ସଂରକ୍ଷଣ ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ , ହିନ୍ଦୁମାନଙ୍କ ମଧ୍ୟରେ ସଂପାଦିତ କୌଣସି ବିବାହ, ଯାହାକି ଅନ୍ୟଥା ବୈଧ ହୋଇଥାଏ, ତାହା କେବଳ ଏହି ବିଷୟ କାରଣ ଦ୍ଵାରା ଅବୈଧ ବୋଲି ଧରାଯିବ ନାହିଁ ଯେ, ସେଥିରେ ପକ୍ଷମାନେ ସେହି ଏକାଗ୍ରୋତରେ ଅଟନ୍ତି କିମ୍ବା ପ୍ରବରର ଅଟନ୍ତି; କିମ୍ବା ବିଭିନ୍ନ ଧର୍ମ, ଜାତି କିମ୍ବା ସେହି ଏକା ଜାତିର ଉପ ବିଭାଗର ଅଟନ୍ତି । କୌଣସି ହିନ୍ଦୁ ବିବାହର ଭଙ୍ଗିକରଣ ଗ୍ରହଣ କରିବା ନିମନ୍ତେ କୌଣସି ବିଶେଷ ଆଇନ୍ ଦ୍ଵାରା ପ୍ରଦତ୍ତ କ୍ଷମତା କିମ୍ବା ସ୍ଵୀକୃତ ପ୍ରଥା ଅନୁଯାୟୀ କୌଣସି ଅଧିକାରକୁ , ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ , ଯଦିଓ ଏପରି ବିବାହ, ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥାଉ । ଏହି ଆଇନ୍ ର ପ୍ରାରମ୍ଭ ସ୍ଥଗୀତ ଥିବା କୌଣସି ବିବାହକୁ ନାକଚ୍ କରିବା କିମ୍ବା ଭଙ୍ଗ କରିବା କିମ୍ବା ବୈଚାରୀକ ପୃଥକୀକରଣକୁ ଅସିଦ୍ଧ ବୋଲି ଘୋଷଣା କରିବ ନିମନ୍ତେ , ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ , କୌଣସି କାର୍ଯ୍ୟାନୁଷ୍ଠାନକୁ , ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ ଏବଂ ଏପରି କୌଣସି କାର୍ଯ୍ୟାନୁଷ୍ଠାନକୁ ଆରମ୍ଭ କରି ସିଦ୍ଧାନ୍ତ କରାଯିବ , ଯେପରିକି ଏହି ଆଇନ୍ ମଞ୍ଜୁର କରାଯାଉ ନାହିଁ । ଏହି ଆଇନ୍ ଅନୁଯାୟୀ , ହିନ୍ଦୁମାନଙ୍କ ମଧ୍ୟରେ ସଂପାଦିତ ବିବାହ ସଂବନ୍ଧରେ, ବିଶେଷ ବିବାହ ଆଇନ୍ , ୧୯୫୪ (୪୩/୧୯୫୪)ରେ ଧାରୀତ ବ୍ୟବସ୍ଥାବଳୀକୁ , ଏହି ଆଇନ୍ ର କୌଣସି ବ୍ୟବସ୍ଥା , ପ୍ରଭାବିତ କରେ ବୋଲି ଧରାଯିବ ନାହିଁ , ତାହା, ଏହି ଆଇନ୍ ପ୍ରାରମ୍ଭ ହେବା ପୂର୍ବରୁ କିମ୍ବା ପରେ ହୋଇଥାଉ । ଟିପ୍ପଣୀ ଓ ରଦ୍ଦିକରଣ ପ୍ରାଥାୟୀକ ଛାଡପତ୍ରକୁ ଆଇନ୍ ର ଦଫା ୨୯(୨) ସଂରକ୍ଷଣ କରେ – ଏ.ଆଇ.ଆର୍. ୧୯୬୫ ଆନ୍ଧ୍ରପ୍ରଦେଶ - ୪୫୫୫; ଏ.ଆଇ.ଆର୍. ୧୯୭୨ ଆଲ୍ଲାହାବାଦ – ୧୧୯; ଏ.ଆଇ.ଆର୍. ୧୯୭୩, ରାଜସ୍ଥାନ – ୯୪; ଏ.ଆଇ.ଆର୍. ୧୯୫୮ ବମ୍ବେ – ୧୯୬; ଏ.ଆଇ.ଆର୍. ୧୯୭୮ ପଞ୍ଜାବ - ୧୧୫ ) । ଏପରି ଯୁକ୍ତିର ଅନୁପସ୍ଥିତିରେ ଯେ, ସେମାନଙ୍କ ସଂପ୍ରଦାୟରେ, ପ୍ରଥା ଅନୁଯାୟୀ, ବିବାହକୁ ଭଙ୍ଗ କରାଯାଇପାରେ, ଏବଂ ସେ ସଂବନ୍ଧରେ କୌଣସି ବିଷୟ ଗଠନ ନ କରିବାରେ, ବିଚାରକାରୀ ନ୍ୟାୟାଳୟକୁ ସଠିକ ବୋଲି ଦର୍ଶାଯାଇଥିଲା ଯେ, ଏପରି ସଂପ୍ରଦାୟରେ ବିବାହ, ଯେଉଁଥିପ୍ରତି ପକ୍ଷମାନେ ଅଟନ୍ତି, ସେମାନଙ୍କ ସଂପ୍ରଦାୟରେ ପ୍ରଚଳିତ ପ୍ରଥାନୁଯାୟୀ ଭଙ୍ଗ କରାଯାଇପାରେ - ସୁବ୍ରମନି ଏବଂ ଅନ୍ୟମାନେ ବନାମ ଚନ୍ଦ୍ରଲେଖା - ଏ.ଆଇ.ଆର୍. ୨୦୦୫ ସୁପ୍ରିମ୍ କୋର୍ଟ - ୪୮୫ । ରଦ୍ଦିକରଣ (ରଦ୍ଦିକରଣ ଏବଂ ସଂଶୋଧନୀୟ ଆଇନ୍ , ୧୯୬୦ (୫୮/୧୯୬୦), ଦଫା – ୨, ପ୍ରଥମ ସୂଚୀ ଦ୍ଵାରା ରଦ୍ଦିକୃତ । ) ଆଧାର – ଦ ଲ ହାଉସ