ଦାମ୍ପତ୍ୟ ଜୀବନର ପୁନଃସ୍ଥାପନ ଯେତେବେଳେ ସ୍ଵାମୀ କିମ୍ବା ସ୍ତ୍ରୀ, କୌଣସି ଯଥାଯଥ କାରଣ, ବିନା, ଅନ୍ୟର ସମାଜରୁ ନିଜକୁ ପୃଥକ୍ କରିଥାଏ, ସେପରିସ୍ଥଳେ ବ୍ୟଥିତ ପକ୍ଷ, ଦାମ୍ପତ୍ୟ ଜୀବନର ପୁନଃ ସ୍ଥାପନ ନିମନ୍ତେ, ଜିଲ୍ଲା – ନ୍ୟାୟାଳୟକୁ ଏକ ଆବେଦନପତ୍ର ଦେଇପାରନ୍ତି ଏବଂ ଉକ୍ତ ନ୍ୟାୟାଳୟ, ଏପରି ଆବେଦନପତ୍ରରେ ଉଲ୍ଲେଖିତ ବିବରଣୀ ଉପରେ ସନ୍ତୁଷ୍ଟ ହେବାପରେ ଏବଂ ଯେ, କାହିଁକି ଉକ୍ତ ଆବେଦନପତ୍ର ମଞ୍ଜୁର କରାଯିବ ନାହିଁ , ସେଥିପାଇଁ କୌଣସି ଆଇନ୍ ଗତ କାରଣ ନାହିଁ, ସେହି ଅନୁଯାୟୀ, ଦାମ୍ପତ୍ୟ ଜୀବନର ପୁନଃ ସ୍ଥାପନ ନିମନ୍ତେ ଡିକ୍ରୀ ମଞ୍ଜୁର କରିପାରନ୍ତି । ସ୍ପଷ୍ଟୀକରଣ : - ଯେଉଁ ସ୍ଥଳରେ ଏକ ପ୍ରଶ୍ନ ଉତଥିତ ହୁଏ ଯେ, ସମାଜରୁ ପ୍ରତ୍ୟାହାର ନିମନ୍ତେ ଯଥାଯଥ କାରଣ ଥିଲା କି ନାହିଁ, ସେପରିସ୍ଥଳେ ଏପରି ଯଥାଯଥ କାରଣ ପ୍ରମାଣ କରିବା ଭାର ସେହି ବ୍ୟକ୍ତି ଉପରେ ନ୍ୟସ୍ତ ରୁହେ, ଯେକି ନିଜକୁ ଉକ୍ତ ସମାଜରୁ ପ୍ରତ୍ୟାହାର କରିଛି । ଟିପ୍ପଣୀ ଅସ୍ଥାୟୀ, ପ୍ରତ୍ୟାହାର, ପ୍ରତ୍ୟାହାରକୁ ଅର୍ଥାୟୀତ କରେ ନାହିଁ - ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ନିମନ୍ତେ , ସ୍ଵାମୀଙ୍କ ଦ୍ଵାରା ଏକ ଆବେଦନ ପତ୍ରରେ, ସ୍ତ୍ରୀର ବୈଚାରିକ ପୃଥକୀକରଣ ନିମନ୍ତେ ବଦଳ ଦାବୀକୁ ଡିକ୍ରୀ କରାଯାଇପାରେ ଦଫା ୯, ଭାରତୀୟ ସଂବିଧାନର ଅନୁଚ୍ଛେଦ ୧୪ ଏବଂ ୨୧ ର ଉଲ୍ଲଘଂନ କରେ ନାହିଁ - (ଏ.ଆଇ. ଆର୍ . ୧୯୮୪ ସୁପ୍ରିମ୍ କୋର୍ଟ – ୧୫୬୨; ୧୯୮୪ (୪) ଏସ୍ . ସି. ସି. – ୯୦ ) ଆଇନର ଦଫା ୯, ସାଂବିଧାନିକ ଭାବେ ବୈଧ ଅଟେ – (ଏ.ଆଇ.ଆର୍ ୧୯୮୪ ସୁପ୍ରିମ୍ କୋର୍ଟ – ୧୫୬୨ ; ୧୯୮୫ (୧) ଡି.ଏସ୍ . ସି – ୨୪୬; ଏ.ଆଇ. ଆର୍ ୧୯୮୪ ଦିଲ୍ଲୀ – ୬୬ ; ଏ.ଆଇ. ଆର୍ . ୧୯୮୩ ଆନ୍ଧ୍ରପ୍ରଦେଶ – ୩୫୬ ) । ଛାଡପତ୍ର ନିମନ୍ତେ ବିକଳ୍ପ ପ୍ରାର୍ଥନା ସହିତ , ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ନିମନ୍ତେ ଆବେଦନପତ୍ର , ଗ୍ରହଣୀୟ ଅଟେ : - (ଶ୍ରୀମତୀ ବିଜୟଲକ୍ଷ୍ମୀ ବନାମ୍ ଗୌତମ – ଏ.ଆଇ.ଆର୍. ୨୦୧୦ ପାଟନା – ୫୬ ) । ଦଫା ୯ ଏବଂ ୧୩ – ଯେତେବେଳେ ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନା ନିମନ୍ତେ ପ୍ରତିବାଦୀ ସ୍ଵାମୀଙ୍କ ଦ୍ଵାରା ଏକ ଆବେଦନପତ୍ର ଦାଖଲ କରାଯାଇଥାଏ ଏବଂ ଅଧୁନା ଆବେଦନପତ୍ର ସ୍ତ୍ରୀ ଦ୍ଵାରା ଦାଖଲ କରାଯାଇଛି ଯେଉଁଥିରେ , ପାଟନାର ପରିବାର ନ୍ୟାୟାଳୟରୁ, ରାଞ୍ଚିକୁ ତାହା ସ୍ଥାନାନ୍ତର କରିବା ନିମନ୍ତେ ପ୍ରାର୍ଥନା କରାଯାଇଛି , ସେପରିସ୍ଥଳେ ଏହା ଦର୍ଶାଯାଇଥିଲା ଯେ , ଉକ୍ତ ସ୍ତରରେ ମଧ୍ୟ ଯଦିଓ ଏକ ବିକଳ୍ପ ନିଦାନ ଭିକ୍ଷା କରାଯାଇଥିଲା , ତାହା କୌଣସି ନିର୍ଦ୍ଧିଷ୍ଟ ଯୁକ୍ତିର ଅଭାବରେ କିମ୍ବା ଆଇନ୍ ର ଦଫା ୧୩ ଅନୁଯାୟୀ ନ୍ୟାୟାଳୟଙ୍କ କ୍ଷମତା ଆହ୍ଵାନ ନକରି, ତାକୁ ଏହି ଆଇନ୍ ର ଦଫା ୯ର ଅର୍ଥ ମଧ୍ୟରେ ମଞ୍ଜୁର କରାଯାଇ ପାରିବ ନାହିଁ । ହସ୍ତାନ୍ତରଣ ଆବେଦନ ପତ୍ରକୁ, ସେହି ଅନୁଯାୟୀ ଅନୁମୋଦନ କରାଯାଇଥିଲା – ବୈଚାରିକ ପୃଥକୀକରଣ ବିବାହର କୌଣସି ପକ୍ଷ, ତାହା ଆଇନ୍ ର ପ୍ରଚଳନ ପୂର୍ବରୁ କିମ୍ବା ପରେ ସଂପନ୍ନ ହୋଇଥାଉ, ଦଫା ୧୩ର ଉପଦଫା (୧) ରେ ଧାର୍ଯ୍ୟ ଯେ କୌଣସି କାରଣ ଉପରେ ବୈଚାରିକ ପୃଥକୀକରଣ ଉପରେ ଏକ ଡିକ୍ରୀ ନିମନ୍ତେ ଏକ ଆବେଦନ ପତ୍ର ଉପସ୍ଥାପନ କରିପାରନ୍ତି । ଏବଂ ସ୍ତ୍ରୀ କ୍ଷେତ୍ରରେ ମଧ୍ୟ, ସେହି ଦଫାର ଉପଦଫା (୨) ରେ ଧାର୍ଯ୍ୟ ଯେ କୌଣସି କାରଣ ଉପରେ ଯାହାଉପରେ ଛାଡପତ୍ର ନିମନ୍ତେ ଏକ ଆବେଦନ ପତ୍ର ଉପସ୍ଥାପନ କରାଯାଇଛି । ଯେଉଁ ସ୍ଥଳରେ , ବୈଚାରିକ ପୃଥକୀକରଣ ନିମନ୍ତେ ଏକ ଡିକ୍ରୀ ମଞ୍ଜୁର କରାଯାଇଛି ପ୍ରତିବାଦୀଙ୍କ ସହିତ ସହବାସ କରିବା, ଆବେଦନକାରୀଙ୍କ ପ୍ରତିବାଧତାମୂଳକ ହେବନାହିଁ, ମାତ୍ର ନ୍ୟାୟାଳୟ ଯେ କୌଣସି ପକ୍ଷର ଆବେଦନ ପତ୍ର ଉପରେ ଏବଂ ବିବରଣୀର ସତ୍ୟତା ଉପରେ ସନ୍ତୁଷ୍ଟ ହେବାପରେ, ଡିକ୍ରୀ ରଦ୍ଦ କରିପାରନ୍ତି, ଯଦି ସେ ଏପରି କରିବାକୁ ନ୍ୟାୟୋଦିତ ଏବଂ ଯଥା ଯଥବୋଲି ବିବେଚନା କରନ୍ତି । ଟିପ୍ପଣୀ ଯେଉଁ ସ୍ଥଳରେ ସ୍ଵାମୀ ଏବଂ ସ୍ତ୍ରୀର ସମ୍ମତି ଦ୍ଵାରା ବୈଚାରିକ ପୃଥକୀକରଣ ନିମନ୍ତେ ମଞ୍ଜୁର କରାଯାଇଥିଲା ଏବଂ ସ୍ତ୍ରୀ ଯୁକ୍ତି କରିଥିଲା ଯେ ଏହା ଚକ୍ରାନ୍ତ ଦ୍ଵାରା କରାଯାଇଛି ଏବଂ ଉକ୍ତ ଯୁକ୍ତି, ଅଯୌକ୍ତିକ ବୋଲି ଦେଖାଯାଇଥିଲା, ଏହା ଦର୍ଶା ଯାଇଥିଲା ଯେ, ସ୍ଵାମୀ ଛାଡପତ୍ରର ଡିକ୍ରୀ ନିମନ୍ତେ ହକ୍ ଦାର ଅଟେ- ଏକ କାରଣ, ଯାହାକି ଛାଡପତ୍ର ନିମନ୍ତେ ଏକ କାରଣ ହୋଇପାରିବ ନାହିଁ, ତାହା ବୈଚାରିକ ପୃଥକୀକରଣ ନିମନ୍ତେ ଏକ କାରଣଭାବେ କାର୍ଯ୍ୟକାରୀ ହେବ ନାହିଁ (୧୯୯୫) ଡି.ଏମ୍.ସି -୬୭) । ପ୍ରଥମ ସ୍ତ୍ରୀର ଜୀବିତାବସ୍ଥାରେ, ଦ୍ଵିତୀୟ ବିବାହ ଅସିଦ୍ଧ ଅଟେ - (ଏ.ଆଇ.ଆର ୧୯୬୪ ସୁପ୍ରିମ୍ କୋର୍ଟ – ୧୬୨୫) । ସ୍ତ୍ରୀ ଦ୍ଵାରା ପ୍ରଥମ ବିବାହର ଲୁକାୟୀତି କାରଣ, ବିବାହକୁ ନାକଚ କରିବା ନିମନ୍ତେ ଏକ କାରଣ ହୋଇପାରେ ଏକ କାରଣ ହୋଇପାରେ । ଏ.ଆଇ. ଆର୍ ୧୯୯୯ ପଞ୍ଜାବ ଏବଂ ହରିୟାନା – ୧୬) । ଆଧାର – ଦ ଲ ହାଉସ