ଦଲିଲୀୟ ଉତ୍ତରାଧିକାରୀତ୍ଵ କୌଣସି ହିନ୍ଦୁ, ଇଚ୍ଛାପତ୍ର ଦ୍ଵାରା କୌଣସି ସମ୍ପତ୍ତିକୁ କିମ୍ବା ଅନ୍ୟ ଦଲିଲୀୟ ହସ୍ତାନ୍ତରଣ ଦ୍ଵାରା ହସ୍ତାନ୍ତରଣ କରିପାରନ୍ତି, ଯାହାକି [ତାଙ୍କ ଦ୍ଵାରା], ଭାରତୀୟ ଉତ୍ତରାଧିକାରୀତ୍ଵ ଆଇନ୍, ୧୯୨୫ (୩୯/୧୯୨୫) ର ବ୍ୟବସ୍ଥାବଳୀ କିମ୍ବା ହିନ୍ଦୁ ମାନଙ୍କ ପ୍ରତି ପ୍ରୟୋଗନୀୟ, ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ଅନୁଯାୟୀ, ଏପରି ବିକ୍ରୀ କିମ୍ବା ହସ୍ତାନ୍ତରଣ କରାଯାଇପାରେ । ସ୍ପଷ୍ଟୀକରଣ କୌଣସି ମିତାକ୍ଷର ସହଭାଗୀତା ସମ୍ପତ୍ତିରେ କୌଣସି ପୁରୁଷ ହିନ୍ଦୁର ସ୍ଵାର୍ଥ କିମ୍ବା କୌଣସି ତା’ର ୱାର୍ଡ, ତାଭାଜି, ଇଲମ୍, କୁଟୁମ୍ବ କିମ୍ବା କାରାଭୁର, ଏପରି ତା’ର ୱାର୍ଡ, ତାଭାଜି, ଇଲମ୍, କୁଟୁମ୍ବ କିମ୍ବା କାରାଭୁର ସମ୍ପତ୍ତିରେ ସ୍ଵାର୍ଥ ଏହି ଆଇନ୍ ରେ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ତ୍ୱେ ସେହି ସମ୍ପତ୍ତିଭାବେ ଧରାଯିବ, ଯାହାକି ଏହି [ଦଫା]ର ଅର୍ଥ ମଧ୍ୟରେ , ତାଙ୍କ ଦ୍ଵାରା ହସ୍ତାନ୍ତରଣ ନିମନ୍ତେ ସାକ୍ଷମ ଅଟେ। ରଦ୍ଦିକରଣ ରଦ୍ଦିକରଣ ଏବଂ ସଂଶୋଧନ ଆଇନ୍, ୧୯୬୦ (୫୮/୧୯୬୦)ଦଫା – ୨, ସୂଚୀ – ୧ ଦ୍ଵାରା ରଦ୍ଦିକୃତ । ସୂଚୀ ଶ୍ରେଣୀ – ୧ ଏବଂ ଶ୍ରେଣୀ – ୨ ଉତ୍ତରାଧିକାରୀମାନେ ଶ୍ରେଣୀ – ୧ ପୁତ୍ର; କନ୍ୟା; ବିଧବା; ମାଆ; କୌଣସି ପୂର୍ବ ମୃତ ପୁତ୍ରର ପୁତ୍ର, କୌଣସି ପୂର୍ବ – ମୃତ ପୁତ୍ରର କନ୍ୟା; କୌଣସି ପୂର୍ବ – ମୃତ କନ୍ୟାର ପୁତ୍ର; କୌଣସି ପୂର୍ବ – ମୃତ କନ୍ୟାର କନ୍ୟା; କୌଣସି ପୂର୍ବ – ମୃତ ପୁତ୍ରର ବିଧବା; କୌଣସି ପୂର୍ବ – ମୃତ ପୁତ୍ର, କୌଣସି ପୂର୍ବ – ମୃତ ପୁତ୍ରର ପୁତ୍ର; କୌଣସି ପୂର୍ବ – ମୃତ ପୁତ୍ରର ପୂର୍ବ – ମୃତ ପୁତ୍ରର କନ୍ୟା; କୌଣସି ପୂର୍ବ – ମୃତ ପୁତ୍ରର ପୂର୍ବ ମୃତ ପୁତ୍ରର ବିଧବା; [କୌଣସି ପୂର୍ବ – ମୃତ କନ୍ୟାର , ପୂର୍ବ – ମୃତ କନ୍ୟାର ପୁତ୍ର; କୌଣସି ପୂର୍ବ – ମୃତ କନ୍ୟାର; କୌଣସି ପୂର୍ବ – ମୃତ କନ୍ୟାର କନ୍ୟା; କୌଣସି ପୂର୍ବ – ମୃତ କନ୍ୟାର କୌଣସି ପୂର୍ବ ମୃତ ପୁତ୍ରର କନ୍ୟା; କୌଣସି ପୂର୍ବ ମୃତ ପୁତ୍ରର ପୂର୍ବମୃତ କନ୍ୟାର କନ୍ୟା ।] ଶ୍ରେଣୀ – ୨ ପିତା (୧) ପୁତ୍ରର କନ୍ୟାର ପୂତ ; (୨) ପୁତ୍ରର କନ୍ୟାର କନ୍ୟା ; (୩) ଭାଇ ; (୪) ଭଉଣୀ ; (୧) କନ୍ୟାର ପୁତ୍ରର ପୁତ୍ର ; (୨) କନ୍ୟାର ପୁତ୍ରର କନ୍ୟା ; (୩) କନ୍ୟାର କନ୍ୟାର ପୁତ୍ର ; (୪) କନ୍ୟାର କନ୍ୟାର କନ୍ୟା (୧) ଭାଇର ପୁତ୍ର ; (୨) ଭଉଣୀର ପୁତ୍ର ; (୩) ଭାଇର କନ୍ୟା ; (୪) ଭଉଣୀର କନ୍ୟା; ପିତାଙ୍କର ପିତା; ପିତାଙ୍କର ମାତା ପିତାଙ୍କର ବିଧବା; ଭାଇର ବିଧବା ପିତାଙ୍କର ଭାଇ; ପିତାଙ୍କର ଭଉଣୀ ; ମାଆଙ୍କର ପିତା; ମାଆଙ୍କର ମାତା ; ମାଆଙ୍କର ଭାଇ; ମାଆଙ୍କର ଭଉଣୀ । ସ୍ପଷ୍ଟୀକରଣ ଏହି ସୂଚୀରେ; ଭାଇ କିମ୍ବା ଭଉଣୀ ପ୍ରତି ଉଲ୍ଲେଖ ‘ଇଉଟେରାଇନ୍ ରକ୍ତ ’ ଦ୍ଵାରା କୌଣସି ଭାଇ କିମ୍ବା ଭଉଣୀ ପ୍ରତି ଉଲ୍ଲେଖକୁ ଅନ୍ତର୍ଭୁକ୍ତ କରେ ନାହିଁ । ଆଧାର – ଲଅ ହାଉସ