ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନ ଯେତେବେଳେ ସ୍ଵାମୀ କିମ୍ବା ସ୍ତ୍ରୀ କୌଣସି ଯଥାଯଥ କାରଣ ବିନା ଅନ୍ୟର ସମାଜରୁ ନିଜକୁ ପ୍ରତ୍ୟାହାର କରିଥାଏ, ସେପରି ସ୍ଥଳେ, ବ୍ୟଥିତ ପକ୍ଷ, ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନା ନିମନ୍ତେ ଜିଲ୍ଲା ନ୍ୟାୟାଳୟକୁ ଏକ ଆବେଦନ ପତ୍ର ଦ୍ଵାରା ଆବେଦନ କରିପାରେ ଏବଂ ନ୍ୟାୟାଳୟ, ଏପରି ଆବେଦନ ପତ୍ରରେ କରାଯାଇଥିବା ବିବରଣୀର ସତ୍ୟତା ଉପରେ ସନ୍ତୁଷ୍ଟ ହେବାପରେ ଏବଂ ଯେ , ଏକ ଆଇନ୍ ଗତ କାରଣ ଅଛି, କାହିଁକି ଏପରି ଆବେଦନ ପତ୍ରକୁ ମଞ୍ଜୁର କରାଯିବ ନାହିଁ, ସେହି ଅନୁଯାୟୀ ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନା ନିମନ୍ତେ ଏକ ଡିକ୍ରୀ ପ୍ରଦାନ କରିପାରନ୍ତି । ସ୍ପଷ୍ଟୀକରଣ ଯେଉଁସ୍ଥଳରେ ଏକ ପ୍ରଶ୍ନ ଉତ୍ ଥିତ ହୁଏ ଯେ, ସମାଜରୁ ପ୍ରତ୍ୟାହାର କରିବା ନିମନ୍ତେ ଯଥାଯଥ କାରଣ ଥିଲା କି ନାହିଁ , ସେପରିସ୍ଥଳେ ଏପରି ଯଥାଯଥ କାରଣ ପ୍ରମାଣ କରିବା ଭାର, ସେହି ବ୍ୟକ୍ତିଙ୍କ ଉପରେ ରହିବ , ଯେକି ଏପରି ସମାଜରୁ ନିଜକୁ ପ୍ରତ୍ୟାହାର କରିଛି । ବୈଚାରିକ ପୃଥକୀକରଣ ସ୍ଵାମୀ କିମ୍ବା ସ୍ତ୍ରୀଙ୍କ ଦ୍ଵାରା , ଜିଲ୍ଲା ନ୍ୟାୟାଳୟରେ, ବୈଚାରିକ ପୃଥକୀକରଣ ନିମନ୍ତେ ଏକ ଆବେଦନପତ୍ର ଉପସ୍ଥାପନ କରାଯାଇ ପାରେ : - [ଦଫା ୨୭ର ଉପଦଫା (୧)][ଏବଂ ଉପଦଫା ୧ (କ)] ରେ ଧାର୍ଯ୍ୟ କୌଣସି କାରଣ ଉପରେ,ଅଯାହା ଉପରେ ଛାଡପତ୍ର ନିମନ୍ତେ କୌଣସି ଆବେଦନ ପତ୍ର ଉପସ୍ଥାପନ କରାଯାଇପାରେ; କିମ୍ବା ଦାମ୍ପତ୍ୟ ଅଧିକାରର ପୁନଃ ସ୍ଥାପନା ନିମନ୍ତେ ଏକ ଡିକ୍ରୀ ପରିପାଳନ କରିବାରେ ଅକୃତକାର୍ଯ୍ୟ କାରଣ ଉପରେ; ଏବଂ ନ୍ୟାୟାଳୟ, ଏପରି ଆବେଦନପତ୍ରରେ ଉଲ୍ଲେଖିତ ବିବରଣୀରେ ସତ୍ୟତା ଉପରେ ସନ୍ତୁଷ୍ଟ ହେବାପରେ ଏବଂ ଯେ , ଏପରି କୌଣସି ଆଇନ୍ ଗତ କାରଣ ନାହିଁ ଯେ, କାହିଁକି, ଏପରି ଆବେଦନ ପତ୍ରକୁ ମଞ୍ଜୁର କରାଯିବ ନାହିଁ, ବୈଚାରୀକ ପୃଥକୀକରଣ ଡିକ୍ରୀ ମଞ୍ଜୁର କରିବେ । ଯେଉଁ ସ୍ଥଳରେ ନ୍ୟାୟାଳୟ, ବୈଚାରୀକ ପୃଥକୀକରଣ ନିମନ୍ତେ ଏକ ଡିକ୍ରୀ ମଞ୍ଜୁର କରନ୍ତି, ସେପରିସ୍ଥଳେ ପ୍ରତିବାଦୀଙ୍କ ସହ ସହବାସ କରିବା , ଆବେଦନକାରୀଙ୍କ ପ୍ରତି ବାଧ୍ୟତାମୂଳକ ହେବ ନାହିଁ ; ମାତ୍ର ନ୍ୟାୟାଳୟ , କୌଣସି ପକ୍ଷର ଆବେଦନ ପତ୍ର ଉପରେ ଏବଂ ଏପରି ଆବେଦନ ପତ୍ରରେ ଉଲ୍ଲେଖିତ ବିବରଣୀର ସତ୍ୟତା ଉପରେ ସନ୍ତୁଷ୍ଟ ହେବା ପରେ , ଡିକ୍ରୀ ରଦ୍ଦ କରିପାରନ୍ତି, ଯଦି ସେ ଏପରି କରିବା ଯଥାଯଥ ବୋଲି ବିବେଚନା କରନ୍ତି । ଆଧାର – ଦ ଲ ହାଉସ