କର୍ତ୍ତୃତ୍ଵ ଏହି ଆଇନ୍ ର ଅନ୍ୟାନ୍ୟ ବ୍ୟବସ୍ଥାବଳୀର ନିୟନ୍ତ୍ରଣା ଧିନରେ, କୌଣସି ପରିବାର ନ୍ୟାୟାଳୟ : - ସ୍ପଷ୍ଟୀକରଣରେ ଉଲ୍ଲେଖିତ ପ୍ରକୃତିର ମୋକଦ୍ଦମା ଏବଂ କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ, ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ, କୌଣସି ଜିଲ୍ଲା – ନ୍ୟାୟାଳୟ କିମ୍ବା ଅଧସ୍ତନ ଦେୱାନୀ ନ୍ୟାୟାଳୟ ଦ୍ଵାରା ପରିଚାଳନୀୟ ସମସ୍ତ କର୍ତ୍ତୃତ୍ଵ ରହିବ ଏବଂ ପରିଚାଳନା କରିବ; ଏବଂ ଏପରି ଆଇନ୍ ଅନୁଯାୟୀ, ଏପରି କର୍ତ୍ତୃତ୍ଵ ପରିଚାଳନା କରିବା ଉଦ୍ଦେଶ୍ୟରେ, ସେହି ଅଞ୍ଚଳ ନିମନ୍ତେ ଏପରି ଅଧସ୍ତନ ଦେୱାନୀ ନ୍ୟାୟାଳୟ କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏକ ଜିଲ୍ଲା ନ୍ୟାୟାଳୟ ଭାବେ ଧରାଯିବ, ଯେଉଁଥିପ୍ରତି, ପରିବାର ନ୍ୟାୟାଳୟର କର୍ତ୍ତୃତ୍ଵ , ପରିବର୍ଦ୍ଧିତ ଅଟେ । ସ୍ପଷ୍ଟୀକରଣ ଏହି ଉପ – ଦଫାରେ ଉଲ୍ଲେଖିତ ମୋକଦ୍ଦମା ଏବଂ କାର୍ଯ୍ୟାନୁଷ୍ଠାନ, ନିମ୍ନ ପ୍ରକୃତିର ମୋକଦ୍ଦମା ଏବଂ କାର୍ଯ୍ୟାନୁଷ୍ଠାନ ଅଟେ, ଯଥା : - ବିବାହକୁ ଅସିଦ୍ଧ ଘୋଷଣା କରିବା ନିମନ୍ତେ ଏକ ଡିକ୍ରୀ ପାଇଁ କୌଣସି ବିବାହ ପ୍ରତି , ପକ୍ଷମାନଙ୍କ ମଧ୍ୟରେ , କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ (ବିବାହକୁ ଉଚ୍ଛେଦ କରିବା ନିମନ୍ତେ ବିବାହକୁ ଅସିଦ୍ଧ ଘୋଷଣା କରିବା ) କିମ୍ବା ଦାମ୍ପତ୍ୟ ଜୀବନର ପୁନଃ ସ୍ଥାପନା ନିମନ୍ତେ, କିମ୍ବା ବୈଚାରୀକ ପୃଥକୀକରଣ ନିମନ୍ତେ କିମ୍ବା ବିବାହର ଭଙ୍ଗୀକରଣ ନିମନ୍ତେ ; କୌଣସି ବିବାହର ବୈଧତା ସଂବନ୍ଧରେ ଏକ ଘୋଷଣା ନିମନ୍ତେ , କିମ୍ବା କୌଣସି ବ୍ୟକ୍ତିର ବୈବାହିକ ସ୍ଥିତି ସଂବନ୍ଧରେ କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ; ପକ୍ଷମାନଙ୍କର ସମ୍ପତ୍ତି ସଂବନ୍ଧରେ କିମ୍ବା ସେମାନଙ୍କ ମଧ୍ୟରୁ କୌଣସି ଜଣକର ସମ୍ପତ୍ତି ସଂବନ୍ଧରେ , ବିବାହ ପ୍ରତି ପକ୍ଷମାନଙ୍କ ମଧ୍ୟରେ କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ; କୌଣସି ବୈବାହିକ ସଂପର୍କରୁ ଉଦ୍ରେକ୍ ପରିସ୍ଥିତିରେ ଏକ ଆଦେଶ କିମ୍ବା ନିଷେଧାଜ୍ଞା ନିମନ୍ତେ ; ଏକ ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ; କୌଣସି ବ୍ୟକ୍ତିର ବୈଧତା ସଂବନ୍ଧରେ ଏକ ଘୋଷଣା ନିମନ୍ତେ, ଏକ ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ; ଭରଣପୋଷଣ ନିମନ୍ତେ କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ; କୌଣସି ନାବାଳକ ପ୍ରତି ପ୍ରବେଶ କିମ୍ବା ତା’ର ତତ୍ତ୍ଵାବଧାନ କିମ୍ବା ତା’ର ଶରୀରର ଅଭିଭାବକତ୍ଵ ସଂବନ୍ଧରେ, କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ । ଏହି ଆଇନ୍ ର ଅନ୍ୟାନ୍ୟ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ, କୌଣସି ପରିବାର ନ୍ୟାୟାଳୟର ନିମ୍ନ ଲିଖିତ ବିଷୟ ରହିବ ଏବଂ ନିମ୍ନ ବିଷୟ ପରିଚାଳନା କରିବେ : - ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ (୨/୧୯୭୪) ର ଅଧ୍ୟାୟ ୯(ସ୍ତ୍ରୀ, ସନ୍ତାନ) ଏବଂ ପିତାମାତାଙ୍କ ଭରଣପୋଷଣ ସଂବନ୍ଧରେ ) ଅନୁଯାୟୀ କୌଣସି ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା ପରିଚାଳନୀୟ କର୍ତ୍ତୃତ୍ଵ; ଏବଂ ଏପରି ଅନ୍ୟାନ୍ୟ କର୍ତ୍ତୃତ୍ଵ; ଯେପରି ଅନ୍ୟ କୌଣସି ଆଇନ୍ ଦ୍ଵାରା, ଏହା ଉପରେ ନ୍ୟସ୍ତ କରାଯାଇପାରେ । ଟିପ୍ପଣୀ ଦଫା ୭(୧) ଏବଂ ଦଫା ୮ ପ୍ରତି ସ୍ପଷ୍ଟୀକରଣରେ ‘କାର୍ଯ୍ୟାନୁଷ୍ଠାନ’, ‘କୌଣସି ସଂପାଦନୀୟ କାର୍ଯ୍ୟାନୁଷ୍ଠାନ’ କୁ ଅନ୍ତର୍ଭୁକ୍ତ କରିବ (ଶ୍ରୀ ମାୟାଧର ମଲ୍ଲିକ୍ ବନାମ ଶ୍ରୀମତୀ ଲକ୍ଷ୍ମୀ ମଲ୍ଲିକ୍ – ୧୯୯୯ (୧) ସି.ସି.ସି. - ୫୩୬ (ଓଡିଶା) । କନ୍ୟାର ବିବାହ ନିମନ୍ତେ ପାଣ୍ଠି ଯୋଗାଇବା ପାଇଁ ପିତାଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଏକ ଘୋଷଣା ଏବଂ ବାଧ୍ୟତାମୂଳକ ନିଷେଧାଜ୍ଞା ନିମନ୍ତେ କୌଣସି ମୋକଦ୍ଦମା , ଆଇନ୍ ର ଦଫା ୭ ଅଧିନରେ ପଡେ ନାହିଁ - (୧୯୯୫ ଏ.ଆଇ.ଏଚ୍.ସି. – ୬୧୭ (କେରଳ) କୌଣସି ବ୍ୟକ୍ତିର ବୈଧତା ସଂବନ୍ଧରେ ଘୋଷଣା ନିମନ୍ତେ , କୌଣସି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ, ପରିବାର ନ୍ୟାୟାଳୟର କର୍ତ୍ତୃତ୍ଵାଧିନ ଅଟେ – (ରେଣୁବାଳା ମହାରଣା ଏବଂ ଅନ୍ୟ ଜଣେ ବନାମ ମୀନା ମହାନ୍ତି ଏବଂ ଅନ୍ୟମାନେ – (୨୦୦୪) ୪ ଏସ୍.ସି.ସି.- ୨୧୫ (୨୧୭) ; ଏ.ଆଇ.ଆର୍. ୨୦୦୪ ସୁପ୍ରିମ୍ କୋର୍ଟ – ୩୫୦୦)। କର୍ତ୍ତୃତ୍ଵର ବହିର୍ଭୂତକରଣ ଏବଂ ସ୍ଥଗୀତ କାର୍ଯ୍ୟାନୁଷ୍ଠାନ ଯେଉଁ ସ୍ଥଳରେ, କୌଣସି ଅଞ୍ଚଳ ନିମନ୍ତେ ଏକ ପରିବାର – ନ୍ୟାୟାଳୟ ସ୍ଥାପନା କରାଯାଇଥାଏ : - ଦଫା ୭ର ଉପ – ଦଫା (୧) ରେ ଉଲ୍ଲେଖିତ କୌଣସି ଜିଲ୍ଲା କିମ୍ବା କୌଣସି ଅଧସ୍ତନ ଦେୱାନୀ ନ୍ୟାୟାଳୟର , ଏପରି ଅଞ୍ଚଳ ସଂବନ୍ଧରେ , ଉକ୍ତ ଉପ – ଦଫା ପ୍ରତି ସ୍ପଷ୍ଟୀକରଣରେ ଉଲ୍ଲେଖିତ ପ୍ରକୃତିର କୌଣସି ମୋକଦ୍ଦମା , କାର୍ଯ୍ୟାନୁଷ୍ଠାନ ସଂବନ୍ଧରେ କୌଣସି କର୍ତ୍ତୃତ୍ଵ ରହିବ ନାହିଁ କିମ୍ବା କୌଣସି କର୍ତ୍ତୃତ୍ଵ ପରିଚାଳନା କରିବେ ନାହିଁ ; କୌଣସି ମାଜିଷ୍ଟ୍ରେଟ୍ , ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩(୨/୧୯୭୪)ର ଅଧ୍ୟାୟ – ୯ ଅନୁଯାୟୀ , ଏପରି ଅଞ୍ଚଳ ସଂବନ୍ଧରେ , କୌଣସି କର୍ତ୍ତୃତ୍ଵ କିମ୍ବା କ୍ଷମତା ପରିଚାଳନା କରିବେ ନାହିଁ । ଦଫା ୭ର ଉପ – ଦଫା (୧) ପ୍ରତି ସ୍ପଷ୍ଟୀକରଣରେ ଉଲ୍ଲେଖିତ ପ୍ରକୃତିର ପ୍ରତ୍ୟକ୍ ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଏବଂ ଫୌଜଦାରୀ କାର୍ଯ୍ୟବିଧି ସଂହିତା , ୧୯୭୩(୨/୧୯୭୪) ର ଅଧ୍ୟାୟ ୯ ଅନୁଯାୟୀ ପ୍ରତ୍ୟକ୍ କାର୍ଯ୍ୟାନୁଷ୍ଠାନ:- ଉକ୍ତ ଉପ – ଦଫାରେ ଉଲ୍ଲେଖିତ କୌଣସି ଜିଲ୍ଲା ନ୍ୟାୟାଳୟ କିମ୍ବା ଅଧସ୍ତନ ନ୍ୟାୟାଳୟରେ , କିମ୍ବା ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଉକ୍ତ ସଂହିତା ଅନୁଯାୟୀ , କୌଣସି ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ , ଏପରି ପରିବାର ନ୍ୟାୟାଳୟ ସ୍ଥାପନାର ଠିକ୍ ପୂର୍ବରୁ ଯାହା ସ୍ଥଗିତ ଥାଏ ; ଏବଂ ଯାହାକି ଏପରି ନ୍ୟାୟାଳୟରେ ଅନୁଷ୍ଠିତ ହେବା ଆବଶ୍ୟକ କିମ୍ବା ଏପରି ପରିବାର ନ୍ୟାୟାଳୟ ଦ୍ଵାରା ଗ୍ରହଣ କରାଯାଇପାରେ, ଯଦି ସେହି ତାରିଖ ପୂର୍ବରୁ, ଯେବେ ଏପରି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା କିମ୍ବା ଗ୍ରହଣ କରାଯାଇଥିଲା , ଏହି ଆଇନ୍ ବଳବତ୍ତର ହୋଇଥିଲା ଏବଂ ଏପରି ପରିବାର ନ୍ୟାୟାଳୟ ସ୍ଥାପିତ ହୋଇଥିଲା ; ଏପରି ପରିବାର ନ୍ୟାୟାଳୟକୁ ହସ୍ତାନ୍ତରୀତ ହେବ ଏବଂ ତାହା ସେହି ତାରିଖରୁ , ଯେବେ ଏହା ସ୍ଥାପିତ ହେଲା। ଆଧାର – ଦ ଲ ହାଉସ