତ ଦ୍ରବ୍ୟ, ଯାହାକି ତାର ଦାଖଲରେ ଥିଲା, ତାହା ଚୋରା ଅଟେ ବୋଲି ଜାଣିଥିଲା । ଏକ ଜାଲକରଣ ମୁଦ୍ରାକୁ ଅନ୍ୟ ବ୍ୟକ୍ତିକୁ ଚଞ୍ଚକତା ପୂର୍ଣ୍ଣଭାବେ ପ୍ରଦାନ କରିବାରେ ‘କ’ କୁ ଅଭିଯୁକ୍ତ କରାଯାଇଥିଲା, ଯାହାକୁ ସେ ପ୍ରଦାନ କରିବା ସମୟରେ ଜାଣିଥିଲା ଯେ, ତାହା ଜାଲ୍ ଅଟେ । ଏହି ବିଷୟ ଯେ, ଏହାର ପ୍ରଦାନ ସମୟରେ‘କ’ ଅନ୍ୟାନ୍ୟ ଅନେକ ଜାଲ୍ ମୁଦ୍ରାର ଦଖଲରେ ଥିଲା, ତାହା ଉପାଦେୟ ଅଟେ । ଏହି ବିଷୟ ଯେ, ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଠିକ୍ ବୋଲି ଏକ ଜାଲ୍ ମୁଦ୍ରା ପ୍ରଦାନରେ ‘କ’କୁ ପୂର୍ବରୁ ଦୋଷୀସାବ୍ୟସ୍ତ କରାଯାଇଥିଲା, ଏହା ଜାଣି ଯେ, ଉକ୍ତ ମୁଦ୍ରା ଜାଲ୍ ଅଟେ । ତାହା ଉପାଦେୟ ଅଟେ । ‘ଖ’ ର କୌଣସି କୁକୁର ଦ୍ଵାରା ହୋଇଥିବା କ୍ଷତି ନିମନ୍ତେ ‘କ’ ଓ ‘ଖ’ ଉପରେ ମୋକଦ୍ଦମା କରେ, ଯାହା ଭୟାନକ ବୋଲି ‘ଖ’ ଜାଣିଥିଲା । ଏହି ବିଷୟ ଯେ, ଉକ୍ତ ପୂର୍ବେ ,‘ଗ’,‘ଘ’ଏବଂ ‘ଙ’ କାମୁଡି ଥିଲା ଏବଂ ସେମାନେ ‘ଖ’ କୁ ଏ ସଂବନ୍ଧରେ ଅଭିଯୋଗ କରିଥିଲେ, ତାହା ଉପାଦେୟ ଅଟେ । ଏହି ପ୍ରଶ୍ନ ଯେ, କୌଣସି ପ୍ରତିବଦଳ ବିଲ୍ ର ଗ୍ରହଣକାରୀ ‘କ’, ଜାଣିଥିଲା ଯେ, ପାଇବା ବ୍ୟକ୍ତିର ନାମ କାଳ୍ପନିକ ଅଟେ । ଏହି ବିଷୟ ଯେ, ପୂର୍ବରୁ ସେହିପରି ଭାବେ ବାହାର କରାଯାଇଥିବା ଅନ୍ୟାନ୍ୟ ବିଲ୍ କୁ ‘କ’ ଗ୍ରହଣ କରିଥିଲା, ଯାହାକି ପ୍ରାପ୍ତକାରୀଙ୍କ ଦ୍ଵାରା ତାଙ୍କୁ ପ୍ରେରଣ କରାଯାଇଥାଆନ୍ତା, ଯଦି ପ୍ରାପ୍ତ କର୍ତ୍ତା ଜଣେ ପ୍ରକୃତ ବ୍ୟକ୍ତି ହୋଇଥାଆନ୍ତେ, ତାହା ଏକ ଉପାଦେୟ ବିଷୟ ଅଟେ, ଯେହେତୁ ତାହା ଦର୍ଶାଏ ଯେ,‘କ’ ଏହା ଜାଣିଥିଲା ଯେ, ପ୍ରାପ୍ତକାରୀ ବ୍ୟକ୍ତି ଜଣେ କାଳ୍ପନିକ ବ୍ୟକ୍ତି ଅଟେ । ‘ଖ’ ର ଖ୍ୟାତିକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ କୌଣସି ଆରୋପ ପ୍ରକାଶନ କରିବା ଦ୍ଵାରା‘ଖ’ କୁ ଅବମାନନା ‘କ’କୁ ଅଭିଯୁକ୍ତ କରାଯାଇଥିଲା । ‘ଖ’ ସଂବନ୍ଧରେ ‘କ’ ଦ୍ଵାରା ପୂର୍ବ ପ୍ରକାଶନ ବିଷୟ,‘ଖ’ ପ୍ରତି ‘କ’ର ବିଦ୍ଵେଷ ଭାବ ଦର୍ଶାଏ, ଏବଂ ତାହା ଉପାଦେୟ ଅଟେ; ଯାହା ଦର୍ଶାଏ ଯେ, ପ୍ରଶ୍ନଗତ ନିର୍ଦ୍ଧିଷ୍ଟ ପ୍ରକାଶନ ଦ୍ଵାରା ‘ଖ’ ଖ୍ୟାତି କିମ୍ବା ଯଶକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟ ‘କ’ ର ଥିଲା ବୋଲି ପ୍ରମାଣିତ କରେ । ସମ୍ପତ୍ତିର ଅସଦ୍ ଆତ୍ମାସାତ୍ କରଣରେ ‘କ’ ଅଭିଯୁକ୍ତ ହୋଇଥିଲା, ଯାହାକୁ ସେ ପାଇଥିଲା, ଏବଂ ପ୍ରଶ୍ନ ଥିଲା ଯେ, ଯେତେବେଳେ ସେ ଏହା ଆତ୍ମସାତ୍ କରିଥିଲା, ସେ ଉତ୍ତମ ବିଶ୍ଵାସରେ ବିଶ୍ଵାସ କରିଥିଲା କି ନାହିଁ ଯେ, ପ୍ରକୃତ ମାଲିକ ମିଳିବ କି ନାହିଁ । ଏହି ବିଷୟ ଯେ, ଯେଉଁଠାରେ ‘କ’ ଥିଲା, ସେଠାରେ ସମ୍ପତ୍ତି ହଜିବା ସଂବନ୍ଧରେ ସୂଚନା ପ୍ରଦାନ କରାଯିବା, ଉପାଦେୟ ଅଟେ, ଯାହା ଦର୍ଶାଏ ଯେ,‘କ’ ଉତ୍ତମ ବିଶ୍ଵାସର ସହ ବିଶ୍ଵାସ କରୁନଥିଲା ଯେ, ସମ୍ପତ୍ତିର ପ୍ରକୃତ ମାଲିକ ମିଳିପାରିବ ନାହିଁ । ଏହି ବିଷୟ ଯେ,‘କ’ ଜାଣିଥିଲା କିମ୍ବା ବିଶ୍ଵାସ କରିବାର କାରଣ ଥିଲା ଯେ, ‘ଗ’ ଦ୍ଵାରା ଚଞ୍ଚକତାପୂର୍ଣ୍ଣ ଭାବେ ଏପରି ସୂଚନା ପ୍ରଦାନ କରାଯାଇଥିଲା, ଯେକି ଏପରି ସମ୍ପତ୍ତି ହଜିବା ସଂବନ୍ଧରେ ଶୁଣିଥିଲା ଏବଂ ଏହା ଉପରେ ଏକ ମିଥ୍ୟା ଦାବୀ ଉପସ୍ଥାପନ କରିବାକୁ ଚାହୁଁଥିଲା, ତାହା ଉପାଦେୟ ଅଟେ; ଯାହା ଏହା ଦର୍ଶାଏ ଯେ, ‘କ’ ର ଏହି ସୂଚନା ଜାଣିବା,ତାର ଉତ୍ତମ ବିଶ୍ଵାସକୁ ଅପ୍ରମାଣିତ କରେନାହିଁ । ତାକୁ ହତ୍ୟା କରିବା ଉଦ୍ଦେଶ୍ୟ ସହିତ ‘ଖ’ ପ୍ରତି ‘କ’ ଗୁଳିକରିବା ଅପରାଧରେ ଅଭିଯୁକ୍ତ ହୁଏ । ‘କ' ର ଉଦ୍ଦେଶ୍ୟ ଦର୍ଶାଇବା ନିମନ୍ତେ, ଏହି ବିଷୟ ଯେ, ‘କ’ ପୂର୍ବରୁ ‘ଖ’ ପ୍ରତି ଗୁଳି କରିଥିଲା, ତାହା ପ୍ରମାଣ କରାଯାଇପାରେ । ‘ଖ’ କୁ ଧମକପୂର୍ଣ୍ଣ ପତ୍ର ପ୍ରେରଣ କରିବାରେ ‘କ’ କୁ ଅଭିଯୁକ୍ତ କରାଯାଇଥିଲା । ‘କ’ ଦ୍ଵାରା ‘ଖ’ କୁ ପୂର୍ବରୁ ପ୍ରେରଣ କରାଯାଇଥିବା ଧମକପୂର୍ଣ୍ଣ ପତ୍ରଗୁଡିକୁ ପ୍ରମାଣିତ କରାଯାଇପାରେ, ଯାହାକି ଏପରି ପତ୍ରଗୁଡ଼ିକର ଉଦ୍ଦେଶ୍ୟ ଦର୍ଶାଇବ । ‘କ’ କୁ କୌଣସି ଅପରାଧରେ ବିଚାର କରାଯାଇଥିଲା ଏହି ବିଷୟ ଯେ, ଉକ୍ତ ନିର୍ଦ୍ଧିଷ୍ଟ ଅପରାଧ ସଂଗଠନ କରିବା କୌଣସି ଉଦ୍ଦେଶ୍ୟ ସୂଚୀତ କରୁଥିବା କିଛି ସେ କହିଥିଲା, ଯାହାକି ଉପାଦେୟ ଅଟେ । ଏହି ବିଷୟ ଯେ, ସେହି ଶ୍ରେଣୀୟ ଅପରାଧ ସଂଗଠନ କରିବା ନିମନ୍ତେ ତାର ସାଧାରଣ ଉଦ୍ଦେଶ୍ୟ ସୂଚୀତ କରୁଥିବା ନିମନ୍ତେ ସେ କିଛି କହିଥିଲା, ଯାହାକି ଉପାଦେୟ ଅଟେ । ଏହି ବିଷୟ ଯେ, ସେହି ଏକା ସମୟରେ, ସେ ଅନ୍ୟାନ୍ୟ ଅନେକ ଚୋରା ଦ୍ରବ୍ୟର ଦଖଲରେ ଥିଲା, ଉପାଦେୟ ଅଟେ, ଯାହା ଦର୍ଶାଏ ଯେ, ସେ ଏହା ଜାଣିଥିଲା ଯେ, ତାର ଦଖଲରେ ଥିବା ପ୍ରତ୍ୟକ ଦ୍ରବ୍ୟ ଚୋରା ଅଟେ । ଅନ୍ୟ କୌଣସି ବ୍ୟକ୍ତିକୁ ଗୋଟିଏ ଅଚଳ ମୁଦ୍ରା ଚଞ୍ଚକତା ପୂର୍ଣ୍ଣଭାବେ ପ୍ରଦାନ କରିବା ଅଭିଯୋଗରେ ‘କ’ ଅଭିଯୁକ୍ତ ଅଟେ, ଯାହାକି ଯେଉଁ ସମୟରେ ସେ ଏହା ପ୍ରଦାନ କଲା, ସେ ଜାଣିଥିଲା ଯେ, ତାହା ଉପାଦେୟ ଅଟେ । ଏହି ବିଷୟ ଯେ, ପ୍ରଦାନ ସମୟରେ,‘କ’ ଅନ୍ୟାନ୍ୟ ଅନେକ ଅଚଳ ମୁଦ୍ରାର ଦଖଲରେ ଥିଲା, ତାହା ଉପାଦେୟ ଅଟେ । ଏହି ବିଷୟ ଯେ, ଅନ୍ୟ କୌଣସି ବ୍ୟକ୍ତିଙ୍କୁ, ଅଚଳ ବୋଲି ଜାଣି, କୌଣସି ଅଚଳ ମୁଦ୍ରା ସଠିକ୍ ବୋଲି ପ୍ରଦାନ କରିଥିବାରୁ ‘କ’ କୁ ପୂର୍ବରୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ;ତାହା ଉପାଦେୟ ଅଟେ । କୌଣସି କାର୍ଯ୍ୟ ଦୁର୍ଘଟଣାଜନିତ କିମ୍ବା ଉଦ୍ଦେଶ୍ୟ ମୂଳକ ସଂବନ୍ଧିତ ବିଷୟ କୌଣସି କାର୍ଯ୍ୟ ଦୁର୍ଘଟଣାଜନିତ କିମ୍ବା ଉଦ୍ଦେଶ୍ୟ ମୂଳକ ବି ନୁହେଁ ପ୍ରଶ୍ନ ଉପରେ ସଂବନ୍ଧିତ ବିଷୟ – ଯେତେବେଳେ କୌଣସି ପ୍ରଶ୍ନ ଥାଏ ଯେ, କୌଣସି କାର୍ଯ୍ୟ ଦୁର୍ଘଟଣାଜନିତ କିମ୍ବା ଉଦ୍ଦେଶ୍ୟମୂଳକ ନୁହେଁ , [ କିମ୍ବା କୌଣସି ନିର୍ଦ୍ଧିଷ୍ଟ ଜ୍ଞାନ କିମ୍ବା ଉଦ୍ଦେଶ୍ୟ ସହିତ କରାଯାଇଛି କି ନାହିଁ ] ସେତେବେଳେ ଏହି ବିଷୟ ଯେ ଏପରି କାର୍ଯ୍ୟ,ସେହି ଏକ ପ୍ରକାର ଅନେକ ଗୁଡିଏ ଘଟଣାର ଅଂଶ ଗଠନ କରେ, ଯେଉଁଥିରେ ପ୍ରତ୍ୟକରେ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ସଂପୃକ୍ତ, ତାହା ଉପାଦେୟ ଅଟେ । ଉଦାହରଣ ଯେଉଁଥି ନିମନ୍ତେ ଏହାକୁ ବୀମାଭୁକ୍ତ କରାଯାଇଥିଲା, ଉକ୍ତ ଟଙ୍କା ପାଇବା ନିମନ୍ତେ ତାର ଘର ପୋଡିବା ଅପରାଧରେ ‘କ' କୁ ଅଭିଯୁକ୍ତ କରାଯାଇଥିଲା । ଏହି ବିଷୟ ଯେ,‘କ’ ବିଭିନ୍ନ ଗୃହରେ କ୍ରମାନ୍ଵୟରେ ବାସ କରୁଥିଲା, ଯେଉଁଗୁଡିକ ପ୍ରତ୍ୟକ ବୀମାଭୁକ୍ତ କରାଯାଇଥିଲା, ଏବଂ ଯେଉଁଥିରେ ପ୍ରତ୍ୟକରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ପ୍ରତ୍ୟକଟିରେ ଅଗ୍ନିକାଣ୍ଡ ପରେ, ‘କ’ ବିଭିନ୍ନ ବୀମା କାର୍ଯ୍ୟାଳୟରୁ ଅର୍ଥ ପାଇଥିଲା, ତାହା ଉପାଦେୟ ଅଟେ ଏହା ଦର୍ଶାଉଥିବାରୁ ଯେ, ଉକ୍ତ ଅଗ୍ନିକାଣ୍ଡ ଦୁର୍ଘଟଣା ଜନିତ ଥିଲା । ବ୍ୟବସାୟ ଗତିର ସ୍ଥିତି, କେତେବେଳେ ଉପାଦେୟ ଯେତେବେଳେ ଏକ ପ୍ରଶ୍ନ ଥାଏ ଯେ,କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟ କରାଯାଇଛି କି ନାହିଁ, ସେତେବେଳେ କୌଣସି ବ୍ୟବସାୟର ଗତିର ସ୍ଥିତି, ଯାହା ଅନୁଯାୟୀ, ସ୍ଵାଭାବିକ ଭାବେ ଏହା କରାଯାଇ ଥାଆନ୍ତା, ତାହା ଏକ ଉପାଦେୟ ବିଷୟ ଅଟେ । ଉଦାହରଣ ପ୍ରଶ୍ନ ହେଉଛି ଯେ,କୌଣସି ନିର୍ଦ୍ଧିଷ୍ଟ ଚିଠି ପ୍ରେରଣ କରାଯାଇଥିଲା କି ନାହିଁ । ଏହି ବିଷୟ ଯେ, ସମସ୍ତ ପତ୍ର ନିମନ୍ତେ ବ୍ୟବସାୟର ସାଧାରଣ ଗତି ହେଉଛି ଯେ,କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ପକାଯାଇଥିବା ସମସ୍ତ ପତ୍ରଗୁଡ଼ିକ ଡାକଘରକୁ ନିଆଯିବ, ଏବଂ ଯେ, ଉକ୍ତ ନିର୍ଦ୍ଧିଷ୍ଟ ପତ୍ରଟି ଉକ୍ତ ସ୍ଥାନରେ ପକା ଯାଇଥିଲା, ତାହା ଉପାଦେୟ ଅଟେ । ସ୍ଵୀକାରୋକ୍ତି ସଂଜ୍ଞାୟୀତ କୌଣସି ସ୍ଵୀକାରୋକ୍ତି ହେଉଛି ଏକ ବିବରଣୀ, ତାହା [ ମୌଖିକ କିମ୍ବା ଦଲିଲୀୟ କିମ୍ବା ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ଫର୍ମରେ ଧାରିତ ], ଯାହା କି କୌଣସି ପ୍ରଶ୍ନଗତ ବିଷୟ କିମ୍ବା ଉପାଦେୟ ବିଷୟ ସଂବନ୍ଧରେ କୌଣସି ଉଲ୍ଲେଖକୁ ସୂଚୀତ କରେ ଏବଂ ଯାହାକି କୌଣସି ବ୍ୟକ୍ତି ଦ୍ଵାରା, ନିମ୍ନରେ ଉଲ୍ଲେଖିତ ପରିସ୍ଥିତି ଅନୁଯାୟୀ କରାଯାଇଥାଏ । ସ୍ଵୀକାରୋକ୍ତି – କାର୍ଯ୍ୟାନୁଷ୍ଠାନର ପକ୍ଷଙ୍କ ଦ୍ଵାରା କିମ୍ବା ତାଙ୍କର ପ୍ରତିନିଧିଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନରେ, କୌଣସି ପକ୍ଷ କିମ୍ବା ଏପରି ପକ୍ଷଙ୍କର କୌଣସି ପ୍ରତିନିଧିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଯାହାକୁ ମୋକଦ୍ଦମାର ପରିସ୍ଥିତି ଅନୁଯାୟୀ, ନ୍ୟାୟାଳୟ ଉପଯୁକ୍ତ ବୋଲି ବିବେଚନା କରନ୍ତି, ତାହା ଗ୍ରହଣୀୟ ଅଟେ । ପ୍ରତିନିଧିତ୍ଵ ଚରିତ୍ରରେ, ମୋକଦ୍ଦମାକାରୀଙ୍କ ଦ୍ଵାରା ସ୍ଵୀକାରୋକ୍ତି - ମୋକଦ୍ଦମାରେ, ପକ୍ଷମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଯେଉଁମାନେ କି ପ୍ରତିନିଧିତ୍ଵ ପ୍ରକୃତିରେ ମୋକଦ୍ଦମା କରିଥାଆନ୍ତି, କିମ୍ବା ତାଙ୍କ ବିରୁଦ୍ଧରେ ମୋକଦ୍ଦମା କରାଯାଇଥାଏ, ତାହା ଗ୍ରହଣୀୟ ନୁହେଁ, ଯଦି ଉକ୍ତ ସମୟରେ ପକ୍ଷ ଉକ୍ତ ପ୍ରକୃତି ଧାରଣ କରି ନ ଥାଏ । ବିଷୟବସ୍ତୁରେ ସ୍ଵାର୍ଥଥିବା ପକ୍ଷ ଏବଂ ଯେଉଁ ବ୍ୟକ୍ତିଙ୍କ ଦ୍ଵାରା ଏପରି ସ୍ଵାର୍ଥ ମିଳିଛି , ତାଙ୍କ ଦ୍ଵାରା ସ୍ଵୀକାରୋକ୍ତି - ସେହି ସମସ୍ତ ବ୍ୟକ୍ତି , ଯେଉନମାନଙ୍କର କାର୍ଯ୍ୟାନୁଷ୍ଠାନର ବିଷୟବସ୍ତୁରେ ଅଧିକାର ଜନିତ କିମ୍ବା ଅର୍ଥ ଜନିତ ସ୍ଵାର୍ଥ ଥାଏ, ଏବଂ ଯେଉଁମାନେ ଏପରି ସ୍ଵାର୍ଥ ଥିବା ବ୍ୟକ୍ତି ମାନଙ୍କର ପ୍ରକୃତି ଅନୁଯାୟୀ ଏପରି ବିବରଣୀ ପ୍ରଦାନ କରିଥାଆନ୍ତି, କିମ୍ବା ସେହି ବ୍ୟକ୍ତିମାନେ ଯେଉଁମାନଙ୍କଠାରୁ, ମୋକଦ୍ଦମାରୁ ପକ୍ଷମାନେ ମୋକଦ୍ଦମାର ବିଷୟ ବସ୍ତୁରେ ଥିବା ସ୍ଵାର୍ଥ ଗ୍ରହଣ କରିଥାଆନ୍ତି । ବ୍ୟକ୍ତିମାନଙ୍କ ଦ୍ଵାରା ସ୍ଵୀକାରୋକ୍ତି ଯେଉଁମାନଙ୍କର ସ୍ଥିତିକୁ, ମୋକଦ୍ଦମାର ବିରୁଦ୍ଧରେ ପ୍ରମାଣ ସେହି ବ୍ୟକ୍ତିମାନଙ୍କ ଦ୍ଵାରା ସ୍ଵୀକାରୋକ୍ତି ଯେଉଁମାନଙ୍କର ସ୍ଥିତିକୁ, ମୋକଦ୍ଦମାର ପକ୍ଷମାନଙ୍କ ବିରୁଦ୍ଧରେ ନିଶ୍ଚିତଭାବେ ପ୍ରମାଣ କରାଯିବ - ସେହି ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଯେଉଁମାନଙ୍କର ସ୍ଥିତି କିମ୍ବା ଦାୟିତ୍ଵକୁ, ମୋକଦ୍ଦମାର କୌଣସି ପକ୍ଷଙ୍କ ବିରୁଦ୍ଧରେ ପ୍ରମାଣ କରିବା ଆବଶ୍ୟକ,ତାହା ସ୍ଵୀକାରୋକ୍ତି ଅଟେ, ଯଦି, ସେମାନଙ୍କ ବିରୁଦ୍ଧରେ ଅଣାଯାଇଥିବା କୌଣସି ମୋକଦ୍ଦମାରେ ଏପରି ସ୍ଥିତି କିମ୍ବା ଦାୟିତ୍ଵ ସଂବନ୍ଧରେ ଏପରି ବିବରଣୀ,ଏପରି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଉପାଦେୟ ହେବ ଏବଂ ଯଦି ଉକ୍ତ ବିବରଣୀ ଏପରି ସମୟରେ ପ୍ରଦାନ କରାଯାଇଥାଏ, ଯେତେବେଳେ ଏପରି ବ୍ୟକ୍ତି ଏପରି ସ୍ଥିତି ଧାରଣ କରିଥାଆନ୍ତି କିମ୍ବା ଏପରି ଦାୟିତ୍ଵର ନିୟନ୍ତ୍ରଣାଧୀନରେ ଥାଆନ୍ତି । ଉଦାହରଣ ‘ଖ’ ନିମନ୍ତେ ଖଜଣା ଆଦାୟ କରିବା ଭାର ‘କ’ ଗ୍ରହଣ କରେ । ‘ଗ’ ଠାରୁ ଖଜଣା ଆଦାୟ ନ କରିବା କାରଣ ଯୋଗୁଁ ‘ଖ’,‘କ’ ବିରୁଦ୍ଧରେ ମୋକଦ୍ଦମା କରେ । ‘ଗ’ ଠାରୁ ‘ଖ’ କୌଣସି ଖଜଣା ପାଇବାର ନାହିଁ ବୋଲି 'କ’ ପ୍ରତ୍ୟାଖ୍ୟାନ କରେ କିମ୍ବା ମନା କରେ । ‘ଗ’ ଦ୍ଵାରା କୌଣସି ବିବରଣୀ ଯେ, ସେ ‘ଖ’ କୁ ଖଜଣା ପ୍ରଦାନ କରିବା କଥା, ହେଉଛି ଏକ ସ୍ଵୀକାରୋକ୍ତି ଏବଂ ତାହା ‘କ’ବିରୁଦ୍ଧରେ ଏକ ଉପାଦେୟ ବିଷୟ ଅଟେ, ଯଦି ‘କ’ ମନାକରେ ଯେ, ‘ଗ’ର ‘ଖ’ କୁ ଖଜଣା ଦେବାର ଅଛି । ମୋକଦ୍ଦମାର ପକ୍ଷଙ୍କ ଦ୍ଵାରା ବ୍ୟକ୍ତିମାନଙ୍କ ସ୍ଵୀକାରୋକ୍ତି ମୋକଦ୍ଦମାର ପକ୍ଷଙ୍କ ଦ୍ଵାରା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିମାନଙ୍କ ଦ୍ଵାରା ସ୍ଵୀକାରୋକ୍ତି – ସେହି ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ, ଯାହାଙ୍କୁ ମୋକଦ୍ଦମାର କୌଣସି ପକ୍ଷ ବିବାଦୀୟ କୌଣସି ବିଷୟର ଉଲ୍ଲେଖରେ ସୂଚନା ପ୍ରଦାନ କରିବା ନିମନ୍ତେ ଉଲ୍ଲେଖ କରିଛନ୍ତି, ତାହା ସ୍ଵୀକାରୋକ୍ତି ଅଟେ । ଉଦାହରଣ ଏହି ପ୍ରଶ୍ନ ଯେ,‘କ’‘ଖ’ ଙ୍କୁ ବିକ୍ରି କରିଥିବା କୌଣସି ଘୋଡା ସୁସ୍ଥ କି ନାହିଁ । ‘କ’,‘ଖ’ କୁ କୁହେ - ‘ଗ’ କୁ ଯାଇ ପରେ ପଚାର,‘ଗ’ ଏ ସଂବନ୍ଧରେ ସବୁ ଜାଣେ । ସେପରିସ୍ଥଳେ, ‘ଗ ର ବିବରଣୀ,ଏକ ସ୍ଵୀକାରୋକ୍ତି ଅଟେ । ସ୍ଵୀକାରୋକ୍ତି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ପ୍ରମାଣ ସ୍ଵୀକାରୋକ୍ତି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କିମ୍ବା ସେମାନଙ୍କ ତରଫରୁ ଏପରି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ପ୍ରମାଣ - ସ୍ଵୀକାରୋକ୍ତି ଗୁଡିକ ଉପାଦେୟ ଅଟେ ଏବଂ ତାହା ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କିମ୍ବା ତାଙ୍କର ସ୍ଵାର୍ଥନିହିତ ପ୍ରତିନିଧିଙ୍କ ବିରୁଦ୍ଧରେ ପ୍ରମାଣ କରାଯାଇପାରେ, ମାତ୍ର ସେ ଗୁଡିକ, ତାହା ପ୍ରଦାନ କରୁଥିବା ବ୍ୟକ୍ତିମାନଙ୍କ ଦ୍ଵାରା କିମ୍ବା ସ୍ଵାର୍ଥନିହିତ ତାଙ୍କର ପ୍ରତିନିଧିଙ୍କ ଦ୍ଵାରା, ନିମ୍ନଲିଖିତ ଘଟଣା ବ୍ୟତୀତ, ପ୍ରମାଣ କରାଯାଇ ପାରିବ ନାହିଁ । କୌଣସି ସ୍ଵୀକାରୋକ୍ତି, ତାହା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ଦ୍ଵାରା କିମ୍ବା ତାଙ୍କ ତରଫରୁ ପ୍ରମାଣ କରାଯାଇ ପାରେ, ଯେତେବେଳେ ଏହା ଏପରି ପ୍ରକୃତିର ହୋଇଥାଏ ଯେ, ଯଦି ଏହା ପ୍ରଦାନ କରିଥିବା ବ୍ୟକ୍ତି ମରୁତ ହୋଇଥାଏ, ତାହେଲେ ଦଫା ୩୨ ଅନୁଯାୟୀ, ତାହା ତୃତୀୟ ବ୍ୟକ୍ତିମାନଙ୍କ ମଧ୍ୟରେ, ଉପାଦେୟ ହେବ । କୌଣସି ସ୍ଵୀକାରୋକ୍ତି ଏହା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ଦ୍ଵାରା କିମ୍ବା ତାଙ୍କ ତରଫରୁ ପ୍ରମାଣ କରାଯାଇପାରେ, ଯେତେବେଳେ ଏହା କୌଣସି ମାନସିକ ଅବସ୍ଥା,ଶାରୀରିକ ଅବସ୍ଥା, ଉପାଦେୟତା କିମ୍ବା ପ୍ରଶ୍ନଗତ ବିଷୟର ସ୍ଥିତାବସ୍ଥା ସଂବନ୍ଧରେ କୌଣସି ବିବରଣୀ ହୋଇଥାଏ, ଏବଂ ଯାହାକି ସେହି ସମୟରେ ପ୍ରଦାନ କରାଯାଇଥାଏ, ଯେତେବେଳେ ଏପରି ମାନସିକ କିମ୍ବା ଶାରୀରିକ ଅବସ୍ଥା ସ୍ଥିତ କିମ୍ବା ବିଦ୍ୟମାନ ଥାଏ, ଏବଂ ଏହା ଏପରି କାର୍ଯ୍ୟକଳାପ ସହିତ ହୋଇଥାଏ, ଯାହାକି ଏହାର ମିଥ୍ୟାକୁ ଅସମ୍ଭବ କରିଥାଏ । କୌଣସି ସ୍ଵୀକାରୋକ୍ତି, ଏହା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ଦ୍ଵାରା କିମ୍ବା ତାଙ୍କ ତରଫରୁ ପ୍ରମାଣ କରା ଯାଇପାରେ, ଯଦି ଏହା ସ୍ଵୀକାରୋକ୍ତି ଭାବେ ଅନ୍ୟଥା ଉପାଦେୟ ହୋଇଥାଏ । ଉଦାହରଣ ‘କ’ ଏବଂ ‘ଖ’ ଙ୍କ ମଧ୍ୟରେ ପ୍ରଶ୍ନଥିଲା ଯେ, କୌଣସି ଦଲିଲ୍ ଜାଲ୍ ଅଟେ କି ନୁହେଁ । ‘କ’ ଦୃଢୀକରଣ କରେ ଯେ,ଏହା ସଠିକ୍ ଅଟେ । ‘ଖ’ କୁହେ ଯେ,ତାହା ଜାଲ୍ ଅଟେ । ‘କ’ ଓ ‘ଖ’ ଙ୍କ ଦ୍ଵାରା କୌଣସି ବିବରଣୀ ଯେ, ଉକ୍ତ ଦଲିଲ୍ ସଠିକ୍ ଅଟେ, ତାହା ପ୍ରମାଣ କରିବେ, ଏବଂ ‘ଖ’ ‘କ’ ଦ୍ଵାରା ପ୍ରଦାନ କରାଯାଇଥିବା କୌଣସି ବିବରଣୀ ଯେ ଦଲିଲ୍ ଟି ଜାଲ ଅଟେ; ତାହା ପ୍ରମାଣ କରିବ, ମାତ୍ର ‘କ’ ନିଜେ କୌଣସି ବିବରଣୀ ପ୍ରଦାନ କରିବେ ନାହିଁ ଯେ, ଦଲିଲ୍ ଟି ଜାଲ୍ ଅଟେ । କଲିକତାରେ, ତାଙ୍କ ଦ୍ଵାରା ସଂଗଠିତ ହୋଇଥିବା କୌଣସି ଅପରାଧରେ ‘କ’ ଅଭିଯୁକ୍ତ ଅଟନ୍ତି । ସେହିଦିନ ତାଙ୍କ ଦ୍ଵାରା ଲାହୋରରେ ଲେଖାଯାଉଥିବା ଏବଂ ତାରିଖ ତଥା ଲାହୋର ପୋସ୍ତ ଅଫିସ୍ ର ସେହି ତାରିଖର ମୋହର ବହନ କରୁଥିବା ପତ୍ରକୁ ସେ ଉପସ୍ଥାପନ କରନ୍ତି । ଉକ୍ତ ତାରିଖ ଚିଠିରେ ଥିବା ବିବରଣୀ ଗ୍ରହଣୀୟ ଅଟେ କାରଣ ଯଦି ‘କ’ ମରୁତ ହୋଇଥାଆନ୍ତେ, ତାହେଲେ ଏହା ଦଫା ୩୨ଧାରା (୨) ଅନୁଯାୟୀ,ଗ୍ରହଣୀୟ ହୋଇଥାଆନ୍ତା । ଟିପ୍ପଣୀ ପ୍ରତିକୂଳିତ ଦଖଲ ଉପରେ ସତ୍ତ୍ୱ ଏବଂ ସ୍ଵାର୍ଥ – ଦଖଲ ସଂବନ୍ଧରେ, ପୂର୍ବ ସେସନ୍ସବିଚାରରେ ପକ୍ଷମାନଙ୍କର ସ୍ଵୀକାରୋକ୍ତି – ସ୍ପଷ୍ଟ, ଅଦ୍ଵନ୍ଦିତ ଏବଂ ଅଖଣ୍ଡନୀୟ ଭାବେ ଦେଖାଯାଇନଥିଲା - ପ୍ରତିକୂଳିତ ଦଖଲ ଭିତ୍ତିରେ ଦାବୀ କରାଯାଇଥିବା ଅଧିକାର, ସତ୍ତ୍ଵ ଏବଂ ସ୍ଵାର୍ଥ ଘୋଷଣା କରିବା ନିମନ୍ତେ କୌଣସି ମୋକଦ୍ଦମାରେ ପ୍ରତିପକ୍ଷ ବିରୁଦ୍ଧରେ ନିମ୍ନ ନ୍ୟାୟାଳୟର ରାଏକୁ ସ୍ଥାନଚ୍ୟୁତ କରିବା ନିମନ୍ତେ ଏକ ସିଦ୍ଧାନ୍ତନୀୟ ଉପାଦାନ ଭାବେ ବିବେଚନା କରାଯାଇପାରିବ ନାହିଁ - ବ୍ରଜକିଶୋର ସ୍ଵାଇଁ ବନାମ ଡମ୍ବରୁଧର ସ୍ଵାଇଁ ଏବଂ ଅନ୍ୟମାନେ - ୧୯୯୮ (୨) ଓଏଲଆର୍ – ୩୯୯ ଦଲିଲ୍ ସଂବନ୍ଧରେ ମୌଖିକ ସ୍ଵୀକାରୋକ୍ତି, ଉପାଦେୟ କେତେବେଳେ ଦଲିଲ୍ ର ବିଷୟବସ୍ତୁ ସଂବନ୍ଧରେ ମୌଖିକ ସ୍ଵୀକାରୋକ୍ତି, ଉପାଦେୟ ଅଟେ – କୌଣସି ଦଲିଲ୍ ର ବିଷୟବସ୍ତୁ ସଂବନ୍ଧରେ ମୌଖିକ ସ୍ଵୀକାରୋକ୍ତି ଉପାଦେୟ ନୁହେଁ ଯଦି ଏବଂ ଦେ ପର୍ଯ୍ୟନ୍ତ ତାହା ପ୍ରମାଣ କରିବାକୁ ପ୍ରସ୍ତାବ କରୁଥିବା ପକ୍ଷ ଦର୍ଶାଏ ନାହିଁ ଯେ ଏତଲାରେ ଧାରିତ ନିୟମାବଳୀ ଅନୁଯାୟୀ ଏପରି ଦଲିଲ୍ ର ବିଷୟବସ୍ତୁ ସଂବନ୍ଧରେ ସେ ଗୌଣ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ହକ୍ ଦାର ଅଟେ କିମ୍ବା କୌଣସି ଦଲିଲ୍ ର ସଠିକତା ଉପରେ ଯେ ପର୍ଯ୍ୟନ୍ତ କୌଣସି ପ୍ରଶ୍ନ ଉଠିନଥାଏ । [କେତେବେଳେ ବୈଦ୍ୟୁତିକ କୌଶଳ ବା ଉପାଦେୟରେ ପ୍ରସ୍ତୁତ ନଥିପତ୍ରର ବିଷୟ ବସ୍ତୁ ସଂବନ୍ଧରେ ମୌଖିକ ସ୍ଵୀକାରୋକ୍ତି ଉପାଦେୟ ଅଟେ – ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିପତ୍ରର ବିଷୟ ବସ୍ତୁ ଉପାଦେୟ ନୁହେଁ , ଯଦି ଉପସ୍ଥାପନ କରାଯାଇଥିବା ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିପତ୍ରର ସଠିକତା ପ୍ରଶ୍ନାୟୀତ ହୋଇନଥାଏ ।] ଦେୱାନୀ ମୋକଦ୍ଦମାରେ ସ୍ଵୀକାରୋକ୍ତି, କେତେବେଳେ ଉପାଦେୟ ଦେୱାନୀ ମୋକଦ୍ଦମା ଗୁଡିକରେ କୌଣସି ସ୍ଵୀକାରୋକ୍ତି ଉପାଦେୟ ନୁହେଁ, ଯଦି ଏହା ଏପରି ସ୍ପଷ୍ଟ ସର୍ତ୍ତଦ୍ଵାରା ପ୍ରଦାନ କରାଯାଇ ଥାଏ ଯେ ଏହାର ସାକ୍ଷ୍ୟ ପ୍ରଦାନ କରାଯିବ ନାହିଁ କିମ୍ବା ଏପରି ପରିସ୍ଥିତିରେ ଏହା ପ୍ରଦାନ କରାଯାଇଥାଏ ଯେ, ଯେଉଁଥିରେ ନ୍ୟାୟାଳୟ ଉଲ୍ଲେଖ କରି ପାରିବେ ଯେ ପକ୍ଷମାନେ ଏକତ୍ରୀଭାବେ ସହମତ ହୋଇଛନ୍ତି ଯେ, ଏହାର ସାକ୍ଷ୍ୟ ପ୍ରଦାନ କରାଯିବା ଉଚିତ ନୁହେଁ । ସ୍ପଷ୍ଟିକରଣ ଏହି ଦଫାର କୌଣସି ବ୍ୟବସ୍ଥାକୁ ଏପରି ଭାବେ ଗ୍ରହଣ କରାଯିବ ନାହିଁ ଯେ, ତାହା କୌଣସି ବାରିଷ୍ଟର, ଓକିଲ,ଆଟର୍ଣ୍ଣି କିମ୍ବା ଓକିଲଙ୍କୁ କୌଣସି ବିଷୟରେ ସାକ୍ଷ୍ୟ ପ୍ରଦାନ କରିବାରୁ ରିହାତି ଦିଏ,ଯେଉଁଥିନିମନ୍ତେ ଦଫା ୧୨୬ ଅନୁଯାୟୀ ସାକ୍ଷ୍ୟ ପ୍ରଦାନ କରିବାକୁ ତାଙ୍କୁ ବାଧ୍ୟ କରାଯାଇପାରେ । ଆଧାର - ଦ ଲ ହାଉସ