ହିନ୍ଦୁ ମାନଙ୍କ ମଧ୍ୟରେ ବିବାହ ସଂବନ୍ଧୀୟ ଆଇନକୁ ସଂଶୋଧନ କରିବା ଏବଂ ଏକତ୍ରୀକରଣ କରିବା ନିମନ୍ତେ ଏକ ଆଇନ । ଭାରତୀୟ ସାଧାରଣତନ୍ତ୍ରର ଷଷ୍ଠ ବାର୍ଷିକୀରେ ପାର୍ଲାମେଣ୍ଟ ଦ୍ୱାରା, ନିମ୍ନଭାବେ ଆଇନରେ ପରିଣତ ହେଲା : - ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ ରାଓ ସମିତି ଦ୍ୱାରା ଯେପରି ଭାବେ ହିନ୍ଦୁ ସଂହିତାକୁ , ୧୯୪୭ ମସିହାରେ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା ଏବଂ ଭାରତର ସଂବିଧାନ ସଭାର ଚୟନ ସମିତିକୁ ୧୯୪୬ ମସିହା ଅପ୍ରେଲ ମାସ ୯ ତାରିଖରେ ଉଲ୍ଲେଖ କରାଯାଇଥିଲା । ଚୟନ ସମିତି, ୧୯୪୮ ମସିହା ଅଗଷ୍ଟ ୨୯ ତାରିଖରେ ଏହାର ରିପୋର୍ଟ ଦାଖଲ କରିଥିଲେ ଏବଂ ସାମୟିକ ପାର୍ଲାମେଣ୍ଟ ଦ୍ୱାରା ଶେଷରେ ଏହି ସଂଶୋଧିତ ଖସଡାକୁ ଆଲୋଚନା କରାଯାଇଥିଲା, ମାତ୍ର ଯେହେତୁ ପାର୍ଲାମେଣ୍ଟର ଉଦାରୀକରଣ ପୂର୍ବରୁ ଏହି ବିଲ୍ ମଞ୍ଜୁର କରାଯାଇ ପାରିନଥିଲା, ଏହା ଅକାମୀ ହୋଇଥିଲା । ଯେପରି ପୂର୍ବରୁ ସରକାରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଛି, ଏହି ସଂହିତାଟି ବର୍ତ୍ତମାନ ପାର୍ଲାମେଣ୍ଟରେ ଆଲୋଚନା ଏବଂ ମଞ୍ଜୁରିକୁ ସୁବିଧାୟିତ କରିବା ନିମନ୍ତେ, ଏହି ସଂହିତାକୁ ବର୍ତ୍ତମାନ ପୃଥକ ଅଂଶରେ ଖଣ୍ଡିତ କିମ୍ବା ବିଭାଜନ କରାଯାଇଛି ଏବଂ ବର୍ତ୍ତମାନର ବିଲ୍, ଏପରି ଅଂଶ ଗୁଡିକର ପ୍ରଥମ ଅଟେ ଏବଂ ଏହା ବିବାହ ଏବଂ ଛାଡପତ୍ର ବିଷୟ ଉଲ୍ଲେଖ କରେ । ପୂର୍ବ ବିଲ୍ ଟି ବର୍ତ୍ତମାନ ବହୁ ପରିମାଣରେ ସଂଶୋଧିତ ହୋଇଛି । ଗୋଟିଏ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେଉଛି ଦେୱାନୀ କିମ୍ବା ସାମାଜିକ ବିବାହ ସଂବନ୍ଧୀୟ ସମସ୍ତ ବ୍ୟବସ୍ଥାବଳୀର ଉହ୍ୟକରଣ; ଏକ ବିଷୟ ଯାହାକି ବିଶେଷ ବିବାହ ବିଲ୍ ବିଷୟ ଉଲ୍ଲେଖ କରେ, ଯାହାକି ବର୍ତ୍ତମାନ, ରାଜ୍ୟ ପରିଷଦ ସମ୍ମୁଖରେ ସ୍ଥଗୀତ ଅଛି । ସଂଶୋଧନୀୟ ଆଇନ୍ ୬୮/୧୯୭୬ ହିନ୍ଦୁ ବିବାହ ଆଇନ, ୧୯୫୫ ମସିହା ମେ ମାସ ୧୮ ତାରିଖରେ ଆଇନ୍ ରେ ପରିଣତ ହୋଇଥିଲା । ଏହା ସମସ୍ତ ହିନ୍ଦୁ, ବୌଦ୍ଧ, ଜୈନ କିମ୍ବା ଶିଖ୍ ମାନଙ୍କ ପ୍ରତି ପ୍ରୟୋଗନୀୟ ଅଟେ । ଏହା ମଧ୍ୟ ଅନ୍ୟ ବ୍ୟକ୍ତି ମାନଙ୍କ ପ୍ରତି ପ୍ରୟୋଗନୀୟ ଅଟେ, ଯେଉଁମାନେ କି ମୁସଲିମ, ଖ୍ରୀଷ୍ଟିୟାନ, ପାର୍ସି ଏବଂ ଜୀଉ ନୁହଁନ୍ତି, ଯଦି ସେମାନେ ଏହା ପ୍ରମାଣିତ ନକରନ୍ତି ଯେ, ସେମାନେ ଏହି ଆଇନ ପୂର୍ବରୁ, ହିନ୍ଦୁ ଆଇନ୍, ପ୍ରଥା କିମ୍ବା ବ୍ୟବହାର ଦ୍ୱାରା ପରିଚାଳିତ ହେଉନଥିଲେ । ହିନ୍ଦୁ ବିବାହ ଆଇନ୍ ର ମଞ୍ଜୁରୀଠାରୁ, ତାହା ଏବଂ ବିଶେଷ ବିବାହ ଆଇନ୍, ୧୯୫୪ ର ସଂଶୋଧନ ନିମନ୍ତେ ବିଭିନ୍ନ ପ୍ରସ୍ତାବ, ପାର୍ଲାମେଣ୍ଟର ସଦସ୍ୟ ଏବଂ ସାଧାରଣ ଜନତାଙ୍କ ଠାରୁ ଗୃହିତ ହୋଇଛି । ବିଶେଷ ବିବାହ ଆଇନ୍ ୧୯୫୪, ଏକ ଦେୱାନୀ ଆଇନ୍ ହୋଇଥିବାରୁ ସମସ୍ତଙ୍କ ପ୍ରତି ପ୍ରୟୋଗନୀୟ ଅଟେ, ଏବଂ ତାହା ବୈବାହିକ ଆଇନ୍ ର ସଂସ୍କାର ସହିତ ଆବଶ୍ୟକମତେ ଗତିଶୀଳ ହେବ । ଏହି ବିଷୟକୁ ପରୀକ୍ଷା କରିବା ନିମନ୍ତେ, ଆଇନ୍ କମିଶନଙ୍କୁ ଅନୁରୋଧ କରାଯାଇଥିଲା ଏବଂ ସେମାନେ ସେମାନଙ୍କର ଅଣଷଠିତମ ବିବରଣୀ ଦାଖଲ କରିଛନ୍ତି, ଯାହାକି ସେମାନଙ୍କର ସୁପାରିସ୍ ଧାରଣ କରିଛି । ଉକ୍ତ ବିବରଣୀରେ ଧାରୀତ ସୁପାରିସ୍ କୁ ଆବଶ୍ୟକ ସଂଶୋଧନ ସହିତ, କାର୍ଯ୍ୟକାରୀ କରିବା ନିମନ୍ତେ ଉପରୋକ୍ତ ଉଭୟ ଆଇନ୍ କୁ ସଂଶୋଧନ କରିବା ନିମନ୍ତେ ଏହି ବିଲ୍ ଉଦ୍ଦିଷ୍ଟ । ଭାରତରେ ମହିଳା ମାନଙ୍କ ସ୍ଥିତି ଉପରେ ସମିତ ଆଇନ୍ କମିଶନ ଦ୍ଵାରା ପ୍ରସ୍ତାବିତ ସଂଶୋଧନକୁ ସାଧାରଣତଃ ସମର୍ଥନ କରିଥିଲେ ଏବଂ ବିଶେଷ ବିବାହ ଆଇନ୍ ର ଦଫା ୨୮ ରେ, ସେ ସଂବନ୍ଧରେ ଏକ ବ୍ୟବସ୍ଥା ସହିତ ହିନ୍ଦୁ ବିବାହ ଆଇନ୍ ରେ ପାରସ୍ପରିକ ସମ୍ମତି ନିମନ୍ତେ ଏକ ଉପଯୁକ୍ତ ବ୍ୟବସ୍ଥାର ଅର୍ନ୍ତଭୁକ୍ତିକରଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଯାହେଉନା କାହିଁକି, ଏହା ଅନୁଭବ କରାଯାଉଛି ଯେ, ଥରେ ପକ୍ଷମାନେ ପାରସ୍ପରିକ ସମ୍ମତି ଦ୍ଵାରା ଛାଡପତ୍ର ନିମନ୍ତେ ନ୍ୟାୟଳୟର ଦ୍ଵାରସ୍ଥ ହେବା ନିମନ୍ତେ ସ୍ଥିର କରିବା ପରେ, ନିଦାନ ପାଇବା ନିମନ୍ତେ ଆହୁରି ବର୍ଷେ ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବା ଆବଶ୍ୟକ ନୁହେଁ । ସେଥିପାଇଁ, ଏହି ଅପେକ୍ଷା ସମୟକୁ, ଏକ ବର୍ଷରୁ ଛଅ ମାସକୁ ହ୍ରାସ କରିବା ନିମନ୍ତେ ପ୍ରସ୍ତାବ କରାଯାଇଥିଲା । ସମିତି , ଆହୁରି ପରାମର୍ଶ ନେଇଥିଲେ ଯେ, ବାଲ୍ୟ ବିବାହ ପ୍ରତିବନ୍ଧନ ଆଇନ୍ ର ବ୍ୟବସ୍ଥାବଳୀର ଅଧିକାଂଶ ସମୟରେ ଉଲଙ୍ଘନକୁ ବିବେଚନାକରି, ଏକ ଉପଯୁକ୍ତ ବ୍ୟବସ୍ଥାକୁ ହିନ୍ଦୁ ବିବାହ ଆଇନ୍ ରେ ବ୍ୟବସ୍ଥାୟୀତ କରିବା ଆବଶ୍ୟକ, ଯେଉଁଥିରେ ବାଳିକାମାନଙ୍କ ଉପରେ ପ୍ରତ୍ୟାଖ୍ୟାନ ଅଧିକାର ନ୍ୟସ୍ତ କରାଯିବ ଯେଉଁମାନେ କି ଏପରି ବିବାହର ନିୟନ୍ତ୍ରଣାଧିନ ଥାଆନ୍ତି, ଯଦିଓ ଏପରି ବିବାହ ଘଟିଥାଉ କିମ୍ବା ନାହିଁ । ୧୮ ବର୍ଷ ବୟସରେ ପଦାର୍ପଣ କାରିବା ପୂର୍ବରୁ , ତାହା ପରିଚାଳନା କରିବାର ନିୟନ୍ତ୍ରଣାଧିନରେ ଏପରି ବାଳିକାଙ୍କ ଉପରେ ପ୍ରତ୍ୟାଖ୍ୟାନ ଅଧିକାର ନ୍ୟସ୍ତ କରିବା ନିମନ୍ତେ ପ୍ରସ୍ତାବ କରାଯାଇଥିଲା । ମୋକଦ୍ଦମାର ବିବିଧତାକୁ ପ୍ରତ୍ୟାଖ୍ୟାନ କିମ୍ବା ପରିହାର କରିବା ଏବଂ ବିଳମ୍ବତାକୁ ମଧ୍ୟ ପରିହାର କରିବା ନିମନ୍ତେ , ଉପାଦେୟ ଆଇନ୍ ଅଧିନରେ ସ୍ଥଗିତ ଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ ସଂବନ୍ଧୀୟ ଆଇନ୍ କୁ ସଂଶୋଧନ କରିବା ନିମନ୍ତେ ପ୍ରସ୍ତାବ କରାଯାଇଥିଲା । ବିଲ୍ ପ୍ରତି ସଂଯୁକ୍ତ ଧାରା ଗୁଡିକ ଉପରେ ଟିପ୍ପଣୀ , ସ୍ଥିତି ପ୍ରତି ପ୍ରସ୍ତାବିତ ପରିବର୍ତ୍ତନକୁ ସୂଚୀତ କରେ । ଏପରି ଆଇନ୍ ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି (୧) ଛାଡପତ୍ର ସଂବନ୍ଧୀୟ ବ୍ୟବସ୍ଥାବଳୀକୁ କୋହଳ କରିବା (୨) ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ତୁରନ୍ତ ଫଇସଲାକୁ ସକ୍ଷମ କରିବା ଏବଂ (୩) କେତେକ ନିର୍ଦ୍ଧିଷ୍ଟ ବ୍ୟତିକ୍ରମ ଏବଂ ବାଧାକୁ ଅପସାରଣ କରିବା, ଯାହାକି ଏହି ଆଇନ୍ ମଞ୍ଜୁର ହେବାପରେ ଦୃଷ୍ଟିକୁ ଆସିଛି । ଉପରୋକ୍ତ ଉଦ୍ଦେଶ୍ୟ ହାସଲ କରିବା ନିମନ୍ତେ ଏହି ବିଲ୍ ଉଦ୍ଦେଶିତ ଅଟେ । ସଂଶୋଧନୀୟ ଆଇନ୍ ୨/୧୯୭୮ ହିନ୍ଦୁ ବିବାହ ଆଇନ୍, ୧୯୫୫ ଏବଂ ଖ୍ରୀଷ୍ଟିୟାନ ବିବାହ ଆଇନ୍, ୧୮୭୨ ରେ ପାରିଣତିକ ସଂଶୋଧନ କରିବା ନିମନ୍ତେ, ମହିଳାମାନଙ୍କର ସର୍ବନିମ୍ନ ବୟସ ୧୫ ରୁ ୧୬ ଏବଂ ପୁରୁଷ ମାନଙ୍କର ୧୮ ରୁ୨୧କୁ ପରିବର୍ଦ୍ଧିତ କରିବା ନିମନ୍ତେ ଏହି ବିଲ୍, ବାଲ୍ୟ ବିବାହ ପ୍ରତିବନ୍ଧିତ ଆଇନ୍ , ୧୯୨୯ କୁ ସଂଶୋଧନ କରିବା ନିମନ୍ତେ ଉଦ୍ଦେଶିତ । ଏହା ମଧ୍ୟ ବ୍ୟବସ୍ଥାୟୀତ କରାଯାଇଛି ଯେ ବାଲ୍ୟ ବିବାହ ପ୍ରତିବନ୍ଧନ ଆଇନ୍ ଅନୁଯାୟୀ, ଅପରାଧ ଗୁଡିକ, ଫୌଜଦାରୀ କାର୍ଯ୍ୟବିଧି ସଂହିତା ଅନୁଯାୟୀ, ପୋଲିସ୍ ଅଧିକାରୀଙ୍କ ଦ୍ଵାରା ଅନୁସନ୍ଧାନ କରାଯିବ, ଯେପରିକି ଏହା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଏକ ପରୱାନା କିମ୍ବା ୱାରଣ୍ଟ କିମ୍ବା ମାଜିଷ୍ଟ୍ରେଙ୍କର କୌଣସି ଆଦେଶ ବିନା, ଏପରି ପୋଲିସ୍ ଅଧିକାରୀଙ୍କର, ଯାହେଉନା କାହିଁକି, ଗିରଫ କରିବା କ୍ଷମତା ରହିବ ନାହିଁ। ସଂଶୋଧନୀୟ ଆଇନ୍ ର ତାଲିକା ହିନ୍ଦୁ ବିବାହ (ସଂଶୋଧନ) ଆଇନ୍, ୧୯୫୬ (୭୩/୧୫୬) । ରଦ୍ଦିକରଣ ଏବଂ ସଂଶୋଧନ ଆଇନ୍, ୧୯୬୦ (୫୮/୧୯୬୦) । ହିନ୍ଦୁ ବିବାହ (ସଂଶୋଧନ) ଆଇନ୍, ୧୯୬୫ (୪୪/୧୯୬୪) । ବିବାହ ଆଇନ୍ (ସଂଶୋଧନ) ଆଇନ୍, ୧୯୭୬(୬୮/୧୯୭୬) । ବାଲ୍ୟ ବିବାହ ପ୍ରତିବନ୍ଧନ (ସଂଶୋଧନ) ଆଇନ୍, ୧୯୭୮ (୨/୧୯୭୮) । ବିବାହ ଆଇନ୍ (ସଂଶୋଧନ) ଆଇନ୍, ୧୯୯୯ (୩୯/୧୯୯୯) । ବିବାହ ଆଇନ୍ (ସଂଶୋଧନ) ଆଇନ୍, ୨୦୦୧ (୪୯/୨୦୦୧) । ବିବାହ ଆଇନ୍ (ସଂଶୋଧନ) ଆଇନ୍, ୨୦୦୩ (୫୦/୨୦୦୩) । ଆଧାର – ଦ ଲ ହାଉସ