ଅସିଦ୍ଧ ବିବାହ ଏହି ଆଇନ୍ ର ପ୍ରଚଳନ ପରେ ସଂପାଦିତ ହୋଇଥିବା କୌଣସି ବିବାହ ଅସିଦ୍ଧ ହେବ ଏବଂ [ଅନ୍ୟ ପକ୍ଷ ବିରୁଦ୍ଧରେ] ଉକ୍ତ ବିବାହର କୌଣସି ପକ୍ଷଦ୍ୱାରା ଉପସ୍ଥାପନ କରାଯାଇଥିବା ଏକ ଆବେଦନ ପତ୍ର ଉପରେ ଏକ ଅସିଦ୍ଧ ଡିକ୍ରୀ ଦ୍ଵାରା ଏପରି ଘୋଷଣା କରାଯିବ , ଯଦି ଏହା ଦଫା ୫ର ଧାରା (୧), (୪) ଏବଂ (୫) ରେ ଧାର୍ଯ୍ୟ କୌଣସି ସର୍ତ୍ତକୁ ଉଲ୍ଲଘଂନ କରେ । ଟିପ୍ପଣୀ ନ୍ୟାୟାଳୟରୁ ଏକ ଛାଡପତ୍ର ଡିକ୍ରୀ ଧାରଣ କରି , ଏହି ଆଇନ୍ ର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷା କରି , କୌଣସି ହିନ୍ଦୁ ବିବାହକୁ ଭଙ୍ଗ କରାଯାଇ ପାରେ । ବିବାହର ଭଙ୍ଗୀକରଣ ନିମନ୍ତେ ଏପରି ଏକ ଡିକ୍ରୀର ଅନୁପସ୍ଥିତିରେ ଏହା ଦର୍ଶା ଯିବ ଯେ , ଆଇନ୍ ରେ , ସ୍ତ୍ରୀ ସହ ପ୍ରଥମ ବିବାହ ସ୍ଥିତି ଅଟେ , ଯେତେବେଳେ ସ୍ତ୍ରୀ , ବର୍ତ୍ତମାନର ସ୍ଵାମୀ ସହିତ ଦ୍ଵିତୀୟ ବିବାହ କଲା (ରମେଶଚନ୍ଦ୍ର ରାମ୍ ପ୍ରତାପଜୀ ଲାଗା ବନାମ ରାମେଶ୍ଵରୀ ରମେଶ ଚନ୍ଦ୍ର ଦାଗା – ଏ.ଆଇ.ଆର ୨୦୦୫ ସୁପ୍ରିମ୍ କୋର୍ଟ -୪୨୨) । ହିନ୍ଦୁ ରୀତି ଅନୁଯାୟୀ ଜଣେ ଖ୍ରୀଷ୍ଟିୟାନ ଏବଂ ହିନ୍ଦୁ ମହିଳା ମଧ୍ୟରେ ବିବାହ , ଅସିଦ୍ଧ ହେବ (ଏନ୍.ଏନ୍. ଲାଲ୍ ବନାମ୍ କାଶ୍ମୀର - ଏ.ଆଇ. ଆର୍.୨୦୧୦ ଗୁଜୁରାଟ - ୩) । କୌଣସି କାରଣ ନ ଦର୍ଶାଇ , ଗର୍ଭାବସ୍ଥାରେ ସ୍ତ୍ରୀ ଆତ୍ମହତ୍ୟା କରିବା ନିମନ୍ତେ ଚେଷ୍ଟା କରିଥିଲା । ଏପରି ଏକ କାର୍ଯ୍ୟ , ସ୍ଵାମୀଙ୍କ ଉପରେ ମାନସିକ ନିଷ୍ଠୁରତା ଗଠନ କରିବ । “ଭଏଡବଲ” ବିବାହ ଏହି ଆଇନ୍ ର ପ୍ରଚଳନ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥିବା କୌଣସି ବିବାହ “ଉଇଡେବଲ୍ ” ହେବ ଏବଂ ନିମ୍ନଲିଖିତ ଯେକୌଣସି କାରଣ ଉପରେ ଏକ ଅସିଦ୍ଧ ଡିକ୍ରୀ ଦ୍ଵାରା, ନାକଚ କରାଯାଇପାରେ । ଯେ, ବିବାହକୁ , ପ୍ରତିବାଦୀଙ୍କ ନଂପୁଷକତା ଯୋଗୁ ଉପଭୋଗ କରାଯାଉନାହିଁ ; କିମ୍ବା ଯେ ବିବାହ, ଦଫା ୫ର ଧାରା (୨) ରେ ଧାର୍ଯ୍ୟ ସର୍ତ୍ତର ଉଲ୍ଲଘଂନ କରିଛି ; କିମ୍ବା ଯେ, ଆବେଦନକାରୀଙ୍କ ସମ୍ମତି , କିମ୍ବା ଆବେଦନକାରୀଙ୍କ ବିବାହର ଅଭିଭାବକଙ୍କ ସମ୍ମତି [ଦଫା ୫ ଅନୁଯାୟୀ ଆବଶ୍ୟକ ହୋଇଥାଏ , ଯେପରି କି ବାଲ୍ୟ ବିବାହ ପ୍ରତିବନ୍ଧନ (ସଂଶୋଧନ) ଆଇନ୍ , ୧୯୭୮ (୨/୧୯୭୮) ର ପ୍ରଚଳନ ପୂର୍ବରୁ ଥିଲା ; ବଳ ପୂର୍ବକ ଏପରି ଅଭିଭାବକଙ୍କ ସମ୍ମତି ଗ୍ରହଣ କରାଯାଉଥିଲା [କିମ୍ବା ଉତ୍ସବର ପ୍ରକୃତି ପ୍ରତି ଚଞ୍ଚକତା ଦ୍ଵାରା କିମ୍ବା କୌଣସି ଉପାଦେୟ ବିଷୟ କିମ୍ବା ପ୍ରତିବାଦୀଙ୍କୁ ସଂପୃକ୍ତ କରି , କୌଣସି ପରିସ୍ଥିତି ସଂବନ୍ଧରେ ;] କିମ୍ବା ଯେ, ପ୍ରତିବାଦୀ , ବିବାହ ସମୟରେ ଆବେଦନକାରୀଙ୍କ ବ୍ୟତୀତ , କୌଣସି ବ୍ୟକ୍ତି ଦ୍ଵାରା ଗର୍ଭବତୀ ଥିଲେ। ଉପ ଦଫା (୧) ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ , ବିବାହକୁ ନାକଚ କରିବା ନିମନ୍ତେ କୌଣସି ଦରଖାସ୍ତ – ଉପ ଦଫା (୧)ରେ ଧାରା (ଗ) ରେ ଧାର୍ଯ୍ୟ କାରଣ ଉପରେ ଗ୍ରହଣ କରାଯାଇପାରେ ଯଦି : ବଳ ରହିତ ହେବା ପରେ, ଏକ ବର୍ଷରୁ ଉର୍ଦ୍ଧ ସମୟ ପରେ ଆବେଦନ ପତ୍ର ଉପସ୍ଥାପନ କରାଯାଏ କିମ୍ବା ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ, ଚଞ୍ଚଳତାକୁ ଆବିଷ୍କାର କରାଯାଇଥାଏ , ଆବେଦନକାରୀ, ତାଙ୍କର କିମ୍ବା ଉକ୍ତ ମହିଳାର ସମ୍ମତି ସହିତ, ବଳି ରହିତ ହେବା ପରେ, ସ୍ଵାମୀ ଭାବେ କିମ୍ବା ସ୍ତ୍ରୀଭାବେ ବିବାହର ଅନ୍ୟ ପକ୍ଷ ସହିତ ବାସ କରିଥିବା କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଚଞ୍ଚକତାକୁ, ଆବିଷ୍କାର କରାଯାଇଥିଲା; ଉପ – ଦଫା (୧)ର ଧାରା (ଘ) ରେ ଧାର୍ଯ୍ୟ କାରଣ ଉପରେ, ଗ୍ରହଣ କରାଯିବ, ଯଦି ନ୍ୟାୟାଳୟ ସନ୍ତୁଷ୍ଟ ନ ହୁଅନ୍ତି; ଯେ ବିବାହ ସମୟରେ, ଆବେଦନକାରୀ ଅଭିଯୁକ୍ତ ବିଷୟ ସଂବନ୍ଧରେ ଅଜ୍ଞ ଥିଲା ; ଯେ, ଏପରି ପ୍ରାରମ୍ଭର ଏକମାସ ମଧ୍ୟରେ ଆଇନ୍ ର ପ୍ରାରମ୍ଭ ପୂର୍ବରୁ କୌଣସି ବିବାହ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା ଏବଂ ବିବାହ ତାରିଖରୁ ଏକବର୍ଷ ମଧ୍ୟରେ ଏପରି ପ୍ରାରମ୍ଭ ପରେ ବିବାହସଂପାଦିତ ହେଉଥିବା କ୍ଷେତ୍ରରେ; ଏବଂ ଯେ, [ଉକ୍ତ କାରଣ] ସ୍ଥିତି ସଂବନ୍ଧରେ ଆବେଦନକାରୀଙ୍କ ଦ୍ଵାରା ଆବିଷ୍କାର ତାରିଖରୁ ଆବେଦନକାରୀଙ୍କ ସମ୍ମତି ସହିତ, ବୈବାହିକ ଯୌନ ସଂପର୍କ ଘଟି ନାହିଁ । ଟିପ୍ପଣୀ ଯେଉଁ ସ୍ଥଳରେ ଚଞ୍ଚକତାକୁ ଦବାଇ ଦେଇ ଯେ , ପୂର୍ବରୁ ସ୍ତ୍ରୀ ଦୁଇଥର ବିବାହ କରିଥିଲା, ସେପରି ସ୍ଥଳେ ବିବାହର ନାକଚିକରଣ ଉପଯୁକ୍ତ ବୋଲି ଦର୍ଶା ଯାଇଥିଲା – (ଏ.ଆଇ.ଆର୍ ୧୯୯୬ ପଞ୍ଜାବ ଏବଂ ହରିୟାନା – ୯୮) । ଆଇନ୍ ର ଦଫା ୧୨ ପ୍ରତି ପ୍ରତିବନ୍ଧ (ଗ) ଏହା ନିଶ୍ଚିତ କରେ ଯେ, ଗୃହୀତ ସନ୍ତାନ, କୌଣସି ବ୍ୟକ୍ତିଙ୍କୁ ବଞ୍ଚିତ କରିବ ନାହିଁ, ଯାହାକି ଗ୍ରହଣ ପୂର୍ବରୁ ତାଙ୍କ ଠାରେ କିମ୍ବା ଉକ୍ତ ମହିଳା ଠାରେ ନ୍ୟସ୍ତ ହୋଇଥିଲା ଏବଂ ତାଙ୍କର ମୃତ ସ୍ଵାମୀଙ୍କ ଦ୍ଵାରା ଛଡ଼ାଯାଇଥିବା ସଂପତ୍ତିରେ କନିଷ୍ଠ ବିଧବା ସହିତ ନ୍ୟସ୍ତଥିବା ଅଧିକାରର ପାରିଣତିକ ସୁରକ୍ଷା ନିମନ୍ତେ । ଉକ୍ତ ପ୍ରତିବନ୍ଧ ପ୍ରତି ବିବେଚନାରେ ଏକ ସନ୍ତାନ ଗ୍ରହଣ ପ୍ରତି କନିଷ୍ଠା ବିଧବାର ସମ୍ମତି ଗ୍ରହଣ କରିବା ନିମନ୍ତେ, ବରିଷ୍ଠ ବିଧାବାଙ୍କ ନିମନ୍ତେ, ପରିଷଦ ଏହାକୁ ବାଧ୍ୟତାମୂଳକ କରିନଥାଏ , ଯାହାକି କେବଳ ତା ନିମନ୍ତେ ବୋଲି ଧରାଯିବ ନାହିଁ, ମାତ୍ର , ମୃତ ସ୍ଵାମୀ ପ୍ରତି ମଧ୍ୟ, ଯେପରି ଏହି ଆଇନ୍ ର ଦଫା ୧୨ ରେ ପରିକଳ୍ପିତ – (ଶ୍ରୀମତୀ ବିଜୟ ଲକ୍ଷ୍ମୀ ବନାମ୍ ବି.ବି. ସଙ୍କର – ଏ. ଆଇ. ଆର୍ ୨୦୦୧ ସୁପ୍ରିମ୍ କୋର୍ଟ – ୧୪୨୪ । କୌଣସି ବ୍ୟକ୍ତି ସାଢେଚାରିବର୍ଷ ନିମନ୍ତେ କୌଣସି ବିବାହରେ ରହିବ, ବିଶେଷତ ଯେତେବେଳେ କୌଣସି ସନ୍ତାନ, ବିବାହର ଚାରିମାସ ପରେ ଜନ୍ମ ଗ୍ରହଣକରିଥାଏ । ବିଦ୍ୟମାନ ମୋକଦ୍ଦମାରେ, ପ୍ରତିବାଦୀ ଯୁକ୍ତି କରିଥିଲେ ଯେ, ସନ୍ତାନବି ତାଙ୍କର ନୁହେଁ, ତଥାପି ସେ ତାଙ୍କର ନାମ ଉକ୍ତ ସନ୍ତାନକୁ ଦେଇଥିଲେ ଏବଂ ସେ (ଉକ୍ତ ବାଳିକା) ଜନ୍ମ ହେବା ପରେ ପ୍ରାୟ ଚାରିବର୍ଷ ପର୍ଯ୍ୟନ୍ତ ଉକ୍ତ ସନ୍ତାନର ଲାଳନ ପାଳନ କରିଥିଲେ । ନଥିରେ ଥିବା ବିଷୟ ଦର୍ଶାଏ ଯେ , ବିବାହ ସମୟରେ ସ୍ତ୍ରୀ ଗର୍ଭବତୀ ଥିବା ବିଷୟରେ ସ୍ଵାମୀ ସଚେତନ ଥିଲେ ; ସେଥିପାଇଁ ; ଏପରି ଏକ ବିବାହକୁ ଅବୈଧ ବୋଲି ଦର୍ଶାଯାଇ ନଥିଲା – (ଅମୀନା ବନାମ୍ ହାସନ୍ କୋୟା –(୨୦୦୩)୬ ଏସ୍.ସି.ସି. – ୯୩ ; ୨୦୦୩ (୩) ସୁପ୍ରିମ୍ – ୫୭୧ ଏସ୍.ସି.ସି. (ଏହି ସିଦ୍ଧାନ୍ତଟି ଏକ ମୁସଲିମ ବିବାହର ବୈଧତା ସଂବନ୍ଧରେ ଥିଲା) । ଦଫା ୧୨ ଅନୁଯାୟୀ ଆବେଦନପତ୍ରର ସ୍ଥଗୀତାବସ୍ଥାରେ , ସ୍ତ୍ରୀ ଦ୍ଵାରା ଦଫା ୨୪ ଅନୁଯାୟୀ ଆବେଦନ ପତ୍ର , ଗ୍ରହଣୀୟ ଅଟେ – ବିବାହର ଆସିଦ୍ଧତା (ଟି.ପି. ସୁଦିଶ୍ ବନାମ୍ ସେର୍ ଲିପି – ଏ.ଆଇ.ଆର୍.୨୦୧୦ କେରଳ – ୩୭) । ଏକ ବର୍ଷରୁ ଅଧିକ ସମୟ ଅତିବାହିତ ହେବା ପରେ , ଆବେଦନପତ୍ର ଦାଖଲ କରାଯାଇଥିଲା , ଯେତେବେଳେ ଅଭିଯୁକ୍ତ ଭୟ ପ୍ରତ୍ୟାହୃତ ହୋଇଥିଲା କିମ୍ବା ରହିତ ହୋଇଥିଲା । ଗ୍ରହଣୀୟ ନୁହେଁ – (ବିକେଶ୍ ବନାମ୍ ଶିବାନୀ – ଏ.ଆଇ.ଆର୍. ୨୦୧୦ ୟୁଟିଆର୍ – ୭୬ ) । ପାରସ୍ପରିକ ସମ୍ମତି ଦ୍ଵାରା ଛାଡପତ୍ର – ଅପିଲ୍ କର୍ତ୍ତା , ଦଫା ୧୨ ଅନୁଯାୟୀ ଆବେଦନପତ୍ର ଦାଖଲ କରିଥିଲେ – ମଧ୍ୟସ୍ଥତା – ଦଫା ୧୩ – “ଖ” ଅନୁଯାୟୀ ବିବାହକୁ ଭଙ୍ଗ କରିବା ନିମନ୍ତେ ବିଷୟକୁ ରଖାଯାଇଥିଲା – ଆହ୍ଵାନ କରାଯାଇଥିଲା - ଦଫା ୧୩ ଅନୁଯାୟୀ ଆବେଦନପତ୍ର ଦାଖଲ ତାରିଖରୁ ୧୮ ମାସରୁ ଅଧିକ ସମୟ ଅତିବାହିତ ହୋଇଥିଲା – ପକ୍ଷମାନଙ୍କ ଦ୍ଵାରା ଦଫା ୧୩ “ଖ” (୧) ରେ ପରିକଳ୍ପିତ ସର୍ତ୍ତ ପରିପୂରଣ କରାଯାଇଥିଲା – ଅନୁଚ୍ଛେଦ ୧୪୨ ଅନୁଯାୟୀ , ଉଚ୍ଚତ୍ତମ ନ୍ୟାୟାଳୟଙ୍କ ଉପରେ ନ୍ୟସ୍ତ କ୍ଷମତା ପରିଚାଳନା କରିବା ନିମନ୍ତେ ଏକ ଉପଯୁକ୍ତ ମୋକଦ୍ଦମା ଅଟେ – ଅନିଲ୍ କୁମାର ଜୈନ ବନାମ୍ ମାୟା ଜୈନ -୨୦୦୯ (୯) ସି.ପି.ଏସ୍ର.ସି – ୧୨୯୩ ରେ ଉଲ୍ଲେଖ ଉପରେ ଆସ୍ଥା ସ୍ଥାପନ କରାଯାଇଥିଲା – ଦର୍ଶାଯାଇଥିଲା ଯେ , ଦଫା ୧୨ ଅନୁଯାୟୀ ସ୍ଥଗିତ କାର୍ଯ୍ୟାନୁଷ୍ଠାନକୁ , ଦଫା ୧୩ – “ଖ” ରେ ପରିବର୍ତ୍ତନ କରାଯାଇଥିଲା – ପାରସ୍ପରିକ ସମ୍ମତି ଦ୍ଵାରା ଛାଡପତ୍ର ଡିକ୍ରୀ ମଞ୍ଜୁର କରାଯାଇଥିଲା – (ଦେବୀନ୍ଦର ସିଂହ ନାରୁଲା ବନାମ୍ ମିନାକ୍ଷୀ ନାଙ୍ଗିଆ – ୨୦୧୨ (୮) ଏସ୍ର.ସି.ସି – ୫୮୦ ; ୨୦୧୨ (୮) ସି.ପି.ଏସ୍.ସି – ୨୫ (ସୁପ୍ରିମ୍ କୋର୍ଟ) । ବିବାହର ପାଞ୍ଚ (୫) ମାସ ମଧ୍ୟରେ , ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ଡି.ଏନ୍.ଏ. ପରୀକ୍ଷା ଉନ୍ମୋଚନ କରିଥିଲା ଯେ , ପିତା , ତାଙ୍କର ପିତା ନୁହଁନ୍ତି । ଏପରି ବିବାହ ଅସିଦ୍ଧ ଅଟେ – (ସୁଶୀଲ କୁମାର ବନାମ୍ ମିଣ୍ଟୁ କୁମାରୀ – ଏ.ଆଇ.ଆର୍ ୨୦୧୨ ରାଜସ୍ଥାନ - ୧) । ଛାଡପତ୍ର ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥିବା କୌଣସି ବିବାହ, ସ୍ଵାମୀ କିମ୍ବା ସ୍ତ୍ରୀ କୌଣସିଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ଏକ ଆବେଦନପତ୍ର ଉପରେ, ଏହି କାରଣ ଉପରେ, ଏକ ଛାଡପତ୍ର ଡିକ୍ରୀ ଦ୍ଵାରା ଭଙ୍ଗ କରାଯାଇପାରିବ । ବିବାହର ସଂପାଦନ ପରେ, ତାଙ୍କର ଦମ୍ପତିଙ୍କ ବ୍ୟତୀତ , ଅନ୍ୟ କୌଣସି ବ୍ୟକ୍ତି ସହ ସ୍ଵେଚ୍ଛାକୃତ ଯୌନ ସଂପର୍କ ଥିଲା; କିମ୍ବା ବିବାହର ସଂପାଦନପରେ, ଆବେଦନକାରୀଙ୍କ ସହିତ ନିଷ୍ଠୁରତା ସହିତ ବ୍ୟବହାର କରିଥିଲେ ; କିମ୍ବା ଏପରି ଆବେଦନପତ୍ରର ଉପସ୍ଥାପନା ପୂର୍ବରୁ , କ୍ରମାନୁଗତିକ ଭାବେ ଦୁଇ ବର୍ଷରୁ (କମ୍ ନୁହେଁ) ସମୟ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ପରିତ୍ୟାଗ କରିଥିଲେ କିମ୍ବା ଅନ୍ୟ ଧର୍ମକୁ ପରିବର୍ତ୍ତିତ ଦ୍ଵାରା ଜଣେ ହିନ୍ଦୁ ହେବାରୁ ରହିତ ହୋଇଛନ୍ତି ; କିମ୍ବା ଆରୋଗ୍ୟହୀନ ମସ୍ତିଷ୍କ ବିବୃତିର ଅଟନ୍ତି କିମ୍ବା କ୍ରମାନୁଗତିକ ଭାବେ କିମ୍ବା ମଝିରେ ମଝିରେ ଏପରି ମସ୍ତିଷ୍କ ବିକୃତିରେ ଭୋଗନ୍ତି ଏବଂ ଏପରି ପରିମାଣରେ ଯେ, ଆବେଦନକାରୀ, ପ୍ରତିବାଦୀଙ୍କ ସହିତ ଯଥା ଯଥଭାବେ ବାସ କରିବା ଆଶା କରାଯାଏ ନାହିଁ । ସ୍ପଷ୍ଟୀକରଣ ଏହି ଧାରାରେ (କ) ଉକ୍ତି ମାନସିକ ବିକୃତି ଅର୍ଥ , ମାନସିକ ଅସୁସ୍ଥତା , ମସ୍ତିଷ୍କର ପ୍ରତିବନ୍ଧିତ କିମ୍ବା ଅସଂପୂର୍ଣ୍ଣ ଉନ୍ନତି , “ସାଇକୋ ପାଥିକ” ବିକୃତି କିମ୍ବା ଅନ୍ୟ କୌଣସି ବିକୃତି କିମ୍ବା ମାନସିକ ଅକ୍ଷମତା ଏବଂ ଏହା “ସିଜୋପଗ୍ରନିଆ” କୁ ଅନ୍ତର୍ଭୁକ୍ତ କରେ । ଉକ୍ତି “ସାଇଜୋଫ୍ରାନିଆ ” ବିକୃତିର ଅର୍ଥ , ମସ୍ତିଷ୍କର କ୍ରମାନୁଗତିକ ବିକୃତି କିମ୍ବା ଅକ୍ଷମତା ଯାହାକି ଅହେତୁକ ଭାବେ ଅନ୍ୟ ପକ୍ଷ ଦ୍ଵାରା ଆକ୍ରମାତ୍ମକ କିମ୍ବା ଗୁରୁତର ଦାୟିତ୍ଵହୀନତା ଘଟାଇଥାଏ ଏବଂ ଏହା ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଥାଉ କିମ୍ବା ନାହିଁ । କୌଣସି ସଂକ୍ରମଣୀୟ ଏବଂ ଦୂରାରୋଗ୍ୟ କୁଷ୍ଠ ରୋଗରେ [xxx] ଆକ୍ରାନ୍ତ ହୋଇଥାଆନ୍ତି । ସଂକ୍ରମଣୀୟ ଆକାରର ସ୍ନାୟବିକ ରୋଗରେ ଆକ୍ରାନ୍ତ [xxx] ହୋଇଥାଆନ୍ତି ; କିମ୍ବା କୌଣସି ଧର୍ମରେ ପ୍ରବେଶ କରି ପୃଥିବୀ ପରିହାର କରିଥାଆନ୍ତି ; କିମ୍ବା ସେହିମାନଙ୍କ ଦ୍ଵାରା ସାତବର୍ଷ କିମ୍ବା ତଦୁର୍ଦ୍ଧ ସମୟ ପର୍ଯ୍ୟନ୍ତ ବଞ୍ଚିବା ସଂବନ୍ଧରେ ଶୁଣା ଯାଇନଥାଆନ୍ତି , ଯେଉଁମାନେ କି ସାଧାରଣତଃ ଏ ବିଷୟରେ ଶୁଣି ଥାଆନ୍ତେ କିମ୍ବା ଜାଣିଥାଆନ୍ତେ , ଯଦି ସେ ଜୀବିତ ଥାଆନ୍ତେ। ସ୍ପଷ୍ଟୀକରଣ ଏହି ଉପ – ଦଫାରେ, ଉକ୍ତି “ପରିମାଣ” ଅର୍ଥ; କୌଣସି ଯଥାଯଥ କାରଣ ବିନା କିମ୍ବା ଏପରି ପକ୍ଷର ଇଚ୍ଛା ବିରୁଦ୍ଧରେ କିମ୍ବା ସମ୍ମତି ବିରୁଦ୍ଧରେ, ଅନ୍ୟ ପକ୍ଷ ଦ୍ଵାରା ଆବେଦନକାରୀଙ୍କୁ ପରିତ୍ୟାଗ ଏବଂ ବିବାହର ଅନ୍ୟ ପକ୍ଷ ଦ୍ଵାରା, ଆବେଦନକାରୀଙ୍କୁ ଜାଣିଶୁଣି ଅବହେଳା କରିବାକୁ ଅନ୍ତର୍ଭୁକ୍ତ କରେ ଏବଂ ବୈକାରଣୀକ ପରିବର୍ତ୍ତନ ଏବଂ ତତ୍ ସଂବନ୍ଧୀୟ ଉକ୍ତିଗୁଡିକୁ ସେହି ଅନୁଯାୟୀ ବ୍ୟାଖ୍ୟା କରାଯିବ । ବିବାହର ଯେକୌଣସି ପକ୍ଷ, ତାହାଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥାଉ , ସେ ମଧ୍ୟ, ନିମ୍ନକାରଣ ଉପରେ ଏକ ଛାଡପତ୍ର ଡିକ୍ରୀ ଦ୍ଵାରା, ବିବାହର ଭଙ୍ଗୀକରଣ ନିମନ୍ତେ, ଏକ ଆବେଦନପତ୍ର ଉପସ୍ଥାପନ କରିପାରନ୍ତି : - କୌଣସି କାର୍ଯ୍ୟାନୁଷ୍ଠାନରେ , ବୈଚାରୀକ ପୃଥକୀକରଣ ନିମନ୍ତେ ଏକ ଡିକ୍ରୀ ମଞ୍ଜୁର କରାଯିବାପରେ , [ଏକ ବର୍ଷ] କିମ୍ବା ତଦୁର୍ଦ୍ଧ ସମୟ ନିମନ୍ତେ , ବିବାହର ପକ୍ଷମାନଙ୍କ ମଧ୍ୟରେ ସହବାସ ପୁନଃ ସ୍ଥାପନ କରାଯାଇନଥିଲା , ଯେଉଁଥିରେ ସେମାନେ ପକ୍ଷ ଥିଲେ ; କିମ୍ବା ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ନିମନ୍ତେ ଏକ ଡିକ୍ରୀର ମଞ୍ଜୁରୀପରେ [ଏକବର୍ଷ ] କିମ୍ବା ତଦୁର୍ଦ୍ଧ ସମୟ ନିମନ୍ତେ ବିବାହ ପ୍ରତି ପକ୍ଷମାନଙ୍କ ମଧ୍ୟରେ ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ଘଟିନଥିଲା , ଯେଉଁଥିରେ ସେମାନେ ପକ୍ଷ ଥିଲେ । ଜଣେ ସ୍ତ୍ରୀ ମଧ୍ୟ , ନିମ୍ନକାରଣ ଉପରେ ଛାଡପତ୍ରର ଏକ ଡିକ୍ରୀଦ୍ଵାରା , ବିବାହର ଭଙ୍ଗୀକରଣ ନିମନ୍ତେ ଏକ ଦରଖାସ୍ତ ଉପସ୍ଥାପନ କରିପାରନ୍ତି । ଏହି ଆଇନ୍ ର ପ୍ରାରମ୍ଭପୂର୍ବରୁ ସଂପାଦିତ ହୋଇଥିବା କୌଣସି ବିବାହ କ୍ଷେତ୍ରରେ , ଯେ , ଏପରି ପ୍ରାରମ୍ଭପୂର୍ବରୁ ସ୍ଵାମୀ ପୁନର୍ବାର ବିବାହ କରିଥିଲେ କିମ୍ବା ଯେ ଏପରି ପ୍ରାରମ୍ଭ ପୂର୍ବରୁ ସ୍ଵାମୀ ଅନ୍ୟ କୌଣସି ସ୍ତ୍ରୀ ବିବାହ କରିଥିଲେ ଯେକି , ଆବେଦନକାରୀଙ୍କ ବିବାହ ସଂପାଦନ ସମୟରେ ଜୀବିତ ଥିଲେ । ଉଲ୍ଲେଖ ଥାଉ ଯେ, ଉପରୋକ୍ତ ଯେକୌଣସି କ୍ଷେତ୍ରରେ , ଆବେଦନପତ୍ରର ଉପସ୍ଥାପନ ସମୟରେ ଅନ୍ୟ ସ୍ତ୍ରୀ ଜୀବିତ ଥିଲେ; କିମ୍ବା ଯେ , ସ୍ଵାମୀ ବିବାହର ସଂପାଦନଠାରୁ ଧର୍ଷଣ , ସମଲିଙ୍ଗୀ ଯୌନ ସଂପର୍କ କିମ୍ବା [ପାଶବିକତ୍ଵ , କିମ୍ବା] ଦ୍ଵାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଆନ୍ତି । ] କିମ୍ବା ଯେ , ହିନ୍ଦୁ ଗ୍ରହଣ ଏବଂ ଭରଣପୋଷଣ ଆଇନ୍ , ୧୯୫୬ (୭୮/୧୯୫୬) ର ଦଫା ୧୮ ଅନୁଯାୟୀ କୌଣସି ମୋକଦ୍ଦମା ; କିମ୍ବା ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩(୨/୧୯୭୪) ର ଦଫା ୧୨୫ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ , (କିମ୍ବା ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୮୯୮ (୫/୧୯୯୮)ର ଦଫା ୪୮୮ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ , ଏହି ବିଷୟ ସତ୍ତ୍ୱେ , ସ୍ତ୍ରୀର ଭରଣପୋଷଣ ପ୍ରଦାନ କରିବା ନିମନ୍ତେ ସ୍ଵାମୀଙ୍କ ବିରୁଦ୍ଧରେ କୌଣସି ଡି’କ୍ରୀ କିମ୍ବା ଆଦେଶ ପ୍ରଦାନ କରାଯାଇଥାଏ ଯେ , ସେ ପୃଥକଭାବେ ବାସ କରୁଛି ଏବଂ ଯେ , ଏପରି ଡିକ୍ରୀ କିମ୍ବା ଆଦେଶ ମଞ୍ଜୁର କରାଯିବା ତାରିଖରୁ , ଏକ ବର୍ଷ କିମ୍ବା ତଦୁର୍ଦ୍ଧ ପର୍ଯ୍ୟନ୍ତ ପକ୍ଷମାନଙ୍କ ମଧ୍ୟରେ କୌଣସି ସହବାସ ଘଟି ନାହିଁ । ଯେ , ତା’ର ବିବାହ ତାହା , ସେ ପନ୍ଦର ବର୍ଷ ବୟସରେ ପଦାର୍ପଣ କରିବା ପୂର୍ବରୁ ସଂପାଦିତ ହୋଇଥିଲା ଏବଂ ସେ ଉକ୍ତ ବୟସରେ ପଦାର୍ପଣ କରିବା ପରେ , ବିବାହକୁ ପ୍ରତ୍ୟାଖ୍ୟାନ କରିଥିଲେ ; ମାତ୍ର ଅଠର ବର୍ଷ ବୟସରେ ଉପନୀତ ହେବା ପୂର୍ବରୁ । ସ୍ପଷ୍ଟୀକରଣ ଏହି ଧାରା ପ୍ରୟୋଗ ହୁଏ , ଯଦିଓ ଏପରି ବିବାହ , ବିବାହ ଆଇନ୍ (ସଂଶୋଧନ) ଆଇନ , ୧୯୭୬ (୬୮/୧୯୭୬) ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥାଉ । ନିଷ୍ଠୁରତାକୁ ପ୍ରମାଣ କରିବା ନିମନ୍ତେ , ଶାରୀରିକ ବଳ ପ୍ରୟୋଗ ପ୍ରମାଣ କରିବା ଆବଶ୍ୟକ ନୁହେଁ – (ମନିଷା ତ୍ୟାଗୀ ବନାମ୍ ଦୀପକ୍ କୁମାର – ଏ.ଆଇ.ଆର୍.୨୦୧୦ ସୁପ୍ରିମ୍ କୋର୍ଟ – ୧୦୪୨) । ଛାଡପତ୍ର ନିମନ୍ତେ ବିକଳ୍ପ ପ୍ରାର୍ଥନା ସହିତ , ଦାମ୍ପତ୍ୟ ଜୀବନର ପୁନଃ ସ୍ଥାପନା ନିମନ୍ତେ ଆବେଦନପତ୍ର , ଗ୍ରହଣୀୟ ଅଟେ – (ଶ୍ରୀମତୀ ବିଜୟ ଲକ୍ଷ୍ମୀ ବନାମ୍ ଗୌତମ୍ – ଏ.ଆଇ.ଆର୍. ୨୦୧୦ ପାଟନା - ୫୬ ) । ସ୍ତ୍ରୀ ତା’ର ସ୍ଵାମୀ ଏବଂ ପତ୍ରକୁ ସହ୍ୟ କରିବାରେ ଅଭ୍ୟସ୍ତ ଥିଲା ; ରାତ୍ରିରେ କ୍ରନ୍ଦନ କରୁଥିଲା । ସ୍ଵାମୀ ମଧ୍ୟ ଅତିଷ୍ଟ ହେବା ବିଷୟ ପ୍ରମାଣିତ ହୋଇଥିଲା - ଛାଡପତ୍ର ଡିକ୍ରୀ ପାଇବା ନିମନ୍ତେ ହକ୍ ଦାର୍ ଅଟେ – (ଶ୍ରୀମତୀ ଶିଲା ବନାମ୍ ବଳଦେବ ସିଂହ - ଏ.ଆଇ.ଆର୍. ୨୦୧୦ ୟୁଟିଆର୍ – ୧୮ ) । ଯେତେବେଳେ ଫୌଜଦାରୀ ନ୍ୟାୟାଳୟ ସ୍ଵାମୀ ଏବଂ ପରିବାରର ସଦସ୍ୟଙ୍କୁ ଦୋଷୀ କରିଥିଲେ , ସେପରିସ୍ଥଳେ ଦଫା ୪୯୮ ଅନୁଯାୟୀ ମୋକଦ୍ଦମା ଦାଏର୍ କୁ ମିଥ୍ୟା ବୋଲି କୁହାଯାଇପାରିବ ନାହିଁ ଏବଂ ଏକ ଛାଡପତ୍ର ଡିକ୍ରୀ ପାଇବା ନିମନ୍ତେ, ସ୍ଵାମୀ ପ୍ରତି ନିଷ୍ଠୁରତା – ( ରଣଜିତ୍ କାଉର ଜସବନ୍ତ ସିଂହ – ଏ.ଆଇ.ଆର୍. ୨୦୧୦ ପଞ୍ଜାବ ଏବଂ ହରିୟାନା – ୬୦ ) । ମୋକଦ୍ଦମା ପ୍ରତି କୌଣସି ପକ୍ଷ , ଏହି କାରଣ ଉପରେ ସୁବିଧା ଗ୍ରହଣ କରିପାରିବେ ନାହିଁ ଯେ , ନ୍ୟାୟାଳୟର କାର୍ଯ୍ୟାନୁଷ୍ଠାନ ଦୀର୍ଘ ସମୟ ନେଇଛି (ବଜରଙ୍ଗ ଗଙ୍ଗାଧର ବନାମ୍ ପୂଜା – ଏ.ଆଇ.ଆର୍. ୨୦୧୦ ବମ୍ବେ – ୮) । ଉଦାହରଣ ଅଛି ଯେ , ସେମାନେ ଏକତ୍ରୀତ ଭାବେ ବାସ କରୁଥିଲେ - ସ୍ଥାୟୀ ଭାବେ ସହବାସ ବନ୍ଦ କରିବା ଏବଂ ବୈବାହିକ ସଂପର୍କ ଛିନ୍ନ କରିବା ନିମନ୍ତେ ସ୍ତ୍ରୀ ପକ୍ଷରୁ କୌଣସି ଇଚ୍ଛା ନଥିଲା – ଛାଡପତ୍ର ନିମନ୍ତେ , ସ୍ଵାମୀ ହକ୍ ଦାର୍ ନୁହେଁ – ଏ.ଭି. ଲକ୍ଷ୍ମୀ ବନାମ୍ ଏ.ଭି. ସତ୍ୟ ଶ୍ରୀନିଭାସୁଲୁ – ଏ.ଆଇ.ଆର୍. ୨୦୧୧ ଆନ୍ଧ୍ର ପ୍ରଦେଶ – ୧୫ ) । ଖଲାସ୍ ରାଏ କୁ ଆହ୍ଵାନ କରି , ରିଭିଜନ୍ ରେ ଦଫା ୪୯୮ – ‘କ’ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ତ୍ରୀ ଚାଲୁ ରଖିଥିଲା , ଯାହାକି ସ୍ତ୍ରୀ ଦ୍ଵାରା ସ୍ଵଇଚ୍ଛାରେ ପରିତ୍ୟାଗକୁ ପ୍ରମାଣିତ କରେ (ମେଥୁକୁ ସୁରେଶ ବନାମ୍ ଶ୍ରୀମତୀ ମେଥୁକୁ ଅନୁରାଧା – ଏ.ଆଇ.ଆର୍. ୨୦୧୧ (ଏନ.ଓ.ସି.) ୨୦୧୩ (ଆନ୍ଧ୍ରପ୍ରଦେଶ) । ସମସ୍ତ ପରିସ୍ଥିତିରେ , କୌଣସି କାର୍ଯ୍ୟକଳାପକୁ , ନିଷ୍ଠୁରତା ଭାବେ ଅଭିହିତ କରାଯିବ ନାହିଁ । ନିଶ୍ଚିତ ଭାବେ ଦର୍ଶାଯିବା ଉଚିତ୍ ଯେ , ଅଭିଯୁକ୍ତ କାର୍ଯ୍ୟକଳାପ , ନିଷ୍ଠୁରତା ଅଟେ - (ଗୁଲୁବକ୍ସ ସିଂହ ବନାମ୍ ହରମିନ୍ଦର କାଉର – ଏ.ଆଇ.ଆର୍. ୨୦୧୧ ସୁପ୍ରିମ୍ କୋର୍ଟ – ୧୧୪ ) । ସ୍ତ୍ରୀ , ପୃଥକ ଭାବେ ବାସ କରୁଛି । ସେ , ଯୌନ ସଂପର୍କ ପ୍ରତ୍ୟାଖ୍ୟାନ କରିଛି ବୋଲି କହିବା ନିମନ୍ତେ କୌଣସି କାରଣ ନାହିଁ । ଛାଡପତ୍ର ନିମନ୍ତେ , ପରିତ୍ୟାଗ ଏବଂ ନିଷ୍ଠୁରତା , ଦୁଇଟି ପୃଥକ କାରଣ ଅଟେ – (ଲଳିତା ଦେଓନାଥ୍ ନିମ୍ ଜୀ ବନାମ୍ ରଘୁବୀର – ଏ.ଆଇ.ଆର୍. ୨୦୧୧ ହିମାଚଳ ପ୍ରଦେଶ – ୨୭)। ଭାଇର ସ୍ତ୍ରୀ ସହିତ ଅବୈଧ ସଂପର୍କ ବିଷୟରେ ମିଥ୍ୟା ଅଭିଯୋଗ , ନିଷ୍ଠୁରତାକୁ ପ୍ରମାଣ କରେ – (ଶ୍ରୀମତୀ ରାଜନା ବନାମ୍ ରଘୁବୀର - ଏ.ଆଇ.ଆର୍. ୨୦୧୧ ହିମାଚଳ ପ୍ରଦେଶ – ୨୭) । ଅଧିକାଂଶ ଫୌଜଦାରୀ ମୋକଦ୍ଦମାରେ , ସ୍ତ୍ରୀ ତା’ର ଦାବୀକୁ ପ୍ରମାଣିତ କରିପାରେ ନାହିଁ । ଏପରି ମୋକଦ୍ଦମା ଗୁଡିକରେ ନିଷ୍ଠୁରତା ଏବଂ ପରିତ୍ୟାଗ କାରଣ ଉପର ଛାଡପତ୍ର ମଞ୍ଜୁର କରିବା , ଉପଯୁକ୍ତ ହେବ - (ଶ୍ରୀମତୀ ସୁନିତା ବନାମ୍ ରମେଶ କୁମାର – ଏ.ଆଇ.ଆର୍ ୨୦୧୧ ପଞ୍ଜାବ ଏବଂ ହରିୟାନା – ୨୦)। ତାଙ୍କର ସାବତ ସନ୍ତାନ ଉପରେ ସ୍ତ୍ରୀ ଦ୍ଵାରା ନିର୍ଯ୍ୟାତନା ପ୍ରଦାନ କରାଯାଇଥିଲା , ଯେଉଁମାନେ କି ନାବାଳକ ଥିଲେ ଏବଂ ତାହା ସ୍ଵାମୀଙ୍କ ଉପରେ ନିଷ୍ଠୁରତା ହେବ (ରତ୍ନା ଭଟ୍ଟାଚାର୍ଜ୍ୟ ବନାମ୍ ଧ୍ରୁବ – ଏ.ଆଇ.ଆର୍ ୨୦୧୧ Gan- ୧୨) । ତା’ର ପିତାମାତା , ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ , ଅଭଦ୍ର ଭାଷାରେ ସ୍ତ୍ରୀକୁ ଗାଳି ଦେବା , ଜେନ ବିବାହିତ ବ୍ୟକ୍ତିର ସାଧାରଣ ବ୍ୟବହାର ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସାମଗ୍ରିକ ଭାବେ ଉଦାହରଣ ଗୁଡିକ, ମାନସିକ ନିଷ୍ଠୁରତା ହେବ – (ଡକ୍ଟର ଶାମା ରାଓ ବନାମ୍ ଡକ୍ଟର ଅନୁପମା – ଏ.ଆଇ.ଆର୍. ୨୦୧୧ କର୍ଣ୍ଣାଟକ – ୬୬ ) । ବିବାହର ଅମୀମାଂସିତ ଭଙ୍ଗୀକରଣ କାରଣ ଉପରେ , ଛାଡପତ୍ର ଡିକ୍ରୀ ମଞ୍ଜୁର କରାଯାଇପାରିବ ନାହିଁ - (ମଞ୍ଜୁ ବନାମ୍ ପରଭିନ୍ଦର – ଏ.ଆ.ଆର୍. ୨୦୧୧ ମଧ୍ୟପ୍ରଦେଶ – ୫ ) । ସ୍ଵାମୀଙ୍କୁ ଗାଳିଗୁଲଜ କରାଯାଉଥିଲା , ତାଙ୍କୁ ପ୍ରକୋଷ୍ଠ ବାହାରେ ରଖାଯାଉଥିଲା ଏବଂ ବିଛଣାରୁ ଗୋଇଠାମାର ବିଦା କରାଯାଉଥିଲା ଏପରି ଏକ ମୋକଦ୍ଦମାରେ , ସ୍ଵାଧୀନ ସାକ୍ଷୀମାନଙ୍କର ସମର୍ଥନକୁ ବାଧ୍ୟ କରାଯାଇ ପାରିବ ନାହିଁ । ଛାଡପତ୍ର ନିମନ୍ତେ ହକ୍ ଦାର୍ (ସଶୀ କୁମାର ବନାମ୍ ଶ୍ରୀମତୀ ନିଲମ୍ – ଏ.ଆଇ.ଆର୍ – ୨୦୧୧ ହିମାଚଳ ପ୍ରଦେଶ – ୧) । ବିଶେଷ ଅନୁମତି ଆବେଦନପତ୍ର – ସନ୍ତାନମାନଙ୍କର ତତ୍ତ୍ଵାବଧାନ – ଛାଡପତ୍ର ଡିକ୍ରୀ ମଞ୍ଜୁର କରାଯାଇଥିଲା – ଦୁଇଜଣ କନ୍ୟା ଯଥାକ୍ରମେ ୧୭ ଏବଂ ୧୧ ବର୍ଷ ବୟସର ଥିଲେ – ଉଭୟ, ପିତାଙ୍କ ତତ୍ତ୍ଵାବଧାନରେ ଥିଲେ – ମାଆଙ୍କର ପିଲାଙ୍କ ପ୍ରତି ପ୍ରବେଶ ନଥିଲା – ସନ୍ତାନମାନଙ୍କର ଅଭାବ, ପିତାଙ୍କ ସହିତ ଲାଗି ରହିଥିଲା – ଏପରି କୌଣସି ମୋକଦ୍ଦମାରେ , ସନ୍ତାନମାନଙ୍କର ମଙ୍ଗଳ ଏବଂ ସ୍ଵାର୍ଥ, ଅଗ୍ରୀମ ବିବେଚନା ଅଟେ ଏବଂ ଆଇନ୍ ଅନୁଯାୟୀ ପିତାମାତାଙ୍କର କୌଣସି ଅଧିକାର ନୁହେଁ - ଦର୍ଶାଯାଇଥିଲା ଯେ , ପ୍ରତିବାଦୀ , ପ୍ରତ୍ୟକ ରବିବାର ଉଚ୍ଚତ୍ତମ ନ୍ୟାୟାଳୟ – ମଧ୍ୟସ୍ଥ କେନ୍ଦ୍ରକୁ ଉଭୟ କନ୍ୟାକୁ ଆଣିବା ନିମନ୍ତେ ନିର୍ଦ୍ଦେଶିତ କରାଯାଇଥିଲା – ମାଆ ସେମାନଙ୍କ ସହ ମିଳାମିଶା କରିବା ନିମନ୍ତେ ମୁକ୍ତ ଅଟେ ଏବଂ ତା ପରେ ସେମାନଙ୍କୁ ରାତିରେ ତାଙ୍କ ସହ ରହିବା ନିମନ୍ତେ ନେଇପାରିବେ ଏବଂ ତା ପରେ ସେମାନଙ୍କୁ ପ୍ରତିବାଦୀଙ୍କୁ ହସ୍ତାନ୍ତର କରିବେ – (ଗାୟତ୍ରୀ ବଜାଜ୍ ଏବଂ ଏବଂ ବନାମ୍ ଜିତେନ୍ ଭାଲା – ୨୦୧୧ (୧୩) – ସ୍ମେଲସ୍ – ୨୭ ; ୨୦୧୧ (୧୨) ସି.ପି.ଏସ୍.ସି.- ୨୭ (ସୁପ୍ରିମ୍ କୋର୍ଟ) । ୭ ବର୍ଷ ପରେ , ଫୌଜଦାରୀ ବିଚାରରୁ ଖଲାସ୍ , ଯାହାକି ମିଥ୍ୟାରେ ଦାଏର କରାଯାଇଥିଲା ଏବଂ ତାହା ମାନସିକ ଯନ୍ତ୍ରଣାକୁ ଅର୍ଥାୟିତ କରେ – (ଦିନେଶ ନାଗଡା ବନାମ୍ ଶାନ୍ତିବାଈ – ଏ.ଆଇ.ଆର୍. ୨୦୧୨ ମଧ୍ୟପ୍ରଦେଶ – ୪୦ ) । ଏ.ଆଇ.ଆର୍. ୨୦୦୨ ସୁପ୍ରିମ୍ କୋର୍ଟ - ୫୯୧ ଦୃଷ୍ଟିରୁ ନ୍ୟାୟାଳୟ ଅଣସଂଯୋଗ ଭଗ୍ନ ସଂପର୍କକୁ , ଛାଡପତ୍ରର ଏକ କାରଣଭାବେ ବିବେଚନା କରିବେ ନାହିଁ – ( ନିର୍ମଲ କାହାର ବନାମ୍ ଗୁର୍ ଜିତ୍ ସିଂହ - ଏ.ଆଇ.ଆର୍ ୨୦୧୨ ସି.ଏଚ୍.ଏଚ୍ – ୧୨ ) । ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ନିମନ୍ତେ ଆବେଦନପତ୍ରକୁ ଏକ ଛାଡପତ୍ର ଆବେଦନପତ୍ରକୁ ସଂଶୋଧନ କରାଯାଇପାରିବ ନାହିଁ । ଉଭୟ ପ୍ରାର୍ଥନା , ପରସ୍ପର ପ୍ରତି ବିରୁଦ୍ଧାଚରଣ କରେ କିମ୍ବା ବିପରୀତ ଅଟେ – (ରିମା ବଜାଜ୍ ବନାମ୍ ସଚୀନ୍ ବଜାଜ୍ – ଏ. ଆଇ.ଆର୍. ୨୦୧୨ ରାଜସ୍ଥାନ - ୮ ) । ଦ୍ଵିତୀୟ ଥର ଆଗତ ପୂର୍ବରୁ , ସମ୍ମତିର ପ୍ରତ୍ୟାହାର ; ମାତ୍ର ୧୮ ମାସର ସମାପ୍ତି ପରେ । ମୋକଦ୍ଦମା ଗୁଡିକର ତୁରନ୍ତ ଫଇସଲା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି ଏବଂ ସମ୍ମତିର ପ୍ରତ୍ୟାହାର ନିମନ୍ତେ କୌଣସି ସମୟ ଧାର୍ଯ୍ୟ କରାଯାଇନାହିଁ – ଏ. ଆଇ.ଆର୍. ୨୦୧୧ ସୁପ୍ରିମ୍ କୋର୍ଟ – ୧୬୩୭) । ଛାଡପତ୍ର କାର୍ଯ୍ୟାନୁଷ୍ଠାନରେ ବିକଳ୍ପ ନିଦାନ ( ନିୟମ ୧୩ (କ)) ଦଫା ୧୩ର ଉପ – ଦଫା (୧)ର ଧାରା (୨) , (୬) ଏବଂ (୭) ରେ ଉଲ୍ଲେଖିତ କାରଣ ଉପରେ ଆଧାରିତ କୌଣସି ଦରଖାସ୍ତ ବ୍ୟତୀତ , ଏକ ଛାଡପତ୍ର ଡିକ୍ରୀ ଦ୍ଵାରା ବିବାହର ଭଙ୍ଗୀକରଣ ନିମନ୍ତେ ଏକ ଆବେଦନ ପତ୍ର ଉପରେ , ଏହି ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନରେ , ନ୍ୟାୟାଳୟ , ମୋକଦ୍ଦମାର ପରିସ୍ଥିତିକୁ ବିଚାରକୁ ନେଇ , ଯଦି ଏହା ଉପଯୁକ୍ତ ବୋଲି ବିବେଚନା କରନ୍ତି ତାହେଲେ ବୈଚାରିକ ପୃଥକୀକରଣ ନିମନ୍ତେ ଏକ ଡିକ୍ରୀ ମଞ୍ଜୁର୍ କରିବେ । ପରସ୍ପର ସମ୍ମତି ଦ୍ଵାରା ଛାଡପତ୍ର ( ନିୟମ ୧୩ (ଖ)) ଏହି ଆଇନ୍ ର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, ଛାଡପତ୍ରର ଏକ ଡିକ୍ରୀ ଦ୍ଵାରା ବିବାହର ଭଙ୍ଗୀକରଣ ନିମନ୍ତେ ଏକ ଆବେଦନପତ୍ର, ଏକତ୍ରିତ ଭାବେ ବିବାହର ଉଭୟ ପକ୍ଷଙ୍କ ଦ୍ଵାରା ଜିଲ୍ଲା ନ୍ୟାୟାଳୟରେ ଉପସ୍ଥାପନା କିମ୍ବା ଦାଖଲ କରାଯାଇପାରେ, ଯଦିଓ ଏପରି ବିବାହ, ବିବାହ ଆଇନ କିମ୍ବା ନିୟମ (ସଂଶୋଧନ) ଆଇନ୍ , ୧୯୭୬ (୬୮/୧୯୭୬) ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ସଂପାଦିତ ହୋଇଥାଉ ଏବଂ ତାହା ଏହି କାରଣ ଉପରେ ଯେ , ସେମାନେ ଏକବର୍ଷ କିମ୍ବା ତଦୁର୍ଦ୍ଧ ସମୟ ନିମନ୍ତେ ପରସ୍ପର ଠାରୁ ପୃଥକ୍ ଭାବେ ବାସ କରୁଥିଲେ ଏବଂ ଯେ ସେମାନେ ଏକତ୍ରୀତ ଭାବେ ବାସ କରିବା ନିମନ୍ତେ ସକ୍ଷମ ହୋଇନଥିଲେ ଏବଂ ଯେ , ସେମାନେ ପାରସ୍ପରିକ ଭାବେ ସମ୍ମତ ହୋଇଛନ୍ତି ଯେ, ଏହି ବିବାହ ଭଙ୍ଗ ହେବା ଉଚିତ । ଉପ – ଦଫା (୧) ରେ ଉଲ୍ଲେଖିତ ଆବେଦନପତ୍ରର ଉପସ୍ଥାପନା ତାରିଖର ଛଅମାସ ପୂର୍ବରୁ ନୁହେଁ ଏବଂ ସେହି ତାରିଖରୁ ଅଠରମାସ ପରେ ନୁହେଁ, ଉଭୟ ପକ୍ଷଙ୍କ ଦ୍ଵାରା କରାଯାଇଥିବା ଆବେଦନପତ୍ର ଉପରେ , ଯଦି ଉକ୍ତ ଆବେଦନପତ୍ରକୁ , ଏହି ସମୟ ମଧ୍ୟରେ , ପ୍ରତ୍ୟାହାର କରାଯାଇନଥାଏ, ତାହେଲେ ନ୍ୟାୟାଳୟ , ପକ୍ଷମାନଙ୍କୁ ଶୁଣିବା ପରେ ଏବଂ ଏପରି ତଦନ୍ତ କରିବା ପରେ , ଯଦି ସନ୍ତୁଷ୍ଟ ହୁଅନ୍ତି ଯେ, ଏକ ବିବାହ ସଂପାଦିତ ହୋଇଥିଲା ଏବଂ ଆବେଦନପତ୍ରରେ ଉଲ୍ଲେଖିତ ବିବରଣୀ ସତ୍ୟ ଅଟେ, ତାହେଲେ ଡିକ୍ରୀ ତାରିଖରୁ ବିବାହ ଭଙ୍ଗ କରାଇଛି ବୋଲି ଘୋଷଣା କରି ଏକ ଛାଡପତ୍ର ଡିକ୍ରୀ ମଞ୍ଜୁର କରିବେ । ଟିପ୍ପଣୀ ନ୍ୟାୟାଳୟରେ ଏକ ଯୁଗ୍ମ ଆବେଦନ ପତ୍ର ଦ୍ଵାରା, ପାରସ୍ପରିକ ସମ୍ମତି ଦ୍ଵାରା, ଛାଡପତ୍ର ନିମନ୍ତେ ଏକ ଡିକ୍ରୀ ଗ୍ରହଣ କରିବାରେ, ଦଫା ୧୩ (ଖ) ପକ୍ଷମାନଙ୍କୁ ସକ୍ଷମ କରିଥାଏ । ସାଧାରଣ ଭାବେ କହିବାକୁ ଗଲେ, ତିନି ପ୍ରକାର ଡିକ୍ରୀ ଗ୍ରହଣ କରାଯାଇପାରେ, ଯଥା : - ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନା; ବୈଚାରିକ ପୃଥକୀକରଣ ଏବଂ ଛାଡପତ୍ର ଏବଂ ଦଫା ୧୩ (୨) ରେ ଉଲ୍ଲେଖିତ ବ୍ୟତୀତ , ପ୍ରାୟ ଏଗୁଡିକ ମଧ୍ୟରୁ ସବୁକୁ , ଯେକୌଣସି ଦମ୍ପତିଙ୍କ ଦ୍ଵାରା ପ୍ରାର୍ଥନା କରାଯାଇପାରେ , ଯେଉଁ ନିଦାନ ସ୍ତ୍ରୀକୁ ହିଁ କେବଳ ଦଫା ୧୩(ଖ) ଅନୁଯାୟୀ ଉପଲବ୍ଧ ଅଟେ, ଯେଉଁ ସ୍ଥଳରେ ଉଭୟ ଦମ୍ପତିଙ୍କୁ ଏକତ୍ରୀତଭାବେ ନ୍ୟାୟାଳୟରେ ଉପସ୍ଥିତ ହେବା ନିମନ୍ତେ ଆବଶ୍ୟକ କରାଯାଏ । ଉକ୍ତି, ‘ କୌଣସି ଡିକ୍ରୀ’ କୁ ଏତେ କୋହଳ ଏବଂ ପରିବର୍ଦ୍ଧିତ ଆକାରରେ ବ୍ୟାଖ୍ୟା କରାଯାଇପାରିବ ନାହିଁ ଯେ , ତାହା ‘ପ୍ରତ୍ୟକ ଡିକ୍ରୀ’ କୁ ଅର୍ଥାୟୀତ କରିବ । ମଧ୍ୟାନ୍ତର ଅଂଶ, ଯାହାକି ପକ୍ଷମାନଙ୍କର କାର୍ଯ୍ୟକଳାପକୁ ଆହୁରି ମଧ୍ୟ ମୋକଦ୍ଦମାର ପରିସ୍ଥିତିକୁ ବିଚାରକୁ ନେବା ନିମନ୍ତେ ନ୍ୟାୟାଳୟକୁ ଆବଶ୍ୟକ କରେ, ତାହା ମଧ୍ୟ ‘ନ୍ୟାୟାଳୟ ପାରନ୍ତି ’ ଏବଂ କୌଣସି ଡିକ୍ରୀ ଉକ୍ତି ଦ୍ଵାରା ନ୍ୟାୟାଳୟ ଉପରେ ନ୍ୟସ୍ତ ବିବେକକୁ ନିୟନ୍ତ୍ରଣ କରିଥାଏ କୌଣସି ଆବେଦନପତ୍ର ଗ୍ରହଣର ପୂର୍ବ ସର୍ତ୍ତ ଭାବେ , ବିବାହ ନିବନ୍ଧନ ପ୍ରମାଣପତ୍ର ନିମନ୍ତେ ବାଧ୍ୟ କରାଯାଇପାରିବ ନାହିଁ - ଭି.ଜି. ରାଜିଲାଲ୍ – ବନାମ୍ ରାଜ୍ୟ ସରକାର – ଏ.ଆଇ.ଆର୍. ୨୦୧୦ କେରଳ – ୧୪୬) । ଆଇନ୍ ସମ୍ମତ ୬ ମାସ ସମୟ ନିମନ୍ତେ ଅପେକ୍ଷା ନକରି , ପାରସ୍ପରିକ ସମ୍ମତି ଦ୍ଵାରା ଛାଡପତ୍ର ଡିକ୍ରୀ ମଞ୍ଜୁର କରାଯାଇପାରେ (ମନୋଜ୍ ବନାମ୍ ଅନୁପମା – ଏ.ଆଇ.ଆର୍. ୨୦୧୦ ସି.ଏଚ୍.ଏଚ୍. – ୯୨ ) । ଚକ୍ରାନ୍ତ କାରଣ ଉପରେ , ମୋକଦ୍ଦମାକୁ ଖାରଜ କରାଯାଇଥିଲା । ଏହି ବିଷୟ ଯେ ପରସ୍ପର ସମ୍ମତି ସହିତ ଦଫା ୧୩ – ‘ଖ’ ରେ ଦାଏର କରାଯାଇଥିବା ଆବେଦନପତ୍ରକୁ , ଚକ୍ରାନ୍ତକାରଣ ଉପରେ ଖାରଜ କରାଯାଇପାରିବ ନାହିଁ - (ପରମଜିତ୍ କାହାର୍ ବନାମ୍ ୟୁଟି ଆର୍ ରାଜ୍ୟସରକାର - ଏ.ଆଇ.ଆର୍. ୨୦୧୧ ୟୁଟିଆଇଆର୍ – ୫ ) । ଏକ ବର୍ଷ ମଧ୍ୟରେ ଛାଡପତ୍ର ଆବେଦନ କରାଯିବ ନାହିଁ ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ , ଏକ ଛାଡପତ୍ର ଡିକ୍ରୀ ଦ୍ଵାରା କୌଣସି ବିବାହର ଭଙ୍ଗୀକରଣ ନିମନ୍ତେ କୌଣସି ଆବେଦନପତ୍ରକୁ ଗ୍ରହଣ କରିବା କୌଣସି ନ୍ୟାୟାଳୟ ପକ୍ଷରେ ଦକ୍ଷ ହେବ ନାହିଁ , [ଯଦି ଆବେଦନ ପତ୍ରର ଉପସ୍ଥାପନ ତାରିଖରେ ଏକ ବର୍ଷ ଅତିବାହିତ ହୋଇନଥାଏ ] ଏବଂ ତାହା ବିବାହ ତାରିଖରୁ ; ଉଲ୍ଲେଖଥାଉ ଯେ , ନ୍ୟାୟାଳୟ ସେ ସଂବନ୍ଧରେ ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରା ପ୍ରଣୀତ ଏପରି ନିୟମ ସହିତ ସମନ୍ଵୟ ରକ୍ଷାକରି , ଆବେଦନ ପତ୍ର ଉପରେ [ଏକ ବର୍ଷ ସମାପ୍ତ ହେବା ପୂର୍ବରୁ ] କୌଣସି ଆବେଦନପତ୍ରକୁ ଅନୁମୋଦନ କରିପାରନ୍ତି ଏବଂ ତାହା ବିବାହ ତାରିଖରୁ ଏବଂ ଏହି କାରଣ ଉପରେ ଯେ , ଉକ୍ତ ଘଟଣା କିମ୍ବା ମୋକଦ୍ଦମାଟି ଆବେଦନକାରୀଙ୍କ ପ୍ରତି ବ୍ୟତିକ୍ରମିତ କ୍ଲିଷ୍ଠତା କିମ୍ବା ପ୍ରତିବାଦୀଙ୍କ ପକ୍ଷରେ ବ୍ୟତିକ୍ରମିତ ବଂଚିତିକରଣ ଅଟେ ; ମାତ୍ର ଆବେଦନ ପତ୍ରର ଶୁଣାଣୀ ସମୟରେ ଯଦି ଏହା ନ୍ୟାୟାଳୟକୁ ପ୍ରତୀତ ହୁଏ ଯେ , ମୋକଦ୍ଦମାର ପ୍ରକୃତିକୁ କୁ – ପ୍ରତିନିଧିତ୍ଵ ଦ୍ଵାରା କିମ୍ବା ଲୁକାୟିତିକରଣ ଦ୍ଵାରା , ଆବେଦନକାରୀ , ଏହି ଆବେଦନପତ୍ର ଉପସ୍ଥାପନ କରିବା ନିମନ୍ତେ ନ୍ୟାୟାଳୟଙ୍କ ଅନୁମତି ଗ୍ରହଣ କରିଛନ୍ତି ; ସେପରିସ୍ଥଳେ ନ୍ୟାୟାଳୟ ଏକ ଡିକ୍ରୀ ଘୋଷଣା କରନ୍ତି , ଏପରି ସର୍ତ୍ତର ଅଧିନରେ ଏହା କରିପାରିବେ ଯେ , [ଏକ ବର୍ଷ ସମାପ୍ତି] ପରେ ମଧ୍ୟ ପ୍ରଭାବିତ ହେବ ନାହିଁ ଏବଂ ତାହା ବିବାହ ତାରିଖରୁ କିମ୍ବା [ଉକ୍ତ ଏକ ବର୍ଷ ଅତିବାହିତ ହେବାପରେ] ଅଣାଯାଇଥିବା କୌଣସି ଆବେଦନପତ୍ର ପ୍ରତି କୌଣସି କ୍ଷତି ନଘଟାଇ , ତାହା ଖାରଜ କରିପାରନ୍ତି , ଯାହାକି ସେହି ଏକ ବିଷୟ ଉପରେ ଏବଂ ଏପରି ଖାରଜ ହୋଇଥିବା ଆବେଦନପତ୍ରର ସମର୍ଥନରେ ସେହି ଏକା ବିଷୟର ଅଭିଯୋଗ ଉପରେ । ବିବାହ ତାରିଖରୁ [ଏକବର୍ଷ ସମାପ୍ତ] ହେବା ପୂର୍ବରୁ , ଛାଡପତ୍ର ନିମନ୍ତେ ଏକ ଆବେଦନପତ୍ର ଉପସ୍ଥାପନ କରିବା ନିମନ୍ତେ ଅନୁମତି ନିମନ୍ତେ , ଏହି ଏହି ଦଫା ଅନୁଯାୟୀ ଏକ ଆବେଦନପତ୍ର ଫଇସଲା କରିବାରେ , ନ୍ୟାୟାଳୟ ବିବାହର କୌଣସି ସନ୍ତାନର ସ୍ଵାର୍ଥକୁ ଏବଂ ସେପରି ପ୍ରଶ୍ନକୁ ବିଚାର କରିବେ ଯେ , [ଉକ୍ତ ଏକବର୍ଷ ] ଅତିବାହିତ ହେବା ପୂର୍ବରୁ ପକ୍ଷମାନଙ୍କ ମଧ୍ୟରେ ମିଳାମିଶାର କୌଣସି ଯଥାଯଥ ସମ୍ଭାବନା ଅଛି କି ନାହିଁ । ଟିପ୍ପଣୀ ଦଫା ୧୩ – ‘ଖ’ ଅନୁଯାୟୀ ଦାଏର କରାଯାଇଥିବା କୌଣସି ମୋକଦ୍ଦମାରେ ଦଫା ୧୪ କୁ ଆହ୍ଵାନ କରି , ଆଇନ୍ ସମ୍ମତ ସମୟକୁ ଉଠାଇବା ନିମନ୍ତେ ପ୍ରାର୍ଥନା କରାଯାଇପାରିବ ନାହିଁ – ଉର୍ବଶୀ ବନାମ୍ ଏନ୍.ସି.ଟି ସରକାର - ଏ.ଆଇ.ଆର୍ ୨୦୧୦ ଦିଲ୍ଲୀ – ୫୭) । ଦଫାଟି ବାଧ୍ୟତାମୂଳକ ଅଟେ ଏବଂ ନିର୍ଦ୍ଦେଶାତ୍ମକ ନୁହେଁ । ଛାଡପତ୍ର ନିମନ୍ତେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ , ଯଦି ବିବାହ ତାରିଖରୁ ଏକବର୍ଷ ସମୟ ଅତିବାହିତ ହୋଇନଥାଏ – (ଶାମା ଏଚ୍. କାଶୀନାଥ ବନାମ୍ ଶୋବା – ଏ.ଆଇ.ଆର୍. ୨୦୧୦ କର୍ଣ୍ଣାଟକ – ୧୬୦) । ଛାଡପତ୍ର ବ୍ୟକ୍ତି,ପୁନର୍ବାର କେବେ ବିବାହ ଯେତେବେଳେ କୌଣସି ବିବାହକୁ, ଏକ ଛାଡପତ୍ର ଡିକ୍ରୀ ଦ୍ଵାରା ଭଙ୍ଗ କରାଯାଇଥାଏ ଏବଂ ଡିକ୍ରୀ ବିରୁଦ୍ଧରେ ଅପିଲ୍ ର କୌଣସି ଅଧିକାର ନଥାଏ, କିମ୍ବା ଯଦି ଏପରି ଅପିଲ୍ ନିମନ୍ତେ କୌଣସି ଅଧିକାର ଥାଏ, ଏବଂ ଅପିଲ୍ ଉପସ୍ଥାପନ ବିନା, ଅପିଲ୍ ନିମନ୍ତେ ସମୟ ଅତିବାହିତ ହୋଇଥାଏ, କିମ୍ବା କୌଣସି ଅପିଲ୍ କରାଯାଇଥାଏ; ମାତ୍ର ଖାରଜ ହୋଇଥାଏ, ସେପରି ସ୍ଥଳେ ବିବାହର କୌଣସି ପକ୍ଷ ନିମନ୍ତେ ପୁନର୍ବାର ବିବାହ କରିବା, ଆଇନ୍ ସମ୍ମତ ହେବ । ଅସିଦ୍ଧ ଏବଂ ‘ଉଏଡେବଲ୍ ବିବାହର ସନ୍ତାନଙ୍କର ବୈଧତା ଏହି ବିଷୟ ସତ୍ତ୍ୱେ ଯେ, କୌଣସି ବିବାହ, ଦଫା ୧୧ ଅନୁଯାୟୀ ଅସିଦ୍ଧ ଅଟେ ଏବଂ ଏପରି ବିବାହର କୌଣସି ସନ୍ତାନ, ଯେକି ବୈଧ ହୋଇଥାଆନ୍ତା, ଯଦି ବିବାହ ବୈଧ ହୋଇଥାଆନ୍ତା, ସେ ବୈଧ ହେବ, ଯଦିଓ ଏପରି ସନ୍ତାନ ବିବାହ ନିୟମ (ସଂଶୋଧନ) ଆଇନ୍, ୧୯୭୬, (୬୮/୧୯୭୬) ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ ଜନ୍ମ ଗ୍ରହଣ କରିଥାଉ ଏବଂ ଏହି ଆଇନ୍ ଅନୁଯାୟୀ, ଉକ୍ତ ବିବାହ ସଂବନ୍ଧରେ ଏକ ଅସିଦ୍ଧ ଡିକ୍ରୀ ମଞ୍ଜୁର କରାଯାଇଥାଉ କିମ୍ବା ନାହିଁ କିମ୍ବା ଏହି ଆଇନ୍ ଅନୁଯାୟୀ ଏକ ଆବେଦନ ପତ୍ର ବ୍ୟତୀତ, ବିବାହକୁ ଅସିଦ୍ଧ ବୋଲି ଦର୍ଶାଯାଇଥାଉ କିମ୍ବା ନାହିଁ । ଯେଉଁ ସ୍ଥଳରେ, ଦଫା ୧୨ ଅନୁଯାୟୀ କୌଣସି ‘ଭଏଡେବଲ୍ ’ ବିବାହ ସଂବନ୍ଧରେ ଏକ ଅସିଦ୍ଧ ଡିକ୍ରୀ ମଞ୍ଜୁର କରାଯାଇଥାଏ, ସେପରିସ୍ଥଳେ, ବିବାହ ପୂର୍ବରୁ ଯଦି କୌଣସି ସନ୍ତାନ ଜନ୍ମ ଲାଭ କରିଥାଏ କିମ୍ବା ଗର୍ଭାଶୟରେ ଥାଏ , ଯେକି ବିବାହ ପକ୍ଷମାନଙ୍କର ବୈଧ ସନ୍ତାନ ହୋଇଥାଆନ୍ତା , ଯଦି ଡିକ୍ରୀ ତାରିଖରେ ଏହା ନାକଚ ହେବା ପରିବର୍ତ୍ତେ , ଭଙ୍ଗ ହୋଇଥାଆନ୍ତା, ତାହେଲେ ଅସିଦ୍ଧ ଡିକ୍ରୀ ସତ୍ବେଉକ୍ତ ସନ୍ତାନ ସେମାନଙ୍କର ବୈଧ ସନ୍ତାନ ବୋଲି ଧରାଯିବ । ଉପ – ଦଫା (୧) କିମ୍ବା ଉପ – ଦଫା (୨) ରେ ଧାରୀତ କୌଣସି ବ୍ୟବସ୍ଥା , ଅସିଦ୍ଧ କିମ୍ବା ଦଫା ୧୨ ଅନୁଯାୟୀ ଅସିଦ୍ଧତାର ଏକ ଡିକ୍ରୀ ଦ୍ଵାରା ଅବୈଧ ହୋଇଥାଏ, ତାହା କୌଣସି ବିବାହରୁ ଜାତ କୌଣସି ସନ୍ତାନକୁ କୌଣସି ବ୍ୟକ୍ତିର କୌଣସି ସଂପତ୍ତିରେ , ତା’ର ପିତାମାତାଙ୍କ ବ୍ୟତୀତ କୌଣସି ଅଧିକାର ନ୍ୟସ୍ତ କରେ ନାହିଁ , ମାତ୍ର ସେହି ସ୍ଥଳରେ , ଏହି ଆଇନ୍ ମଞ୍ଜୁର ହୋଇଥିଲେ , ଏପରି ସନ୍ତାନ , ତା’ର ପିତାମାତାଙ୍କର ବୈଧ ସନ୍ତାନ ନ ହେବା କାରଣରୁ ଏପରି କୌଣସି ଅଧିକାର ଦାଖଲ କରିନଥାଆନ୍ତା କିମ୍ବା ଗ୍ରହଣ କରିନଥାଆନ୍ତା । ଟିପ୍ପଣୀ ଯେତେଦୂର ପର୍ଯ୍ୟନ୍ତ, ଅସିଦ୍ଧ ବିବାହର ସନ୍ତାନମାନେ ବୈଧ ଅଟନ୍ତି , ଏପରି ପକ୍ଷମାନେ ସମାନ ଅଂଶରେ ମୃତ କର୍ମଚାରୀଙ୍କର ସଂପତ୍ତି ନିମନ୍ତେ ହକ୍ ଦାର୍ ହେବେ - (ଏ.ଆଇ.ଆର୍. ୨୦୦୦ ସୁପ୍ରିମ୍ କୋର୍ଟ - ୭୩୫) । ଯେତେବେଳେ ବିବାହ ସଂପାଦିତ ହୋଇଥିବାର କୌଣସି ପ୍ରମାଣ ନଥାଏ ଏବଂ ଆହୁରି ମଧ୍ୟ ପ୍ରମାଣ ନଥାଏ ଯେ, କୌଣସି ଆଇନ୍ ସମ୍ମତ କିମ୍ବା ବିଷୟ ସମ୍ମତ ବିବାହ ହୋଇଥିଲା , ସେପରି ସ୍ଥଳେ କୌଣସି ଏକତ୍ରୀକରଣରୁ ଜାତ ଏପରି ଏକ ସନ୍ତାନ ସପକ୍ଷରେ ଏକ ବୈଧ ସନ୍ତାନର ସ୍ଥିତି ଆହରଣ କରିବା ନିମନ୍ତେ , ଆଇନ୍ ର ଦଫା ୧୬ ଅନୁଯାୟୀ ଆଇନ୍ ସମ୍ମତ ଅନୁମାନ, ଯାହାକି ସଂପୂର୍ଣ୍ଣଭାବେ ଅସିଦ୍ଧ ଅଟେ କିମ୍ବା ଆଇନ୍ ର ଦଫା ୧୧ କିମ୍ବା ଦଫା ୧୨ ଅନୁଯାୟୀ, ଏପରି ବୋଲି ଘୋଷଣା କରାଯାଇଥାଏ । ଏପରି ସନ୍ତାନମାନଙ୍କ ଉପରେ କୌଣସି ଯୁକ୍ତିର ଉଲ୍ଲେଖରେ କିମ୍ବା କୌଣସି ଅନୁଷ୍ଠାନ ଉପରେ ସେଥିରେ ପରିକଳ୍ପିତ ଅଧିକ ଅଧିକାର ପ୍ରଦାନ କରିବାର କୌଣସି ସୁଯୋଗ ନାହିଁ , ଯେଉଁ ମାନେକି , ଦଫା ୧୬ ବ୍ୟତୀତ , ଅବୈଧ ବୋଲି ଉଲ୍ଲେଖିତ ହୋଇଥାଆନ୍ତେ । ଏପରି କରିବା ନିମନ୍ତେ କୌଣସି ଚେଷ୍ଟା , ଆଇନ୍ ର ଦଫା ୧୬ ର ଉପ – ଦଫା (୩) ରେ ଧାରୀତ ବ୍ୟବସ୍ଥାର କେବଳ ଯେ ଉଲ୍ଲଘଂନ କରି ଥାଆନ୍ତା, ତା ନୁହେଁ , ମାତ୍ର ଉକ୍ତ ବିଷୟ ଉପରେ ନ୍ୟାୟାଳୟର ପୁନଃ ଆଇନ ପ୍ରଣୟନ ନିମନ୍ତେ ଚେଷ୍ଟା (ଜୁନୁଆ କେଉଟୁଣୀ ବନାମ କୁମାର ସୀତାରାମ ମାନ୍ ଝୀ – ୨୦୦୩ (୧) ଆଇ.ଏଲ୍.ଡି – ୮୫୦ (ସୁପ୍ରିମ୍ କୋର୍ଟ) ; ୨୦୦୩ (୧) ଏସ୍.ସି.ସି. – ୭୩୦; ୨୦୦୩ (୧) ସୁପ୍ରିମ୍ – ୪୪୧) । ଦଫା ୧୬ (୩) – ଆଇନ୍ ର ଦଫା ୧୬ , ଯଦିଓ ସନ୍ତାନ କିମ୍ବା ପିଲାମାନଙ୍କୁ ବୈଧ କରିବା ନିମନ୍ତେ ପ୍ରଣୟନ କରାଯାଇଥିଲା , ଯେଉଁମାନେ କି ଅନ୍ୟଥା ଅବୈଧ ହୋଇଥାଆନ୍ତେ , ଏହା , ଉପ – ଦଫା (୩) ରେ ବିଶେଷଭାବେ ଏକ ବାଧା ଶୂନ୍ୟ ଧାରା ସହିତ ନିର୍ଦ୍ଧିଷ୍ଟଭାବେ ବ୍ୟବସ୍ଥାୟିତ କରିଥାଏ ଯେ , ଉପ – ଦଫା (୧) କିମ୍ବା ଉପ – ଦଫା (୨) ରେ ଧାରୀତ କୌଣସି ବ୍ୟବସ୍ଥାକୁ , କୌଣସି ଅସିଦ୍ଧ ବିବାହ କିମ୍ବା ଦଫା ୧୨ ଅନୁଯାୟୀ ଯାହାକୁ ଏକ ଡିକ୍ରୀଦ୍ଵାରା ଅସିଦ୍ଧ କରାଯାଇଛି , ସେଥିରୁ , ଜାତ ସନ୍ତାନ ଉପରେ କୌଣସି ଅଧିକାର ନ୍ୟସ୍ତ କରେ ନାହିଁ । ସେଥି ପାଇଁ, ଏହା ଦର୍ଶାଯାଇଥିଲା ଯେ, ଏପରି ସନ୍ତାନ ଉପରେ ପ୍ରଦାନ କରିବା ନିମନ୍ତେ କୌଣସି ସୁଯୋଗ ନାହିଁ , ଯେକି ଦଫା ୧୬ ବ୍ୟତୀତ , ଅବୈଧ ବୋଲି ଘୋଷିତ ହୋଇଥାଆନ୍ତି , କୌଣସି ଅନୁମାନ କିମ୍ବା ଯୁକ୍ତିର ଉଲ୍ଲେଖରେ ସେଥିରେ ପରିକଳ୍ପିତ ବ୍ୟତୀତ ଅଧିକ କୌଣସି ଅଧିକ ଅଧିକାର ପ୍ରଦାନ କରାଯିବ ନାହିଁ । (ଜିନିଆ କେଉଟୁଣୀ ଏବଂ ଅନ୍ୟମାନେ ବନାମ କୁମାର ସୀତାରାମ ମାନଝୀ ଏବଂ ଅନ୍ୟମାନେ - (୨୦୦୩) ୧ ଏସ୍ର.ସି.ସି. – ୭୩୦; ୨୦୦୩ (୧) ସୁପ୍ରିମ୍ – ୪୪୧ ) । ଦୈତ ବିବାହର ଦଣ୍ଡ ଏହି ଆଇନ୍ ର ପ୍ରାରମ୍ଭ ପରେ , ଦୁଇ ଜଣ ହିନ୍ଦୁଙ୍କ ମଧ୍ୟରେ ସଂପାଦିତ କୌଣସି ବିବାହ , ଅସିଦ୍ଧ ଅଟେ , ଯଦି ଏପରି ବିବାହ, ତାରିଖରେ କୌଣସି ପକ୍ଷର ଜେନ ସ୍ଵାମୀ କିମ୍ବା ସ୍ତ୍ରୀ ଜୀବିତ ଥାଆନ୍ତି, ଏବଂ ଭାରତୀୟ ଦଣ୍ଡବିଧି ସଂହିତା ୧୮୬୦ (୪୫/୧୮୬୦) ର ଦଫା ୪୯୪ ଏବଂ ୪୯୫ ସେହି ଅନୁଯାୟୀ ପ୍ରୟୋଗ ହେବ । ହିନ୍ଦୁ ବିବାହର କେତେକ ସର୍ତ୍ତାବଳୀର ଉଲ୍ଲଘଂନ ନିମନ୍ତେ ଦଣ୍ଡ ପ୍ରତ୍ୟକ ବ୍ୟକ୍ତି, ଯେ କି ନିଜ ନିମନ୍ତେ କିମ୍ବା କୌଣସି ସ୍ତ୍ରୀ ନିମନ୍ତେ , ଦଫା ୫ର ଧାରା (୩) , (୪) [ଏବଂ (୫) ] ରେ ଧାର୍ଯ୍ୟ ସର୍ତ୍ତାବଳୀର ଉଲ୍ଲଘଂନରେ ଏହି ଆଇନ୍ ଅନୁଯାୟୀ ବିବାହ ସଂପାଦନ କରନ୍ତି ; ସେ ନିମ୍ନଭାବେ ଦଣ୍ଡନୀୟ ହେବ :- ଦଫା ୫ର ଧାରା (୩) ରେ ଧାର୍ଯ୍ୟ ସର୍ତ୍ତର ଉଲ୍ଲଘଂନରେ , ସଶ୍ରମ କାରାଦଣ୍ଡ , ଯାହାକି ଦୁଇ ବର୍ଷକୁ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ , ଯାହାକି ଏକ ଲକ୍ଷ ଟଙ୍କାକୁ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଉଭୟରେ ଦଣ୍ଡିତ କରାଯିବ ; ଦଫା ୫ର ଧାରା (୪) କିମ୍ବା ଧାରା (୫) ରେ ଧାର୍ଯ୍ୟ କୌଣସି ସର୍ତ୍ତର ଉଲ୍ଲଘଂନରେ , ସରଳ କାରାଦଣ୍ଡରେ ଯାହାକୁ ଏକମାସ ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ , ଯାହାକି ଏକ ହଜାର ଟଙ୍କାକୁ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଉଭୟରେ ଦଣ୍ଡିତ କରାଯିବ ; ଆଧାର – ଦ ଲ ହାଉସ