ହିନ୍ଦୁ ବିବାହ ନିମନ୍ତେ ସର୍ତ୍ତାବଳୀ କୌଣସି ଦୁଇ ହିନ୍ଦୁଙ୍କ ମଧ୍ୟରେ କୌଣସି ବିବାହ ସଂପାଦିତ ହୋଇପାରେ, ଯଦି ନିମ୍ନ ଲିଖିତ ସର୍ତ୍ତାବଳୀ ଗୁଡିକ ପୂରଣ କରାଯାଏ :- ବିବାହ ସମୟରେ, କୌଣସି ପକ୍ଷର ଜଣେ ଦମ୍ପତି ଜୀବିତ ନଥାଆନ୍ତି ବିବାହ ସମୟରେ କୌଣସି ପକ୍ଷ : - ମସ୍ତିସ୍କ – ଅସୁସ୍ଥତା ଯୋଗୁ ଏଥି ନିମନ୍ତେ ଏକ ବୈଧ ସମ୍ମତି ପ୍ରଦାନ କରିବାରେ ଅସାମର୍ଥ ହୋଇଥାଆନ୍ତି ; କିମ୍ବା ଯଦିଓ ଏକ ବୈଧ ସମ୍ମତି ପ୍ରଦାନ କରିବା ନିମନ୍ତେ ସକ୍ଷମ ହୋଇ ଥାଆନ୍ତି, ଏପରି ପ୍ରକାର ମାନସିକ ବିକୃତିରେ ଆକ୍ରାନ୍ତ ହୋଇ ଥାଆନ୍ତି କିମ୍ବା ଏତେ ପରିମାଣରେ ଯେ, ବିବାହ ନିମନ୍ତେ ଏବଂ ସନ୍ତାନ ପ୍ରସବ କରିବା ନିମନ୍ତେ ଅକ୍ଷମ ହୋଇ ଥାଆନ୍ତି । କ୍ରମାନୁଗତିକ ଭାବେ ମାନସିକ ବିକୃତି କିମ୍ବା ପାଗଳାମିର ନିୟନ୍ତ୍ରଣାଧିନ ହୋଇଥାଆନ୍ତି । ବର, [ଏକୋଇଶି ବର୍ଷ] ବୟସ ସମାପ୍ତ କରିଥିବ ଏବଂ କନ୍ୟା ବିବାହ ସମୟରେ [ଅଠର ବର୍ଷ] ବୟସ ସମାପ୍ତ କରିଥିବ । ପକ୍ଷମାନେ, ପ୍ରତିବନ୍ଧନ ସଂପର୍କରେ ମାତ୍ରା ମଧ୍ୟରେ ନଥାଆନ୍ତି, ଯଦି ସେମାନଙ୍କ ପ୍ରତ୍ୟକଙ୍କ ପରିଚାଳିତ କରୁଥିବା ପ୍ରଥା କିମ୍ବା ବ୍ୟବହାର, ଉକ୍ତ ଦୁଇ ଜଣଙ୍କ ମଧ୍ୟରେ ଏକ ବିବାହକୁ ଅନୁମୋଦନ ନକରେ; ପକ୍ଷମାନେ ପରସ୍ପରର “ସପିଣ୍ଡ” ନୁହଁନ୍ତି, ଯଦି ସେମାନେ ପ୍ରତ୍ୟକଙ୍କୁ ପରିଚାଳିତ କରୁଥିବା ପ୍ରଥା କିମ୍ବା ବ୍ୟବହାର, ଉକ୍ତ ଦୁଇଜଣଙ୍କୁ ଏପରି ବିବାହ ନିମନ୍ତେ ଅନୁମୋଦନ ନକରେ; ଆଇନ୍ ସଂଖ୍ୟା ୨ ୧୯୭୮, ଦଫା ୬ ଏବଂ ସୂଚୀ ଦ୍ଵାରା ୧/୧୦/୧୯୭୮ ଠାରୁ ବାଦ୍ ଦିଆଯାଇଛି । ଟିପ୍ପଣୀ ଯେଉଁ ସ୍ଥଳରେ ପକ୍ଷମାନେ ହିନ୍ଦୁ ହୋଇଥାଆନ୍ତି ଏବଂ ବିପରୀତ ପକ୍ଷ ଏହା ପ୍ରମାଣିତ କରିବା ନିମନ୍ତେ ଆକୃତି କାର୍ଯ୍ୟ ହୋଇଥିଲା ଯେ, ବିବାହଟି ହିନ୍ଦୁ ପ୍ରଥାୟୀକ ପ୍ରଥାନୁଯାୟୀ ହୋଇଛି, ସେପରି ସ୍ଥଳେ ବିବାହଟି ଅବୈଧ ବୋଲି ଦର୍ଶାଯାଇଥିଲା – ( ଏ. ଆଇ. ଆର ୧୯୯୬ ମାଡ୍ରାସ ୧୬୦)। ବିବାହର ପ୍ରମାଣ ନିମନ୍ତେ, ଏ.ଆଇ.ଆର. ୧୯୯୬ ସୁପ୍ରିମ କୋର୍ଟ – ୧୬୫୪ ଦ୍ରଷ୍ଟବ୍ୟ । ଆଇନ୍ ର ଦଫା ୫ (୧) ଅନୁଯାୟୀ, କୌଣସି ବିବାହର ଅସିଦ୍ଧିତାକୁ ଆହ୍ଵାନ କରିବା ନିମନ୍ତେ ଏକ ଆବେଦନ ପତ୍ର , ବିବାହର ଅସିଦ୍ଧତା ସଂବନ୍ଧରେ ଏକ ଘୋଷଣା ନୁହେଁ ଏକ ଆବେଦନ ପତ୍ର ଅଟେ, ଯାହାକି ସଂପୂର୍ଣ୍ଣ ଭାବେ ଆଇନ୍ ଅସମ୍ମତ ଅଟେ । କଟକଣିତ ଅର୍ଥରେ ବୈବାହିକ ସ୍ଥିତିକୁ ପ୍ରଭାବିତ କରିବା ନିମନ୍ତେ, ଏହା ଏକ ଆବେଦନ ପତ୍ର ନୁହେଁ । ସେଥିପାଇଁ , ଦଫା ୫ (୧) ଅନୁଯାୟୀ, ବିବାହ ଅବୈଧ ବୋଲି ଘୋଷଣା କରିବା ସଂବନ୍ଧରେ ଆବେଦନ ପତ୍ର ଗ୍ରହଣ କରିବା କଷ୍ଟକର ଅଟେ ଏବଂ ତାହାମଧ୍ୟ ଏକ ଆବେଦନ ପତ୍ର , ଯାହାକି ବୈବାହିକ ସ୍ଥିତିକୁ ପ୍ରଭାବିତ କରେ ଏବଂ ସେଥିପାଇଁ ନ୍ୟାୟାଳୟ ଦଫା ୨୫ ଅନୁଯାୟୀ ଏକ ଆବେଦନ ପତ୍ର ଗ୍ରହଣ କରିବା ନିମନ୍ତେ କ୍ଷମତାୟିତ ଅଟନ୍ତି – (ଭାଇସଦେବ୍ ବନାମ ଲିଲାବାଇ – ୨୦୦୪ (୧୪) ଆଇ.ଏଲ୍ .ଡି – ୨୩୧ (ବମ୍ବେ)- (ଏଫ୍ .ବି) ସ୍ଵାମୀ ଏବଂ ସ୍ତ୍ରୀର ସଂପର୍କ ଗଠନ କରିବା ନିମନ୍ତେ ବିବାହ ନୀତି , କଟକଣିତ ବ୍ୟାଖ୍ୟା ଆବଶ୍ୟକ କରେ ଯେଉଁଠାରେ, ଦେୱାନୀ ଅଧିକାର, ସଂପତ୍ତି ପ୍ରତି ଅଧିକାର ଇତ୍ୟାଦି ଅନୁସରଣ କରିପାରେ ଏବଂ କୋହଳ ମନୋଭାବ ଗ୍ରହଣ କରାଯାଇପାରିବ ନାହିଁ, ଯେତେବେଳେ ଏକ ସାମାଜିକ ଅନିଷ୍ଠକୁ ପ୍ରତିବନ୍ଧିତ କରିବା ସଂପୃକ୍ତ ଅଟେ – (ରିମା ଅଗ୍ରୱାଲ ବନାମ ଅନୁପମ ଏବଂ ଅନ୍ୟମାନେ – (୨୦୦୪) ୩ ଏସସିସି – ୧୯୯ (୨୦୭); ଏ ଆଇ ଆର – ୨୦୦୪ ସୁପ୍ରିମ୍ କୋର୍ଟ – ୧୪୧୮ ) ବିବାହରେ ଅଭିଭାବକତ୍ଵ ଓ ହିନ୍ଦୁ ବିବାହ ନିମନ୍ତେ ଉତ୍ସବ ବିବାହରେ ଅଭିଭାବକତ୍ଵ - ଦଫା ୬ ଏବଂ ସୂଚୀ ତଥା ବାଲ୍ୟ ବିବାହ ପ୍ରତିବନ୍ଧନ (ସଂଶୋଧନ) ଆଇନ୍ , ୧୯୭୮ ଦ୍ଵାରା ରଦ୍ଧିକୃତ । କୌଣସି ହିନ୍ଦୁ ବିବାହ ନିମନ୍ତେ ଉତ୍ସବ – କୌଣସି ହିନ୍ଦୁ ବିବାହ, ଏପରି ବିବାହର ଯେ କୌଣସି ପକ୍ଷର ପ୍ରଥାୟିକ ରୀତିନୀତି ଏବଂ ଉତ୍ସବ ଅନୁଯାୟୀ ଅନୁଯାୟୀ ସଂପାଦନ କରାଯିବ। ଯେଉଁ ସ୍ଥଳରେ ଏପରି ରୀତିନୀତି ଏବଂ ଉତ୍ସବ, “ସପ୍ତପଦୀ” (ଅର୍ଥାତ ଯୁଗ୍ମଭାବେ ପବିତ୍ର ଅଗ୍ନିର ଚତୁପାର୍ଶ୍ଵରେ ବର ଏବଂ କନ୍ୟା ଦ୍ଵାରା ସାତପାଦ ପରିଭ୍ରମଣକୁ ଅନ୍ତର୍ଭୁକ୍ତ କରେ, ସେପରି ସ୍ଥଳେ ବିବାହ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ହୁଏ , ଯେତେବେଳେ ସପ୍ତମ ପଦ ନେବା ସମାପ୍ତ ହୁଏ । ଟିପ୍ପଣୀ ଯେଉଁ ସ୍ଥଳରେ ବିବାହ ସ୍ତ୍ରୀ ଦ୍ଵାରା ପ୍ରତ୍ୟାଖ୍ୟାନ କରାଯାଇଥାଏ, ସେପରିସ୍ଥଳେ ଏପରି ଘୋଷଣାନିମନ୍ତେ ଏକ ମୋକଦ୍ଦମା ଯେ, ପକ୍ଷମାନଙ୍କ ମଧ୍ୟରେ କୌଣସି ବିବାହ ହୋଇନାହିଁ; ଗ୍ରହଣୀୟ ଅଟେ - (ଜଇତାଶାହ ବନାମ ରାଜେଶକୁମାର ପାଣ୍ଡେ - ଏ.ଆଇ. ଆର୍ – ୨୦୦୦ କଲିକତା – ୧୦୯) ଯେଉଁସ୍ଥଳରେ ପକ୍ଷମାନେ କୌଣସି ପ୍ରକାର କିମ୍ବା ଆକାରର ବିବାହ ବିଷୟ ସ୍ଥାପନ କରିଥାଆନ୍ତି, ଯାହାକି, ଏପରି ବିବାହ ସଂବନ୍ଧୀୟ ଆବଶ୍ୟକ ଉତ୍ସବ ହୋଇଥିବା ପ୍ରମାଣର ଅନୁପସ୍ଥିତିରେ ଅବୈଧ ହୋଇଥାଏ, ସେପରିସ୍ଥଳେ ଦୀର୍ଘ ସହବାସର ଅନୁମାନ ଆହ୍ଵାନ କରାଯାଇଛି ବୋଲି ଧରାଯିବ ନାହିଁ । ଏପରି ଅନୁମାନ ଉଦ୍ରେକ ହୁଏ , ଯଦି ଦଲିଲ ଏବଂ କାର୍ଯ୍ୟକଳାପ ଦ୍ଵାରା, ସବଳ ପ୍ରମାଣ ଥାଏ - (ରିମା ଅଗ୍ରୱାଲ ବନାମ ଅନୁପମ ଏବଂ ଅନ୍ୟମାନେ - (୨୦୦୪)୩ ଏସ୍ .ସି.ସି. – ୧୯୯ (୨୦୭); ଏ.ଆଇ.ଆର୍ . ୨୦୦୪ ସୁପ୍ରିମ୍ କୋର୍ଟ - ୧୪୧୮ ) । ହିନ୍ଦୁ ବିବାହର ନିବନ୍ଧନ ହିନ୍ଦୁ ବିବାହର ପ୍ରମାଣକୁ ସୁବିଧାୟିତ କରିବା ଉଦ୍ଦେଶ୍ୟରେ, ରାଜ୍ୟ ସରକାର ଏହା ବ୍ୟବସ୍ଥାୟିତ କରି ନିୟମ ପ୍ରଣୟନ କରିପାରନ୍ତି ଯେ, ଏପରି କୌଣସି ବିବାହ ପ୍ରତି ପକ୍ଷମାନେ, ସେମାନଙ୍କର ବିବାହଂସବନ୍ଧୀୟ ବିବରଣୀକୁ, ଏକ ଧାର୍ଯ୍ୟ ହିନ୍ଦୁ – ବିବାହ ରେଜିଷ୍ଟରରେ ଏପରିଭାବେ ଏବଂ ଏପରି ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ ଅନ୍ତର୍ଭୁକ୍ତ କରିବେ, ଯାହାକି ସେହି ଉଦ୍ଦେଶ୍ୟରେ ରଖାଯାଇଥାଏ । ଉପ – ଦଫା (୧) ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ , ରାଜ୍ୟ ସରକାର, ଯଦି ଏହି ମତ ପୋଷଣ କରନ୍ତି ଯେ, ଏପରି କରିବା ଜରୁରୀ ଏବଂ ଆବଶ୍ୟକ ଅଟେ, ତାହାଲେ ଉପ – ଦଫା (୧) ରେ ଉଲ୍ଲେଖିତ ବିବରଣୀକୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟରେ ବାଧ୍ୟତାମୂଳକ କରିପାରନ୍ତି କିମ୍ବା ରାଜ୍ୟରେ କୌଣସି ଅଂଶରେ ସେପରି କରିପାରନ୍ତି ଏବଂ ତାହା ସମସ୍ତ କ୍ଷେତ୍ରରେ କିମ୍ବା ଏପରି କ୍ଷେତ୍ରରେ ହୋଇପାରେ ଯେପରି ଧାର୍ଯ୍ୟ କରାଯାଇପାରେ ଏବଂ ଯେଉଁ ସ୍ଥଳରେ ଏପରି ନିର୍ଦ୍ଦେଶ ନିର୍ଗମ କରାଯାଏ, ସେପରିସ୍ଥଳେ, ଏ ସଂବନ୍ଧରେ କୌଣସି ନିୟମକୁ ଉଲ୍ଲଘଂନ କରୁଥିବା କୌଣସି ବ୍ୟକ୍ତିକୁ ଜୋରିମାନାରେ ଦଣ୍ଡିତ କରାଯିବ, ଯାହାକି ପଚିଶ ଟଙ୍କାକୁ ପରିବର୍ଦ୍ଧନ କରାଯାଇପାରେ । ଏହି ଦଫା ଅନୁଯାୟୀ ପ୍ରଣୀତ ସମସ୍ତ ନିୟମାବଳୀକୁ, ରାଜ୍ୟ ବିଧାନ ପରିଷଦରେ , ଯେତେ ଶୀଘ୍ର ସମ୍ଭବ, ଉପସ୍ଥାପନ କରାଯିବ । ଏପରି ହିନ୍ଦୁ ବିବାହ ରେଜିଷ୍ଟର ସମସ୍ତ ଯଥାଯଥ ସମୟରେ, ପରିଦର୍ଶନ ନିମନ୍ତେ ଉନ୍ମୁକ୍ତ ରହିବ ଏବଂ ସେଥିରେ ଧାରୀତ ବିବରଣୀ, ସାକ୍ଷ୍ୟଭାବେ ଗ୍ରହଣୀୟ ହେବ; ଏବଂ ତା” ର ପ୍ରମାଣିତ ନକଲ, ରେଜିଷ୍ଟରଙ୍କ ଦ୍ଵାରା, ଆବେଦନ ପତ୍ର ତଥା ଧାର୍ଯ୍ୟ ଶୁକ୍ଳର ପ୍ରଦାନରେ, ପ୍ରଦାନ କରାଯିବ । ଏହି ଦଫାରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ, କୌଣସି ହିନ୍ଦୁ ବିବାହର ବୈଧତା ଏପରି ଅନ୍ତର୍ଭୁକ୍ତି କରଣର ଊହ୍ୟକରଣ ଦ୍ଵାରା କୌଣସି ପ୍ରକାର ପ୍ରଭାବିତ ହେବ ନାହିଁ । ଆଧାର – ଦ ଲ ହାଉସ