କେତେକ ନିର୍ଦ୍ଧିଷ୍ଟ ସମ୍ପତ୍ତି ପ୍ରତି, ଆଇନ୍ ପ୍ରୟୋଗ ହେବ ନାହିଁ ଏହି ଆଇନ୍ ନିମ୍ନ ପ୍ରତି ପ୍ରୟୋଗ ହେବ ନାହିଁ - କୌଣସି ସମ୍ପତ୍ତି, ଯେଉଁଥି ପ୍ରତି ଉତ୍ତରାଧିକାରୀତ୍ଵ, ଭାରତୀୟ ଉତ୍ତରାଧିକାରୀତ୍ଵ ଆଇନ୍, ୧୯୨୫(୩୯/୧୯୨୫) ବିଶେଷ ବିବାହ ଆଇନ୍, ୧୯୫୪ ର ଦଫା ୨୧ ରେ ଧାରୀତ ବ୍ୟବସ୍ଥାବଳୀର କାରଣ ଦ୍ଵାରା ନିୟନ୍ତ୍ରିତ; କୌଣସି ସମ୍ପତ୍ତି , ଯାହାକି କୌଣସି ଭାରତୀୟ ରାଜ୍ୟର ଶାସକଙ୍କ ଦ୍ଵାରା ଭାରତ ସରକାରଙ୍କ ସହିତ ଅନ୍ତର୍ଭୁକ୍ତ କୌଣସି ଦଲିଲ୍ କିମ୍ବା ଚୁକ୍ତିର ଉକ୍ତି ଦ୍ଵାରା କିମ୍ବା ଏହି ଆଇନ୍ ର ପ୍ରଚଳନ ପୂର୍ବରୁ ମଞ୍ଜୁର କରାଯାଇଥିବା କୌଣସି ଆଇନ୍ ର ଉକ୍ତି ଦ୍ଵାରା, ଜଣେ ମାତ୍ର ଉତ୍ତରାଧିକାରୀ ପ୍ରତି ନ୍ୟସ୍ତ ହୋଇଥାଏ; ଘୋଷଣା ସଂଖ୍ୟା (୯/୧୧୨୪) ତା. ୨୯/୬/୧୯୪୯ ଦ୍ଵାରା ସମସ୍ତ କ୍ଷମତାର କାରଣ ଦ୍ଵାରା, ‘ ଭାଲିୟାମା ଥାମ୍ପୁରନ୍ କୋଲିଭିଲାଗମ୍ ସମ୍ପତ୍ତି’ ଏବଂ ପ୍ରାସାଦ ପ୍ରଶାସନ ପରିଷଦ ଦ୍ଵାରା , ପ୍ରଶାସିତ ପ୍ରାସାଦ ପାଣ୍ଠି; ଯାହାକି କୋଚିନ୍ ର ମହାରାଜାଙ୍କ ଦ୍ଵାରା ଘୋଷଣା କରାଯାଇଥିଲା । ସହଭାଗୀତା ସମ୍ପତ୍ତିରେ କନ୍ୟାର ଅଧିକାର ଏକ ପ୍ରାରମ୍ଭିକ ଡିକ୍ରୀର ମଞ୍ଜୁରୀ ଦ୍ଵାରା ନଷ୍ଟ ହୁଏ ନାହିଁ । ନ୍ୟାୟାଳୟ ଡିକ୍ରୀକୁ ସଂଶୋଧନ କରିପାରିବେ – (ପଣ୍ଡୁରୀ ବନାମ୍ ଚାକିରୀ ୟାନଦି – ଏ.ଆଇ.ଆର୍. ୨୦୧୨ ସୁପ୍ରିମ୍ କୋର୍ଟ - ୧୬୯) । ଯୁଗ୍ମ ସମ୍ପତ୍ତିରେ, ସ୍ଵାର୍ଥର ନ୍ୟସ୍ତିକରଣ ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍, ୨୦୦୫ ରେ ପ୍ରଚଳନ ଠାରୁ , ମିତାକ୍ଷରା ଆଇନ୍ ଦ୍ଵାରା ପରିଚାଳିତ କୌଣସି ଯୁଗ୍ମ ହିନ୍ଦୁ ପରିବାରରେ , କୌଣସି ଯୁଗ୍ମ ସଦସ୍ୟମାନଙ୍କର କନ୍ୟା ; ଆଇନ୍ ସଂଖ୍ୟା ୩୯/୨୦୦୫ ଦ୍ଵାରା ପରିବର୍ତ୍ତିତ । ଏହାର ପରିବର୍ତ୍ତନ ପୂର୍ବରୁ , ଏହା ନିମ୍ନଭାବେ ପଠନ କରାଯାଉଥିଲା :- “ସହଭାଗିତା ସଂପ୍ତିର ସ୍ଵାର୍ଥର ନ୍ୟସ୍ତିକରଣ: ଯେତେବେଳେ କୌଣସି ପୁରୁଷ ହିନ୍ଦୁ , ଏହି ଆଇନ୍ ର ପ୍ରଚାଳନ ପରେ, ମୃତ୍ୟୁବରଣ କରେ ଏବଂ ଯାହାର ଏକ ମିତାକ୍ଷର ସହଭାଗିତା ସମ୍ପତ୍ତିରେ, ମୃତ୍ୟୁ ସମୟରେ କୌଣସି ସ୍ଵାର୍ଥ ଥାଏ, ତାହା ଜୀବିତ ସହଭାଗୀ ସଦସ୍ୟମାନଙ୍କ ଉପରେ, ତାଙ୍କ ସମ୍ପତ୍ତିକୁ ନ୍ୟସ୍ତ କରାଯିବ ଏବଂ ଏହି ଆଇନ୍ ଅନୁଯାୟୀ ନୁହେଁ ; ଉଲ୍ଲେଖଥାଉ ଯେ, ଯଦି ମୃତକ, ସୂଚୀର ପ୍ରଥମ ଶ୍ରେଣୀରେ କୌଣସି ଜୀବିତ ମହିଳା ସମ୍ପର୍କୀୟଙ୍କୁ କିମ୍ବା ଉକ୍ତ ଶ୍ରେଣୀରେ ଧାର୍ଯ୍ୟ କୌଣସି ପୁରୁଷ ସମ୍ପର୍କୀୟଙ୍କୁ ଛାଡି ଯାଇ ଥାଆନ୍ତି, ଯେକି ଏପରି ମହିଳା ସମ୍ପର୍କୀୟଙ୍କ ଜରିଆରେ ଦାବୀ କରନ୍ତି, ସେପରି ସ୍ଥଳେ ମିତାକ୍ଷଡ଼ା ସହଭାଗିତା ସମ୍ପତ୍ତିରେ ମୃତକର ସ୍ଵାର୍ଥ, ଏହି ଆଇନ୍ ଅନୁଯାୟୀ, ଦଲିଲିୟ ଉତ୍ତରାଧିକାରୀତ୍ଵ ଦ୍ଵାରା ନ୍ୟସ୍ତ କରାଯିବ, ଏବଂ ଜୀବିତାବସ୍ଥା ଦ୍ଵାରା ନୁହେଁ । ସ୍ପଷ୍ଟୀକରଣ – ୧ ଏହି ଦଫା ଉଦ୍ଦେଶ୍ୟରେ , କୌଣସି ହିନ୍ଦୁ ମିତାକ୍ଷର ସହଭାଗୀର ସ୍ଵାର୍ଥକୁ , ସମ୍ପତ୍ତିରେ ସେହି ଅଂଶ ବୋଲି ଧରାଯିବ, ଯାହାକି ତାଙ୍କ ଆବଣ୍ଟିତ କରାଯାଇ ଥାଆନ୍ତା, ଯଦି ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ସମ୍ପତ୍ତିର ଏକ ବିଭାଜନ ଘଟିଥାଆନ୍ତା ଏବଂ ତାହା ଏହି ବିଷୟର ନିର୍ବିଶେଷରେ ଯେ, ସେ ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର କି ନୁହେଁ । ସ୍ପଷ୍ଟୀକରଣ – ୨ ଦଫାର ପ୍ରତିବନ୍ଧରେ ଧାରିତ କୌଣସି ବ୍ୟବସ୍ଥା, କୌଣସି ବ୍ୟକ୍ତିଙ୍କୁ ଏଥି ନିମନ୍ତେ ସକ୍ଷମ କରେ ବୋଲି ବ୍ୟାଖ୍ୟା କରାଯିବ ନାହିଁ , ଯେକି ମୃତକ କିମ୍ବା ତାଙ୍କର କୌଣସି ଉତ୍ତରାଧିକାରୀଙ୍କ ମୃତ୍ୟୁ ପୂର୍ବରୁ, ସହଭାଗିତାରୁ ନିଜକୁ ପୃଥକ କରିଛନ୍ତି, ସେଥିରେ ଉଲ୍ଲେଖିତ କୌଣସି ସ୍ଵାର୍ଥରେ ଏକ ଅଂଶ ଦାବୀ କରିବେ ନାହିଁ । ପୁତ୍ରପରି, ଠିକ୍ ସେହି ଭାବରେ, ନିଜ ଅଧିକାରରେ, ଜନ୍ମ ଦ୍ଵାରା , ଜଣେ ସହଭାଗୀ ହେବେ ; ଯୁଗ୍ମ ସମ୍ପତ୍ତିରେ ସେହି ଏକା ଅଧିକାର ରହିବ, ଯେପରି ଉକ୍ତ ମହିଳାର ଥାଆନ୍ତା , ଯଦି ସେ ଏକ ପୁତ୍ର ହୋଇଥାଆନ୍ତା; ଜଣେ ପୁତ୍ରପରି, ଉକ୍ତ ସହଭାଗୀ ସମ୍ପତ୍ତି ସଂବନ୍ଧରେ, ସେହି ଏକା ଦାୟିତ୍ଵରେ ନିୟନ୍ତ୍ରଣାଧିନ ହେବ; ଏବଂ କୌଣସି ହିନ୍ଦୁ ମିତାକ୍ଷରା ସହଭାଗୀତା ପ୍ରତି କୌଣସି ଉଲ୍ଲେଖକୁ, କୌଣସି ସହଭାଗୀର କୌଣସି କନ୍ୟାର ଉଲ୍ଲେଖକୁ ଅନ୍ତର୍ଭୁକ୍ତ କରେ ବୋଲି ଧରାଯିବ; ଉଲ୍ଲେଖଥାଉଯେ, ଏହି ଉପ – ଦଫାରେ ଧାରୀତ କୌଣସି ବିଷୟ , ସମ୍ପତ୍ତିର ଦଲିଲୀୟ ହସ୍ତାନ୍ତରଣ କିମ୍ବା କୌଣସି ବିଭାଜନ ସହିତ କୌଣସି ବିକ୍ରି କିମ୍ବା ହସ୍ତାନ୍ତରଣକୁ ପ୍ରଭାବିତ କରିବ ନାହିଁ କିମ୍ବା ଅବୈଧ କରିବ ନାହିଁ , ଯାହାକି ୨୦୦୪ ମସିହା ଡିସେମ୍ବର ୨୦ ତାରିଖ ପୂର୍ବରୁ ଘଟିଥାଏ । କୌଣସି ସମ୍ପତ୍ତି , ଯେଉଁଥିପ୍ରତି କୌଣସି ମହିଳା ହିନ୍ଦ, ଉପ – ଦଫା (୧) ବଳରେ, ହକ୍ ଦାର୍ ହୁଅନ୍ତି, ତାହା ସହଭାଗୀ – ମାଲିକାନାର ସମସ୍ତ ପ୍ରଭାବ ସହିତ, ତାଙ୍କ ଦ୍ଵାରା ଧାରୀତ ହେବ ଏବଂ ତାହା, ଏହି ଆଇନ୍ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ, ସେପରି ସମ୍ପତ୍ତି ଭାବେ ବିବେଚନା କରାଯିବ, ଯାହାକି ଦଲିଲୀୟ ବିକ୍ରୀ ନିମନ୍ତେ ସକ୍ଷମ ହେବ । ଯେଉଁ ସ୍ଥଳରେ କୌଣସି ହିନ୍ଦୁ, ଉତ୍ତରାଧିକାରୀତ୍ଵ ଆଇନ୍ , ୨୦୦୫ର ପ୍ରାରମ୍ଭ ତାରିଖ ପରେ ମୃତ୍ୟୁବରଣ କରେ, ସେପରିସ୍ଥଳେ ମିତାକ୍ଷରା ଆଇନ୍ ଦ୍ଵାରା ପରିଚାଳିତ ଏକ ଯୁଗ୍ମ ହିନ୍ଦୁ ପରିବାର ସମ୍ପତ୍ତିରେ ତା’ର ସ୍ଵାର୍ଥ, ଦଲିଲୀୟ କିମ୍ବା ‘ଇଣ୍ଟେଷ୍ଟେଟ୍’ ଉତ୍ତରାଧିକାରୀତ୍ଵ ଦ୍ଵାରା ପରିଚାଳିତ ହେବ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ଏହି ଆଇନ୍ ଅନୁଯାୟୀ ଏବଂ ଜୀବିତାବସ୍ଥା ଦ୍ଵାରା ନୁହେଁ, ଏବଂ ସମ୍ପତ୍ତି ବିଭାଜିତ ହୋଇଛି ବୋଲି ଧରାଯିବ, ଯେପରିକି ଏକ ବିଭାଜନ ଘଟିଛି, ଏବଂ – କନ୍ୟାକୁ, ସେହି ଏକା ଅଂଶ ଆବଣ୍ଟନ କରାଯାଏ, ଯେପରି ଜଣେ ପୁଟରକୁ ଅନୁମୋଦନ କରାଯାଇଥାଏ; ଏକ ପୂର୍ବ – ମୃତ ସନ୍ତାନ କିମ୍ବା ପୂର୍ବ – ମୃତ କନ୍ୟାର ଅଂଶ, ଯାହାକି ସେମାନେ ପାଇଥାଆନ୍ତେ, ଯଦି ସେମାନେ ବିଭାଜନ ସମୟରେ ନିଜେ ଜୀବିତ ଥାଆନ୍ତେ, ତାହା ଏପରି ପୂର୍ବ – ମୃତ କିମ୍ବା ଏପରି ପୂର୍ବମୃତ କନ୍ୟାର ଜୀବିତ ସନ୍ତାନ ପ୍ରତି ଆବଣ୍ଟନ କରାଯିବ; ଏବଂ କୌଣସି ପୂର୍ବ – ମୃତ ପୁତ୍ରର କିମ୍ବା କୌଣସି ପୂର୍ବମୃତ କନ୍ୟାର କୌଣସି ପୂର୍ବମୃତ ସନ୍ତାନର ଅଂଶ, ଯେପରି ଏହି ସନ୍ତାନ ପାଇଥାଆନ୍ତା ଯଦି ସେ କିମ୍ବା ଉକ୍ତ (ଝିଅ), ଏପରି ବିଭାଜନ ସମୟରେ ଜୀବିତ ଥାଆନ୍ତା, ତାହା ପୂର୍ବ – ମୃତ ପୁତ୍ର କିମ୍ବା ପୂର୍ବ – ମୃତ କନ୍ୟାର, ପୃବାମୃତ ସନ୍ତାନର, ସନ୍ତାନପ୍ରତି ଆବଣ୍ଟନ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ । ସ୍ପଷ୍ଟୀକରଣ : - ଏହି ଉପ – ଦଫା ଉଦ୍ଦେଶ୍ୟରେ, ଜଣେ ହିନ୍ଦୁ ମିତାକ୍ଷରା ସହଭାଗୀର ସ୍ଵାର୍ଥ , ସମ୍ପତ୍ତିରେ ସେହି ଅଂଶ ବୋଲି ଧରାଯିବ, ଯାହାକି ତାଙ୍କୁ ଆବନ୍ତିତ ହୋଇ ଥାଆନ୍ତା , ଯଦି ସମ୍ପତ୍ତିର ବିଭାଜନ , ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ହୋଇଥାଆନ୍ତା ଏବଂ ଏହି ବିଷୟ ସତ୍ତ୍ୱେ ଯେ ସେ ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର୍ ହୋଇଥାଉ କିମ୍ବା ନାହିଁ । ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍, ୨୦୦୫ର ପ୍ରଚଳନ ପରେ, କୌଣସି ନ୍ୟାୟାଳୟ, ଜଣେ ପୁତ୍ର, ନାତି କିମ୍ବା ଅଣ – ନାତିଠାରୁ, ତାଙ୍କର ପିତା, ଅଜା କିମ୍ବା ଅଣ – ଅଜାଙ୍କ ଠାରୁ କୌଣସି ନ୍ୟାୟାଳୟ ଅଗ୍ରସର ହେବା ଅଧିକାରକୁ ସ୍ଵୀକାର କରିବେ ନାହିଁ । ଉଲ୍ଲେଖଥାଉ ଯେ, ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍, ୨୦୦୫ର ପ୍ରାରମ୍ଭ ପୂର୍ବରୁ ଚୁକ୍ତି କରାଯାଇଥିବା କୌଣସି ଋଣ କ୍ଷେତ୍ରରେ, ଏହି ଉପ – ଦଫାରେ ଧାରୀତ କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ : - ପୁତ୍ର, ନାତି କିମ୍ବା ଅଣ – ନାତି ବିରୁଦ୍ଧରେ ଅଗ୍ରସର ହେବା ନିମନ୍ତେ କୌଣସି ଋଣ – ଦାତାଙ୍କର ଅଧିକାର , ଯେଉଁ ସ୍ଥଳରେ ପ୍ରୟୋଗନୀୟ , କିମ୍ବା ଏପରି କୌଣସି ଋଣ କିମ୍ବା ଏପରି ହସ୍ତାନ୍ତରଣ ଅଧିକାରର ପରିପୂରଣ ସଂବନ୍ଧରେ କରାଯାଇଥିବା କୌଣସି ହସ୍ତାନ୍ତରଣ , ସେହିପରି ଭାବେ ଦୟାର୍ଦ୍ର ଦାୟିତ୍ଵର ନିୟମ ଅନୁଯାୟୀ ଏବଂ ସେହି ପରିମାଣରେ ବଳବତ୍ତରଣୀୟ ହେବ ଯେପରିକି ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ , ୨୦୦୫ ପ୍ରଣୟନ କରାଯାଇନାହିଁ । ସ୍ପଷ୍ଟୀକରଣ :- ଧାରା (କ) ଉଦ୍ଦେଶ୍ୟ ନିମନ୍ତେ, ଉକ୍ତି, ‘ପୁତ୍ର’, ‘ନାତି ’ କିମ୍ବା ‘ଅଣ – ନାତି ’ ; ପୁତ୍ର , ନାତି କିମ୍ବା ଅଣ – ନାତିଙ୍କୁ ଉଲ୍ଲେଖ କରେ ବୋଲି ଧରାଯିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯେକି ହିନ୍ଦୁ ଉତ୍ତରାଧିକାରୀତ୍ଵ (ସଂଶୋଧନ) ଆଇନ୍ , ୨୦୦୫ ର ପ୍ରଚଳନ କିମ୍ବା ପ୍ରାରମ୍ଭ ପୂର୍ବରୁ ଜନ୍ମ ହୋଇଥିଲା କିମ୍ବା ଗୃହୀତ ହୋଇଥିଲା । ଏହି ଦଫାରେ ଧାରୀତ କୌଣସି ବ୍ୟବସ୍ଥା , କୌଣସି ବିଭାଜନ ପ୍ରତି ପ୍ରୟୋଗ ହେବ ନାହିଁ ଯାହାକି ୨୦୦୪ ମସିହା ଡିସେମ୍ବର ୨୦ ତାରିଖ ପୂର୍ବରୁ କରାଯାଇଥାଏ । ସ୍ପଷ୍ଟୀକରଣ :- ଏହି ଦଫା ଉଦ୍ଦେଶ୍ୟରେ, ‘ବିଭାଜନ’ ଅର୍ଥ, ନିବନ୍ଧନ ଆଇନ୍, ୧୯୦୮ (୧୬/୧୯୦୮) ଅନୁଯାୟୀ ସଠିକ୍ ଭାବେ ନିବନ୍ଧିତ ବିଭାଜନ ଦଲିଲ୍ ର ସଂପାଦନ ଦ୍ଵାରା କରାଯାଇଥିବା କୌଣସି ବିଭାଜନ କିମ୍ବା କୌଣସି ନ୍ୟାୟାଳୟର ଏକ ଡିକ୍ରୀ ଦ୍ଵାରା କରାଯାଇଥିବା କୌଣସି ବିଭାଜନ । ମୃତକର ଏକମାତ୍ର ଉତ୍ତରାଧିକାରୀଭାବେ , କନ୍ୟା ସମ୍ପତ୍ତି ଗ୍ରହଣ କରିଥିଲା ; ଦଫା 14 ବଳରେ ଏହାର ସଂପୂର୍ଣ୍ଣ ମାଲିକ ହୋଇଥିଲା । ତା’ର ସମ୍ପତ୍ତିକୁ ଯେକୌଣସିଭାବେ ହସ୍ତାନ୍ତରଣ କରିବା ନିମନ୍ତେ ତା’ର ଅଧିକାର ଅଛି – (ଶ୍ରୀମତୀ ଜୟଲକ୍ଷ୍ମୀ ଶର୍ମା ବନାମ୍ ଶ୍ରୀମତୀ ଦ୍ରୋପତୀ ଦେବୀ – ଏ.ଆଇ.ଆର୍. 2011 ଦିଲ୍ଲୀ – 37 ) । ସଂଶୋଧନ ଆକାରରେ ସୃଷ୍ଟି କୌଣସି ମହିଳା ସଦସ୍ୟ ମଧ୍ୟ , ଜଣେ ସହଭାଗୀ ହୋଇଥାଏ ଏବଂ ଜନ୍ମ ଦ୍ଵାରା ଯୁଗ୍ମ ପରିବାର ସମ୍ପତ୍ତିରେ ଏକ ଅଧିକାର ଅଛି (ଶ୍ରୀମତୀ ଯୁଚଲବତୀ ବନାମ ପ୍ରକାଶ - ଏ.ଆଇ.ଆର୍. ୨୦୧୧ କର୍ଣାଟକ – ୭୮) । ଜଣେ ତା’ର ୱାର୍ଡ, ତାଭାଜି, କୁଟୁମ୍ବ, କାଭାରୁ କିମ୍ବା ଇଲମ୍ ର ସମ୍ପତ୍ତିରେ ସ୍ଵାର୍ଥର ନ୍ୟସ୍ତିକରଣ ଯେତେବେଳେ ଜଣେ ହିନ୍ଦୁ, ଯାହାଙ୍କ ପ୍ରତି ମାରୁମାକାତାୟାମ୍ କିମ୍ବା ନମ୍ବ୍ରୁଦି ଆଇନ୍ ପ୍ରୟୋଗ ହୋଇଥାଆନ୍ତା, ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା, ସେ ଏହି ଆଇନ୍ ର ପ୍ରଚଳନ ପରେ ମୃତ୍ୟୁବରଣ କରେ ଏବଂ ମୃତ୍ୟୁ ସମୟରେ, ଜଣେ ତାରୱାର୍ଡ, ତାଭାଜି କିମ୍ବା ଇଲମ୍ ର ସମ୍ପତ୍ତିରେ ତା’ର କୌଣସି ସ୍ଵାର୍ଥ ଥାଏ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ , ସେପରିସ୍ଥଳେ ତାଙ୍କର କିମ୍ବା ଉକ୍ତ ମହିଳାର ସମ୍ପତ୍ତିରେ ଥିବା ସ୍ଵାର୍ଥ, ଦଲିଲୀୟ କିମ୍ବା ‘ଇଣ୍ଟେଷ୍ଟେଟ୍ ’ ଉତ୍ତରାଧିକାରୀତ୍ଵ ଦ୍ଵାରା ନ୍ୟସ୍ତ ହେବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏବଂ ତାହା ଏହି ଆଇନ୍ ଅନୁଯାୟୀ ଏବଂ ମାରୁମାକାତାୟମ୍ କିମ୍ବା ନମ୍ବ୍ରୁଦି ଆଇନ୍ ଅନୁଯାୟୀ ନୁହେଁ । ସ୍ପଷ୍ଟୀକରଣ : - ଏହି ଉପ – ଦଫାର ଉଦ୍ଦେଶ୍ୟ ନିମନ୍ତେ, କୌଣସି ତାରୱାର୍ଡ, ତାଭାଜି , ଇଲମ୍ ର ସମ୍ପତ୍ତିରେ , କୌଣସି ହିନ୍ଦୁର ସ୍ଵାର୍ଥ, ଉକ୍ତ ତାରୱାର୍ଡ, ତାଭାଜି କିମ୍ବା ଇଲମ୍, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟର ସମ୍ପତ୍ତିରେ ଅଂଶ ବୋଲି ଧରାଯିବ, ଯାହାକି ତାଙ୍କ ଭାଗରେ ପତି ଥାଆନ୍ତା, ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ ଯଦି ଉକ୍ତ ସମ୍ପତ୍ତି ବିଭାଜିତ ହୋଇଥାଆନ୍ତା ଏବଂ ତାହା ତାରୱାର୍ଡ , ତାଭାଜି କିମ୍ବା ଇଲମ୍ ର ସମସ୍ତ ସଦସ୍ୟଙ୍କ ମଧ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯଦି ଓ ସେ କିମ୍ବା (ଉକ୍ତ ମହିଳା), ମାରୁମାକାତାୟମ୍ କିମ୍ବା ନମ୍ବ୍ରୁଦି ଆଇନ୍ ଅନୁଯାୟୀ, ଏପରି ବିଭାଜନ ଦାବି କରିବା ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତୁ କିମ୍ବା ନାହିଁ, ଯାହାକି ତାଙ୍କ ପ୍ରତି ପ୍ରୟୋଗନୀୟ ଅଟେ ଏବଂ ଏପରି ଅଂଶ ତାଙ୍କୁ ସଂପୂର୍ଣ୍ଣଭାବେ ଆବଣ୍ଟିତ ହୋଇଛି ବୋଲି ଧରାଯିବ । ଯେତେବେଳେ ଜଣେ ହିନ୍ଦୁ, ଯାହାଙ୍କ ପ୍ରତି ‘ଆଲିୟାସାନ୍ତନା’ ଆଇନ୍ ପ୍ରୟୋଗ ହୋଇଥାଆନ୍ତା, ଯଦି ଏହି ଆଇନ୍ ମଞ୍ଜୁର ହୋଇନଥାଆନ୍ତା, ସେ, ଏହି ଆଇନ୍ ର ପ୍ରଚଳନ ପରେ ମୃତ୍ୟୁବରଣ କରେ, ଏବଂ ତାଙ୍କ ମୃତ୍ୟୁ ସମୟରେ, ଜଣେ କୁଟୁମ୍ବ କିମ୍ବା କାଭାରୁ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ସମ୍ପତ୍ତିରେ କୌଣସି ଅବିଭାଜିତ ସ୍ଵାର୍ଥ ଥାଏ; ସେପରିସ୍ଥଳେ ତାଙ୍କର କିମ୍ବା (ଉକ୍ତ ମହିଳାର) ସମ୍ପତ୍ତିରେ ଥିବା ସ୍ଵାର୍ଥ, ଦଲିଲୀୟ କିମ୍ବା ‘ଇଣ୍ଟେଷ୍ଟେଟ୍’ ଉତ୍ତରାଧିକାରୀତ୍ଵ ଦ୍ଵାରା; ଏହି ଆଇନ୍ ଅନୁଯାୟୀ, ନ୍ୟସ୍ତ ହେବ ଏବଂ ‘ଆଲିୟାସାନ୍ତନା’ ଆଇନ୍ ଅନୁଯାୟୀ ନୁହେଁ । ସ୍ପଷ୍ଟୀକରଣ ଏହି ଉପ – ଦଫା ଉଦ୍ଦେଶ୍ୟ ନିମନ୍ତେ, କୌଣସି କୁଟୁମ୍ବ କିମ୍ବା କାଭାରୁର ସମ୍ପତ୍ତିରେ କୌଣସି ହିନ୍ଦୁର ସ୍ଵାର୍ଥ ; ଉକ୍ତ କୁଟୁମ୍ବ କିମ୍ବା କାଭାରୁର ସମ୍ପତ୍ତିରେ ଅଂଶ ବୋଲି ଧରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଯାହାକି ତାଙ୍କ ଭାଗରେ ପଡିଥାଆନ୍ତା, ଯଦି ଅଂଶାନୁଯାୟୀ ଉକ୍ତ ସମ୍ପତ୍ତି ବିଭାଜିତ ହୋଇ ଥାଆନ୍ତା ଏବଂ ତାହା ତାଙ୍କର ଠିକ୍ ମୃତ୍ୟୁ ପୂର୍ବରୁ ଏବଂ କୁଟୁମ୍ବ କିମ୍ବା କାଭାରୁର ସମସ୍ତ ସଦସ୍ୟଙ୍କ ମଧ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯଦିଓ ସେ, ଆଲିୟାସାନ୍ତନା ‘ଆଇନ୍’ ଅନୁଯାୟୀ ଏପରି ବିଭାଜନ ଦାବୀ କରିବା ନିମନ୍ତେ ହକ୍ ଦାର୍ ହୋଇଥାଆନ୍ତୁ କିମ୍ବା ନାହିଁ, ଏବଂ ଏପରି ଅଂଶ, ତାଙ୍କୁ ସଂପୂର୍ଣ୍ଣଭାବେ ଆବଣ୍ଟିତ ହୋଇଛି ବୋଲି ଧରାଯିବ । ଉପ – ଦଫା (୧) ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ , ଯେତେବେଳେ ଜଣେ ସ୍ତନାମ୍ ଦାର୍ ଏହି ଆଇନ୍ ର ପ୍ରଚଳନ ପରେ ମୃତ୍ୟୁବରଣ କରେ , ସେପରିସ୍ଥଳେ ତାଙ୍କ ଦ୍ଵାରା ଧାରୀତ ସ୍ତନମ୍ ସମ୍ପତ୍ତି , ପରିବାରର ସଦସ୍ୟଙ୍କ ଉପରେ ନ୍ୟସ୍ତ ହେବ , ଯେଉଁଥି ପ୍ରତି ସ୍ତନମ୍ ଦାର୍ ଅଟନ୍ତି ଏବଂ ସ୍ତନମ୍ ଦାର୍ ଙ୍କ ଉତ୍ତରାଧିକାରୀମାନେ , ଯେପରିକି ସ୍ତନମ୍ ସମ୍ପତ୍ତି , ତାଙ୍କ ମୃତ୍ୟୁର ଠିକ୍ ପୂର୍ବରୁ , ତାଙ୍କ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିଭାଜନ କରାଯାଇଛି ଏବଂ ତାଙ୍କ ପରିବାରର ସଦସ୍ୟ ଏବଂ ଉତ୍ତରାଧିକାରୀଙ୍କ ଉପରେ ପଡିଥିବା ଅଂଶ , ସେମାନଙ୍କ ଦ୍ଵାରା , ସେମାନଙ୍କର ପୃଥକ୍ ସମ୍ପତ୍ତିଭାବେ ଧାରୀତ ହେବ । ସ୍ପଷ୍ଟୀକରଣ ଏହି ଉପ – ଦଫାର ଉଦ୍ଦେଶ୍ୟ ନିମନ୍ତେ, କୌଣସି ସ୍ତନମ୍ ଦାରର ପରିବାର, ପରିବାରର ପ୍ରତ୍ୟକ ଶାଖାକୁ ଅନ୍ତର୍ଭୁକ୍ତ କରିବ, ତାହା ବିଭାଜିତ କିମ୍ବା ଅବିଭାଜିତ ହୋଇଥାଉ, କିମ୍ବା ନାହିଁ, ଯାହାର ପୁରୁଷ ସଦସ୍ୟମାନେ, ସ୍ତନମ୍ ଦାରଙ୍କ ସ୍ଥିତିକୁ ଉତ୍ତରାଧିକାରଭାବେ ଯିବା ନିମନ୍ତେ କୌଣସି ପ୍ରଥା କିମ୍ବା ବ୍ୟବହାର ଦ୍ଵାରା ହକ୍ ଦାର୍ ହୋଇଥାଆନ୍ତେ, ଯଦି ଏହି ଆଇନ୍ ମଞ୍ଜୁର କରାଯାଇନଥାଆନ୍ତା । ପୁରୁଷମାନଙ୍କ କ୍ଷେତ୍ରରେ ଉତ୍ତରାଧିକାରୀତ୍ଵର ସାଧାରଣ ନିୟମାବଳୀ କୌଣସି ଦଲିଲ୍ ଦ୍ଵାରା ସମ୍ପତ୍ତି ହସ୍ତାନ୍ତରଣ ନକରି ମୃତ ହୋଇଥିବା କୌଣସି ହିନ୍ଦୁ ପୁରୁଷର ସମ୍ପତ୍ତି, ଏହି ଅଧ୍ୟାୟର ବ୍ୟବସ୍ଥାବଳୀ ଅନୁଯାୟୀ ନ୍ୟସ୍ତ ହେବ : - ପ୍ରଥମେ, ଉତ୍ତରାଧିକାରୀଙ୍କ ଉପରେ, ଯେଉଁମାନେକି ସୂଚୀର ଶ୍ରେଣୀ – ୧ରେ ଧାର୍ଯ୍ୟ ସଂପର୍କୀୟ ଅଟନ୍ତି ; ଦ୍ଵିତୀୟରେ, ଯଦି ଶ୍ରେଣୀ – ୧ରେ କୌଣସି ଉତ୍ତରାଧିକାରୀ ନଥାଆନ୍ତି, ତାହେଲେ ସେହି ଉତ୍ତରାଧିକାରୀଙ୍କ ଉପରେ, ଯେଉଁମାନେ କି ସୂଚୀର ଶ୍ରେଣୀ – ୨ରେ ଧାର୍ଯ୍ୟ ସଂପର୍କୀୟ ଅଟନ୍ତି; ତୃତୀୟରେ, ଯଦି ଉପରୋକ୍ତ ଦୁଇ ଶ୍ରେଣୀର କୌଣସି ଉତ୍ତରାଧିକାରୀ ନଥାଆନ୍ତି, ତାହେଲେ ମୃତକଙ୍କର ସଗୋତ୍ରଙ୍କ ଉପରେ; ଏବଂ ଶେଷରେ, ଯଦି କୌଣସି ସଗୋତ୍ର ନଥାଆନ୍ତି, ତାହେଲେ ମୃତକଙ୍କର ମାତୃସଂପର୍କିତ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରାଯିବ। ଟିପ୍ପଣୀ ଆମ୍ଭ ଦୃଷ୍ଟିରେ, ସଠିକ୍ ଆଇନ୍ ଗତ ସ୍ଥିତି ତେହା ଅଟେ ଯେ, ଜଣେ ସହଭାଗୀଙ୍କ ଦ୍ଵାରା ଅନେକ ସହଭାଗୀଙ୍କର ହୋଇଥିବା ସମ୍ପତ୍ତିର ଦଖଲକୁ ଏପରି ଧରାଯିବ ଯେ, ସେ ଅନ୍ୟ ସହଭାଗୀଙ୍କ ତରଫରୁ ଉକ୍ତ ସମ୍ପତ୍ତିକୁ ଦଖଲ କରିଛନ୍ତି ଯଦି ଅନ୍ୟ ସଭାଗୀଙ୍କର ସତ୍ଵକୁ ପ୍ରତ୍ୟାଖ୍ୟାନ ଦ୍ଵାରା ସ୍ପଷ୍ଟ ବହିଷ୍କରଣ ହୋଇନଥାଏ ଏବଂ ଜଣେ ସହଭାଗୀଙ୍କର ନାମ ରାଜସ୍ୱ ନଥିରେ ନାମାନ୍ତରଣ; ବହିଷ୍କରଣକୁ ଅର୍ଥାୟୀତ କରିବ ନାହିଁ, ଯଦି ସ୍ପଷ୍ଟ ଘୋଷଣା ନଥାଏ ଯେ , ଅନ୍ୟାନ୍ୟ ସହଭାଗୀଙ୍କର ସତ୍ଵକୁ ପ୍ରତ୍ୟାଖ୍ୟାନ କରାଯାଇଛି – (ଦର୍ଶନ ସିଂହ ଏବଂ ଅନ୍ୟମାନେ ବନାମ ଗୁଜାର ସିଂହ (ମୃତ), ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା – ଏ.ଆଇ.ଆର୍. ୨୦୦୨ ସୁପ୍ରିମ୍ କୋର୍ଟ – ୬୦୫) । ପିତାଙ୍କ ନାମ ଉନ୍ମୋଚନ କରିବା, ସମ୍ଭବତ ଅହିକ ଉପାଦେୟ ଏବଂ ବିଶେଷ ଗୁରୁତ୍ଵପୂର୍ଣ୍ଣ ହୋଇପାରେ , ଯେଉଁସ୍ଥଳରେ ମୃତ ଭ୍ରାତାର ସମ୍ପତ୍ତି, ଜଣେ ଭଗିନୀ ଦ୍ଵାରା ଦାବୀ କରାଯାଏ । ଉକ୍ତ ‘ଭଗିନୀ’ ‘ଇଉଟେରାଇନ୍’ ଭାଗିନୀକୁ ଅର୍ଥାୟୀତ କରେ ନାହିଁ । ଯେପରି ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ ରେ , ଉତ୍ତରାଧିକାରର ସୂଦ=ଛି ପ୍ରତି ଟିପ୍ପଣୀ ଅଧିନରେ ବ୍ୟବସ୍ଥାୟୀତ କରାଯାଇଛି - (କେ.ରାଜ୍. ଏବଂ ଅନ୍ୟ ଜଣେ ବନାମ୍ ମୁଥାମ୍ମା – ଏ.ଆଇ.ଆର୍. – ୨୦୦୧ ସୁପ୍ରିମ୍ କୋର୍ଟ - ୧୭୨୦) । ଇଛାପତ୍ରର ପ୍ରସ୍ତୁତିକରଣ କିମ୍ବା ନିବନ୍ଧନ ସମୟରେ ଉପସ୍ଥିତ ଥିବା ଅଧିବକ୍ତାଙ୍କର କେବଳମାତ୍ର ଅଣ – ପରୀକ୍ଷା , ତାହା ପ୍ରତ୍ୟାଖ୍ୟାନ କରିବା ନିମନ୍ତେ କେବଳମାତ୍ର କାରଣ ହୋଇନପାରେ (ରାମାବାଇ ପଦମକର ପାଟିଲ୍ (ମୃତ) ଆଇନ୍ ଗତ ପ୍ରତିନିଧିଙ୍କ ଜରିଆରେ ଏବଂ ଅନ୍ୟମାନେ ବନାମ ରୁକ୍ ମିଣୀ ବାଇ ବିଷ୍ନୁ ଭେନ୍ ଖାଣ୍ଡେ ଏବଂ ଅନ୍ୟମାନେ – (୨୦୦୩) ୮ ଏସ୍.ସି.ସି. – ୫୩୭ ; ୨୦୦୩ (୬) ସୁପ୍ରିମ୍ – ୧୯୦) । ସୂଚୀରେ ଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ, ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟତା ସୂଚୀରେ ଧାର୍ଯ୍ୟ କରାଯାଇଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ, ଶ୍ରେଣୀ – ୧ରେ ଥିବା ବ୍ୟକ୍ତିମାନେ ସେହି ଏକା ସମୟରେ ଗ୍ରହଣ କରିବେ ଏବଂ ଅନ୍ୟାନ୍ୟ ଉତ୍ତରାଧିକାରୀଙ୍କର ବହିର୍ଭୂତକରଣରେ; ଶ୍ରେଣୀ – ୨ରେ ଉଲ୍ଲେଖିତ ପ୍ରଥମ ଅନ୍ତର୍ଭୁକ୍ତକାରଣରେ ଥିବା ବ୍ୟକ୍ତିମାନଙ୍କୁ ଦ୍ଵିତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ପସନ୍ଦ କରାଯିବ; ଦ୍ଵିତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କୁ, ତୃତୀୟ ଅନ୍ତର୍ଭୁକ୍ତିକରଣରେ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ପସନ୍ଦ କରାଯିବ ଏବଂ ଏହିପରିଭାବେ, ଉତ୍ତରାଧିକାରୀତ୍ଵ ଅନୁଯାୟୀ । ସୂଚୀର ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀଙ୍କ ମଧ୍ୟରେ, ସମ୍ପତ୍ତିର ବିଭାଜନ ଦଲିଲ୍ ସଂପାଦନ ନକରି, ମୃତ କୌଣସି ବ୍ୟକ୍ତିର ସମ୍ପତ୍ତିକୁ, ସୂଚୀର ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀଙ୍କ ମଧ୍ୟରେ , ନିମ୍ନଲିଖିତ ନିୟମାବଳୀ ସହିତ ସମନ୍ଵୟ ରକ୍ଷାକରି, ବିଭାଜନ କରାଯିବ । ନିୟମ – ୧ : ମୃତବ୍ୟକ୍ତିର ବିଧବା କିମ୍ବା ଯଦି ଜଣକ ଅପେକ୍ଷା ଅଧିକ ବିଧବା ଥାଆନ୍ତି ; ତାହେଲେ ସମସ୍ତ ବିଧବା ଏକତ୍ରୀଭାବେ , ଗୋଟିଏ ଅଂଶ ଗ୍ରହଣ କରିବେ । ନିୟମ - ୨ : ମୃତବ୍ୟକ୍ତିର ଜୀବିତ ପୁତ୍ର ଏବଂ କନ୍ୟାମାନେ ଏବଂ ମାତା , ଗୋଟିଏ ଅଂଶ ଗ୍ରହଣ କରିବେ । ନିୟମ – ୩ : ମୃତକଙ୍କର ପ୍ରତ୍ୟକ ପୂର୍ବ – ମୃତ ପୁତ୍ର କିମ୍ବା ପ୍ରତ୍ୟକ ପୂର୍ବମୃତ କନ୍ୟାର ଶାଖାରେ ଥିବା ଉତ୍ତରାଧିକାରୀମାନେ , ସେମାନଙ୍କ ମଧ୍ୟରେ ଗୋଟିଏ ଅଂଶ ଗ୍ରହଣ କରିବେ । ନିୟମ – ୪ : ନିୟମ – ୩ରେ ଉଲ୍ଲେଖିତ ଅଂଶର ବିଭାଜନ : - ପୂର୍ବ ମୃତ ପୁତ୍ରର ଶାଖାରେ ଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ ଏପରିଭାବେ କରାଯିବ ଯେ , ତାଙ୍କର ବିଧବା (କିମ୍ବା ଏକତ୍ରିତ ଭାବେ ବିଧବାମାନେ) ଏବଂ ଜୀବିତ ପୁତ୍ର ଏବଂ କନ୍ୟାମାନେ, ସମାନ ଅଂଶ ପାଇବେ ଏବଂ ତାଙ୍କର ପୂର୍ବମୃତ ପୁତ୍ରର ଶାଖା , ସେହି ଏକା ଅଂଶ ଗ୍ରହଣ କରିବେ; ପୂର୍ବ – ମୃତ କନ୍ୟାର ଶାଖାରେ ଥିବା ଉତ୍ତରାଧିକାରୀଙ୍କ ଏପରି କରାଯିବ, ଯେପରି ଜୀବିତ ପୁତ୍ର ଏବଂ କନ୍ୟାମାନେ , ସମାନ ଅଂଶ ପାଇବେ । ସୂଚୀର ଦ୍ଵିତୀୟ ଶ୍ରେଣୀରେ ଥିବା ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତିର ବିତରଣ କୌଣସି ଦଲିଲ୍ ନକରି ମୃତ କୌଣସି ବ୍ୟକ୍ତିର ସମ୍ପତ୍ତି , ସୂଚୀର ଦ୍ଵିତୀୟ ଶ୍ରେଣୀରେ ଏକ ଅନ୍ତର୍ଭୁକ୍ତିକରଣରେ ଧାର୍ଯ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ବିଭାଜନ କରାଯିବ, ଯାହାଫଳରେ ସେମାନେ ସମାନ ଭାବେ ଅଂଶ ଗ୍ରହଣ କରିବେ । ‘ଆଗ୍ ନେଟ୍’ ଏବଂ ‘କଗ୍ ନେଟ୍’ଙ୍କ ମଧ୍ୟରେ, ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟତା ‘ଆଗ୍ ନେଟ୍ ’ କିମ୍ବା ‘କଗ୍ ନେଟ୍ ’ଙ୍କ ମଧ୍ୟରେ , ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟତା, ନିମନ୍ତେ ଉଲ୍ଲେଖିତ ପସନ୍ଦ ନିୟମାବଳୀ ସହ ସମନ୍ଵୟ ରକ୍ଷାକରି , ସ୍ଥିର କରାଯିବ : - ନିୟମ – ୧ : ଦୁଇଜଣ ଉତ୍ତରାଧିକାରୀଙ୍କ ମଧ୍ୟରେ , ସେହି ବ୍ୟକ୍ତି ଯାହାର ଅତିକମ୍ କିମ୍ବା କୌଣସି ଉର୍ଦ୍ଧ୍ଵଗାମୀ ମାତ୍ରା ନାହିଁ , ତାକୁ ପସନ୍ଦ କରାଯାଏ । ନିୟମ – ୨: ଯେଉଁସ୍ଥଳରେ , ଊର୍ଦ୍ଧ୍ଵଗାମୀର ମାତ୍ରା ସଂଖ୍ୟା ଏକା ହୋଇଥାଏ କିମ୍ବା କିଛି ନଥାଏ , ସେହି ଉତ୍ତରାଧିକାରୀକୁ ପସନ୍ଦ କରାଯାଏ , ଯାହାଙ୍କର ଅତିକମ୍ କିମ୍ବା ନିମ୍ନଗାମୀତ୍ଵର କୌଣସି ମାତ୍ରା ନଥାଏ । ନିୟମ – ୩ : ଯେଉଁ ସ୍ଥଳରେ , ନିୟମ – ୧ କିମ୍ବା ନିୟମ - ୨ ଅନୁଯାୟୀ , କୌଣସି ଉତ୍ତରାଧିକାରୀ ଅନ୍ୟ ଅପେକ୍ଷା ପସନ୍ଦ କରାଯିବା ନିମନ୍ତେ ହକ୍ ଦାର୍ ହୋଇନଥାଆନ୍ତି ; ସେପରିସ୍ଥଳେ ସେମାନେ ଏକା ସହ କିମ୍ବା ସେହି ଏକ ସମୟରେ ଗ୍ରହଣ କରନ୍ତି । ମାତ୍ରାର ଗଣନା ‘ଆଗ୍ ନେଟ୍’ କିମ୍ବା ‘କଗ୍ ନେଟ୍’ ଙ୍କ ମଧ୍ୟରେ ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟତା ସ୍ଥିର କରିବା ଉଦ୍ଦେଶ୍ୟରେ, ଊର୍ଦ୍ଧ୍ଵଗାମୀ କିମ୍ବା ନିମ୍ନଗାମୀ ମାତ୍ରାର ଉକ୍ତିରେ, ମୃତକଙ୍କ ଠାରୁ ସଂପର୍କ ସ୍ଥିର କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ । ଦଲିଲ୍ ନକରି, ମୃତକଙ୍କୁ ଅନ୍ତର୍ଭୁକ୍ତକରି, ଊର୍ଦ୍ଧ୍ଵଗାମୀ ଏବଂ ନିମ୍ନଗାମୀର ମାତ୍ରାକୁ ଗଣନା କରାଯିବ । ପ୍ରତ୍ୟକ ବଂଶଧର, ଏକମାତ୍ରା ଗଠନ କରେ , ତାହା ଊର୍ଦ୍ଧ୍ଵଗାମୀ କିମ୍ବା ନିମ୍ନଗାମୀ ହୋଇପାରେ । ଟିପ୍ପଣୀ ଯେଉଁ ସ୍ଥଳରେ ଛାଡପତ୍ର, ପରିତ୍ୟାଗର କାରଣ ଉପରେ ପର୍ଯ୍ୟବେସିତ ହୋଇଥାଏ ; ତାହା ଭରଣପୋଷଣକୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ, ଏକ କାରଣ ହୋଇନପାରେ – (୨୦୦୦(୩) ଏସ୍.ସି.ସି. - ୧୮୦) । ହିନ୍ଦୁ ମହିଳାର ସମ୍ପତ୍ତି, ତା’ର ସଂପୂର୍ଣ୍ଣ ସମ୍ପତ୍ତି ହେବ କୌଣସି ହିନ୍ଦୁ ମହିଳା ଦ୍ଵାରା ଦଖଲ କରାଯାଇଥିବା କୌଣସି ସମ୍ପତ୍ତି , ତାହା , ଏହି ଆଇନ୍ ର ପ୍ରଚଳନ ପୂର୍ବରୁ କିମ୍ବା ପରେ କରାଯାଇଥାଉ , ତାହା ତାଙ୍କ ଦ୍ଵାରା ଜଣେ ସଂପୂର୍ଣ୍ଣ ମାଲିକ ଭାବେ ଧାରଣ କରାଯିବ ଏବଂ ଜଣେ ସୀମିତ ମାଲିକ ଭାବେ ନୁହେଁ । ସ୍ପଷ୍ଟୀକରଣ : - ଏହି ଉପ - ଦଫାରେ, ‘ସମ୍ପତ୍ତି’ ଉଭୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଅନ୍ତର୍ଭୁକ୍ତକରେ, ଯାହାକି କୌଣସି ହିନ୍ଦୁ ମହିଳାଦ୍ଵାରା, ଉତ୍ତରାଧିକାରୀତ୍ଵରେ କିମ୍ବା ଉପାଦେୟରେ କିମ୍ବା କୌଣସି ବିଭାଜନରେ କିମ୍ବା ଭରଣପୋଷଣରେ ପରିବର୍ତ୍ତେ କିମ୍ବା ଭରଣପୋଷଣର ବକେୟାଭାବ କିମ୍ବା କୌଣସି ବ୍ୟକ୍ତିଠାରୁ ଦାନ ଭାବେ ଗ୍ରହଣ କରାଯାଇଥାଏ, ତାହା ଜଣେ ସଂପର୍କୀୟ ଭାବେ ହୋଇଥାଉ କିମ୍ବା ନାହିଁ ଏବଂ ତାହା ତାଙ୍କର ବିବାହ ସମୟରେ କିମ୍ବା ପରେ ହୋଇଥାଉ କିମ୍ବା ତାଙ୍କର ନିଜ ନିପୁଣତା ଯୋଗୁ କିମ୍ବା କ୍ରୟ ଦ୍ଵାରା କିମ୍ବା ସମୟର ଅତିବାହିତ ଦ୍ଵାରା କିମ୍ବା ଅନ୍ୟ କୌଣସି ଉପାୟରେ ହୋଇଥାଉ କିମ୍ବା ଏହି ଆଇନ୍ ର ଠିକ୍ ପ୍ରଚଳନ ପୂର୍ବରୁ ‘ସ୍ଵାଧୀନ’ ଭାବେ ଧାରଣ କରାଯାଇଥିବା ଏପରି କୌଣସି ସମ୍ପତ୍ତି। ଉପ – ଦଫା (୧) ରେ ଧାରୀତ କୌଣସି ବ୍ୟବସ୍ଥା, ଦାନ ଦ୍ଵାରା କିମ୍ବା କୌଣସି ଇଚ୍ଛାପତ୍ର କିମ୍ବା ଅନ୍ୟ କୌଣସି ଦଲିଲ୍ ଦ୍ଵାରା କିମ୍ବା କୌଣସି ଦେୱାନୀ ନ୍ୟାୟାଳୟର ଆଦେଶ ଦ୍ଵାରା, କିମ୍ବା କୌଣସି ରାଏ ଦ୍ଵାରା ଧାରୀତ କୌଣସି ସମ୍ପତ୍ତି ପ୍ରତି ପ୍ରୟୋଗ ହେବ ନାହିଁ, ଯେଉଁ ସ୍ଥଳରେ ଦାନ, ଇଚ୍ଛାପତ୍ର କିମ୍ବା ଅନ୍ୟ ଦଲିଲ୍ କିମ୍ବା ଡିକ୍ରୀ, ଆଦେଶ କିମ୍ବା ରାଏର ଉକ୍ତି, ଏପରି ସମ୍ପତ୍ତିରେ ଏକ କଟକଣିତ ସମ୍ପତ୍ତିକୁ ଧାର୍ଯ୍ୟ କରେ । ଟିପ୍ପଣୀ ଦଫା ୧୪ର ପରିସର – (୧୯୮୯(୨) ଏସ୍.ସି.ସି. – ୨୯୨; ୧୯୮୫(୨) ଏସ୍.ସି.ସି. – ୩୭୦ ; ଏ.ଆଇ.ଆର୍. ୧୯୮୭ ସୁପ୍ରିମ୍ କୋର୍ଟ – ୧୪୯୩ ; ୧୯୯୦ (୧) ଏସ୍.ସି.ସି. – ୧; ଏ.ଆଇ.ଆର୍. ୧୯୮୭ ସୁପ୍ରିମ୍ କୋର୍ଟ – ୨୩୯୪ ; ୧୯୮୧ (୨) ଏସ୍.ସି.ସି. – ୧୨୧ । ଏହି ଆଇନ୍ ର ଦଫା ୧୪ରେ ‘ଦଖଲ’ ଅର୍ଥ , ଦଖଲ କରିବା ଅଧିକାର ଏବଂ ପ୍ରକୃତ ଦୈହିକ ଦଖଲ ନୁହେଁ - ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ – ୮୬୯ , ସାଲିସ୍ ଦ୍ଵାରା , ତାଙ୍କର (ମହିଳାର) ଭରଣପୋଷଣ ପରିବର୍ତ୍ତେ କୌଣସି ହିନ୍ଦୁ ମହିଳାଙ୍କୁ ଦିଆଯାଇଥିବା ସମ୍ପତ୍ତି ପ୍ରତି , ଦଫା ୧୪(୧) କୁ ଆକର୍ଷଣ କରାଯାଏ (ଏ.ଆଇ.ଆର୍. – ୧୯୯୬ ସୁପ୍ରିମ୍ କୋର୍ଟ – ୮୫୫ ; ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ - ୧୬୯୭ ) । ଦଖଲର ନୀତି ଏବଂ ଆଇନ୍ ର ଦଫା ୧୪ର ଉକ୍ତି ‘ଦଖଲ’ କୁ ଏହାର ବିସ୍ତାରୀତ ଅର୍ଥରେ ବ୍ୟାଖ୍ୟା କରାଯିବ, ଯାହାକି ଆଇନ୍ ରେ ସମସ୍ତ ପ୍ରକାର ଦଖଲକୁ ଅନ୍ତର୍ଭୁକ୍ତ କରିବ - (ଏ.ଆଇ.ଆର୍. ୧୯୬୭ ସୁପ୍ରିମ୍ କୋର୍ଟ – ୧୭୮୬; ଏ.ଆଇ.ଆର୍. ୧୯୯୬ ସୁପ୍ରିମ୍ କୋର୍ଟ – ୮୬୯; ଏ.ଆଇ.ଆର୍. ୧୯୯୪ ଗୌହାଟୀ – ୧୮ ; ଏ.ଆଇ.ଆର୍. ୧୯୭୬ ବମ୍ବେ – ୨୭୨; ଏ.ଆଇ.ଆର୍. ୧୫୫୯ ସୁପ୍ରିମ୍ କୋର୍ଟ – ୫୭୭; ଏ.ଆଇ.ଆର୍. ୧୯୬୨ ଆନ୍ଧ୍ରପ୍ରଦେଶ – ୩୬୮; ଏ.ଆଇ.ଆର୍. ୧୯୫୮ବମ୍ବେ - ୨୪୪) । ଯେଉଁ ସ୍ଥଳରେ ଅବିବାହିତା ଥିବା କନ୍ୟା, ତା’ର ପିତାଙ୍କ ମୃତ୍ୟୁ ତାରିଖରେ ଏକ ଅଂଶ ନିମନ୍ତେ ହକ୍ ଦାର୍ ହୋଇଥାଏ; ସେପରିସ୍ଥଳେ, ଏପରି ଅଧିକାରକୁ ପରେ ତା’ର ବିବାହ ଦ୍ଵାରା ନେଇ ନିଆଯାଇ ପାରିବ ନାହିଁ - (ଏ.ଆଇ.ଆର୍. ୧୯୯୯ କର୍ଣ୍ଣାଟକ - ୪୬) । ଯେଉଁସ୍ଥଳରେ କୌଣସି ହିନ୍ଦୁ ବିଧବା, ହିନ୍ଦୁ ଉତ୍ତରାଧିକାରୀତ୍ଵ ଆଇନ୍ , ୧୯୫୬ ବଳବତ୍ତର ହେବା ପୂର୍ବରୁ, ସମ୍ପତ୍ତିକୁ ହସ୍ତାନ୍ତରଣ କରିଥାଏ; ଏହା ଅବୈଧ ହୋଇଥାଏ ଏବଂ ତମାଦି ସମୟ ମଧ୍ୟରେ ଏପରି ହସ୍ତାନ୍ତରଣକୁ ଆହ୍ଵାନ କରିବା ନିମନ୍ତେ , ସମ୍ପତ୍ତି ପ୍ରାପ୍ତ ବ୍ୟକ୍ତିମାନଙ୍କୁ ଆବଶ୍ୟକ କରାଯିବ ନାହିଁ - (ନଲନ୍ ବନାମ ଭେଲାୟନ୍ କୁଦୁମ୍ବନ - ଏ.ଆଇ.ଆର୍. – ୨୦୦୧ ମାଡ୍ରାସ – ୬; ଏ.ଆଇ.ଆର୍. ୧୯୫୮ ମାଡ୍ରାସ – ୨୫୫ ; ଏ.ଆଇ.ଆର୍. ୧୯୫୮ ମାଡ୍ରାସ – ୪୫୯ ; ଏ.ଆଇ.ଆର୍. ୧୯୬୩ ମାଡ୍ରାସ - ୩୭ ; (୧୯୬୯) ୮୨ ‘ଲ’ ଉଇକ୍ ଲି – ୬୬୭ ଦ୍ରଷ୍ଟବ୍ୟ ) । ଏପରି ଯୁକ୍ତି ଏବଂ ସାକ୍ଷର ଅଭାବରେ ଯେ, ଏପରି ସମ୍ପତ୍ତିକୁ ଭରଣପୋଷଣ ବାବଦରେ ଦିଆଯାଇଛି ଏବଂ ଏହି ରାଏ ଯେ, ଏପରି ସମ୍ପତ୍ତିକୁ, ଭରଣପୋଷଣର ପରିବର୍ତ୍ତେ ଦିଆଯାଇଛି, ଯେଉଁ ଅଧିକାରକୁ ନ୍ୟାୟାଳୟ, ସଂପୂର୍ଣ୍ଣ ମାଲିକାନାରେ ପରିବର୍ଦ୍ଧନ କରିପାରନ୍ତି, ତାହା ଲିପିବଦ୍ଧ କରାଯାଇପାରିବ ନାହିଁ । ସେଥିପାଇଁ ସେ ସଂବନ୍ଧରେ ରାଏ ଲିପିବଦ୍ଧ କରିବା ତ୍ରୁଟି ଉଚ୍ଚନ୍ୟାୟାଳୟ କରିଛନ୍ତି ବୋଲି ଦର୍ଶାଯାଇଥିଲା – (ଗୁଲାବ ରାଓ ବଳବନ୍ତ ରାଓ ସିନ୍ଧେ ଏବଂ ଅନ୍ୟମାନେ – ୨୦୦୩ (୧)ଏସ୍.ସି.ସି. – ୨୧୨) । ଇଚ୍ଛାପତ୍ର ସଂପାଦକ ସମୟରେ, ଦଲିଲ୍ ସଂପାଦକକାରୀଙ୍କର ପ୍ରଥମ କନ୍ୟା ; ଜଣେ ସାବାଳକ ଥିଲା ଏବଂ ସେ ବିବାହ କରିଥିଲା । ଯଦି ପ୍ରକୃତରେ, ଦଲିଲ୍ ସଂପାଦନକାରୀ, ଉପକୃତଙ୍କୁ ଅଂଶ ଦେବା ନିମନ୍ତେ ଉଦ୍ଦେଶିତ ଥାଆନ୍ତେ, ତାହେଲେ ସେ ସମସ୍ତ ସମ୍ପତ୍ତି ରାମାମ୍ମାଙ୍କ ନିମନ୍ତେ ଉପଭୋଗ କରିବା ନିମନ୍ତେ, ସାରା ଜୀବନ ସ୍ଵାର୍ଥ ସୃଷ୍ଟିକରି ନଥାଆନ୍ତେ । ଏହି ବିଷୟ ଯେ , ଇଚ୍ଛାପତ୍ର , ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରିଥିଲା ଯେ, ରାମାମ୍ମା ତାଙ୍କର ଜୀବଦଶା ମଧ୍ୟରେ ସମସ୍ତ ସମ୍ପତ୍ତି ଉପଭୋଗ କରିବା ନିମନ୍ତେ ହକ୍ ଦାର୍ ଅଟନ୍ତି; ଏହା ଦର୍ଶାଇବା ନିମନ୍ତେ ଯଥେଷ୍ଟ ବୋଲି ଧରାଯାଇଥିଲା ଯେ, ପ୍ରଶ୍ନଗତ ସମ୍ପତ୍ତିକୁ, ତାଙ୍କର ଜୀବଦଶା ମଧ୍ୟରେ , ଭରଣପୋଷଣ ପରିବର୍ତ୍ତେ, ରାମାମ୍ମାଙ୍କୁ ଦିଆଯାଇଥିଲା ଏବଂ ଯେ, କେବଳ ତାଙ୍କର ମୃତ୍ୟୁ ପରେ , ଅଧିଲାର , ଯଦି କିଛିଥାଏ, ଇଚ୍ଛାପତ୍ର ଅନୁଯାୟୀ, ତାଙ୍କର କନ୍ୟାମାନଙ୍କ ଉପରେ ନ୍ୟସ୍ତ କରାଯିବ – (ଶ୍ରୀମତୀ ପାଲଚାରୀ ହେନୁମାୟାମ୍ମା ବନାମ ତାତିକାମାଲ୍ଲା କୋଟ୍ ଲିଙ୍ଗମ୍ (କନ୍ୟା), ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା – ଏ.ଆଇ.ଆର୍ ୨୦୦୧ ସୁପ୍ରିମ୍ କୋର୍ଟ - ୩୦୬୨)। ଇଚ୍ଛାପତ୍ର ଅନୁଯାୟୀ, ଜଣେ ସଂପୂର୍ଣ୍ଣ ମାଲିକଭାବେ ସମ୍ପତ୍ତି ସହ କାରବାର କରିବା ନିମନ୍ତେ, ଜଣେ ବାଇଦୁର୍ଗୀଙ୍କର ଅଧିକାର ଏବଂ ତାହା ହସ୍ତାନ୍ତରଣ କରିବା ମଧ୍ୟ ପ୍ରଭାବିତ ହୋଇ ନଥିଲା କିମ୍ବା କଟକଣିତ ହୋଇନଥିଲା । ଏହା ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଥିଲା ଯେ, ସମସ୍ତ ଅର୍ଥ ଖର୍ଚ୍ଚ କରିବା ନିମନ୍ତେ ତାଙ୍କର ଅଧିକାର ରହିବ ଏବଂ ତାହା କେହି ପ୍ରଶ୍ନାୟୀତ କରିବେ ନାହିଁ ଏବଂ ସେ ଇଚ୍ଛାପତ୍ର ଦ୍ଵାରା, ସମସ୍ତ ସମ୍ପତ୍ତିକୁ ବିକ୍ରିକରି ପାରିବେ କିମ୍ବା ନ୍ୟସ୍ତ କରିପାରିବେ । ଏହାର ଫଳ ଏହା ହୋଇଥିଲା ଯେ,ବାଇଦୁର୍ଗୀଙ୍କର ମୃତ୍ୟୁପରେ, ଯଦି କୌଣସି ସମ୍ପତ୍ତି ଅଣହସ୍ତାନ୍ତରଣୀୟ କିମ୍ବା ନ୍ୟସ୍ତ କରାଯାଇନଥାଏ, ସେପରିସ୍ଥଳେ, ତାଙ୍କର ଗୃହୀତ ପୁତ୍ରର, ତା ଉପରେ ଅଧିକାର ରହିବ। ସେଥିପାଇଁ, ବିଚାରକାରୀ ନ୍ୟାୟାଳୟ ଦ୍ଵାରା ମଞ୍ଜୁର କରାଯାଇଥିବା ଏବଂ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଦୃଢୀକରଣ କରାଯାଇଥିବା ରାଏ ଏବଂ ଡିକ୍ରୀକୁ ନାକଚ୍ କରାଯାଇଥିଲା –(ବ୍ରହ୍ମଚାରୀ ସନାତନ ଧର୍ମ ମହାମଣ୍ଡଳର ବନାମ କହ୍ନେୟାଲାଲ୍ ବାଗଲା ଏବଂ ଅନ୍ୟମାନେ–ଏ.ଆଇ.ଆର୍.୨୦୦୧ ସୁପ୍ରିମ୍ କୋର୍ଟ – ୩୭୯୯)। ଯେତେବେଳେ କୌଣସି ବିଧବା, କୌଣସି ସହଭାଗୀ କିମ୍ବା ତାଙ୍କର ମୃତ ସ୍ଵାମୀଙ୍କର କୌଣସି ପୁରୁଷ ସନ୍ତାନର ହସ୍ତରେ, ଦଫା ୧୪ର ଉପ – ଦଫା (୧) ଅନୁଯାୟୀ ତା’ର ଅଧିକାର ଦାବୀକରେ , ଏବଂ ତାହା ଯୁଗ୍ମ ପରିବାର ସମ୍ପତ୍ତିରେ ତା’ର ସ୍ଵାମୀଙ୍କ ଅଂଶ ପରିମାଣରେ ପୂର୍ବ ସ୍ଥିତ ଭରଣପୋଷଣ ଅଧିକାର କାରଣ ଯୋଗୁଁ ହିଁ । ସେ ଏପରି କୌଣସି ଅଧିକାର ଅନ୍ୟ ସହ – ଭାଗୀଙ୍କ ଅଂଶରୁ ଦାବୀ କରି ପାରିବେ ନାହିଁ । ଯେଉଁଥିରେ ତାଙ୍କ ସ୍ଵାମୀଙ୍କର ଅଂଶର କୌଣସି ଚିହ୍ନ ନଥାଏ । ଏଣୁ , ଯୁଗ୍ମ ହିନ୍ଦୁ ପରିବାର ସମ୍ପତ୍ତିରେ , ସ୍ଵାମୀର ଅଧିକାର , ଉଲ୍ଲେଖ ସହିତ କେବଳମାତ୍ର ଏହା ଅର୍ଥାୟୀତ କରେ ଯେ , ତାଙ୍କ ସ୍ଵାମୀଙ୍କର ଅଂଶର ପରିମାଣ ପ୍ରତି ସେହି ସୀମିତ କୁହାଯାଉଥିବା ସୀମିତ ଅଧିକାର” – (ମନିନ୍ ଜପ୍ପା ଏବଂ ଅନ୍ୟମାନେ ବନାମ୍ ଆର୍.ମାନୁଆଲ୍ ଏବଂ ଅନ୍ୟ ଜଣେ - ଏ.ଆଇ.ଆର୍. ୨୦୦୧ ସୁପ୍ରିମ୍ କୋର୍ଟ – ୧୭୫୪ ) । ଦଫା – ୧୪ (୧) : ତାଙ୍କର ମୃତ ସ୍ଵାମୀଙ୍କର ସମ୍ପତ୍ତିରୁ ଭରଣପୋଷଣ କରିବା ପୂର୍ବ ଅଧିକାର ବଳରେ, ଯେହେତୁ ପ୍ରତିବାଦୀ , ମୋକଦ୍ଦମା ଜମିର ଦଖଲରେ ଅଛନ୍ତି ; ବିଦ୍ୟମାନ୍ ମୋକଦ୍ଦମାଟି , ଦଫା ୧୪(୧) ଦ୍ଵାରା ଆବୃତ ବୋଲି ଦର୍ଶାଯାଇଥିଲା । ସେଥିପାଇଁ , ଏହି ଆଇନ୍ ର ପ୍ରଚଳନ ପରେ, ପ୍ରତିବାଦୀ , ମୋକଦ୍ଦମା ସଂକ୍ରାନ୍ତୀୟ ଜମି ଉପରେ ସଂପୂର୍ଣ୍ଣ ମାଲିକ ହୋଇଥିଲା , ଏବଂ ଯେ , ଜଣେ ସଂପୂର୍ଣ୍ଣ ମାଲିକଭାବେ , ବିକ୍ରୀନିମନ୍ତେ ଚୁକ୍ତି ସଂପାଦନ କରିବାରେ ତାଙ୍କର କ୍ଷମତା ଅଛି – (ଭି. ମୁମୁସାମି (ମୃତ), ଆଇନଗତ ପ୍ରତିନିଧିଙ୍କ ଦ୍ଵାରା ବନାମ ଅଙ୍ଗମାଲ୍ ଏବଂ ଅନ୍ୟମାନେ - ଏ.ଆଇ.ଆର୍. ୨୦୦୨ ସୁପ୍ରିମ୍ କୋର୍ଟ – ୧୨୭୯ ) । କୌଣସି ଭାବେ ପ୍ରକୃତ ଅଧିଗ୍ରହଣ ବିନା , କୌଣସି ହିନ୍ଦୁ ମହିଳାର କେବଳମାତ୍ର ଭରଣପୋଷଣ ଅଧିକାର , ଦଫା 14କୁ ଆକର୍ଷଣ କରିବା ନିମନ୍ତେ ଯଥେଷ୍ଟ ନୁହେଁ । ଏପରି ଅଧିଗ୍ରହଣ ନିଶ୍ଚିତଭାବେ ଉତ୍ତରାଧିକାରୀତ୍ଵ ଦ୍ଵାରା କିମ୍ବା କୌଣସି ବିଭାଜନରେ କିମ୍ବା ଭରଣପୋଷଣ ବଦଳରେ କିମ୍ବା ଭରଣପୋଷଣ ବକେୟା ଭାବେ ହୋଇଥିବ କିମ୍ବା ଦାନ ଦ୍ଵାରା କିମ୍ବା ତାଙ୍କର ନିଜ ନିପୁଣତା ଦ୍ଵାରା କିମ୍ବା କ୍ରୟ ଦ୍ଵାରା କିମ୍ବା ସମୟ ଅତିବାହିତ ଦ୍ଵାରା ହୋଇଥିବ । (ରାମ ଆଇନ୍ ଗତ ପ୍ରତିନିଧି ଏବଂ ଅନ୍ୟମାନେ ବନାମ ଜନ୍ ନାଥ୍ ଏବଂ ଅନ୍ୟମାନେ – (୨୦୦୪)୯ ଏସ୍.ସି.ସି. – ୩୦୨) । ହିନ୍ଦୁ ମହିଳା କ୍ଷେତ୍ରରେ ଉତ୍ତରାଧିକାରୀତ୍ଵର ସାଧାରଣ ନିୟମାବଳୀ କୌଣସି ଦଳିଲ୍ ନକରି ମୃତ କୌଣସି ହିନ୍ଦୁ ମହିଳାଙ୍କ ସମ୍ପତ୍ତି , ଦଫା ୧୬ରେ ଉଲ୍ଲେଖିତ ନିୟମାବଳୀ ଅନୁଯାୟୀ ନ୍ୟସ୍ତ କରାଯିବ : - ପ୍ରଥମତଃ, ପୁତ୍ର ଏବଂ କନ୍ୟାମାନଙ୍କ ଉପରେ (କୌଣସି ପୂର୍ବ – ମୃତ ପୁତ୍ର କିମ୍ବା କନ୍ୟାର ସନ୍ତାନମାନଙ୍କ ସହିତ) ଏବଂ ସ୍ଵାମୀଙ୍କ ଉପରେ : - ଦ୍ଵିତୀୟରେ; ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଉପରେ ; ତୃତୀୟରେ, ମାଆ ଏବଂ ପିତାଙ୍କ ଉପରେ ; ଚତୁର୍ଥରେ, ପିତାଙ୍କର ଉତ୍ତରାଧିକାରୀଙ୍କ ଉପରେ ; ଏବଂ ଶେଷରେ, ମାତାଙ୍କର ଉତ୍ତରାଧିକାରୀଙ୍କ ଉପରେ । ଉପ – ଦଫା (୧)ରେ ଧାରୀତ କୌଣସି ବିଷୟ ସତ୍ତ୍ୱେ : - ତାଙ୍କର ପିତା କିମ୍ବା ମାତାଙ୍କଠାରୁ କୌଣସି ହିନ୍ଦୁ ମହିଳାଙ୍କ ଦ୍ଵାରା ଉତ୍ତରାଧିକାରୀ ସୂତ୍ରେ ଧାରଣ କରାଯାଇଥିବା ସମ୍ପତ୍ତି ; ମୃତକଙ୍କର (କୌଣସି ପୂର୍ବ ମୃତ କିମ୍ବା କନ୍ୟାର ସନ୍ତାନଙ୍କ ସହିତ ), କୌଣସି ପୁତ୍ର କିମ୍ବା କନ୍ୟାର ଅନୁପସ୍ଥିତିରେ ସେଥିରେ ଧାର୍ଯ୍ୟ କ୍ରମାନ୍ଵୟରେ , ଉପ – ଦଫା (୧) ପ୍ରତି ଉଲ୍ଲେଖିତ ଅନ୍ୟାନ୍ୟ ଉତ୍ତରାଧିକାରୀଙ୍କ ଉପରେ ନୁହେଁ ; ମାତ୍ର ପିତାଙ୍କର ଉତ୍ତରାଧିକାରୀଙ୍କ ଉପରେ ନ୍ୟସ୍ତ ହେବ; ଏବଂ ତାଙ୍କର ସ୍ଵାମୀ କିମ୍ବା ଶ୍ଵଶୁରଙ୍କଠାରୁ କୌଣସି ହିନ୍ଦୁ ମହିଳାଙ୍କ ଦ୍ଵାରା ଧାରୀତ କୌଣସି ସମ୍ପତ୍ତି; ମୃତକଙ୍କର କୌଣସି ପୁତ୍ର କିମ୍ବା କନ୍ୟାର ଅନୁପସ୍ଥିତିରେ (କୌଣସି ପୂର୍ବ – ମୃତ ସନ୍ତାନ କିମ୍ବା କନ୍ୟାର ସନ୍ତାନଙ୍କ ସହିତ); ସେଥିରେ ଧାର୍ଯ୍ୟ କ୍ରାମାନ୍ଵୟରେ , ଉପ – ଦଫା (୧) ରେ ଉଲ୍ଲେଖିତ ଉତ୍ତରାଧିକାରୀଙ୍କ ଉପରେ ନୁହେଁ ; ମାତ୍ର ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଉପରେ ନ୍ୟସ୍ତ କରାଯିବ । ଟିପ୍ପଣୀ ଦଫା ୧୫ (୧)(ଖ) ଅନୁଯାୟୀ କୌଣସି ହିନ୍ଦୁ ମହିଳାର କେଉଁମାନେ ଉତ୍ତରାଧିକାରୀ ଅଟନ୍ତି , ସେହି ସମୟରେ କେଉଁମାନେ ଉତ୍ତରାଧିକାରୀ ଥିଲେ ତାହା ସ୍ଥିର କରିବା ନିମନ୍ତେ , ସ୍ଵାମୀର ମୃତ୍ୟୁ ତାରିଖକୁ ଯିବା ଆବଶ୍ୟକ ନୁହେଁ । ସ୍ଵାମୀଙ୍କର ମୃତ୍ୟୁ ସମୟରେ , ଉତ୍ତରାଧିକାରୀଙ୍କୁ ନିଶ୍ଚିତ କରିବା ନୁହେଁ ; ମାତ୍ର ସ୍ତ୍ରୀର ମୃତ୍ୟୁ ସମୟରେ , କାରଣ ତା’ର (ଉକ୍ତ ମହିଳା)ର ମୃତ୍ୟୁ ସମୟରେ ହିଁ , ଉତ୍ତରାଧିକାରୀତ୍ଵ ଉନ୍ମୁକ୍ତ ହୋଇଥାଏ – (ସିଆଲକ୍ଷ୍ମୀ ଅମିଲ୍ ବନାମ ମୁଥୁ ଭେଙ୍କେଟା ରମନ୍ ଆୟଙ୍ଗାର – ଏ.ଆଇ.ଆର୍. ୧୯୯୮ ସୁପ୍ରିମ୍ କୋର୍ଟ – ୧୬୯୨; ୧୯୯୮ (୫) ଏସ୍.ସି.ସି. – ୩୬୮) । କୌଣସି ମହିଳା ହିନ୍ଦୁର ସମ୍ପତ୍ତି , ଦଫା ୧୫(୧)ରେ ପଡିପାରେ – ଭଗତ୍ ରାମ୍ ବନାମ ତେଜା ସିଂହ – ୧୯୯୯ (୪) ଏସ୍.ସି.ସି.- ୮୬) । ଯେଉଁ ସ୍ଥଳରେ କୌଣସି ହିନ୍ଦୁ ମହିଳା, ତାଙ୍କର ମାଆଙ୍କଠାରୁ ସମ୍ପତ୍ତି , ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିଥାଏ , ଏବଂ ମୃତ୍ୟୁବରଣ କରେ; ସେପରି ସ୍ଥଳେ ଏପରି ସମ୍ପତ୍ତି ତା’ର ଭଗିନୀ ଉପରେ ନ୍ୟସ୍ତ ହୁଏ । ଏହି ଆଇନ୍ ର ଦଫା ୧୫(୨) ଅନୁଯାୟୀ, ତାଙ୍କର ପୂର୍ବ ମୃତ ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଉପରେ ନୁହେଁ – (ଭଗତ୍ ରାମ୍ ,ଆଇନଗତ ପ୍ରତିନିଧିମାନେ ବନାମ ଆୟା ସିଂହ - ଏ.ଆଇ.ଆର୍. ୧୯୯୯ ସୁପ୍ରିମ୍ କୋର୍ଟ - ୯୪୪) । କୌଣସି ମହିଳା ହିନ୍ଦୁ କିମ୍ବା ହିନ୍ଦୁ ମହିଳାର ନିଃସନ୍ତାନଭାବେ ମୃତକ୍ଷେତ୍ରରେ , ତାଙ୍କ ପିତାଙ୍କ ଠାରୁ ଗୃହୀତ ସମ୍ପତ୍ତି , ତାଙ୍କ ପିତାଙ୍କର ଠାରୁ ଗୃହୀତ ସମ୍ପତ୍ତି , ତାଙ୍କ ପିତାଙ୍କର ଉତ୍ତରାଧିକାରୀଙ୍କ ଉପରେ ନ୍ୟସ୍ତହେବ ଏବଂ ତାଙ୍କ ସ୍ଵାମୀଙ୍କ ଉପରେ ନୁହେଁ କିମ୍ବା ତାଙ୍କର ଶ୍ଵଶୁର ପରିବାର ଉପରେ ନୁହେଁ (ଅନାଦି ଲାଲ୍ ଝରିଆ ବନାମ୍ ରାମଲାଲ୍ ଝରିଆ – ଏ.ଆଇ.ଆର୍. ୨୦୧୦ ମଧ୍ୟପ୍ରଦେଶ – ୨୧) । ଦଫା ୧୫(୨): ଏହି ଆଇନ୍ ର ବର୍ତ୍ତମାନ ଦଫା ୧୫କୁ , ଦଫା ୧୬ ସହିତ ଗଠନ କରାଯିବ , ଯାହାକି ସମ୍ପତ୍ତିର ଉତ୍ତରାଧିକାରୀତ୍ଵର ଏକ ନୂତନ କ୍ରମାନ୍ଵୟ ବାହାର କରିଛି , ଏବଂ ବିତରଣର ପଦ୍ଧତିକୁ ନିୟନ୍ତ୍ରଣ କରେ । ତାଙ୍କର ପିତା କିମ୍ବା ମାତାଙ୍କ ଠାରୁ କୌଣସି ହିନ୍ଦୁ ମହିଳା ଦ୍ଵାରା ଉତ୍ତରାଧିକାରୀ ସୂତ୍ରେ ଗୃହୀତ ସମ୍ପତ୍ତି କ୍ଷେତ୍ରରେ , ଉତ୍ତରାଧିକାରୀତ୍ଵର କାର୍ଯ୍ୟକାରୀତାର କ୍ରମାନ୍ଵୟ, କୌଣସି ପୂର୍ବ ମୃତ ପୁତ୍ର କିମ୍ବା କନ୍ୟାର କୌଣସି ପୁତ୍ର , କୌଣସି କନ୍ୟା କିମ୍ବା ସନ୍ତାନକୁ ଛାଡିବା ବିନା , ତାଙ୍କର ମୃତ୍ୟୁ କ୍ଷେତ୍ରରେ , ଆବଦ୍ଧ ଥାଏ , - (ଦଣ୍ଡପାଣି ଛେତାର ବନାମ ବାଳସୁବ୍ରମଣିୟନ୍ ଛେତାର (ମୃତ) ଆଇନଗତ ପ୍ରତିନିଧି ଏବଂ ଅନ୍ୟମାନଙ୍କ ଦ୍ଵାରା - (୨୦୦୩) ୬ ଏସ୍.ସି.ସି. – ୬୩୩ (୬୩୮) । ହିନ୍ଦୁ ମହିଳାର ଉତ୍ତରାଧିକାରୀଙ୍କ ମଧ୍ୟରେ, ଉତ୍ତରାଧିକାରୀତ୍ଵ ଏବଂ ବିତରଣର ପଦ୍ଧତି ଦଫା ୧୫ରେ ଉଲ୍ଲେଖିତ ଉତ୍ତରାଧିକାରୀଙ୍କ ମଧ୍ୟରେ , ଉତ୍ତରାଧିକାରୀତ୍ଵର କ୍ରମାନ୍ଵୟ ଏବଂ ଉକ୍ତ ଉତ୍ତରାଧିକାରୀଙ୍କ ମଧ୍ୟରେ ମୃତ ବ୍ୟକ୍ତିର ସମ୍ପତ୍ତିର ବିତରଣ , ନିମ୍ନଲିଖିତ ନିୟମାବଳୀ ଅନୁଯାୟୀ କରାଯିବ ; ଯଥା : - ନିୟମ – ୧ : ଦଫା ୧୫ର ଉପ – ଦଫା (୧)ରେ ଧାର୍ଯ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ; ପରବର୍ତ୍ତୀ ଅନ୍ତର୍ଭୁକ୍ତକରଣରେ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା , ଗୋଟିଏ ଅନ୍ତର୍ଭୁକ୍ତକରଣରେ ଥିବା ବ୍ୟକ୍ତିଙ୍କୁ ପସନ୍ଦ କରାଯିବ ଏବଂ ସେହିମାନେ ଯେଉଁମାନେ ସେହି ଏକା ଅନ୍ତର୍ଭୁକ୍ତକରଣରେ ଥାଆନ୍ତି , ସେମାନେ ଏକା ସମୟରେ ଗ୍ରହଣ କରିବେ । ନିୟମ – ୨ : ଯଦି ମୃତକର କୌଣସି ପୁତ୍ର କିମ୍ବା କନ୍ୟା , ମୃତକର ପୂର୍ବରୁ ମୃତ୍ୟୁବରଣ କରିଥାଏ ଏବଂ ମୃତକର ମୃତ୍ୟୁ ସମୟରେ ତାଙ୍କର କିମ୍ବା ଉକ୍ତ (ମହିଳା)ଙ୍କର ନିଜ ସନ୍ତାନକୁ ଜୀବିତାବସ୍ଥାରେ ଛାଡିଥାଏ , ସେପରିସ୍ଥଳେ , ଏପରି ପୁତ୍ର କିମ୍ବା କନ୍ୟା ନେଇଥାଆନ୍ତେ ଯଦି ସେମାନେ , ମୃତକଙ୍କର ମୃତ୍ୟୁ ସମୟରେ ଜୀବିତ ଥାଆନ୍ତେ । ନିୟମ - ୩ : ଦଫା ୧୫ର ଉପ – ଦଫା (୧) ଏବଂ ଉପ – ଦଫା - ୨ର ଧାରା (ଖ) , (ଘ) ଏବଂ (ଙ) ରେ ଉଲ୍ଲେଖିତ ଉତ୍ତରାଧିକାରୀଙ୍କ ଉପରେ , ମୃତକଙ୍କର ସମ୍ପତ୍ତିର ନ୍ୟସ୍ତିକରଣ , ସେହି କ୍ରମାନ୍ଵୟରେ ଏବଂ ସେହି ନିୟମାବଳୀ ଅନୁଯାୟୀ ହେବ , ଯେପରି ପ୍ରୟୋଗ ହୋଇଥାଆନ୍ତା , ଯଦି ଉକ୍ତ ସମ୍ପତ୍ତି , ପିତାଙ୍କର କିମ୍ବା ମାତାଙ୍କର କିମ୍ବା ସ୍ଵାମୀଙ୍କର ହୋଇଥାଆନ୍ତା , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଏବଂ ଏପରି ବ୍ୟକ୍ତି ମୃତକଙ୍କର ମୃତ୍ୟୁର ଠିକ୍ ପରେ ପରେ ମୃତ୍ୟୁବରଣ କରିଥାଆନ୍ତି । ମାରୁମାକାତାୟାମ୍ ଏବଂ ଆଲିୟାସାନ୍ତନା ଆଇନ୍ ଦ୍ଵାରା ପରିଚାଳିତ ବ୍ୟକ୍ତିମାନଙ୍କ ସଂବନ୍ଧରେ ବିଶେଷ ବ୍ୟବସ୍ଥାବଳୀ ସେହି ବ୍ୟକ୍ତିମାନଙ୍କ ସଂବନ୍ଧରେ ଦଫା ୮,୧୦,୧୫ ଏବଂ ୨୩ର ବ୍ୟବସ୍ଥାବଳୀର ପ୍ରଭାବ ରହିବ , ଯେଉଁମାନେ କି ମାରୁମାକାତାୟାମ୍ ଆଇନ୍ କିମ୍ବା ଆଲିୟା ସାନ୍ତନା ଆଇନ୍ ଦ୍ଵାରା ପରିଚାଳିତ ହୋଇଥାଆନ୍ତେ ଯଦି ଏହି ଆଇନ୍ ମଞ୍ଜୁର କରାଯାଇ ନଥାଆନ୍ତା , ଯେପରିକି – ଦଫା ୯ର ଉପ – ଧାରା (ଗ) ଏବଂ (ଘ) ନିମନ୍ତେ , ନିମ୍ନଲିଖିତ ପରିବର୍ତ୍ତନ କରାଯାଇଛି; ଯଥା : - “(ଗ)- ତୃତୀୟରେ , ଯଦି ଏହି ଦୁଇଟି ଶ୍ରେଣୀରୁ କୌଣସିଟିରେ , କୌଣସି ଉତ୍ତରାଧିକାରୀ ନଥାଆନ୍ତି; ତାହେଲେ ତାଙ୍କର ସଂପର୍କୀୟଙ୍କ ଉପରେ , ସେ ‘ ଆଗ୍ ନେଟ୍ ’ କିମ୍ବା ‘କଗ୍ ନେଟ୍’ ଯୋୟଥାଆନ୍ତୁ ; ଦଫା ୧୫ର , ଉପଦଫା (୧) ର ଧାରା (କ)ରୁ (ଙ) ନିମନ୍ତେ , ନିମ୍ନଲିଖିତକୁ ପରିବର୍ତ୍ତନ କରାଯାଇଛି ; ଯଥା : - ପ୍ରଥମେ, ପୁତ୍ର ଏବଂ କନ୍ୟାମାନଙ୍କ ଉପରେ (କୌଣସି ପୂର୍ବ – ମୃତ ପୁତ୍ର କିମ୍ବା କନ୍ୟାର ସନ୍ତାନମାନଙ୍କ ସହିତ) ଏବଂ ମାତା; ଦ୍ଵିତୀୟରେ; ପିତା ଏବଂ ସ୍ଵାମୀଙ୍କ ଉପରେ; ତୃତୀୟରେ, ମାତାଙ୍କର ଉତ୍ତରାଧିକାରୀଙ୍କ ଉପରେ; ଚତୁର୍ଥରେ, ପିତାଙ୍କର ଉତ୍ତରାଧିକାରୀଙ୍କ ଉପରେ; ଶେଷରେ, ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଉପରେ;” ଦଫା ୧୫ର , ଉପ – ଦଫା (୨)ର, ଧାରା (କ) କୁ ବାଦ୍ ଦିଆଯାଇଛି । ଦଫା ୨୩କୁ ବାଦ୍ ଦିଆଯାଇଛି । ଆଧାର – ଲଅ ହାଉସ