ଆଇନ୍ ର ଅତିକ୍ରମଣୀୟ ପ୍ରଭାବ ଏହି ଆଇନ୍ ର ବ୍ୟବସ୍ଥାବଳୀର ପ୍ରଭାବ ରହିବ ଏବଂ ସେଥିରେ କୌଣସି ଅସାମଞ୍ଜସ୍ୟ ସତ୍ତ୍ୱେ , ଯାହାକି ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ରେ କିମ୍ବା କୌଣସି ଦଲିଲ୍ ରେ ଧାରୀତ ହୋଇଥାଏ , ଯାହାକି ଏହି ଆଇନ୍ ଅପେକ୍ଷା ଅନ୍ୟ କୌଣସି ଆଇନ୍ ବଳରେ ପ୍ରଭାବିତ ହୋଇଥାଏ । ଆଇନ୍ ପ୍ରଣୟନ କରିବାରେ ଉଚ୍ଚ ନ୍ୟାୟାଳୟଙ୍କର କ୍ଷମତା ଉଚ୍ଚ ନ୍ୟାୟାଳୟ, କାର୍ଯ୍ୟାଳୟ ଗେଜେଟ୍ ରେ, ବିଜ୍ଞପ୍ତି ଦ୍ଵାରା, ଏପରି ନିୟମାବଳୀ ପ୍ରଣୟନ କରିପାରନ୍ତି , ଯେପରି ସେ ଏହି ଆଇନ୍ ର ଉଦ୍ଦେଶ୍ୟକୁ ପରିଚାଳନା କରିବା ନିମନ୍ତେ ଆବଶ୍ୟକ ବୋଲି ବିବେଚନା କରନ୍ତି । ନିର୍ଦ୍ଧିଷ୍ଟଭାବେ ଏବଂ ପୂର୍ବ କ୍ଷମତାର ସାଧାରଣତ୍ଵରେ କୌନାସି ଆଞ୍ଚ୍ ନଘଟାଇ ଏପରି ନିୟମାବଳୀ ନିମ୍ନଲିଖିତ ସମସ୍ତ କିମ୍ବା କୌଣସି ବିଷୟ ନିମନ୍ତେ ବ୍ୟବସ୍ଥାୟୀତ କରିପାରେ, ଯଥା : - ପରିବାର – ନ୍ୟାୟାଳୟର ସାଧାରଣ କାର୍ଯ୍ୟ ଘଟିବା ଏବଂ ଛୁଟୀ ଦିନରେ ଏବଂ ସାଧାରଣ କାର୍ଯ୍ୟ ଘଟିକା ବାହାରେ ବୈଠକ ଅନୁଷ୍ଠିତ କରିବା; ସେମାନଙ୍କର ସାଧାରଣ ବୈଠକ ସ୍ଥାନ ବ୍ୟତୀତ, ସେହି ସମସ୍ତ ସ୍ଥାନରେ, ପରିବାର – ନ୍ୟାୟଳୟର ବୈଠକ ଅନୁଷ୍ଠିତ କରିବା । କୌଣସି ମୀମାଂସା କିମ୍ବା ସମାଧାନରେ ଉପନୀତ ହେବା ନିମନ୍ତେ , ପକ୍ଷମାନଙ୍କୁ ସାହାଯ୍ୟ କରିବା ଏବଂ ପ୍ରବର୍ତ୍ତାଇବା ନିମନ୍ତେ କୌଣସି ପରିବାର ନ୍ୟାୟାଳୟ ଦ୍ଵାରା ଅନୁଷ୍ଠିତ ହେବାକୁ ଥିବା ପଦ୍ଧତି । ନିୟମାବଳୀ ପ୍ରଣୟନ କରିବାରେ, କେନ୍ଦ୍ର ସରକାରଙ୍କ କ୍ଷମତା କେନ୍ଦ୍ର ସରକାର, ଭାରତର ମୁଖ୍ୟ ବିଚାରପତିଙ୍କ ସହମତି ସହିତ ବିଜ୍ଞପ୍ତି ଦ୍ଵାରା, ଦଫା ୪ର ଉପ – ଦଫା (୩)ର ପାରା (ଖ) ରେ ଉଲ୍ଲେଖିତ କୌଣସି ବିଚାରପତିଙ୍କ ନିଯୁକ୍ତି ନିମନ୍ତେ, ଅନ୍ୟ ଯୋଗ୍ୟତା ଧାର୍ଯ୍ୟ କରିବା ନିମନ୍ତେ , ନିୟମାବଳୀ ପ୍ରଣୟନ କରିପାରନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା, ଏହି ଆଇନ୍ ଅନୁଯାୟୀ ପ୍ରଣୀତ ପ୍ରତ୍ୟକ୍ ନିୟମକୁ , ଏହା ପ୍ରଣୟନ କରାଯିବା ପରେ ପରେ, ଅଧିବେଶନ ସମୟରେ ପାର୍ଲାମେଣ୍ଟର ପ୍ରତ୍ୟକ୍ ଗୃହରେ ସମୁଦାୟ ତିରିଶଦିନ ନିମନ୍ତେ ଉପସ୍ଥାପନ କରାଯିବ , ଯାହାକି ଗୋଟିଏ କିମ୍ବା ଦୁଇଟି କିମ୍ବା ତଦୁର୍ଦ୍ଧ ଅଧିବେଶନକୁ ଧାରଣ କରିଥିବ, ଏବଂ ଯଦି , ଅଧିବେଶନର ସମାପ୍ତି ପରେ ଉଭୟଗୃହ, ଏହି ନିୟମରେ କୌଣସି ସଂଶୋଧନ କରିବା ନିମନ୍ତେ ସମ୍ମତ ହୁଅନ୍ତି , କିମ୍ବା ଉଭୟ ଗୃହ ସମ୍ମତ ହୁଅନ୍ତି ଯେ, ଏପରି ନିୟମ ପ୍ରଣୟନ କରାଯିବା ଉଚିତ୍ ନୁହେଁ , ସେପରିସ୍ଥଳେ ଏହି ନିୟମର ଏପରି ସଂଶୋଧିତ ଆକାରରେ କେବଳ ସେହି ପ୍ରଭାବ ରହିବ କିମ୍ବା କୌଣସି ପ୍ରଭାବ ରହିବ ନାହିଁ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀୟ , ଏଣୁ ଯା ହେଉନା କାହିଁକି, ଏପରି କୌଣସି ସଂଶୋଧନ କିମ୍ବା ନାକଚୀକରଣ , ଉକ୍ତ ନିୟମ ଅନୁଯାୟୀ ପୂର୍ବରୁ କରାଯାଇଥିବା କୌଣସି କାର୍ଯ୍ୟର ବୈଧତା ପ୍ରତି କ୍ଷତି ନଘଟାଇ ହେବ । ନିୟମାବଳୀ ପ୍ରଣୟନ କରିବାରେ ରାଜ୍ୟ ସରକାରଙ୍କ କ୍ଷମତା ରାଜ୍ୟ ସରକାର , ଉଚ୍ଚନ୍ୟାୟାଳୟ ସହିତ ପରାମର୍ଶ କରିବା ପରେ , ବିଜ୍ଞପ୍ତି ଦ୍ଵାରା, ଏହି ଆଇନ୍ ର ଉଦ୍ଦେଶ୍ୟକୁ ପରିପାଳନ କରିବା ନିମନ୍ତେ , ନିୟମାବଳୀ ପ୍ରଣୟନ କରିପାରନ୍ତି । ଉପ – ଦଫା (୧) ର ବ୍ୟବସ୍ଥାବଳୀର ସାଧାରଣତ୍ଵରେ କୌଣସି ଆଞ୍ଚ ନଘଟାଇ , ଏପରି ନିୟମାବଳୀ ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟ ବ୍ୟବସ୍ଥାୟୀତ କରିପାରେ , ଯଥା – ଦଫା (୪) ର ଉପ – ଦଫା (୬) ଅନୁଯାୟୀ ବିଚାରପତିମାନଙ୍କର ବେତନ ଏବଂ ଅନ୍ୟାନ୍ୟ ଭତ୍ତା ଏବଂ ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ ; ଦଫା ୬ରେ ଉଲ୍ଲେଖିତ , ଉପଦେଷ୍ଠାଙ୍କ ସର୍ତ୍ତାବଳୀ ଏବଂ ଉଚ୍ଚ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ସର୍ତ୍ତାବଳୀ ; ରାଜ୍ୟ ସରକାରଙ୍କ ରାଜସ୍ୱରୁ, ଦଫା ୧୨ରେ ଉଲ୍ଲେଖିତ ଡାକ୍ତରୀ ଏବଂ ଅନ୍ୟ ବିଶେଷଜ୍ଞ ଏବଂ ଅନ୍ୟ ବ୍ୟକ୍ତିମାନଙ୍କର ଫିସ୍ ଏବଂ ଖର୍ଚ୍ଚ (ସହିତ ଗସ୍ତ ଖର୍ଚ୍ଚର)ପ୍ରଦାନ । ରାଜ୍ୟସରକାରଙ୍କ ରାଜସ୍ୱରୁ ‘ଆମିକସ୍ କ୍ୟୁରିଆ ’ ଭାବେ, ଦଫା ୧୩ ଅନୁଯାୟୀ ନିଯୁକ୍ତ ଆଇନଗତ ବ୍ୟବସାୟୀଙ୍କର ଫିସ୍ ଏବଂ ଖର୍ଚ୍ଚର ପ୍ରଦାନ ଅନ୍ୟ କୌଣସି ବିଷୟ ଯାହାକି ନିୟମାବଳୀ ଦ୍ଵାରା ଧାର୍ଯ୍ୟ କରାଯାଇପାରେ କିମ୍ବା ବ୍ୟବସ୍ଥାୟୀତ କରାଯାଇପାରେ । ଏହି ଆଇନ୍ ଅନୁଯାୟୀ, କୌଣସି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ପ୍ରତ୍ୟକ ନିୟମକୁ , ଯେତେ ଶୀଘ୍ର ସମ୍ଭବ, ରାଜ୍ୟ ବିଧାନ ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯିବ । ଅନେକ ରାଜ୍ୟରେ, ପରିବାର ନ୍ୟାୟାଳୟ ଆଇନ୍ ୧୯୮୪ ବଳବତ୍ତର କରଣ ତାରିଖର ବିଜ୍ଞପ୍ତି କ୍ରମିକ ସଂଖ୍ୟା ରାଜ୍ୟ / କେନ୍ଦ୍ରାଞ୍ଚଳର ନାମ ପରିବାର ନ୍ୟାୟାଳୟ ଆଇନ,୧୯୮୪ର ବଳବତ୍ତରକରଣ ତାରିଖ ବିଜ୍ଞପ୍ତି ୧. ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜ ୧୯/୧୧/୧୯୮୬ ୭୯/୨୨/୮୬/ତା.୧୯/୧୧/୧୯୮୬ ୨. ଆନ୍ଧ୍ରପ୍ରଦେଶ ୧୫/୧୨/୧୯୯୫ ଏସ୍.ଓ.(ଇ) ତା. ୬/୨/୧୯୯୫ ୩. ଆସାମ ୨/୧୦/୧୯୯୧ ୭୯/୨/୮୬-ତା. ୩୦/୯/୧୯୯୧ ୪. ବିହାର ୧୦/୧୨/୧୯୯୧ ଏସ୍.ଓ୮୩୮(ଇ)ତା. ୬/୧୨/୧୯୯୧ ୫. ଡାମନ ଏବଂ ଡିଉ ୧୦/୧୨/୨୦୦୩ ଏସ୍.ଓ୧୧୬୧(ଇ)ତା. ୧/୧୦/୨୦୦୩ ୬. ଦିଲ୍ଲୀ(ଆଇନକୁ ଦିଲ୍ଲୀର କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବର୍ଦ୍ଧନ କରାଯାଇଛି ।) ୧୯/୧୧/୧୯୮୬ , ୧୦/୨/୧୯୮୬ ଏସ୍.ଓ ୮୬୩ (ଇ)ତା.୧୮/୧୧/୧୯୮୬ଦଫା, ୨,୩ ଏବଂ ୩୦୬ ବଳବତ୍ତର କରାଯାଇଛି । ୭. ଗୋଆ ୧୬/୪/୧୯୯୦ ଏସ୍.ଓ୩୨୮ (ଇ) ତା. ୧୨/୪/୧୯୯୦ ୮. ଗୁଜୁରାଟ ୧/୧/୨୦୦୦ ଏସ୍.ଓ୧୨୬୮(ଇ) ତ. ୨୦/୧୨/୧୯୯୯ ୯. ହରିୟାନା ୨/୧୧/୧୯୯୨ ଏସ୍.ଓ ୭୮୪(ଇ) ତା.୨୩/୧୦/୧୯୯୨ ୧୦. କର୍ଣ୍ଣାଟକ ୨୫/୪/୧୯୮୭ ଜି.ଏସ୍.ଆର ୬୮୫ (ଇ) ତା. ୧୫/୫/୧୯୮୭ ୧୧. କେରଳ ୨୧/୧୦/୧୯୮୯ ୭୯/୫/୮୬/ତା. ୧୭/୧୦/୧୯୮୯ ୧୨. ମଧ୍ୟ ପ୍ରଦେଶ ୧୯/୧୧/୧୯୮୬ ୭୯/୬/୮୭ ଜସ୍,ତା. ୧୪/୧୧/୧୯୮୬ ୧୩. ମହାରାଷ୍ଟ୍ର ୧/୧୨/୧୯୮୬ ଏସ୍.ଓ. ୯୪୪(ଇ) ତା ୫/୧୨/୧୯୮୬ ୧୪. ମଣିପୁର ୩/୨/୧୯୯୨ ଏସ୍.ଓ ୯୧ (ଇ) ତା. ୩୦/୧/୧୯୯୨ ୧୫. ମିଜୋରାମ ୩୦/୩/୨୦୦୯ ଏସ୍.ଓ ୨୧୯୬(ଇ) ତା. ୨୭/୮/୨୦୦୯ ୧୬. ଓଡିଶା ୧/୫/୧୯୮୯ ଏସ୍.ଓ୩୨୧(ଇ) ତା.୨/୪/୧୯୮୯ ୧୭. ପଣ୍ଡିଚେରୀ ୧/୫/୧୯୮୭ ଜ.ଏସ୍.ଆର୍ ୪୫୯(ଇ) ତା. ୨୯/୪/୧୯୮୭ ୧୮. ରାଜସ୍ଥାନ ୧୯/୧୧/୧୯୮୫ ୭୯/୧୭/୮୫ ଜସ୍.ତା. ୧୮/୧୧/୧୯୯୫ ୧୯. ସିକିମ୍ ୨/୧୦/୧୯୮୭ ୭୯/୨୦/୮୬ ଜସ୍ . ତା. ୧୪/୯/୧୯୮୭ ୨୦. ତାମିଲନାଡୁ ୨/୧୦/୧୯୮୬ ୭୯/୧୮/୮୫ ଜସ୍.ତା. ୧୮/୯/୧୯୯୬ ୨୧. ଉତ୍ତର ପ୍ରଦେଶ ୨/୧୦/୧୯୮୬ ୭୯/୧୧/୮୬ ଜସ୍.ତା. ୪/୯/୧୯୮୬ ୨୨. ପଶ୍ଚିମ ବଙ୍ଗ ୧/୧୧/୧୯୯୧ ୭୯/୧୨/୮୬ ଜସ୍ .ତା. ୧/୧୧/୧୯୯୧ ଆଧାର – ଲଅ ହାଉସ