ହିନ୍ଦୁମାନଙ୍କ ମଧ୍ୟରେ ପୋଷ୍ୟ ପୁତ୍ରଗ୍ରହଣ ଏବଂ ଭରଣପୋଷଣ ସଂବନ୍ଧୀୟ ଆଇନ୍ କୁ ସଂଶୋଧନ ଏବଂ ସନ୍ନିବଦ୍ଧ କରିବା ନିମନ୍ତେ ଏକ ଆଇନ୍; ଭାରତୀୟ ସାଧାରଣତନ୍ତ୍ରର ସପ୍ତମ ବାର୍ଷିକୀରେ, ପାର୍ଲାମେଣ୍ଟ ଦ୍ଵାରା, ନିମ୍ନଭାବେ ଆଇନ୍ ରେ ପରିଣତ ହେଲା । ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ହିନ୍ଦୁମାନଙ୍କ ମଧ୍ୟରେ ପୋଷ୍ୟପୁତ୍ର ଗ୍ରହଣ ଏବଂ ଭରଣପୋଷଣ ବିଷୟ ସହିତ : - ହିନ୍ଦୁ ସଂହିତାର ଏହି ଅଂଶ, ଆଲୋଚନା କରେ। ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍, ୧୯୫୬ର ମଞ୍ଜୁରୀ ସହିତ, ଯାହାକି ଉତ୍ତରାଧିକାରୀ ବିଷୟରେ ପୁତ୍ର ଏବଂ କନ୍ୟାମାନଙ୍କୁ ସମାନଭାବେ ବ୍ୟବହାର କରେ , ବର୍ତ୍ତମାନ ହିନ୍ଦୁମାନଙ୍କ ମଧ୍ୟରେ, ପୋଷ୍ୟପୁତ୍ର ଗ୍ରହଣର ଆଇନ୍ କୁ ସରଲା କରିବା ସମ୍ଭବ ହୋଇଛି । ପୁତ୍ର ଏବଂ କନ୍ୟାଙ୍କର ଗ୍ରହଣ ନିମନ୍ତେ ବିଲ୍ ବ୍ୟବସ୍ଥାୟୀତ କରେ । ତାଙ୍କର ମୃତ୍ୟୁ ପରେ, ଏକ ସନ୍ତାନ ଗ୍ରହଣ କରିବାରେ ତାଙ୍କର ସ୍ତ୍ରୀକୁ, ପ୍ରତିବନ୍ଧିତ କରିବା ନିମନ୍ତେ ଅନୁମୋଦନ କରିବା ନିମନ୍ତେ କୌଣସି ନ୍ୟାୟୋଦିତତା ନାହିଁ । କୌଣସି ହିନ୍ଦୁ ବିଧବା ଦ୍ଵାରା ଗ୍ରହଣ, ଏହା ପରଠାରୁ ତାଙ୍କ ନିଜ ଅଧିକାରରେ କରାଯାଇପାରିବ । କୌଣସି ବ୍ୟକ୍ତିଙ୍କୁ କୌଣସି ସମ୍ପତ୍ତିରୁ ବଞ୍ଚିତ କରାଯିବ ନାହିଁ, ଯାହାକି କେବଳ ଏହି ବିଷୟ ଯୋଗୁ ତାଙ୍କ ଠାରେ ନ୍ୟସ୍ତ କରାଯାଇଥାଏ ଯେ, ଏପରି ନ୍ୟସ୍ତିକରଣ ପରେ, ଏକ ଗ୍ରହଣ ଆନୁସୃତ ହୋଇଛି । ଏପରି ବଞ୍ଚିତିକରଣନିୟମ, ଅନେକ ମୋକଦ୍ଦମାର କାରଣ ହୋଇଛି । ହିନ୍ଦୁ ଉତ୍ତରାଧିକାର ଆଇନ୍, ୧୯୫୬ ରେ, ଏକ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ଏହା ଘୋଷଣା କରାଯାଇଥିଲା ଯେ, ତା’ର ସଂପତ୍ତିର ହସ୍ତାନ୍ତରଣ ନିମନ୍ତେ ଏକ ଦଲିଲ୍ ପ୍ରସ୍ତୁତ କରିବାରେ କୌଣସି ହିନ୍ଦୁର କ୍ଷମତା କେବଳ ଏହି ବିଷୟ କାରଣ ଦ୍ଵାରା, କୌଣସି ଉତ୍ତରାଧିକାରୀଙ୍କର ଭରଣପୋଷଣ ଅଧିକାରକୁ ପ୍ରଭାବିତ କରିବ ନାହିଁ ଯେ, ଏକ ହସ୍ତାନ୍ତରଣ ଦଲିଲ୍ ଅନୁଯାୟୀ, ଉତ୍ତରାଧିକାରକୁ ପ୍ରଭାବିତ କରିବ ନାହିଁ ଯେ, ଏକ ହସ୍ତାନ୍ତରଣ ଦଲିଲ୍ ଅନୁଯାୟୀ, ଉତ୍ତରାଧିକାରୀ, ସମ୍ପତ୍ତିର ଏକ ଅଂଶରୁ ବଞ୍ଚିତ ହୋଇଛନ୍ତି, ଯେଉଁଥିପ୍ରତି ସେ ହକ୍ ଦାର୍ ହୋଇଥାଆନ୍ତା, ଯଦି ମୃତକ କୌଣସି ସନ୍ତାନ ବିନା ମୃତ ହୋଇନଥାନ୍ତା । ସେତେବେଳେ ଏକ ସାନ୍ତ୍ଵନା ଦିଆଯାଇଥିଲା ଯେ, ଭରଣପୋଷଣ ସମ୍ବନ୍ଧୀୟ ହିନ୍ଦୁ ସଂହିତାର ଅଧ୍ୟାୟ, ପାର୍ଲାମେଣ୍ଟରେ ଯେତେ ଶୀଘ୍ର ସମ୍ଭବ ଉପସ୍ଥାପନ କରାଯିବ । ଏହି ବିଲ୍ ର ପରବର୍ତ୍ତୀ ଅଂଶ ଭରଣପୋଷଣ ବିଷୟ ଉଲ୍ଲେଖ କରେ । ଏହି ଅଧ୍ୟାୟ କୌଣସି ବିସ୍ତୃତ ମନ୍ତବ୍ୟ ଆହ୍ଵାନ କରେ ନାହିଁ । ଏହା ବହୁପରିମାଣରେ ବିଦ୍ୟମାନ ଆଇନ୍ ଉପରେ ପର୍ଯ୍ୟବେସିତ ଅଟେ, ଯେପରି ରାଓ ସମ୍ମତିରେ ଏବଂ ୧୯୪୮ ମସିହାରେ ସମାୟୀକ ପାର୍ଲାମେଣ୍ଟର ଚୟନ ସମିତି ଦ୍ଵାରା ସନ୍ନିବଦ୍ଧ କରାଯାଇଛି । (ଭାରତରେ ଗେଜେଟ୍, ୧୯୫୬, ପାରା ୨, ପୃଷ୍ଠା – ୭୪୯ । ) ସଂକ୍ଷିପ୍ତ ଆଖ୍ୟା ଏବଂ ପରିସର ଏହି ଆଇନ୍ କୁ ହିନ୍ଦୁ ପୋଷ୍ୟପୁତ୍ର ଗ୍ରହଣ ଏବଂ ଭରଣପୋଷଣ ଆଇନ୍, ୧୯୫୬ ବୋଲି କୁହାଯିବ । ଏହା ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତ ପ୍ରତି ପରିବର୍ଦ୍ଧିତ ଅଟେ । ଆଇନ୍ ର ପ୍ରୟୋଗ ଏହି ଆଇନ୍ ପ୍ରୟୋଗ ଅଟେ – କୌଣସି ବ୍ୟକ୍ତି ପ୍ରତି, ଯେକି ଏହାର କୌଣସି ଆକାର କିମ୍ବା ବିକାଶରେ ଧର୍ମାନୁଯାୟୀ ଜଣେ ହିନ୍ଦୁ ଅଟନ୍ତି, ଏବଂ ତାହା କୌଣସି କିରାଶୈବ , କୌଣସି ଲିଙ୍ଗାୟତ୍ କିମ୍ବା ବ୍ରହ୍ମ , ପ୍ରାର୍ଥନା କିମ୍ବା ଆର୍ଯ୍ୟ ସମାଜର ଅନୁଗାମୀ ଅଟେ । କୌଣସି ବ୍ୟକ୍ତି ପ୍ରତି , ଯେ କି ଜଣେ ବୌଦ୍ଧ , ଜୈନ କିମ୍ବା ଧର୍ମାନୁଯାୟୀ ଜଣେ ଶିଖ୍ ଅଟେ ; ଅନ୍ୟ କୌଣସି ବ୍ୟକ୍ତି ପ୍ରତି , ଯେକି ଧର୍ମାନୁଯାୟୀ ଜଣେ ମୁସ୍ ଲିମ୍ , ଖ୍ରୀଷ୍ଟିୟାନ , ପାର୍ସି କିମ୍ବା ନୁହେଁ , ଯଦି ଏହା ପ୍ରମାଣ କରାଯାଏ ନାହିଁ ଯେ , ଏପରି କୌଣସି ବ୍ୟକ୍ତି , ହିନ୍ଦୁ ଆଇନ୍ ଦ୍ଵାରା ପରିଚାଳିତ ହୋଇ ନଥାଆନ୍ତେ କିମ୍ବା କୌଣସି ବିଷୟ ସଂବନ୍ଧରେ ଉକ୍ତ ଆଇନ୍ ର ଅଂଶଭାବେ କୌଣସି ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ପରିଚାଳିତ ହୋଇନଥାଆନ୍ତେ , ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା । ସ୍ପଷ୍ଟୀକରଣ :- ନିମ୍ନଲିଖିତ ବ୍ୟକ୍ତିମାନେ , ଧର୍ମାନୁଯାୟୀ , ହିନ୍ଦୁ , ବୌଦ୍ଧ , ଜୈନ କିମ୍ବା ଶିଖ୍ ଅଟନ୍ତି , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ : - କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ, ଯାହାର ଉଭୟ ପିତାମାତା ଧର୍ମାନୁଯାୟୀ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟନ୍ତି । କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ, ଯାହାର ଜଣେ ପିତାମାତା, ଧର୍ମାନୁଯାୟୀ, ଜଣେ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟନ୍ତି ଏବଂ ଯେକି, ସେହି ଜାତି, ସଂପ୍ରଦାୟ, ଦଳ ଏବଂ କିମ୍ବା ପରିବାରର ଜଣେ ସଦସ୍ୟଭାବେ ଲାଳିତପାଳିତ ହୋଇଥାଏ । ଯେଉଁଥିରେ ଏପରି ପିତାମାତା ଅନ୍ତର୍ଭୁକ୍ତ ଥାଆନ୍ତି ; କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ, ଯେକି ତା’ର ପିତା ଏବଂ ମାତା ଉଭୟଙ୍କ ଦ୍ଵାରା ପରିତ୍ୟକ୍ତ କମ୍ବା ଯାହାର ପିତୃତ୍ଵ ଜଣାନାହିଁ ଏବଂ ଯେକି ଉପରୋକ୍ତ ଯେକୌଣସି କ୍ଷେତ୍ରରେ, ଜଣେ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଭାବେ ଲାଳିତପାଳିତ ହୋଇଛି; ଏବଂ କୌଣସି ବ୍ୟକ୍ତି ଯେକି, ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ଧର୍ମ ପ୍ରତି ପରିବର୍ତ୍ତିତ କିମ୍ବା ପୁନଃପରିବର୍ତ୍ତିତ । ଉପ – ଦଫା (୧) ରେ ଧାରୀତ କୌଣସି ବିଷୟ ସତ୍ଵେ, ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା, ସଂବିଧାନର ଅନୁଚ୍ଛେଦ ୩୬୬ର ଧାରା (୨୫) ର ଅର୍ଥ ମଧ୍ୟରେ କୌଣସି ତଫସିଲ୍ ଭୁକ୍ତ ଉପଜାତିର ସଦସ୍ୟଙ୍କ ପ୍ରତି ପ୍ରୟୋଗ ହେବ ନାହିଁ , ଯଦି କେନ୍ଦ୍ର ସରକାର କାର୍ଯ୍ୟାଳୟ ଗେଜେଟ୍ ରେ, ବିଜ୍ଞପ୍ତି ଦ୍ଵାରା, ଅନ୍ୟଥା ନିର୍ଦ୍ଦେଶିତ ନକରନ୍ତି । ଏହି ଆଇନ୍ ର କୌଣସି ଅଂଶରେ, ଉକ୍ତି ‘ହିନ୍ଦୁ’ କୁ ଏପରିଭାବେ ବ୍ୟାଖ୍ୟା କରାଯିବ, ଯେପରିକି ଏହା କୌଣସି ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରେ, ଯେକି, ଯଦିଓ ଧର୍ମାନୁଯାୟୀ ଜଣେ ହିନ୍ଦୁ ନୁହେଁ, ତଥାପି ସେ ଜଣେ ବ୍ୟକ୍ତି ଅଟେ । ଯାହାଙ୍କ ପ୍ରତି ଏହି ଦଫାରେ ଧାରୀତ ବ୍ୟବସ୍ଥାବଳୀ ଯୋଗୁ , ଏହି ଆଇନ୍ ପ୍ରୟୋଗ ହୁଏ । ସଂଜ୍ଞା ଏହି ଆଇନ୍ ରେ, ଯଦି ସୂଚୀ ଅନ୍ୟଥା ଆବଶ୍ୟକ ନକରେ : - ଉକ୍ତି ‘ପ୍ରଥା’ ଏବଂ ‘ବ୍ୟବହାର’ କୌଣସି ନିୟମକୁ ଅର୍ଥାୟୀତ କରେ, ଯାହାକି, ଦୀର୍ଘଦିନଧରି କ୍ରମାନୁଗିକଭାବେ ପାଳିତ ହେବାରୁ, କୌଣସି ଅଞ୍ଚଳର ହିନ୍ଦୁ ଜାତି, ସଂପ୍ରଦାୟ, ଦଳ କିମ୍ବା ପରିବାରରେ, ଆଇନର ବଳ ଗ୍ରହଣ କରିଛି; ଉଲ୍ଲେଖଥାଉଯେ, ଏପରି ନିୟମ ନିଶ୍ଚିତ ହୋଇଥିବ ଏବଂ ଅଯଥା ହୋଇ ନଥିବା କିମ୍ବା ସର୍ବସାଧାରଣ ନୀତିର ବିରୁଦ୍ଧାଚରଣ କରୁନଥିବ; ଏବଂ ଆହୁରି ଉଲ୍ଲେଖଥାଉ ଯେ , କୌଣସି ନିୟମ କ୍ଷେତ୍ରରେ, ଯାହାକି କେବଳ ଗୋଟିଏ ପରିବାର ପ୍ରତି ପ୍ରୟୋଗନୀୟ ଅଟେ; ଏହା ଉକ୍ତ ପରିବାର ଦ୍ଵାରା ବନ୍ଦ କରାଯାଇ ନଥିବ । “ଭରଣପୋଷଣ” ଅନ୍ତର୍ଭୁକ୍ତ କରେ : - ସମସ୍ତ କ୍ଷେତ୍ରରେ, ଖାଦ୍ୟ, ଲୁଗାପଟା, ବାସସ୍ଥାନ, ଶିକ୍ଷା ଏବଂ ଡାକ୍ତରୀ ଚିକିତ୍ସା । କୌଣସି ଅବିବାହିତା କନ୍ୟା କ୍ଷେତ୍ରରେ, ତା’ର ବିବାହ ପ୍ରତି ଯଥାର୍ଥ ଖର୍ଚ୍ଚ; ‘ନାବାଳକ’ ଅର୍ଥ କୌଣସି ବ୍ୟକ୍ତି, ଯେକି ଅଠର ବର୍ଷ ବୟସ ସମାପ୍ତ କରି ନାହାଁନ୍ତି । ଟିପ୍ପଣୀ କୌଣସି ସନ୍ତାନକୁ ଭରଣପୋଷଣ କରିବାର ସଂପୂର୍ଣ୍ଣ ଦାୟିତ୍ଵକୁ ଏହି କାରଣ ଉପରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ଯେ; ଏପରି କର୍ତ୍ତବ୍ୟ ଉଦ୍ରେକ ହୁଏ, କେବଳ ଯଦି ଉକ୍ତ ସନ୍ତାନ, ପିତାମାତାଙ୍କର ସୁରକ୍ଷା ଏବଂ ଯତ୍ନ ପ୍ରତି ନିଜକୁ ସମର୍ପଣ କରେ – (କୃଷ୍ଣ ପ୍ରସାଦ ରାଓ ବନାମ ଜୟଶ୍ରୀ – ଏ.ଆଇ.ଆର୍. ୧୯୮୬ ଆନ୍ଧ୍ର ପ୍ରଦେଶ – ୧୨୬) । ଭରଣପୋଷଣ , ମୋକଦ୍ଦମା ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରିବ ନାହିଁ – (ସୋମନାଥ ଜେନା ବନାମ ସାବିତ୍ରୀ ଜେନା – ଏ.ଆଇ.ଆର୍ ୧୯୮୭ ଓଡିଶା – ୨୫୧ । ଆଇନ୍ ର ଅତିକ୍ରମଣୀୟ ପ୍ରଭାବ ଏହି ଆଇନ୍ ରେ ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ : - ହିନ୍ଦୁ ଆଇନ୍ ର ପୁସ୍ତକ, ନିୟମ କିମ୍ବା ବ୍ୟାଖ୍ୟା, କିମ୍ବା କୌଣସି ପ୍ରଥା କିମ୍ବା ବ୍ୟବହାର, ଯାହାକି ଏହି ଆଇନ୍ ର ଠିକ୍ ପ୍ରାରମ୍ଭ ପୂର୍ବରୁ ବଳବତ୍ତର ଥିବା ଆଇନ୍ ର ଏକ ଅଂଶ ହୋଇଥାଏ, ତାହା କୌଣସି ବିଷୟ ସଂବନ୍ଧରେ ପ୍ରଭାବିତ ହେବାରୁ ରହିତ ହେବ, ଯେଉଁଥି ନିମନ୍ତେ, ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି। ଏହି ଆଇନ୍ ର ଠିକ୍ ପ୍ରାରମ୍ଭ ପୂର୍ବରୁ, ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍, ହିନ୍ଦୁମାନଙ୍କ ପ୍ରତି ପ୍ରୟୋଗ ହେବାରୁ ରହିତ ହେବ, ଜେତଦୁର ପର୍ଯ୍ୟନ୍ତ ଏହା, ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସହ ଅସାମଞ୍ଜସ୍ୟ ହୋଇଥାଏ । ଆଧାର – ଦ ଲ ହାଉସ