ପରିଚୟ ହିନ୍ଦୁ ଆଇନ୍ ରେ, ଦୁଇଟି ପ୍ରଭୋଦତା ଥିଲା, ଯାହାକି, ସଂଶୋଧନ ଆବଶ୍ୟକ କରୁଥିଲା । ପ୍ରଥମତି ଥିଲା, ଯୁଗ୍ମ ପରିବାର ସମ୍ପତ୍ତିରେ ପୁତ୍ରର ସମାନ ଅଂଶରେ ତା’ର ଅଧିକାର ନ୍ୟସ୍ତ ନକରି, କନ୍ୟା ବିରୁଦ୍ଧରେ ଦର୍ଶାଯାଉଥିବା ବୈଷମ୍ୟ ଯଦିଓ ସେ, ତା’ର ପିତାଙ୍କର ସ୍ଵ ଆହରୀତ ସମ୍ପତ୍ତିରେ ଏପରି ଅଂଶ ନିମନ୍ତେ ହକ୍ ଦାର୍ ଅଟେ । ଅନ୍ୟ ପ୍ରଭେଦଟି ହେଉଛି, ତାଙ୍କ ସ୍ଵାମୀ ଏବଂ ପୁତ୍ରମାନଙ୍କ ମଧ୍ୟରେ ଘଟୁଥିବା ପାରିବାରିକ ବିଭାଜନରେ , ତାଙ୍କ ପୁତ୍ର ପରି ସମାନ ଅଂଶ ପ୍ରତି ପରିବାରରେ ମାଆଙ୍କୁ ବଞ୍ଚିତ କରିବା । ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ୍ , ୩୯/୨୦୦୫ ଅନୁଯାୟୀ , କନ୍ୟା ଭୋଗୁଥିବା ଅକ୍ଷମତାକୁ ସଂଶୋଧନ କରାଯାଇଥିଲା । ଅନ୍ୟ ଅକ୍ଷମତା , ଯାହା ମାଆ ଭୋଗୁଛି, ସେଥିପ୍ରତି ଏପର୍ଯ୍ୟନ୍ତ ଦୃଷ୍ଟିପାତ କରାଯାଇ ନାହିଁ । ପୂର୍ବପୁରୁଷ ସମ୍ପତ୍ତିରେ ସମାନ ଅଂଶ ନିମନ୍ତେ କନ୍ୟାମାନଙ୍କର ଦାବୀକୁ , ୧୯୮୫ ମସିହାରେ ଆନ୍ଧ୍ରପ୍ରଦେଶରେ ପ୍ରଥମେ ସ୍ଵୀକାର କରାଯାଇଥିଲା । ପରେ କର୍ଣ୍ଣାଟକ, ତାମିଲନାଡୁ ଏବଂ ମହାରାଷ୍ଟ୍ର ରାଜ୍ୟଗୁଡିକ ସେହି ପଥ ଅନୁସରଣ କରିଥିଲେ । ଏପରି ସଂଶୋଧନ ଗୁଡିକ ଆଗୁଆଭାବେ କାର୍ଯ୍ୟକାରୀ ହେଉଥିଲା ଏବଂ ପରିବାରରେ ହେଉନଥିବା କୌଣସି ବିଭାଜନ ଉପରେ ସର୍ତ୍ତାୟୀତ କରାଯାଉଥିଲା ଏବଂ ଏକ ଅଂଶ ଦାବୀ କରୁଥିବା କନ୍ୟା , ସେହି ତାରିଖରେ ବିବାହ କରି ନଥାଏ । ଅନ୍ୟ ଅର୍ଥରେ , ଯଦି ସେହି ସମୟରେ, ସଂଶୋଧନୀୟ ଆଇନ୍ ବଳବତ୍ତର ହୋଇନଥାଏ , ପରିବାରରେ ଏକ ବିଭାଜନ ଘଟିଥାଏ କିମ୍ବା କନ୍ୟା ବିଭାହିତା ହୋଇଥାଏ , ସେପରିସ୍ଥଳେ ଏପରି କନ୍ୟା ଏକ ଅଂଶ ଦାବୀ କରିପାରିବ ନାହିଁ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ଠାରେ ନ୍ୟସ୍ତ ସମ୍ପତ୍ତିକୁ ବିଚଳିତ କିମ୍ବା ବିବ୍ରତ କରିପାରିବ ନାହିଁ । ବର୍ତ୍ତମାନ , ହିନ୍ଦୁ ଉତ୍ତରାଧିକାରୀ (ସଂଶୋଧନ) ଆଇନ୍ ଜରିଆରେ ସେହିପରି ଏକ ସଂଶୋଧନ ଆଣିବା ସମୟରେ ପାର୍ଲାମେଣ୍ଟ , ଯେପରି ରାଜ୍ୟ ସଂଶୋଧନରେ ଧାରିତ , ତାହା ପ୍ରଶ୍ନାୟୀତ ହୋଇଥିଲା । ଏଠାରେ ସେଗୁଡିକ ବୈଧ ବୋଲି ଦର୍ଶାଯାଇଥିଲେ ଏବଂ ଯେ , ସେଗୁଡିକ କୌଣସି ବୈଷମ୍ୟ କିମ୍ବା ଅତ୍ୟଧିକ ଅନୁକଂପା ଅଭିଯୋଗରେ ଭାରାକ୍ରାନ୍ତ ନୁହେଁ । ନ୍ୟାୟାଳୟ ମଧ୍ୟ ଏହି ନିୟମକୁ କାଏମ ରଖିଥିଲେ ଯେ , ଅନ୍ୟମାନଙ୍କ ସପକ୍ଷରେ ପୂର୍ବରୁ ଉଦ୍ରେକ୍ ହୋଇଥିବା ପକ୍ଷମାନଙ୍କର ଅଧିକାରକୁ ପ୍ରଭାବିତ କରି କରାଯାଇଥିବା କୌଣସି ସଂଶୋଧନ , ଏପରି ନିସ୍ଵାର୍ଥକୁ ପ୍ରଭାବିତ କରିବ ନାହିଁ । ସେହି ଏକ ପ୍ରକାର ସ୍ଥିତିରେ , ହିନ୍ଦୁ ପୋଷ୍ୟପୁତ୍ର ଗ୍ରହଣ ଏବଂ ଭରଣପୋଷଣ ଆଇନ୍ , ଏକ ବ୍ୟବସ୍ଥା ଧାରଣ କରିଥିଲା ଯେ , ଯୁଗ୍ମ ପରିବାର ସମ୍ପତ୍ତିରେ ପୂର୍ବରୁ ନ୍ୟସ୍ତ ଅଧିକାର , ଗ୍ରହଣ ଦ୍ଵାରା କୌଣସି ପ୍ରକାର ବିଚ୍ୟୁତ ହେବ ନାହିଁ । ଏହାର ଅର୍ଥ ହେଉଛି ଯେ , ଗୃହୀତ ସନ୍ତାନ , ଯଦି ଗ୍ରହଣ ତାରିଖ ସୁଦ୍ଧା ତାଙ୍କ ଉପରେ କୌଣସି ଯୁଗ୍ମ ପରିବାର ସମ୍ପତ୍ତି ନ୍ୟସ୍ତ ହୋଇଥାଏ, ସେ ତାହା ତାଙ୍କ ସହିତ , ଗ୍ରହଣକାରୀ ପରିବାରକୁ ଦେବେ , ପୁନର୍ବାର ଗ୍ରହଣକାରଣ ଦ୍ଵାରା, ଗୃହୀତ ସନ୍ତାନ, ପରିବାରର ସଦସ୍ୟମାନଙ୍କର ଅଂଶକୁ ବିବ୍ରତ କିମ୍ବା ବିଚଳିତ କରିବ ନାହିଁ, ଯେଉଁଠିକୁ ସେ ଜଣେ ଗୃହୀତଭାବେ ଯାଉଛନ୍ତି । ବର୍ତ୍ତମାନ ଯେ, କନ୍ୟାକୁ ଜଣେ ସହ – ଅଂଶୀଦାର ଭାବେ ଘୋଷଣା କରାଯାଇଛି, ଯାହାକି ତାଙ୍କର ପ୍ରାକୃତିକ ପରିବାରରେ ଥିଲା , ତାହା ଗ୍ରହଣକାରୀ ପରିବାରକୁ ନେବେ । ସେହିପରିଭାବେ, ସେ ସେହି ପରିବାରର ପୁତ୍ର ଏବଂ କନ୍ୟାମାନଙ୍କ ଠାରେ ନ୍ୟସ୍ତ ସମ୍ପତ୍ତିରେ ଅଂଶକୁ ବିବ୍ରତ କିମ୍ବା ବିଚଳିତ କରିବେ ନାହିଁ , ଯେଉଁଠିକୁ ସେ, ସେହି ତାରିଖରେ, ଜଣେ ଗ୍ରହୀତା ଭାବେ ଯାଉଛନ୍ତି । ଅଣ – ସଂଶୋଧିତ ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ , ୧୯୫୬ ଅନୁଯାୟୀ ଏକ ବ୍ୟବସ୍ଥାଥିଲା , ଯାହା ଅନୁଯାୟୀ , ପରିବାରର ମହିଳା ସଦସ୍ୟମାନେ , ପୁରୁଷ ସଦସ୍ୟମାନଙ୍କ ସହିତ ଯୁଗ୍ମ ମାଲିକ ଭାବେ ସେମାନଙ୍କ ଦ୍ଵାରା ଧାରୀତ ଯୁଗ୍ମ ବାସଗୃହର ବିଭାଜନ ଦାବୀ କରି ପାରିବେ ନାହିଁ । ଏପରି ପରିସ୍ଥିତିରେ , ସେମାନେ ଉକ୍ତ ଗୃହର ବିଭାଜନ ଦାବୀ କରି ପାରିବେ ନାହିଁ , ଯଦି ପୁରୁଷ ସଦସ୍ୟମାନେ ଉକ୍ତ ସମ୍ପତ୍ତିର ବିଭାଜନ ନିମନ୍ତେ ସ୍ଥିର ନକରନ୍ତି । ଏପରିକି ଜଣେ ପୁରୁଷ ସଦସ୍ୟ ଥିବା ପରିବାର କ୍ଷେତ୍ରରେ ନ୍ୟାୟାଳୟ ଦର୍ଶାଇଥିଲେ ଯେ , ମହଲାମାନେ ଯୁଗ୍ମବାସ ଗୃହର ବିଭାଜନ ଦାବୀ କରିପାରିବେ ନାହିଁ । ଏ ପରିସ୍ଥିତି ଅଧିକ କ୍ଲିଷ୍ଠତା ଉଦ୍ରେକ୍ କରିଛି ଯେ , ମହିଳାମାନେ ଯୁଗ୍ମ ବାସ ଗୃହରେ ଥିବା ସେମାନଙ୍କର ଅଂଶ ସଂବନ୍ଧରେ କୌଣସି ଅଂଶ ଗ୍ରହଣ କରିବା ନିମନ୍ତେ ସକ୍ଷମ ହୋଇ ନାହାଁନ୍ତି । ଏପରି ଅପ୍ରାସଙ୍ଗିକତାକୁ , ସର୍ବଶେଷ ୨୦୦୫ର ସଂଶୋଧନ ଦ୍ଵାରା ଅପସରଣ କରାଯାଇଛି , ଯାହାଦ୍ୱାରା ମୂଳ ଆଇନ୍ ର ଦଫା ୨୩କୁ ବାଦ୍ ଦିଆଯାଇଛି । ଅନ୍ୟ ଏକ ବିଭ୍ରାନ୍ତିକୁ ଅପସରଣ କରିବା ସଂବନ୍ଧରେ ସୁଯୋଗ ନିଆଯାଇଥିଲା , ଯାହାଦ୍ୱାରା କେତେକ ନିର୍ଦ୍ଧିଷ୍ଟ ବିଧବା , ସେମାନଙ୍କର ପୁନଃ ବିବାହ ପରେ , ମୃତକର ସମ୍ପତ୍ତି ପ୍ରତି ଉତ୍ତରାଧିକାର ନିମନ୍ତେ ଅଯୋଗ୍ୟ ହେବେ ; ସଂଶୋଧନରେ ଅଯୋଗ୍ୟତାର ଅପସାରଣ , ବ୍ଯକ୍ତିର ସ୍ଵାଧୀନତାର ଆଧୁନିକ ନୀତି ସହ ସମନ୍ଵୟ ରକ୍ଷାକରେ ନାହିଁ । ତା’ପରେ, ନୂତନ ସଂଶୋଧନ ଦ୍ଵାରା ଅଣାଯାଇଥିବା ପାରିଣତିକ ପରିଣତ ଏହା ସଂଯୋଗ ଦ୍ଵାରା ‘କୌଣସି ପୂର୍ବ – ମୃତ କନ୍ୟାର ଜଣେ ପୂର୍ବ – ମୃତ କନ୍ୟାର ପୁତ୍ର, ଜଣେ ପୂର୍ବ – ମୃତ କନ୍ୟାର ଜଣେ ପୂର୍ବ – ମୃତ କନ୍ୟାର କନ୍ୟା; ପୂର୍ବ ମୃତ କନ୍ୟାର ଜଣେ ପୂର୍ବ ମୃତ ପୁତ୍ରର କନ୍ୟା; ଜଣେ ପୂର୍ବ ମୃତ ପୁତ୍ରର ଜଣେ ପୂର୍ବ ମୃତ କନ୍ୟା’ ସୂଚୀ ପ୍ରତି ସଂଯୁକ୍ତ ତାଲିକାର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀଭାବେ ଉଲ୍ଲେଖ କରାଯାଇଛି । ଯାହେଉନା କାହିଁକି , ଏହା ଉଲ୍ଲେଖ କରିବା ଉତ୍ସାହଜନକ ଯେ, ଯେଉଁ ସ୍ଥଳରେ କୌଣସି କନ୍ୟା ଜଣେ ସମ – ଅଂଶୀଦାରଭାବେ ଏକ ଅଂଶ ଗ୍ରହଣକରେ, ସେତେବେଳେ ସେ ପୁତ୍ରପରି ନୁହେଁ, ସଂପୂର୍ଣ୍ଣଭାବେ ସମ୍ପତ୍ତିକୁ ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରେ । ଏପରିଭାବେ କରାଯାଇଥିବା ସଂଶୋଧନ ଯୁଗ୍ମ ପରିବାର ସମ୍ପତ୍ତି ପ୍ରତି ଉତ୍ତରାଧିକାରୀତ୍ଵରେ ସମାନତାର ନୀତିକୁ ନ୍ୟାୟୋଦିତ କରେ । ଅନ୍ୟ ଏକ ପ୍ରଭେଦତା ଯାହାକି ପ୍ରାରମ୍ଭରେ ଦର୍ଶାଯାଇଛି ତାହା ମାଆଙ୍କ ପ୍ରତି ସଂପୃକ୍ତ । ଶାସ୍ତ୍ରୀୟ ଆଇନ୍ ଅନୁଯାୟୀ, ଯେତେବେଳେ ପିତା ଏବଂ ପୁତ୍ରମାନଙ୍କ ମଧ୍ୟରେ ଯୁଗ୍ମ ପରିବାର ସମ୍ପତ୍ତିର ବିଭାଜନ ଘଟେ, ସେପରିସ୍ଥଳେ ପୁତ୍ରପରି ମାଆର ମଧ୍ୟ ଏକ ସମାନ ଅଂଶ ରୁହେ । ଯଦିଓ ଏହି ଏହି ନିୟମ ଅତୀତ କାଳରେ ପ୍ରଚଳିତ ଥିଲା , ବିଭାଜନ ସମୟରେ ତାଙ୍କର ନିଜ ଅଂଶକୁ କେବେହେଲେ ପରିବାରରେ ମାଆ ଦାବୀକରୁ ନଥିଲେ । ଏହା ଦେଖି ଯେ , ମାଆ କେବେହେଲେ କୌଣସି ଅଂଶ ଦାବୀ କରୁନାହାଁନ୍ତି । ମାଡ୍ରାସ୍ ଉଚ୍ଚନ୍ୟାୟାଳୟ “ରାମପ୍ପା ନାୟକାନ୍ ବନାମ ସିତମ୍ମଲ (୧୮୭୦) ଆଇ.ଏଲ୍.ଆଇ. – ୨ ମାଡ୍ରାସ୍ – ୧୮୨ ରେ ଦର୍ଶାଇଥିଲେ ଯେ , ମାଆଙ୍କ ଦ୍ଵାରା ଅଂଶ ନିମନ୍ତେ ଦାବୀ , ଉକ୍ତ ଦାବୀର ଅଣ – ପରିଚାଳନା ଯୋଗୁ ଅକାମୀ ହୋଇଯାଇଛି । ଏହା, ପରିବାରରେ ମାଆଙ୍କ ପ୍ରତି ସ୍ପଷ୍ଟଭାବେ ଅତି ଗୁରୁତର ଅନ୍ୟାୟ ଅଟେ । ତାଙ୍କୁ ଜଣେ ସାମାନ୍ୟ ଭରଣପୋଷଣ କରିବା , ଏହା ପ୍ରତି ଅପମାନ ସଂଯୋଗ କରେ । ସେଥିପାଇଁ, ଏହା ପ୍ରକୃଷ୍ଠ ସମୟ ଯେ, ଯୁଗ୍ମ ପରିବାର ସମ୍ପତ୍ତିରେ ମାଆର ଅଂଶର ଅଧିକାରରୁ ଏକ ଆଇନ୍ ସମ୍ମତ ଘୋଷଣା ଦ୍ଵାରା ପୁନରୁଦ୍ଧାର କରାଯିବା ଉଚିତ୍ । ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟର ଏକ ସଂପୂର୍ଣ୍ଣ ଖଣ୍ଡପିଠ, ୧୯୮୮, ଏ.ଏଲ୍.ଟି. – ୨୮୯ (ଆର୍ ଆପେୟା ବନାମ ବିଶେଷ ତହସିଲ୍ ଦାର୍ ଭୂ – ସଂସ୍କାର ଆଦାନକିଂ), ବିଚାରପତି କୋଦଣ୍ଡାଙ୍କ ଜରିଆରେ , ନିମ୍ନଭାବେ ସୁପାରିସ୍ କରିଥିଲେ । “ଆରମ୍ଭ ରାଏରୁ ପୃଥକ୍ ହେବା ପୂର୍ବରୁ , ଏହା ନିଶ୍ଚିତ ଭାବେ କହିବା , ଯେ , ଏହା ଏକ ଉପଯୁକ୍ତ ମୋକଦ୍ଦମା ଯେଉଁ ସ୍ଥଳରେ ରାଜ୍ୟ ସରକାର ତୁରନ୍ତ ଆଇନ୍ ପ୍ରଣୟନ କରିବା ଉଚିତ୍ ଯେହେତୁ ମାଆ , ହିନ୍ଦୁ ଉତ୍ତରାଧିକାରୀ ଆଇନ୍ (୩୦/୧୯୫୬) ଦ୍ଵାରା ହିନ୍ଦୁ ମହିଳାଙ୍କର ସମ୍ପତ୍ତି ପ୍ରତି ଅଧିକାର ଆଇନ୍ (୧୮/୧୯୩୭) ର ରଦ୍ଦିକରଣ ଦୃଷ୍ଟିରୁ ଦୁଇ ଗୁଣ ଅସୁବିଧାରେ ପଡିଛନ୍ତି , ଯେହେତୁ ଯୁଗ୍ମ ପରିବାରରେ ତାଙ୍କ ସ୍ଵାମୀଙ୍କର ସମୁଦାୟ ଅଂଶ ଦେବାରେ ତାଙ୍କର ଅଧିକାରକୁ ନେଇ ନିଆଯାଇଛି ଏବଂ ଏପରିକି ସ୍ଵାମୀଙ୍କର ଉତ୍ତରାଧିକାରୀଭାବେ ତାଙ୍କର ଅଂଶକୁ ହ୍ରାସ କରାଯାଇଛି , ଯେହେତୁ କନ୍ୟାମାନେ ମଧ୍ୟ , ପୁତ୍ରମାନଙ୍କ ସହିତ ପିତାଙ୍କ ଅଂଶରେ ଉତ୍ତରାଧିକାରୀ ଅଟନ୍ତି । ଅଧିକନ୍ତୁ , ଏହି ବିଷୟ ଅଧିକ ଗୁରୁତର ହୋଇଥିଲା , ଯେତେବେଳେ ରାଜ୍ୟ ସଂଶୋଧନ ଆଇନ୍ (୧୩/୧୯୮୬) , କନ୍ୟାମାନଙ୍କ ଉପରେ ,ଜନ୍ମ ଦ୍ଵାରା ଏକ ଅଧିକାର ନ୍ୟସ୍ତ କରିଥିଲା ଏବଂ ସେମାନଙ୍କୁ ଷ ଅଂଶୀଦାର କରିଥିଲା ଏବଂ ପରିଣତି ସ୍ୱରୂପ , ପିତାଙ୍କର ଅଂଶକୁ ଆହୁରି ହ୍ରାସ କରାଯାଇଥିଲା । ଏହା ଉପଯୁକ୍ତ ତଥା ନ୍ୟାୟୋଦିତ ଅଟେ ଯେ , ଯୁଗ୍ମ ପରିବାର ସମପଟଟିରେ ତାଙ୍କ ସ୍ଵାମୀଙ୍କର ସମୁଦାୟ ଅଂଶ ନେବାରେ ତାଙ୍କର ମୂଳ ସ୍ଥିତି ଖୁବ୍ କମ୍ ରେ ସେହି ସମସ୍ତ କ୍ଷେତ୍ରରେ ପୁନରୁଦ୍ଧାର କରାଯିବ, ଯେଉଁ ସ୍ଥଳରେ କନ୍ୟାଙ୍କ ଉପରେ ଅଧିକାର ନ୍ୟସ୍ତ କରୁଥିବା ରାଜ୍ୟ ରାଜ୍ୟ ସଂଶୋଧନକୁ ଆକର୍ଷଣ କରାଯାଏ ନାହିଁ , ଏହି ଦୃଷ୍ଟିରୁ ଯେ, ଏପରି ସଂଶୋଧନ, ମୂଳ ଆଇନ୍ (୩୦/୧୯୫୬) ସହିତ ଦ୍ଵନ୍ଦିତ ହୁଏ, ଯେଉଁଥି ନିମନ୍ତେ କେନ୍ଦ୍ରର ସମ୍ମତି ଆବଶ୍ୟକ ଅଟେ ଏବଂ ଏହ ବିଷୟ ବିଳମ୍ବିତ ହେବ । ରାଜ୍ୟସରକାର ଖୁବ୍ କମ୍ ରେ , ଯୁଗ୍ମ ପରିବାର ସମ୍ପତ୍ତିରେ କନ୍ୟାଙ୍କ ସହିତ ମାଆଙ୍କୁ ସମାନ ସ୍ଥିତିରେ ରଖିବା ଉଚିତ୍ , ଯେପର୍ଯ୍ୟନ୍ତ ପାର୍ଲାମେଣ୍ଟ ଏକ ବୀସ୍ତିର୍ଣ୍ଣ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।” ୨୦୦୫ ମସିହାର ଅଧୁନା ସଂଶୋଧନ ପୂର୍ବରୁ ସଂଶୋଧନ ପୂର୍ବରୁ, ଚୟନ ସମିତି ଏବଂ ପାର୍ଲାମେଣ୍ଟ ଦ୍ଵାରା ନିଯୁକ୍ତ ଅନ୍ୟାନ୍ୟ ସମିତି ଗୁଡିକୁ ଯୁଗ୍ମ ପରିବାର ସମ୍ପତ୍ତିରେ ମାଆର କୌଣସି ସ୍ଵାଧୀନ ସ୍ଵାର୍ଥ ନଥିବା ସ୍ଥିତିକୁ ଦର୍ଶାଇ ଆବଶ୍ୟକତା ବ୍ୟକ୍ତ କରାଯାଇଥିଲା । ଏହା ଆଶା କରାଯାଉଥିଲା ଯେ, ହିନ୍ଦୁ ଉତ୍ତରାଧିକାରୀ ଆଇନ୍ ପ୍ରତି ଅଧିକ ସଂଶୋଧନ ଆଣିବା ନିମନ୍ତେ କୌଣସି ପ୍ରସ୍ତାବ ଦ୍ଵାରା, ମାଆଙ୍କ ପ୍ରତି କରାଯାଉଥିବା ଅନ୍ୟାୟକୁ ସଂଶୋଧନ କରାଯିବ । ମୋର ନିଜ କାର୍ଯ୍ୟ ‘ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟ ଉଲ୍ଲେଖନୀୟ ରାଏ , ୧୯୫୪ – ୨୦୦୫ ରେ ଯାହାକି ଏସିଆ ଲ ହାଉସ୍ ଦ୍ଵାରା ପ୍ରକାଶିତ ହୋଇଥିଲା , ମୁଁ ନିମ୍ନଲିଖିତ ପରାମର୍ଶକୁ ପୃଷ୍ଠା ୧୫୭ ରେ ଉଲ୍ଲେଖ କରିଥିଲି , ଯାହାକୁ ମୁଁ , ଏହି ପରିଚୟ କିମ୍ବା ପ୍ରାରମ୍ଭିକରେ ବିନମ୍ର ସହକାରେ ପୁନଃ ଉଲ୍ଲେଖ କରୁଛି । “ଏହି ପ୍ରଶ୍ନ କୌଣସି ଯୁଗ୍ମ ପରିବାରରେ ମାଆ, ପୁତ୍ର ଏବଂ ସ୍ଵାମୀଙ୍କ ସହିତ ସମାନ ଅଂଶ ନିମନ୍ତେ ହକ୍ ଦାର୍ କି ନୁହେଁ, ତାହା ସମସ୍ତ ସାତଜଣ ବିଚାରପତିଙ୍କ ଦ୍ଵାରା ଏବେ ବିଚାର କରାଯାଇଥିଲା । ବିଚାରପତି ଗଙ୍ଗାଧର ରାଓ, ୧୯୭୯(୧) ଏ.ଏଲ୍.ଟି. – ୨୫୦ ରେ ଦର୍ଶାଇଥିଲେ ଯେ, ମାଆ ଜଣେ ଅଂଶୀଦାର ହୋଇନଥିବାରୁ , ଏପରି ଏକ ଅଂଶପ୍ରତି ହକ୍ ଦାର୍ ନୁହଁନ୍ତି । ବିପରୀତରେ ବିଚାରପତି ସୀତାରାମ ରେଡି ଦୃଢ ଭାବେ ୧୯୮୭(୨) ଏ.ଏଲ୍.ଟି. – ୧୦୮ ରେ ଦର୍ଶାଇଥିଲେ ଯେ , ମାଆଙ୍କର ଏପରି ଅଂଶରେ ଅଧିକାର ଅଛି । ପରେ, ପାଞ୍ଚଜଣ ବିଚାରପତିଙ୍କର ସଂପୂର୍ଣ୍ଣ ଖଣ୍ଡପୀଠ ମଧ୍ୟରୁ, ତିନିଜଣ ବିଚାରପତି, ବିଚାରପତି ରାମା ରାଓ, ବିଚାରପତି ଲକ୍ଷ୍ମୀ ନାରାୟଣ ରେଡି ଏବଂ ବିଚାରପତି କୋଦଣ୍ଡ ରାମିଆ ଦର୍ଶାଇଥିଲେ ଯେ, ମାଆଙ୍କର ଯୁଗ୍ମ ପରିବାର ସମ୍ପତ୍ତିରେ କୌଣସି ଅଂଶ ନାହିଁ । ଏବଂ ଅନ୍ୟ ଦୁଇ ଜଣ ବିଚାରପତି ,ଅବିଚାରପତି ରଘୁବୀର, ବିଚାରପତି ଉପେନ୍ଦ୍ର ଲାଲ୍ ୱାଘରେ ଦର୍ଶାଇଛନ୍ତି ଯେ , ମାଆଙ୍କର ଯୁଗ୍ମ ସମ୍ପତ୍ତିରେ ନିଶ୍ଚିତ ଭାବେ ଏକ ଅଧିକାର ଅଛି , ଯାହା ଫଳରେ ସେ ସ୍ଵାମୀ ଏବଂ ପୁତ୍ର ପରି ସମାନ ଅଂଶୀ ଦାବୀ କରିପାରିବେ । ଯେତେବେଳେ ଏହା ଦେଖାଗଲା ଯେ, ସଂପୂର୍ଣ୍ଣ ଖଣ୍ଡପୀଠ, ଏପରି ପାର୍ଥକ୍ୟ ସତ୍ତ୍ୱେ, ସରକାରଙ୍କୁ ଏହି ଉପଦେଶ ଦେଇଥିଲେ ଯେ, ଯୁଗ୍ମ ସମ୍ପତ୍ତିରେ ମାଆଙ୍କର ଏକ ଅଂଶ ବ୍ୟବସ୍ଥାୟୀତ କରିବା ନିମନ୍ତେ ଆଇନ୍ ପ୍ରଣୟନ କରିବା, ଏଥିରୁ ଏହିପରି ଭାବେ ଏହା ସ୍ପଷ୍ଟ ଅଟେ ଯେ, ଏପରି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନକୁ ବିଚାର କିମ୍ବା ବିବେଚନା କରାଯିବ ଏପର୍ଯ୍ୟନ୍ତ ଉନ୍ମୁକ୍ତ ଏବଂ ମାନନୀୟ ମୁଖ୍ୟ ବିଚାରପତି, କୌଣସି ଉପଯୁକ୍ତ ମୋକଦ୍ଦମାରେ କିମ୍ବା ପରିସ୍ଥିତିରେ, ୭ଜଣିଆ ଏକ ବୃହତ ଖଣ୍ଡପୀଠକୁ ଏହି ପ୍ରଶ୍ନ ଉଲ୍ଲେଖ କରିବେ, ଯାହାଫଳରେ ଏହି ଦୀର୍ଘ ଦିନର ପାର୍ଥକ୍ୟକୁ ଅପସାରଣ କରାଯାଇପାରିବ । ଆଇନ୍ କୁ ସଂଶୋଧନ ହିନ୍ଦୁ ମାନଙ୍କ ମଧ୍ୟରେ ‘ଇନ୍ ଟେଷ୍ଟେଟ୍ ’ ‘ ସକ୍ ସେସନ’ ସଂବନ୍ଧୀୟ ଆଇନ୍ କୁ ସଂଶୋଧନ କରିବା ତଥା ସନ୍ନିବଦ୍ଧ କରିବା ନିମନ୍ତେ ଏକ ଆଇନ୍ ; ଭାରତୀୟ ଗଣତନ୍ତ୍ରର ସପ୍ତମ ବାର୍ଷିକୀରେ ନିମ୍ନଭାବେ ଆଇନ୍ ରେ ପରିଣତ ହେଲା । ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ “ହିନ୍ଦୁ ସଂହିତାର ଏହି ତୃତୀୟ କିସ୍ତି କିମ୍ବା ଦଫାଟି ‘ଇଣ୍ଟେଷ୍ଟେଟ୍ ସକ୍ ସେସନ’ ସଂବନ୍ଧୀୟ ଆଇନ୍ କୁ ସଂଶୋଧନ ଏବଂ ସନ୍ନିବଦ୍ଧ କରିବା ନିମନ୍ତେ ଉଦ୍ଦେଶିତ ଅଟେ । ରାଓ ସମିତିର ବିଲ୍ ରେ ଧାରୀତ ‘ଇଣ୍ଟେଷ୍ଟେଟ୍ ସକ୍ ସେସନ’ ସଂବନ୍ଧୀୟ ବ୍ୟବସ୍ଥାବଳୀ ର ମୂଳ ଖସଡା, ଚୟନ ସମିତିର ହସ୍ତରେ ଗୁରୁତ୍ଵପୂର୍ଣ୍ଣ କିମ୍ବା ଉପାଦେୟ ପରିବର୍ତ୍ତନ ଦେଇ ଗତି କରିଥିଲା, ଯାହାକି ୧୯୮୪ ମସିହାରେ ରାଓ ସମିତିର ବିଲ୍ କୁ ବିଚାର କରିଥିଲା । ଏହି ବିଲ୍ ଟି ବହୁ ପରିମାଣରେ, ଚୟନ ସମିତି ଦ୍ଵାରା ଗୃହୀତ ଯୋଜନାକୁ ଅନୁସରଣ କରେ ଯେ ମାତ୍ର ବିଲ୍ ର ଚୟନ ସମିତିଙ୍କ ଉକ୍ତିରେ ସଂଶୋଧନ ନିମନ୍ତେ ସମୟାନୁକ୍ରମେ , ବିଭିନ୍ନ ପରାମର୍ଶ ନଦେଇଥିଲେ । ନିର୍ଦ୍ଧିଷ୍ଟ ଭାବେ , ମାରୁମାକାଥାୟାମ୍ ‘ ଆଲିୟାସାତ ନାନ୍’ କିମ୍ବା ‘ନିମ୍ବୁଦି’ ଆଇନ୍ ର ଉତ୍ତରାଧିକାରୀ ଦ୍ଵାରା ପରିଚାଳିତ ମୃତକ ସମ୍ପତ୍ତି ପ୍ରତି ଉତ୍ତରାଧିକାରକୁ ନିୟନ୍ତ୍ରଣ କରିବା ନିମନ୍ତେ , ବିଶେଷ ବ୍ୟବସ୍ଥାବଳୀକୁ ଅନ୍ତର୍ଭୁକ୍ତ କରାଯାଇଛି । ‘ବିଲ୍ ରେ ଥିବା ବିଭିନ୍ନ ବ୍ୟବସ୍ଥାବଳୀକୁ , ଧାରା ଉପରେ ଟିପ୍ପଣୀ ବିସ୍ତୃତଭାବେ ସ୍ପଷ୍ଟ କରେ’ , (ଭାରତର ଅସାଧାରଣ ଗେଜେଟ୍ , ୧୯୫୪, ଅଂଶ -୨, ଦଫା – ୨, ପୃଷ୍ଠା - ୭୭୨) । ସଂଶୋଧନୀୟ ଆଇନ୍ ୩୯/୨୦୦୫ ହିନ୍ଦୁମାନଙ୍କ ମଧ୍ୟରେ ‘ଇଣ୍ଟେଷ୍ଟେଟ୍ ସକ୍ ସେସନ’ ସଂବନ୍ଧୀୟ ଆଇନ୍ କୁ , ହିନ୍ଦୁ ଉତ୍ତରାଧିକାର ଆଇନ୍ , ୧୯୫୬ , ସଂଶୋଧନ ଏବଂ ସନ୍ନିବଦ୍ଧ କରିଛି । ଏହି ଆଇନ୍, ହିନ୍ଦୁମାନଙ୍କ ମଧ୍ୟରେ ଉତ୍ତରାଧିକାର ଆଇନ୍ ରେ ପରିବର୍ତ୍ତନ ଆଣିଛି ଏବଂ ଅଧିକାର ମଧ୍ୟ ପ୍ରଦାନ କରିଛି ଯାହାକି ସେ ପର୍ଯ୍ୟନ୍ତ, ମହିଳାଙ୍କ ସମ୍ପତ୍ତି ସଂବନ୍ଧରେ, ଜଣାନଥିଲା । ଯାହେଉନା କାହିଁକି, ଏହା କେବଳ ଏହି ବିଷୟ ବ୍ୟତୀତ ଯେ, କୌଣସି ମୃତ ପୁରୁଷର ସ୍ଵାର୍ଥର ହସ୍ତାନ୍ତରଣ ନିମନ୍ତେ ନିୟମ ବ୍ୟବସ୍ଥାୟୀତ କରିବା ବ୍ୟତୀତ, ହିନ୍ଦୁ ମିତାକ୍ଷର ଯୁଗ୍ମ ପରିବାର ସଦସ୍ୟମାନଙ୍କର ବିଶେଷ ଅଧିକାରରେ ହସ୍ତକ୍ଷେପ କରେ ନାହିଁ । ଏହି ଆଇନ୍ ଉତ୍ତରାଧିକାରୀତ୍ଵର ଏକ ସମାନ ଏବଂ ବିସ୍ତୃତ ପଦ୍ଧତି ଉଲ୍ଲେଖ କରେ ଏବଂ ସେହି ବ୍ୟକ୍ତିମାନଙ୍କ ପ୍ରତି ପାରସ୍ପରୀକଭାବେ ପ୍ରୟୋଗ ହୁଏ, ଯେଉଁମାନେ କି ମିତାକ୍ଷରା ଏବଂ ଦୟାଭାଗା ସ୍କୁଲ ଦ୍ଵାରା ପରିଚାଳିତ ଏବଂ ଆହୁରି ମଧ୍ୟ ସେହିମାନଙ୍କ ପ୍ରତି, ଯେଉଁମାନେ କି ପୂର୍ବରୁ ‘ମାରାକାତାୟମ୍’ , ‘ଆଳିୟାସାନ୍ଥାନା’ ଏବଂ ‘ନମ୍ବୁଦି’ ଆଇନ୍ ଦ୍ଵାରା ପରିଚାଳିତ ହେଉଥିଲେ । ଏହି ଆଇନ୍, ପ୍ରତ୍ୟକ ବ୍ୟକ୍ତି ପ୍ରତି ପ୍ରୟୋଗ ହୁଏ, ଯେକି କୌଣସି ଆକାର କିମ୍ବା ବିକାଶରେ ଧର୍ମାନୁଯାୟୀ ଜଣେ ହିନ୍ଦୁ ଅଟନ୍ତି ଏବଂ ତା ସହିତ କୌଣସି ବିରାଶୈବ, କୌଣସି ଲିଙ୍ଗାୟତ, କିମ୍ବା ‘ବ୍ରହ୍ମ’, ପ୍ରାର୍ଥନା କିମ୍ବା ଆର୍ଯ୍ୟ ସମାଜର ଅନୁଗାମୀ ହୋଇଥାଏ କିମ୍ବା କୌଣସି ବ୍ୟକ୍ତି ପ୍ରତି, ଯେକି ଧର୍ମାନୁଯାୟୀ ଜଣେ ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟେ, କିମ୍ବା ଅନ୍ୟ କୌଣସି ବ୍ୟକ୍ତି ପ୍ରତି, ଯେକି ଧର୍ମାନୁଯାୟୀ, ଜଣେ ମୁସଲିମ୍ , ଖ୍ରୀଷ୍ଟିୟାନ, ପାର୍ସି କିମ୍ବା ‘ଜୀଉ ନୁହେଁ ’ କୌଣସି ‘ଟେଷ୍ଟାମେଣ୍ଟାରୀ ହସ୍ତାନ୍ତରଣ’ କ୍ଷେତ୍ରରେ ଏହି ଆଇନ୍ ପ୍ରୟୋଗ ହୁଏ ନାହିଁ ଏବଂ ମୃତକର ସ୍ଵାର୍ଥ , ଭାରତୀୟ ଉତ୍ତରାଧିକାର ଆଇନ୍ , ୧୯୨୫ ଦ୍ଵାରା ପରିଚାଳିତ ହୁଏ । ଆଇନ୍ ର ଦଫା ୬, ଯୁଗ୍ମ ସମ୍ପତ୍ତିରେ କୌଣସି ପୁରୁଷ ହିନ୍ଦୁର ସ୍ଵାର୍ଥର ନ୍ୟସ୍ତିକରଣ ବିଷୟ ଆଲୋଚନା କରେ ଏବଂ ଯୁଗ୍ମ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଜୀବିତାବସ୍ଥାରେ ନ୍ୟସ୍ତିକରଣ ନିୟମକୁ ସ୍ବୀକୃତ କରେ । ଏଥିରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ ନକରି, ମିତାକ୍ଷର ଯୁଗ୍ମ ସମ୍ପତ୍ତିର ଧାରଣ, ଏହା ଅର୍ଥାୟୀତ କରେ ଯେ, ମହିଳାମାନେ, ପୂର୍ବପୁରୁଷ ସମ୍ପତ୍ତିରେ ଉତ୍ତରାଧିକାରୀତ୍ଵ ଗ୍ରହଣକରି ପାରିବେ ନାହିଁ, ଯେପରି ସେମାନଙ୍କର ପୁରୁଷ ସହ ଅଂଶୀଦାର ପୁରୁଷମାନେ ପାଇଥାଆନ୍ତି । ଅଂଶୀଦାରତ୍ଵରେ ଅଂଶଗ୍ରହଣ କରିବାରୁ କନ୍ୟାକୁ ବହିର୍ଭୂତ କରିବା ଦ୍ଵାରା , ଏହି ଆଇନ୍ ଦ୍ଵାରା ମାଲିକାନା ସତ୍ତ୍ୱେ କେବଳ ଲିଙ୍ଗ କାରଣ ଉପରେ ତାଙ୍କର ବୈଷ୍ୟମତା ପ୍ରତି ଅନୁଦାନ କରେ ନାହିଁ; ମାତ୍ର ସଂଶୋଧନ ଦ୍ଵାରା ଅଙ୍ଗୀକାରବଦ୍ଧ କରାଯାଇଥିବା ସମାନତାର ମୌଳିକ ଅଧିକାରର ପ୍ରତ୍ୟାଖ୍ୟାନ ଏବଂ ଦମନକୁ ବୃଦ୍ଧି କରିଛି, ଯେଉଁଥିରେ ମହିଳାଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଆବଶ୍ୟକତାକୁ ବିବେଚନା କରାଯିବ । ହିନ୍ଦୁ ମିତାକ୍ଷରା ପରିବାରରେ, କନ୍ୟାମାନଙ୍କୁ ସମାନ ଅଧିକାର ପ୍ରଦାନକରି, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରାଜ୍ୟଗୁଡିକ, ଆଇନ୍ ରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । କେରାଲା ବିଧାନସଭା , କେରାଲା ଯୁଗ୍ମ ହିନ୍ଦୁ ପରିବାର ପ୍ରଥା ଆଇନ୍, ୧୯୭୫ ପ୍ରଣୟନ କରିଛି । ଯେପରି ପୁତ୍ରମାନଙ୍କର ଅଛି, ସେହିପରିଭାବେ ହିନ୍ଦୁ ମିତାକ୍ଷର ଯୁଗ୍ମ ପରିବାର ସମ୍ପତ୍ତିରେ କନ୍ୟାକୁ ସମାନତା ଅଧିକାର ପ୍ରଦାନ କରି, ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍, ୧୯୫୬ରେ ଧାରୀତ ବୈଷମ୍ୟକୁ ଅପସାରଣ କରିବା ନିମନ୍ତେ , ଉକ୍ତ ଦଫାକୁ ଊହ୍ୟ କରିବା ନିମନ୍ତେ ପ୍ରସ୍ତାବ କରାଯାଇଛି । ଉପରୋକ୍ତ ପ୍ରସ୍ତାବଗୁଡିକ , ଭାରତର ଆଇନ୍ କମିଶନ୍ ଙ୍କ ସୁପାରିସ୍ ଉପରେ ପର୍ଯ୍ୟବେସିତ ଅଟେ , ଯେପରି ‘ମହିଳାଙ୍କର ସମ୍ପତ୍ତି ଅଧିକାର’ ଉପରେ , ଏହାର ୧୭୪ତମ ରିପୋର୍ଟ କିମ୍ବା ବିବରଣୀର ଧାରୀତ , ‘ହିନ୍ଦୁ ଆଇନ୍ ଅନୁଯାୟୀ , ପ୍ରସ୍ତାବିତ୍ ସଂସ୍କାର’ । ଉପରୋକ୍ତ ଉଦ୍ଦେଶ୍ୟ ହାସଲ କରିବା ନିମନ୍ତେ , ଏହି ବିଲ୍ ଉଦ୍ଦେଶିତ ଅଟେ । ସଂକ୍ଷିପ୍ତ ଆଖ୍ୟା ଏବଂ ପରିସର ଏହି ଆଇନ୍ କୁ , ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍, ୧୯୫୬ ବୋଲି କୁହାଯିବ । ଏହା , ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ, ସାରା ଭାରତ ପ୍ରତି ପରିବର୍ଦ୍ଧିତ ହେବ । ଟିପ୍ପଣୀ ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ, ସାମାଜିକ ଏବଂ ଦୈହିକ ସଂପର୍କରୁ , କୌଣସି ହିନ୍ଦୁ ମହିଳାର ଭରଣପୋଷଣ ଅଧିକାର ଉଦ୍ରେକ୍ ହୋଇଥାଏ ଏବଂ କୌଣସି ବିଧବା କ୍ଷେତ୍ରରେ , ଉକ୍ତ ଅଧିକାର ଏକ ପୂର୍ବ – ସ୍ଥିତ ଅଧିକାର ଅଟେ । (ରଘୁବୀର ସିଂହ ବନାମ ଗୁଲାବ ସିଂହ – ଏ.ଆଇ.ଆର୍. ୧୯୯୮ ସୁପ୍ରିମ୍ କୋର୍ଟ – ୨୪୦୧ ; ୧୯୯୮ (୬) ଏସ୍.ସି.ସି. - ୩୧୪) । (ଆହୁରି ମଧ୍ୟ ୧୯୭୯) ଏସ୍.ସି.ସି – ୬୧୩ ; ୧୯୯୭ (୧୦) ଏସ୍.ସି.ସି – ୬୭୩ ; ୧୯୭୭ (୩) ଏସ୍.ସି.ସି – ୯୯) ଦ୍ରଷ୍ଟବ୍ୟ । ଆଇନ୍ ର ପ୍ରୟୋଗ ଏହି ଆଇନ୍ ପ୍ରୟୋଗ ହୁଏ : - କୌଣସି ବ୍ୟକ୍ତି ପ୍ରତି, ଯେକି ଏହାର ଆକାର କିମ୍ବା ବିକାଶରେ ଧର୍ମାନୁଯାୟୀ ଜଣେ ହିନ୍ଦୁ ଅଟେ ଏବଂ ତା ସହିତ କୌଣସି ବୀରାଶୈବ, କୌଣସି ଲିଙ୍ଗାୟିତ କିମ୍ବା ବ୍ରହ୍ମ, ପ୍ରାର୍ଥନା କିମ୍ବା ଆର୍ଯ୍ୟ ସମାଜର ହୋଇଥାଏ ; କୌଣସି ବ୍ୟକ୍ତିଗତ, ଯେକି ଧର୍ମାନୁଯାୟୀ ଜଣେ ବୌଦ୍ଧ, ଜୈନ କିମ୍ବା ଶିଖ୍ ଅଟେ; ଏବଂ ଅନ୍ୟ କୌଣସି ବ୍ୟକ୍ତି ପ୍ରତି, ଯେକି ଧର୍ମାନୁଯାୟୀ ଜଣେ ମୁସ୍ ଲିମ୍ , ଖ୍ରୀଷ୍ଟିୟାନ , ପାର୍ସି କିମ୍ବା ଜୀଉ ନୁହେଁ, ଯଦି ଏହା ପ୍ରମାଣ କରାନଯାଏ ଯେ, ଏପରି କୌଣସି ବ୍ୟକ୍ତି ହିନ୍ଦୁ ଆଇନ୍ କିମ୍ବା ଏଠାରେ ଆଲୋଚନା କରାଯାଇଥିବା କୌଣସି ବିଷୟ ସଂବନ୍ଧରେ ଉକ୍ତ ଆଇନ୍ ର ଅଂଶଭାବେ କୌଣସି ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ପରିଚାଳିତ ନୁହେଁ ; ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା । ସ୍ପଷ୍ଟୀକରଣ ନିମ୍ନଲିଖିତ ବ୍ୟକ୍ତିମାନେ ଧର୍ମାନୁଯାୟୀ , ହିନ୍ଦୁ , ବୌଦ୍ଧ , ଜୈନ କିମ୍ବା ଶିଖ୍ ଅଟନ୍ତି, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ : - କୌଣସି ସନ୍ତାନ, ସେ ବୈଧ କିମ୍ବା ଅବୈଧ ହୋଇଥାଉ; ଯାହାର ପିତାମାତା, ଧର୍ମାନୁଯାୟୀ , ହିନ୍ଦୁ , ବୌଦ୍ଧ, କିମ୍ବା ଶିଖ୍ ଅଟନ୍ତି; କୌଣସି ସନ୍ତାନ ; ସେ ବୈଧ କିମ୍ବା ଅବୈଧ ହୋଇଥାଉ; ଯାହାର ପିତା ମାତାଙ୍କ ମଧ୍ୟରୁ ଜଣେ ଧର୍ମାନୁଯାୟୀ , ହିନ୍ଦୁ , ବୌଦ୍ଧ , ଜୈନ କିମ୍ବା ଶିଖ୍ ହୋଇଥାଏ ଏବଂ ଯେକି ଉକ୍ତ ଜାତି, ସଂପ୍ରଦାୟ, ଦଳ କିମ୍ବା ପରିବାର ଦ୍ଵାରା ଲାଳିତ ପାଳିତ ହୋଇଥାଏ ; ଯେଉଁଥିପ୍ରତି ଏପରି ପିତା କିମ୍ବା ମାତା ଅଟନ୍ତି; କୌଣସି ବ୍ୟକ୍ତି , ଯେକି ହିନ୍ଦୁ; ବୌଦ୍ଧ, ଜୈନ କିମ୍ବା ଶିଖ୍ ଧର୍ମକୁ ପରିବର୍ତ୍ତିତ କିମ୍ବା ପୁନଃ ପରିବର୍ତ୍ତିତ ହୋଇଛନ୍ତି । ଉପ – ଦଫା (୧) ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ, ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସଂବିଧାନର ଅନୁଚ୍ଛେଦ ୩୬୬ ର ଧାରା (୨୫) ର ଅର୍ଥ ମଧ୍ୟରେ, କୌଣସି ତଫସିଲ୍ ଭୁକ୍ତ ଉପ – ଜାତିର ସଦସ୍ୟଙ୍କ ପ୍ରତି ପ୍ରୟୋଗ ହେବ ନାହିଁ, ଯଦି କେନ୍ଦ୍ର ସରକାର , କାର୍ଯ୍ୟାଳୟ ଗେଜେଟ୍ ରେ, ଅନ୍ୟଥା ନିର୍ଦ୍ଦେଶ ନ କରନ୍ତି । ଏହି ଆଇନ୍ ର କୌଣସି ଅଂଶରେ ଥିବା ଉକ୍ତି ‘ହିନ୍ଦୁ’ କୁ ଏପରି ବାଖ୍ୟା କରାଯିବ, ଯେପରିକି ଏହା କୌଣସି ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରେ ଯେ କି ଧର୍ମାନୁଯାୟୀ ହିନ୍ଦୁ ନ ହେଲେ ମଧ୍ୟ; ଜଣେ ବ୍ୟକ୍ତି ଅଟନ୍ତି ଯାହାଙ୍କ ପ୍ରତି ଏହି ଦଫାରେ ଧାରୀତ ବ୍ୟବସ୍ଥାବଳୀ ବଳରେ, ଏହି ଆଇନ୍ ପ୍ରୟୋଗନୀୟ ଅଟେ । ସଂଜ୍ଞା ଏବଂ ବ୍ୟାଖ୍ୟା ଏହି ଆଇନ୍ ରେ, ଯଦି ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନ କରେ : - ‘ସଗୋତ୍ର’ : - ଜଣେ ବ୍ୟକ୍ତିକୁ ଅନ୍ୟର ସଗୋତ୍ର ବୋଲି କୁହାଯାଏ, ଯଦି ଉପରୋକ୍ତ ଦୁଇଜଣ, ପୁରୁଷମାନଙ୍କ ଜରିଆରେ ସଂପୂର୍ଣ୍ଣ ଭାବେ ରକ୍ତ କିମ୍ବା ଗ୍ରହଣ ଦ୍ଵାରା ସଂପର୍କିତ ହୋଇଥାଆନ୍ତି; ‘ଆଲିୟା ସାନ୍ତନା ଆଇନ୍’ – ଅର୍ଥ, ଆଇନ୍ ର ସେହି ପଦ୍ଧତି, ଯାହାକି ସେହି ବ୍ୟକ୍ତିମାନଙ୍କ ପ୍ରତି ପ୍ରୟୋଗନୀୟ ଅଟେ, ଯେଉଁମାନେ, ଯଦି ଏହି ଆଇନ୍ ମଞ୍ଜୁର ହୋଇ ନଥାଆନ୍ତା, ତା ହେଲେ ସେମାନେ ମାଡ୍ରାସ ଆଲିୟା ସାନ୍ତନା ଆଇନ୍, ୧୯୪୯ (ମାଡ୍ରାସ ଆଇନ୍ ୯/୧୯୪୯) ଦ୍ଵାରା କିମ୍ବା ସେହି ସମସ୍ତ ବିଷୟ ସଂବନ୍ଧରେ, ‘ପ୍ରଥାୟୀକ ଆଲିୟାସାନ୍ତନା ’ଆଇନ୍ ଦ୍ଵାରା ପରିଚାଳିତ ହୁଅନ୍ତି, ଯେଉଁଥି ନିମନ୍ତେ’ ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି । ‘ମାତୃ ସଂପର୍କରେ ସଂପର୍କିତ ବ୍ୟକ୍ତି ’ : - ଜଣେ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତିର ‘କଗ୍ ନେଟ୍ ’ବୋଲି କୁହାଯାଏ, ଯଦି ଉକ୍ତ ବ୍ୟକ୍ତି ଦୁଇଜଣ ରକ୍ତ କିମ୍ବା ଗ୍ରହଣ ଦ୍ଵାରା ସଂପର୍କିତ ହୋଇଥାଆନ୍ତି , ମାତ୍ର ସଂପୂର୍ଣ୍ଣ ଭାବେ ପୁରୁଷମାନଙ୍କ ଜରିଆରେ ନୁହେଁ । ଉକ୍ତି ‘ପ୍ରଥା’ ଏବଂ ‘ବ୍ୟବହାର’, କୌଣସି ନିୟମକୁ ଅର୍ଥାୟୀତ କରେ , ଯାହାକି କ୍ରମାନୁଗତିକ ଭାବେ ଦୀର୍ଘ ଦିନଧରି ପାଳନ କରାଯିବା ଯୋଗୁ, କୌଣସି ସ୍ଥାନୀୟ ଅଞ୍ଚଳରେ , ଜାତିରେ , ସଂପ୍ରଦାୟରେ, ଦଳରେ କିମ୍ବା ପରିବାରରେ, ହିନ୍ଦୁମାନଙ୍କ ମଧ୍ୟରେ, ଆଇନ୍ ର ବଳ ଧାରଣ କରିଛି ; ଉଲ୍ଲେଖଥାଉଯେ, ଏପରି ନିୟମ ନିଶ୍ଚିତ କିମ୍ବା ନିର୍ଦ୍ଧିଷ୍ଟ ହୋଇଥିବା ଏବଂ ଯୁକ୍ତି ଯୁକ୍ତ ହୀନ କିମ୍ବା ସର୍ବସାଧାରଣ ନୀତି ବିରୁଦ୍ଧ ହୋଇ ନ ଥିବ ; ଆହୁରି ଉଲ୍ଲେଖଥାଉ ଯେ , କୌଣସି ନିୟମ କ୍ଷେତ୍ରରେ ଯାହାକି କେବଳ ଗୋଟିଏ ପରିବାର ପ୍ରତି ପ୍ରୟୋଗନୀୟ ଅଟେ, ତାହା ଉକ୍ତ ପରିବାର ଦ୍ଵାରା ବିରାଟ କିମ୍ବା ବନ୍ଦ କରାଯାଇ ନଥିବ । ସଂପୂର୍ଣ୍ଣ ରକ୍ତ” ; ‘ ଅଧା ରକ୍ତ’ ଏବଂ ‘ ଇଉଟେରୀନ’ ରକ୍ତ ଦୁଇଜଣ ବ୍ୟକ୍ତି ପ୍ରତ୍ୟକ ସହ ସଂପୂର୍ଣ୍ଣ ରକ୍ତ ଦ୍ଵାରା ସଂପର୍କିତ ବୋଲି କୁହାଯାଏ , ଯେତେବେଳେ ସେମାନେ ଏକା ସ୍ତ୍ରୀ ଦ୍ଵାରା , ଜଣେ ସାଧାରଣ ପୂର୍ବପୁରୁଷ ଠାରୁ ଜାତ ହୋଇ ଥାଆନ୍ତି , ଏବଂ ଅର୍ଦ୍ଧ ରକ୍ତ ଦ୍ଵାରା , ଯେତେବେଳେ ସେମାନେ ପୃଥକ୍ ସ୍ତ୍ରୀ ମାନଙ୍କ ଦ୍ଵାରା , ଜଣେ ସାଧାରଣ ପୂର୍ବପୁରୁଷ ଠାରୁ ଜାତ ହୋଇ ଥାଆନ୍ତି । ଦୁଇ ଜଣ ବ୍ୟକ୍ତି ପରସ୍ପର ସହିତ ‘ ଇଉଟେରୀନ୍ ବ୍ଲଡ଼’ ଦ୍ଵାରା ସଂପର୍କିତ ବୋଲି କୁହାଯାଏ , ଯେତେବେଳେ ସେମାନେ ଭିନ୍ନ ଭିନ୍ନ ସ୍ଵାମୀଙ୍କ ଦ୍ଵାରା ଜଣେ ସାଧାରଣ ପୂର୍ବ ସ୍ତ୍ରୀଠାରୁ ଜାତ ହୋଇଥାଆନ୍ତି । ସ୍ପଷ୍ଟୀକରଣ ଏହି ଧାରାରେ , ‘ପୂର୍ବ ପୁରୁଷ ’ , ପିତାଙ୍କୁ ଏବଂ ‘ପୂର୍ବ – ସ୍ତ୍ରୀ’ , ମାତାଙ୍କୁ , ଅନ୍ତର୍ଭୁକ୍ତ କରେ । ‘ଉତ୍ତରାଧିକାରୀ’ ଅର୍ଥ , କୌଣସି ବ୍ୟକ୍ତି , ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ , ଯେକି ଏହି ଆଇନ୍ ଅନୁଯାୟୀ , ଜଣେ ‘ଇଣ୍ଟେଷ୍ଟେଟ୍ ଙ୍କର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିବା ନିମନ୍ତେ ହକ୍ ଦାର୍ ଅଟେ । ‘ଇଣ୍ଟେଷ୍ଟେଟ୍ ’ - ଜଣେ ବ୍ୟକ୍ତି , କୌଣସି ସମ୍ପତ୍ତି ସଂବନ୍ଧରେ କୌଣସି ଇଚ୍ଛାପତ୍ର କିମ୍ବା ଦଲିଲ୍ ନକରି ମୃତବୋଲି ଧରାଯାଏ , ଯେଉଁଥି ନିମନ୍ତେ ସେ କୌଣସି ଦଲିଲୀୟ ହସ୍ତାନ୍ତରଣ କରିନଥାଏ , ଯାହାକି ପ୍ରଭାବିତ ହେବା ନିମନ୍ତେ ସକ୍ଷମ। ‘ମାରୁମାକା ତାୟାମ୍ ଆଇନ୍ ’ - ଏହାର ଅର୍ଥ ହେଉଛି ସେହି ଆଇନ୍ ଗତ ପଦ୍ଧତି , ଯାହାକି କୌଣସି ବ୍ୟକ୍ତି ପ୍ରତି ପ୍ରୟୋଗନୀୟ ଅଟେ । ଯେକି , ଯଦି ଏହି ଆଇନ୍ ମଞ୍ଜୁର ହୋଇନଥାଆନ୍ତା , ତାହେଲେ ସେ ମାଡ୍ରାସ ମାରୁମାକାତାୟମ୍ ଆଇନ୍ , ୧୯୩୨(ମାଡ୍ରାସ୍ ଆଇଡ୍ ୨୨/୧୯୩୩) ଦ୍ଵାରା ; ଟ୍ରାଭାକୋଂର ନାୟାର ଆଇନ୍ , (୨/୧୧୦୦କେ ) , ଦ୍ଵାରା ; ଟ୍ରାଭାକୋଂର ଏଜ୍ ହାବା ଆଇନ୍ ; (୩/୧୧୦୦) ଦ୍ଵାରା ଟ୍ରାଭାକୋଂର , ନାନିଜନାଦ୍ ରେଲାହା ଆଇନ୍ (୬/୧୧୦୧କେ) ; ଟ୍ରାଭାକୋଂର କ୍ଷତ୍ରିୟ ଆଇନ୍ (୭/୧୧୦୮କେ) ; ଟ୍ରାଭାକୋଂର କ୍ରିଷ୍ଣନନ୍ ଭାକା ମାରୁମାକା ତାୟା ଆଇନ୍ (୭/୧୧୧୫ କେ) ; କୋଚନ୍ ମାରୁମାକାଥାୟାମ୍ ଆଇନ୍ (୩୩/୧୧୧୩ କେ) କିମ୍ବା କୋଚିନ୍ ନାୟାର ଆଇନ୍ (୨୯/୧୧୧୩ କେ) , ଦ୍ଵାରା ସେହି ସମସ୍ତ ବିଷୟରେ ପରିଚାଳିତ ହୋଇଥାଆନ୍ତା , ଯେଉଁଥି ନିମନ୍ତେ , ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି; କିମ୍ବା ଯେକି କୌଣସି ସଂପ୍ରଦାୟର ହୋଇନଥାଆନ୍ତି, ଯାହାର ସଦସ୍ୟମାନେ ବହୁପରିମାଣରେ ଟ୍ରାଭାକୋଂର କୋଚିନ୍ ରାଜ୍ୟରେ କିମ୍ବା ମାଡ୍ରାସରେ ଆସି ବାସ କରିଛନ୍ତି [ ଯେପରି ଏହା ୧୯୫୬ ମସିହା ନଭେମ୍ବର ୧ ତାରିଖର ଠିକ୍ ପୂର୍ବରୁ ସ୍ଥିତ ଥିଲା ] ଏବଂ ଯେକି, ଯଦି ଏହି ଆଇନ୍ ମଞ୍ଜୁର କରାଯାଇ ନଥାଆନ୍ତା , ତାହେଲେ ସେହି ସମସ୍ତ ବିଷୟ ସଂବନ୍ଧରେ ପରିଚାଳିତ ହୋଇଥାଆନ୍ତେ, ଯେଉଁଥି ନିମନ୍ତେ ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି ଏବଂ ଜରିଆରେ, ଜନ୍ମକୁ ଚିହ୍ନଟ କରାଯାଏ । ମାତ୍ର ଏହା ଆଲିୟାସାନ୍ତନା ଆଇନ୍ କୁ ଅନ୍ତର୍ଭୁକ୍ତ କରେ ନାହିଁ : - ‘ନମ୍ବ୍ରୁଦି ଆଇନ୍’ ଅର୍ଥ , ଆଇନ୍ ର ସେହି ପଦ୍ଧତି , ଯାହାକି ସେହି ବ୍ୟକ୍ତିମାନଙ୍କ ପ୍ରତି ପ୍ରୟୋଗନୀୟ ଅଟେ, ଯେଉଁମାନେ କି , ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା , ତାହେଲେ ମାଡ୍ରାସ୍ ନମ୍ବ୍ରୁଦି ଆଇନ୍ , ୧୯୩୨ (ମାଡ୍ରାସ ଆଇନ୍ ୩୧/୧୯୩୩) ଦ୍ଵାରା , କୋଚିନ୍ ନମ୍ବ୍ରୁଦି ଆଇନ୍ (୧୭/୧୧୩ କେ) ଦ୍ଵାରା କିମ୍ବା ଟ୍ରାଭାନ୍ କୋର୍ ମାଲାୟାଲା ବ୍ରାହିନ ଆଇନ୍ (୩/୧୧୦୬ କେ) ଦ୍ଵାରା, ସେହି ସମସ୍ତ ବିଷୟରେ ପରିଚାଳିତ କରାଯାଇଛି ; ‘ସଂପର୍କିତ’ ଅର୍ଥ, ବୈଧ ସଂପର୍କ ଦ୍ଵାରା ସଂପର୍କିତ; ଉଲ୍ଲେଖଥାଉ ଯେ, ଅବୈଧ ସନ୍ତାନମାନଙ୍କୁ ସେମାନଙ୍କ ମାଆମାନଙ୍କ ସହିତ ତଥା ଜଣେ ଅନ୍ୟ ଜଣକ ସହିତ ସଂପର୍କିତ ବୋଲି ଧରାଯିବ ଏବଂ ସେମାନଙ୍କର ବୈଧ ବଂଶଧରମାନେ, ସେମାନଙ୍କ ସହିତ ତଥା ଜଣେ ଅନ୍ୟ ଜଣକ ସହ ସଂପର୍କିତ ବୋଲି ଧରାଯିବ, ଏବଂ କୌଣସି ସଂପର୍କକୁ ବ୍ୟକ୍ତ କରୁଥିବା ଶବ୍ଦ କିମ୍ବା କୌଣସି ସଂପର୍କୀୟଙ୍କୁ ସୂଚୀତ କରୁଥାଏ, ତାକୁ ସେହି ଅନୁଯାୟୀ ବ୍ୟାଖ୍ୟା କରାଯିବ । ଏହି ଆଇନ୍ ରେ, ଯଦି ପ୍ରସଙ୍ଗ କିମ୍ବା ସୂଚୀ ଅନ୍ୟଥା ଆବଶ୍ୟକ ନକରେ, ତାହେଲେ ପୁରୁଷ ଲିଙ୍ଗକୁ ଅର୍ଥାୟୀତ କରୁଥିବା ଶବ୍ଦାବଳୀକୁ, ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରେ ବୋଲି ଧରାଯିବ ନାହିଁ । ଟିପ୍ପଣୀ ଦଫା ୩(୧), କେବଳ ପୃଥକ୍ ସମ୍ପତ୍ତି ପ୍ରତି ପ୍ରୟୋଗ ହୁଏ । (ରାମ୍ ବିଶାଲ୍ (ମୃତ) ଆଇନଗତ ପ୍ରତିନିଧି ଏବଂ ଅନ୍ୟାନ୍ୟଙ୍କ ଦ୍ଵାରା ପ୍ରତିନିଧିତ୍ଵ ବନାମ ଜଗନ୍ନାଥ ଏବଂ ଅନ୍ୟ ଜଣେ - (୨୦୦୪) ୯ ଏସ୍.ସି.ସି. – ୩୦୨) । ଆଇନ୍ ର ଅତିକ୍ରମଣୀୟ ପ୍ରଭାବ ଏହି ଆଇନ୍ ରେ ସ୍ପଷ୍ଟ ଭାବେ ବ୍ୟବସ୍ଥାୟୀତ ବ୍ୟତୀତ : - ହିନ୍ଦୁ ଆଇନ୍, କିମ୍ବା କୌଣସି ପ୍ରଥା କିମ୍ବା ବ୍ୟବହାର କୌଣସି ପୁସ୍ତକ, ନିୟମ କିମ୍ବା ବ୍ୟାଖ୍ୟା, ଯାହାକି ଏହି ଆଇନ୍ ର ପ୍ରାରମ୍ଭର ଠିକ୍ ପୂର୍ବରୁ ବଳବତ୍ତର ଥିଲା, ତାହା କୌଣସି ବିଷୟ ସଂବନ୍ଧରେ ପ୍ରଭାବିତ ହେବାରୁ ରହିତ ହେବ, ଯେଉଁଥି ନିମନ୍ତେ ଏହି ଆଇନ୍ ରେ ବ୍ୟବସ୍ଥା କରାଯାଇଛି; ଏହି ଆଇନ୍ ର ପ୍ରାରମ୍ଭର ଠିକ୍ ପୂର୍ବରୁ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍, ତାହା ହିନ୍ଦୁମାନଙ୍କ ପ୍ରତି ପ୍ରୟୋଗ ହେବାରୁ ରହିତ ହେବ, ଯେତେଦୂର ପର୍ଯ୍ୟନ୍ତ ଏହା, ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସହିତ ଅସାମଞ୍ଜସ୍ୟ ହୋଇଥାଏ। ଟିପ୍ପଣୀ ବଂଶାନୁଗତିକ ରେଖାର ପ୍ରଥାନୁଗତିକ ନିୟମ - (ଏ.ଆଇ.ଆର୍. ୧୯୮୧ ସୁପ୍ରିମ୍ କୋର୍ଟ - ୧୯୩୭) । ଯଦିଓ ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ ଏବଂ ଭାରତୀୟ ଉତ୍ତରାଧିକାରୀତ୍ଵ ଆଇନ୍, ଆଦିବାସୀମାନଙ୍କ ପ୍ରତି ପ୍ରୟୋଗନୀୟ ନୁହେଁ , ସେଥିରେ ନିହିତ ସାଧାରଣ ନୀତି, ପ୍ରୟୋଗନୀୟ ଅଟେ – (ମଧୁ କିନ୍ନାର ବନାମ ବିହାର ରାଜ୍ୟ ସରକାର - ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ - ୧୮୬୪) । ଆଧାର – ଲଅ ହାଉସ