ଅଧାରକ୍ତ ଅପେକ୍ଷା, ସଂପୂର୍ଣ୍ଣ କିମ୍ବା ପୁରା ରକ୍ତକୁ ପସନ୍ଦ ସଂପୂର୍ଣ୍ଣ କିମ୍ବା ପୁରା ରକ୍ତ ଦ୍ଵାରା, ମୃତକଙ୍କ ପ୍ରତି ସଂପର୍କିତ ଉତ୍ତରାଧିକାରୀଙ୍କୁ, ଅଧାରକ୍ତ ଦ୍ଵାରା ସଂପର୍କିତ ଉତ୍ତରାଧିକାରୀଙ୍କଠାରୁ ପସନ୍ଦ କରାଯିବ, ଯଦି ସଂପର୍କର ପ୍ରକୃତି, ଅନ୍ୟ ସମସ୍ତ ବିଷୟ ସଂବନ୍ଧରେ ସମାନ ହୋଇଥାଏ । ଦୁଇ କିମ୍ବା ଅଧିକ ଉତ୍ତରାଧିକାରୀଙ୍କର ଉତ୍ତରାଧିକାରୀତ୍ଵର ପଦ୍ଧତି ଯଦି କୌଣସି ମୃତକଙ୍କର ସମ୍ପତ୍ତି ପ୍ରତି ଏକତ୍ରୀତ ଭାବେ ଦୁଇ କିମ୍ବା ଅଧିକ ଉତ୍ତରାଧିକାରୀ ହୁଅନ୍ତି; ତାହେଲେ ସେମାନେ ସମ୍ପତ୍ତିକୁ ନିମ୍ନଭାବେ ଗ୍ରହଣ କରେବେ । ଯଦି ଏହି ଆଇନ୍ ରେ ସ୍ପଷ୍ଟଭାବେ, ଅନ୍ୟଥା ବ୍ୟବସ୍ଥାୟୀତ କରାଯାଇନଥାଏ, ତାହେଲେ ‘ପରକ୍ୟାପିଟା’ ଅନୁଯାୟୀ ଏବଂ ପର୍ ଷ୍ଟ୍ରାଇପ୍ ଅନୁଯାୟୀ ନୁହେଁ; ଏବଂ ସାଧାରଣ ରୟତ୍ ଭାବେ ଏବଂ ଯୁଗ୍ମ ରୟତ୍ ଭାବେ ନୁହେଁ । ଟିପ୍ପଣୀ ଦଫା ୧୯,୮, ୧୦ : ଯେଉଁ ସ୍ଥଳରେ, ଏହି ଆଇନ୍ ଅନୁଯାୟୀ, ସମ୍ପତ୍ତି ଯୁଗ୍ମଭାବେ ଦୁଇ ଭାଇ ଏବଂ ତିନି ଭଉଣୀଙ୍କ ଦ୍ଵାରା ଉତ୍ତରାଧିକାରୀଭାବେ ଧାରଣ କରାଯାଇଥାଏ ଏବଂ ଏଣୁ ସହ – ମାଲିକ ହୋଇଥାଆନ୍ତି ; ସେପରିସ୍ଥଳେ ସେମାନଙ୍କ ମଧ୍ୟରେ ବିଭାଜନର ଅନୁପସ୍ଥିତିରେ, ଦୁଇ ଭାଇଙ୍କର ଏକତ୍ରୀତ ଭାବେ ସମ୍ପତ୍ତିରେ ଏକ ଅବିଭାଜିତ ଅଂସ ରହିବ , ଏବଂ ସେଥିପାଇଁ ସେମାନେ କେବଳ ସେମାନଙ୍କର ଅବିଭାଜିତ ଅଂଶର ବିକ୍ରୀ କ୍ଷେତ୍ରରେ , ସମ୍ପତ୍ତିରେ ତା’ର ଅଧିକାର ବାହାର କରିବା ନିମନ୍ତେ , ବିଭାଜନ ନିମନ୍ତେ ଏକ ମୋକଦ୍ଦମା ଦାଏର୍ କରିବା ନିମନ୍ତେ , କ୍ରେତାଙ୍କୁ ଆବଶ୍ୟକ କରାଯାଇପାରେ । ସହ – ମାଲିକଭାବେ ଛଡା ଯାଇଥିବା ତିନି ଭଗିନୀ , ଯାହାଙ୍କର ସମୁଦାୟ ସମ୍ପତ୍ତିରେ ଅବିଭାଜିତ ଅଂଶ ଅଛି ; ସେପରିସ୍ଥଳେ ଭାଇମାନେ ଏବଂ ସେମାନଙ୍କର କ୍ରେତାମାନଙ୍କୁ ପରିଚାଳନା କରୁଥିବା ମଧ୍ୟସ୍ଥଙ୍କ ରାୟ ଦ୍ଵାରା ଆବଦ୍ଧ ହେବା ପ୍ରତି ଅଦକ୍ଷ ଅଟନ୍ତି ବୋଲି ଦର୍ଶାଯାଇଥିଲା – (ସାମୁନପାସୁନ୍ଦରମ୍ ଏବଂ ଅନ୍ୟମାନେ ବନାମ ଦିରାଭିଆ ନାଦର (ମୃତ), ଆଇନଗତ ପ୍ରତିନିଧିଙ୍କ ଦ୍ଵାରା ଏବଂ ଅନ୍ୟ ଜଣେ – (୨୦୦୫) ୧୦ ଏସ୍.ସି.ସି. – ୭୨୮) । ଗର୍ଭାଶୟରେ ଥିବା ସନ୍ତାନର ଅଧିକାର ଦଳିଲ୍ ସଂପାଦନ ନକରି, ମୃତ କୌଣସି ବ୍ୟକ୍ତିର ମୃତ୍ୟୁ ସମୟରେ, ଗର୍ଭାଶୟରେ ଥିବା କୌଣସି ସନ୍ତାନ, ଯେକି ପରେ, ଜୀବିତାବସ୍ଥାରେ ଜନ୍ମଲାଭ କରେ ତାଙ୍କର ଏପରି ମୃତ ବ୍ୟକ୍ତିଙ୍କର ଉତ୍ତରାଧିକାରୀ ହେବା ନିମନ୍ତେ, ସେହି ଏକା ଅଧିକାର ରହିବ, ଯେପରିକି ସେ ମୃତକର ମୃତ୍ୟୁ ପୂର୍ବରୁ ଜନ୍ମ ଗ୍ରହଣ କରିଥିଲେ ଏବଂ ଏପରି ଉତ୍ତରାଧିକାରୀତ୍ଵ, ମୃତକଙ୍କର ମୃତ୍ୟୁ ତାରିଖରୁ ନ୍ୟସ୍ତ ବୋଲି ଧରାଯିବ । ଏକକାଳୀନ ମୃତ୍ୟୁ କ୍ଷେତ୍ରରେ ଅନୁମାନ ଯେଉଁସ୍ଥଳରେ ଦୁଇଜଣ ବ୍ୟକ୍ତି ଏପରି ପରିସ୍ଥିତିରେ ମୃତ୍ୟୁବରଣ କରିଥାଆନ୍ତି ଯାହାକି ଏହା ନିଶ୍ଚିତ କରିଥାଏ ଯେ, ସେମାନଙ୍କ ମଧ୍ୟରୁ କିଏ, ଯଦି ସେପରି ହୋଇଥାଏ, ଅନ୍ୟଠାରୁ ଜୀବିତ ଥିଲା; ତାହେଲେ ସମ୍ପତ୍ତିର ଉତ୍ତରାଧିକାରୀତ୍ଵକୁ ପ୍ରଭାବିତ କରୁଥିବା ସମସ୍ତ ଉଦ୍ଦେଶ୍ୟ ନିମନ୍ତେ; ବିପରୀତ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ, ଏହା ଅନୁମାନ କରାଯିବ ଯେ, ବୟସ୍କଙ୍କଠାରୁ ଯୁବକ ଜଣକ ଜୀବିତ ଥିଲେ । ଟିପ୍ପଣୀ ଏହି ଆଇନ୍ ର ଦଫା ୨୧ ଅନୁଯାୟୀ ଯେପରି ସଂଜ୍ଞାୟୀତ, ଶବ୍ଦ ‘ନିର୍ଭରଶୀଳ’ ର ଅର୍ଥ ହେଉଛି, ମୃତକର ସଂପର୍କୀୟମାନେ, ଯଥା : - ତାଙ୍କର ପିତା କିମ୍ବା ମାତା କିମ୍ବା ତାଙ୍କର ବିଧବା, ଯେପର୍ଯ୍ୟନ୍ତ ସେ ପୁନଃ ବିବାହ କରି ନାହାଁନ୍ତି; ମାତ୍ର ଏହା ସ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ, ଯାହାଙ୍କର ସ୍ଵାମୀ ଜୀବିତ ଅଛନ୍ତି – (ଶୋଭା ସୁରେଶ କୁମାରୀ ବନାମ ଅପିଲୀୟ ଟ୍ରିବ୍ୟୁନାଲ୍, ବ୍ୟାଜାପ୍ତ ସମ୍ପତ୍ତି ଏବଂ ଅନ୍ୟ ଜଣେ – ଏ.ଆଇ.ଆର୍ ୨୦୧୧ ସୁପ୍ରିମ୍ କୋର୍ଟ – ୨୨୮୮ (ତିନି ଜଣିଆ ଖଣ୍ଡ ପିଠ) । କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ, ସମ୍ପତ୍ତି ଗ୍ରହଣ ପ୍ରତି, ପସନ୍ଦଯୋଗ୍ୟ ଅଧିକାର ଯେଉଁ ସ୍ଥଳରେ, ଏହି ଆଇନ୍ ର ପ୍ରଚଳନ ପରେ, କୌଣସି ମୃତକଙ୍କର କୌଣସି ସ୍ଥାବର ସମ୍ପତ୍ତିରେ ସ୍ଵାର୍ଥ କିମ୍ବା ତାଙ୍କ ଦ୍ଵାରା ପରିଚାଳିତ କୌଣସି ବ୍ୟବସାୟରେ ସ୍ଵାର୍ଥ, ତାହା ଏକାକୀଭାବେ ହୋଇଥାଉ କିମ୍ବା ଅନ୍ୟମାନଙ୍କ ସହିତ ମିଳିତ ଭାବେ ହୋଇଥାଉ ଏବଂ ତାହା ସୂଚୀର ପ୍ରଥମ ଶ୍ରେଣୀରେ ଧାର୍ଯ୍ୟ ଦୁଇ କିମ୍ବା ଅଧିକ ଉତ୍ତରାଧିକାରୀଙ୍କ ଉପରେ ନ୍ୟସ୍ତ ହୁଏ ଏବଂ ଏପରି ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ, ଉକ୍ତ ସମ୍ପତ୍ତି କିମ୍ବା ବ୍ୟବସାୟରେ ନ୍ୟସ୍ତ ହୁଏ ଏବଂ ଏପରି ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ଉକ୍ତ ସମ୍ପତ୍ତି କିମ୍ବା ବ୍ୟବସାୟରେ ତାଙ୍କର ସ୍ଵାର୍ଥକୁ ହସ୍ତାନ୍ତରଣ କରିବାକୁ ପ୍ରସ୍ତାବ କରନ୍ତି , ସେପରିସ୍ଥଳେ ଅନ୍ୟ ଉତ୍ତରାଧିକାରୀମାନଙ୍କର, ଏପରି ହସ୍ତାନ୍ତରଣ ନିମନ୍ତେ ପ୍ରସ୍ତାବିତ୍ ସ୍ଵାର୍ଥକୁ ଗ୍ରହଣ କରିବାର ପସନ୍ଦଯୋଗ୍ୟ ଅଧିକାର ରହିବ । ଏହି ଦଫା ଅନୁଯାୟୀ, ସେହି ବଏନା କିମ୍ବା ବିବେଚନା, ଯେଉଁଥିନିମନ୍ତେ, ମୃତକର ସମ୍ପତ୍ତିରେ କୌଣସି ସ୍ଵାର୍ଥ ଯାହାକି ହସ୍ତାନ୍ତରଣ କରାଯାଇପାରେ; ପକ୍ଷମାନଙ୍କ ମଧ୍ୟରେ କୌଣସି ଚୁକ୍ତିର ଅନୁପସ୍ଥିତିରେ, ଏ ସଂବନ୍ଧରେ, ଏହାପ୍ରତି କରାଯାଇଥିବା ଆବେଦନ ପତ୍ର ଉପରେ , ନ୍ୟାୟାଳୟଙ୍କ ଦ୍ଵାରା ସ୍ଥିର କରାଯିବ ଏବଂ ଯଦି କୌଣସି ବ୍ୟକ୍ତି ଏପରି ସ୍ଵାର୍ଥକୁ ଅଧିଗ୍ରହଣ କରିବା ନିମନ୍ତେ ପ୍ରସ୍ତାବିତ୍ କରି, ଏପରି ସ୍ଥିର କରାଯାଇଥିବା ବଏନା ନିମନ୍ତେ, ଏହାକୁ ଅଧିଗ୍ରହଣ କରିବା ନିମନ୍ତେ ଅନିଚ୍ଛୁକ ହୁଏ, ସେପରିସ୍ଥଳେ ଏପରି ବ୍ୟକ୍ତ, ଆବେଦନପତ୍ର ଆନୁସଂଗୀକ ସମସ୍ତ ଖର୍ଚ୍ଚ ପ୍ରଦାନ କରିବା ନିମନ୍ତେ ଦାୟୀ ହେବ । ଯଦି ସୂଚୀର ପ୍ରଥମ ଶ୍ରେଣୀରେ ଧାର୍ଯ୍ୟ ଦୁଇ କିମ୍ବା ଅଧିକ ଉତ୍ତରାଧିକାରୀ ଥାଆନ୍ତି , ଯେଉଁମାନେ କି ଏହି ଦଫା ଅନୁଯାୟୀ କୌଣସି ସ୍ଵାର୍ଥକୁ ଅଧିଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ କରନ୍ତି , ସେପରିସ୍ଥଳେ ଏପରି ହସ୍ତାନ୍ତରଣ ନିମନ୍ତେ ଉଚ୍ଚତମ ବଏନା ଅର୍ପଣ କରୁଥିବା ସେହି ଉତ୍ତରାଧିକାରୀଙ୍କୁ , ପସନ୍ଦ କରାଯିବ । ସ୍ପଷ୍ଟୀକରଣ : - ଏହି ଦଫାରେ ‘ନ୍ୟାୟାଳୟ’ ଅର୍ଥ, ସେହି ନ୍ୟାୟାଳୟ, ଯାହାର କର୍ତ୍ତୁତ୍ଵାଧିନ ଅଞ୍ଚଳ ମଧ୍ୟରେ ଏପରି ସ୍ଥାବର ସମ୍ପତ୍ତି ସ୍ଥିତ ଅଟେ କିମ୍ବା ଏପରି ବ୍ୟବସାୟ ପରିଚାଳନା କରାଯାଏ, ଏବଂ ଏହା ଅନ୍ୟ କୌଣସି ନ୍ୟାୟାଳୟକୁ ଅନ୍ତର୍ଭୁକ୍ତ କରେ, ଯାହାକି ରାଜ୍ୟ ସରକାର କାର୍ଯ୍ୟାଳୟ ଗେଜେଟ୍ ରେ, ଏ ସଂବନ୍ଧରେ ଧାର୍ଯ୍ୟ କରିପାରନ୍ତି । ଟିପ୍ପଣୀ ‘ପର୍ କାପିଟା ’ ର ଅଧିକାର ଦାବୀ କରାଯାଇ ପାରିବ ନାହିଁ , ଯଦି ବିଭାଜନ ହୋଇ ସାରିଥାଏ – (କ୍ରିଷ୍ଣାପଦ ରାଏ ବନାମ ପରିମଲ୍ ଚନ୍ଦ୍ର ସାହା - ଏ.ଆଇ.ଆର୍. ୨୦୦୦ ଗୌହାଟୀ – ୧୧୭ ; ଏ.ଆଇ.ଆର୍. ୧୯୯୪ ଗୌହାଟୀ – ୮୮, ଏ.ଆଇ.ଆର୍. ୧୯୮୮ ଓଡିଶା - ୨୮୫ ଦ୍ରଷ୍ଟବ୍ୟ ) । ଯୁଗ୍ମ ପରିବାର ସମ୍ପତ୍ତିର ଏକ ନିର୍ଦ୍ଧିଷ୍ଟ ଅଂଶର ହସ୍ତାନ୍ତରଣ - ଏହା ‘ଉଏଡ୍’ ନୁହେଁ ; ମାତ୍ର ‘ଉଏଡେବଲ୍’ ଅଟେ – (ବେନିରାଣୀ ରାଏ ବନାମ୍ ଅଶୋକ ଘୋଷ - ଏ.ଆଇ.ଆର୍. ୨୦୧୦ ଓଡିଶା – ୭) । ଆଇନ ସଂଖ୍ୟା ୩୯/୨୦୦୫ ଦ୍ଵାରା ୯.୯.୨୦୦୫ ଠାରୁ ଦଫା ୨୩କୁ ଊହ୍ୟ କରାଯାଉଛି; ଏହାର ଊହ୍ୟକରଣ ପୂର୍ବରୁ, ଏହା ନିମ୍ନଭାବେ ପଠନ କରାଯାଉଥିଲା :- ଦଫା ୨୩ ବାସଗୃହ ସଂବନ୍ଧରେ ବିଶେଷ ବ୍ୟବସ୍ଥା :- ଯେତେବେଳେ କୌଣସି ମୃତ ହିନ୍ଦୁ, ତାଙ୍କ ମୃତ୍ୟୁରେ, ସୂଚୀର ଶ୍ରେଣୀ – ୧ରେ ଧାର୍ଯ୍ୟ ଉଭୟ ପୁରୁଷ ଏବଂ ମହିଳା ଉତ୍ତରାଧିକାରୀଙ୍କୁ ଛାଡିଯାଇଥାଆନ୍ତି ଏବଂ ତାଙ୍କ ସଂପତ୍ତି ଏକ ବାସଗୃହକୁ ଅନ୍ତର୍ଭୁକ୍ତ କରୁଥାଏ, ଯାହାକି ତାଙ୍କ ପରିବାରର ସଦସ୍ୟଙ୍କ ଦ୍ଵାରା ସଂପୂର୍ଣ୍ଣ ଭାବେ ଅଧିକୃତ ହୋଇଥାଏ, ତାହେଲେ ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ସତ୍ଵେ, ବାସଗୃହର ବିଭାଜନ ଦାବୀ କରିବାରେ, ମହିଳା ଉତ୍ତରାଧିକାରୀଙ୍କ ଅଧିକାର ଉଦ୍ରେକ୍ ହେବ ନାହିଁ, ଯେପର୍ଯ୍ୟନ୍ତ ପୁରୁଷ ଉତ୍ତରାଧିକାରୀମାନେ ସେଥିରେ ସେମାନଙ୍କର ଅଂଶକୁ ଯଥାକ୍ରମେ ବିଭାଜନ କରିବା ନିମନ୍ତେ ପସନ୍ଦ କରିନାହାନ୍ତି, ମାତ୍ର ମହିଳା ଉତ୍ତରାଧିକାରୀ, ସେଥିରେ ବାସସ୍ଥାନ ଅଧିକାର ନିମନ୍ତେ ହକ୍ ଦାର୍ ହେବେ; ଉଲ୍ଲେଖଥାଉଯେ, ଯେଉଁସ୍ଥଳରେ ଏପରି ମହିଳା ଉତ୍ତରାଧିକାରୀ, ଜଣେ କନ୍ୟା ହୋଇଥାଏ, ସେପରିସ୍ଥଳେ ସେ କେବଳ ବାସ-ଗୃହରେ ବସବାସ କରିବା ଅଧିକାର ନିମନ୍ତେ ହକ୍ ଦାର୍ ହେବେ, ଯଦି ସେ ଅବିବାହିତ ହୋଇଥାଏ କିମ୍ବା ତାଙ୍କ ସ୍ଵାମୀଙ୍କ ଦ୍ଵାରା ପରିତ୍ୟକ୍ତ ହୋଇଥାଏ କିମ୍ବା ତାଙ୍କଠାରୁ ପୃଥକ୍ ହୋଇଥାଏ କିମ୍ବା ଜଣେ ବିଧବା ହୋଇଥାଏ।“ ଦଫା ୨୪କୁ ଆଇନ୍ ସଂଖ୍ୟା ୩୯/୨୦୦୫ ଦ୍ଵାରା ୯/୯/୨୦୦୫ ଠାରୁ ବାଦ୍ ଦିଆଯାଇଛି; ଏହାର ଊହ୍ୟକରଣ ପୂର୍ବରୁ ଏହା ନିମ୍ନଭାବେ ପଢାଯାଉଥିଲା :- ଦଫା ୨୪ ପୁନଃ ବିବାହ କରୁଥିବା କେତେକ ବିଧବା, ବିଧବାଭାବେ ଉତ୍ତରାଧିକାରୀତ୍ଵ ନାହିଁ :- କୌଣସି ଉତ୍ତରାଧିକାରୀ, ଯେକି ଜଣେ ପୂର୍ବ ମୃତ ପୁତ୍ରର ବିଧବା ଭାବେ କିମ୍ବା କୌଣସି ପୂର୍ବମୃତ ପୁତ୍ରର ପୂର୍ବ ମୃତ ପୁତ୍ରର ବିଧବା ଭାବେ କିମ୍ବା କୌଣସି ଭ୍ରାତାର ବିଧବା ଭାବେ ମୃତକଙ୍କ ସହିତ ସଂପର୍କୀତ, ସେ ଏପରି ବିଧବା ଭାବେ, ମୃତକର ସଂପତ୍ତିର ଉତ୍ତରାଧିକାରୀ ହେବା ନିମନ୍ତେ ହକ୍ ଦାର୍ ହେବେ ନାହିଁ, ଯଦି ଉତ୍ତରାଧିକାରୀତ୍ଵ ଉନ୍ମକ୍ତ ହେବା ତାରିଖରେ, ସେ ପୁନଃ ବିବାହ କରିଥାଏ। “ ହତ୍ୟାକାରୀ ଅଯୋଗ୍ୟ କୌଣସି ବ୍ୟକ୍ତି ଯେକି ହତ୍ୟା ସଂଗଠନ କରେ କିମ୍ବା ହତ୍ୟାକୁ ପ୍ରୋତ୍ସାହିତ କରେ , ସେ ହତ୍ୟା କରାଯାଇଥିବା ବ୍ୟକ୍ତିର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରେ ପାଇବା ନିମନ୍ତେ ଅଯୋଗ୍ୟ ହେବ; କିମ୍ବା ଉତ୍ତରାଧିକାରୀତ୍ଵରେ ଅନ୍ୟ କୌଣସି ସମ୍ପତ୍ତି ପାଇବା ନିମନ୍ତେ ଅଯୋଗ୍ୟ ହେବ, ଯେଉଁଥି ପ୍ରତି ସେ କିମ୍ବା (ଉକ୍ତ ମହିଳା) ଏପରି ହତ୍ୟା ସଂଗଠିତ କରିଥିଲା କିମ୍ବା ଏହାକୁ ପ୍ରୋତ୍ସାହିତ କରିଥିଲା । ପରିବର୍ତ୍ତିତର ବଂଶଧରମାନେ ଅଯୋଗ୍ୟ ଯେଉଁ ସ୍ଥଳରେ, ଏହି ଆଇନ୍ ର ପ୍ରାରମ୍ଭ ପୂର୍ବରୁ କିମ୍ବା ପରେ, କୌଣସି ହିନ୍ଦୁ, ଅନ୍ୟ ଧର୍ମକୁ ପରିବର୍ତ୍ତିତ ହେବା ଦ୍ଵାରା, ହିନ୍ଦୁ ହେବାରୁ ରହିତ ହୋଇଥାଏ, ସେପରିସ୍ଥଳେ, ଏପରି ପରିବର୍ତ୍ତନ ପରେ, ତାଙ୍କ ଠାରୁ କିମ୍ବା (ଉକ୍ତ ମହିଳାଠାରୁ) ଜାତ ସନ୍ତାନ ଏବଂ ସେମାନଙ୍କ ବଂଶଧରମାନେ, ସେମାନଙ୍କର କୌଣସି ହିନ୍ଦୁ ସଂପର୍କୀୟଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ହେବା ନିମନ୍ତେ ଅଯୋଗ୍ୟ ହେବେ, ଯଦି ଏପାୟ ସନ୍ତାନମାନେ କିମ୍ବା ବଂଶଧରମାନେ ଉତ୍ତରାଧିକାରୀତ୍ଵ ଉନ୍ମୁକ୍ତ ହେବା ସମୟରେ ହିନ୍ଦୁ ନହୋଇଥାଆନ୍ତି । ଟିପ୍ପଣୀ ସନ୍ତାନମାନଙ୍କର ତତ୍ତ୍ଵାବଧାନ ନେବାରେ ମୁଖ୍ୟ ବିବେଚନା , ନିଶ୍ଚିତଭାବେ ସନ୍ତାନମାନଙ୍କର ମଙ୍ଗଳ ନିମନ୍ତେ ହୋଇଥାଏ – (ସରିତା ଶର୍ମା ବନାମ୍ ସୁଶୀଲ୍ ଶର୍ମା – ୨୦୦୦ (୩) ଏସ୍.ସି.ସି. – ୧୪) ଉତ୍ତରାଧିକାରୀ ଅଯୋଗ୍ୟ ହୋଇଥାଏ, ସେତେବେଳେ ଉତ୍ତରାଧିକାରୀତ୍ଵ ଯଦି ଏହି ଆଇନ୍ ଅନୁଯାୟୀ କୌଣସି ବ୍ୟକ୍ତି ସମ୍ପତ୍ତିର ଉତ୍ତରାଧିକାରୀତ୍ଵ ନିମନ୍ତେ ଅଯୋଗ୍ୟ ଅଟନ୍ତି; ସେପରିସ୍ଥଳେ ଏହା ନ୍ୟସ୍ତ କରାଯିବ , ଯେପରିକି ଏପରିବ୍ୟକ୍ତି, ମୃତକଙ୍କ ( କିମ୍ବା ସମ୍ପତ୍ତିର ମାଲିକ )ଙ୍କ ପୂର୍ବରୁ ମୃତ୍ୟୁବରଣ କରିଛି। ବେମାରୀ, ତ୍ରୁଟୀ ଇତ୍ୟାଦି, ଅଯୋଗ୍ୟ କରିବ ନାହିଁ କୌଣସି ରୋଗ , ତ୍ରୁଟି କିମ୍ବା କଦାକାରତ୍ଵ କାରଣ ଉପରେ କିମ୍ବା ଏହି ଆଇନ୍ ରେ ବ୍ୟବସ୍ଥାୟୀତ ବ୍ୟତୀତ , କିମ୍ବା ଅନ୍ୟ କୌଣସି କାରଣ ଉପରେ , କୌଣସି ବ୍ୟକ୍ତି କୌଣସି ସମ୍ପତ୍ତିର ଉତ୍ତରାଧିକାରୀତ୍ଵରୁ ଅଯୋଗ୍ୟ ହେବେ ନାହିଁ । ଆଧାର – ଲଅ ହାଉସ